ରାଜ୍ୟ ମାସ୍କ କିଣାରେ ଘୋଟାଲା, ଏତଲା ଦେଲେ ସୂଚନାଧିକାରକର୍ମୀ

IYA NEWS (ଭୁବନେଶ୍ୱର) ତା ୦୯/୦୬/୨୦ରିଖ ମହାମାରୀ କରୋନାର କହର, ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ସମୟରେ, ଏହାକୁ ପ୍ରତିହତ କରିବା ପାଇଁ ଜନ ସାଧାରଣଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅଂଟା ଭିଡିଛନ୍ତି  । ହେଲେ ଓଡିଶା ରାଜ୍ୟ ଔଷଧ ନିଗମ ଦ୍ୱାରା ମାସ୍କ  କ୍ରୟରେ ବ୍ୟାପକ ଦୁର୍ନିତୀ ଏବଂ ଚଂଚକତା କରା ଯାଇଛି ବୋଲି, ଆଜି ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ କ୍ୟାପିଟାଲ ଥାନାରେ ଏତଲା ପ୍ରଦାନ କରିଛନ୍ତି  । ଅଭିଯୋଗ କ୍ରମେ , କିଛି ଦିନ ପୂର୍ବେ ମାସ୍କ କିଣାରେ ବ୍ୟାପକ ଘୋଟଲା ହୋଇଛି ଏବଂ ଏହି ଷଡଯନ୍ତ୍ରର ମୂଖ୍ୟ ପୁରୋଧା ଭାବରେ,ଏହାର ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମାକୁ ଦାୟୀ  କରାଯାଇ, ଦର୍ଶାଯାଇଛି । ପ୍ରକାଶ୍ୟ ଯେ, ମାହାମାରୀ କରୋନା ପରିପ୍ରେକ୍ଷୀରେ ମାସ୍କ, ପିପିଇ କିଟ୍, ଭେଂଟିଲେଟର ଏବଂ ହ୍ୟାଣ୍ଡ୍ ସାନି ଟାଇଜରର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଟ୍ରିପଲ୍ ଲେୟାର ମାସ୍କ ପିଛା ୧୬ ଟଙ୍କା ପିଛା ହିସାବରେ ୩୦ ଲକ୍ଷ ମାସ୍କ, ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓଡିଶା ଔଷଧ ନିଗମ ଗତ ତା୧୭/୦୪/୨୦ରିଖରେ  ତାମିଲନାଡୁର ଭେଣ୍ଡର ଶ୍ରୀ ବିଷ୍ଣୁ ଡିସୋପଜେବଲ୍ସ ପ୍ରାଇଭେଟ ଲିମିଟେଡକୁ    ଚାରି କୋଟି ଅଶୀ ଲକ୍ଷ ଟଙ୍କା  ଦିଆଯିବା ସହିତ ପର୍ଚେସ ଅର୍ଡର କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ମାର୍ଚ୍ଚ ଚବିଶ ତାରିଖ ନିର୍ଦ୍ଦେଶନାମା ଅନୁଯାୟୀ, ତିନି ଲେୟାର  ସର୍ଜିକାଲ ମାସ୍କ ପିଛା ସର୍ବାଧିକ ଷୋହଳ ଟଙ୍କା  ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଏବଂ ମାର୍ଚ୍ଚ ୨୧ ତାରିଖ ନିର୍ଦ୍ଦେଶନାମା ଅନୁଯାୟୀ, ଟ୍ରିପଲ୍ ଲେୟାର ମାସ୍କ ପିଛା ଦଶ ଟଙ୍କା ଏବଂ ଦୁଇ ଲେୟାର ମାସ୍କ ପିଛା ସର୍ବାଧିକ  ଆଠ ଟଙ୍କା ବୋଲି ଦର୍ଶା ଯାଇଥିଲା । ତେବେ ଏଠାରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ  ମାସ୍କ ପିଛା ଖୁଚୁରା ଦର ୧୬ ଟଙ୍କା ଥିବା ସମୟରେ, ପାଇକାରୀ ଦର ହିସାବରେ ଏକକାଳୀନ ୩୦ ଲକ୍ଷ ମାସ୍କ କିଣିଲେ, ଏହା କିପରି ପୁନଃ  ୧୬ ଟଙ୍କା ହେବ ବୋଲି, ସୂଚନାଧିକାରକର୍ମୀମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପରିତାପର ବିଷୟ, ଏଠାରେ କେନ୍ଦ୍ର ସରକାରଙ୍କ ଇ ମାର୍କେଟିଙ୍ଗ ପୋର୍ଟାଲରେ ୧୬ ଟଙ୍କାରୁ ନୁନ୍ୟତମ ଦରରେ ମାସ୍କ ଥିଲେ ମଧ୍ୟ , ରାଜ୍ୟ ସରକାର ଏହି ପୋର୍ଟାଲରୁ କିଣିବା କିମ୍ବା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କିଣା ଦରରେ ମାସ୍କ କିଣିବା ପାଇଁ ଆନ୍ତରିକତା ନ ଥିଲା  । ହୁଏତ ଯଦି ରାଜ୍ୟ ସରକାର ଚାହିଁଥାନ୍ତେ, ତେବେ ଏହାକୁ ଟେଣ୍ଡର ମାଧ୍ୟମରେ କିଣି ପାରି ଥାନ୍ତେ, ହେଲେ ସେପରି କିଛି ହୋଇ ନ ଥିଲା ।   ଯେତେବେଳେ ରାଜ୍ୟ ଔଷଧ ନିଗମର ନିର୍ଦ୍ଦେଶନାମା ତା୦୬/୦୪/୨୦ରିଖ ଅନୁଯାୟୀ, ବିଡରମାନଙ୍କୁ ମାସ୍କ ପିଛା ଦଶ ଟଙ୍କାରେ କିଣିବା ପାଇଁ ଇଛା ପ୍ରକାଶ କରିଥିଲେ, ସେ କିପରି  ପର୍ଚେସ କମିଟି ଦ୍ୱାରା ୧୬ ଟଙ୍କାରେ କିଣିବା ପାଇଁ ଆଗ୍ରହ ପ୍ରକାଶ କଲେ, ତାହା ଉତ୍ସୁକତାର ବିଷୟ ଅଟେ । ଅନ୍ୟ ଏକ ଚଂଚକତାର ବିଷୟ ଏହି କି,  ରାଜ୍ୟ ଔଷଧ ନିଗମ  ମାସ୍କ କିଣିବା ବାବଦରେ ତିନି ତିନି ଥର ଟେଣ୍ଡର ଡକାଇ, ଏହାକୁ ଖାରଜ କରିଥିଲେ । ଏତଦ୍ ବ୍ୟତୀତ ନିଗମର କିଣା ବିକା କରିବା ପାଇଁ ଏକ କମିଟି କରାଯାଇଛି ଏବଂ  ଏହାର ନିର୍ଦ୍ଦେଶିକା  ଭାବରେ ଯାମିନୀ ଷଡଙ୍ଗୀ ମଧ୍ୟ କାମ କରୁଛନ୍ତି  ।  କିନ୍ତୁ  ଏକ କମିଟି ଥିଲେ ମଧ୍ୟ,ଉକ୍ତ କମିଟି ବାହାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୫ଟି ସଚିବ ପାଣ୍ଡିଆନଙ୍କ ଦ୍ୱାରା ଏକ ସ୍ବତନ୍ତ୍ର  କମିଟି କରାଗଲା । ଯେଉଁଥିରେ  ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେମନ୍ତ ଶର୍ମାଙ୍କୁ ମୁଖ୍ୟ ଦାୟିତ୍ୱ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ,ଟୁକୁନି ସାହୁ,ପ୍ରତାପ ଜେନା ଏବଂ ସୁଦାମ ମାରାଣ୍ଡି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । କିନ୍ତୁ, ଶ୍ରୀଯୁକ୍ତ ଶର୍ମାଙ୍କର ଅଭିଜ୍ଞତା ଅନୁଯାୟୀ, ପୂର୍ବରୁ ସେ ଶକ୍ତି ଏବଂ ଶିଳ୍ପ ବିଭାଗରେ ଥିଲେ ମଧ୍ୟ କିପରି ତାଙ୍କୁ  ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ପ୍ରଦାନ କରାଗଲା, ଏହା ପରିତାପର ବିଷୟ ଅଟେ  ।  ଯାହାଫଳରେ ଏଥିରେ ଅନେକ ଦୁର୍ନିତୀ ଗନ୍ଧ ବାରି ହୋଇପଡୁଛି । ଏଥିରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଯୁକ୍ତି ପ୍ରଦାନ କରା ନ ଯାଇ କୋଟି କୋଟି ଟଙ୍କାର ହରିଲୁଟ୍ କରା ଯାଇଛି , ବୋଲି ସୂଚନାଧିକାରକର୍ମୀମାନେ ଅଭିଯୋଗ ପତ୍ରରେ ପ୍ରକାଶ କରିଛନ୍ତି । ପରିଶେଷରେ ଏହି ମାସ୍କ କିଣିବା ବାବଦରେ, ରାଜ କୋଷରୁ ଦୁଇ କୋଟି ୬୦ ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ଦର୍ଶାଯାଇ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ୫ଟି ସଚିବ କାର୍ତିକେୟନ ପାଣ୍ଡିଆନ ଏବଂ ହେମନ୍ତ କୁମାର ଶର୍ମାଙ୍କ ନାମରେ ଏତଲା ଦିଆଯାଇଛି  । ଏହି ଏତଲା ପ୍ରଦାନ ସମୟରେ ସୂଚନାଧିକାରକର୍ମୀ ସୁଧିର ମହାନ୍ତି,ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ,ଜିତେନ୍ଦ୍ର ସାହୁ ଏବଂ ରଂଜୁଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........