ଭିକ୍ଷାଂ ଦେହି

     

                      
   କାହାଣୀର ଅୟମାରମ୍ଭ  ଡିସେମ୍ବର ୨୦ ତାରିଖ ୨୦୨୦ ମସିହାରୁ । ସମୟ ପ୍ରାୟ ଏକ ଘଟିକା ହେବ  । ଜଣେ ଦିବ୍ୟାଙ୍ଗ   ରାସ୍ତାରେ ଠିଆ ହୋଇ ସାହାଯ୍ୟ ମାଗୁଥାନ୍ତି  । ସେ ଅନ୍ୟ ଭିକ୍ଷୁ ଠାରୁ ଅଲଗା ଲାଗୁଥିଲେ ।   ତାଙ୍କର କଥା,ଜଣେ ଦରଦୀ ମଣିଷର କଥା ପରି ଯେତେ ଆପଣାର ଲାଗୁଥିଲା, ସେତିକି ମଧ୍ୟ କାରୁଣ୍ୟ ଲାଗୁଥିଲା ।   ପରେ ପରେ ଯଥା ସମ୍ଭବ ବ୍ୟବସ୍ଥା କରିବା ସହିତ ବାଧ୍ୟ କରି ଭୋଜନ କରାଇ ବିଦାୟ ଦେଲି  । ଏହାପରେ  ୨୦୨୧ର ପ୍ରଥମ ଦିନ ତାଙ୍କ ଘରେ ସସ୍ତ୍ରୀକ ପାଳନ କରିଥିଲୁ  । ସଂପର୍କ ତ ଏମିତି  । ନିଜ ରକ୍ତର ମଣିଷମାନେ ସ୍ବାର୍ଥର ଦ୍ୱାହି ଦେଇ ଆତ୍ମୀୟତା ଭୁଲିଯିବା ବେଳେ, କାହିଁ କେତେ ଦୂରର ମଣିଷମାନେ ନିଜର ନିଜର ଲାଗନ୍ତି  ।ପରସ୍ପର ସୁଖ ଦୁଃଖ ବୁଝୁ ବୁଝୁ ସଂପର୍କଟା କେଉଁ ଏକ ମମତ୍ୱ ଡୋରୀରେ ବାନ୍ଧି ହୋଇଯାଏ । ସେ ମଣିଷଟି  ଚାରିଛକ ନିକଟସ୍ଥ ଦଣ୍ଡିକିରା ଗ୍ରାମର ପ୍ରଫୁଲ୍ଲ କୁମାର ରାଉଳ ବନାମ ମୋ ପାଇଁ ପ୍ରଫୁଲ୍ଲ ଭାଇ । ୧୯୭୫ ମସିହାରେ ଜନ୍ମ ଲାଭ କରି  ରାମଚନ୍ଦ୍ର ସଂସ୍କୃତ ମହା ବିଦ୍ୟାଳୟରୁ  ୨୦୧୧ ମସିହାରେ ସଂସ୍କୃତରେ   ଉପଶାସ୍ତ୍ରୀ ପାସ୍ କରିଛନ୍ତି । ଏତଦ୍ ବ୍ୟତୀତ  ଏମ୍.ଏସ୍. ଏମ୍. ଇ. ଭାରତ ସରକାରଙ୍କ ଠାରୁ ଏକ ଇ.ଡି.ପି ଟ୍ରେନିଂ ମଧ୍ୟ ନେଇଛନ୍ତି  । ହେଲେ ଚାକିରୀ ମିଳିଲାନି  । ବୟସ ଅନୁସାରେ ବିବାହ ମଧ୍ୟ ହୋଇଗଲା । ହେଲେ ଘର ଚଳିବ କିପରି ?  ବାଧ୍ୟ ହୋଇ ସୂତା କଳରେ ଦାଦନ ଖଟିବା ପାଇଁ ପାଇଁ  ସୁରଟ ଚାଲିଗଲେ ପ୍ରଫୁଲ୍ଲ । ରୋଜଗାର କରି ଘରକୁ ମଧ୍ୟ ଟଙ୍କା ପଠାଇଲେ । ହେଲେ ବିଧିର ବିଧାନ ଅଲଗା । ପୂଜା ଛୁଟିରେ ଟ୍ରେନରେ ଘରକୁ ଫେରିବା ସମୟରେ କିନ୍ନରମାନର ଟଙ୍କା ମାଗିଲେ । ନ ଦେବାରୁ ଟ୍ରେନରୁ ଠେଲି ଦେଲେ  । ପ୍ରଫୁଲ୍ଲଙ୍କର ଡାହାଣ ଗୋଡଟି କଟିଗଲା ।  ଦୁଃଖର ବାଦଲ ଘୋଟିଗଲା ପ୍ରଫୁଲ୍ଲଙ୍କ ଜୀବନରେ  । 
                            ବର୍ତମାନ ଘରେ  ବାପା,ମାଆ, ସ୍ତ୍ରୀ ଏବଂ ଦୁଇ ପୁଅ ଝିଅଙ୍କୁ ନେଇ ସଂସାର  । ଝିଅ ନବମରେ ପଢୁଥିଲା ବେଳେ ପୁଅ  ପଂଚମରେ ପାଠ ପଢନ୍ତି  । ଉଭୟ ପୁଅ ଝିଅ ଦୁଇ ଜଣ ମଧ୍ୟ ମେଧାବୀ ଅଟନ୍ତି  । ଏତଦ୍  ବ୍ୟତୀତ  ପ୍ରଫୁଲ୍ଲଙ୍କର ହୃଦ ରୋଗ । ମାସକୁ ମାସ  ଔଷଧ  ପାଇଁ  ପ୍ରାୟ ଏକ ହଜାର ଟଙ୍କା ଆବଶ୍ୟକ  । ନିଜର ପରିବାର ଚଳାଇବା, ପିଲାଙ୍କର ପାଠ ପଢା ଏବଂ ଔଷଧ ଖର୍ଚ୍ଚ ପାଇଁ ଗାଁ ଗାଁ ବୁଲି ଭିକ୍ଷା ବୃତି କରନ୍ତି  । ହେଲେ ମହାମାରୀ କୋଭିଡ୍ ସବୁ କିଛି ବିଗାଡି ଦେଲା । ବର୍ତମାନ ପ୍ରଫୁଲ୍ଲଙ୍କର ହାଲ ବେହାଲ । ଲୋକମାନେ  ବର୍ତମାନ ଭିକାରୀଙ୍କୁ ଦେଖିଲେ ଦୂର୍ ଦୂର୍ ମାର୍ ମାର୍ କହି ଘଉଡାଇ ଦେଉଛନ୍ତି. କଣ କରିବି  ଭାଇ, ମୋ ପିଲା ଛୁଆ ବଂଚିବେ କିପରି ? ଏପରି  ଅନେକ କଥା ପ୍ରଫୁଲ୍ଲ ଭାଇ  କୁହନ୍ତି, ଯାହା ଶୁଣିଲେ ଆଖିରେ ଲୁହ ଆସିଯିବ । ପ୍ରଫୁଲ୍ଲ ଭାଇଙ୍କ କଥା ସରକାରଙ୍କୁ ଦୃଷ୍ଟି ଗୋଚର କରିବା ପାଇଁ ଖବର କାଗଜ ଠାରୁ ଦୂରଦର୍ଶନ ପର୍ଯ୍ୟନ୍ତ ସବୁଥିରେ ପ୍ରସାରିତ ହୋଇଛି  । ହେଲେ ଫଳ ଶୁନ୍ ହୋଇଛି । ଆତ୍ମ ନିର୍ଭରଶୀଳ ହେବା ପାଇଁ, ଋଣ କରି ଏକ ଦୋକାନ କରିବା ସହିତ ନିଜର ପରିବାର ପ୍ରତିପୋଷଣ କରିବା  ସହିତ ପିଲାମାନଙ୍କୁ ପାଠ ପଢାଇ ଭଲ ମଣିଷ କରିବା ସ୍ବପ୍ନ ଥିଲେ ମଧ୍ୟ,ସବୁ କିଛି ପାଣି ଫୋଟକା ପରି ମିଳେଇ ଯାଇଛି  । ଆଜି ମହାମାରୀ କୋଭିଡ୍-୧୯ ପାଇଁ, ସାରା ଜନ ସମାଜ ଆର୍ଥôକ, ଶାରିରୀକ ଏବଂ ମାନସିକ ଭାବରେ କ୍ଷତିଗ୍ରସ୍ତ ହେଉଥିଲା ବେଳେ, ଏ ପରିବାରରେ ବେଳାଏ ଚୁଲି ଜଳିଲେ, ଆର ବେଳାକୁ ଅଜଳା ହେଉଛି  । ସରକାରୀ ସାହାଯ୍ୟ ଭାବରେ ମାସିକଭିନ୍ନକ୍ଷମ ଭତା ଏବଂ ରାସନ ଚାଉଳରେ ୟେ ପରିବାର କିପରି ଚଳି ପାରିବ ? ତଥାପି ପ୍ରଫୁଲ୍ଲ ଭାଇଙ୍କ ସହିତ କଥା ହେଲା ବେଳେ, ସେ ସାରା ବିଶ୍ୱର ମଙ୍ଗଳ କାମନା କରିବା ସହିତ ଆପଣାର ମଣିଷ ପରି ଆମର ମଙ୍ଗଳ କାମନା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ,ତାହା ଦେଖି ଆଖି ଛଳ ଛଳ ହୋଇଯାଏ । ଏଣୁ ଆପଣଙ୍କ ମୋର ବିନମ୍ର ଅନୁରୋଧ,ମୋର ପ୍ରିୟ ଭିନ୍ନକ୍ଷମ ପ୍ରଫୁଲ୍ଲ ଭାଇ ବନାମ ପ୍ରଫୁଲ୍ଲ କୁମାରଙ୍କୁ ସାହାଯ୍ୟ କରିବା ପାଇଁ  ନିମ୍ନ ବ୍ୟାଙ୍କ୍ ଖାତାରେ କିଛି ଆର୍ଥôକ ସାହାଯ୍ୟ ପଠାଇବା ପାଇଁ ଅନୁରୋଧ  ।  ନତୁବା ବ୍ୟକ୍ତିଗତ ଭାବରେ ରାସନ ସାମଗ୍ରୀ ଏବଂ ପିଲାମାନଙ୍କ ପାଇଁ ଅଧ୍ୟୟନ ସାମଗ୍ର ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ମୋତେ(ଫୋନ୍ ନଂ-୯୨୩୮୫୮୯୧୦୦ରେ ସଂପର୍କ କରି  ବିଶେଷ ସଂପର୍କ ସହାୟତା ନେବା ପାଇଁ ବିନମ୍ର ଅନୁରୋଧ ।

A/C  holder’s Name: PRAFULLA KUMAR ROUL

Account No: 38247082299, IFSC Code: SBIN0009627, Branch: Tulasipur





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........