କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ସାମାଜିକ କର୍ମୀ
IYA NEWS (କଂଟାପଡା/ ନିଆଳୀ) ତା୧୧/୦୬/୨୦୨୦ରିଖ ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । ଏହି ସାଂପ୍ରତିକ ପରିସ୍ଥିତିରେ ସାମାଜିକ ସଚେତନତା ସୃଷ୍ଟି କରିବା ଦିଗରେ ଓଲଟପୁର ପୋଲିସ ଅନ୍ୟତମ ଭୂମିକା ନିର୍ବାହ କରିଛିି । ଏହି ପରିପ୍ରେକ୍ଷୀରେ ଆଜି ସାମାଜିକ ସଂଗଠନ ଅଭିମନ୍ୁ୍ୟ ତରଫରୁ ଓଲଟପୁର ଥାନା ଆଇ.ଆଇ.ସି ଚିନ୍ମୟୀ ସାହୁଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଛି । ବିଶେଷ କରି କରୋନାକୁ ପ୍ରତିହତ କରିବା ପାଇଁ ଜନ ସାଧାରଣ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହେଲେ ହଁ ଓଲଟପୁର ପୋଲିସ ବିଭିନ୍ନ ଅଂଚଳରେ ମାସ୍କ ତବଖି କରିବା ସହିତ ଏହି ଦିଗରେ ବି ସଚେତନତା ସୃଷ୍ଟି କରିଛି ବୋଲି ସମ୍ମାନିତ ସମୟରେ ଏହି ସଂଗଠନର ସଭାପତି ଅଭିମନୁ୍ୟ ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ସେହିପରି ଭାବରେ କରୋନାକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ନିଆଳୀ ଥାନାର ଅନ୍ୟତମ ଭୂମିକା ପାଇଁ ,ଏହ ିଥାନାର ଆଇ.ଆଇ.ସି ବିଜୟ କୁମାର ମଲ୍ଲିକଙ୍କୁ କରୋନା ଯୋଦ୍ଧା ଭାବରେ ସଂଗଠନର ସଭାପତି ଶ୍ରଯୁକ୍ତ ମଲ୍ଲିକ ସମ୍ମାନିତ କରିବା ସମୟରେ ସମାଜସେବୀ ନିରଂଜନ ଭୋଇ ଏବଂ ତ୍ରିଲୋଚନ ବେହେରା ପ୍ରମୁଖ ସମ୍ମାନିତ କରିଥିଲେ । 

No comments:
Post a Comment
ହୃଦୟର ଶରଧା ସହିତ...........