ରାସ୍ତା ପାଇଁ ରଜ ପର୍ବରେ ଧାନ ଗଛ ଲଗାଇଲେ ଗ୍ରାମବାସୀ,ଆନ୍ଦୋଳନ ଚେତାବନୀ

IYA NEWS (ବାରଙ୍ଗ)୧୫/୦୬/୨୦୨୦  ଦେଶ ସ୍ବାଧୀନତା ଲାଭ କରିବାର ଦୀର୍ଘ ବର୍ଷ ଅତିକ୍ରାନ୍ତ କରିଛି  । ବୈଷୟିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି, ସରକାର ମଧ୍ୟ ବେଶ୍ ବାହା ବା ନେଉଛନ୍ତି  । ମାତ୍ର ପରିତାପର ବିଷୟ,  କଟକ ସହର ଠାରୁ ପଚିଶ କିଲୋମିଟର  ଏବଂ ରାଜଧାନୀ ଠାରୁ  ତିରିଶ କିଲୋମିଟର ଦୂରରେ ଥିବା ବାରଙ୍ଗ ବ୍ଲକ ଅଧିନସ୍ଥ ଖଲର୍ଦା ପଂଚାୟତ, ସିେଙ୍ଘାଳ ଗ୍ରାମର ଅବସ୍ଥାକୁ ଦେଖିଲେ, ରାଜ୍ୟର ଏକ ଅପହଂଚ ଇଲାକା ପରି ମନେ ହୁଏ  ।  ଉକ୍ତ ଗ୍ରାମର ମୁକ୍ତାମଣି ମନ୍ଦିର ଠାରୁ    ସିେଙ୍ଘାଳ ନୃସିଂହନାଥ ମନ୍ଦିର, ବେହେରା ସାହି ଦୁଇ କିଲୋମିଟର ଦୂର  । ଏହି ମନ୍ଦିର ଠାରୁ ଆରମ୍ଭ ହୁଏ ଗ୍ରାମାଂଚଳ ରାସ୍ତା । ଏଠାରେ ପ୍ରାୟ ୩୪ ଗୋଟି ଦଳିତ ପରିବାର ବାସ କରୁଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁ ।   ସିଂଘୋଳ ଗ୍ରାମକୁ ପ୍ରବେଶ କରିବାକୁ ହେଲେ ଦୁଇ ପାଶ୍ୱର୍ରେ ବେତ, କିଆ ଏବଂ ବିଭିନ୍ନ ଜଙ୍ଗଲିଆ  ଗଛଗୁଡିକ ମଧ୍ୟରେ ବର୍ଷାଦିନେ ଆଣ୍ଢୁଏ ବହଳ କାଦୁଅରେ ପଶି ଯିବା ହୋଇ ଥାଏ  । ସବୁଠାରୁ ଦୁଃଖର ବିଷୟ କୌଣସି ପ୍ରସୂତୀ ମହିଳା କିମ୍ବା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଆସିଲେ, ଖଟିଆ କିମ୍ବା  ଲୋକମାନଙ୍କ ମାଧ୍ୟମରେ ଟେକି ଟେକି ନେବା ପାଇଁ ହୋଇଥାଏ  ।  ଏହି ପରିପ୍ରେକ୍ଷୀରେ ଆଜି ଗାଁକୁ ରାସ୍ତା ନ ଥିବାରୁ ସିଂଘୋଳର ଗ୍ରାମ୍ୟରାସ୍ତାରେ  ଧାନ ରୋଇ ମହିଳାମାନେ ସରକାରଙ୍କୁ ଅନୁରୂପ ଭାବରେ ପ୍ରତିବାଦ ଜଣାଇଛନ୍ତି  । 
  ଗ୍ରାମବାସୀମାନଙ୍କର  ପ୍ରତିକ୍ରିୟା ଅନୁସାରେ, ନେତାମାନେ ପ୍ରତିବର୍ଷ ଆସି, ନୃସିହଂନାଥ ମନ୍ଦିରେ ପୂଜା କରି, ରାସ୍ତା କାମ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଯାଆନ୍ତି  । ହେଲେ ନିର୍ବାଚନ ସରିଗଲା ପରେ ସବୁକିଛି ଭୁଲି ଯାଇଥାନ୍ତି । ଯେମିତି କଥା ପାଣିର ଗାର ହୋଇଯାଏ ।  ଗ୍ରାମ୍ୟ ସଭାରେ ପ୍ରୋଜେକ୍ଟ ଦିଆ ଯାଏ  । ହେଲେ ସବୁ କିଛି ଶୂନ୍ ହୋଇଯାଏ  । ବିଶେଷ କରି ଆମେ ଦଳିତ ବୋଲି ଉପେକ୍ଷା କରା ଯାଉଛି ବୋଲି  ଉକ୍ତ ଗ୍ରାମର ଜନୈକ ଅଧିବାସୀ ଅତ୍ୟନ୍ତ କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।  ଏଠି ପ୍ରଶ୍ନ ଉଠେ ଯେ, ସରକାର ନିମ୍ନ ବର୍ଗର ବ୍ୟକ୍ତି ବିଶେଷମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ, ଉକ୍ତ ଗ୍ରାମଟି ଗମନାଗମନ, ପରିମଳ ପରି ମୌଳିକ ସୁବିଧାରୁ ବଂଚିତ ହେବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ତେବେ  “ଏଠାରେ ଦଶ/ ପାଂଚୋଟି ଘର ରହିଛନ୍ତି  । ଦୂରତା ଅଧିକ ହୋଇଯାଉଛନ୍ତି । ଆମେ କଣ ଏତେ କମ୍  ଘର ପାଇଁ ରାସ୍ତା ତିଆରି କରିବୁ” ବୋଲି ଖଲର୍ଦ୍ଦା ଗ୍ରାମ ପଂଚାୟତର ସରପଂଚ, ତାଙ୍କର ପ୍ରତିକ୍ରିୟା  ଫୋନ୍ ଯୋଗେ ପ୍ରକାଶ କରିଥିଲେ  ।  ପୂର୍ବରୁ  ଉକ୍ତ ଗ୍ରାମର  ରାସ୍ତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ ହୋଇଥିଲେ ମଧ୍ୟ ରାସ୍ତାର ଏପରି କର୍ଦ୍ଦମାକ୍ତ  ଅବସ୍ଥା ହେତୁ. ଏଠାରେ ଠିକାଦାର ଏବଂ ରାଜନେତାଙ୍କ ସହିତ ମଧୁଚନ୍ଦ୍ରିକା ବୋଲି ଅନୁମେୟ କରାଯାଏ  ।  ଏପରି ପରିସ୍ଥିତରେ ସିଂଘୋଳ ରାସ୍ତା ସଂପର୍କରେ   ବାରମ୍ବାର ଅବଗତ କଲା ପରେ ହତାଶ ହେବା, ଗ୍ରାମବାସୀଙ୍କୁ ବ୍ୟଥିତ କରିଛି  । ତେବେ ଆଗାମୀ ଦିନରେ ଏହାକୁ ବରଦାସ୍ତ  କରା ନ ଯାଇ,   ଅନଶନ ସହିତ ଗଣ ଧାରଣା କରାଯିବ ବୋଲି,   ଗୋବିନ୍ଦପୁରର ସାମାଜିକ ସଂଗଠନ ଅଭିମନୁ୍ୟର ଆବାହକ ଅଭିମନୁ୍ୟ ମଲ୍ଲିକ ଘଟଣା ସ୍ଥଳରେ ଉପସ୍ଥିତହୋଇ, ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........