ବିଶ୍ୱାସର ହସ, ହଳାହଳ ବିଷ

ସରପଂଚ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ହିସାବ ଦେବେ । ଏକଥା ଶୁଣି ମୋତେ କେମିତି କେମିତି ଲାଗୁଛି  । ଆଉ କାଇଁ ବାକି ରଖିଲେ । ବୁ୍ୟରୋକାଟଙ୍କୁ ଯୋଡି ଦିଅନ୍ତୁ । ଚୋରା ବାଲି ଚାଲାଣ ହେଉଛି ଏହାର ହିସାବ କିଏ ଦେବ ? ସରକାରୀ ଜାଗାରୁ କାଠ କଟା ହେଉଛି, ତେଲ ସରିଗଲା ବୋଲି ଅଧିକାରୀ ସଫେଇ ଦେଇ ଅଧା ବାଟରୁ ଫେରି ଆସୁଛି  । ଗାଁ ବାହ୍ୟମଳ ମୁକ୍ତ ଗାଁ ହୋଇଛି । ସମସ୍ତଙ୍କର ପାଇଖାନା ଅଛି କାଗଜରେ...ହେଲେ ସତରେ ନାଇଁ ।ସକାଳୁ ନୂଆ ବୋହୁଟା ନୋଟା ଧରି ବୁଦା ବଣ ଖୋଜୁଛି, ମଳ ତ୍ୟାଗ କରିବା ପାଇଁ । ଏମିତି କେତେ ହିସାବ ଅଛି । ହେଲେ ଆଜି ଓଡିଶା ତ ପୁରା ଖୋଳ, କମ୍ବଳ ଯାକ ପୁରା ବାଳ  । ଦୟାକରି ଏପରି ପ୍ରହସନ କରିବାରୁ ନିବୃତ ରୁହନ୍ତୁ  । ନତୁବା ମହାକାଳର ଫଳର ଶେଷ ପରିଣତି ପରି ନାଟକର ଶେଷ ଦୃଶ୍ୟ ଭାବରେ ଯବନିକା ପଡିବ । ଏହି ପରିପ୍ରେକ୍ଷୀରେ ମୋର କବିତା"ବିଶ୍ୱାସର ହସ, ହଳାହଳ ବିଷ" ପଢିବାକୁ ଅନୁେରୋଧ ସହିତ ମତାମତ ଦେବା ପାଇଁ ଅନୁରୋଧ  । 
 ଖାଇ ଖାଇ ବୋଧେ  ପେଟ ପୁରିଲା,ବୃଦ୍ଧ କାଳେ ଜ୍ଞାନ ଉଦୟ ହେଲା,
ଗୁହାଳ ଯାକ ମେଣ୍ଢା ଖାଇ ଖାଇ,ଲବୀନା କରୁଛି ସତୀଆ ପାଲା । ।
 ଖଜୁରୀ ଗଛର ମୂଳରୁ ପାହାଚ,ଦୁର୍ନିତୀ ଚେର ଲମ୍ବିଛି ବହୁତ,
ତାଳୁର ତଳିପା, ସବୁ ଖାଲି ମିଛ;କାଗଜ କଲମେ ଢୋ ।
 ସବୁ ପ୍ରହସନ, ଏ ସ୍ବଚ୍ଛ ଶାସନ,ଫାନ୍ଦ ନ ଜାଣି କି ହୋ ହୋ । ।
 କି ହସ ଫୁଟିବ ଜନତାଙ୍କ ଓଠେ,ନେତାଙ୍କ ସଂପତି ପାଇ,
ଚୋରଙ୍କ ଖୁନୀଙ୍କର ସବୁଯାକ ମେଳ,ରାଜଧାନୀ ଛକରେ ଯାଇ । ।
 ଲୁଟି ଲୁଟି ଗଲ  ବରଷ ବରଷ,ଏବେ ଖୋଜୁଅଛ ଜନତାଙ୍କ ହସ,
ବେକାରୀ ବଢିଛି, ପରୀର ଲୁହରେ ଓଡିଶା ଭିଜିଛି,
ଧର୍ଷିତାର ମାଆ ଲୁହ ପୋଛୁଅଛି ।
ଯାଇଛି ଦାଦନ;ଭେଣ୍ଡିଆ ପୁଅଟା,ବୁଢା ବାପା ଘରେ ମୁଣ୍ଡ କୋଡୁଅଛି । ।
ନିତି ଖାଇ  ପାଂଚ ଟଙ୍କୀ ଡାଲମା ଅନ୍ନ,ଟଙ୍କାକ ଚାଉଳ ନେଲା ସ୍ବାଭିମାନ ।
ବିକ୍ରି ହେଲା ସବୁ  ଓଡିଶାର ଧନ ।
 ଲୁଟପାଟ କରି ଓଡିଶାକୁ ଖୋଳ,ଏବେ ଧରାଇଛ, ଆମ ହାତେ ଥାଳ,
ଦେବ କି ହିସାବ, ହେ ଶଠ ପ୍ରବର, ବିଶ୍ୱାସ ତୁମକୁ ନାହିଁ ।
ଧର୍ମ ବକ ତୁମେ, ପରମ ପାଖଣ୍ଡି.ମୁଖେ ତୁମ ଲଜ୍ଜା ନାହିଁ ।
ଶୁଣରେ ଲବୀନା ଭାଇ, ଶୁଣରେ ଲବୀନା ଭାଇ ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........