Whatsapp ରେ ଦଶମଶ୍ରେଣୀ ପାସ ଛାତ୍ରଛାତ୍ରୀ ନିଜ ଡିଜିଟାଲ PDF ସାର୍ଟିଫିକେଟ Download କରିବାର Process

🙏 *Whatsapp ରେ ଦଶମଶ୍ରେଣୀ ପାସ ଛାତ୍ରଛାତ୍ରୀ ନିଜ ଡିଜିଟାଲ PDF ସାର୍ଟିଫିକେଟ Download କରିବାର Process :*🙏



1. ପ୍ରଥମେ ନିଜ ମୋବାଇଲରେ Whatsapp ନମ୍ବର 7710058192 କୁ save କରିବାକୁ ହେବ l

2. ଏହା ପରେ ସେହି Whatsapp ନମ୍ବରକୁ Hi କିମ୍ବା BSE ଲେଖି ମେସେଜ କରିବାକୁ ହେବ l

3. ଏହାପରେ ସେଥିରେ ତିନୋଟି Option ଆସିବ ଯଥା AHSC, MADHYAMA, SOSC (1st)  l ସେଥି ମଧ୍ୟରୁ ଆପଣଙ୍କର ଯେଉଁଟି ଆବଶ୍ୟକ Select କରିବେ l Exp - AHSC କୁ Selection କରି Click କରିବାକୁ ହେବ l

4. ଏହାପରେ AHSC 2024 ରେ Click କରିବାକୁ ହେବ l

5. ଏହା ପରେ ନିଜର ଦଶମ ପରୀକ୍ଷା ଦେଇଥିବା Roll No କୁ ସଠିକ ଭାବରେ  ଦେବାକୁ ହେବ l

6. Roll No ର Entry ସରିବା ପରେ ନିଜର ଜନ୍ମ ତାରିଖ ( Date of Birth) ଯାହା ଆଡମିଟ କାର୍ଡରେ ଅଛି ଦେବାକୁ ହେବ l

7. ଏହା ପରେ ମୋବାଇଲ ନମ୍ବର ଦେବାକୁ ହେବ ଆଉ ମୋବଇଲ ନମ୍ବର ଦେଇସାରିଲା ପରେ ମୋବାଇଲକୁ ଗୋଟିଏ OTP ଆସିବ l

8. OTP ଆସିଲା ପରେ ତାହାକୁ ଦେଇଥିବା ଖାଲି ଜାଗାରେ ପୂରଣ କରି Entry କଲେ, ସାଙ୍ଗେ ସାଙ୍ଗେ ଡିଜିଟାଲ PDF ସାର୍ଟିଫିକେଟ ଆସିଯିବ l

9. ଫଳାଫଳ ବାହାରିବାର ପ୍ରଥମ ସପ୍ତାହ ( ସାତ ଦିନ ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଗଣାରେ Digital Certificate Download କରିପାରିବେ ପରବର୍ତ୍ତୀ ସମୟରେ ଫଳାଫଳ ପାଇଁ ଆବେଦନ Fees ପୈଠ କରିବାକୁ ପଡିବ l 

10. Digital Certificate pdf ଟି ପାଇଲା ପରେ A4 ସାଇଜରେ ପ୍ରିଣ୍ଟ ବାହାର କରିପାରିବେ l
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନିଆଳି ମେଳନ

🙌🏿 ନିଆଳି ମେଳନ 🙌🏿
✍️ ମାଧବାନନ୍ଦ ଭୋଇ
ତୁ ତ ମୁତୁରୀ, ମୁଁ ତ ମୁତୁରୀ         
ହେଁସ କାହିଁ ପାଇଁ ଧୋଇବା,
ଆମର ପଲ୍ଲୀରେ ମଟନ ବୋତଲ
ଚାଲେ,ସେଇଠି ଖାଇବା।।
କାଲା କାଙ୍ଗାଳି ଆ,ଭୋଟ ବିକଳିଆ,
ନିଇତି ସେ ମେଳି କରୁଛି,
ନିଆଳିରେ କୁଜି,ବିଆଳୀ ବାଛିବେ
ଭୋକିଲାଙ୍କ  ଭିଡ଼ ଜମୁଛି।।
ଭୋଟ୍ ପାଇଁ ଯେତେ ଲୋଡା ହେଵ ନୋଟ୍ 
ଚିନ୍ତା କର ନାହିଁ କୁଜି।
ସୁରା ସାକୀ ଠାରୁ ମଟନ ଚାଖଣ,
ସବୁ ମୁଁ ରଖିଛି ଖଞ୍ଜି।।
ଛବି ପ୍ରତିଛବି ଲାପତା ହୋଇବ
ସ୍ବାଧିନେ ଖାଇବ ଖଡା।
ଖଂଗ୍ରେସି ପିଲାର ମୁଁହ ପୋଡ଼ି ଦେବି
କରିଦେବି ଘରବୁଡା।।
ଛାମୁଙ୍କ କଥାରେ ହେଲେ କୃତ୍ୟ କୃତ୍ୟ 
ଭୋକିଲା କୁଜି ଜନତା।
ଟିକେଟ ଆମରି,ଦଳ ବି ଆମରି
ଆମରି ରହିବ ସତ୍ତା।।
ନିଆଳି ମାଟିର ସ୍ବାଭିମାନ ଯାଉ
ଆଗେ ନିଜ ଝୁଲି ପୁରିଯାଉ।
ଖଟିଖିଆ  ଖଟି ମରିଯାଉ ନିତି 
ବାସି ପେଜ ପିଇଥାଉ।।
ନିଆଳୀର ନେତା ଭକୁଆ ଜନତା 
ମହୀ କ୍ଷଣ କ୍ଷଣକରେ ଆନ।
ବେଳ ଥାଉଁ ବନ୍ଧ,ବାନ୍ଧ ହେଁ କୁମର
ବେଳୁ ହୁଅ ସାବଧାନ।।
🙏 *ସଂପାଦକ: ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର,କଟକ, ସଂପର୍କ:୯୨୩୮୫୮୯୧୦୦*🙏
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...