ସନ୍ତକ

ଲେଖୁନି ଗଣିତ,ଲେଖୁନି ସାହିତ୍ୟ            
ଲେଖୁଅଛି ଇତିହାସ,
ପ୍ରେମ କେବେ ଥିଲା କୁହୁଡିର ଘର,
କରିବନି ଉପହାସ । । 
ବଗ ଉଡିଗଲେ, ଆକାଶ ଛାତିରେ
ବଗୁଲି ଝରାଏ ଲୁହ,
ତୁମ କଥା ମୋର ମନେ ପଡିଗଲେ
ଅନ୍ତରୁ ଝରଇ କୋହ । ।
ଜୀବନ ପଥରେ ସାଥୀ ହେବା ପାଇଁ
ପଛକୁ ଅନାଅ ନାହିଁ,
ସମୟ ବିତିବ,ଭାବିବାକୁ ହେବ,
ସମୟ ମିଳିବ ନାହିଁ । । 
ସରି ସରି ଆସେ ଜୀବନ ପ୍ରଦୀପ,
ଲିଭି ଲିଭି ଆସେ ଆୟୁ,
ଏ ମାୟା ସଂସାରୁ ବିଦାୟ ପୂର୍ବରୁ 
ଏତିକି ସନ୍ତକ ଥାଉ । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........