ଅଭିଶପ୍ତା ଚିଙ୍ଗୁଡିଆ ନଈ

କଟକ ଜିଲ୍ଲା ଅଧିନସ୍ଥ ଅତୀତର ଚିଙ୍ଗୁଡିଆ ନଦୀଟି ଭୌଗଳିକ ଦୃଷ୍ଟି କୋଣରୁ ଏହା ଏକ ଶାଖା ନଦୀ ଅଟେ । ଦୁଇଟି ବ୍ଲକର ଆଠ ଗୋଟି ପଂଚାୟତର ଅଧିବାସୀମାନେ ଏହି ଜଳକୁ କୃଷିକାର୍ଯ୍ୟରେ ବିନିଯୋଗ କରୁଥିଲେ । ଏତ୍ଦ ବ୍ୟତୀତ  ଉକ୍ତ ଜଳକୁ  ପାନୀୟ ଜଳ ଭାବରେ ବ୍ୟବହାର କରିବା  ସହିତ ସ୍ନାନ ଶୌଚାଦିରେ ବ୍ୟବହାର କରୁଥିଲେ । ମାତ୍ର ପରିତାପର ବିଷୟ,ବର୍ତମାନ ଉକ୍ତ  ନଇଟି କଲିକତି ଦଳ, ଓ ନାନାଦି ଗୁଳ୍ମ ଲତାରେ ପରିପୂର୍ଣ୍ଣ ହୋଇ ପ୍ରଦୂଷିତ ହୋଇ ଯାଇଅଛି  । ତେବେ ୨୦୧୪ ମସିହା ପର ଠାରୁ ଅବଗତ ହେଲୁକି, ଏହା ଡ୍ରେନେଜ୍ ବିଭାଗକୁ ଯାଇଅଛି  ।  ଏହି ଡ୍ରେନେଜ୍ଟି ଜରିପଡା-ତେଲିଜୋରି ଭାବରେ  ଡ୍ରେନେଜ୍ ଅଧିନରେ ଯାଇଅଛି । ଏହି ପ୍ରରିପ୍ରେକ୍ଷୀରେ ବିଗତ ଦୁଇ ବର୍ଷ ପୂର୍ବେ ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ  ସୁଚନାଧିକାରକର୍ମୀ  ଭାଇ ବସନ୍ତ ଜେନାଙ୍କ ସହିତ ଆଲୋଚନା ହୋଇଥିଲା । ପରେ ପରେ  ଉକ୍ତ ସମସ୍ୟା ସଂପର୍କରେ କୌଣସି ଏକ ପଦକ୍ଷେପ ଗ୍ରହଣ କରିବା ପ୍ରରିପ୍ରେକ୍ଷୀରେ  ଆମର ପ୍ରେରଣାଦାତା ତଥା ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସହିତ ଆଲୋଚନା ହୋଇଥିଲା । ପ୍ରଦୀପ ଭାଇଙ୍କ ପରାମର୍ଶକ୍ରମେ ନଇର  ବିଭିନ୍ନ  ସମସ୍ୟା ସଂପର୍କରେ ତା୨୧/୦୩/ ୨୧ରିଖରେ ଜିଲ୍ଲାପାଳ କଟକଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲୁ । ପରେ ପରେ ଉକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ସମସ୍ୟା ସଂପର୍କିତ ସାକ୍ଷାତରେ ମଧ୍ୟ ଆଲୋଚନା ହେବା ସହିତ ଫୋନରେ ବାରମ୍ବାର ବାର୍ତାଳାପ ହୋଇଥିଲା । ତେବେ ଉକ୍ତ ସମସ୍ୟାଗୁଡିକୁ ଅବଗତ କଲା ପରେ, ବିଭାଗୀୟ ଅଧିକାରୀ ଚଳିତ ମଇ-ଜୁନ୍  ମାସରେ ସଫା କରାଯିବ ବୋଲି ମୌଖିକରେ ସୂଚନା ପ୍ରଦାନ କରିଥିଲେ ।ଅଦ୍ୟାବଧି  ଉକ୍ତ ନଇଟି ସଫେଇ ନ ହେବା କାରଣରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଜଳାଭାବରୁ ଚାଷୀମାନଙ୍କର ଅନେକ ଅର୍ଥକାରୀ ଫସଲ ଉପôାଦନରେ ବାଧାପ୍ରାପ୍ତ ହେଉଅଛି  ଏବଂ  ମଶାମାଛି ସରୀସୃପମାନଙ୍କର ଉପଦ୍ରବ ଜନିତ ସମସ୍ୟାଗୁଡିକ ସୃଷ୍ଟି ହୋଇ ଜନ ସାଧାରଣଙ୍କର ଧନଜୀବନ କ୍ଷତି ହେଉଅଛି । ଏଣୂ ଆମ୍ଭେମାନେ ଅବଗତ କରୁକି, “ ଉକ୍ତ ନଇଟିକୁ ଚିଙ୍ଗୁଡିଆ ଦଳ ଗୁଳ୍ମାଦିମୁକ୍ତ କରି,ସଫା କରାଯିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉ । ଯଦି ଏ ସଂପର୍କରେ  ଆସନ୍ତା ଦିନରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଆପଣଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବୁ ।”  ଗତ କାଲି ଏ ସଂପର୍କରେ ଆମେ ମୁଖ୍ୟ ଯନ୍ତôୀ  ବାଲେଶ୍ୱର ନାଥ ସାହୁ, ଜଳ ନିକାସ, କଟକଙ୍କୁ  ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ ଦରଖାସ୍ତ ପ୍ରଦାନ କରିବା ସହିତ ଆଲୋଚନା କରାଯାଇଥିଲା । ଆଲୋଚନାକ୍ରମେ କଟକ ଜିଲ୍ଲା ନିକାସ ଗଣ୍ଡରପୁର ବାର୍ଷିକ ୫୦ ଲକ୍ଷରୁ ଷାଠିଏ  ଲକ୍ଷ ଟଙ୍କା ବ୍ୟୟ ବରାଦ ହେଊଥିଲା ବେଳେ,ଉକ୍ତ ଜଳ ନିକାସରେ ଜରିପଡା-ତେଲିଜୋରି ନିକାସ ପରି ୮ଟି ନିକାସ ରହିଛି  । ତେବେ ସରକାରୀ ନିର୍ଦ୍ଦେଶକ୍ରମେ  ବର୍ଷାଦିନେ ନଇରେ  ଅନେକ ସ୍ଥାନରେ ଦଳ ଲାଗିଯାଇଥିବାରୁ, ଉକ୍ତ ସଫେଇ କେବଳ ବର୍ଷା ଦିନେ ହୋଇପାରିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଏହି  ସଫେଇକୁ ସେମାନେ ଖରା ଦିନେ କରିଥାନ୍ତି  ବୋଲି ଶ୍ରଯୁକ୍ତ ସାହୁ ମଧ୍ୟ ପ୍ରକାଶ କରିଥିଲେ ।  ପରେ ପରେ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁଙ୍କ ନିର୍ଦ୍ଦେଶକ୍ରମେ ସନ୍ଦୀପ କୁମାର, ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ଯନ୍ତ୍ରୀଙ୍କ ଉପସ୍ଥିତିରେ  ଏକ ଆଲୋଚନା ମଧ୍ୟ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରଙ୍ଗ ବ୍ଲକରେ ଥିବା   ଜଳ ସମ୍ପଦ ବିଭାଗର କେତୋଟି ତୃଟିପୂର୍ଣ୍ଣ ପ୍ରକଳ୍ପ ସଂପର୍କରେ ବାର୍ତାଳାପ ହୋଇଥିଲା । ପରିଶେଷରେ  ଚିଙ୍ଗୁଡିଆ ନଇ ସହିତ ଅନ୍ୟ ପ୍ରକଳ୍ପଗୁଡିକର ପରିଦର୍ଶନ କରିବା ପାଇଁ ଶ୍ରୀଯୁକ୍ତ କୁମାର ଆସନ୍ତା ଶୁକ୍ରବାର ଦିନ ପରିଦର୍ଶନରେ ଆସିବେ ବୋଲି ପ୍ରକାଶ କରିଥିଲେ । ପରେ ପରେ  ଏହାର ଏକ କିତା ନକଲ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରିତ କରାଗଲା ।   ସୂଚନାଧିକାରକର୍ମୀ ବସନ୍ତ ଭାଇ ମଧ୍ୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ସୂଚନା ଅଧିକାର ଦରଖାସ୍ତ ଦାଖଲ ହେଲା ।    (ଆମ ଦୁହିଁଙ୍କ ସମାନ ପ୍ରଶ୍ନ କ୍ରମେ  ସୂଚନା ଅଧିକାର ଦରଖାସ୍ତ)

୧. ୨୦୧୨-୨୦୨୨ ଅବଧି ମଧ୍ୟରେ ଜରିପଡା-ତେଲିଜୋରି ଡ୍ରେନେଜ୍  ଉପରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି, ଏହାର ସବିଶେଷ ତଥ୍ୟ ସହିତ ମୁଖ୍ୟ ଡ୍ରେନେଜ ସହିତ ଶାଖା ଡ୍ରେନେଜ ଗୁଡିକର ନକ୍ସା ପ୍ରଦାନ କରାଯାଉ? 
୨. କେଉଁ କେଉଁ ଆର୍ଥକ ବର୍ଷରେ କେତେ ଟଙ୍କା ବ୍ୟୟ ହୋଇଅଛି  ଏବଂ କେଉଁ କେଉଁ କାରଣରୁ ବ୍ୟୟ ହୋଇଅଛି, ଯଥା ଚେକ୍ ଡ୍ୟାମ୍, ସେତୁ, ବନାବର ସଟର୍ ଏ ବଂ ଉଭୟ ବନ୍ଧ ବାଡ ଇତ୍ୟାଦି ।
୩.  ଯେଉଁ ସ୍ଥାନରେ ପ୍ରକଳ୍ପ ସମାପନ କରାଯାଇଛି, ଉକ୍ତ ସ୍ଥାନଗୁଡିକର ପ୍ରକଳ୍ପ ଜନିତ ପୂର୍ବାବସ୍ଥା ଏବଂ  ପରାବସ୍ଥାର ଫଟୋ କପି ପ୍ରଦାନ କରାଯାଉ ।
୪ .ଯେଉଁ ସ୍ଥାନମାନଙ୍କରେ ସେତୁ ଆରମ୍ଭ କଲେ,  ଏହାର ଚୟନ ଆଧାର ଜନିତ  କାଗଜାତପତ୍ର ବିବରଣୀ ପ୍ରଦାନ କରିବା ସହିତ ଏହାର ଫଟୋକପି ପ୍ରଦାନ କରାଯାଉ ।
୫.ଉକ୍ତ ଜରିପଡା-ତେଲିଜୋରି ଡ୍ରେନେଜରେ କେତେ ଜଣ କର୍ମଚାରୀ ନିଯୁକ୍ତି  ଅଛନ୍ତି ଏବଂ ସେମାନଙ୍କର ବୟସ ଶିକ୍ଷାଗତ ଯୋଗ୍ୟତା ଓ ବେତନର ବିବରଣୀ ପ୍ରଦାନ କରାଯାଉ ।






ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........