ନିଆଳୀ ବ୍ଲକରେ ଚଂଚକତା, ଜୀଅନ୍ତା ମଣିଷକୁ ସରକାରୀ ଖାତାରେ ମାରିଦେଲେ

ନିଆଳୀ ବ୍ଲକରେ ଚଂଚକତା, ଜୀଅନ୍ତା ମଣିଷକୁ ସରକାରୀ ଖାତାରେ ମାରିଦେଲେ
(ନିଆଳୀ) ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ସମୟରେ,ସରକାର ଲକ୍ ଡାଉନ ସମୟରେ କାମ ଧନ୍ଦା ନ ପାଇ ଘରେ ବସିଥିବା ସମୟରେ , ଜନ ସାଧାରଣଙ୍କୁ ସାହାଯ୍ୟ ପ୍ରଦାନ କରିବା ଅନେକ  ଯୋଜନା ପ୍ରଣୟନ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ ପାଇଁ ପନ୍ଦର ଶହ ଟଙ୍କା ସ୍ଥିରୀକୃତ ହେବା ବେଳେ, ଏହାର ବଂଟନ ପାଇଁ ସରକାରୀ ସ୍ତରରେ ବିଭିନ୍ନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା  । ମାତ୍ର ଏହାର ବ୍ୟତିକ୍ରମ ଦେଖା ଦେଇଛି ନିଆଳୀ ବ୍ଲକ୍ ସ୍ଥିତ ଅଁଳୋ ଗ୍ରାମ ପଂଚାୟତ ଗୋବିନ୍ଦ ରାମ ପାଟଣା ଗ୍ରାମରେ  । ଉକ୍ତ ଗ୍ରାମରେ ରାଘବ ବେହେରାଙ୍କ ପୁତ୍ର ଜିତେନ୍ଦ୍ର ବେହେରା (୨୬ ବର୍ଷ)  ଏକ ଓଲଡିଂ ଦୋକାନ କରିଛନ୍ତି । ଏତଦ୍ ବ୍ୟତୀତ ଜଣେ ନିର୍ମାଣ ଶ୍ରମିକ ଭାବରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ ବୋର୍ଡର  ପଂଜୀକୃତ ନଂ ଓ.ଡି.ସି.ଟି.ସି.୦୦୧୧୩୧୬୩୦, ତା:୨୮/୦୬/୨୦୧୭ରିଖ ଦିନ ପଂଜୀକରଣ କରିଥିଲେ । ଏକଦା ଜିତେନ୍ଦ୍ର,ତାଙ୍କର ଦୋକାନରେ କାର୍ଯ୍ୟରତ ଥିବା ସମୟରେ ଶ୍ରମିକ ମାନଙ୍କ ଟଙ୍କା ବଂଟନ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ଆସି  ଜିତେନ୍ଦ୍ରଙ୍କ  ନିର୍ମାଣ ଶ୍ରମିକ ସହାୟତା ରାଶି କାଳେ ଅଁଳୋ ଗ୍ରାମର ତାଲିକାରେ ନାମ ଚାଲିଯାଇଥିବ ବୋଲି
କହିଥିଲେ  ।  ଏହାପରେ  ତିନି ମାସ ବିତିଯାଇଥିଲେ ମଧ୍ୟ ଜିତେନ୍ଦ୍ରଙ୍କ ସହାୟତା ରାଶି ସଂପର୍କରେ କୌଣସି ସୁରାକ୍ ମିଳି ନ ଥିଲା  ।  ମାତ୍ର ପରିତାପର ବିଷୟ  ନିଆଳୀ ବ୍ଲକ ପ୍ରଶାସନ ଦ୍ୱାରା ନିର୍ମାଣ ଶ୍ରମିକ ସଂପର୍କିତ କାଗଜାତ ପତ୍ରରେ  ଜଣେ ଜୀବନ୍ତ ମଣିଷକୁ ଆକ୍ରୋଶମୂଳକ ଭାବେ ଜିତେନ୍ଦ୍ରଙ୍କୁ ମୃତ ଦର୍ଶାଯାଇଥିଲା ।   ଯାହାଫଳରେ ସରକାରଙ୍କ ଠାରୁ ମିଲୁଥିବା ସହାୟତା ରାଶି ପାଇବା ପାଇଁ ବଂଚିତ ହୋଇଥିଲେ । ଏପରି ବ୍ୟତିକ୍ରମ ଉଦ୍ଦେଶ୍ୟମୂଳକ ହୋଇଥିଲେ ମଧ୍ୟ, ମୋ ପୁଅ ବଂଚିଥାଉ ଥାଉ ସରକାର ତାଙ୍କ କାଗଜାତପତ୍ରରେ ମାରିଦେଲେ ବୋଲି ଲୁହ ଛଳ  ଛଳ ଆଖିରେ ଜିତେନ୍ଦ୍ରଙ୍କ ମାଆ ମତବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ଏପରି ତୃଟି ଜାଣି ଶୁଣି କରାଯିବା ସହିତ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଇଛି ଏବଂ ଏପରି ତୃଟି କରିଥିବା କର୍ମଚାରୀଙ୍କୁ ଦଣ୍ଡ ବିଧାନ କରିବା ଦରକାର ବୋଲି ନିଆଳୀର ମାନବିକ ଅଧିକାର କର୍ମୀ ଅବଦୁଲ ବାରି ମତବ୍ୟକ୍ତ କହିଛନ୍ତି ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........