ଅଡଶପୁର ଅସ୍ଥାୟୀ ହାଟ ସ୍ଥାନାନ୍ତରିତ

କରୋନା ପାଇଁ ଅଡଶପୁର ଅସ୍ଥାୟୀ ହାଟ ସ୍ଥାନାନ୍ତରିତ କରିବା ପାଇଁ  ତହସିଲଦାରଙ୍କୁ ଦରଖାସ୍ତ 

IYANEWS(କଂଟାପଡା)ତା:୩୧/୦୩/୨୦ରିଖ: କଂଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁର ହାଟକୁ ମହାମାରୀ କରୋନା ପାଇଁ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ କରାଯାଇଥିଲେ ମଧ୍ୟ ଅସ୍ଥାୟୀ ଭାବରେ ଅଡଶ ବଜାର ରାସ୍ତାର ଦୁଇ ପାଶ୍ୱର୍ରେ  ସାପ୍ତାହିକୀ ହାଟ ହେଉଥିଲା  । ମାତ୍ର ପରିତାପର ବିଷୟ ଏହି କି,କରୋନାର ସାମାଜିକ ସଂକ୍ରମଣତା ହେତୁ, ସାମାଜିକ ଦୁରତା ବଜାୟ ରହୁ ନ ଥିଲା  ।  ଏହି ଅସ୍ଥାୟୀ ହାଟରେ ପ୍ରତି ପାଳିରେ ଦେଢ ହଜାରରୁ ଦୁଇ ହଜାର ପର୍ଯ୍ୟନ୍ତ ଜନ ସମାଗମ  ହେବା ସହିତ ଦେହକୁ ଦେହ ଘସି ହେବା ପରିସ୍ଥିତି ସୃଷ୍ଟି ହେଉଥିଲା  ।  ଯାହା କରୋନା ହେତୁ ସାରା ସମାଜ ପାଇଁ ବିପଦ ଜନକ ଥିଲା ।ଏହି ପରିପ୍ରେକ୍ଷୀରେ  ଭାରତୀୟ ଯୁବ ସଂବାଦ ଦ୍ୱାରା ବାରମ୍ବାର ଖବର ପ୍ରସାରିତ ହୋଇଥିଲା । ପରିଶେଷରେ ହାଟରେ ଓଲଟପୁର ଥାନା ଦ୍ୱାରା ପୋଲିସ ମୁତୟନ କରା ଯାଇଥିଲା  ।  ତେବେ ଏଥିରେ କିଛି ସୁଧାର ଆସି ନ ଥିଲା  । ଜନ ସାଧାରଣଙ୍କ ଅସଚେତନା ହେତୁ  ବାରମ୍ବାର ପୋଲିସ ପ୍ରଶାସନର ତାଗିଦ୍ ଫଳରେ ଚାଷୀମାନେ ଅସନ୍ତୋଷ ଅନୁଭବ କରୁଥିଲେ  । ପରିଶେଷରେ ଗତ ହାଟ ପାଳିରେ, ସାମାଜିକ କର୍ମୀ ମାଧବାନନ୍ଦ ଭୋଇ, ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁଙ୍କ ଦ୍ୱାରା ଚାଷୀମାନଙ୍କ ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ  ହୋଇଥିଲା  ।  ଗତ କାଲି ଉକ୍ତ ଦରଖାସ୍ତକୁ କଂଟାପଡା ତହସିଲଦାରଙ୍କୁ  ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ସାହୁଙ୍କ ଜରିଆରେ  ଦରଖାସ୍ତ ପ୍ରଦାନ କରାଯାଇଥିଲା  । ତେବେ ସମାଜିକ କର୍ମୀମାନଙ୍କ ଆଲୋଚନା କ୍ରମେ ଅତିରିକ୍ତ ତହସିଲଦାର, କଂଟାପଡା  ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହିତ ଆଲୋଚନା କରିବା ପାଇଁ କହିଥିଲେ  । ତେବେ  ଉକ୍ତ ବିଷୟରେ, ଭତା ବଂଟନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ  କେ ଅଶୋକ କୁମାର ଟାଳଟୁଳ ନିତୀ ଅବଲମ୍ବନ କରିଥିଲେ  । ତେବେ ପୁର୍ବରୁ ଓଲଟପୁର ପୋଲିସ ଏବଂ ଅଡଶପୁର ମାଧବାନନ୍ଦଜୀୟୁ ମଠ କମିଟି କର୍ମକର୍ତାଙ୍କ ପରାମର୍ଶ କ୍ରମେ ମଠର ପଛ ପାଶ୍ୱର୍ରେ ହାଟ କରିବା ପାଇଁ  ଗତ  ହାଟ ପାଳିରେ ଆଲୋଚିତ ହୋଇଥିଲେ ମଧ୍ୟ ସ୍ଥିରୀକୃତ ହୋଇ ନ ଥିଲା  । ତେବେ ଗତ ଅପରାହ୍ନରେ ସାନାଜିକକର୍ମୀମାନ ମଠର ପଛ ପାଶ୍ୱର୍ ପରିଦର୍ଶନ କଲା ପରେ , ଏହା  ଉପଯୁକ୍ତ  ବିବେଚିତ ସହିତ ଏ ସଂପର୍କେ କମିଟିର ଜନୈକ କର୍ମକର୍ତା ଆନନ୍ଦ ସାସମଲଙ୍କ ସହିତ ଫୋନ ଯୋଗେ ଆଲୋଚିତ ହୋଇଥିଲା  ।  ତେବେ ଉକ୍ତ  ଉକ୍ତ  ଅସ୍ଥାୟୀ ହାଟର ସ୍ଥାନାନ୍ତରିତ ପାଇଁ,  ଭାରତୀୟ ଯୁବ ସଂଗଠନର ସାମ୍ବାଦିକ  ମାଧବାନନ୍ଦ ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........