ଭୋକରେ ବର୍ହି ରାଜ୍ୟର ଶ୍ରମିକ

ଭୋକରେ ବର୍ହି ରାଜ୍ୟର ଶ୍ରମିକ, ସହଯୋଗର ହାତ ବଢାଇଲେ ସାମାଜିକ କର୍ମୀ
 (କଂଟାପଡା) : ତା:୦୧/୦୪/୨୦:  ଆଜି କଂଟାପଡା ତହସିଲ  ପରିସରରେ   ଦୁଇ ଜଣ ନିର୍ମାଣ ଶ୍ରମିକ ପହଂଚିଥିଲେ  ।  ଉକ୍ତ ଦୁଇ ଜଣ  ବ୍ୟକ୍ତିଙ୍କ ନାମ  ମାସୁଦ୍ ପରଭେଜ୍ ଏବଂ ମଜିବୁର୍ ରହେମାନ ଥିଲା । ସେମାନେ ଆଠ ଜଣ ସଙ୍ଘବଦ୍ଧ ଭାବରେ ଅଡଶପୁର ଅଂଚଳର  ବିଭିନ୍ନ ଗ୍ରାମକୁ ଯାଇ, ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ  ରାଜମିସ୍ତ୍ରୀ କାମ କରିବା ସହିତ ଅଡଶପୁର ସରସ୍ବତୀ ଶିଶୁ ମନ୍ଦିର ପଛ ପାଶ୍ୱର୍ରେ   ଏକ ଝୁପୁଡି ଘରେ ରହୁଛନ୍ତି । ତେବେ ସେମାନେ ୱେଷ୍ଟ ବେଙ୍ଗଲର ମୁର୍ସିଦାବାଦ ଅଂଚଳର ବ୍ୟକ୍ତି ବିଶେଷ ବୋଲି ସେମାନଙ୍କ ସହିତ ଆଲୋଚନା ସୁତ୍ରରୁ ଜଣା ପଡିଥିଲା  । ତେବେ  କରୋନା ପାଇଁ କୌଣସି କାମ ନ ମିଳିବାରୁ ସେମାନେ ଭୋକ ଉପାସରେ କାଳପାତିତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏ ସଂପର୍କେ  କଂଟାପଡା ତହସିଲର ଅତରିକ୍ତ  ତହସିଲଦାର ଶୁଭ୍ରାଂଶୁ ସାହୁଙ୍କ ପରାମର୍ଶ କ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କେ. ଅଶୋକ କୁମାରଙ୍କ  ସହିତ  ସାମାଜିକ କର୍ମୀ ମାଧବାନନ୍ଦ ଭୋଇ, ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁ ଆଲୋଚନା କରିଥିଲେ  । ଏହାପରେ ଶ୍ରୀଯୁକ୍ତ କୁମାର , ଅସହାୟମାନଙ୍କୁ ରନ୍ଧନ  ଖାଦ୍ୟ ବଂଟନ ଦାୟିତ୍ୱରେ ଥିବା ବି.ପି. ଏମ୍ ସୁରଜ କୁମାର ବେହେରାଙ୍କୁ ସେମାନଙ୍କର  ଭୋଜନ ବ୍ୟବସ୍ଥା ବୁଝିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  ।   ପରିଶେଷରେ  ଉକ୍ତ ବ୍ୟକ୍ତିମାନଙ୍କ ପାଇଁ ଜୟଦେବ ପୀଠ,ଅଡଶପୁର ସ୍ଥିତ ଗ୍ରାମ ପଂଚାୟତ ସ୍ତରୀୟ ସଂଘର ଖାଦ୍ୟ ବିତରଣ କେନ୍ଦ୍ରରେ  ନିୟମିତ ଭୋଜନ ବ୍ୟବସ୍ଥା ସ୍ଥିରୀକୃତ ହୋଇଥିଲା  । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........