ମନରେଗା ଯୋଜନା ଦିଶାହୀନ,ଧାରଣା ହେତୁ ସାମାଜିକ କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ମନରେଗା ଯୋଜନା ଦିଶାହୀନ
ଧାରଣା ହେତୁ ସାମାଜିକ କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

(ବାଙ୍କୀ) ତା:୦୩/୦୬/୨୦ରିଖ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ  ଯୋଜନା ୨୦୦୫ରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି  । ଏପରି କି ଶ୍ରମିକମାନଙ୍କୁ  ବାର୍ଷିକ ଏକ ଶହ ଦିନ ଶ୍ରମ ଦିବସ ଥିବା ସମୟରେ, ମହାମାରୀ କରୋନା  ପରିପ୍ରେକ୍ଷୀରେ  ଏହାକୁ ଦୁଇ ଶହ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ମାତ୍ର ପରିତାପର ବିଷୟ, କେତେକ ସ୍ଥାନରେ ପ୍ରଶାସନର ଆନ୍ତରିକତା ଅଭାବ ହେତୁ, ଚଂଚକତା ପୂର୍ବକ ଶ୍ରମିକମାନଙ୍କୁ କାମ  ନ କରାଇ, ବେଆଇନ ଭାବରେ ମେସିନ ମାଧ୍ୟମରେ କାମ କରା ଯାଉଛି  । ନିୟମାନୁଯାୟୀ  ସରକାରୀ କାମ ପୂର୍ବରୁ ,ସେଠାରେ ସୂଚନା ଫଳକ  ପ୍ରଦର୍ଶନ ପୂର୍ବକ ଶ୍ରମିକମାନଙ୍କ ଦ୍ୱାରା କାମ କରାଇବା ପାଇଁ ନିର୍ଦ୍ଦେଶ ଅଛି  । ମାତ୍ର ଉକ୍ତ କାମରେ ଶ୍ରମିକମାନଙ୍କୁ ନିୟୋଜିତ ନ କରି , କେବଳ ଶ୍ରମିକମାନଙ୍କ ଫଟୋ ଉଠାଇ ମେସିନ ଦ୍ୱାରା କାମ କରା ଯାଉଛି  ଏବଂ   ସରକାରୀ ବାବୁ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଦ୍ୱାରା ଶ୍ରମିକମାନଙ୍କ ସ୍ବାର୍ଥକୁ ଜଳାଜଂଳି ଦିଆ ଯାଉଛି ବୋଲି ସାମାଜିକ କର୍ମୀ ସଂଜୟ ସାହୁ ପ୍ରକାଶ କରିଛନ୍ତି  । 
     ପ୍ରକାଶ୍ୟ  ଏହିକି,   ବାଙ୍କୀ ବ୍ଲକର ବିଭିନ୍ନ ଅଂଚଳରେ  ଶ୍ରମିକମାନଙ୍କୁ କାମରେ ନ ଲଗାଇ, ମେସିନ ଦ୍ୱାରା କାମ କରାଯାଉଥିବା ଏବଂ ବିଭିନ୍ନ ଅନିୟମିତତା ହେତୁ ଗତ ତା ୦୧/୦୬/୨୦୨୦ରିଖରେ ବାଙ୍କୀ ବ୍ଲକ ସମ୍ୁଖରେ ଶ୍ରୀଯୁକ୍ତ ସାହୁଙ୍କ ସମତେ ଯୋଗୀରାଜ ସାହୁ ଓ ଶରତ ବେହେରା ପ୍ରମୁଖ ଧାରଣା ପ୍ରଦର୍ଶନ କରିଥିଲେ । ଏହା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ମାଧ୍ୟମରେ  ସଚିବ, ପଂଚାୟତ ରାଜ ବିଭାଗକୁ  ଦାବୀ ପତ୍ର ପ୍ରଦାନ କରିଥିଲେ  । ମାତ୍ର ପରିତାପର ବିଷୟ, ଏହି ଧାରଣା ହେତୁ, ଗତ ତା;୦୨/୦୬/୨୦ରିଖ ଦିନ ସଂଧ୍ୟା  ୫ ଘଟିକା ୩୦ ମିନିଟ ସମୟରେ ଆକ୍ରୋଶ ମୂଳକ ଭାବରେ କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ ଶବର ସାହି ସରପଂଚଙ୍କ ସ୍ବାମୀ ଟୁକୁନା ଦେହୁରୀ,ସୁଦର୍ଶନ ଦେହୁରୀ,ନିରୁ ଦେହୁରୀ,ଭିକା ଦେହୁରୀ ଏବଂ କୋଡିଏ ଜଣ ସମେତ ସାମାଜିକକର୍ମୀ ଶ୍ରୀଯୁକ୍ତ ସାହୁଙ୍କ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଠେଲା ପେଲା କରିବା ସହିତ ହାତ ଉଠାଇ ମାଡ ମାରିଥିଲେ  । କାହିିଁକି ପ୍ରତିବାଦ କଲୁ ବୋଲି କହି,  ବମ୍ ପକାଇ ଉଡାଇ ଦେବାକୁ ଧମକ ଦେଇଥିଲେ । ଆଜି ନିଜର ଏବଂ ପରିବାରର ସୁରକ୍ଷା ଦାବୀ କରି, ବୈଦେଶ୍ୱର ଥାନାରେ ଏତଲା  ଦେବା ସମୟରେ ସାମାଜିକକର୍ମୀ ଶ୍ରୀଯୁକ୍ତ ସାହୁ ଉଲ୍ଲେଖ କରିଛନ୍ତି ।   ତେବେ  ଖବର ଲେଖା ହେବା ପର୍ଯ୍ୟନ୍ତ, ବୈଦେଶ୍ୱର ଥାନା ଆଇ.ପି.ସି. ୧୮୬୦ ଧାରା ଅନୁଯାୟୀ ୩୪୧,୨୯୪,୩୨୩,୩୫୪,୫୦୬ ଏବଂ ୩୪  ଦଫା ଦ୍ୱାରା ଏକ ମାମଲା ରୁଜୁ କରିଅଛି  । ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ  ।

IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........