ଋାସ୍ତା ନିର୍ମାଣ ପାଇଁ ଗଣ ଧାରଣା,ପ୍ରଶାସନିକ ଅଧିକାରୀଙ୍କ ଗ୍ରାମ ପରିଦର୍ଶନ

ଋାସ୍ତା ନିର୍ମାଣ ପାଇଁ ଗଣ ଧାରଣା,ପ୍ରଶାସନିକ ଅଧିକାରୀଙ୍କ ଗ୍ରାମ ପରିଦର୍ଶନ

     IYA NEWS (ବାରଙ୍ଗ)ତା:୨୩/୦୬/୨୦ରିଖ ରାଜ୍ୟ ସରକାର ଓଡିଶାର ପ୍ରଗତି ଶୀର୍ଷରେ ବୋଲି ବିକାଶନ୍ମୋଖୀ ନାରା ଦେଇ ବାହା ବା ନେଉଛନ୍ତି । ମାତ୍ର ପରିତାପର ବିଷୟ, ରାଜଧାନୀର ତିରିଶ କିଲୋମିଟର ଦୂରତାରେ ଥିବା ବାରଙ୍ଗ ବ୍ଲକ ଖଲର୍ଦ୍ଦା ଗ୍ରାମ ପଂଚାୟତସ୍ଥିତ ସିଂଘୋଳ ଗ୍ରାମର ବିକାଶ, ଦୀପ ତଳ ଅନ୍ଧାର ପରି ରହି ଯାଇଛି  ।  ଗମନାଗମନ ପାଇଁ ଭଲ ରାସ୍ତା ନଥିବାରୁ, ବର୍ଷା ଦିନେ ଆଣ୍ଠୁଏ ବହଳର କାଦୁଅ ହେତୁ ପ୍ରସୂତୀ କିମ୍ବା ରୋଗୀମାନଙ୍କୁ  ଖଟିଆରେ କିମ୍ବା ଟେକି ଟେକି ନେବା ପାଇଁ ପଡିଥାଏ  । ଏହି ପରିପ୍ରେକ୍ଷୀରେ ଗତ ତା: ୧୬/୦୬/୨୦ରିଖରେ,  ସିଂଘୋଳ ଗ୍ରାମର  ମୁକ୍ତାମଣି ମନ୍ଦିର ଠାରୁ  କୋଚିଲେଇ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ୍  ଢଳେଇ ରାସ୍ତା ନିର୍ମାଣ ଏବଂ ପ୍ରଶାସନିକ ଅଧିକାରୀଙ୍କ ଗ୍ରାମ ପରିଦର୍ଶନ କରିବାକୁ ଦୁଇ ଦଫା ଦାବୀରେ ଅନଶନ ଏବଂ ଗଣ ଧାରଣା ପ୍ରଦର୍ଶନ କରିବା ପାଇଁ ଦରଖାସ୍ତ ପ୍ରଦାନ କରା ଯାଇଥିଲା  । ତେବେ ଦରଖାସ୍ତ ପ୍ରଦାନ ପରେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନଥିଲା  । ବରଂ  ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇ, ଉକ୍ତ ଗ୍ରାମରେ ୧୪ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ଗଣ ମାଧ୍ୟମରେ ଦର୍ଶା ଯାଇଥିଲା । 
ତେବେ ଆଜି ସାମାଜିକ ସଂଗଠନ ଅଭିମନୁ୍ୟର ଆବାହକ ଅଭିମନୁ୍ୟ ମଲ୍ଲିକଙ୍କ ନେତୃତ୍ୱରେ ସିଂଘୋଳ ଗ୍ରାମବାସୀ ସମେତ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଗଣ ଧାରଣ ଏବଂ ଅନଶନ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଗଲୱାନ ଘାଟୀ ପାଇଁ ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତିଚାରଣ କରା ଯାଇଥିଲା  । ପରେ ପରେ ସିଂଘୋଳ ୧୫ ନଂ ଓା୍ୱର୍ଡର ଦଳିତ ଅଧିବାସୀମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଦିନ ପ୍ରାୟ ଏକ ଘଟିକା ସୁଦ୍ଧା ଏକ ପ୍ରଶାସନିକ ପ୍ରତିନିଧି ଦଳ ଭାବରେ  ବାରଙ୍ଗ ତହସିଲଦାର ଚୌଧୁରୀ ସେବନ୍ତ କୁମାର ଦାସ, ବାରଙ୍ଗ ବ୍ଲକ ଉନୟନ ଅଧିକାରୀ ପ୍ରଭାକର ପଣ୍ଡା, ଅତିରିକ୍ତ ବ୍ଲକ ଉନୟନ ଅଧିକାରୀ ବିଜୟ କେତନ ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ  ଡି. ଅଶୋକ ପ୍ରମୁଖ ଧାରଣାସ୍ଥଳରେ ପହଂଚି ଧାରଣାରତ ଶ୍ରୀଯୁକ୍ତ ମଲ୍ଲିକ ଏବଂ ଜନ ସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।  ଏହାପରେ ସିଂଘୋଳ ଗ୍ରାମ୍ୟ ପରିଦର୍ଶନରେ ଯାଇଥିଲେ । ଗନ୍ଧର୍ବ ବେହେରା ଘର ଠାରୁ ନୃସିଂହନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ତରଫରୁ ଚାରି ଲକ୍ଷ ଟଙ୍କାର ରାସ୍ତା କାମ ପାଇଁ ବ୍ୟୟ ବରାଦ କରାଯାଇଥିଲା ।  ଏତଦ୍ ବ୍ୟତୀତ ଲୋକମାନେ ପ୍ରଶାସନିକ ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । ପରିଶେଷରେ  ବାରଙ୍ଗ ବ୍ଲକ ଉନୟନ ଅଧିକାରୀ ପ୍ରଭାକର ପଣ୍ଡାଙ୍କ ଜରିଆରେ ଜିଲ୍ଲାପାଳ କଟକଙ୍କୁ ଦାବୀ ପତ୍ର ଲାଗିଥିଲା ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........