ନାହାଳପୁର ଟାରେ ଭାଜପା ତରଫରୁ ମାସ୍କ ବଂଟନ

ନାହାଳପୁର ଟାରେ ଭାଜପା ତରଫରୁ ମାସ୍କ ବଂଟନ
                                            IYA NEWS (କଂଟାପଡା) ତା:୨୧/୦୪/୨୦  ମହାମାରୀ  କରୋନା ସାରା ବିଶ୍ୱବାସୀଙ୍କୁ କବଳିତ  କରି ହନ୍ତସନ୍ତ  କରୁଛି  । ମାତ୍ର ଏହାର   ନିରକାରଣ  ପାଇଁ ଟୀକା ଏପର୍ଯ୍ୟନ୍ତ ବାହାରି ନାହିଁ  । କେବଳ ଜନ ସଚେତନତା  ପୂର୍ବକ ସଙ୍ଗ ରୋଧ  ଏବଂ ସାମାଜିକ ଦୂରତା ହିଁ ଏକ ବିକଳ୍ପ  ବୋଲି  ସରକାର ଘୋଷଣା କରିଛନ୍ତି  ।  ଏତଦ୍ ବ୍ୟତୀତ ଜନ ସାଧାରଣଙ୍କୁ ମାସ୍କ ପରିଧାନ ବାଧ୍ୟତା ମୂଳକ  କରାଯାଇଛି  । ଏହି ପରିପ୍ରେକ୍ଷୀରେ ଭାଜପା ତରଫରୁ କଂଟାପଡା ବ୍ଲକ ଅଧିନସ୍ଥ ନାହାଳପୁର ଗ୍ରାମ ପଂଚାୟତର ସମାଲ ସାହିରେ ଘରକୁ ଘର ବୁଲି  ଜନ ସାଧାରଣଙ୍କୁ ମାସ୍କ ବାଂଟିବା ସହିତ ଅତି ଜରୁରୀ କାମରେ ଘରୁ ନ ବାହାରିବା ପାଇଁ ଜନ ସାଧାରଣଙ୍କୁ ପରାମର୍ଶ  ଦେଇଥିଲେ  । ଭବିଷ୍ୟତରେ ଏହି ପ୍ରକାର ବ୍ୟବସ୍ଥା ଅବଲମ୍ବ କଲେ କରୋନାକୁ ଆମେ ଜିତି ପାରିବା ବୋଲି ଜନ ସାଧାରଣଙ୍କ ସମ୍ମୁଖରେ ଶ୍ରୀଯୁକ୍ତ ଜେନା ମତବ୍ୟକ୍ତ କରିଛନ୍ତି  ।

No comments:

Post a Comment

ହୃଦୟର ଶରଧା ସହିତ...........