ଘର ନିକଟରୁ ସନ୍ଦେହଜନକ ଭାବରେ ମୃତ ଦେହ ଉଦ୍ଧାର,

IYA NEWS (କଂଟାପଡା)ତା ୦୯/୦୬/୨୦୨୦ରିଖ ଆଜି  ଗୋବିନ୍ଦପୁର ଥାନା ଅନ୍ତର୍ଗତ ସୁଦୁ ସାଇଲୋ ଭୋଇ ସାହିର ବ୍ରଜ କିଶୋର ଭୋଇ (୪୮ ବର୍ଷ) ଓରଫ କାଳିଆଙ୍କର ମୃତ ଦେହ  ଭୋର୍ ପ୍ରାୟ ଚାରି ଘଟିକା ସମୟରେ  ଜନୈକ ବ୍ୟକ୍ତିଙ୍କ ଘର ନିକଟରୁ ଉଦ୍ଧାର କରାଯାଇଛି  ।  ପ୍ରକାଶ୍ୟ ଯେ ମୃତକ ବ୍ରଜ କିଶୋର ଜଣେ ଦଳିତ ସଂପ୍ରଦାୟର ପେଶାରେ ରାଜ ମିସ୍ତ୍ରୀ ଥିଲେ ।ବେଳେ ବେଳେ ନଇ ମାଛ ଧରିଥାନ୍ତି  । ତେବେ ଘଟଣା ଦିନ ମୃତକ ବ୍ରଜ କିଶୋର ଖାଇ ସାରି ଶୋଇବା ପାଇଁ ଯାଇଥିଲେ   । ତେବେ ସେ   ରାତ୍ରର ବିଳମ୍ବିତ ପ୍ରହରରେ ବାହାରକୁ ଯିବା ପରେ ସେ ଆଉ ଘରକୁ ଫେରି ନ ଥିଲେ  ।  ଅଭିଯୋଗ କ୍ରମେ ବିଳମ୍ବିତ ପ୍ରହରରେ ବହୁତ ଖୋଜା ଖୋଜି କଲା ପରେ, ମୃତକ ବ୍ରଜ କିଶୋର ଭୋଇଙ୍କ ମୃତ ଦେହ  ନିକଟସ୍ଥ ବିଶ୍ୱମ୍ଭର ଭୋଇଙ୍କ ଚଉରା ନିକଟରେ ପଡି ରହିଥିଲା  । ତାଙ୍କର ଶରୀର ବର୍ହିଭାଗରେ କିଛି ଆଘାତ ନ ଥିଲେ ଦେଖା ଯାଉ ନଥିଲେ ମଧ୍ୟ, କିଛି ପ୍ରତ୍ୟକ୍ଷଦଶୀଙ୍କ କହିବା ଅନୁଯାୟୀ ନାକ ଅଗ୍ରଭାଗ ଫୁଲିଥିଲା  ।   ଘଟଣା ସ୍ଥଳରେ ଗୋବିନ୍ଦପୁର ଥାନାଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର  ମିଶ୍ର, ଏବଂ ସାଇଂଟିଫିକ୍ ଟିମ୍  ପହଂଚି ଛାନ ଭିନ୍ କରିଥିଲେ ମଧ୍ୟ  ହତ୍ୟାକାଣ୍ଡର କୌଣସି ସୁରାକ୍ ମିଳି ନ ଥିଲା  ।  ପ୍ରକାଶ୍ୟ ଯେ, କିଛି ଦିନ ପୂର୍ବରୁ ନଳ କୂପ ପାଣି ନିଷ୍କାସନ, ଏବଂ ସରକାରୀ ସ୍ଥାନକୁ ନେଇ ମୃତକଙ୍କର ନିକଟରେ ଥିବା ପଡୋଶୀଙ୍କ ସହିତ ଝଗଡା ହୋଇଥିଲା  ଏବଂ  ଆଇନର ଲଢେଇ ପର୍ଯ୍ୟନ୍ତ କଥା ଯାଇଥିଲା  । ତେବେ ପାରିପାଶ୍ୱିର୍କ ଦୃଷ୍ଟିରୁ ମୃତୁୂ୍ୟର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଶବ ବ୍ୟବଛେଦ ପରେ ଏହାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ ପ୍ରଶାସନ ଅପେକ୍ଷା କରିଛି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........