ବାହୁଡି ଆସହେ ବାହୁଡା ଗୋସାଇଁ

ତୁମେ ତ ସବୁ ଜାଣିଛ, ମନ ଯାହା ଚାହେଁ ତାହା କଣ ହୁଏ? ତଥାପି ଆଜି ତୁମର ପୁଣ୍ୟ ଶାମ୍ବ ଦଶମୀ ତିଥିରେ ତୁମ ପାଇଁ ଏବଂ ମୋର ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ କବିତା“ବାହୁଡି ଆସହେ ବାହୁଡା ଗୋସାଇଁ”  ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ବାହୁଡି ଆସହେ ବାହୁଡା ଗୋସାଇଁ,
ପ୍ରପିଡୀତ ଜାତି ରହିଛି ଅନାଇ,
କୃପା ନେତ୍ରେ  ପ୍ରିୟ ଥରେ ଦିଅ ଚାହିଁ,
ଏହି ପ୍ରାଣ ଜାଗି ଉଠୁ  ତୁମ ପାଇଁ । ।
ବଟ ଛାଇ ତଳେ ଲଗାଇଲ ନାଟ,
ରିତି ନୀତି ପାଇଁ ପଢାଇଲ ପାଠ,
ଦୁସ୍ଥ ଜନ ମୁଖେ ହସ ଦେବା ପାଇଁ,
ନିରାଶ କାଳିମା ଦେଲ ହେ ଦୂରେଇ ।
ନୀଚ୍ଚ ଜନ ପାଇଁ  ଦେଲ ସମାନତା,
ତବ ପ୍ରେରଣାରେ ଜାଗିଲା ଜନତା;
 ସମାଜ କଲ୍ୟାଣେ ପରଂବ୍ରହ୍ମ ଧ୍ୟାୟୀ,
ନିଗମ ଆଗମ ଦେଲ ହେ ବତାଇ । ।
ନୂଆ ଘର ଦିନେ ପୁରୁଣା ହୋଇବ,
ଶୁନ୍ୟ ଲହଡିରେ ସବୁ ଭାସିଯିବ ।
ପ୍ରାଣ କାନ୍ଦୂଥିବ  ଛଟ ପଟ ହୋଇ,
ପାପ ଆଉ ପୂଣ୍ୟର ହିସାବକୁ ନେଇ । ।
ଦୁଃଖୀ ଜନ ସେବା,ପ୍ରଭୁଙ୍କର ସେବା,
ଗରିବ ଓଠରେ ହସ ଭରିଦେବା ।
ଦୀନ ପ୍ରାଣେ, ନିତ୍ୟ ସ୍ବରୁପକୁ ଧ୍ୟାୟୀ,
ବିଭୁ ପୂଜା ସେହି,ଆନ ତ ନୁହଁଇ । ।
ତୁମରି ବିହୁନେ,ଲାଗେ ଶୁନ୍ୟ ଶୂନ୍ୟ,
କାହିଁଗଲ ତୁମେ ହେ  ପ୍ରିୟ ପରମ ।
ତବ କିର୍ତୀ ଝୁରେ, ମୁଢ ମନ,ଏହି 
ଝୁରେ ପ୍ରାଣ ଆମ, ଆସ ତୁମେ ଧାଇଁ । । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଶଙ୍ଖା ସିନ୍ଦୁର

ଜାୟାର ସୋହାଗ ଶଙ୍ଖା ସିନ୍ଦୁର,
ପ୍ରେମ ମଧୁ ଝରେ ଯହିଁ ନିରନ୍ତର,
ସୁହାଗିନୀ ଚାହେଁ ସ୍ନେହ ସମର୍ପଣ,
ଏ ବନ୍ଧନ ହେଉ ସାତ ଜନମ ।
ମଧୁ ମୟ ହୁଏ ଜୀବନ ସାରା,
ଧନ୍ୟ ଏ ସଂପର୍କ ଅବୋଲକରା । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଘୋଡାଚଢା ଶାସନ

ଶୁଭ ପ୍ରଣାମ!ପ୍ରଥମେ ଏହି ବ୍ୟଙ୍ଗ କବିତାରେ କିଛି ଇଂରାଜୀ ଶବ୍ଦ ବ୍ୟବହାର କରି ଥିବାରୁ,ଓଡ଼ିଆ ଭାଷା ଅନୁରାଗୀଙ୍କ ଠାରୁ କ୍ଷମା ଚାହୁଁ ଅଛି। ବିଶେଷ କରି ଅଧୁନା ସମୟରେ ଡବଲ ହେଲମେଟ୍ ପ୍ରରିପ୍ରେକ୍ଷୀରେ ମୋର କବିତା "ଘୋଡ଼ା ଚଢା ଶାସନ' ପାଠ କରି, ମତାମତ ପ୍ରଦାନ କରିବା ପାଇଁ ଅନୁରୋଧ।
ଓଡିଶାରେ  ଏ କି ଆଇନ୍ !
ଫାଇନ୍ ଉପରେ ଫାଇନ୍,
 ବଢୁଅଛି ସପ୍ ଓା୍ୱଇନ୍
 ରାଜସ୍ବ ପାଇଁ କି ମନ ଛଟପଟ,
 ପଡିଗଲା ସତେ ଭାଳେଣି !
ରାସ୍ତା ଘାଟ ପଛେ;ଖାଲ ଖମା ହେଉ,
ରାଜସ୍ବରେ ମୋର ଥଳି ପୁରିଯାଉ,
ଡବଲ ହେଲମେଟ୍ , ଜୀବନ ସୁରକ୍ଷା;
ସର୍କାରୀ ଆଇନ୍ ହୁଏ ଭାଉ ଭାଉ,
ଗଣିବ ଫାଇନ୍ ଗାଡି ଚଲାଇଲେ,
ତୁମ ପାଶେ ଲାଇସେନ୍ସ ଥାଉ କି ନ ଥାଉ । ।
ଅପଡେଟ୍ ଥିବ ବୀମା ଲାଇସେନସ୍,
ଗାଡି ଚଲାଇବ, ଥିବ ତୁମ ସେନ୍ସ,
ମଦୁଆ ପାଇଁ କି ନୋ ସସ୍ ପେନ୍ସ,
ଧକ୍କା ପଛେ ହୋଇଯାଉ,
ଖୋଲା ରଖିଥିବି  ମଦର ଦୋକାନ,
ରାଜସ୍ବ ଆସିବ,ହୋଇ ଘନ ଘନ,
ଜନତା ଚୁଲି କି ଯାଉ । ।
ସପ୍ତାଶ୍ଚର୍ଯ୍ୟ ତୁମେ,ଧନ୍ୟ ଏ ଶାସନ,
ଜଗତେ କେବଳ,ଜନେ ହସିବେ,
ମହାକାଳ ଫଳ, ଚହଟ ସୁନ୍ଦର,
ଜନେ ଖାଇ ସତେ; ମୃତ୍ୟୁ ଲଭିବେ । 
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...