ତେଲ ଦର ବଢିଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ମଧ୍ୟ ବଢିଛି । ସରକାର ବଢୁଥିବା ଟିକସ କୁ ନେଇ ଜନ ହିତରେ ଲଗାଉଛନ୍ତି ବୋଲି ଅନେକ ଭାଇଭଉଣୀ ଯୁକ୍ତି ବାଢୁଛନ୍ତି । ହେଲେ ଗୋଟିଏ ମଧ୍ୟବିତ କିମ୍ବା ନିମ୍ନ ମଧ୍ୟବିତ ପରିବାରର ଅବସ୍ଥା କଣ ହୋଇଛି ,ତାହା କେବେ ବି ସରକାର ଅନୁଭବ କରି ପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ମୋର କବିତା “ବୁର୍ଜୁଆ ସମାଜ” ପାଠ କରିବା ପାଇଁ ଅନୁରୋଧ ।
ପେଟ୍ରୋଲ୍ ବଢୁଛି ଘୁ ଘୁ,
ଡିଜେଲ୍ ବଢୁଛି ସୁ ସୁ
ଖଟିଖିଆ ପୁଅ ମୁଣ୍ଡେ ହାତ ଦେଇ, ବୋଲେ!
ବାପ ଥାଉ ଆଗ ମରି ଯାଏ ମୁଁ । ।
ଦୁଇ କିସ୍ତୀ ଲୋନ୍ ବାକି ରହିଅଛି,
ବାରିରେ ପରିବା ନି’ତି ସଢୁଛି
ଋାସନ୍ ସଉଦା ଚଢା ।
ଘରଣୀଟା ଖାଲି ଗର ଗର ହୁଏ
ବନ୍ଦ ହୁଏ ରନ୍ଧା ବଢା ।
ତେଲିଆ ମୁଣ୍ଡରେ ତେଲ ଭାଇ ସିନା,
ମାଆ ପେଟୁୁ ଆଣିଛି ସୁନା ଗିନା;
ଟିକସ ପଛକେ ବଢୁ, ଜନତା ମରି କି ସଢୁ,
ଦେଇ ଦେଇ ଦାତା,ନେଇ ନେଇ ନେତା
ଭାଗ ମୋର ଆଗେ ଛିଡୁ । ।
ସମୟର ଚକ ଏମିତି ଗଡିବ,
ଭକୁଆ ଜନତା ଖାଲି ଦେଖୁଥିବ
ସକାଳ ସୁରୂଜ ସଂଜ ନଇଁଯିବ,
ଆଶା ବଇତରଣୀ, ମନରେ ମରିବ,
ବଢିଯିବ ଦୀର୍ଘଶ୍ୱାସ ।
ସବୁ ଜାଣିଶୁଣି ଅଜଣା ରହିଲେ,
ଖାଲି ହେବ ସର୍ବନାଶ, ଖାଲି ହେବ ସର୍ବନାଶ । ।
No comments:
Post a Comment
ହୃଦୟର ଶରଧା ସହିତ...........