ସ୍ଥାନାନ୍ତରିତ ହେଲା ଅଡଶପୁର ହାଟ

IYA NEWSଖବରର ମହା ପ୍ରଭାବ, ସ୍ଥାନାନ୍ତରିତ ହେଲା ଅଡଶପୁର ହାଟ 
IYA NEWS (କଂଟାପଡା) ତା:୦୩/୦୪/୨୦୨୦: ମହାମାରୀ କରୋନା ସାରା  ବିଶ୍ୱକୁ କବଳିତ କରି ସାରି ଥିଲା ସମୟରେ, ଜନ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି  । ଏହାର ନିରାକରଣ  ପାଇଁ  ଔଷଧ ବାହାରି ନ ଥିବା ବେଳେ ସଙ୍ଗ ରୋଧ ହିଁ ଏକ ମାତ୍ର ବିକଳ୍ପର ରାସ୍ତା ଅଟେ  । ତେବେ  ଅନେକ ସ୍ଥାନରେ ଜନ ସଚେତନା ଅଭାବ ରହିଛି  । ଏହି ପରିପ୍ରେକ୍ଷୀରେ   କରୋନା ପାଇଁ ବିଗତ କିଛି ଦିନ ପୂର୍ବେ କଂଟାପଡା ବ୍ଲକ୍ ସ୍ଥିତ ଅଡଶପୁର  ହାଟକୁ ସାମୟିକ ପାଇଁ ସ୍ଥଗିତ କରି ଥିଲେ ମଧ୍ୟ  ଏହାର ସାପ୍ତାହିକୀ ହାଟ ପାଳିରେ ଅସ୍ଥାୟୀ  ଭାବରେ ରାସ୍ତାର ଉଭୟ ପାଶ୍ୱର୍ରେ ହାଟ ବସୁଥିଲା  । ଯାହା ଫଳରେ ଏଠାରେ  ଦେଢ ହଜାରରୁ ଅଧି ଜନ ଗହଳି ହେବା ସହିତ ଦେହକୁ ଦେହ  ସ୍ପର୍ଶ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା  । ତେବେ ଏ ସଂପର୍କରେ  ଭାରତୀୟ ଯୁବ ସଂଗଠନର ଖବର ପୃଷ୍ଠାରେ ବାରମ୍ବାର ଖବର ପ୍ରକାଶ ପାଇଥିଲା  ।  ଏପରିକି ଓଲଟପୁର ପୋଲିସର ବାରମ୍ବାର ତାଗିଦ୍  ହେଲା ପରେ ବି ଚାଷୀ ଏବଂ ଖାଉଟୀମାନେ ମଧ୍ୟ ସୁଧୁରି ନ ଥିଲେ । ପରିଶେଷରେ  ଭାରତୀୟ ଯୁବ ସଂଗଠନର ସମ୍ବାଦଦାତା ତଥା ସାମାଜିକକର୍ମୀ ମାଧବାନନ୍ଦ ଭୋଇ, ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁଙ୍କ ଉଦ୍ୟମ କ୍ରମେ ଗତ ତା:୩୦/୦୩/୨୦ରିଖ ହାଟ ପାଳିରେ ଅଡଶପୁର ଅସ୍ଥାୟୀ ହାଟକୁ ସ୍ଥାନାନ୍ତରଣ ପାଇଁ ଚାଷୀମାନଙ୍କ  ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା  ଏବଂ ତା:୩୧/୦୩/୨୦ରିଖ ଦିନ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ତହସିଲଦାରଙ୍କୁ ପ୍ରଦାନ କରା ଯାଇଥିଲା  ।   ପରିଶେଷରେ  ସାପ୍ତାହିକୀ ହାଟର ସତ୍ୱାଧିକାରୀ ମାଧବାନନ୍ଦ ଜୀୟୁ ମଠ କମିଟିର ସହଯୋଗ କ୍ରମେ, ମଠର ପଛ ପାଶ୍ୱର୍କୁ  ସ୍ଥାନାନ୍ତରଣ କରାଯିବା ପାଇଁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା  । ଏହି ପରିପ୍ରେକ୍ଷୀରେ ଓଲଟପୁର ଥାନା, କଂଟାପଡା ତହସିଲ ଏବଂ ମାଧବାନନ୍ଦ ଜୀୟୁ ମଠ କମିଟି ସମ୍ମିଳିତ ଆଲୋଚନା କ୍ରମେ  ମହାମାରୀ କରୋନା ପାଇଁ ସପ୍ତାହକୁ ଥରେ ହାଟ କରିବା ପାଇଁ, କଂଟାପଡା ତହସିଲଦାରଙ୍କ ଚିଠି ନଂ:୬୯୨ / ତା:୦୧.୦୪.୨୦ନିର୍ଦ୍ଦେଶ କ୍ରମେ  ଓଲଟପୁର ଥାନା ଅଧିନସ୍ଥ ସଂପାଦକ, ଅଡଶପୁର ହାଟ କମିଟି ଏବଂ ସରପଂଚ, ଅଡଶପୁର ଗ୍ରାମ ପଂଚାୟତକୁ ଅବଗତ କରା ଯାଇଥିଲା  । ଏତ୍ଦ ବ୍ୟତୀତ କରୋନା ପାଇଁ ସଂପାଦକ, ସୁନ୍ଦରଗ୍ରାମ ହାଟ କମିଟି ଏବଂ ସରପଂଚ, ବାଗଲପୁର ଗ୍ରାମ ପଂଚାୟତକୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିଲା  ।   ତେବେ  ହାଟରେ ଯେପରି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ କଂଟାପଡା ତହସିଲଦାର  ଉଭୟ ଗ୍ରାମ ପଂଚାୟତର ସରପଂଚ ଏବଂ  ଆଇ.ଆଇ.ସି. ଓଲଟପୁର ଥାନକୁ  ମଧ୍ୟ ଉକ୍ତ  ଚିଠି ମାଧ୍ୟମରେ ଅବଗତ କରା ଯାଇଛି  । ତେବେ ଗତ ଶୁକ୍ରବାର ଦିନ ହାଟଟି  ମାଧବାନନ୍ଦ ଜୀୟୁର ପଛ ପାଶ୍ୱର୍ରେ ଅତ୍ୟନ୍ତ ଶୃଙ୍ଖଳାର ସହିତ ସମାପନ କରା ଯାଇଥିଲା  ।   ଏପରି ପଦକ୍ଷେପକୁ ବୁଦ୍ଧିଜିବୀ ମହଲରେ ସ୍ବାଗତ କରାଯିବା ସହିତ ସାମାଜିକ ଦୂରତାକୁ ବଜାୟ ରଖିଲେ ଆମେ କରୋନାକୁ ମୁକାବିଲା କରିପାରିବା ବୋଲି ବୁଦ୍ଧିଜିବୀମାନେ ମତ ବ୍ୟକ୍ତ କରିଚନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........