ବଜ୍ରାଘାତରେ ଇଚ୍ଛାପୁରର ନାବାଳିକା ମୃତ

ବଜ୍ରାଘାତରେ ଇଚ୍ଛାପୁରର ନାବାଳିକା ମୃତ

  IYA NEWS BREAKING (କଂଟାପଡା)ତା:୦୮/୦୪/୨୦ :  ମରଣ କେତେ ବେଳେ ଆସେ, ତାର ସୂଚନା ମିଳେ ନାହିଁ . ବିଶ୍ୱରେ ମାହାମାରୀ କରୋନା  ଜନ ସାଧାରଣଙ୍କୁ ଅହରହ ପୀଡା ପ୍ରଦାନ କରୁଥିବା ସମୟରେ,କଂଟାପଡା ବ୍ଲକ୍ ଅନ୍ତର୍ଗତ ଇଛାପୁର ଗ୍ରାମରେ  ଏକ ଦୁଃଖଦ ଘଟଣାରେ ଶୋକର ଛାୟା  ଖେଳି ଯାଇଛି  । ଦିନ ବାରଟା ସମୟ  ।  ଆକାଶର ବର୍ଷା ସହିତ  ଘଡ ଘଡି  ।  ତେବେ ଇଛାପୁର ଗ୍ରାମସ୍ଥ ସୁଜିତ ବେହେରାଙ୍କ ଝିଅ ପ୍ରିୟଙ୍କା ବେହେରା (୧୩ ବର୍ଷ) ଶୌଚ ପାଇଁ  ନିଜର ଘର ପଛ  ପାଶ୍ୱର୍କୁ ଯାଇଥିଲେ  ।  ମାତ୍ର ବିଧିର ବିଧାନ ବିଚିତ୍ର  । ଏହି ସମୟରେ ଅଚାନକ ବଜ୍ରାଘାତରେ ଟଳି ପଡିଲେ ପ୍ରିୟଙ୍କା  । ସଂଗେ ସଂଗେ  ପ୍ରିୟଙ୍କାଙ୍କୁ ନେଇଯାଇଥିଲେ ଅଡଶପୁର ଉନ୍ନୀତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ  । ମାତ୍ର  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପରିଶେଷରେ  ଓଲଟପୁର ଥାନା ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ  କରିବା ପାଇଁ କଟକ ପଠାଇଛି  ।  ପ୍ରିୟଙ୍କା ସପ୍ତମରେ ପଢୁଥିବା ସମୟରେ,ଏହି ଘଟଣା, ଇଛାପୁର ଗ୍ରାମରେ ଦୁଃଖଦ ଛାୟା ଘୋଟିଯିବା  ସହିତ ଗ୍ରାମବାସୀମାନର ଶୋକ ସନ୍ତପ୍ତ ପରିବାରକୁ ସମବେଦନା କଣାଇଛନ୍ତି  । ପରିଶେଷରେ  ସନ୍ଧ୍ୟା ସୁଦ୍ଧା ପ୍ରିୟଙ୍କାଙ୍କ  ମୃତ ଦେହ ଖାନ ନଗର ଶ୍ମଶାନରେରେ ଶେଷକୃତ୍ୟ ସଂପନ୍ନ ହୋଇଛି ବୋଲି ପରିବାର ସୁତ୍ରରୁ ଜଣାପଡିଛି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........