ଜନ ସେବା କେନ୍ଦ୍ର ଭୋଦଳ ଏବଂ "ଉଦୟ ଭାନୁ" ସାମାଜିକ ଓ ସାହିତ୍ୟ ସଙ୍ଗଠନ ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ

ଜୟ ସମ୍ବିଧାନ, ଜୟ ଭାରତ  ।
ଆଜି ଜନ ସେବା କେନ୍ଦ୍ର, ଭୋଦଳ ଏବଂ  ଛତ୍ରପତି ମହାରାଜ୍ ଗ୍ରାମ୍ୟ କମିଟି ମିଳିତ ଆନୁକୁଲ୍ୟରେ ସମ୍ବିଧାନ ଦିବସ  ପାଳନ କରାଯାଇଛି  । ସର୍ବ ପ୍ରଥମେ ଭାରତର ସମ୍ବିଧାନ ପ୍ରଣେତା  ଭୀମ ରାଓ ଆମ୍ବେଦକରଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା  ।     ପରେ ପରେ ସାମୁହିକ ଭାବରେ ସମ୍ବିଧାନ ପ୍ରସ୍ତାବନା ପାଠ କରାଯାଇଥିଲା । ଏହାପରେ  ଭୋଦଳ ଦଳିତ ବସ୍ତିର ବିଭିନ୍ନ ସାମୂହିକ ସମସ୍ୟାଗୁଡିକ ପ୍ରରିପ୍ରେକ୍ଷୀରେ ହୋଇଥିଲା ଏକ ଦଳ ଗତ ଆଲୋଚନା । ବିଶେଷ କରି ବଡ ପାଟସୁନ୍ଦର ଗ୍ରାମ ପଂଚାୟତର ଅନେକ ଉନ୍ନତି କରଣ କରାଯାଇଥିଲେ ମଧ୍ୟ, ବୈମାତୃକ
ଭାବରେ ଉକ୍ତ ଦଳିତ ବସ୍ତିକୁ ଅବହେଳା କରା ଯାଇଛି ବୋଲି ଅନେକ ମହିଳାମାନେ ମତବ୍ୟକ୍ତ କରିଥିଲେ  । ଉକ୍ତ ଗ୍ରାମରେ ଜନୈକ ଗୋଷ୍ଠୀ ଗୃହକୁ  ରାଜନୈତିକ ପ୍ରିୟାପ୍ରିତୀରେ ବାରମ୍ବାର ଅନୁଦାନ ପ୍ରଦାନ କରାଗଲେ ମଧ୍ୟ ଉକ୍ତ ବସ୍ତିରେ  ଏକ ଗୋଷ୍ଠୀ ଗୃହ ନିର୍ମାଣ ନ ହେବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ବିଶେଷ କରି ସାମୁହିକ ସମସ୍ୟା ଭାବରେ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶ୍ମଶାନ ରାସ୍ତା ନିର୍ମାଣ,ଗୋଷ୍ଠୀ ଗୃହ ନିର୍ମାଣ, ଅଙ୍ଗନବାଡି ଗୃହ, ମନରେଗା ଯୋଜନାରେ କାମ କରିବା ପାଇଁ ନୂତନ ଜବ୍ କାର୍ଡ ପ୍ରଦାନ ଓ ଭୋଦଳ ଜଗନ୍ନାଥ ମନ୍ଦିର-କାର୍ତିକ ଭୋଇ ଘର ରାସ୍ତା ନିର୍ମାଣ,ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଗୋଷ୍ଠୀ ପୁଷ୍କରଣୀ ସହିତ ଗୋଷ୍ଠୀ ଶୌଚାଳୟ ସମସ୍ୟା ସଂପର୍କରେ ଆେଲୋକପାତ କରାଯାଇଥିଲା । ଏତଦ୍ ବ୍ୟତୀତ ଭୋଦଳ ଉପ୍ରା ବିଦ୍ୟାଳୟଟି ଅନ୍ୟତ୍ର ସ୍ଥାନାନ୍ତରଣ ହେତୁ   ପିଲା ମାନେ  ଅଧାରୁ ପାଠ  ଛାଡୁଛନ୍ତି  । ତେଣୁ ଉକ୍ତ ବିଦ୍ୟାଳୟଟିକୁ ପୁନଃ କାର୍ଯ୍ୟକ୍ରମ କରାଯାଉ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଥିଲେ । ପରେ ପରେ  ଉକ୍ତ ସାହିରେ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା  ଭାବରେ   ବସୁନ୍ଧରା ଯୋଜନାରେ ଭୂମିହୀନ ମାନଙ୍କୁ ବାସୋପଯୋଗୀ ଜମି, ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ ଭତା, ଜବ କାର୍ଡ, ଆବାସ ଯୋଜନା ମାଧ୍ୟମରେ ଗୃହହୀନମାନଙ୍କୁ ଗୃହ ପ୍ରଦାନ କରିବା ପାଇଁ ଆଶାୟୀ ହିତାଧିକାରୀମାନଙ୍କର ଚିଠା  ପ୍ରସ୍ତୁତ କରାଯିବା ସହିତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ  ସ୍ଥାନୀୟ ସରପଂଚଙ୍କ ମାଧ୍ୟମରେ ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ପାରିତ କରାଯାଇଥିଲା । ଏହା ସେଙ୍ଗ ସେଙ୍ଗ  ଜନ ସେବା କେନ୍ଦ୍ର ତରଫରୁ ସମ୍ବିଧାନ  ସଚେତନା ସୃଷ୍ଟି କରିବା ଡାଇଁ ଅନ୍ୟ ଲାଇନ୍ ମାଧ୍ୟମରେ  ସମ୍ବିଧାନ  ପ୍ରସ୍ତାବନା ପାଠ କରିଥିବା ବ୍ୟକ୍ତିମାନଙ୍କୁ  ପ୍ରମାଣ ପତ୍ର ପ୍ରଦାନ  ଏବଂ  ବ୍ୟକ୍ତିଗତ ସ୍ବାସ୍ଥ୍ୟ ସୂଚନା ପଞ୍ଜୀକରଣ କରିଥିବା ମହିଳା ମାନଙ୍କୁ ମାଗଣାରେ  ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମଟିକୁ ଜନସେବା କେନ୍ଦ୍ରର ପରିଚାଳକ  ତଥା ସାମାଜିକକର୍ମୀ ମାଧବାନନ୍ଦ ଭୋଇ  ଓ ବିଜୟଲକ୍ଷ୍ମୀ ସେଠୀ  ପ୍ରମୁଖ ପରିଚାଳନା କରିଥିଲେ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........