ଫଟୋ ପଛର କାହାଣୀ ରଞ୍ଜନ ଦାସ ମର୍ଡର କେସ୍

ସୂଚନାଧିକାରକର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ,ହତ୍ୟାକାଣ୍ଡର ଷଡଯନ୍ତ୍ରରେ ସମ୍ପୃକ୍ତ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ବହିଷ୍କାର  ଏବଂ ତଦନ୍ତକୁ ରଫା ଦଫା କରିଥିବା କେନ୍ଦ୍ରାପଡା ଏସ୍.ପି. ନିତୀ ଶେଖରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟପାଳଙ୍କ ଦପ୍ତର ସମ୍ମୁଖରେ ଧାରଣା ।


                  ଗତ ଫେବୃୟାରୀ,୦୧,୨୦୨୦ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ସୂଚନାଧିକାରକର୍ମୀ ରଞ୍ଜନ ଦାସଙ୍କ ମୃତ ଦେହ ମାର୍ଶାଘାଇ ଥାନା ଅଧିନସ୍ଥ ଏକ ବେରୁହାଁ ରାସ୍ତା ପାଶ୍ୱର୍ରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ରଞ୍ଜନଙ୍କ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଏତଲା ଦିଆଯିବା ସହ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା ।ପୋଲିସ ଉକ୍ତ ଅଭିଯୋଗକୁ ପଞ୍ଜୀକୃତ କରି (କେସ୍ ସଂଖ୍ୟା ୨୪/୨୦୨୦) ତଦନ୍ତ ଆରମ୍ଭ କରିଥିଲା ।
                  ଆରମ୍ଭରୁ ରଞ୍ଜନଙ୍କ ପରିବାର ଲୋକେ ପୋଲିସ୍ ତଦନ୍ତକୁ ସନ୍ଦେହ ଚକ୍ଷୁରେ ଦେଖିବା ସହିତ ଏଥିରୁ ନ୍ୟାୟ ନ ମିଳିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କାରଣ ପୂର୍ବରୁ ରଞ୍ଜନଙ୍କ ଉପରେ ବାରମ୍ବାର ଆକ୍ରମଣ,ହତ୍ୟା ଧମକ ସମ୍ପର୍କିତ ହୋଇଥିବା ଅଭିଯୋଗ ଉପରେ ପାଟକୁରା ବା ମାର୍ଶାଘାଇ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ତେଣୁ ପୋଲିସ ଏବଂ ଅପରାଧୀଙ୍କ ମଧୁ ଚନ୍ଦ୍ରିକା ହେତୁ ତାଙ୍କ ତାଙ୍କ ଅଭିଯୋଗକୁ ପୋଲିସ ତଦନ୍ତ  ନ କରି  ଚାପି ଦେଉଥିବାର ଅଭିଯୋଗ ରଞ୍ଜନ ବାରମ୍ବାର କରିଥିଲେ ଏବଂ  ତାଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରି ଆସୁଥିଲେ । ରଞ୍ଜନ ହତ୍ୟାକାଣ୍ଡର ପୋଲିସ ତଦନ୍ତର ଅଗ୍ରଗତି ସମ୍ପର୍କରେ କୌଣସି ତଥ୍ୟ ପରିବାରକୁ ଜଣାଉନଥିଲା । ଠିକ୍ ଏହି ସମୟରେ ତା୧୦/୦୩/୨୦୨୦ରିଖରେ ହୋଲି ଖେଳ ଦିନ ସ୍ଥାନୀୟ ଅପରାଧୀ ତ୍ରିଲୋଚନ ବାରିକ ସର୍ବ ସମ୍ମୁଖରେ ସେମାନେ ରଞ୍ଜନ ଦାସଙ୍କୁ ହତ୍ୟା କରିଛନ୍ତି ଏବଂ ଆହୁରି ଦୁଇ ଜଣଙ୍କୁ ହତ୍ୟା କରିବେ ବୋଲି କହିଥିଲେ । ଏ ସମ୍ପର୍କରେ ମୃତ ରଞ୍ଜନଙ୍କ ବାପା ଲକ୍ଷ୍ମୀଧର ଦାସ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ତଦନ୍ତ କରି ନଥିଲେ ।ସେହିପରି ଗତ ତା୧୫.୦୩.୨୦୨୦ରିଖରେ ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଠିକାଦାର ବିବେକ ଜେନା ସମେତ ପାଂଚ ଅପରାଧୀ ରଞ୍ଜନର ଘରକୁ ଆସି ତାର ବାପାଙ୍କୁ ଜାତିଗତ ଆକ୍ଷେପ କରି ନୀରବ ରହିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ରଞ୍ଜନଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରାଜନୈତିକ ଚାପରେ ପୋଲିସ ତଦନ୍ତ କରି ନଥିଲା ।
ଗତ ତା୧୩.୦୫.୨୦୨୦ରିଖରେ ରଞ୍ଜନଙ୍କ ବାପା ବ୍ୟକ୍ତିଗତ ଭାବେ କ୍ରାଇମ୍ ବ୍ରାଂଚ ନିର୍ଦ୍ଦେଶକଙ୍କୁ ଭେଟି ରଞ୍ଜନ ହତ୍ୟାକାଣ୍ଡର କ୍ରାଇମ୍ ବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ତା୦୩/୦୮/୨୦୨୦ରିଖରେ କ୍ରାଇମ୍ ବ୍ରାଂଚ ଏ.ଡି.ଜି.ଙ୍କୁ ଭେଟି ତଦନ୍ତ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଗତ ଫେବୃୟାରୀରେ ତା୦୯/୧୦/୨୦୨୦ରିଖରେ ଦେଶର ପ୍ରମୁଖ ଚଉଦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନା ଅଧିକାରକର୍ମୀମାନଙ୍କୁ ଲଗାତର ହତ୍ୟା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଏବଂ ପରିବାରଙ୍କୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ । ରଞ୍ଜନ ହତ୍ୟାକାଣ୍ଡ ସମ୍ପର୍କରେ ହୋଇଥିବା ଅଭିଯୋଗ ନଂ.୨୭୧/୨୦୨୦କୁ ଲୋକାୟୁକ୍ତ ଗ୍ରହଣ କରି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଥିଲେ । ଗୃହ ବିଭାଗ ତରଫରୁ ଗତ ତା୦୮/୧୧/୨୦୨୦ରିଖରେ କେନ୍ଦ୍ରାପଡା ଏସ୍.ପି.ଙ୍କ ରିପୋର୍ଟକୁ ଆଧାର କରି ଜବାବ ଦାଖଲ କରାଯାଇଥିଲା । ଏହି ରିପୋର୍ଟରେ ରଞ୍ଜନ ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ଦର୍ଶାଇ ତଦନ୍ତକୁ ବନ୍ଦ କରିଦେଇଥିବା ସମ୍ପର୍କରେ ଉଲ୍ଲେଖ ଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯାହାକି ଆରମ୍ଭରୁ ଅଭିଯୋଗ ହୋଇ ଆସୁଥିଲା ।ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରଭାବରେ କେନ୍ଦ୍ରାପଡା ପୋଲିସ୍ ମିଥ୍ୟା ଷ୍ଟୋରୀ ରଚନା କରି ତଦନ୍ତ ବନ୍ଦ କରି ଦେଇଛି । ସେଥିପାଇଁ ବାରମ୍ବାର ପରିବାର ତରଫରୁ କ୍ରାଇମ୍ ବ୍ରାଂଚ୍ ତଦନ୍ତ ଦାବୀ ହୋଇ ଆସୁଥିଲା ଏବଂ  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରା ଯାଇଥିଲା । କିନ୍ତୁ ଜିଲ୍ଲା ପୋଲିସ୍ ଏବଂ ରାଜ୍ୟ ପୋଲିସ ଉଭୟ ମିଳାମିଶା କରି ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡକୁ ରାଜନୈତିକ ଚାପର ବଶବର୍ତୀ କରିଦେଲେ ।
ତେଣୁ ପରିବାରକୁ ନ୍ୟାୟ ଦେବା ଏବଂ ରଞ୍ଜନ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ଓ ଅପରାଦୀଙ୍କୁ ଗିରଫ ପାଇଁ ଓଡିଶା ପୋଲିସ ବିଫଳ ହୋଇଥିବାରୁ ଏବଂ ତଦନ୍ତକୁ ବାଟବଣା କରି ଦଫାରଫା କରିଥିବାରୁ ଆମ୍ଭେ ହତ୍ୟାକାଣ୍ଡର ସିବିଆଇର ତଦନ୍ତ ଦାବୀ କରୁଛୁ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........