ସାଇଲୋ ବଡବିଲ୍ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

ସାଇଲୋ ବଡବିଲ୍ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

IYA NEWS (କଂଟାପଡା) ତା:୧୪/୦୪/୨୦ ସାମାଜିକ   ଗଣତନ୍ତ୍ରର   ଭିତିଭୂମି  ବିନା  ରାଜନୈତିକ   ଗଣତନ୍ତ୍ର   ବଂଚି   ପାରିବ  ନାହିଁ  । ତେବେ  ସାମାଜିକ  ଗଣତନ୍ତ୍ର    କହିଲେ   କ’ଣ  ବୁଝାଏ   ?   ଏହାର   ଅର୍ଥ   ହେଲା  ଏଭଳି   ଏକ   ଜୀବନ   ପ୍ରଣାଳୀ ,ଯାହା   ସ୍ବାଧୀନତା  ,  ସମତା   ଓ ଭ୍ରାତୃତ୍ୱକୁ  ଜୀବନର    ନୀତି   ରୂପେ    ସ୍ବୀକାର    କରୁଥିବେ  ବୋଲି, ଆଜି କଂଟାପଡା  ବ୍ଲକ୍ ଅନ୍ତର୍ଗତ ସାଇଲୋ ବଡ ବିଲ ଠାରେ ଆୟୋଜିତ ଆମ୍ବେଦକର ଜୟନ୍ତୀ ଅବସରରେ ଆମ୍ବେଦକରପ୍ରେମୀମାନେ ମତ ବ୍ୟକ୍ତ କରିଛନ୍ତି  ।  ସାରା ବିଶ୍ୱବାସୀ  ମହାମାରୀ କରୋନାରେ କବଳିତ ହୋଇଥିବା ସମୟରେ,  ଆଜି  ସାଇଲୋ ବଡବିଲସ୍ଥ  କନ୍ଦଳ ବ୍ରିଜ  ଠାରେ ଆମ୍ବେଦକରପ୍ରେମୀ ଏକାଠି ହୋଇ, ନିଷ୍ପେସିତ ମାନବର ତ୍ରାଣକର୍ତା  ତଥା ସମ୍ବିଧାନ ପ୍ରଣେତା ଡଃ ଭୀମ ରାଓ ଆମ୍ବେଦକରଙ୍କ  ପଟ୍ଟଚିତ୍ରରେ  ପୁଷ୍ପାର୍ଘ୍ୟ ଅର୍ପଣ କରା ଯାଇଥିଲା  । ତେବେ ସାରା ଭାରତ ବର୍ଷରେ ଲକ୍ ଡାଉନ୍ ଚାଲୁଥିବା ସମୟରେ  ସାମାଜିକ ଦୂରତାକୁ ଅବଲମ୍ବନ କରି ଆମ୍ବେଦକରପ୍ରେମୀମାନେ  ବାବା ସାହେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୟ ଭୀମ୍ ନାରା ଦେଇଥିଲେ  । ଏତଦ୍ ବ୍ୟତୀତ  କନ୍ଦଳ ବ୍ରିଜ ଠାରେ  ଏକ ୪୦୦ ବର୍ଗ ଫୁଟ ପରିମିତ ସ୍ଥାନରେ ବାବା ସାହେବଙ୍କ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ହରେକୃଷ୍ଣ ଭୋଇ ମତ ପ୍ରଦାନ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ ହରେକୃଷ୍ଣ ଭୋଇ, ପ୍ରବୀର ଭୋଇ, ମାଧବ ଭୋଇ , ବିଜୟ ଭୋଇ,ଦୀନବନ୍ଧୁ ମଲ୍ଲିକ ଏବଂ ବିଜୟ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।  ପରିଶେଷରେ ଭାରତୀୟ ଯୁବ ସଂଗଠନର ସମ୍ବାଦ ଦାତା ତଥା ସାମାଜିକକର୍ମୀ ମାଧବାନନ୍ଦ ଭୋଇ ସମସ୍ତ ଆମ୍ବେଦକରକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........