ବ୍ରାହ୍ମଣସାଇଲୋ ଗ୍ରା.ପରେ ରନ୍ଧନ ଖାଦ୍ୟ ବଂଟନ

ବ୍ରାହ୍ମଣସାଇଲୋ ଗ୍ରାମ ପଂଚାୟତରେ  ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ
  (କଂଟାପଡା): ତା:୦୨/୦୪/୨୦:   ମହାମାରୀ କରୋନା ପ୍ରକୋପରେ ଆଜି  ସାରା ଭାରତ ବର୍ଷ ଲକ ଡାଉନ୍   । ଯାହାଫଳରେ ଅନେକ  ଅସହାୟ ବ୍ୟକ୍ତିମାନେ ଖାଦ୍ୟ ବିନା ଭୋକରେ ଆଉଟୁ ପାଉଟୁ  ହେଉଛନ୍ତି  । ଏହି ପରିପ୍ରେକ୍ଷୀରେ  କଂଟାପଡା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗ୍ରାମ ପଂଚାୟତରେ ,ଅଡଶପୁର ସ୍ଥିତ ଗ୍ରାମ ପଂଚାୟତ ସ୍ତରୀୟ ସଂଘର ଖାଦ୍ୟ ବିତରଣ କେନ୍ଦ୍ର ମାଧ୍ୟମରେ  ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରାଯାଇଥିଲା  । ତେବେ   ବାହାରୁ ଆସିଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମିକମାନଙ୍କୁ ଏବଂ  ବ୍ରାହ୍ମଣସାଇଲୋ ସ୍ଥିତ ପଂଚାୟତ ଅନ୍ତର୍ଗତ ବିଭିନ୍ନ  ଗ୍ରାମର ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା ।  ତେବେ ଉକ୍ତ ରନ୍ଧନ ଖାଦ୍ୟର ମାନ ପରୀକ୍ଷଣ ପାଇଁ କଂଟାପଡା ବ୍ଲକର ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁ ଉପସ୍ଥିତ ଥିଲେ । ଉକ୍ତ  କାର୍ଯ୍ୟକ୍ରମକୁ  ପ୍ରାକ୍ତନ ସରପଂଚ ନକୁଳ ରାଉତ, କୃଷ୍ଣ ଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ପାତ୍ର, ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ବିନୋଦିନୀ ପାତ୍ର, ବିକ୍ରମ ସାମନ୍ତରାୟ, ଅଭିମନୁ୍ୟ ମହାରଣା, ଯଶୋବନ୍ତ ସାମନ୍ତରାୟ, ରବୀନ୍ଦ୍ର ବାରିକ, ଅଖିଳ ମହାପାତ୍ର,ସଲୀଳା ସାମନ୍ତରାୟ, ରାମଚନ୍ଦ୍ର ସାବତ, ମଧୁସ୍ମିତା ମହାନ୍ତି ଏବଂ  ବିକ୍ରମ ସାମନ୍ତରାୟ ପ୍ରମୁଖ ରହି,କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........