ଯୌତୁକ ଜୁଇରେ ବଳି ପଡିଲେ ରୋଜାଲିନ୍, ତିନି ଜଣ କୋର୍ଟ ଚାଲାଣ

IYA NEWS (କଂଟାପଡା)ତା ୦୯/୦୬/୨୦୨୦ରିଖ ଆଜି ତା ୦୮/୦୬/୨୦୨ରିଖ ,ସକାଳ ଦଶ ଘଟିକା । “ଆଉ ସହି ପାରିବି ନି   । ରକ୍ତ ମାଂସର ଶରୀର ହୋଇ କେତେ ଗଂଜଣା ସହିବ  । କେତେ କଥା ଶୁଣିବ  । ତମେ ଜଲଦି ଆସିବ   ।” ଏମିତି  ଶେଷ କେଇ ପଦ   କଥା ଥିଲା ରୋଜାଲିନ୍ ଦାସ (୩୦ ବର୍ଷ)ଓରଫ ଟିକିଲିଙ୍କର କେଇ ପଦ କଥା ଥିଲା  ସ୍ବାମୀ ଶ୍ରୀଧର ମହାନ୍ତିଙ୍କ ସହିତ  । ହେଲେ ବିଧିର ବିଧାନ ଥିଲା ବିଚିତ୍ର  । ଅପରାହ୍ନ ଚାରିଟା ସୁଦ୍ଧା  ପୁନଃ ଶ୍ରୀଧର ମହାନ୍ତିଙ୍କ ନିକଟକୁ ଫୋନ୍ କଲେ .ତାଙ୍କର ବାପା ବାସୁଦେବ ମହାନ୍ତି । “ବୋହୁ ଦେହ ଖରାପ ଅଛି  । ବସିଲା ଠାରୁ ଉଠି କି ଆସିବ”ୁ  । ହେଲେ ଶ୍ରୀଧର ମହାନ୍ତି ଘରେ ପହଂଚିଲା ବେଳକୁ ସବୁ କିଛି ସରି ଯାଇଥିଲା  । ଖଟ ଉପରେ ପଡି ରହିଥିଲା  ରୋଜାଲିନ୍ ଦାସଙ୍କ ମୃତ ଦେହ  । ରୋଜାଲିନଙ୍କ ଶାଶୁ, ଶଶ୍ୱର ଏବଂ ନଣନ୍ଦ ସଫେଇ ଦେଲେ ଯେ, ରୋଜାଲିନ ଫ୍ୟାନରେ  ଓନି ଲଗାଇ ଆତ୍ମ ହତ୍ୟା କରିଛି  ।  ସଂଗେ ସଂଗେ ଥାନାକୁ ମଧ୍ୟ ଖବର ଦିଆଗଲା  । ରୋଜାଲିନର ବାପା ବିଜୟ କୁମାର ଦାସ ମଧ୍ୟ ସେଠାରେ ପହଂଚି, ଏହା ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଥାନାରେ ଏତଲା ଦେଲେ । ଗୋବିନ୍ଦପୁର ଥାନା ଭାରପ୍ରାପ୍ତ ଅଧିକାରୀ ମାନସ କୁମାର ମିଶ୍ର ସଦଳବଳେ ଆସି ଅପରାହ୍ନରେ ତଦନ୍ତ ଆରମ୍ଭ କଲେ  । ମାତ୍ର ସମୟ ସନ୍ଧ୍ୟା ହୋଇଯାଇଥିବାରୁ କିଛି ଫଳ ପ୍ରଦହୋଇ ପାରି ନ ଥିଲା  । ସାରା ଖେରସ ଗ୍ରାମରେ ଉତେଜନା ଲାଗି ରହିଥିଲା  ଏବଂ ରାତି ସାରା ଶବକୁ ପୋଲିସ ମାନେ ଜଗି ରହିଥିଲେ  ।  ଏପରି କି ଉକ୍ତ  ଘଟଣାର ଭିଡିଓ ସୁଟିଂକୁ ନେଇ ସାରା ରାତି ଉତେଜନା  ପ୍ରକାଶ ପାଇଥିଲା  । ଏମିତି କି ଅଡଶପୁର ପୋଲିସ ଉପ ବିଭାଗୀୟ ଅଧିକାରୀ  ସୁବାସ ଚନ୍ଦ୍ର ପଣ୍ଡାଙ୍କ  କାର୍ଯ୍ୟାଳୟରେ ଲୋକମାନେ ହୋ ହଲ୍ଲା କରିଥିଲେ  । ପରିଶେଷରେ  ସକାଳ ନ ଘଟିକା ସୁଦ୍ଧା ଉପ କଂଟାପଡା ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ସାହୁ,ବିଭାଗୀୟ ଅଧିକାରୀ  ସୁବାସ ଚନ୍ଦ୍ର ପଣ୍ଡା, ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର ମିଶ୍ର ଏବଂ ପୋଲିସ ସାଇଂଟିଫିକ୍ ଟିମ୍ଙ୍କ ଉପସ୍ଥିତିରେ ତଦନ୍ତ ହେବା ସହିତ ଘଟଣାର ଛାନ୍ ଭିନ୍ ଆରମ୍ଭ ହେଲା  । ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡୁଥିଲା  । ଶାଶୁଘର ଲୋକମାନେ  ରୋଜାଲିନ ଫ୍ୟାନରେ  ଏକ କଳା ଓଢଣୀ ଲଗାଇ ଆତ୍ମ ହତ୍ୟା କଥା, କହୁଥିଲା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡୁଥିଲା । ପ୍ରଥମତଃ. ଯଦି ରୋଜାଲିନ୍ କଳା ଓଢଣୀ (ଓନି)ରେ ଫ୍ୟାନ  ସହିତ ଆତ୍ମ ହତ୍ୟା କରିଥାନ୍ତେ, ତେବେ  ସେ କବାଟ ଦେଇ ଆତ୍ମ ହତ୍ୟା କରି ଥାନ୍ତେ,  ପରିଶେଷରେ କବାଟକୁ କୌଣସି ଶକ୍ତ ଆଘାତ କିମ୍ବା ଭଙ୍ଗାଯାଇ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥାନ୍ତା, ହେଲେ  ସେପରି କିଛି  ଦୃଶ୍ୟମାନ ହୋଇ ନ ଥିଲା  । ଦ୍ୱିତୀୟତଃ ରୋଜାଲିନଙ୍କ ମୃତୁ୍ୟ ଖବର ପ୍ରାୟ  ମଧ୍ୟାହ୍ନ ତିନି ଘଟିକାରୁ ସାଢେ ତିନି ଘଟିକା ମଧ୍ୟରେ ଜଣା ପଡିଥିଲେ ମଧ୍ୟ, ଘରେ ଶାଶୁ, ଶଶ୍ୱୁର ଏବଂ ନଣନ୍ଦମାନେ ଘରେ ଉପସ୍ଥିତ ଥିବାରୁ କିପରି ସମ୍ଭବ ହେଲା ?  ଏତେ ବଡ ଘଟଣା ଘଟିଯାଇଥିଲେ ମଧ୍ୟ ତାଙ୍କର ତିନୋଟି ଘର ଲଗା ଲଗି ହୋଇଥିଲେ ମଧ୍ୟ ସେମାନେ ଜାଣି ପାରିଲେନି କିପରି ? ବରଂ  ଚଂଚକତା ଭାବରେ ଶାଶୁ ଘର ଳୋକେ, ରୋଜାଲିନର ଶବ ଓହଳିଥିବା ସମୟରେ ଉଦ୍ଧାର କରିଥିବା ସମୟରେ, ଏକ ଦାଆ ଏବଂ କଳା ରଙ୍ଗର ଓନିକୁ  ପୋଲିସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ତେବେ ରୋଜାଲିନଙ୍କ ବାପା ବିଜୟ କୁମାର ଦାସଙ୍କ କହିବା ମୁତାବକ, ଯେତେବେଳେ, ଝିଅର ମୃତ ଦେହ ଦେଖିଥିଲେ,ଖଟ ଉପରେ ପଡିଥିବା ବେଳେ କୌଣସି କଳା ଓନି କିମ୍ବା ଦାଆ ଦେଖି ନ ଥିଲେ  । ତେବେ ଏହା ଆସିଲା କିପରି ବୋଲି ପ୍ରଶ୍ନ କରିଥିଲେ, ଯାହା ଏପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି  । 
ଫୋରେନସିକ୍ ଟିମ୍  ତଦନ୍ତ  କରିବା ସହିତ କାନୁନୀ ଯାଂଚ  ସମୟରେ ମୃତକୀ ରୋଜାଲିନର ଶବରୁ ଜଣା ଜଣାଯାଏ ଯେ, ରୋଜାଲିନର ଦେହରେ ଅନେକ ସ୍ଥାନରେ ଇଷତଃ  ଲାଲ୍ ରଂଗର ଚିହ୍ନ ରହିଅଛି  ।  ଏତଦ୍ ବ୍ୟତୀତ ତାଙ୍କର ପିଚାର ଉପରିଭାଗରେ ଏକ କ୍ଷତ ସ୍ଥାନ ପରି ଦେଖା ଯାଉଛି  । ମୁଖତଃ ମୃତକୀର ଡାହାଣ ପାଖ କାନରୁ ବେକର ତଳ ପାଶ୍ୱର୍ ଦେଇ, ଗଭୀର ଦାଗ   ଦର୍ଶାଯାଉଛି  । ଯାହାକି ଏଠାରେ ଶାଶୁ ଘର ଲୋକ ଓନି ଲଗାଇ ଆତ୍ମ ହତ୍ୟା କହୁଥିବା ସମୟରେ, ରୋଜାଲିନକୁ ପ୍ରବଳ ମାଡ ମାରିବା ସହିତ ତକିଆରେ ଚାପି ଶ୍ୱାସରୁଦ୍ଧ କରାଯାଇ ମରାଯାଇଛି  କିମ୍ବା  ସେଇ କଳା ଓଢଣୀ ଦ୍ୱାରା ବେକରେ  ଚାପି ମାରିଦିଆଯାଇଛି ବୋଲି ଆମର କ୍ୟାମେରା ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଯାହା ହେଉନା କାହିଁକି, ଏପରି ଏକ ଅପମୃତୁ୍ୟ ପଛରେ ଏକ ବିରାଟ ଷଡଯନ୍ତ୍ର ରହିଛ,ି ତାହା ଅତୁ୍ୟକ୍ତି ହେବ ନାହିଁ  । ଏହି  ମୃତୁ୍ୟକୁ ନେଇ, ଗୋବିନ୍ଦପୁର ପୋଲିସ ଏକ ଅପମୃତୁ୍ୟ ମାମଲା ୫୧/୨୦୨୦ ରୁଜୁ କରି  ମୃତକୀର ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛନ୍ତି  ।  ଏହା ସଂଗେ ସଂଗେ ଘଟଣା ସ୍ଥଳରୁ ଏକ ଡାଇରୀ, କଳା ଓନି, ଏକ ଦାଆ ଏବଂ  ଏକ ଗୋଲପୀ ରଙ୍ଗର ବଲ୍ ପେନ୍ ଜବତ କରିଛି  ।  ତଦନ୍ତ ସମୟରେ ,ମୃତକୀ ଏକ ଲାଲ୍ କଳା ଛିଟା ଶାଢୀ, ରଙ୍ଗିଣୀ ରଙ୍ଗର ବ୍ଲାଉଜ୍ ଏବଂ କଫି ରଙ୍ଗର ପ୍ୟାଂଟି ପରିଧାନ କରିବା ସହିତ ସ୍ବଳ୍ପ ଆଭରଣ ପିନ୍ଧିଥିଲେ । ମୃତକୀଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ  ।
ଏହି ଘଟଣାର ପୂର୍ବାଭାଷରୁ ଜଣା  ଜଣାଯାଏ ଯେ,  କଂଟାପଡା ବ୍ଲକ ଗୋବିନ୍ଦପୁର ଥାନାର ବଡବିଲର  ବିଜୟ କୁମାର ଦାସଙ୍କ ବଡ ଝିଅ ରୋଜାଲିନ୍ ମହାନ୍ତି ଏବଂ  ଉକ୍ତ ଅଂଚଳର ବ୍ରାହ୍ମଣସାଇଲୋ ଗ୍ରାମ ପଂଚାୟତ ଖେରସ ଗ୍ରାମର ବାସୁଦେବ ମହାନ୍ତିଙ୍କ ପୁଅ ଶ୍ରୀଧର ମହାନ୍ତିଙ୍କ ସହିତ  ତା୦୪/୦୬/୨୦୧୭ରିଖ ଦିନ ବୈଦିକ ରୀତିରେ ବିଭାଘର ହୋଇଥିଲା । ବିଭାଘର ସମୟରେ ଯୌତୁକ ବାବଦକୁ ଷାଠିଏ ହଜାର ଟଙ୍କା, ପାଂଚ ଭରି ସୁନା ଅଳଙ୍କାର, ଚାରି ଭରି ରୂପା ଏବଂ ବିଭିନ୍ନ ଆସବାପତ୍ର ପ୍ରଦାନ କରିଥିଲେ  । ମାତ୍ର ପରିତାପର ବିଷୟ,  ବିଭାଘରର କିଛି ବର୍ଷ ପରେ ରୋଜାଲିନଙ୍କ ବାପଘରୁ ଆଉ   ପଚାଶ ହଜାର ଟଙ୍କା ଆଣିବା ପାଇଁ ଚାପ ପକାଉଥିଲେ  । ଏପରିକି ବିଭିନ୍ନ ସମୟରେ ରୋଜାଲିନଙ୍କୁ ଶାରିରୀକ  ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ  । ବିଭିନ୍ନ ସମୟରେ  ରୋଜାଲିନଙ୍କ ପରିବାରଙ୍କ ପରିବାରରେ ପାରିବାରକି ମନୋମାଳିନ୍ୟ ମଧ୍ୟ ଲାଗି ରହୁଥିଲା । ତେବେ ଏହି ହତ୍ୟାକାଣ୍ଡରେ ଦୋଷୀମାନଙ୍କୁ ବିହିତ ଦୋଷ ଦଣ୍ଡ ବିଧାନ ସହିତ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ଦିଆ ଯାଉ ବୋଲି ଅତ୍ୟନ୍ତ କ୍ଷୋଭର ସହିତ ରୋଜାଲିନଙ୍କ ବାପା ବିଜୟ କୁମାର ଦାସ ମତବ୍ୟକ୍ତ କରିଛନ୍ତି । ପରିଶେଷରେ  ଘଟଣାରେ ସଂପୃକ୍ତ  ଶାଶୁ ସଂଯୁକ୍ତା ମହାନ୍ତି,  ନଣନ୍ଦ ଇନ୍ଦୁ ପାତ୍ର ଏବଂ ଶଶ୍ୱୁର ବାସୁଦେବ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........