ଗ୍ରାମୀଣ ସେବକ ସମାଜ

 ଗ୍ରାମୀଣ ସେବକ ସମାଜ ଆନୁକୁଲ୍ୟରେ  ଅସହାୟମାନଙ୍କୁ  ରିଳିଫ୍ ବଂଟନ
  IYA NEWS (ନିଆଳୀ): ତା:୦୨/୦୪/୨୦:  ମହାମାରୀ କରୋନା ସଂକ୍ରମଣତାକୁ ଲକ୍ଷ କରି ସାରା ଭାରତ ବର୍ଷରେ  ସରକାର ଲକ୍ ଡାଉନ୍ କରିଛନ୍ତି । ଅନେକ  ଅସହାୟ ବ୍ୟକ୍ତିମାନେ ଖାଦ୍ୟ ବିନା କ୍ଷୁଧା ଜ୍ୱାଳାରେ ଅତିଷ୍ଠ  । ଏହି ପରିପ୍ରେକ୍ଷୀରେ   ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦା ଗ୍ରାମ ପଂଚାୟତସ୍ଥ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗ୍ରାମୀଣ ସେବକ ସମାଜ ଏବଂ ଏଡ୍ ଇଂଡିଆ ମିଳିତ ଆନୁକୂଲ୍ୟରେ  ଅସହାୟ ଜନ ସାଧାରଣଙ୍କୁ  ଶୁଖିଲା ଖାଦ୍ୟ ବଂଟନ କରିବା ସହିତ  କରୋନା ଭାଇରସ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।  ସଙ୍ଗଠନର ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ଗାନ୍ଧିବାଦୀ ଅଧ୍ୟାପକ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ଜନସାଧାରଣଙ୍କୁ କରୋନା ଭାଇରସର ସଂକ୍ରମଣତା ବିଷୟରେ ଅବଗତ କରିଥିଲେ  । ତେବେ  ସ୍ବଛତା ପାଇଁ ବାରମ୍ବାର  ସାବୁନରେ ହାତ ଧୋଇବା, ଗରମ ପାଣି ପିଇବା, ଗରମ ଖାଦ୍ୟ ଖାଇବା ସହିତ ଅତି ଜରୁରୀ ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବା ପାଇଁ ସଂଗଠନର ସଭାପତି ପ୍ରସନ୍ନ କୁମାର ପାତ୍ର ଜନ ସାଧାରଣଙ୍କୁ ବୁଝାଇଥିଲେ  । ଅନୁଷ୍ଠାନର ସମସ୍ତ ସଭ୍ୟମାନେ  ବିଭିନ୍ନ ଗାଁ ଗାଁ ବୁଲି  ରିଲିଫ୍ ବାଂଟିବା ସହିତ ଜନସାଧାରଣଙ୍କୁ  କରୋନା ଭାଇରସ ବିଷୟରେ ସଚେତନ କରିଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ସୂର୍ଯ୍ୟକାନ୍ତ ମଲ୍ଲିକ,ସମ୍ପାଦକ ଇଂ ଅବିନାଶ ମହାପାତ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ, ସହ ସମ୍ପାଦକ ତଥା ସଂଯୋଜକ ଦିବ୍ୟ ସିଂହ ସେଠୀ, ଉପ ସଭାପତି ବିନୟ କୁମାର ମହାନ୍ତି, ସରୋଜିନୀ ବେହେରା, ଦେବୀ ପ୍ରସାଦ ନାୟକ, ଅରଜିତ  ମାହାପାତ୍ର, ପ୍ରତାପ କୁମାର ବେହେରା ଏବଂ  ଅନନ୍ତ କୁମାର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ  । ଏଥି ପୂର୍ବରୁ ସଂଗଠନ ତରଫରୁ ପୁରୀ ଏବଂ ଯାଜପୁରରେ ମଧ୍ୟ ରିଲିଫ ବଂଟନ କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ଶ୍ରୀଯୁକ୍ତ ମାଝୀ ସୂଚନା ଦେଇଛନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........