ଖାସ୍ ତୁମ ପାଇଁ

ଗତ କାଲି  ପ୍ରେମ ଦିବସ ଚାଲି ଯାଇଥିଲେ ବି  ଖାସ୍ ତୁମ ପାଇଁ ଆଉ ତୁମ କଥାରେ  ୟେ କବିତା “ଖାସ୍ ତୁମ ପାଇଁ ”  । ତେବେ ବି ମୋର ପ୍ରିୟ ପାଠିକା/ପାଠକମାନଙ୍କ  ପ୍ରତି  ଭଲପାଇବା ଏବଂ ଶୁଭମନାସି ଏ କବିତାକୁ ଭେଟି ଦେଉଛି  । ପାଠ କରିବା ସହିତ  ମତାମତ  ଦେବା ପାଇଁ  ସପ୍ରେମ ଅନୁରୋଧ ।
ତୁମ ଜୀବନରେ ସବୁବେଳେ, ଖୁସିର ଲହରୀ ଖେଳୁଥାଉ,
ତୁମ ପାଦ ତଳେ ସବୁବେଳେ; ଫୁଲର ପାଖୁଡା ଝରୁଥାଉ । ।
ଓଠରେ ତୁମର ସଦା ହସ ଥାଉ; ମୁକୁତା ଝରିବା ପରି,
ଦୁଃଖକୁ ତୁମର ଦେଇଦିଅ ସାଥୀ, ସୁଖ ଆସେ ଥିରି ଥିରି । ।
ସବୁରି ମନରେ ତୁମ ପାଇଁ ଥାଉ,ପ୍ରେମ ସେନେହ ଆଦର,
ତୁମେ କେବେ ମୋତେ ଭାବିବନି ପର, ଥିବି ମୁଁ ସଦା ନିଜର 
ଦିଅ ହେ ଆଶୀଷ ହେ ପରମେଶ୍ୱର,ସାଥୀ ମୋ ରହୁ ସୁଖରେ
ସୁଖରେ ରହିଲେ ଖୁସି ହେବି ମୁହିଁ,ଥାଏ ଦୂରେ ଅବା  ନିକଟରେ । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........