କୋଭିଡ୍-୧୯ର ବ୍ୟୟ ଜନିତ ହିସାବ ତଥ୍ୟ ନ ଦେବାରୁ ବିକ୍ଷୋଭ ପ୍ରଦର୍ଶନ

କୋଭିଡ୍-୧୯ର ବ୍ୟୟ ଜନିତ ହିସାବ ତଥ୍ୟ ନ ଦେବାରୁ ବିକ୍ଷୋଭ ପ୍ରଦର୍ଶନ 
IYA NEWS (କଟକ) ତା୧୭/୦୮/୨୦ରିଖମହାମାରୀ କରୋନା ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସ ୨୧ ତାରିଖ ଠାରୁ ସମଗ୍ର ଓଡିଶା ରାଜ୍ୟରେ ଲକ୍ ଡାଉନ୍ ଏବଂ ସର୍ଟ ଡାଉନ୍ ଲାଗୁ ହେବା ଫଳରେ ବିପର୍ଯ୍ୟସ୍ତ ହୋଇ ପଡିଲା ଜନ ସାଧାରଣଙ୍କର ଜୀବନ ଜୀବିକା । ଏହାର ମୁକାବିଲା କରିବା ପାଇଁ ଅଦ୍ୟାବଧି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । ନିରାଶ୍ରୟ ମଣିଷର ଭୋଜନ ବ୍ୟବସ୍ଥା ଠାରୁ ପଶୁ ପକ୍ଷୀମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବା ସହିତ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଗଲା । ଏଥିପାଇଁ ବିପୁଳ ପରିମାଣରେ ଅର୍ଥଶ୍ରାଦ୍ଧ ହେଲା । ମାତ୍ର ଫାଇଭ୍ ଟି ନାରା ଦେଇ,ସରକାର ଢୋଲ ପିଟୁଥିଲା ବେଳେ, ସୂଚନା ଅଧିକାର ଆଇନ ମାଧ୍ୟମରେ ଏହାର ବ୍ୟୟ ଅଟକଳ ସଂପର୍କରେ, ତିନି ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସରକାର ସୂଚନା ଅଧିକାରୀକର୍ମୀମାନଙ୍କୁ ତଥ୍ୟ ଦେବା ପାଇଁ ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଥିପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ କଟକ ଜିଲ୍ଲା ତରଫରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଯଦି ଆଗାମୀ ଦିନରେ କୋଭିଡ୍ ସଂପର୍କିତ କୋଭିଡ୍ ହସପିଟାଲ,କ୍ୱାରାଂଟାଇନ୍ କେନ୍ଦ୍ର,ରିଲିଫ୍ ବଂଟନ, ନିର୍ମାନ ଶ୍ରମିକ ଆର୍ଥିକ ସହାୟତା,ଭତା ପ୍ରଦାନ, ପଶୁ ପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଣ ତଥ୍ୟ ଗୁଡିକ ଆଗାମୀ ପନ୍ଦର ଦିନ ମଧ୍ୟରେ ପ୍ରଦାନ ନ କରନ୍ତି, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତପୂର୍ଣ୍ଣ ଧାରଣା ଦିଆଯିବ ବୋଲି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇଥିବା ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ସୁଚନା ଅଧିକାର ତଥ୍ୟ ନ ଦେଲେ, ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଅଧିକାର କର୍ମୀ ଅକ୍ଷୟ ପଣ୍ଡା,ଭୀମସେନ ବିଶ୍ୱାଳ,ପ୍ରକାଶ ସାମଲ,ବସନ୍ତ ଜେନା,ରତ୍ନାକର ଦାସ,ଜ୍ଞାନ ରଂଜନ ଭୂୟାଁ,ଗତିକୃଷ୍ଣ ବେହେରା, ରମାକାନ୍ତ ଦଳାଇ,ଲକ୍ଷ୍ମୀଧର ଖୁଂଟିଆ,ମନୋରଂଜନ ସାହୁ,ଅଲେଖ ମହାନ୍ତି,ତୀର୍ଥବାସୀ ବେହେରା,ସଚ୍ଚିଦାନନ୍ଦ ପ୍ରଧାନ,ହରିହର ବେହେରା,ହିମାଂଶୁ ସାହୁ,ଅତୁଲ୍ୟ ସାହୁ ,ଭୀମସେନ ବିଶ୍ୱାଳ ଏବଂ ସତ୍ୟପ୍ରିୟ ଦାସ ପ୍ରମୁଖ ସୂଚନା ଦେଇଛନ୍ତି ।

 ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........