ବାହୁଡି ଆସହେ ବାହୁଡା ଗୋସାଇଁ

ତୁମେ ତ ସବୁ ଜାଣିଛ, ମନ ଯାହା ଚାହେଁ ତାହା କଣ ହୁଏ? ତଥାପି ଆଜି ତୁମର ପୁଣ୍ୟ ଶାମ୍ବ ଦଶମୀ ତିଥିରେ ତୁମ ପାଇଁ ଏବଂ ମୋର ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ କବିତା“ବାହୁଡି ଆସହେ ବାହୁଡା ଗୋସାଇଁ”  ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ବାହୁଡି ଆସହେ ବାହୁଡା ଗୋସାଇଁ,
ପ୍ରପିଡୀତ ଜାତି ରହିଛି ଅନାଇ,
କୃପା ନେତ୍ରେ  ପ୍ରିୟ ଥରେ ଦିଅ ଚାହିଁ,
ଏହି ପ୍ରାଣ ଜାଗି ଉଠୁ  ତୁମ ପାଇଁ । ।
ବଟ ଛାଇ ତଳେ ଲଗାଇଲ ନାଟ,
ରିତି ନୀତି ପାଇଁ ପଢାଇଲ ପାଠ,
ଦୁସ୍ଥ ଜନ ମୁଖେ ହସ ଦେବା ପାଇଁ,
ନିରାଶ କାଳିମା ଦେଲ ହେ ଦୂରେଇ ।
ନୀଚ୍ଚ ଜନ ପାଇଁ  ଦେଲ ସମାନତା,
ତବ ପ୍ରେରଣାରେ ଜାଗିଲା ଜନତା;
 ସମାଜ କଲ୍ୟାଣେ ପରଂବ୍ରହ୍ମ ଧ୍ୟାୟୀ,
ନିଗମ ଆଗମ ଦେଲ ହେ ବତାଇ । ।
ନୂଆ ଘର ଦିନେ ପୁରୁଣା ହୋଇବ,
ଶୁନ୍ୟ ଲହଡିରେ ସବୁ ଭାସିଯିବ ।
ପ୍ରାଣ କାନ୍ଦୂଥିବ  ଛଟ ପଟ ହୋଇ,
ପାପ ଆଉ ପୂଣ୍ୟର ହିସାବକୁ ନେଇ । ।
ଦୁଃଖୀ ଜନ ସେବା,ପ୍ରଭୁଙ୍କର ସେବା,
ଗରିବ ଓଠରେ ହସ ଭରିଦେବା ।
ଦୀନ ପ୍ରାଣେ, ନିତ୍ୟ ସ୍ବରୁପକୁ ଧ୍ୟାୟୀ,
ବିଭୁ ପୂଜା ସେହି,ଆନ ତ ନୁହଁଇ । ।
ତୁମରି ବିହୁନେ,ଲାଗେ ଶୁନ୍ୟ ଶୂନ୍ୟ,
କାହିଁଗଲ ତୁମେ ହେ  ପ୍ରିୟ ପରମ ।
ତବ କିର୍ତୀ ଝୁରେ, ମୁଢ ମନ,ଏହି 
ଝୁରେ ପ୍ରାଣ ଆମ, ଆସ ତୁମେ ଧାଇଁ । । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........