କିଛି କଥା, କିଛି ଆଶା

      ଆପଣଙ୍କର ଆଶୀର୍ବାଦ ଏବଂ ଶୁଭ କାମନା  ମୋର ବଂଚିବା ପାଇଁ ଏକ ଅନ୍ୟନ ସଂଜିବନୀ  । ଆଜି ବୟସର ଖାତାରେ ଆଉ ଗୋଟେ ଫର୍ଦ୍ଦ ଯୋଡି ହୋଇଗଲା  । ପୁଣି ଜୀବନ ଯାତ୍ରାର ଅନ୍ୟ ଏକ ଅୟମାରମ୍ଭ  । ପୁଣି ଏ ଅଧମ ଆପଣଙ୍କର ଆଶୀଷ ଏବଂ ଶୁଭ କାମନାକୁ ପାଥେୟ କରି ଆଗେଇବ ଏକ ନୂତନ ଆଶା,ସମ୍ଭାବନାରେ  । ତେବେ ଆଜି ମୋର ଜନ୍ମ ଦିବସରେ ଆପଣଙ୍କର ଆଶୀର୍ବାଦକୁ କାମନା କରି, ଆପଣଙ୍କର ଶୁଭ କାମନା ମନାସି  ଏକ କବିତା ଅର୍ପଣ କରୁଛି  । ପାଠ କରିବେ । ମତାମତ ଦେବା ପାଇଁ ଅନୁରୋଧ । ଏତଦ୍ ବ୍ୟତୀତ  ଆଜି ଚାରି ମାସର  ଲଢେଇ ପରେ ଏକ ରାସନ କାର୍ଡ ପରିପ୍ରେକ୍ଷୀରେ  ଏକ ସ୍ବାମୀ ପରିତ୍ୟକ୍ତାକୁ ନ୍ୟାୟ ମିଳିଛି, ଯାହା ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ  । ଶେଷରେ ପ୍ରଣାମ  ।
ଜୀବନେ ମରଣେ ତୁମେ,                      
ରହିଅଛ କୋଟି ପ୍ରାଣେ.
ଚାତକିନୀ ଚାହିଁଛି ତୁମକୁ;
ଦେଖା ଦିଅ ପ୍ରିୟତମ, ଚିନ୍ମୟ ଅନୁପମ.
ନ ହେଲେ ମୁଁ ଜନମିବି, ଆର ଜନମକୁ  । । 
ଲହୁ ଲୁହ ପିଇ ପିଇ,
କେମିତି ପାରିବି ଜୀଇଁ;
ଏ ଜୀବନ ଲାଗେ ଶୂନ୍ୟ ଶୂନ୍ୟ ;
 ସଂସାରର ଦାବାନଳ, ପ୍ରାଣ ହୁଅଇ ଅଧିର ।
ପ୍ରେମମୟ, ସିଂଚିଦିଅ ତବ ଦିବ୍ୟ ପ୍ରେମ । ।
ଅଜ୍ଞାନ  ଭବ ସାଗର,
ହରାଇଛି ଥଳ କୂଳ,
ତ୍ରିତାପ ଅନଳ; ଦହେ ୟେ ଭବକୁ;
ଅସତୋ ମା ସଦ୍ ଗମୟ, ଆହେ ତୁମେ କ୍ଷମାମୟ.
 ଦୁଃଖ,ଶୋକ କରି ନାଶ,ଦୂର କର ଭବ ଯାତନାକୁ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........