ରାଜ୍ୟ ସରକାରଙ୍କୁ ଅଦାଲତି ଶକ୍ତ ଚାପୁଡା

ରାଜ୍ୟ ସରକାରଙ୍କୁ  ଅଦାଲତି ଶକ୍ତ ଚାପୁଡା
ଆର.ଟି.ଆଇକୁ ଫେରିଲା ଭିଜିଲାନ୍ସ
 
ଦୀର୍ଘ ଛଅ ବର୍ଷର ମାମଲାର ଶୁଣାଣି କ୍ରମେ ଓଡିଶା ଉଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ଖଣ୍ଡପୀଠଙ୍କ ରାୟ କ୍ରମେ ଭିଜିଲାନ୍ସ ବିଭାଗକୁ ପୁନଃ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରାଯାଇଛି । ସମ୍ବିଧାନର ବିଜୟ ହୋଇଛି । ପ୍ରକାଶ୍ୟ ଯେ, ରାଜ୍ୟ ସରକାର ୨୦୧୬ ମସିହାରୁ ଭିଜିଲାନ୍ସ ବିଭାଗକୁ ସୂଚନା ଆଇନ ପରିସରରୁ ବାଦ୍ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ପୃଥକ ପୃଥକ ତିନୋଟି ଆବେଦନ କ୍ରମେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆବେଦନକାରୀ ଭାବରେ ସଙ୍ଗଠନର ଆବାହକ ପ୍ରଦୀପ କୁମାର ପ୍ରଧାନ ( କେସ୍ ନଂ-ଡବ୍ଲୁ.ପି.(ସି)ନଂ-୧୯୭୫୦/୨୦୧୬) ,ସୁବାସ କୁମାର ମହାପାତ୍ର( କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୪୨୮୬/୨୦୧୬)  ଓ ସୁଧାଂଶୁ କୁମାର ନନ୍ଦ ( କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୬୭୧୮/୨୦୧୬) ଙ୍କ ତରଫରୁ ଏକ ଜନ ସ୍ବାର୍ଥ ପିଟିସନ ଦାଖଲ କରିଥିଲେ । ଉକ୍ତ ଆବେଦନ ଗୁଡିକ ମଧ୍ୟରୁ ଯଥାକ୍ରମେ ରାଜ୍ୟ ସରକାରଙ୍କ ତରଫରୁ  ପ୍ରଦୀପ କୁମାର ପ୍ରଧାନଙ୍କ ପିଟିସନ୍ ବିରୁଦ୍ଧରେ ଏସ. ଏନ୍ ଦାସ  ଲଢୁଥିଲା ବେଳେ ସୁବାସ ମହାପାତ୍ର ବିରୁଦ୍ଧରେ ଏସ୍.ପି. ଦାସ ଲଢୁଥିଲେ । ଦୀର୍ଘ ଛଅ ବର୍ଷ ଅତିକ୍ରାନ୍ତ ପରେ ,ଏହି ଜନ ସ୍ବାର୍ଥ ସମ୍ବଳିତ ମାମଲାର ଶୁଣାଣି କରି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ୍୍ ମୁରଲୀ ଧରନ୍ ଓ ଆର୍ କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠର ନିର୍ଦ୍ଦେଶ କ୍ରମେ  ଅତି ସମ୍ବେଦନଶୀଳ ଓ ଗୋପନୀୟ ପ୍ରସଙ୍ଗ ବ୍ୟତୀତ  ଅନ୍ୟ ତଥ୍ୟାବଳୀକୁ  ପବ୍ଲିକ ଡୋମେନରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  ।  ବିଗତ ଦିନରେ  ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଆୟୁକ୍ତ ସୂଚନା ଅଧିକାର ଆଇନ ୨୦୦୫ର ଧାରା ୨୪ (ଉପଧାରା ୪) ଅନୁ୍ୟାୟୀ  ଭିଜିଲାନ୍ସ ବିଭାଗକୁ ସୂଚନା ଅଧିକାର ଆଇନର ପରିସର ଭୁକ୍ତ ନ କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୧୧ ତାରିଖ ୨୦୧୬ ମସିହାରେଏକ  ବିଜ୍ଞପ୍ତି  ପ୍ରକାଶ କରିଥିଲେ । ତେବେ ଏହାପରେ ରାଜ୍ୟ ସରକାରଙ୍କୁ ବହୁତ ବିରୋଧର ସମ୍ମୁଖୀନ ହେବା ପାଇଁ ପଡିଥିଲା । ବିଶେଷ କରି  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରାଯାଇଥିଲା ।  ସଙ୍ଗଠନ ତରଫରୁ  ବିଭିନ୍ନ ଜିଲ୍ଲା ମହକୁମାରେ ଆନ୍ଦୋଳନ ହେବା ସହିତ  ବିଶେଷ କରି ରାଜ୍ୟପାଳଙ୍କ କାର୍ଯ୍ୟାଳୟ  ଓ ପୋଲିସ ମହା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।  ତେବେ ରାଜ୍ୟ ସରକାରଙ୍କ ଯୁକ୍ତି କ୍ରମେ, କେନ୍ଦ୍ର ସରକାରଙ୍କ ଦୁର୍ନିତୀ ନିବାରଣ ବିଭାଗ ପରି ଓଡିଶାରେ ଭିଜିଲାନ୍ସ ବିଭାଗ ଦୁର୍ନିତୀ ନିବାରଣ ପାଇଁ କାର୍ଯ୍ୟ କରୁଛି ଏବଂ ଏଥିରେ ଗୋପନୀୟତାର ଆବଶ୍ୟକତା ରହିଛି । ଏହା ସେଙ୍ଗ ସେଙ୍ଗ ଯଦି ସୂଚନା ଅଧିକାର ଆଇନ ମାଧ୍ୟମରେ ଏହି ତଥ୍ୟକୁ ପ୍ରକଟ କରା ଯାଏ, ତେବେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହିତ ଜନ ସ୍ବାର୍ଥ ଓ ସୁରକ୍ଷାରେ ବାଧା  ମଧ୍ୟ ହେବ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ । 
                      କିନ୍ତ  ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ,ସମ୍ବିଧାନର
୧୯(୧) ଧାରା ଅନୁଯାୟୀ ସୂଚନା ହାସଲ କରିବା ନାଗରିକର ମୌଳିକ ଅଧିକାର ଅଟେ । କିନ୍ତୁ ଏହି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସୂଚନା ଅଧିକାରରୁ ବଂଚିତ କରିବା ଦ୍ୱାରା ଏହା ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ମାମଲାରେ ଦର୍ଶାଯାଇଥିଲା । ଯାହା ଅତ୍ୟନ୍ତ ଅମାନବୀୟ ଓ ଅଯୁକ୍ତିକର ଅଟେ । ଏ ସଂପର୍କରେ ସର୍ବୋଚ୍ଚ ଅଦାଲତ ଉତର ପ୍ରଦେଶ ବନାମ ରାଜ୍ ନାରାୟଣର ମାମଲାରେ ପ୍ରଦାନ କରିଥିବା ରାୟର ଅବତାରଣା କରାଯାଇଥିଲା ।ଏତଦ୍୍ ବ୍ୟତୀତ  ଯଦି ସୂଚନା ଅଧିକାର ଆଇନ ପରିସରରୁ ଭିଜିଲାନ୍ସକୁ ବାଦ୍ ଦିଆଯାଏ, ତେବେ ଏହି ବିଭାଗର କାର୍ଯ୍ୟକାରିତା ସଂପର୍କରେ ସୂଚନା ମିଳି ପାରିବ ନାହିଁ ବୋଲି ଦର୍ଶାଯାଇଥିଲା । ଯାହା ଦ୍ୱାରା ରାଜ୍ୟ ସରକାର ଜନ ସାଧାରଣଙ୍କ  ସ୍ବାର୍ଥକୁ ବଳିଦାନ  ପୂର୍ବକ  ଖୋଲା ଖୋଲି ଭାବରେ ମାନବିକ ଅଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ବୁଦ୍ଧିଜିବୀ ମହଲରେ ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ  ଆଜି ଉଚ୍ଚ ନ୍ୟାୟାଳୟଙ୍କ  ରାୟ ରାଜ୍ୟ ସରକାରଙ୍କୁ  ଶକ୍ତ ଚାପୁଡା ଲାଗିଛି  । ଦୁଇ ଜଣ ବିଚାରପତିଙ୍କ ଗଠିତ ଖଣ୍ଡପୀଠଙ୍କ ନିର୍ଦ୍ଦେଶ କ୍ରମେ ଏ ସଂପର୍କରେ ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପୁନଃ ସଂଶୋଧିତ ବିଜ୍ଞପ୍ତି  ପ୍ରକାଶ କରିବା ପାଇଁ ରାୟରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି  ରାୟ   ବିଶେଷ କରି ସିଭିଲ୍ ସୋସାଇଟ୍ ଏବଂ ସୂଚନାଧିକାର କର୍ମୀମାନେ ଉଲ୍ଲସିତ ହେବା  ସହିତ ଆନ୍ଦୋଳନର ସୁଫଳ ମିଳିଛି ବୋଲି ଅନେକ  ସମାଜିକକର୍ମୀମାନେ ମତବ୍ୟକ୍ତ କରିଚନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........