ବିବାହ ତତ୍ୱ ଜ୍ଞାନ

IYA NEWS
ବିବାହ ତତ୍ୱ ଜ୍ଞାନ
ଆସ ଗୋ ପରାଣ ମିତ,
ବିଭା ଘର ଦେଖିଯିବା ତୁରିତ ଗୋ,
ଦେଖି ଲାଖି ଯିବ ତୋର ନେତ୍ର ସଙ୍ଗାତ ଗୋ । ।
ମହା ସମାରୋହେ ଆଜି,
ବିଭା ଘରେ ସର୍ବେ ଅଛନ୍ତି ମଜ୍ଜି ଗୋ ।
ଦେଖ ନୟନକୁ ଠୁଳେ ଖଂଜି ସଙ୍ଗାତ ଗୋ । ।
ଏକାଗ୍ରତା ମନ ଦେଇ,
ଅନାଥ ରୋଷଣି କ୍ଷେତ୍ରକୁ ଯାଇ ଗୋ ।
କେତେ  ଫୁଲ ଫାନସ ଦିଶଇ ସଙ୍ଗାତ ଗୋ । ।
ଶ୍ୱେତ ପୀତ ନୀଳ ବର୍ଣ୍ଣ,
ଲୋହିତ କୁଙ୍କୁମ ବର୍ଣ୍ଣ ଘେନିଣ ଗୋ ।
ପଂଚ ବର୍ଣ୍ଣରେ ଫୁଲ ଶୋଭନ ସଙ୍ଗାତ ଗୋ । ।
ମଦନ ମାରଇ ବାଣ,
ବାଣ ଶବ୍ଦେ କଂପୁଅଛି ଭୁବନ ଗୋ ।
ପରାଣ ହୋଇଯାଏ ଉଚ୍ଛନ୍ନ ସଙ୍ଗାତ ଗୋ । ।
ଏ ବ୍ରାହ୍ମ ମୁହୂର୍ତ ବେଳେ,
ଜ୍ୟୋତିର୍ମୟ ପ୍ରଭା ଦିଶେ ନେତ୍ରରେ ଗୋ ।
ଚତୁର୍ଦ୍ଦିଗ ପୂର୍ଣ୍ଣ ଆଲୋକରେ ସଙ୍ଗାତ ଗୋ । ।
ଦେଖି ସର୍ବେ ଆନନ୍ଦିତ,
କେ ହସେ କେ ନାଚେ କେ ଗାଏ ଗୀତ ଗୋ ।
ବାର ବାଦ୍ୟେ ଦୁଲୁକେ ଜଗତ ସଙ୍ଗାତ ଗୋ । ।
ବର ନିକଟେ ମାର୍କୁଣ୍ଡି,
ମାର ଶର ତହିଁ ନ ପାରେ ଭେଦି ଗୋ ।
ବାଳ ସମ ମନେ ଚଳ ଧୁଣ୍ଡି  ସଙ୍ଗାତ ଗୋ ।
ବାଳ ସମ ମନ କରି,
କାମ କ୍ରୋଧ ଲୋଭ ପାରିଲେ ଦଳି ଗୋ ।
ବୁଝିବୁ  ବିଭା ତତ୍ୱ  କିପରି ସଙ୍ଗାତ ଗୋ । ।
(କ୍ରମଶଃ-୧)

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........