ଓଡିଶା ଗ୍ରାମ ପଞ୍ଚାୟତ (ଅନୁସୂଚୀତ ଅଞ୍ଚଳସମୂହକୁ ସଂପ୍ରସାରଣ) ଚିଠା-ନିୟମାବଳୀ 2023

🏵️ ଓଡିଶା ଗ୍ରାମ ପଞ୍ଚାୟତ (ଅନୁସୂଚୀତ ଅଞ୍ଚଳସମୂହକୁ ସଂପ୍ରସାରଣ) ଚିଠା-ନିୟମାବଳୀ 2023 👩‍👩‍👧
🎤 କତିପୟ ପରାମର୍ଶ✍️
ଉପକ୍ରମ-ଓଡିଶାର 3ଟି ମୁଖ୍ୟ ପଞ୍ଚାୟତ ଆଇନ (ଗ୍ରାମ ପଞ୍ଚାୟତ,ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପାଇଁ) 73 ତମ ସମ୍ବିଧାନ ସଂଶୋଧନ 1992 ଓ ପେସା ଆଇନ 1996 ପୂର୍ବରୁ ଯାହା ଥିଲା ଏବେବି ମୂଳତଃ: ତାହା ଅଛି, କେବଳ ଉପରୋକ୍ତ ଦୁଇ ସାମ୍ବିଧାନିକ ଆଇନ ପ୍ରଣୟନ ପରେ ତାହାର କେତେକ ବ୍ୟବସ୍ଥାକୁ ଓଡିଶା ପଞ୍ଚାୟତ ଆଇନ ଗୁଡିକରେ ଯଥାକ୍ରମେ 1994 ଓ 1997ରେ ଯୋଡି ଦିଆଯାଇଛି । ଓଡିଶାର ପଞ୍ଚାୟତ ଗୁଡିକ ଉପରେ ଅମଲାତନ୍ତ୍ରର ସଂପୂର୍ଣ୍ଣ ନିୟନ୍ତ୍ରଣକୁ କାଏମ ରଖିବା ପାଇଁ ପ୍ରତି ପଞ୍ଚାୟତ ଆଇନରେ ‘ନିୟନ୍ତ୍ରଣ’ ଶୀର୍ଷକ ଏକ ଅଧ୍ୟାୟ ଅଛି (ଯଥା ଓ.ଗ୍ରା.ପ. ଆଇନର ଅଧ୍ୟାୟ-11) ଯାହାକି ଉଭୟ 73ତମ ସଂଶୋଧନ (ଧାରା 243 –G) ଓ ପେସା ଆଇନକୁ ବିରୁଦ୍ଧାଚରଣ କରୁଛି, ଏବଂ ସେହି କାରଣରୁ 73ତମ ସଂଶୋଧନର ଧାରା 243-N ଓ ପେସା ଆଇନର ଧାରା 5 ଅନୁଯାୟୀ ଓଡିଶାର ସମସ୍ତ ପଞ୍ଚାୟତ ଆଇନ ଅସାମ୍ବିଧାନିକ ଓ ବେଆଇନ ଅଟେ ଏବଂ ସେଗୁଡିକର ଆମୂଳଚୂଳ ସଂସ୍କାର ଆବଶ୍ୟକ । ଏହି ମୌଳିକ ବାସ୍ତବତାକୁ ଦୃଷ୍ଟିରେ ରଖି ଆମେ ପ୍ରସ୍ତାବିତ ଓଡିଶା ଗ୍ରାମ ପଞ୍ଚାୟତ ଅନୁସୂଚିତ ଅଞ୍ଚଳକୁ ସଂପ୍ରସାରଣ ଚିଠା ନିୟମାବଳୀ 2023 କୁ ଚର୍ଚ୍ଚା କରିବା ଆବଶ୍ୟକ ।                         
ନିୟମ -3 (ଅନୁସୂଚୀତ ଅଞ୍ଚଳସମୂହରେ ଗ୍ରାମଗୁଡିକର ଘୋଷଣା):- ପେସା ଆଇନର ଧାରା 4(b) ଅନୁଯାୟୀ ଗୋଟିଏ ଜନଗୋଷ୍ଠୀ (community)କୁ ନେଇ  ଗୋଟିଏ ଗ୍ରାମ ଗଠିତ ହେବାର ବ୍ୟବସ୍ଥା ଥିବାବେଳେ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା -3ର ପରନ୍ତୁକରେ ଏକ ବା ଏକାଧିକ Communitiesଙ୍କୁ ନେଇ ଅନୁସୂଚୀତ ଅଞ୍ଚଳରେ ଭିଲେଜ (village) ଗଠିତ ହେବାର ବ୍ୟବସ୍ଥା ରହିବା ଫଳରେ ଏପର୍ୟ୍ୟନ୍ତ ଓଡିଶାର ଅନୁସୂଚୀତ ଅଞ୍ଚଳରେ ଯଥାର୍ଥ ରୂପେ ଗୋଟିଏ ଜନଗୋଷ୍ଠୀ ଭିତ୍ତିକ ଗ୍ରାମ ଗଠିତ ହୋଇପାରି ନାହିଁ । ପୁଣି ଓ.ଗ୍ରା.ପ. ଆଇନରେ ଉଭୟ ‘ଗ୍ରାମ’ (Grama) [ଧାରା 2 (G)] ଏବଂ ‘ଭିଲେଜ’ (Village) [ଧାରା 2 (U) ର ଭିନ୍ନ ଭିନ୍ନ ସଜ୍ଞା ସହିତ ପଲ୍ଲୀସଭା [ଧାରା 2(o)] ଏବଂ ୱାର୍ଡ (Ward) [ଧାରା 8]ର ବ୍ୟବସ୍ଥାମାନ ଥିବାରୁ ସମଗ୍ର ବିଷୟଟି ଗୋଳମାଳିଆ ହୋଇପଡିଛି । ତେଣୁ ରାଜ୍ୟର ଅନୁସୂଚିତ ଅଞ୍ଚଳରେ ଏକ-ଜନଗୋଷ୍ଠୀ ଭିତ୍ତିକ ଗ୍ରାମ ଗଠନ ପାଇଁ  ଗ୍ରାମ ପୁର୍ନଗଠନ କମିଶନ ଗଠନର ଆବଶ୍ୟକତା ରହିଛି ।                                     
ନିୟମ -4 (ଗ୍ରାମଶାସନର କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ହେବ ଗ୍ରାମ ପଞ୍ଚାୟତ)- 
ଯେହେତୁ ଗ୍ରାମଶାସନ ଅନେକ ଗୁଡିଏ ରାଜସ୍ୱଗ୍ରାମ (ଭିଲେଜ)କୁ ନେଇ ଗଠିତ ଏବଂ ଏହା ଭିତରେ ଅନେକ ଗୁଡିଏ ପଲ୍ଲୀସଭା ପରିସରଭୁକ୍ତ, ତେଣୁ ଅନୁସୂଚୀତ ଅଞ୍ଚଳରେ ପ୍ରତି ପଲ୍ଲିସଭା ସ୍ତରରେ ତାହାର ନିଜସ୍ଵ ସ୍ଵତନ୍ତ୍ର ଅଫିସ, ରେକର୍ଡପତ୍ର ଓ କର୍ମଚାରୀ ରହିବା ଜରୁରୀ । ସମ୍ପୃକ୍ତ ୱାର୍ଡ ମେମ୍ବର ପଲ୍ଲୀସଭାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବା ଦରକାର, ଯେ କି ଗୋଟିଏ ପଟରେ ଗ୍ରାମ ପଞ୍ଚାୟତ ଓ ଅନ୍ୟ ପଟରେ ଭିଲେଜ-ଭିତ୍ତିକ ଗ୍ରାମସଭା ନିକଟରେ ଉତ୍ତରଦାୟୀ ରହିବେ ।                   
ନିୟମ 5 (ଗ୍ରାମସଭାର କ୍ଷମତା ଓ କାର୍ଯ୍ୟାବଳୀ) – 
ଉପ-ନିୟମ (3)ରେ କୁହାଯାଇଛି ଯେ, ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିବାର କ୍ଷମତା ସରପଞ୍ଚଙ୍କର ରହିଛି, କିନ୍ତୁ ନିର୍ଦ୍ଦେଶ ଜାରି ହେବାର କେଉଁ ସମୟସୀମା ଭିତରେ ସମ୍ପୃକ୍ତ କର୍ତ୍ତୃପକ୍ଷ ତାଙ୍କର ଉତ୍ତର ଦେବେ ତାହା ସୂଚୀତ ହୋଇନାହିଁ । ଏହା ଛଡା, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ରେ ସ୍ଥାନିତ (ବର୍ତ୍ତମାନ ଅକାମୀ) ବ୍ୟବସ୍ଥା ତଥା ପେସା ଆଇନ 1996ର ଧାରା 4(a) ଅନୁଯାୟୀ ଗ୍ରାମବାସୀମାନଙ୍କ ଜନ୍ମ, ମୃତ୍ୟୁ, ବିବାହ, ଜାତି, ପେଶା ଓ ରୋଜଗାର ପ୍ରମାଣପତ୍ର ଗ୍ରାମପଞ୍ଚାୟତ ପ୍ରଦାନ କରିବା ବିଧେୟ ।                  
ନିୟମ 6 (ଜମି ଅଧିଗ୍ରହଣ)- 
ଉପ-ନିୟମ (5)ର ପରନ୍ତୁକରେ କୁହାଯାଇଛି ଯ, ଜମି ଅଧିଗ୍ରହଣ ଅଧିକାରୀ ଯଦି ଗ୍ରାମସଭା ଓ ଜିଲ୍ଲାପରିଷଦର ମତାମତରେ ସହମତ ନହୁଅନ୍ତି, ତେବେ ସେ ନିୟମ 17 ଅଧୀନରେ ସମ୍ପୃକ୍ତ RDCଙ୍କ ନିକଟରେ ଅପିଲ କରିପାରନ୍ତି । ଏପ୍ରକାର ବ୍ୟବସ୍ଥା ‘ଲାର’ ଆଇନ 2013ର ଧାରା 41କୁ ଉଲ୍ଲଂଘନ କରୁଛି, କାରଣ ଏହାର ଉପଧାରା (3)ରେ କୁହାଯାଇଛି ଯେ, ଅନୁସୂଚୀତ ଅଞ୍ଚଳରେ ଗ୍ରାମସଭାର ଅଗ୍ରୀମ ସମ୍ମତି ବିନା କୌଣସି ଜମି ଅଧିଗ୍ରହଣ ହୋଇପାରିବ ନାହିଁ । ନିୟମ -7 (ଅନୁସୂଚୀତ ଅଞ୍ଚଳସମୂହରେ କ୍ଷୁଦ୍ର ଜଳ।ଶୟର ପରିଚାଳନା)- 
ସମସ୍ତ କ୍ଷୁଦ୍ର ଜଳାଶୟର ନିର୍ମାଣ, କାର୍ଯ୍ୟ ଆଦେଶ, ଉଦ୍ଦିଷ୍ଟ ପାଣ୍ଠିର ବିନିଯୋଗ ସମ୍ପୃକ୍ତ ଗ୍ରାମସଭା ଓ ପଂଚାୟତଗୁଡିକ ଜରିଆରେ ସମ୍ପାଦିତ ହେବ ବୋଲି ଏହି ନିୟମରେ ଅନ୍ତର୍ଭୁକ୍ତ ହେବା ବିଧେୟ; ଦ୍ରଷ୍ଟବ୍ୟ ପେସା ଆଇନର ଧାରା 4(J) ।          
ନିୟମ-8 (ଲଘୁ ଖଣିଜ ସାମଗ୍ରୀ ଏବଂ ଏହାର ଅନୁସନ୍ଧାନ ଓ ଖନନ ଲିଜ ପାଇଁ ମଞ୍ଜୁରୀ) – 
ପ୍ରଥମତଃ ଏକ ଗ୍ରାମରେ  ଉପଲବ୍ଧ ହେଉଥିବା ଲଘୁ ଖଣିଜ ସାମଗ୍ରୀ ବାବଦ ସମସ୍ତ ରୟାଲଟି ଗ୍ରାମପାଣ୍ଠିକୁ ଆସିବ ବୋଲି ସୁସ୍ପଷ୍ଟ ବ୍ୟବସ୍ଥା ସ୍ଥାନିତ ହେବା ଜରୁରୀ- ଦ୍ରଷ୍ଟବ୍ୟ ପେସା ଆଇନ 1996ର ଧାରା 4 (K ଏବଂ l ) । ଦ୍ଵିତୀୟତଃ: ଜଙ୍ଗଲ ଜମିରୁ ଲଘୁ ଖଣିଜ ଦ୍ରବ୍ୟର ଉତଖନନ ଓ ବ୍ୟବହାର ଉପରେ ଗ୍ରାମସଭାର ନିୟନ୍ତ୍ରଣ ରହିବ ନାହିଁ ବୋଲି ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ପେସା ଆଇନର ଧାରା 4(D) କୁ ଉଲ୍ଲଂଘନ କରୁଛି । ପୁଣି, ଜଙ୍ଗଲ ଜମିରେ ଥିବା ଲଘୁ ଖଣିଜ ଦ୍ରବ୍ୟ ଉପର ରିହାତି ମଞ୍ଜୁରୀ ଲାଗୁ ହେବ ନାହିଁ ବୋଲି ପ୍ରସ୍ତାବିତ ନିୟମ କେବଳ ପେସା ଆଇନର ଉପରୋକ୍ତ ଧାରାଗୁଡିକ ନୁହେଁ, ବରଂ ଜଙ୍ଗଲ ଅଧିକାର ଆଇନ 2006ର ଧାରା 5(D)କୁ ଉଲ୍ଲଂଘନ କରୁଛି ।                     
ଏହାଛଡା, ଓଡିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ (DMF) ର ପାଣ୍ଠି ଗ୍ରାମସଭା ମାଧ୍ୟମରେ ବିନିଯୁକ୍ତ ହେବ। ବିଧେୟ, ଦ୍ରଷ୍ଟବ୍ୟ- ପେସା ଆଇନ 1996ର ଧାରା 4ର ଉପଧାରା (E ଓ F ) ।       
ନିୟମ-9: (ମାଦକ ଦ୍ରବ୍ୟ ଉପରେ ନିୟନ୍ତ୍ରଣ)- 
ଗୋଟିଏ ଗ୍ରାମରେ ମଦ ଦୋକାନ ଖୋଲିବାର ପ୍ରସ୍ତାବ କଲେକ୍ଟରଙ୍କ ଠାରୁ ଆସିବାର ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ । ବରଂ ମଦ ଦୋକାନ ଖୋଲାଯିବ କି ନାହିଁ ଓ କିଏ ଖୋଲିବ ଓ କେତେ ପରିମାଣରେ ସ୍ଥାନୀୟ ମଦ ପ୍ରସ୍ତୁତ ହେବ- ଏସବୁ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରାମସଭା ହାତରେ ରହିବ – ଦ୍ରଷ୍ଟବ୍ୟ ପେସା ଆଇନ 1996ର ଧାରା 4 (m)(i) । ସମ୍ପୃକ୍ତ ମଦ ଦୋକାନୀର ପଞ୍ଜିକରଣ ଏବଂ ମାସିକ ଆୟର ଏକାଂଶ ଦେୟ ଗ୍ରାମ ପାଣ୍ଠିକୁ ଆସିବା ବିଧେୟ ।        
ଏହାଛଡା, ଏକ ଗ୍ରାମର ପରିସୀମା ଭିତରେ ବିଦେଶୀ ମଦ ଦୋକାନ ସମେତ ଅନ୍ୟ ଯେ କୌଣସି ନିଶାଦ୍ରବ୍ୟ (ଯଥା ଭାଙ୍ଗ, ଗଞ୍ଜେଇ)ର ଦୋକାନ ଖୋଲାଯିବା ଗ୍ରାମସଭାର ନିଷ୍ପତ୍ତି ଉପରେ ନିର୍ଭର କରିବ ଏବଂ ତାହାର ପଞ୍ଜୀକରଣ ଏବଂ ମାସିକ ଆୟର ଏକାଂଶ ଗ୍ରାମପାଣ୍ଠିକୁ ଆସିବ ବୋଲି ବ୍ୟବସ୍ଥା ରହିବା ବିଧେୟ ।                
ନିୟମ 10 (ଅନୁସୂଚୀତ ଅଞ୍ଚଳସମୂହରେ ଜମି ହସ୍ତାନ୍ତରକୁ ନିଷେଧ କରାଇବା ଏବଂ ହସ୍ତାନ୍ତରିତ ଜମି ଅନୁସୂଚୀତ ଜନଜାତିକୁ ପୁନରାର୍ପଣ କରାଇବା)- 
ଏହାର ଉପ-ନିୟମ (2)ରେ ସମ୍ପୃକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ କେତେଦିନ ଭିତରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତହିଁର ସମୟସୀମା ବିନିର୍ଦ୍ଦିଷ୍ଟ ହେବା ବିଧେୟ ।      
ନିୟମ 11 (ହାଟବଜାର ଉପରେ ନିୟନ୍ତ୍ରଣ) – 
ପେସା ଆଇନର ଧାରା 4(4) ଅନୁଯାୟୀ ଗୋଟିଏ ଗ୍ରାମର ପରିସୀମା ଭିତରେ ଯେ କୌଣସି ବ୍ୟବସାୟିକ ଉଦ୍ୟୋଗ, ଯଥା ହୋଟେଲ, ଲଜିଙ୍ଗ, ଓଷଧ ଦୋକାନ, କ୍ଲିନିକ, ଲୁହା-ସିମେଣ୍ଟ ଦୋକାନ, କାଠଗୋଲ। ଇତ୍ୟାଦି ମଧ୍ୟ ‘ହାଟବଜାର’ ସଜ୍ଞା ଭିତରେ ପରିସରଭୁକ୍ତ ହେବା ଦରକାର ଏବଂ ସେମାନେ ଗ୍ରାମ ପଂଚାୟତ ଦ୍ଵାରା ପଞ୍ଜୀକୃତ ହେବା ଏବଂ ସେମାନଙ୍କ ଠାରୁ ମାସିକ ଦେୟ ଗ୍ରାମପାଣ୍ଠିକୁ ଆସିବା ବିଧେୟ ।             
12॰ (ଅର୍ଥରୁଣ କାରବାର ଉପରେ ନିୟନ୍ତ୍ରଣ)- 
ପେସା ଆଇନର ଧାରା 4(5) ଅନୁଯାୟୀ, ଗ୍ରାମର ପରିସୀମା ଭିତରେ ପରିଚାଳିତ ହେଉଥିବା ବ୍ୟାଙ୍କ, ଏସଏଚଜି, ଚିଟଫଣ୍ଡ ଓ ସମବାୟ ସମିତି ଭଳି ରୁଣ-କାରବାରୀ ସଂସ୍ଥାଗୁଡିକ ମଧ୍ୟ ଗ୍ରାମ ପଂଚାୟତ ଦ୍ଵାରା ପଞ୍ଜୀକୃତ ହେବା ଏବଂ ଗ୍ରାମ-ପାଣ୍ଠିକୁ ମାସିକ ଦେୟ ପ୍ରଦାନ କରିବାର ବ୍ୟବସ୍ଥା ଏହି ନିୟମରେ ଅନ୍ତର୍ଭୁକ୍ତ ହେବା ବିଧେୟ ।                
ନିୟମ-13 (ଲଘୁ ବନଜାତ ଦ୍ରବ୍ୟର ମାଲିକାନା ଓ ବିକ୍ରିବଟା) – 
ଓଡିଶା ଗ୍ରାମ ପଞ୍ଚାୟତସମୂହ (ଲଘୁ ବନଜାତ ଦ୍ରବ୍ୟ ପ୍ରଶାସନ) ନିୟମାବଳୀ 2002) ଲାଗୁ ହେବ ବୋଲି କୁହାଯାଇଛି । ଏଥିରେ କୁହାଯାଇଛି ଯେ, ବେଆଇନ କାରବାରୀଙ୍କ ବିରୁଦ୍ଧରେ ସରପଞ୍ଚ ବା ସେକ୍ରେଟାରି DFOଙ୍କ ନିକଟରେ ଅଭିଯୋଗ ଦାଖଲ କରିବେ ଏବଂ DFO ସେହି କାରବାରୀଙ୍କ ବେଆଇନ ଜିନିଷକୁ ଜବତ କରି ସର୍ବସାଧାରଣରେ ନିଲାମ କରିବେ ଓ ତହିଁରୁ ଉପଲବ୍ଧ ଅର୍ଥରାଶିକୁ ଜଙ୍ଗଲ ବିଭାଗ ଆକାଉଣ୍ଟରେ ଡିପୋଜିଟ କରିବେ । ପୁଣି, ଉକ୍ତ ନିୟମାବଳୀରେ କୁହାଯାଇଛି ଯେ, ଗ୍ରାମ ପଞ୍ଚାୟତର ଏକ ନିଷ୍ପତ୍ତି ବିରୁଦ୍ଧରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା 133 ଅନୁଯାୟୀ ଅପିଲ କରିହେବ, ଯେଉଁଥିରେ ସବ-କଲେକ୍ଟର ଓ କଲେକ୍ଟରଙ୍କୁ ଆପେଲେଟ କର୍ତ୍ତୃପକ୍ଷଙ୍କ କ୍ଷମତା ନ୍ୟସ୍ତ କରାଯାଇଛି । ଏପ୍ରକାର ବ୍ୟବସ୍ଥା ପେସା ଆଇନ 1996 ର ଧାରା 4 (M) (ii)ରେ ଗ୍ରାମସଭା ଓ ପଞ୍ଚାୟତଗୁଡିକୁ ପ୍ରଦତ୍ତ କ୍ଷମତା    ଏବଂ ଜଙ୍ଗଲ ଅଧିକାର ଆଇନ 2006ର ଧାରା 3(1)(C ) ସହିତ ପଠିତ ଧାରା 5ରେ ଗ୍ରାମସଭା ଏବଂ ଗ୍ରାମସ୍ତରୀୟ ଅନୁଷ୍ଠାନକୁ ପ୍ରଦତ୍ତ କ୍ଷମତାକୁ ଉଲ୍ଲଂଘନ କରୁଛି । 
ନିୟମ 14 (ଶାନ୍ତିରକ୍ଷା ଏବଂ ବିବାଦ-ମୀମାଂସାରେ ଗ୍ରାମସଭାର ଭୂମିକା)-  
ଏହାର ଉପନିୟମ (4)ରେ କୁହାଯାଇଛି ଯେ, କୌଣସି ଧର୍ତ୍ତବ୍ୟ ଅପରାଧ ବା ମାନବାଧିକାର ଉଲ୍ଲଂଘନ ଜଡିତ ଥିବା ବିବାଦକୁ ଗ୍ରାମସଭା କିମ୍ବା ସରପଞ୍ଚ ଆଦୌ ବିଚାର କରିବେ ନାହିଁ । କିନ୍ତୁ ଏହା ପେସା ଆଇନର ଧାରା 4(d)କୁ ଉଲ୍ଲଂଘନ କରୁଛି, କାରଣ ପେସା ଆଇନରେ ଗ୍ରାମସଭାର କ୍ଷମତାକୁ ସୀମାବଦ୍ଧ କରାଯାଇନାହିଁ । ଏହାଛଡା, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା 153(1) (E) ଏବଂ ଧାରା 154 (ପଞ୍ଚାୟତ ପୋଲିସ ଓ ଅଦାଲତୀ ପଞ୍ଚାୟତର ସଂରକ୍ଷଣ)ର ମଧ୍ୟ ଉଲ୍ଲଂଘନ ହେଉଛି, କାରଣ ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1948ରେ ଯେଉଁ ପଞ୍ଚାୟତ ପୋଲିସ ଓ ଅଦାଲତୀ ପଞ୍ଚାୟତ ବ୍ୟବସ୍ଥା ଥିଲା, ସେଥିରେ ଉଭୟ ଦେବାନୀ ଓ ଲଘୁ ଫଉଜଦାରି ମାମଲାର ସମାଧାନ ପାଇଁ ବ୍ୟବସ୍ଥା ଥିଲା । 
ନିୟମ 15 (ଯଥୋଚିତ ସ୍ତରର ପଞ୍ଚାୟତଗୁଡିକରେ ଆସନ ସଂରକ୍ଷଣ ଓ ମନୋନୟନ)- 
ଏହାର ଉପଧାରା (1)ର ଅଣ-ଉପଧାରା (A)ରେ ଦର୍ଶାଯାଇଛି ଯେ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964ର ଧାରା 10 ଅଧୀନସ୍ଥ ଉପ-ଧାରା (5)ର ଅଣ-ଉପଧାରା (A) ଅନୁଯାୟୀ ସରପଞ୍ଚମାନଙ୍କ  ପାଇଁ ଆସନ ସରଂକ୍ଷିତ ହେବ । କିନ୍ତୁ ହେବା କଥା, ଅଣ-ଉପଧାରା (B) । ବିଚାର କରିବା କଥା, ପେସା ଆଇନ 1996ର ଧାରା 4 ଅଧୀନରେ ଉପାଧାର। (g) ଓ (h)ରେ ଯେଭଳି ସ୍ପଷ୍ଟ ଭାଷାରେ ଅନୁସୂଚୀତ    ଅଞ୍ଚଳ ପାଇଁ ଆସନ ସଂରକ୍ଷଣ ବିଷୟ ଲେଖାଯାଇଛି ଏବଂ ଓ. ଗ୍ରା.ପ. ଆଇନରେ ମଧ୍ୟ ଆବଶ୍ୟକୀୟ ସଂଶୋଧନ ସ୍ଥାନିତ ହୋଇଛି, ସେପରି ସ୍ଥଳେ ଏହି ଚିଠା-ନିଯମାବଳୀରେ ପୁଣି ଏ ବିଷୟ ଭର୍ତ୍ତି କରିବାର କି ଆବଶ୍ୟକତା ଅଛି ? ସୁତରାଂ, ଏହି ନିୟମ ଆଦୌ ଏଠାରେ ସ୍ଥାନିତ ହେବାର ଆବଶ୍ୟକତା ନାହିଁ । 
ନିୟମ 16 (ସାଧାରଣ) -  
ଏହାର ଉପନିୟମ (3)  ଓ ଉପ-ନିୟମ (4)ରେ କଲେକ୍ଟରଙ୍କୁ କ୍ଷମତା ଦିଆଯାଇଛି, ଯଥାକ୍ରମେ ଏହି ନିୟାମାବଳୀ ସହିତ ଆଉ କୌଣସି ନିୟମର ବିରୋଧାଭାସ ଦେଖାଦେଲେ ସେ ଏହା ଉପରେ ନିଷ୍ପତ୍ତି ନେବେ ଏବଂ ଏହି ନିୟମାବଳୀର ସୂଚାରୁ କାର୍ୟ୍ୟକାରିତା ପାଇଁ ସେ ଗ୍ରାମ ପଞ୍ଚାୟତକୁ ନିର୍ଦ୍ଦେଶ ଦେବେ । ଏପ୍ରକାର ବ୍ୟବସ୍ଥା କେବଳ ପେସା ଆଇନର  ଭାଷା ଓ ଭାବକୁ ନୁହେଁ, ବରଂ ସମ୍ବିଧାନର ଭାଗ-9 (ପଂଚାୟତ ସମୂହ)ରେ ଥିବା ଧାରା 243-G (ପଞ୍ଚାୟତର ସ୍ଵୟଂଶାସନ)କୁ ଉଲ୍ଲଂଘନ କରୁଛି । ଏହା ପରିବର୍ତ୍ତେ, ଗ୍ରାମ ପଞ୍ଚାୟତ କୌଣସି ସମସ୍ୟା ଉପୁଜିଲେ, ଯଥାକ୍ରମେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପରାମର୍ଶ ଲୋଡିବା ଏବଂ ସେମାନେ ଆବଶ୍ୟକ ମୁତାବକ ସମୟାନ୍ତରରେ ପରାମର୍ଶ ଦେବାର ବ୍ୟବସ୍ଥା ସ୍ଥାନିତ ହେଲେ ଠିକ ହେବ । 
ନିୟମ 17 (ଅପିଲ କରିବାର କ୍ଷମତା) – 
ଗ୍ରାମସଭା କିମ୍ବା ଗ୍ରାମ ପଞ୍ଚାୟତର ନିଷ୍ପତ୍ତି ବିରୁଦ୍ଧରେ RDCଙ୍କ ନିକଟରେ ଅପିଲ କରିବ।ର ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ । ଏହା ମଧ୍ୟ ସମ୍ବିଧାନର ଧାରା 243-Gକୁ ଉଲ୍ଲଂଘନ କରୁଛି । 
---------------------------------------------------------------------------------------------------------
A Discussion Paper prepared by Chitta Ranjan Behera, Advocate, Mobile -9437577546 , Date – 15 Dec 2023.Collection copy.

ପ୍ରିୟ ଓଡ଼ିଶାବାସୀ,ଭାବି ଦେଖନ୍ତୁ

ପ୍ରିୟ ଓଡ଼ିଶାବାସୀ,ଭାବି ଦେଖନ୍ତୁ।
ଓଡ଼ିଆ ଜାତି ଚିନ୍ତା କର , ତୁମେ କଣ କରିବ ।ଆଉ କେତେ ଦିନ  ଏହି ଲୁଟେରା ମାନଙ୍କ କବଳରେ ଛଟପଟ ହେବ ।ଓଡ଼ିଶାର ସବୁ ବଡ଼ ବଡ଼ ସୁନା ଦୋକାନର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଡ୍ରେସ ଦୋକାନର ମାଲିକ ଅଣ ଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଦେଶୀ ମଦ ଭାଟିର ମାଲିକ ଅଣ ଓଡ଼ିଆ। ଓଡ଼ିଶାର ଏକାଧିକ ଷ୍ଟାର୍‌ ହୋଟେଲ୍‌ ଓ ହସ୍‌ପିଟାଲର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଟେକ୍‌ କମ୍ପାନୀର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଖଣି କମ୍ପାନୀଙ୍କ ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ବଡ଼ ବଡ଼ ଠିକା କମ୍ପାନୀର ମାଲିକ ଅଣଓଡ଼ିଆ। ଓଡ଼ିଶାର ସବୁ ପ୍ରଭାବଶାଳୀ ଓ କ୍ଷମତାଶାଳୀ ଅଫିସର ଅଣଓଡ଼ିଆ। ତାଲିକାରେ ଆହୁରି ଅନେକ କଥା ଯୋଡ଼ାଯାଇ ପାରିବ। ଆପଣମାନେ ସେ ଦାୟିତ୍ୱ ନିଅନ୍ତୁ।ସମସ୍ତେ share କରନ୍ତୁ । ବିନମ୍ର ନିବେଦନ।🙏
ଏମିତି ଏକ ନିମ୍ନୋକ୍ତ ବିଷୟରେ ଭାବି ଦେଖନ୍ତୁ।ରାଜ୍ୟରେ ଅଣ ଓଡ଼ିଆ ଠିକାଦାର ମାନେ କିପରି ମନଭରି ଓଡ଼ିଶାର ସମ୍ପଦକୁ ଲୁଟ କରି ଚାଲିଛନ୍ତି , ଏହି ତଥ୍ୟ ଗତ କିଛି ଦିନ ତଳେ ଆମ୍ଭେ ମୋ ଦଳ ତରଫରୁ ରାଜ୍ୟବାସୀଙ୍କୁ ଜନାଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରେ ଥିବା କିଛି ମୁଷ୍ଟିମେୟ ଅଣ ଓଡ଼ିଆ ଅଫିସର ମାନେ ସେମାନଙ୍କ ଭାଇ ବନ୍ଧୁ କୁଟୁମ୍ବ ଙ୍କୁ ଡାକି ଆଣିଛନ୍ତି ଓଡ଼ିଶାକୁ ଲୁଟିବା ପାଇଁ । ତେଣୁ ରାଜ୍ୟର ସମସ୍ତ ବଡ଼ ବଡ ପ୍ରକଳ୍ପ ଅଣ ଓଡ଼ିଆ ଠିକାଦାରଙ୍କ ଅଧୀନରେ । ଆମ ରାଜ୍ୟର ଓଡ଼ିଆ ଠିକାଦାର ମାନେ ସେମାନଙ୍କର ପେଟି କନ୍ତ୍ରାକ୍ତର ହୋଇଛନ୍ତି । ଏହା ହେଉଛି ବିଜେଡି ଦଳର ଓଡ଼ିଶାକୁ ସର୍ବଶ୍ରେଷ୍ଠ ଅବଦାନ । 
ଭୁଵନେଶ୍ବର ସହରରେ  କିପରି ଅଣ ଓଡ଼ିଆ ଠିକାଦାର ମାନେ ସବୁ ବଡ଼ ବଡ ପ୍ରକଳ୍ପ ଦଖଲ କରିଛନ୍ତି  , ଏହାର ତଥ୍ୟ ମୁଁ ଏଠାରେ ଉପସ୍ଥାପନ କରୁଛି । 
1. ସ୍ୱେରେଜ୍ treatment plant ପାଇଁ M/S Tech WABAG, Chennai  ନେଇଛି - 268 କୋଟି 
2.ସ୍ୱେରେଜ ପାଇଁ Iron Triangle Ltd., Gujrat କୁ ମିଳିଛି -173 କୋଟି 
3.ସେୱେରେଜ ପାଣ୍ଟ ନିର୍ମାଣ ପାଇଁ Eureka Traders Bureau କୁ ମିଳିଛି -14କୋଟି 
4. Tata project Ltd. Hyderabad କୁ ଦିଆଯାଇଛି -345କୋଟି 
5. ସ୍ଵେରେଜ୍ ପ୍ଲାଣ୍ଟ ନିର୍ମାଣ ପାଇଁ  Laxmi Construction Ltd., Hyderabad କୁ ମିଳିଛି -235 କୋଟି ଟଙ୍କା 
6.larsen and Turbro Ltd., Chennai ku ଖାରବେଳ ଭବନ ନିର୍ମାଣ ପାଇଁ ମିଳିଛି -124 କୋଟି ଟଙ୍କା 
7. ଛ ନମ୍ୱର୍ ହସ୍ପିଟାଲ ମଧ୍ୟରେ ନିର୍ମିତ ମେଡିକାଲ  ରେସର୍ଚ୍ଚ ସେଣ୍ଟର୍ ପାଇଁ  Larsen and Toubro , Chennai କୁ ମିଳିଛି -235 କୋଟି 
8. ସହିଦନଗର ଓ ରାଜମହଲ କାର ପାର୍କିଂ ନିର୍ମାଣ ପାଇଁ M/S Badri Raj and Co କୁ ମିଳିଛି - 70କୋଟି ଟଙ୍କା
9.ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ MSI ପାଇଁ M/S Honeywell Automation India Ltd. କୁ ମିଳିଛି -700କୋଟି ଟଙ୍କା 
10. ବି.ଏମ.ସି.ବିଲ୍ଡିଂ ନିର୍ମାଣ ପାଇଁ M/S URC Construction Ltd, Chennai କୁ ଦିଆଯାଇଛି -73କୋଟି ଟଙ୍କା 
11. ଗାଡକଣ ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପ ନିର୍ମାଣ ପାଇଁ M/S Malar VRC India Ltd. କୁ ମିଳିଛି 85କୋଟି ଟଙ୍କା
12.ସୁବୁଧିପୂର୍ ରେ ପ୍ରକଳ୍ପ ନିର୍ମାଣ ପାଇଁ M/S NCC Ltd.  କୁ ମିଳିଛି 199କୋଟି ଟଙ୍କା 
13. କଳିଙ୍ଗ ନଗର  ଆବାସ ଗୃହ ନିର୍ମାଣ ପାଇଁ KMV project, Hyderabad କୁ ମିଳିଛି  61କୋଟି ଟଙ୍କା 
14. ବରମୁଣ୍ଡା ବସ ତର୍ମିନାଲ ନିର୍ମାଣ ପାଇଁ Bridge and Roof Co କୁ ମିଳିଛି 180 କୋଟି ଟଙ୍କା ।
ଏହିପରି ଏକାଧିକ ପ୍ରକଳ୍ପ ଅଣ ଓଡ଼ିଆ ଠିକାଦାର ମାନଙ୍କ ଆମ ରାଜ୍ୟର ବିକାଶମୂଳକ ପ୍ରକଳ୍ପ ଦିଆଯାଇଛି । ରାଜ୍ୟରେ ଯେପରି ପିସି କାରବାର ଚାଲିଛି , ଏହାକୁ ଯଦି ହିସାବକୁ ନିଆଯାଏ ,ତେବେ ଅଣ ଓଡ଼ିଆ ଅଫିସର ମାନେ ଶହ ଶହ କୋଟି ଟଙ୍କା ଲୁଟ  କରି ନେଇଛନ୍ତି ।ଏହି ଲୁଟ ଯୋଗୁ ଓଡ଼ିଶା ଆଜି କାଙ୍ଗାଳ । ଦାଦନ ଖଟି ଯିବା ବ୍ୟତୀତ ଆଉ କିଛି ଉପାୟ ନାହିଁ । 2024ରେ ବିଜେଡି ଯଦି କ୍ଷମତାକୁ ଆସେ ,  ଅଣ ଓଡ଼ିଆ ଅଫିସର ଓ ଅଣ ଓଡ଼ିଆ ଠିକାଦାରଙ୍କ ଲୁଟ ଆହୁରି ଭୟଙ୍କର ହେବ । ଓଡ଼ିଶାବାସୀ ସାବଧାନ ରୁହ । ନଚେତ୍ ଆହୁରି ଦୁର୍ଦ୍ଧିନ ଆମେ ଭୋଗିବା ।