"ସେବା" ସଂଗଠନର କାର୍ଯ୍ୟକ୍ରମ

ଅସହାୟମାନଙ୍କୁ ହାତ ବଢାଇଲା କନ୍ଦଳ ଦ୍ୱୀପାଂଚଳର "ସେବା" ସଂଗଠନ
IYANEWS(ନିଆଳୀ)ତା:୩୦/୦୩/୨୦ରିଖ:ମହାମାରୀ କରୋନା ସାରା ବିଶ୍ୱର ବିଭିନ୍ନ ଦେଶଗୁଡିକୁ କବଳିତ କରି ସାରିଥିବା  ସମୟରେ ଜନ ସାଧାରଣ  ତ୍ରାହି ତ୍ରାହି ଡାକ ଛାଡୁଛନ୍ତି  ।  ଅଧୁନା ସମୟରେ ସାରା ଭାରତ ବର୍ଷରେ  ଦିଲ୍ଲୀରୁ  ପଲ୍ଲୀ ପର୍ଯ୍ୟନ୍ତ ଲକ୍ ଡାଉନ୍ ଥିବା ବେଳେ,ଏପରି ବିପଦ ସମୟରେ ଅସହାୟମାନଙ୍କୁ ସହାୟ ହେବା ପାଇଁ ହାତ ବଢାଇଛି ନିଆଳୀ ବ୍ଲକ୍ ସ୍ଥିତ କନ୍ଦଳ ଦ୍ୱୀପାଂଚଳର “ସେବା” ସ୍ବେଛାସେବୀ ସଂଗଠନ । ଏହି ପରିପ୍ରେକ୍ଷୀରେ ଏକ କରୋନା ସଚେତନା ତା କାର୍ଯ୍ୟକ୍ରମ ଏବଂ ରନ୍ଧନ ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ତେବେ ପ୍ରଶାସନର ନିୟମାନୁସାରେ   ସେବାର ସଭ୍ୟମାନେ ୨ ରୁ ୩ ଦଳ ଭାବରେ ଦ୍ୱୀପାଂଚଳର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଅସହାୟ ବୃଦ୍ଧା/ବ୍ୃଦ୍ଧ ତଥା ପଶୁ ପକ୍ଷୀ ମାନଙ୍କୁ  ରନ୍ଧନ ଖାଦ୍ୟ ସହିତ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିଲା  ।ଏଥି ସହିତ ଲକ୍ ଡାଉନ୍ ସମୟରେ କାର୍ଯ୍ୟରତ  ପୋଲିସ୍  ବିଦୁ୍ୟତ୍ କର୍ମଚାରୀ ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା  ।ଲକ୍ ଡାଉନ୍ ସମୟ  ରେ ଜରୁରୀ କାମ ନଥିଲେ ଘରୁ ନ ବାହାରିବା  ସହିତ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ କର୍ମୀମାନେ ପରାମର୍ଶ   ଦେଇଥିଲେ  । ଆଗାମୀ  ଦିନରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ସହିତ  ରନ୍ଧନ  ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଚାଲୁ   ରଖିବା ପାଇଁ, ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ତଥା ସେବା ସଂଗଠନର ସଭାପତି ରଂଜନ କୁମାର ମହାନ୍ତି ମତ  ବ୍ୟକ୍ତ କରିଛନ୍ତି  । ଉକ୍ତ କାର୍ଯ୍ୟକ୍ରମରେ “ସେବା” ସଂଗଠନର ୨୫ରୁ ଉଦ୍ଧ୍ୱର୍ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ  । ତେବେ ଏପରି କାର୍ଯ୍ୟକ୍ରମକୁ କନ୍ଦଳ ଦ୍ୱୀପାଂଚଳର  ବୁଦ୍ଧିଜିବୀମାନେ ପ୍ରଶଂସା କରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ..

No comments:

Post a Comment

ହୃଦୟର ଶରଧା ସହିତ...........