ଆଜିର ଗାଁ


ଗ୍ରାମେ ଗ୍ରାମେ ସଭା କାର୍ଯ୍ୟା,ଗ୍ରାମେ ଗ୍ରାମେ କଥା ଶୁଭା,
ପାଠ ଶାଳା, ମଲ୍ଲ ଶାଳା,ପ୍ରତି ପର୍ବ "ମହୋତ୍ସବ"  । ।
                                      ଭାରତ ବର୍ଷର ବିକାଶ ଗ୍ରାମର ବିକାଶରୁ ହିଁ ଆରମ୍ଭ ହୋଇଥାଏ ।  କିନ୍ତୁ ଗାଆଁର ବିକାଶ କେତେ ଦୂର ଆଗେଇଛି, ଆମ ସମସ୍ତେ ଅବଗତ ଅଛୁ  । ଗାଁର ବିକାଶ ପାଇଁ ସରକାରୀ କାର୍ଯ୍ୟ ପ୍ରରିପ୍ରେକ୍ଷୀରେ ଗ୍ରାମ ସଭା ଆଉ  ଗ୍ରାମ ପଂଚାୟତରେ ହେଉ ନାହିଁ କିମ୍ବା ଗ୍ରାମର ଉନ୍ନତି ପାଇଁ କୌଣସି ଆଲୋଚନା ମଧ୍ୟ ହେଉ ନାହିଁ।ଗ୍ରାମରେ କୌଣସି ସରକାରୀ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ  ହେବା ସ୍ଥଳେ ଗାଁଆର କୁଜି ନେତା ଓ ପେଟି କଂଟ୍ରାକ୍ଟରମାନେ କାମ କରୁଛନ୍ତି।ଅଧିକାରୀ ତୁଷ୍ଟିକରଣ ନ୍ୟାୟରେ ପିସି  କାରବାର ହେତୁ  ଜନ ସାଧାରଣଙ୍କ  କାର୍ଯ୍ୟଗୁଡିକ ଅତ୍ୟନ୍ତ ନିମ୍ନ ମାନର ହେଉଅଛି । 
              ଦ୍ୱିତୀୟତଃ ଗ୍ରାମରେ କୌଣସି ପ୍ରେରଣାଦାୟୀ କାହାଣୀ କିମ୍ବା  କଥାବସ୍ତୁର ଆଲୋଚନା ହେଉ ନାହିଁ  । ଗାଁରେ ଆଉ  ଟୁଙ୍ଗୀ ଘର ଦେଖିବା ପାଇଁ ମିଳୁ ନାହିଁ  । ଅଧୁନା ସମୟରେ ସରକାରୀ ଅନୁଦାନରେ କ୍ଲବ ଘର ଗୁଡିକ  ପ୍ରତି ଗାଁରେ ହୋଇଅଛି  । ଏମିତି କି  ଏବେ ପ୍ରତି  ଗାଁର ଗଛ ମୂଳେ ବାଉଁଶ ଭାଡି କରାଯାଇଛି  । ଯେଉଁ ଠାରେ ତାସ୍, ମଦ, ଗଂଜେଇ ଏବଂ  ନିଶା ପାଉଡରର ଆସର କମି ଯାଉଛି । ଏହା ସହିତ ଅଶ୍ଳୀଳ ଭିଡିଓ ଠାରୁ ଅନେକ ଖରାପ ଖରାପ କଥା ଆଲୋଚନା କରା ଯାଉଛି  । ଏପରି କି  ଗାଁର ଝିଅ ବୋହୁମାନେ ଅଶ୍ଳୀଳ କଥା ଶୁଣିବା ସହିତ ଅଶ୍ଳୀଳ ଇଙ୍ଗିତରୁ ବାଦ୍ ପଡୁ ନାହାନ୍ତି  ।
          ତୃତୀୟତଃ ଗାଁରେ ପାଠ ଶାଳା ନାହିଁ । ବିଦ୍ୟାଳୟରେ ପିଲା ପଢୁଛନ୍ତି ସତ୍ୟ, କିନ୍ତୁ ଗୁଣାତ୍ମକ ଶିକ୍ଷା ନାହିଁ  ।  ଗୁରୁ ଶିଷ୍ୟ ପରମ୍ପରା ନାହିଁ  । ଗାଁରେ ପାଠାଗାର ନାହିଁ  । ଡିଜିଟାଲ ମିଡିଆ ପ୍ଲାଟଫର୍ମର ଆବିର୍ଭାବରେ କେତେ କେତେ ସୁନ୍ଦର ପୁସ୍ତକ ଗୁଡିକ ବିଲୁପ୍ତ ହୋଇଗଲେଣି  । ପ୍ରତି ଦିନ ଶହ ଶହ ପୁସ୍ତକ ପ୍ରକାଶିତ ହେଉଛି ସତ୍ୟ, କିନ୍ତୁ ପଢିବା ପାଇଁ ଲୋକ ନାହାନ୍ତି  ।
              ଚତୁର୍ଥତଃ ଗାଁରେ ବ୍ୟାୟାମଶାଳା  ନାହିଁ । କାଁ ଭାଁ ଜିମ୍ ହୋଇଛି ସତ,କିନ୍ତୁ ଅଧୁନା ଯୁବ ସମାଜ ବୀର୍ଯ୍ୟ ହୀନ ହୋଇ ଯାଇଛନ୍ତି  । ଜିମ୍ ଗଲେ, ଶରୀର ସୁଗୋଲ ହୋଇଯାଏ  । କିନ୍ତୁ ବ୍ରହ୍ମଚର୍ଯ୍ୟ ପାଳନ କଲେ, ସାରା ଜୀବନ ନିରୋଗ ଓ ସୁସ୍ଥ ରହେ, ଯାହା ଆମେ ଭୁଲି ଯାଇଛୁ ।
ପଂଚମତଃ  ଅଧୁନା ସମୟରେ ପ୍ରତି ଗ୍ରାମରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରା ଯାଉଛି । କିନ୍ତୁ ପୂର୍ବ ପରି ପର୍ବ ପର୍ବାଣୀରେ ଏକତା ନାହିଁ  ।  ଭାଇଚାରା ନାହିଁ । ଗାଁରେ ପ୍ରତ୍ୟେକ ପର୍ବ ପର୍ବାଣୀ ଏକକ ପର୍ବ ଭାବରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେବା ଆବଶ୍ୟକ  । ସମସ୍ତଙ୍କର ସହଭାଗୀତା ରହିବା ଆବଶ୍ୟକ । କିନ୍ତୁ  ଗାଁରେ ଆଜି ରାଜନୈତିକ  ଦଳ ଗତ ଭିନ୍ନତା , ଜାତି ଗତ ବିଦ୍ୱେଷ,ଆଧୁନିକତା ମନୋଭାବ ଓ ମାନସିକ ସଂକୀର୍ଣ୍ଣତା ଆଦି  ପର୍ବ ପର୍ବାଣୀରେ ଲୋକମାନଙ୍କୁ ଅଲଗା କରି ଦେଇଛି  । ଯାହାଫଳରେ ପ୍ରତି ଗାଁରେ  କୌଣସି ପର୍ବ ମହୋତ୍ସବ ଭାବରେ ପାଳିତ ହେଉ ନାହିଁ । କେହି ଦୁଃଖରେ ପଡିଲେ ଆହା ପଦେ ବାହାରି ଆସୁନି କହିବା ପାଇଁ, ହାତ ବଢାଇଲେ, କାହାର ହାତ ଲମ୍ବି ଆସୁନି ସହଯୋଗ ପାଇଁ । ଆଜି ଆମେ ଆମର ପ୍ରିୟ ବସ୍ତୁ ଗୁଡିକୁ ଉପଭୋଗ କରିବା ଲାଳସାରେ ବସ୍ତୁବାଦୀ ହୋଇ ଯାଇଛୁ  । ପରସ୍ପର ଭଲ ପାଇବା ଓ ଶ୍ରଦ୍ଧା କମି ଯାଇଛି  ।
               ସତରେ ଗ୍ରାମ ସ୍ୱରାଜ୍ୟ ଓ ଗ୍ରାମ ବିକାଶ ଆଜି କେବଳ ରାଜନୀତି  ଚାଲ୍ ପ୍ରରିପ୍ରେକ୍ଷୀରେ   ଜନତା ତୁଷ୍ଟୀକରଣ ପାଇଁ ୟେ ଶବ୍ଦ ପ୍ରୟୋଗ ବ୍ୟତୀତ ଆଉ କିଛି ନାହିଁ  । କିନ୍ତୁ ଉପରୋକ୍ତ ନୀତି ଶ୍ଳୋକର ଜନକ  ମହାପୁରୁଷ ମଦନ ମୋହନ ମାଲବୀୟଙ୍କର ଲକ୍ଷ ଆଜି ସ୍ୱପ୍ନରେ ହିଁ ରହି ଯାଇଛି । ସତରେ ଗାଁ ମୋର କଣ ବଦଳିବ ନା ଭାରତ ବର୍ଷର ସ୍ୱର୍ଣ୍ଣିମ ଇତିହାସରେ ନୂଆ କଥା ଲେଖା ହେବ ?  ଆଜି ତାଙ୍କର ପବିତ୍ର ଜନ୍ମ ଦିବସରେ ଶତ ଶତ ନମନ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କାର୍ତିିକ ହବିଷ୍ୟାଳୀ ବ୍ରତ-୨୦୨୪

କାର୍ତିିକ ହବିଷ୍ୟାଳୀ ବ୍ରତ-୨୦୨୪
(ମାତୃ କୃପା ହିଁ କେବଳମ୍)
ପ୍ରିୟ ସତୀର୍ଥ,
                     ସାଦର ପ୍ରଣାମ । ଶ୍ରୀକ୍ଷେତ୍ର ପୁରୀରେ ପ୍ରତି ବର୍ଷ  ପବିତ୍ର କାର୍ତିକ ମାସରେ “ରାଇ ଦାମୋଦର ବ୍ରତ” ପାଳନ  ପ୍ରରିପ୍ରେକ୍ଷୀରେ  ଓଡିଶା ସରକାରଙ୍କ ଦ୍ୱାରା ହବିଷ୍ୟାଳୀ  ମାଆମାନଙ୍କ ପାଇଁ ରହଣୀ,ପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନ,ମହା ପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପୁରୀ ସହାୟତାରେ କରା ଯାଉଛି  । ତେଣୂୁ ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀ ବ୍ରତ ପାଳନ କରିବା ପାଇଁ, ଆଗ୍ରହୀ ମାଆମାନେ ଅକ୍ଟୋବର ୬ ତାରିଖ ଠାରୁ ଅକ୍ଟୋବର ୧୧ ତାରିଖ ମଧ୍ୟରେ ( ଧାର୍ଯ୍ୟ ଲକ୍ଷ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ) ନିଜର ନାମ   ଅନଲାଇନରେ ପଞ୍ଜୀକରଣ କରିବା ପାଇଁ  ବିନମ୍ର ଅନୁରୋଧ  । ଉକ୍ତ  ସରକାରୀ ପଞ୍ଜୀକରଣକୁ କେଇ ପାଦ ଆଗେଇ ନେବା ପାଇଁ   ମାଆମାନଙ୍କର ସେବା ଦୃଷ୍ଟିରୁ,ଆମର ଜନ ସେବା କେନ୍ଦ୍ର, ଭୋଦଳ ଓ ମୋ ସେବା କେନ୍ଦ୍ର, ଗୋବିନ୍ଦପୁର ଆନୁକୁଳ୍ୟରେ  ମାଗଣାରେ ପଞ୍ଜୀକରଣ କରାଯିବ  ।ଏଣୁ ମାଆମାନେ ଆବଶ୍ୟକୀୟ କାଗଜାତ ପତ୍ର ସହ ନିମ୍ନୋକ୍ତ ନିୟମାବଳୀ ଅନୁସାରେ ଯୋଗାଯୋଗ କରିବା ପାଇଁ  ଅନୁରୋଧ ।  ପ୍ରକାଶ୍ୟ ଯେ, ଓଡିଶା ସରକାରଙ୍କ ଦ୍ୱାରା  ୨୫୦୦ ହବିଷ୍ୟାଳୀମାନଙ୍କ ପାଇଁ ୪ଟି ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଆପଣଙ୍କର କେନ୍ଦ୍ର ପରିଚାଳକ ( ସଂପର୍କ-୯୨୩୮୫୮୯୧୦୦)
ଅନ୍ ଲାଇନ ଆବେଦନ ପାଇଁ କାଗଜାତପତ୍ର- ମାଆଙ୍କର (୧) ଆଧାର କାର୍ଡ (୨) ପାସପୋର୍ଟ ଫଟୋ (୩) ବ୍ଲଡ୍ ଗ୍ରୁପ୍ (୪) ମୋବାଇଲ୍ ନମ୍ବର
(ଆବେଦନର ନିୟମାବଳୀ)
(୧) ଶାରିରୀକ ଓ ମାନସିକ ଭାବରେ ସୁସ୍ଥ  ତଥା ସ୍ବ ସଚଳକ୍ଷମ ଥିବା ଆବଶ୍ୟକ ।
(୨) ବିଧବା ବ୍ରତ ଧାରିଣୀମାନଙ୍କୁ ପ୍ରାଧାନ୍ୟ  ଦିଆଯିବ  ।
(୩) ନୂତନ ଆବେଦନକାରିଣୀକୁ ପ୍ରାଧାନ୍ୟ ଦିଆଯିବ  ।
(୪) ପଞ୍ଜୀକରଣ ହୋଇଥିବା ମାଆଙ୍କ ବ୍ୟତୀତ  ଶିବିରରେ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କୁ ଅପ୍ରତ୍ୟାଶିତ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ  ।
(୫) ଶିବିରରେ ଆବେଦନକାରୀଙ୍କ ସ୍ବାସ୍ଥଗତ ପରୀକ୍ଷାରେ ଯଦି ଅସୁସ୍ଥ ପରିଲକ୍ଷିତ ହୁଅନ୍ତି, ରହିବା ପାଇଁ ଅନୁମତି ଦିଆଯିବ ନାହିଁ  ।

ବିଶେଷ ସୂଚନା ପାଇଁ  ଯୋଗାଯୋଗ- (୧) ଜିଲ୍ଲା ସଂସ୍କୃତି ଅଧିକାରୀ:୯୬୯୯୭ ୨୦୫୯୪ (୨)ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ:୯୪୩୭୩  ୦୨୬୧୮ (୩) ଜିଲ୍ଲା କ୍ରୀଡା ଅଧିକାରୀ-୭୭୩୫୫ ୧୭୪୮୨ (୪)  ଜିଲ୍ଲା କାର୍ଯ୍ୟାଳୟ- (୦୬୭୫୨) ୨୨୨୬୬୪
(ସୌଜନ୍ୟତା ଓ ସେବା ଦୃଷ୍ଟିରୁ ଏହି ମାଗଣା ସେବା  କେବଳ  ଆମର କେନ୍ଦ୍ର କାର୍ଯ୍ୟ କରୁଥିବା ନିକଟବର୍ତୀ ଅଂଚଳର ମାଆମାନଙ୍କ ପାଇଁ   ପ୍ରଯୁଜ୍ୟ ଅଟେ,ସାର୍ବଜନୀନ ନୁହେଁ । କୌଣସି  ବ୍ୟତିକ୍ରମ ପାଇଁ  ଆମର କେନ୍ଦ୍ର ଦାୟୀ ରହିବ ନାହିଁ  । କେବଳ ସେବା ଦୃଷ୍ଟିରୁ ମାଆମାନଙ୍କର ପଞ୍ଜୀକରଣ କରାଯିବ )


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

Whatsapp ରେ ଦଶମଶ୍ରେଣୀ ପାସ ଛାତ୍ରଛାତ୍ରୀ ନିଜ ଡିଜିଟାଲ PDF ସାର୍ଟିଫିକେଟ Download କରିବାର Process

🙏 *Whatsapp ରେ ଦଶମଶ୍ରେଣୀ ପାସ ଛାତ୍ରଛାତ୍ରୀ ନିଜ ଡିଜିଟାଲ PDF ସାର୍ଟିଫିକେଟ Download କରିବାର Process :*🙏



1. ପ୍ରଥମେ ନିଜ ମୋବାଇଲରେ Whatsapp ନମ୍ବର 7710058192 କୁ save କରିବାକୁ ହେବ l

2. ଏହା ପରେ ସେହି Whatsapp ନମ୍ବରକୁ Hi କିମ୍ବା BSE ଲେଖି ମେସେଜ କରିବାକୁ ହେବ l

3. ଏହାପରେ ସେଥିରେ ତିନୋଟି Option ଆସିବ ଯଥା AHSC, MADHYAMA, SOSC (1st)  l ସେଥି ମଧ୍ୟରୁ ଆପଣଙ୍କର ଯେଉଁଟି ଆବଶ୍ୟକ Select କରିବେ l Exp - AHSC କୁ Selection କରି Click କରିବାକୁ ହେବ l

4. ଏହାପରେ AHSC 2024 ରେ Click କରିବାକୁ ହେବ l

5. ଏହା ପରେ ନିଜର ଦଶମ ପରୀକ୍ଷା ଦେଇଥିବା Roll No କୁ ସଠିକ ଭାବରେ  ଦେବାକୁ ହେବ l

6. Roll No ର Entry ସରିବା ପରେ ନିଜର ଜନ୍ମ ତାରିଖ ( Date of Birth) ଯାହା ଆଡମିଟ କାର୍ଡରେ ଅଛି ଦେବାକୁ ହେବ l

7. ଏହା ପରେ ମୋବାଇଲ ନମ୍ବର ଦେବାକୁ ହେବ ଆଉ ମୋବଇଲ ନମ୍ବର ଦେଇସାରିଲା ପରେ ମୋବାଇଲକୁ ଗୋଟିଏ OTP ଆସିବ l

8. OTP ଆସିଲା ପରେ ତାହାକୁ ଦେଇଥିବା ଖାଲି ଜାଗାରେ ପୂରଣ କରି Entry କଲେ, ସାଙ୍ଗେ ସାଙ୍ଗେ ଡିଜିଟାଲ PDF ସାର୍ଟିଫିକେଟ ଆସିଯିବ l

9. ଫଳାଫଳ ବାହାରିବାର ପ୍ରଥମ ସପ୍ତାହ ( ସାତ ଦିନ ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଗଣାରେ Digital Certificate Download କରିପାରିବେ ପରବର୍ତ୍ତୀ ସମୟରେ ଫଳାଫଳ ପାଇଁ ଆବେଦନ Fees ପୈଠ କରିବାକୁ ପଡିବ l 

10. Digital Certificate pdf ଟି ପାଇଲା ପରେ A4 ସାଇଜରେ ପ୍ରିଣ୍ଟ ବାହାର କରିପାରିବେ l
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନିଆଳି ମେଳନ

🙌🏿 ନିଆଳି ମେଳନ 🙌🏿
✍️ ମାଧବାନନ୍ଦ ଭୋଇ
ତୁ ତ ମୁତୁରୀ, ମୁଁ ତ ମୁତୁରୀ         
ହେଁସ କାହିଁ ପାଇଁ ଧୋଇବା,
ଆମର ପଲ୍ଲୀରେ ମଟନ ବୋତଲ
ଚାଲେ,ସେଇଠି ଖାଇବା।।
କାଲା କାଙ୍ଗାଳି ଆ,ଭୋଟ ବିକଳିଆ,
ନିଇତି ସେ ମେଳି କରୁଛି,
ନିଆଳିରେ କୁଜି,ବିଆଳୀ ବାଛିବେ
ଭୋକିଲାଙ୍କ  ଭିଡ଼ ଜମୁଛି।।
ଭୋଟ୍ ପାଇଁ ଯେତେ ଲୋଡା ହେଵ ନୋଟ୍ 
ଚିନ୍ତା କର ନାହିଁ କୁଜି।
ସୁରା ସାକୀ ଠାରୁ ମଟନ ଚାଖଣ,
ସବୁ ମୁଁ ରଖିଛି ଖଞ୍ଜି।।
ଛବି ପ୍ରତିଛବି ଲାପତା ହୋଇବ
ସ୍ବାଧିନେ ଖାଇବ ଖଡା।
ଖଂଗ୍ରେସି ପିଲାର ମୁଁହ ପୋଡ଼ି ଦେବି
କରିଦେବି ଘରବୁଡା।।
ଛାମୁଙ୍କ କଥାରେ ହେଲେ କୃତ୍ୟ କୃତ୍ୟ 
ଭୋକିଲା କୁଜି ଜନତା।
ଟିକେଟ ଆମରି,ଦଳ ବି ଆମରି
ଆମରି ରହିବ ସତ୍ତା।।
ନିଆଳି ମାଟିର ସ୍ବାଭିମାନ ଯାଉ
ଆଗେ ନିଜ ଝୁଲି ପୁରିଯାଉ।
ଖଟିଖିଆ  ଖଟି ମରିଯାଉ ନିତି 
ବାସି ପେଜ ପିଇଥାଉ।।
ନିଆଳୀର ନେତା ଭକୁଆ ଜନତା 
ମହୀ କ୍ଷଣ କ୍ଷଣକରେ ଆନ।
ବେଳ ଥାଉଁ ବନ୍ଧ,ବାନ୍ଧ ହେଁ କୁମର
ବେଳୁ ହୁଅ ସାବଧାନ।।
🙏 *ସଂପାଦକ: ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର,କଟକ, ସଂପର୍କ:୯୨୩୮୫୮୯୧୦୦*🙏
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...