ଫଟୋ ପଛର କାହାଣୀ ରଞ୍ଜନ ଦାସ ମର୍ଡର କେସ୍

ସୂଚନାଧିକାରକର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ,ହତ୍ୟାକାଣ୍ଡର ଷଡଯନ୍ତ୍ରରେ ସମ୍ପୃକ୍ତ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ବହିଷ୍କାର  ଏବଂ ତଦନ୍ତକୁ ରଫା ଦଫା କରିଥିବା କେନ୍ଦ୍ରାପଡା ଏସ୍.ପି. ନିତୀ ଶେଖରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟପାଳଙ୍କ ଦପ୍ତର ସମ୍ମୁଖରେ ଧାରଣା ।


                  ଗତ ଫେବୃୟାରୀ,୦୧,୨୦୨୦ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ସୂଚନାଧିକାରକର୍ମୀ ରଞ୍ଜନ ଦାସଙ୍କ ମୃତ ଦେହ ମାର୍ଶାଘାଇ ଥାନା ଅଧିନସ୍ଥ ଏକ ବେରୁହାଁ ରାସ୍ତା ପାଶ୍ୱର୍ରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ରଞ୍ଜନଙ୍କ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଏତଲା ଦିଆଯିବା ସହ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା ।ପୋଲିସ ଉକ୍ତ ଅଭିଯୋଗକୁ ପଞ୍ଜୀକୃତ କରି (କେସ୍ ସଂଖ୍ୟା ୨୪/୨୦୨୦) ତଦନ୍ତ ଆରମ୍ଭ କରିଥିଲା ।
                  ଆରମ୍ଭରୁ ରଞ୍ଜନଙ୍କ ପରିବାର ଲୋକେ ପୋଲିସ୍ ତଦନ୍ତକୁ ସନ୍ଦେହ ଚକ୍ଷୁରେ ଦେଖିବା ସହିତ ଏଥିରୁ ନ୍ୟାୟ ନ ମିଳିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କାରଣ ପୂର୍ବରୁ ରଞ୍ଜନଙ୍କ ଉପରେ ବାରମ୍ବାର ଆକ୍ରମଣ,ହତ୍ୟା ଧମକ ସମ୍ପର୍କିତ ହୋଇଥିବା ଅଭିଯୋଗ ଉପରେ ପାଟକୁରା ବା ମାର୍ଶାଘାଇ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ତେଣୁ ପୋଲିସ ଏବଂ ଅପରାଧୀଙ୍କ ମଧୁ ଚନ୍ଦ୍ରିକା ହେତୁ ତାଙ୍କ ତାଙ୍କ ଅଭିଯୋଗକୁ ପୋଲିସ ତଦନ୍ତ  ନ କରି  ଚାପି ଦେଉଥିବାର ଅଭିଯୋଗ ରଞ୍ଜନ ବାରମ୍ବାର କରିଥିଲେ ଏବଂ  ତାଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରି ଆସୁଥିଲେ । ରଞ୍ଜନ ହତ୍ୟାକାଣ୍ଡର ପୋଲିସ ତଦନ୍ତର ଅଗ୍ରଗତି ସମ୍ପର୍କରେ କୌଣସି ତଥ୍ୟ ପରିବାରକୁ ଜଣାଉନଥିଲା । ଠିକ୍ ଏହି ସମୟରେ ତା୧୦/୦୩/୨୦୨୦ରିଖରେ ହୋଲି ଖେଳ ଦିନ ସ୍ଥାନୀୟ ଅପରାଧୀ ତ୍ରିଲୋଚନ ବାରିକ ସର୍ବ ସମ୍ମୁଖରେ ସେମାନେ ରଞ୍ଜନ ଦାସଙ୍କୁ ହତ୍ୟା କରିଛନ୍ତି ଏବଂ ଆହୁରି ଦୁଇ ଜଣଙ୍କୁ ହତ୍ୟା କରିବେ ବୋଲି କହିଥିଲେ । ଏ ସମ୍ପର୍କରେ ମୃତ ରଞ୍ଜନଙ୍କ ବାପା ଲକ୍ଷ୍ମୀଧର ଦାସ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ତଦନ୍ତ କରି ନଥିଲେ ।ସେହିପରି ଗତ ତା୧୫.୦୩.୨୦୨୦ରିଖରେ ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଠିକାଦାର ବିବେକ ଜେନା ସମେତ ପାଂଚ ଅପରାଧୀ ରଞ୍ଜନର ଘରକୁ ଆସି ତାର ବାପାଙ୍କୁ ଜାତିଗତ ଆକ୍ଷେପ କରି ନୀରବ ରହିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ରଞ୍ଜନଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରାଜନୈତିକ ଚାପରେ ପୋଲିସ ତଦନ୍ତ କରି ନଥିଲା ।
ଗତ ତା୧୩.୦୫.୨୦୨୦ରିଖରେ ରଞ୍ଜନଙ୍କ ବାପା ବ୍ୟକ୍ତିଗତ ଭାବେ କ୍ରାଇମ୍ ବ୍ରାଂଚ ନିର୍ଦ୍ଦେଶକଙ୍କୁ ଭେଟି ରଞ୍ଜନ ହତ୍ୟାକାଣ୍ଡର କ୍ରାଇମ୍ ବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ତା୦୩/୦୮/୨୦୨୦ରିଖରେ କ୍ରାଇମ୍ ବ୍ରାଂଚ ଏ.ଡି.ଜି.ଙ୍କୁ ଭେଟି ତଦନ୍ତ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଗତ ଫେବୃୟାରୀରେ ତା୦୯/୧୦/୨୦୨୦ରିଖରେ ଦେଶର ପ୍ରମୁଖ ଚଉଦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନା ଅଧିକାରକର୍ମୀମାନଙ୍କୁ ଲଗାତର ହତ୍ୟା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଏବଂ ପରିବାରଙ୍କୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ । ରଞ୍ଜନ ହତ୍ୟାକାଣ୍ଡ ସମ୍ପର୍କରେ ହୋଇଥିବା ଅଭିଯୋଗ ନଂ.୨୭୧/୨୦୨୦କୁ ଲୋକାୟୁକ୍ତ ଗ୍ରହଣ କରି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଥିଲେ । ଗୃହ ବିଭାଗ ତରଫରୁ ଗତ ତା୦୮/୧୧/୨୦୨୦ରିଖରେ କେନ୍ଦ୍ରାପଡା ଏସ୍.ପି.ଙ୍କ ରିପୋର୍ଟକୁ ଆଧାର କରି ଜବାବ ଦାଖଲ କରାଯାଇଥିଲା । ଏହି ରିପୋର୍ଟରେ ରଞ୍ଜନ ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ଦର୍ଶାଇ ତଦନ୍ତକୁ ବନ୍ଦ କରିଦେଇଥିବା ସମ୍ପର୍କରେ ଉଲ୍ଲେଖ ଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯାହାକି ଆରମ୍ଭରୁ ଅଭିଯୋଗ ହୋଇ ଆସୁଥିଲା ।ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରଭାବରେ କେନ୍ଦ୍ରାପଡା ପୋଲିସ୍ ମିଥ୍ୟା ଷ୍ଟୋରୀ ରଚନା କରି ତଦନ୍ତ ବନ୍ଦ କରି ଦେଇଛି । ସେଥିପାଇଁ ବାରମ୍ବାର ପରିବାର ତରଫରୁ କ୍ରାଇମ୍ ବ୍ରାଂଚ୍ ତଦନ୍ତ ଦାବୀ ହୋଇ ଆସୁଥିଲା ଏବଂ  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରା ଯାଇଥିଲା । କିନ୍ତୁ ଜିଲ୍ଲା ପୋଲିସ୍ ଏବଂ ରାଜ୍ୟ ପୋଲିସ ଉଭୟ ମିଳାମିଶା କରି ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡକୁ ରାଜନୈତିକ ଚାପର ବଶବର୍ତୀ କରିଦେଲେ ।
ତେଣୁ ପରିବାରକୁ ନ୍ୟାୟ ଦେବା ଏବଂ ରଞ୍ଜନ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ଓ ଅପରାଦୀଙ୍କୁ ଗିରଫ ପାଇଁ ଓଡିଶା ପୋଲିସ ବିଫଳ ହୋଇଥିବାରୁ ଏବଂ ତଦନ୍ତକୁ ବାଟବଣା କରି ଦଫାରଫା କରିଥିବାରୁ ଆମ୍ଭେ ହତ୍ୟାକାଣ୍ଡର ସିବିଆଇର ତଦନ୍ତ ଦାବୀ କରୁଛୁ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବିଶ୍ୱାସର ହସ, ହଳାହଳ ବିଷ

ସରପଂଚ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ହିସାବ ଦେବେ । ଏକଥା ଶୁଣି ମୋତେ କେମିତି କେମିତି ଲାଗୁଛି  । ଆଉ କାଇଁ ବାକି ରଖିଲେ । ବୁ୍ୟରୋକାଟଙ୍କୁ ଯୋଡି ଦିଅନ୍ତୁ । ଚୋରା ବାଲି ଚାଲାଣ ହେଉଛି ଏହାର ହିସାବ କିଏ ଦେବ ? ସରକାରୀ ଜାଗାରୁ କାଠ କଟା ହେଉଛି, ତେଲ ସରିଗଲା ବୋଲି ଅଧିକାରୀ ସଫେଇ ଦେଇ ଅଧା ବାଟରୁ ଫେରି ଆସୁଛି  । ଗାଁ ବାହ୍ୟମଳ ମୁକ୍ତ ଗାଁ ହୋଇଛି । ସମସ୍ତଙ୍କର ପାଇଖାନା ଅଛି କାଗଜରେ...ହେଲେ ସତରେ ନାଇଁ ।ସକାଳୁ ନୂଆ ବୋହୁଟା ନୋଟା ଧରି ବୁଦା ବଣ ଖୋଜୁଛି, ମଳ ତ୍ୟାଗ କରିବା ପାଇଁ । ଏମିତି କେତେ ହିସାବ ଅଛି । ହେଲେ ଆଜି ଓଡିଶା ତ ପୁରା ଖୋଳ, କମ୍ବଳ ଯାକ ପୁରା ବାଳ  । ଦୟାକରି ଏପରି ପ୍ରହସନ କରିବାରୁ ନିବୃତ ରୁହନ୍ତୁ  । ନତୁବା ମହାକାଳର ଫଳର ଶେଷ ପରିଣତି ପରି ନାଟକର ଶେଷ ଦୃଶ୍ୟ ଭାବରେ ଯବନିକା ପଡିବ । ଏହି ପରିପ୍ରେକ୍ଷୀରେ ମୋର କବିତା"ବିଶ୍ୱାସର ହସ, ହଳାହଳ ବିଷ" ପଢିବାକୁ ଅନୁେରୋଧ ସହିତ ମତାମତ ଦେବା ପାଇଁ ଅନୁରୋଧ  । 
 ଖାଇ ଖାଇ ବୋଧେ  ପେଟ ପୁରିଲା,ବୃଦ୍ଧ କାଳେ ଜ୍ଞାନ ଉଦୟ ହେଲା,
ଗୁହାଳ ଯାକ ମେଣ୍ଢା ଖାଇ ଖାଇ,ଲବୀନା କରୁଛି ସତୀଆ ପାଲା । ।
 ଖଜୁରୀ ଗଛର ମୂଳରୁ ପାହାଚ,ଦୁର୍ନିତୀ ଚେର ଲମ୍ବିଛି ବହୁତ,
ତାଳୁର ତଳିପା, ସବୁ ଖାଲି ମିଛ;କାଗଜ କଲମେ ଢୋ ।
 ସବୁ ପ୍ରହସନ, ଏ ସ୍ବଚ୍ଛ ଶାସନ,ଫାନ୍ଦ ନ ଜାଣି କି ହୋ ହୋ । ।
 କି ହସ ଫୁଟିବ ଜନତାଙ୍କ ଓଠେ,ନେତାଙ୍କ ସଂପତି ପାଇ,
ଚୋରଙ୍କ ଖୁନୀଙ୍କର ସବୁଯାକ ମେଳ,ରାଜଧାନୀ ଛକରେ ଯାଇ । ।
 ଲୁଟି ଲୁଟି ଗଲ  ବରଷ ବରଷ,ଏବେ ଖୋଜୁଅଛ ଜନତାଙ୍କ ହସ,
ବେକାରୀ ବଢିଛି, ପରୀର ଲୁହରେ ଓଡିଶା ଭିଜିଛି,
ଧର୍ଷିତାର ମାଆ ଲୁହ ପୋଛୁଅଛି ।
ଯାଇଛି ଦାଦନ;ଭେଣ୍ଡିଆ ପୁଅଟା,ବୁଢା ବାପା ଘରେ ମୁଣ୍ଡ କୋଡୁଅଛି । ।
ନିତି ଖାଇ  ପାଂଚ ଟଙ୍କୀ ଡାଲମା ଅନ୍ନ,ଟଙ୍କାକ ଚାଉଳ ନେଲା ସ୍ବାଭିମାନ ।
ବିକ୍ରି ହେଲା ସବୁ  ଓଡିଶାର ଧନ ।
 ଲୁଟପାଟ କରି ଓଡିଶାକୁ ଖୋଳ,ଏବେ ଧରାଇଛ, ଆମ ହାତେ ଥାଳ,
ଦେବ କି ହିସାବ, ହେ ଶଠ ପ୍ରବର, ବିଶ୍ୱାସ ତୁମକୁ ନାହିଁ ।
ଧର୍ମ ବକ ତୁମେ, ପରମ ପାଖଣ୍ଡି.ମୁଖେ ତୁମ ଲଜ୍ଜା ନାହିଁ ।
ଶୁଣରେ ଲବୀନା ଭାଇ, ଶୁଣରେ ଲବୀନା ଭାଇ ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସବୁ ଠୁ ସୁନ୍ଦର ଆମରି ଗାଁ

ସବୁ ଠୁ ସୁନ୍ଦର ଆମରି ଗାଁ
ସୋରିଷଫୁଲର ବସିଛି ହାଟ,
ନାରିକେଳ ତାଳ ତମାଳ ଥାଟ ।
ଧାଡି ଧାଡି ଘର ଚାଳ ଛପର,
ଝୋଟି ଚିତା କାନ୍ଥ ଭାରି ସୁନ୍ଦର ।
ଗାଁ ଧୂଳି ଖେଳ ସ୍ମୃତି ଅପାଶୋରା,
 ଭୁଲିହୁଏ ନାହିଁ ଅବୋଲକରା । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କେବେ ଏହି ପ୍ରେମ !

କେବେ ଏହି ପ୍ରେମ !
କୈଶୋରର ପ୍ରେମ କବିତା କେବେ ଦରକଂଚା  କବିତା ପରି ଲାଗେ  ।ତେବେ କଅଁଳିଆ ଡେଣାରେ  ଖଣ୍ଡିଉଡା ଦେଇ, ନିଜର ବେସାହିବୀ ଢଙ୍ଗରେ ଲେଖୁଥିବା କବିତା କେବେ ଅଧାଲେଖା ଦସ୍ତାବିଜ୍ ହୋଇ ରହିଯାଏ ତ କେବେ କେବେ ସ୍ମୃତିର ଫରୁଆରେ ଚିକ୍ ମିକ୍ ମୋତିଟେ ପରି ଝଟକୁଥାଏ । ଅପେକ୍ଷା କରିଥାଏ ପୁଣି ପ୍ରିୟ ମଣିଷର ଅଭୁଲା ପରଶକୁ  ।ପୁଣି ଶିଳାରୁ ଶାଳଗ୍ରାମ ହେବା ପାଇଁ  । ଆଜି ଏହି  କବିତା “କେବେ ଏହି ପ୍ରେମ !” ଆପଣମାନଙ୍କ ପାଇଁ, ମୋର ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ । ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ପ୍ରେମ କେବେ ଜଳେ ନାହିଁ,ଦୀପଟିଏ ଜାଳିଦିଏ,
ପ୍ରେମ ହୁଏ,ଫୁଲ ଫୁଟେ,ଜୀବନକୁ ମହକାଏ । ।
ନିଦ ଭରା,ସ୍ବପ୍ନ ଭରା; ଭିଜା ଭିଜା ନୟନ,
ଦେଖାଏ ସେ କେତେ ରଙ୍ଗ, ମଧୁ ରାତି ସପନ । ।
 ଛୋଟ ଛୋଟ  କଥା କେବେ ଭାଙ୍ଗି ଦିଏ ସପନ,
 କିଛି ସ୍ନେହ,କିଛି ପ୍ରେମ ଚାହେଁ  କାହିଁ ଏ ମନ । ।
ପ୍ରେମ ଫୁଲ; ବଗିଚାରେ କେବେ ଫୁଟି ଝରିଯାଏ,
ଅଦିନ ବରଷା ପରି  ହୃଦୟରେ ଝରିଯାଏ । 
ଶାମୁକା ମୁକତା ଦେଇ କାହିଁ  କେବେ ହଜିଯାଏ,
ହେଲେ ପ୍ରେମ,ଦେବାରେ ଆନନ୍ଦ ଥାଏ,ନେବାରେ ତ ନଥାଏ ??



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

“ମୁଁ” ତୁମରି ପାଇଁ

ମୋ ମୋବାଇଲଟା ପୁରା ଚାଲିଯାଇଛି । ତଥାପି ମୋବାଇଲର ବିରହରେ ପୁରୁଣା କବିତାର ରିମିକ୍ସରେ ନୂଆ କିଛି ଗାରେଇବାରେ ଆଉ ନିଜ ଭିତରେ ଅତୀତକୁ ନେଇ ହଜିବାରେ  ମୋର କବିତା“ମୁଁ”  ତୁମରି ପାଇଁ” ଭେଟି ଦେଉଛି ମୋର ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ  ଆଉ ମୋ କବିତାର  ଅଦୃଶ୍ୟ ନାୟିକା ପାଇଁ  । ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ଜୀବନଟା ଯଦି ଗୀତଟିଏ ହୁଏ,
ଗାଇବି ମୁଁ  ତୁମ ପାଇଁ,
ଜୀବନଟା ଯଦି ଗପଟିଏ ହୁଏ,
ଲେଖିବି ମୁଁ ତୁମ ପାଇଁ ।
ଜୀବନଟା ଯଦି ବାଲି ଘର ହୁଏ,
ତୋଳିବି ମୁଁ ତୁମ ପାଇଁ,
ଜୀବନରେ ଯଦି ହସୁଥାଏ କେବେ
ହସିବି ତୁମରି ପାଇଁ ।
ଏ ଆଖିରେ କେବେ ସ୍ବପ୍ନ  ଦେଖୁଥାଏ,
ଦେଖିବି ତୁମରି ପାଇଁ,
ଏ ଆଖିରେ କେବେ ଲୁହ ଝରିଯାଏ,
ଝରାଇବି ତୁମ ପାଇଁ ।
ଏ ମନରେ  ଏକ ମନ୍ଦିର ତୋଳିଛି,
ତୁମକୁ ପୂଜିବା ପାଇଁ,
ଜୀବନଟା ମୋର ସଳିତା କରିଛି;
ତୁମରି  ଆଳତୀ ପାଇଁ


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମହାନିର୍ବାଣ


ଗଣତନ୍ତ୍ର ନୀତି ରାଷ୍ଟ୍ର ନିର୍ମାଣ,
ସମାଜ କଲ୍ୟାଣେ ସମ୍ବିଧାନ,
ଏକ ଜାତି ଏକ ଧରମ ପାଇଁ,
ମାନବ ସମାଜ ବୁଝଇ ନାହିଁ ।
କୁଟ ରାଜନୀତି ଶାସନ ଖସଡା,
ଦିଗହରା ଆଜି ଅବଲୋକରା । ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଶ୍ରଦ୍ଧା ସୁମନ

ଶ୍ରଦ୍ଧା ସୁମନ
ଶୂନ୍ୟେ ଆସିଛୁ ତୁ ଶୂନ୍ୟରେ ଯିବୁ,
ସ୍ଥୁଳ ଘଟେ କେତେ ଲୀଳା ରଚିବୁ ।
ନଶ୍ୱର ଶରୀର ମାୟା ସଂସାର,
ଏକ ମାତ୍ର ସାହା ପରମେଶ୍ୱର ।
ସତ୍ କର୍ମ କରିବୁ ଜୀବନ ସାରା,
ପରମ ଲଭିବୁ ଅବୋଲକରା । ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନାମଟି ତା'ର ପରୀ

ନୟାଗଡର ନାବାଳିକା  #ପରୀ ହତ୍ୟା ଘଟଣାରେ ମୋର କବିତା “ନାମଟି ତାର ପରୀ” ପାଠ କରି ମୋର ପ୍ରିୟ ପାଠିକା /ପାଠକମାନଙ୍କୁ ମତାମତ ପ୍ରଦାନ କରିବା ପାଇଁ ସବିନୟ ଅନୁରୋଧ ।  ପରୀ ହତ୍ୟାକାରୀକୁ ଗିରଫ କରିବା ଆମର  ଦାବୀ ।
ନାମଟି ତାର ପରୀ,
କଢୀଟିଏ ସିଏ ,ଫୁଟିବା ଆଗରୁ;
ଅକାଳେ ପଡିଲା  ଝରି । ।
ଛିନ୍ ଭିନ୍ କିଏ କଲା ତାର ତନୁ,
ରାଇଜେ ପଡିଲା ହୁରି,
କିଏ କହେ ବଳି,କିଏ କହେ ଚୋରୀ
ପରୀ ହେଲା ହତଶିରୀ । ।ନାମଟି ତାର ପରୀ



କଅଁଳ ବୟସେ ଅଝଟିଆ ମନ,
କେଉଁ ପାପୀ ହସ୍ତେ ହୋଇଲା ନିଧନ,
ରାଜନୀତି ଚାଲ, କରି ମୂଲ ଚାଲ,
ପରୀକୁ ନେଲା ବେପାରୀ । ନାମଟି ତାର ପରୀ
ପରୀ ନାମେ କେତେ ଯୋଜନା ହେଉଛି,
ଲୋକ ଦେଖାଣିଆ, ଡେଙ୍ଗୁରା ବାଜୁଛି ।
ପାଏନା ସମ୍ମାନ ,ଦୁହିତା ରତନ
ଅକାଳରେ ଯାଏ ଝରି,ନାମଟି ତାର ପରୀ । ।
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦

ରହସ୍ୟମୟ “ଯତନ ନଗର”

ଅବୋଲକରା-୮
“ଯତନ୍ ନଗର” ନୁହେଁ ଯାତନା ଗଡ,
ବେଠି ଖଟି ଜନେ ସାଜିଲେ ମଢ ।
ଲୁହ ଲହୁ ମିଶି ଏକ ହୋଇଲା,
ବେତ୍ରାଘାତେ କାର ଜୀବନ ଗଲା । 
ଅନେଶ୍ୱତ ଗୃହ   ହେଲା ଖପରା,
ଅଧର୍ମର ବିତ ଅବଲୋକରା । । 
ଓଡିଶାର କେତୋଟି ଭୂତ କୋଠୀ ମଧ୍ୟରୁ ଢେଙ୍କାନାଳର ଯତନ ନଗର ଏକ ରହସ୍ୟମୟ ସ୍ଥାନ କହିଲେ ଅତୁ୍ୟକ୍ତି ହେବ ନାହିଁ  । ତେବେ ଢେଙ୍କାନାଳ ବଜାରରେ ଏକ ଭବ୍ୟ ରାଜ ପ୍ରାସାଦ ଥିବା ସ୍ଥଳେ ,ରାଜା ନୃସିଂହ ପ୍ରତାପଙ୍କ  କ୍ରୁର ଶାସନ ସମୟରେ ଶହ ଶହ  ଜନସାଧାରଣଙ୍କୁ ବେଠି ଖଟାଇ, ସିମିଳିଆ ଠାରେ ରାଣୀ ଯତ୍ନପ୍ରଭାଙ୍କ ନାମାନୁସାରେ ଯତନ ନଗର ନାମିତ ଅନେଶ୍ୱତ ଗୃହ ବିଶିଷ୍ଟ ରାଜ ପ୍ରାସାଦ ନିର୍ମାଣ କରିବା ରାଜ ତନ୍ତ୍ରର ଏକ କୁ ଚରିତ୍ର ଚିତ୍ରଣ କରୁଛି  । କାରଣ ଏଠାରେ ପ୍ରଜାମାନେ ନିଜ ଘରୁ ଚୂଡା ଚାଉଳ ଆଣି ଏଠାରେ ବେଠି ଖଟୁଥିଲେ । କାମ ନକଲେ ଚାବୁକ୍ ପ୍ରହାର ସହିତ ବେଳେ ବେଳେ ଲୋକମାନଙ୍କୁ ମାରି ଦିଆ ଯାଉଥିଲା  । ପ୍ରାସାଦଟି  ଏକ ପାହାଡ ଉପରେ ଥିବାରୁ ହାତୀମାନଙ୍କ ଦ୍ୱାରା ପଥର ଉଠା ଯାଉଥିଲା ।  ବିଶାଳକାୟ ପଥରକୁ ହାତୀମାନେ ବହନ ନ କରି ପାରୁଥିବାରୁ, ସମୟେ ସମୟେ ଅନେକ ହାତୀ ଏଠାରେ ମୃତୁ୍ୟ ବରଣ କରିଛନ୍ତି ।  ମୁଁ ଯେତେବେଳେ ଢେଙ୍କାନାଳ ବଜାରରୁ ମଧ୍ୟାହ୍ନ ଭୋଜନ ସାରି,  ଏକୁଟିଆ ଦିନ ଦୁଇଟା ପାଖା ପାଖି ଦ୍ୱି ପ୍ରହର ସମୟରେ ଏହି ଭଗ୍ନ ରାଜ ପ୍ରାସାଦରେ ପହଂଚିଥିଲି, ପ୍ରାୟତଃ ଏହି ଯନ୍ତ୍ରଣା ଜର୍ଜରିତ ସ୍ଥାନରେ ଯେ,  ଅଶରିରୀଙ୍କ ଉପସ୍ଥିତିକୁ ଅସ୍ବୀକାର କରାଯାଇ ନ  ପାରେ,ତାହା ଅନୁଭବ କରିଥିଲି ।  ସବୁଠାରୁ ରହସ୍ୟମୟ ଅନୁଭବ ଥିଲ,ଯତନ ନଗର କାର୍ଯ୍ୟକ୍ରମ ପାଇଁ ମୋ ମୋଟର ସାଇକେଲଟିକୁ ପୂର୍ବରୁ ଅପଡେଟ୍ କରି ରଖିଥିଲେ ମଧ୍ୟ,ଫେରିବା ସମୟରେ ମୋ ମୋଟର ସାଇକେଲଟି ଚାଲିବା ଅବସ୍ଥାରେ ନ ଥିଲା । ଶେଷରେ ସାତ ଦିନ ପର୍ଯ୍ୟନ୍ତ ମୋ ଦେହ ଖରାପ ହୋଇଥିଲା । ଧନ୍ୟ ତୁମେ ଯତନ ନଗର, ଧନ୍ୟ ଏହି ଭୁତ କୋଠୀ


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅବୋଲକରା-୭

ଅବୋଲକରା-୭
(ଭୃଣ ହତ୍ୟା)
ଅଲୋଡା ହୋଇଛି କନ୍ୟା ସନ୍ତାନ,
“ପିଶାଚିନୀ” ହସ୍ତେ ଭୃଣ ନିଧନ ।
କନ୍ୟା ନୁହେଁ ଧନ!ସେ ମହାମାୟୀ,
ଅଧୁନା ମାନବ ବୁଝଇ ନାହିଁ । ।
ମାତୃ ଅଭିଶାପ ନାଶିବ ଧରା,
ଏ’ତ କଳି କାଳ ଅବୋଲକରା । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅବୋଲକରା-୬

(ହାଜତ୍ ମୃତୁ୍ୟ)
ଶାସକ ସାଜିଛି ଆଜି ଘାତକ,
ଯମାଳୟ ହୁଏ ଯେବେ ହାଜତ ।
ପୋଲିସ ସାଜିଲାଣି ନରହନ୍ତା,
ମାନବତା ସ୍ଥାନେ ବର୍ବରତା ।
ଶାସନର କଳ ଭାରି  ହୁଗୁଳା,
ସାବଧାନ୍ ଥିବୁ ଅବୋଲକରା ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପ୍ରେମ ମାନସାଙ୍କ

ଅବୋଲକରା-୫
ଅବୋଧ୍ୟ,ଜଟିଳ ପ୍ରେମ ମାନସାଙ୍କ, 
ଏକ, ଏକ ମିଶି ହୁଅଇ ଏକ ।
 ପ୍ରେମ ବିୟୋଗେ ଜୀବନ ଅଧୁରା ।
 ପ୍ରେମପ୍ଲୁତ ଭବ ଅବୋଲକରା ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅବୋଲକରା-୪

ଗାଆଁ ପରିମଳ,ତୁଠ ସୁନ୍ଦର,
ଜଳିଥିଲା ସେ’ଠି ଏନ୍ତୁଡିଶାଳ ।
ଗାଁ ଧୂଳି ଖେଳ ସ୍ମୃତି ଅପାଶୋରା ।
ଭୁଲିବୁନି କେବେ ଅବୋଲକରା । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅବୋଲକରା-୩

ଅବୋଲକରା-୩
ଜନ୍ମ ହେଲେ ମୃତୁ୍ୟ ଏ କଥା ସତ୍ୟ,
ଲୋଡା ହେବ ତୋର ଛ ଖଣ୍ଡି କାଠ ।
ଦଶ ଦିନେ ହେବ ଦଶ ଖପରା ।
ଏଇ ତ ଜୀବନ ଅବୋଲକରା ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅବୋଲକରା-୨

ଅତୀତର ଏକ ଦୁଃଖଦ ଘଟଣା କ୍ରମେ: ବିବାହିତ ମହିଳାଙ୍କ ସହିତ ଅବିବାହିତ ଯୁବକଙ୍କ ପରକୀୟା ପ୍ରିତୀ
“ପରକୀୟା ପ୍ରିତୀ” ପଥ ଖସଡା,
ପଥ ହୁଡିଗଲେ ହେବୁ ଧର୍ମଛଡା ।
ଘରଛଡା କେବେ,ବନିବୁ ମଡା ।
ସତର୍କ ରହିବୁ ଅବୋଲକରା । ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...