ଦୀର୍ଘ ଶ୍ୱାସ


ଇଚ୍ଛା ହୁଏ ପ୍ରିୟତମ, କେବଳ ତୁମକୁ ହିଁ;
ମନ  ପ୍ରାଣ ଦେଇ ଭଲ ପାଆନ୍ତି କି ?
ତୁମର ହାତ ନାହି ଁ  ଯେ !
ତୁମ ବାହୁ ବନ୍ଧନରେ ବାନ୍ଧି ହେବାକୁ ?
ଜୀବନ ତମାମ୍ ହଜି ଯିବାକୁ?

ଇଚ୍ଛା ହୁଏ ପ୍ରିୟତମ,ତୁମ ପାଦେ;
ସୁଖ ଦୁଃଖ ସମର୍ପି ଦେବାକୁ,
ତୁମର ପାଦ ନାହିଁ ଯେ !
କେମିତି  ଲଙ୍ଘିବି ଅସରନ୍ତି ପଥ
ଜୀବନ ସାଥୀଟେ ହୋଇ, 
ତୁମ ସହ ଚାଲିବାକୁ ?

ଇଚ୍ଛା ହୁଏ ପ୍ରିୟତମ, ନଶ୍ୱର ଏ ତନୁ ମନ,
ତୁମ କୋଳେ ଅଜାଡି ଦେବାକୁ,
ତୁମର କୋଳ ନାହିଁ ଯେ,
ଶାନ୍ତିରେ ମଥା ଥାପି, ଜନ୍ମାବଚ୍ଛିନ୍ନ ଯନ୍ତ୍ରଣାକୁ ଭୁଲି
ମୋର ଶେଷ ନିଶ୍ୱାସ,
 ତୁମ ପ୍ରଶ୍ୱାସରେ ମିଶାଇ ଦେବାକୁ । ।
ଉଦୟ  ଭାନୁ ପରିବାର, ଭୋଦଳ, ପାଟସୁନ୍ଦରପୁର,କଟକ-୦୧୮,ସଂପର୍କ:୯୨୩୮୫୮୯୧୦୦

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...