୨୮ ଦିନ ପର୍ଯ୍ୟନ୍ତ ଚାଲିଛି ଖାଦ୍ୟ ବଂଟନ

ନିରାଶ୍ରୟ ସେବାରେ  ସାମାଜିକକର୍ମୀଗଣ, ଅଦ୍ୟାବଧି ୨୮ ଦିନ ପର୍ଯ୍ୟନ୍ତ ଚାଲିଛି ଖାଦ୍ୟ ବଂଟନ
       IYA NEWS (କଂଟାପଡା) ତା:୨୧/୦୪/୨୦  ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଆଜି ସାରା ଭରତ ବର୍ଷ ଲକ୍ ଡାଉନ୍  । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ, ଜନ ଜୀବନ ଠପ୍ ହୋଇଯିବା ସ୍ଥଳେ, ରାଜ୍ୟର ଦିନ ମଜୁରିଆ, ଅସହାୟ, ନିରାଶ୍ରୟ, ବିର୍ହ ରାଜ୍ୟର ଶ୍ରମିକ ଏବଂ ଭିନ୍ନ କ୍ଷମମାନେ ଆହାର ବିନା ନାହିଁ  ନ ଥିବା ସମସ୍ୟାର ସମ୍ମ୍ୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କର କ୍ଷୁଧା ଜ୍ୱାଳା ପ୍ରଶମିତ କରିବା ପାଇଁ ଆଗେଇ ଆସିଛି ସାମାଜିକକର୍ମୀ ସୁବ୍ରତ କୁମାର ଦାସ(ତପନ)ଙ୍କ ନେତୃତ୍ୱରେ ଅଡଶପୁର ସ୍ବେଛାସେବୀ ସଂଗଠନ  । ଅଦ୍ୟାବଧି ଅଠାଇଶ ଦିନ  ପର୍ଯ୍ୟନ୍ତ  ଜୟ ଦେବ ସାଧନା ପୀଠ, ଅଡସପୁର ଠାରେ ଶତାଧିକ  ନିରାଶ୍ରୟ ମାନଙ୍କୁ ରନ୍ଧନ ଖାଦ୍ୟ ବିତରଣ କରା ଯାଉଛି  । ଏତଦ୍ ବ୍ୟତୀତ କଂଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ   ଶତାଧିକ ରନ୍ଧନ ଖାଦ୍ୟ ପୁଡିଆଗୁଡିକୁ  ଘରକୁ ଘର ବୁଲି ଅସହାୟ ପରିବାରକୁ ସାମାଜିକର୍ମୀମାନେ  ବଂଟନ କରୁଛନ୍ତି  ।  ଏପରି ମହାନ୍ କାର୍ଯ୍ୟର ନେତୃତ୍ୱ ନେଉଥିବା ଶ୍ରୀଯୁକ୍ତ ଦାସଙ୍କ ସହିତ ବିଭୁତି ନାୟକ, ବିଜ୍ଞାନ ବିଶ୍ୱାଳ, ପପୁ ମହାରଣା, ଅଧିବାସ ସ୍ବାଇଁ କବି ପ୍ରସାଦ ମହାନ୍ତି, ଝୁନୁ ଦାସ,ରୋହନ ମୋହନ ଦାସ,ଲିପା ମହାନ୍ତି,ସୁରେଶ କୁମାର ଦାସ,ତପନ କୁମାର ଦାସ,ସୂର୍ଯ୍ୟକାନ୍ତ ଦାସ,ବିଭୂତି ନାୟକ,ଅଧିବାସ ସ୍ବାଇଁ, ବିଜ୍ଞାନ ବିଶ୍ୱାଳ, ଉମାକାନ୍ତ ବେହେରା ଏବଂ ସୁକାନ୍ତ କୁମାର ଦାସ,ଅଟଳ ଦାସ, ଉର୍ମିଳା ବେହେରା, କୃଷ୍ଣଚନ୍ଦ୍ର ନାୟକ, ଅଟଳ ଦାସ, ଉର୍ମିଳା ବେହେରା,ରାଜଶ୍ରୀ ପ୍ରହରାଜ, ମଧୁସ୍ମିତା ସେଠୀ,ସୁନାକର ରାଉତ,ଗୌରାଙ୍ଗ ଦାସ,ମନୋଜ ସ୍ବାଇଁ,ଆର୍ତ ମହାପାତ୍ର, ବାଉରୀବନ୍ଧୁ ପାଇଟାଳ,ଅନିରୁଦ୍ଧ ବିଶ୍ୱାଳ ଏବଂ ପ୍ରଦୀପ ସ୍ବାଇଁ ପ୍ରମୁଖ  ପରିଚାଳନା କରୁଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........