ଋାସନ୍ କାର୍ଡ ସଂପର୍କରେ ଜାଣିବା କଥା



ଋାସନ୍ କାର୍ଡ ସଂପର୍କରେ ଜାଣିବା କଥା
୧. ନୂତନ ରାସନ କାର୍ଡ ପାଇଁ କେଉଁ ପ୍ରକ୍ରିୟାରେ ଆବେଦନ କରିହେବ  ? ଯଦି ଅନ୍ ଲାଇନ୍ ମାଧ୍ୟମରେ ଜନୈକ ବ୍ୟକ୍ତିର ଆବେଦନ କରିବା  ପାଇଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କିପରି ଭାବରେ ଆବେଦନ କରିହେବ?
   ଉ-  ନୂତନ ରାସନ କାର୍ଡ ପାଇଁ ଅନ୍ ଲାଇନ୍ ବା ଅଫ୍ ଲାଇନ୍ (କାର୍ଯ୍ୟାଳୟରେ ଦରଖାସ୍ତ) ମାଧ୍ୟମରେ ଆବେଦନ କରିପାରିବେ ।
୨.   ନୂତନ ଋାସନ କାର୍ଡ ଆବେଦନ କରିବା ପାଇଁ ମୋବାଇଲ୍ ନମ୍ବର ବାଧ୍ୟତା ମୂଳକ କି ? ଯଦି  କୌଣସି ବ୍ୟକ୍ତିର ରାସନ୍ କାର୍ଡ ଡାଉନ୍ ଲୋଡ୍ ପାଇଁ ମୋବାଇଲ୍ ନମ୍ବର ନାହିଁ , ସେ କିପରି ରାସନ୍ କାର୍ଡ ( ଗ୍ରୀନ୍ କାର୍ଡ) ପ୍ରାପ୍ତ ହେବ , ଜଣାଇବା ପାଇଁ ଅନୁରୋଧ ।
ଉ-ଅନ୍ ଲାଇନରୁ ରାସନ କାର୍ଡ ଡାଉନ ଲୋଡ୍ କରିବା ପାଇଁ ମୋବାଇଲ୍  ନମ୍ବର ଆବଶ୍ୟକ । ଯଦି କୌଣସି ବ୍ୟକ୍ତିର ମୋବାଇଲ୍ ନମ୍ବର ନାହିଁ, ତେବେ ସେହି ବ୍ୟକ୍ତି  କାର୍ଯ୍ୟାଳୟରେ ଦରଖାସ୍ତ ଦେଇ ରାସନ୍ କାର୍ଡର ସଫ୍ଟ କପି ନେଇ ପାରିବେ କିମ୍ବା ପ୍ରିଂଟ୍ ଏଡ୍ ରାସନ୍ କାର୍ଡ ବିଭାଗରୁ ଆସିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବେ ।
୩. ରାସନ୍ କାର୍ଡରେ  ମୋବାଇଲ୍ ନମ୍ବର ସଂଯୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ  କରିହେବ ଏବଂ କାହା ଦ୍ୱାରା କରିହେବ ଜଣାଇବା ପାଇଁ ଅନୁରୋଧ ?
ଉ- ରାସନ୍ କାର୍ଡରେ ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ମୋବାଇଲ୍ ସଂଯୋଗ କରି ପାରିବେ ।
୪. ଋାସନ କାର୍ଡରେ  ଜନୈକ ବ୍ୟକ୍ତିଙ୍କୁ ସଂଯୋଗ,ତଥ୍ୟ ସଂଶୋଧନ ଏବଂ ବିୟୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ କରାଯିବ ଏବଂ କାହା ମାଧ୍ୟମରେ କରାଯିବ ?
ଉ-ଅନ୍ ଲାଇନରେ ଆବେଦନ କରିପାରିବେ (ଏଥିପାଇଁ  ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ନିହାତି ଆବଶ୍ୟକ)  କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ଆବେଦନ କରି ପାରିବେ  ।
୫. ଋାସନ କାର୍ଡରୁ ଜଣେ ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପାଇଁ ଏବଂ ଶିଶୁଙ୍କୁ  ରାସନ୍ କାର୍ଡରେ ସଂଯୋଗ କରିବାର ପ୍ରକ୍ରିୟା କଣ ଏବଂ କାହା ମାଧ୍ୟମରେ କରାଯିବ ତାହା ଜଣାଇବା ପାଇଁ ଅନୁରୋଧ  ।
ଉ-ଅନ୍ ଲାଇନରେ ଆବେଦନ କରିପାରିବେ (ଏଥିପାଇଁ  ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ନିହାତି ଆବଶ୍ୟକ)  କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ଆବେଦନ କରି ପାରିବେ  ।

୬.   ଋାସନ୍ କାର୍ଡରେ ରାସନ  ସାମଗ୍ରୀ ପାଇବା ପାଇଁ  ଆଧାର କାର୍ଡ  ଜରୁରୀ କି ? ଯଦି ଜନୈକ ବ୍ୟକ୍ତିର ଆଧାର କାର୍ଡ  ନାହିଁ, ସେ ରାସନ୍ ସାମଗ୍ରୀ କିପରି  ପାଇବ, ତାହା ଜଣାଇବା ପାଇଁ ଅନୁରୋଧ ।
ଉ-ରାସନ୍ କାର୍ଡରେ ରାସନ ସାମଗ୍ରୀ ପାଇବା ପାଇଁ ଆଧାର କାର୍ଡ ନିହାତି ଜରୁରୀ । ଯଦି କୌଣସି ବ୍ୟକ୍ତିଙ୍କର ଆଧାର କାର୍ଡ ନାହିଁ  । ତେବେ ସେହି ବାବଦରେ ସନ୍ତୋଷଜନକ କାରଣ  ସହ କାର୍ଯ୍ୟାଳୟରେ ଦରଖାସ୍ତ ଦେଲେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ  ।
୭.   ଯଦି କୌଣସି   ପାଂଚ ବର୍ଷ ବୟସରୁ କମ୍  ପିଲାର ଆଧାର କାର୍ଡ ହୋଇ ପାରି ନାହିଁ, ସେ ରାସନ୍ ସାମଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ କି ?
ଉ-ରାସନ କାର୍ଡରେ ନାମ ସଂଯୋଗ କରିବା ପାଇଁ ଆଧାର ବାଧ୍ୟତା ମୂଳକ  । କୌଣସି ବିଶେଷ କ୍ଷେତ୍ରରେ ଯଦି କୌଣସି ଛୋଟ ପିଲାର ଆଧାର ଉଠି ପାରୁ ନାହିଁ । ତେବେ ସେହି ବାବଦରେ ସନ୍ତୋଷ କନକ କାରଣ ସହ କାର୍ଯ୍ୟାଳୟରେ ଦରଖାସ୍ତ ଦେଲେ, ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।
୮.   ଏକ ରାସନ୍ ଡିଲରର ମାନକ ସଂଚାଳନ ପ୍ରକ୍ରିୟା (SOP) କଣ?  ସେ କେଉଁ  ନିୟମାବଳୀ ଆଧାରରେ ଜନ ସାଧାରଣଙ୍କୁ  ସେବା ପ୍ରଦାନ କରିବ, ତାହା ଜଣାଇବା ପାଇଁ ଅନୁରୋଧ ।
ଉ- ଏହି ତଥ୍ୟ ଓ.ପି.ଡି.ଏସ୍ କ୍ରଂଟୋ୍ରଲ୍ ଅର୍ଡର ୨୦୧୬ରେ ଉପଲବ୍ଧ  ।
୯. ଋାସନ ଡିଲର  ପାଇଁ ଆବେଦନ ପ୍ରକ୍ରିୟାଏବଂ ନିୟମାବଳୀ କଣ , ତାହା ଜଣାଇବା ପାଇଁ ଅନୁରୋଧ  ଏବଂ  ଆପଣଙ୍କର  କଂଟାପଡା, ନିଆଳୀ ଓ  ବାରଙ୍ଗ ବ୍ଲକ ଅଧିନରେ ଥିବା  ସମସ୍ତ ଡିଲରଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଯୋଗାଯୋଗ ନମ୍ବର  ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ- ଦୟାକରି ଆମର ଲିଙ୍କ୍ କ୍ଲକ୍ କରି ସବିଶେଷ ବିବରଣୀ ଦେଖନ୍ତୁ  । ସୂଚନା ଅଧିକାର ଆଇନ୍ ମାଧ୍ୟମରେ ମିଳିଥିବା ତଥ୍ୟ ସଂଲଗ୍ନ କରାଯାଇଛି ।
୧୦. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ   ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରେ ପ୍ରଭେଦ କଣ ? ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ , ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅଧିନିୟମ ସଂପର୍କରେ ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ- ଦୟାକରି ଆମର ଲିଙ୍କ୍ କ୍ଲକ୍ କରି ସବିଶେଷ ବିବରଣୀ ଦେଖନ୍ତୁ  । ସୂଚନା ଅଧିକାର ଆଇନ୍ ମାଧ୍ୟମରେ ମିଳିଥିବା ତଥ୍ୟ ସଂଲଗ୍ନ କରାଯାଇଛି ।








ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...