ହେ ଗୁରୁ ଗରୀୟାନ !

ମାଧବାନନ୍ଦ ଭୋଇ
ଶତ ପ୍ରଣାମ ତୁମରି ଚରଣେ ହେ ଗୁରୁ ଗରୀୟାନ,
ଜ୍ୟୋତି ପୁଞ୍ଜ ମଧ୍ୟେ ତୁମେ ଧ୍ରୁବ ତାରା, ତୁମେ ଚିର ଅମଳିନ । ।
ଆତ୍ମୀୟତା ସ୍ନେହ ଝରାଇଲ ହୃଦେ ତୁମରି ଶିକ୍ଷା ଦାନ ସାଥେ,
ଅଜ୍ଞାନ ଅନ୍ଧାର ଦୂରେଇବା ପାଇଁ, ଦୀପ ଜାଳିଦେଲ ନିଜ ହାତେ ।
ହେ ଯୁଗ ଦ୍ରଷ୍ଟା, ହେ ମହା ସ୍ରଷ୍ଟା; କରେ ତବ ପଦ ବନ୍ଦନ । ।୧
ତିଳ ତିଳ କରି ନିଜେ ଜଳି ଜଳି, ଜ୍ଞାନର ପ୍ରଦୀପ ଦିଅ ଜାଳି,
ହୃଦୟେ ଆମ ନ ଭୁଲୁ କେବେ ବି ;ପ୍ରବଳ ପବନେ ସଦା ଜଳି ।
ହେ ସତ୍ୟ ସିନ୍ଧୁ, ହେ ପରମ ବିନ୍ଦୁ! କରେ ତବ ପଦ ବନ୍ଦନ । ।୨
ଦୁଃଖ ସୁଖ ନିନ୍ଦା ପ୍ରଶଂସା ସମାନ, ମନେ ଚିନ୍ତୁ ଥାଅ ସର୍ବ ସମ,
ବଚନ ଭାଷିଲେ ମଧୁ ଝରେ ପରା, ତବ ସୃଷ୍ଟି ସୁଧା ଅନୁପମ ।
ହେ ଗୁରୁଦେବ, ହେ ପରମାନନ୍ଦ, କରେ ତବ ପଦ ବନ୍ଦନ । ।୩
ସତ୍ୟ ପଥ ପାଇଁ , ଲକ୍ଷ ଭେଦ ପାଇଁ, ତୁମେ ହିଁ ଆଶିଷ ଝରାଇ ଦିଅ,
ଅନ୍ତରେ ଆମର ବଜ୍ର ଶପଥ, ତୁମେ ଆଜି ହୃଦେ ଜଗାଇ ଦିଅ ।
ହେ ସାଧକ, ହେ ମହାତ୍ମନ୍ ! କରେ ତବ ପଦ ବନ୍ଦନ । ।୪
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,ପାଟସୁନ୍ଦରପୁର,କଟକ,
ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........