ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ

🙏 ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ  ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ🙏


ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିବା ଦ୍ୱାରା କୌଣସି କାର୍ଯ୍ୟାଳୟର  ଅତିରିକ୍ତ ବୋଝ ବଢି ଯାଉଛି କିମ୍ବା ଜଣେ ସୂଚନାଧିକାରକର୍ମୀ ଆକ୍ରୋଶମୂଳକ ଭାବରେ ଅଧିକାରୀଙ୍କୁ ହଇରାଣ କରାଯାଉଛି ବୋଲି ଯେଉଁ ପ୍ରଶ୍ନଟି ଉଠେ , ତାହା ଆମ ପାଇଁ ଅବୈଧ ବୋଲି ମନେ ହୁଏ ।ସମାଜରେ ଅସହାୟ ବ୍ୟକ୍ତିମାନଙ୍କର କଥା ଶୁଣିବା କିମ୍ବା ଆବେଦନ ପତ୍ର ଗ୍ରହଣ କରିବା ଏ ଦାୟିତ୍ୱ ପ୍ରଶାସନର ଅଟେ।ମାତ୍ର ସରକାରୀ ନିୟମ ନ ଜାଣିବା ହେଉ  କିମ୍ବା ଲୋକମାନଙ୍କୁ ହଇରାଣ କରିବା ଚକ୍କରରେ ହେଉ, ଅନେକ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ହଇରାଣ କରିଥାନ୍ତି  ଏବଂ ବେଳେ  ବେଳେ  ଏ ସଂପର୍କରେ ସେମାନଙ୍କୁ ଅବଗତ କଲେ ମଧ୍ୟ ସାମାଜିକ କର୍ମୀମାନଙ୍କ ସହିତ ବିତଣ୍ଡା ଯୁକ୍ତି କରିଥାନ୍ତି  । ତେଣୁ ଅନ୍ୟୋପାୟ ହୋଇ ଆମକୁ କାଗଜ କଲମର ସାହାରା ନେବା ପାଇଁ ପଡିଥାଏ ।ଏହି ପ୍ରରିପ୍ରେକ୍ଷୀରେ ଗତ ତା-୨୯/୦୬/୨୦୨୨ରିଖରେ ଘଟିଥିବା  ଘଟଣାରେ ବାରଙ୍ଗ ବ୍ଲକ୍ ଉନୟନ  ଅଧିକାରୀଙ୍କ  ର୍ଦୁବ୍ୟବହାର ସ୍ଥାନିତ କରୁଅଛି ।
       ପ୍ରକାଶ୍ୟ,ଗତ ତା:୨୯/୦୬/୨୦୨୨ରିଖ ଦିନ କୁରାଙ୍ଗସ୍ଥିତ ବାଲିସାହିର ଜନୈକ  ଦଳିତ ବ୍ୟକ୍ତିଙ୍କର ରାସନ୍ କାର୍ଡରେ ନୂତନ ବ୍ୟକ୍ତିଙ୍କ ସଂଯୋଗ  କରିବା ସହିତ ମୋବାଇଲ ନମ୍ବର ସଂଯୋଗ  କରିବା ପାଇଁ ବାରଙ୍ଗ ବ୍ଲକର କାର୍ଯ୍ୟାଳୟ ଯାଇଥିଲୁ। ସଙ୍ଗରେ ସୂଚନାଧିକାରକର୍ମୀ  ବସନ୍ତ ଜେନା ମଧ୍ୟ ଥାଆନ୍ତି। ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସାକ୍ଷାତ ମଧ୍ୟ ହୋଇଗଲା। ପରିତାପର ବିଷୟ  ଅଧିକାରୀ  ଜଣକ  ଆବେଦନ ପତ୍ରଟିକୁ କିଛି ସମୟ ପାଇଁ ଅବଲୋକନ କଲା ପରେ ଗ୍ରହଣ କଲେ ନାହିଁ। ବରଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଯୁକ୍ତି ଅନୁସାରେ, ମୁଁ ଆବେଦନ ପତ୍ର ରଖିବି ନାହିଁ। ଆପଣ ଜନ ସେବା କେନ୍ଦ୍ର ଯାଆନ୍ତୁ, ସେଠାରେ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ ଲୋକ ଆଡ୍ କରିଦେବେ, ଏଗୁଡ଼ିକ  ଏଠାରେ ହୋଇ ପାରିବ ନାହିଁ। 
     ମାତ୍ର ରାସନ୍ କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ଆବଶ୍ୟକ ବୋଲି ମୁଁ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲି। ମାତ୍ର  ଯୋଗାଣ ନୀରିକ୍ଷକଙ୍କ ବଦଳି ହୋଇଯାଇଛି, ଏଗୁଡ଼ିକ ଏଠି ହୋଇ ପାରିବ ନାହିଁ ବୋଲି ରୁକ୍ଷ ସ୍ବରରେ କହି, ଆବେଦନ ପତ୍ର ଗ୍ରହଣ  କରି ନ ଥିଲେ। ବରଂ ତୁମେ ଜନ ସେବା କେନ୍ଦ୍ର ଯାଇ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ   ଲୋକଙ୍କୁ ଆଡ଼ କରି ଆଣିବା ପାଇଁ କହିଲେ। ଶେଷରେ ମୁଁ ଜଣେ ଜନ ସେବା କେନ୍ଦ୍ର ପରିଚାଳକ ବୋଲି ପରିଚୟ ପ୍ରଦାନ କରିବା ସହିତ, ରାସନ କାର୍ଡରେ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ସହିତ ଏହା ଫୂଡ୍ ଓଡ଼ିଶାର ଓ୍ବେବ୍ ସାଇଟରେ ଦର୍ଶାଯାଇଛି ବୋଲି ପ୍ରକାଶ କରିଥିଲି। ମାତ୍ର ମୋ କଥାରେ ଉନ୍ନୟନ ଅଧିକାରୀ ଜଣକ ଉତକ୍ଷିପ୍ତ ହୋଇ ମୋ ଉପରେ ବର୍ଷିଗଲେ। ତୁମର ଜନ ସେବା କେନ୍ଦ୍ର ନାହିଁ ବୋଲି ମୋର ବିଶ୍ବାସ ହେଉ ନାହିଁ। ତୁମେ ଅନ୍ ଲାଇନ୍ କାମ ଜାଣି ନାହି ବୋଲି ବିରକ୍ତି ପ୍ରକାଶ  କରିଥିଲେ। ଶେଷରେ ଆବେଦନ ପତ୍ର ରଖିଲେ ନାହିଁ।  ପରେ ପରେ ଆମେ ଯୋଗାଣ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ।  ସେଠାରେ ଥିବା ତାଙ୍କର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ରାସନ୍ କାର୍ଡରେ  ମୋବାଇଲ ସଂଯୋଗ ସଂପର୍କରେ ପଚାରିଥିଲୁ ଏବଂ ପୂର୍ବରୁ ଯୋଗାଣ ନିରୀକ୍ଷକଙ୍କୁ ଏ ଘଟଣା ସଂପର୍କରେ ଅବଗତ କରିବା  ବିଷୟରେ ପ୍ରକାଶ କରିଥିଲୁ। ସବୁ ଠାରୁ ଆଶ୍ଚର୍ଯ୍ୟର ବିଷୟ, ସେ ଏ କଥା ଶୁଣିବା ପରେ ଆମର ମୋବାଇଲ ସଂଯୋଗକୁ ତାଙ୍କର କଂପ୍ୟୁଟରରେ କରି ଦେଇଥିଲେ ଏବଂ ରାସନ୍ କାର୍ଡ ସହିତ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।  
      ପ୍ରକାଶ୍ୟ ଯେ,ରାସନ୍ କାର୍ଡରେ ମୋବାଇଲ ସଂଯୋଗ ହେଲା ପରେ, ଆପଣ ଓ୍ବେବ୍ ସାଇଟରୁ ରାସନ୍ କାର୍ଡ ଡାଉନ୍ ଲୋଡ କରିବା, ନୂତନ ବ୍ୟକ୍ତି ଯୋଗ କରିବା, ମୃତ ବ୍ୟକ୍ତିଙ୍କୁ ବିୟୋଗ କରିବା ଓ ପରିବାର ସ୍ଥାନାନ୍ତର କରିବା କାର୍ଯ୍ୟ ଗୁଡ଼ିକ ହୋଇ ଥାଏ। ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ, ଗରିବ ଜନ ସାଧାରଣଙ୍କ କାମ କରିବା ପାଇଁ, ଏ ବ୍ଲକ୍ ଅଧିକାରୀଙ୍କର ଆନ୍ତରିକତା ନାହିଁ । ଏହି ପ୍ରରିପ୍ରେକ୍ଷୀରେ ଯଦି ପ୍ରଶାସନିକ ସ୍ତରରେ ଜନ ସାଧାରଣ ପ୍ରଶ୍ନ କଲେ କିମ୍ବା  ଏକକ ସରକାରୀ ସେବା ବିଷୟରେ ଜାଣିବା ପାଇଁ ଜିଜ୍ଞାସା ପ୍ରକାଶ କଲେ,ଯଦି ସଠିକ୍ ଉତ୍ତର ନ ମିଳିବା ସହିତ ଅଧିକାରୀ ଉତକ୍ଷିପ୍ତ ହେଉଛନ୍ତି। ତେଣୁ ସୂଚନା ଅଧିକାର ଆଇନ ମାଧ୍ୟମରେ ନିଜର ହକ୍ ବିଷୟରେ ଜାଣିବା ପାଇଁ ଆମର ଅଧିକାର ରହିଛି। ତେଣୁ ମୁଁ ରାସନ୍ କାର୍ଡ ସଂପର୍କରେ ଦଶ ଗୋଟି ପ୍ରଶ୍ନ  ପ୍ରଶାସନ ପାଇଁ ପ୍ରସ୍ତୁତ କରିଅଛି,ଯାହାର ଉତ୍ତର ରାସନ୍ କାର୍ଡ ଉପଭୋକ୍ତାମାନଙ୍କ ହିତରେ ସହାୟକ ହେବ ବୋଲି ଆଶା ପ୍ରକାଶ କରୁଅଛି, ଯାହା ନିମ୍ନରେ ବର୍ଣ୍ଣନା କରାଯାଇଅଛି।

   ରାସନ୍ କାର୍ଡ ପାଇଁ କେତୋଟି ପ୍ରଶ୍ନ
୧. ନୂତନ ରାସନ କାର୍ଡ ପାଇଁ କେଉଁ ପ୍ରକ୍ରିୟାରେ ଆବେଦନ କରିହେବ  ? ଯଦି ଅନ୍ ଲାଇନ୍ ମାଧ୍ୟମରେ ଜନୈକ ବ୍ୟକ୍ତିର ଆବେଦନ କରିବା  ପାଇଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କିପରି ଭାବରେ ଆବେଦନ କରିହେବ?
୨.  ନୂତନ ଋାସନ କାର୍ଡ ଆବେଦନ କରିବା ପାଇଁ ମୋବାଇଲ୍ ନମ୍ବର ବାଧ୍ୟତା ମୂଳକ କି ? ଯଦି  କୌଣସି ବ୍ୟକ୍ତିର ରାସନ୍ କାର୍ଡ ଡାଉନ୍ ଲୋଡ୍ ପାଇଁ ମୋବାଇଲ୍ ନମ୍ବର ନାହିଁ , ସେ କିପରି ରାସନ୍ କାର୍ଡ ( ଗ୍ରୀନ୍ କାର୍ଡ) ପ୍ରାପ୍ତ ହେବ , ଜଣାଇବା ପାଇଁ ଅନୁରୋଧ ।
୩. ରାସନ୍ କାର୍ଡରେ  ମୋବାଇଲ୍ ନମ୍ବର ସଂଯୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ  କରିହେବ ଏବଂ କାହା ଦ୍ୱାରା କରିହେବ ଜଣାଇବା ପାଇଁ ଅନୁରୋଧ ?
୪. ରାସନ କାର୍ଡରେ  ଜନୈକ ବ୍ୟକ୍ତିଙ୍କୁ ସଂଯୋଗ,ତଥ୍ୟ ସଂଶୋଧନ ଏବଂ ବିୟୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ କରାଯିବ ଏବଂ କାହା ମାଧ୍ୟମରେ କରାଯିବ ?
୫. ରାସନ କାର୍ଡରୁ ଜଣେ ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପାଇଁ ଏବଂ ଶିଶୁଙ୍କୁ  ରାସନ୍ କାର୍ଡରେ ସଂଯୋଗ କରିବାର ପ୍ରକ୍ରିୟା କଣ ଏବଂ କାହା ମାଧ୍ୟମରେ କରାଯିବ ତାହା ଜଣାଇବା ପାଇଁ ଅନୁରୋଧ  ।
୬.  ରାସନ୍ କାର୍ଡରେ ରାସନ  ସାମଗ୍ରୀ ପାଇବା ପାଇଁ  ଆଧାର କାର୍ଡ  ଜରୁରୀ କି ? ଯଦି ଜନୈକ ବ୍ୟକ୍ତିର ଆଧାର କାର୍ଡ  ନାହିଁ, ସେ ରାସନ୍ ସାମଗ୍ରୀ କିପରି  ପାଇବ, ତାହା ଜଣାଇବା ପାଇଁ ଅନୁରୋଧ ।
୭.  ଯଦି କୌଣସି   ପାଂଚ ବର୍ଷ ବୟସରୁ କମ୍  ପିଲାର ଆଧାର କାର୍ଡ ହୋଇ ପାରି ନାହିଁ, ସେ ରାସନ୍ ସାମଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ କି ?
୮.  ଏକ ରାସନ୍ ଡିଲରର ମାନକ ସଂଚାଳନ ପ୍ରକ୍ରିୟା (SOP) କଣ?  ସେ କେଉଁ  ନିୟମାବଳୀ ଆଧାରରେ ଜନ ସାଧାରଣଙ୍କୁ  ସେବା ପ୍ରଦାନ କରିବ, ତାହା ଜଣାଇବା ପାଇଁ ଅନୁରୋଧ ।
୯. ରାସନ ଡିଲର  ପାଇଁ ଆବେଦନ ପ୍ରକ୍ରିୟା ଏବଂ ନିୟମାବଳୀ କଣ,ତାହା ଜଣାଇବା ପାଇଁ ଅନୁରୋଧ  ଏବଂ  ଆପଣଙ୍କର  କଂଟାପଡା, ନିଆଳୀ ଓ  ବାରଙ୍ଗ ବ୍ଲକ ଅଧିନରେ ଥିବା  ସମସ୍ତ ଡିଲରଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଯୋଗାଯୋଗ ନମ୍ବର  ପ୍ରଦାନ କରିବା ପାଇଁ ଅନୁରୋଧ ।
୧୦. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ   ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରେ ପ୍ରଭେଦ କଣ ? ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ , ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅଧିନିୟମ ସଂପର୍କରେ ପ୍ରଦାନ କରିବା ପାଇଁ ଅନୁରୋଧ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା

                             ଗଣ ମାଧ୍ୟମ ହେଉଛି ଗଣତନ୍ତ୍ରର  ଚତୁର୍ଥ  ସ୍ତମ୍ଭ । ମାତ୍ର  ପରିତାପର ବିଷୟ ରାଜ୍ୟ ସରକାର ନିଜର ଦୁର୍ନିତୀକୁ ଲୁଚାଇବାକୁ ଯାଇ, ଲୋକ ସେବା ଭବନ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଗଣ ମାଧ୍ୟମକୁ  ବାରଣ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଅଟେ । ସାହିତି୍ୟକ ଶିକ୍ଷୟତ୍ରୀ /ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ ଦୟାକରି  ମୋତେ ଖରାପ ଭାବିବେ ନି  । କାରଣ  ଯେଉଁଠି ସମାଜରେ ଅହରହ କ୍ଷୁଧାର ତାଡନା ସହ ଦୁର୍ନୀତିର  ଗନ୍ଧ ବାରି ହୋଇ ପଡୁଛି, ସେଠି ମୋ କଲମ ଚାଳନା ଜାରି ରହିବ  । କାରଣ ଅତୀତରେ ମୋ ଲେଖାକୁ ଅନେକ ସାହିତ୍ୟ ସଙ୍ଗଠକ, ସ୍ରଷ୍ଟା ଓ ସାହିତ୍ୟ ଗୃପମାନେ ଅଣଦେଖା ପୂର୍ବକ ମୁଁ ସାହିତ୍ୟରେ ରାଜନୀତି କରୁଛି ବୋଲି ସମାଲୋଚିତ ହେବା ସହିତ  ଗୃପରୁ ମଧ୍ୟ ତଡା ଖାଇଛି ।   ଏହି ପ୍ରରିପ୍ରେକ୍ଷୀରେ ମୋର କବିତା “ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା”କୁ ପାଠ କରିବା ସହିତ ମତାମତ  ଦେବା ପାଇଁ ଅନୁରୋଧ ।  

ସାମ୍ବାଦିକକୁ ଇସ୍ କୁଲୁ ମନା । ।
ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା,
ସାମ୍ବାଦିକକୁ ଇସ୍ କୁଲୁ ମନା । ।
ନିତି ଏଇ ବାଟେ ଯାଉରେ ନାରଦ, ମୋବାଇଲି ବୁଉମ୍ ଧରି,
କଣା ଖୋଜୁଥାଉ, ମାଷ୍ଟରମାନଙ୍କ, ସତେ କି ଚାତକ ପରି । ।
 ଆଉ ସେ ସୁଯୋଗ ପାଇବୁ  ନାହିଁରେ, କହିଛି ସମୀର ନନାରେ... ନାରଦ ନନା । ।
ଦିଶିବନି ଆଉ ପାଣିଆ ଡାଲେମା,ମିଲି ମେକରର ଝୋଳ,
ଦରସିଝା କରି ପାଚିକା ଥୋଇବ, ବୋହିବନି ଆଉ ଝାଳ ।
 ମଧ୍ୟାହ୍ନ ଭୋଜନ, ଭାରି ହିନୀମାନ, ସମାଜେ ଉଡୁଛି କନାରେ ... ନାରଦ ନନା  । ।
ହେବ ଫଳାଫଳ , ଶହେ ଶହେ ଖେଳ, ପିଲା ନ ପଢନ୍ତୁ ପାଠ,
ମାଷ୍ଟର  ମାଷ୍ଟରାଣୀ ପଢାଇବେନି ପାଠ, ଚାଲିବ ପୀରତୀ ନାଟ?
 କହିବେନି କେହି, ଦେଖିବେନି କେହି, ଚାଲିବ ଫୁଙ୍ଗୁଳା ହାଟରେ.. ନାରଦ ନନା । ।
ଶିଖିଆ ମନ୍ତିରୀ ଭାରି ହୁସିଆରି, ଜାଣିଛି  କହିବା ଚାତୁରୀ,
 ଫାଇବି ଟିରେ କରିଅଛି ଖେଳ, ବିଦ୍ୟାଳୟ ହତଶିରୀ ।
 ଦୁରିନୀତି ଗନ୍ଧ, ମହ ମହ ବାସେ,ସବୁ ଭେଣ୍ଡି ଯାକ ସୁନାରେ...ନାରଦ ନନା । ।
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର, କଟକ,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସୃଚନାଧିକାର ଲଢେଇ:ମିଳିଲା ରାସନ

 

ସୂଚନା ଅଧିକାର ଆଇନ୍ ହେଉଛି ଦୁର୍ନିତୀ ବିରୁଦ୍ଧରେ  ଲଢେଇ କରିବା ପାଇଁ ଏକ ପ୍ରମୁଖ ଅସ୍ତ୍ର ଅଟେ  । ତେବେ କେବଳ ଦୁର୍ନିତୀ ନୁହେଁ, ଏହି  ଆଇନକୁ ପ୍ରୟୋଗ କରି ସମାଜରେ ହନ୍ତ ସନ୍ତ ହେଉଥିବା ଦୁସ୍ଥ ମାନବର ହିତ ସାଧନ କରାଯାଇ ପାରିବ  । ଏତଦ୍ ବ୍ୟତୀତ ପ୍ରଶାସନିକ ସ୍ତରରେ ହେଉ କିମ୍ବା ରାଜନୈତିକ ସ୍ତରରେ ହେଉ, ସମାଜର କୌଣସି  ଖରାପ ବ୍ୟବସ୍ଥାକୁ ପରିବର୍ତନ  ମଧ୍ୟ କରାଯାଇପାରିବ । ଏହି କଥାକୁ ଚେତାଇବା ଆମର ଓଡିଶା ସୂଚନା ଅଭିଯାନର ଆବାହକ  ତଥା ମୋର ମାର୍ଗଦର୍ଶକ ଭାଇ ପ୍ରଦୀପ ପ୍ରଧାନ  ସୂଚନାଧିକାରକର୍ମୀମାନଙ୍କୁ ଚେତାଇ ଆସିଛନ୍ତି ।   ମାତ୍ର ପରିତାପର ବିଷୟ,  ସୂଚନା ଅଧିକାର ଆଇନ୍ ମାଧ୍ୟମରେ ପ୍ରଶାସନିକ ଅଧିକାରୀଙ୍କୁ କର୍ମୀମାନେ  ବ୍ଲାକ ମେଲିଂ କରୁଛନ୍ତି କିମ୍ବା ଟଙ୍କା ମାଗୁଛନ୍ତି ବୋଲି ଅନେକ ଲୁଟେରା କର୍ମଚାରୀମାନେ ଅମୂଳକ ମନଗଢା କାହାଣୀ ପ୍ରକାଶ କରିଥାନ୍ତି, ଯାହା ଆଦୌ ଶୋଭନୀୟ ନୁହେଁ । ପ୍ରକାଶ୍ୟ ଯେ, ଏହି ସୂଚନା ଅଧିକାର ଆଇନ  ୨୦୦୫  ମସିହା  ଅକ୍ଟୋବର ୧୨ ତାରିଖ ଠାରୁ ଓଡିଶାରୁ କାର୍ଯ୍ୟକାରୀ ହେଲା  ।  ମାତ୍ର ବିଡମ୍ବନାର ବିଷୟ, ଉକ୍ତ ଆଇନର କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ୫ ଗୋଟି ବିଭାଗକୁ ବାଦ୍ ଦେଇଥିଲେ ।  ପରେ ପରେ ଆମର ସୂଚନାଧିକାରକର୍ମୀମାନେ ବହୁତ ଘାତ ପ୍ରତିଘାତ ମଧ୍ୟରେ   ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ   ଦୁର୍ନୀତିର ଖୁଲସା କରିବା ସହିତ ଅନେକ ଜନ ହିତକର କାର୍ଯ୍ୟ କରିଆସିଛନ୍ତି  । ଏହି ପ୍ରରିପ୍ରେକ୍ଷୀରେ   ସୂଚନା ଅଧିକାର ଆଇନକୁ ପ୍ରୟୋଗ କରି, ଏକ ଅସହାୟ ମହିଳାକୁ କିପରି ରାସନ୍ କାର୍ଡ ପ୍ରଦାନ କରାଯାଇଛି,  ତାହା ନିମ୍ନରେ ବର୍ଣ୍ଣିତ କରାଯାଇଛି ।
ମଂଜୁଲତା ଭୋଇ ଜଣେ ବିଧବା ମହିଳା ।  ଦୀର୍ଘ ବର୍ଷ ହେଲା ନିଜର ସ୍ବାମୀଙ୍କୁ ହରାଇଛନ୍ତି  । ବେଳେ ବେଳେ ଜୀବନ ରେଖା ପରିବର୍ତନ ହୋଇଯାଏ  । ସମୟ ଚକ୍ରରେ ମଣିଷର ସ୍ଥାନାନ୍ତରଣ ହୁଏ  । ନିଜର ଏକମାତ୍ର ପୁଅକୁ କଂଟାପଡା ବ୍ଲକର ଭୋଦଳ ଗ୍ରାମରେ ବିବାହ କରିଦେଲା ପରେ, ଅନେକ ସମୟରେ ପାରିବାରିକ  କାରଣ ହେତୁ ଇତସ୍ତତଃ ତଥା ଅନ୍ୟତ୍ର ହେଉଥିଲେ । ମଣିଷ ପାଇଁ ଖାଦ୍ୟ ମୌଳିକ ଆବଶ୍ୟକତା  ସହିତ ଖାଦ୍ୟ ସୁରକ୍ଷା  ଆଇନ୍ ମାଧ୍ୟମରେ ରାସନ ପାଇବା ମଧ୍ୟ ସାମ୍ବିଧାନିକ ଅଧିକାର ଅଟେ ।  ତେଣୁ ତାଙ୍କର ରାସନ୍ କାର୍ଡକୁ ଅନ୍ ଲାଇନରେ ଆବେଦନ କରିବା ପାଇଁ  ଆବଶ୍ୟକୀୟ କାଗଜାତପତ୍ର  ସହିତ ମୋ ଜନ  ସେବା କେନ୍ଦ୍ରରେ ପହଂଚିଲେ । ମାତ୍ର ପରିତାପର ବିଷୟ, ଆବେଦନକାରୀଙ୍କର ତଥ୍ୟ ପ୍ରଦାନ କଲା ପରେ ଅନ୍ ଲାଇନ ପୋର୍ଟାଲରେ . ଉକ୍ତ ତଥ୍ୟ ଗୁଡିକ ଗ୍ରହଣ  କଲା  ନାହିଁ  । ବରଂ  ପୂର୍ବରୁ ତାଙ୍କର ରାସନ କାର୍ଡ ହୋଇ ଯାଇଛି ବୋଲି ଦର୍ଶାଇବା ସହିତ  ତାଙ୍କର ରାସନ୍ କାର୍ଡଟି ସହିତ  ତାଙ୍କର ଆଧାର ନଂଟି ପଞ୍ଜୀକୃତ ହୋଇଯାଇଛି ବୋଲି ଦର୍ଶାଉଥିଲା । ମାତ୍ର ଏହି ବୃଦ୍ଧା ମାଆ ଜଣକ ରାସନ କାର୍ଡ ପାଇ ନ ଥିଲେ । ବିଡମ୍ବନାର ବିଷୟ,ପୂର୍ବରୁ  ତାଙ୍କ ନାମରେ ରାସନ୍ କାର୍ଡ  ପଞ୍ଜୀକୃତ ହେବା ସହିତ କେତେ ଖାଦ୍ୟ ସାମଗ୍ରୀ ଉଠାଣ ହୋଇଥିବ, ତାହା ମୋ ପାଇଁ  ଅଦ୍ୟାବଧି ଏକ ଅସମାହିତ ପ୍ରଶ୍ନ ବୋଲି ରହିଗଲା ।

ତେବେ ଏହି ବୃଦ୍ଧା ମାଆଙ୍କର ରାସନ୍ କାର୍ଡ ହେବ କିପରି ? କଂଟାପଡା ବ୍ଲକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ କୌଣସି ସୁଫଳ ମିଳିଲା ନାହିଁ  । ଯେଉଁଠି ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସହିତ ରାସନ ଡିଲରମାନଙ୍କ ସହିତ ମଧୁ ଚନ୍ଦ୍ରିକା ହୁଏ,ସେଠାରେ ସାଧାରଣ ଜନତାର ସ୍ବରକୁ ଚାପି ଦିଆଯାଏ ।   ଜଣେ ସାମାଜିକ କର୍ମୀ ଭାବରେ ଅନ୍ୟର ତଥ୍ୟ  ଆବଶ୍ୟକ କରିଥିବାରୁ ମୋତେ ଅଣ ଦେଖା କରାଗଲା । ସର୍ବଶେଷରେ   ସୂଚନା ଅଧିକାର ଆଇନ ମାଧ୍ୟମରେ ୨୦୧୫-୨୦୨୧ ବର୍ଷର ଅବଧି ମଧ୍ୟରେ ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( କାର୍ଡ ନଂ୦୭୦୭୦୨........) ସଂପର୍କରେ ତଥ୍ୟ ପାଇଁ ଆବେଦନ କରାଗଲା । ଏହା ସହିତ . (୧) ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( ନଂ.୦୭୦୭୦୨୧,,,,,,,,,,) କେତେ ତାରିଖରେ ହୋଇଥିଲା ? (୨)  ଏହି କାର୍ଡ (ନଂ. ୦୭୦୭୦୨୧,,,,,,,,,)ଟି କେବେ  ବ୍ଲକ କାର୍ଯ୍ୟାଳୟରେ  ଦାଖଲ କରାଗଲା ? (୩)  ଏହି କାର୍ଡ ନଂ. ୦୭୦୭୦୨୧,,,,,,,,,)ଟି କେଉଁ ଡିଲର ନିକଟରେ କାର୍ଯ୍ୟ କରୁଥିଲା ଏବଂ ଉକ୍ତ କାର୍ଡରେ କେତେ ପରିପାଣରେ ରାସନ ସାମଗ୍ରୀ  ଉଠାଣ କରାଯାଇଛି, ଜାଣିବାକୁ ଚାହୁଁଥିବା ନିର୍ଦ୍ଦିଷ୍ଟ ସୁଚନାର ବିବରଣୀ  ପାଇଂ ଆବେଦନ କରାଯାଇଥିଲା ।  ମାତ୍ର ପରିତାପର ବିଷୟ,  ଏକ ମାସ ବିତି  ଯାଇଥିଲେ ମଧ୍ୟ ଏହାର  ତଥ୍ୟ ମିଳି ନ ଥିଲା । ବରଂ ଆପୋଷ ସମାଧାନ ପାଇଁ ଜନୈକ ରାସନ ଡିଲରଙ୍କ ଦ୍ୱାରା  ଏକ ଚାପ ସୃଷ୍ଟି  କରାଗଲା ।   ଜଣେ ସୂଚନାଧିକାରକର୍ମୀ  କୌଣସି ଏକ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ଆବେଦନ କଲା ପରେ, ଆବେଦନ କରିବାର ୩୦ ଦିନ ମଧ୍ୟରେ ଲୋକ ସୂଚନା ଅଧିକାରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହିତ କାଗଜାତ ପତ୍ର କରିବା ପାଇଁ ବାଧ୍ୟ ଅଟନ୍ତି ।  ଅବଶ୍ୟ କଗଜାତ ନଥି ପତ୍ରର ଜେରକ୍ସ ପାଇଁ ଆବେଦନକାରୀଙ୍କୁ ଦୁଇ ଟଙ୍କା ଦେବା ପାଇଁ ପଡିଥାଏ । ଯଦି ଉକ୍ତ ୩୦ ଦିନ ମଧ୍ୟରେ ତଥ୍ୟ ପ୍ରଦାନ ନ କରନ୍ତି,ଏହାପରେ ପ୍ରଥମ ଅପିଲ କରିବା ପାଇଁ   ପ୍ରଥମ ଅପିଲ୍ କତୃପକ୍ଷଙ୍କ ନିକଟରେ   ଫର୍ମ-ଘ ମାଧ୍ୟମରେ ନିୟମ ୭(୧)ଦ୍ରଷ୍ଟବ୍ୟ ଅଧିନିୟମ ଧାରା ୧୯(୧) ଅନୁଯାୟୀ ଏକ ଅପିଲ ସ୍ମାରକ ଫର୍ମରେ ଆବେଦନ କରାଯାଇଥାଏ । କିନ୍ତୁ ଏ ଘଟଣାରେ ଆବେଦନକାରୀ  ପ୍ରଥମ ଅପିଲ ପାଇଁ ରାଜି ନଥିଲେ ।   ବରଂ ପୂର୍ବରୁ ରାସନ ଡିଲର ଜଣକ ଯାହା ଖାଇ ଥିଲା ଖାଇଥାଉ ଏବଂ ତଥ୍ୟ ମଧ୍ୟ ନ ମିଳୁ  ଆଉ କୌଣସି ମତେ ନୂତନ ରାସନ୍ କାର୍ଡ ହୋଇଯାଉ ବୋଲି ଭାବୁଥିଲେ । ପରିଶେଷରେ ଆବେଦନକାରୀ ନୀରବଦ୍ରଷ୍ଟା ହୋଇ  ନୂତନ ରାସନ କାର୍ଡ  ଗ୍ରହଣ କରିବା ପାଇଁ  ଆଗ୍ରହ ପ୍ରକାଶ କରିଥିଲେ ।   ପରେ ପରେ ସୁପରିକଳ୍ପିତ ସୂଚନାନୁସାରେ ସ୍ଥାନୀୟ ରାସନ ଡିଲରଙ୍କ ନିକଟରେ  ଉକ୍ତ ବୃଦ୍ଧା ମାଆଙ୍କର କାର୍ଡ  ହୋଇ ଯାଇଛି ବାବବରେ ସୂଚନା ପହଂଚିଥିଲା । ବର୍ତମାନ ଚାରିମାସ ହେଲା ଉକ୍ତ ବୃଦ୍ଧା ମାଆଙ୍କୁ ଚାଉଳ ମିଳୁଅଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରାଜ୍ୟ ସରକାରଙ୍କୁ ଅଦାଲତି ଶକ୍ତ ଚାପୁଡା

ରାଜ୍ୟ ସରକାରଙ୍କୁ  ଅଦାଲତି ଶକ୍ତ ଚାପୁଡା
ଆର.ଟି.ଆଇକୁ ଫେରିଲା ଭିଜିଲାନ୍ସ
 
ଦୀର୍ଘ ଛଅ ବର୍ଷର ମାମଲାର ଶୁଣାଣି କ୍ରମେ ଓଡିଶା ଉଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ଖଣ୍ଡପୀଠଙ୍କ ରାୟ କ୍ରମେ ଭିଜିଲାନ୍ସ ବିଭାଗକୁ ପୁନଃ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରାଯାଇଛି । ସମ୍ବିଧାନର ବିଜୟ ହୋଇଛି । ପ୍ରକାଶ୍ୟ ଯେ, ରାଜ୍ୟ ସରକାର ୨୦୧୬ ମସିହାରୁ ଭିଜିଲାନ୍ସ ବିଭାଗକୁ ସୂଚନା ଆଇନ ପରିସରରୁ ବାଦ୍ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ପୃଥକ ପୃଥକ ତିନୋଟି ଆବେଦନ କ୍ରମେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆବେଦନକାରୀ ଭାବରେ ସଙ୍ଗଠନର ଆବାହକ ପ୍ରଦୀପ କୁମାର ପ୍ରଧାନ ( କେସ୍ ନଂ-ଡବ୍ଲୁ.ପି.(ସି)ନଂ-୧୯୭୫୦/୨୦୧୬) ,ସୁବାସ କୁମାର ମହାପାତ୍ର( କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୪୨୮୬/୨୦୧୬)  ଓ ସୁଧାଂଶୁ କୁମାର ନନ୍ଦ ( କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୬୭୧୮/୨୦୧୬) ଙ୍କ ତରଫରୁ ଏକ ଜନ ସ୍ବାର୍ଥ ପିଟିସନ ଦାଖଲ କରିଥିଲେ । ଉକ୍ତ ଆବେଦନ ଗୁଡିକ ମଧ୍ୟରୁ ଯଥାକ୍ରମେ ରାଜ୍ୟ ସରକାରଙ୍କ ତରଫରୁ  ପ୍ରଦୀପ କୁମାର ପ୍ରଧାନଙ୍କ ପିଟିସନ୍ ବିରୁଦ୍ଧରେ ଏସ. ଏନ୍ ଦାସ  ଲଢୁଥିଲା ବେଳେ ସୁବାସ ମହାପାତ୍ର ବିରୁଦ୍ଧରେ ଏସ୍.ପି. ଦାସ ଲଢୁଥିଲେ । ଦୀର୍ଘ ଛଅ ବର୍ଷ ଅତିକ୍ରାନ୍ତ ପରେ ,ଏହି ଜନ ସ୍ବାର୍ଥ ସମ୍ବଳିତ ମାମଲାର ଶୁଣାଣି କରି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ୍୍ ମୁରଲୀ ଧରନ୍ ଓ ଆର୍ କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠର ନିର୍ଦ୍ଦେଶ କ୍ରମେ  ଅତି ସମ୍ବେଦନଶୀଳ ଓ ଗୋପନୀୟ ପ୍ରସଙ୍ଗ ବ୍ୟତୀତ  ଅନ୍ୟ ତଥ୍ୟାବଳୀକୁ  ପବ୍ଲିକ ଡୋମେନରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  ।  ବିଗତ ଦିନରେ  ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଆୟୁକ୍ତ ସୂଚନା ଅଧିକାର ଆଇନ ୨୦୦୫ର ଧାରା ୨୪ (ଉପଧାରା ୪) ଅନୁ୍ୟାୟୀ  ଭିଜିଲାନ୍ସ ବିଭାଗକୁ ସୂଚନା ଅଧିକାର ଆଇନର ପରିସର ଭୁକ୍ତ ନ କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୧୧ ତାରିଖ ୨୦୧୬ ମସିହାରେଏକ  ବିଜ୍ଞପ୍ତି  ପ୍ରକାଶ କରିଥିଲେ । ତେବେ ଏହାପରେ ରାଜ୍ୟ ସରକାରଙ୍କୁ ବହୁତ ବିରୋଧର ସମ୍ମୁଖୀନ ହେବା ପାଇଁ ପଡିଥିଲା । ବିଶେଷ କରି  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରାଯାଇଥିଲା ।  ସଙ୍ଗଠନ ତରଫରୁ  ବିଭିନ୍ନ ଜିଲ୍ଲା ମହକୁମାରେ ଆନ୍ଦୋଳନ ହେବା ସହିତ  ବିଶେଷ କରି ରାଜ୍ୟପାଳଙ୍କ କାର୍ଯ୍ୟାଳୟ  ଓ ପୋଲିସ ମହା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।  ତେବେ ରାଜ୍ୟ ସରକାରଙ୍କ ଯୁକ୍ତି କ୍ରମେ, କେନ୍ଦ୍ର ସରକାରଙ୍କ ଦୁର୍ନିତୀ ନିବାରଣ ବିଭାଗ ପରି ଓଡିଶାରେ ଭିଜିଲାନ୍ସ ବିଭାଗ ଦୁର୍ନିତୀ ନିବାରଣ ପାଇଁ କାର୍ଯ୍ୟ କରୁଛି ଏବଂ ଏଥିରେ ଗୋପନୀୟତାର ଆବଶ୍ୟକତା ରହିଛି । ଏହା ସେଙ୍ଗ ସେଙ୍ଗ ଯଦି ସୂଚନା ଅଧିକାର ଆଇନ ମାଧ୍ୟମରେ ଏହି ତଥ୍ୟକୁ ପ୍ରକଟ କରା ଯାଏ, ତେବେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହିତ ଜନ ସ୍ବାର୍ଥ ଓ ସୁରକ୍ଷାରେ ବାଧା  ମଧ୍ୟ ହେବ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ । 
                      କିନ୍ତ  ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ,ସମ୍ବିଧାନର
୧୯(୧) ଧାରା ଅନୁଯାୟୀ ସୂଚନା ହାସଲ କରିବା ନାଗରିକର ମୌଳିକ ଅଧିକାର ଅଟେ । କିନ୍ତୁ ଏହି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସୂଚନା ଅଧିକାରରୁ ବଂଚିତ କରିବା ଦ୍ୱାରା ଏହା ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ମାମଲାରେ ଦର୍ଶାଯାଇଥିଲା । ଯାହା ଅତ୍ୟନ୍ତ ଅମାନବୀୟ ଓ ଅଯୁକ୍ତିକର ଅଟେ । ଏ ସଂପର୍କରେ ସର୍ବୋଚ୍ଚ ଅଦାଲତ ଉତର ପ୍ରଦେଶ ବନାମ ରାଜ୍ ନାରାୟଣର ମାମଲାରେ ପ୍ରଦାନ କରିଥିବା ରାୟର ଅବତାରଣା କରାଯାଇଥିଲା ।ଏତଦ୍୍ ବ୍ୟତୀତ  ଯଦି ସୂଚନା ଅଧିକାର ଆଇନ ପରିସରରୁ ଭିଜିଲାନ୍ସକୁ ବାଦ୍ ଦିଆଯାଏ, ତେବେ ଏହି ବିଭାଗର କାର୍ଯ୍ୟକାରିତା ସଂପର୍କରେ ସୂଚନା ମିଳି ପାରିବ ନାହିଁ ବୋଲି ଦର୍ଶାଯାଇଥିଲା । ଯାହା ଦ୍ୱାରା ରାଜ୍ୟ ସରକାର ଜନ ସାଧାରଣଙ୍କ  ସ୍ବାର୍ଥକୁ ବଳିଦାନ  ପୂର୍ବକ  ଖୋଲା ଖୋଲି ଭାବରେ ମାନବିକ ଅଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ବୁଦ୍ଧିଜିବୀ ମହଲରେ ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ  ଆଜି ଉଚ୍ଚ ନ୍ୟାୟାଳୟଙ୍କ  ରାୟ ରାଜ୍ୟ ସରକାରଙ୍କୁ  ଶକ୍ତ ଚାପୁଡା ଲାଗିଛି  । ଦୁଇ ଜଣ ବିଚାରପତିଙ୍କ ଗଠିତ ଖଣ୍ଡପୀଠଙ୍କ ନିର୍ଦ୍ଦେଶ କ୍ରମେ ଏ ସଂପର୍କରେ ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପୁନଃ ସଂଶୋଧିତ ବିଜ୍ଞପ୍ତି  ପ୍ରକାଶ କରିବା ପାଇଁ ରାୟରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି  ରାୟ   ବିଶେଷ କରି ସିଭିଲ୍ ସୋସାଇଟ୍ ଏବଂ ସୂଚନାଧିକାର କର୍ମୀମାନେ ଉଲ୍ଲସିତ ହେବା  ସହିତ ଆନ୍ଦୋଳନର ସୁଫଳ ମିଳିଛି ବୋଲି ଅନେକ  ସମାଜିକକର୍ମୀମାନେ ମତବ୍ୟକ୍ତ କରିଚନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଏଇ ଘରଟିରେ ଜନମ ମୋର

ଉତ୍କଳ ସାହିତ୍ୟ ସମାଜ ପରିସରରେ ଗତ କାଲି ସନ୍ଧ୍ୟାର ମନୋରମ ସାରସ୍ଵତ ଆସର:  କାଳଜୟୀ କବିତା "ଆମ ଘର"ର କବି ନନ୍ଦ କିଶୋର ସାମଲ
ଏଇ ଘରଟିରେ ଜନମ ମୋର,
ମାଟି  ଚାଳଘର ନଡା ଛପର,
ଏଠି  ରହିଥାଏ ସ୍ନେହ ଆଦର
ଏଇଠେଇଁ ଆମେ ଦିନରେ ରହୁ
ରାତିରେ ରହୁ,ଏଇଠି  ଶୋଉ
ଏଇଠି ଖାଉ,ଏଇଠି ବସୁ,
ଏଇଠି ହସୁ,ବୁଢୀମା ଆସେ
ଆମରି ପାଖରେ ଘଡିଏ ବସେ।।
ଏଇଠି ଆମରି ରୋଷେଇ ଘର
ଘର ଭିତରଟି ଭାରି ସୁନ୍ଦର
ଏଇଠେଇଁ ମାଆ ପରିବା କାଟେ,
ବେସର ବାଟେ,ଶାଗ ଖରଡେ
ଜାଇ ରଗଡେ,ତିଅଣ କରେ
ଡାଲି ବଘାରେ,ଗଢଇ ପିଠା
ଆରିସା କାକରା ଆହା କି ମିଠା।
ଏଇଟି ଆମର ଫୁଲ ବଗିଚା,
ଏଠି ଫୁଲ ଫୁଟେ ମେଂଚାକୁ ମେଂଚା
ଏଠି ଫୁଲ ଫୁଟେ ମେଞ୍ଚାକୁ ମେଞ୍ଚା,
ଏଇଠି ଫୁଟଇ ଧଳା ମନ୍ଦାର
ଶିଙ୍ଖଡା ହାର,ଗେଣ୍ଡୁ କନିଅର
ହେନା ଟଗର,ମଧୁ ମାଳତୀ
ଫୁଲେ ଫୁଲେ ବୁଲି,
ମହୁ ଚାଖେ ସେ
ଏଇଠି ଥାଏ,ଏଠି ନ ଥାଏ
ଅନଉ ଅନଉ କୁଆଡ଼େ ଯାଏ ?
ଏଇ ଘରଟି ମୋ ପଢିବା ଘର,
ଏଇଠି ରଖେ ମୁଁ ବହି ପତର,
ସକାଳେ ଥରେ,ଏଇ ଘରଟି ମୁଁ
ସୁତୁରା କରେ
ଖାତା ବହି ଯାକ ରଖେ ସଜେଇ,
ଭାରି ଭଲ ଲାଗେ ମୋତେ ମୋ ଘର
ପାଠ ପଢାକୁ ମୋ ଭାରି ଆଦର।।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଭିଶପ୍ତା ଚିଙ୍ଗୁଡିଆ ନଈ

କଟକ ଜିଲ୍ଲା ଅଧିନସ୍ଥ ଅତୀତର ଚିଙ୍ଗୁଡିଆ ନଦୀଟି ଭୌଗଳିକ ଦୃଷ୍ଟି କୋଣରୁ ଏହା ଏକ ଶାଖା ନଦୀ ଅଟେ । ଦୁଇଟି ବ୍ଲକର ଆଠ ଗୋଟି ପଂଚାୟତର ଅଧିବାସୀମାନେ ଏହି ଜଳକୁ କୃଷିକାର୍ଯ୍ୟରେ ବିନିଯୋଗ କରୁଥିଲେ । ଏତ୍ଦ ବ୍ୟତୀତ  ଉକ୍ତ ଜଳକୁ  ପାନୀୟ ଜଳ ଭାବରେ ବ୍ୟବହାର କରିବା  ସହିତ ସ୍ନାନ ଶୌଚାଦିରେ ବ୍ୟବହାର କରୁଥିଲେ । ମାତ୍ର ପରିତାପର ବିଷୟ,ବର୍ତମାନ ଉକ୍ତ  ନଇଟି କଲିକତି ଦଳ, ଓ ନାନାଦି ଗୁଳ୍ମ ଲତାରେ ପରିପୂର୍ଣ୍ଣ ହୋଇ ପ୍ରଦୂଷିତ ହୋଇ ଯାଇଅଛି  । ତେବେ ୨୦୧୪ ମସିହା ପର ଠାରୁ ଅବଗତ ହେଲୁକି, ଏହା ଡ୍ରେନେଜ୍ ବିଭାଗକୁ ଯାଇଅଛି  ।  ଏହି ଡ୍ରେନେଜ୍ଟି ଜରିପଡା-ତେଲିଜୋରି ଭାବରେ  ଡ୍ରେନେଜ୍ ଅଧିନରେ ଯାଇଅଛି । ଏହି ପ୍ରରିପ୍ରେକ୍ଷୀରେ ବିଗତ ଦୁଇ ବର୍ଷ ପୂର୍ବେ ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ  ସୁଚନାଧିକାରକର୍ମୀ  ଭାଇ ବସନ୍ତ ଜେନାଙ୍କ ସହିତ ଆଲୋଚନା ହୋଇଥିଲା । ପରେ ପରେ  ଉକ୍ତ ସମସ୍ୟା ସଂପର୍କରେ କୌଣସି ଏକ ପଦକ୍ଷେପ ଗ୍ରହଣ କରିବା ପ୍ରରିପ୍ରେକ୍ଷୀରେ  ଆମର ପ୍ରେରଣାଦାତା ତଥା ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସହିତ ଆଲୋଚନା ହୋଇଥିଲା । ପ୍ରଦୀପ ଭାଇଙ୍କ ପରାମର୍ଶକ୍ରମେ ନଇର  ବିଭିନ୍ନ  ସମସ୍ୟା ସଂପର୍କରେ ତା୨୧/୦୩/ ୨୧ରିଖରେ ଜିଲ୍ଲାପାଳ କଟକଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲୁ । ପରେ ପରେ ଉକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ସମସ୍ୟା ସଂପର୍କିତ ସାକ୍ଷାତରେ ମଧ୍ୟ ଆଲୋଚନା ହେବା ସହିତ ଫୋନରେ ବାରମ୍ବାର ବାର୍ତାଳାପ ହୋଇଥିଲା । ତେବେ ଉକ୍ତ ସମସ୍ୟାଗୁଡିକୁ ଅବଗତ କଲା ପରେ, ବିଭାଗୀୟ ଅଧିକାରୀ ଚଳିତ ମଇ-ଜୁନ୍  ମାସରେ ସଫା କରାଯିବ ବୋଲି ମୌଖିକରେ ସୂଚନା ପ୍ରଦାନ କରିଥିଲେ ।ଅଦ୍ୟାବଧି  ଉକ୍ତ ନଇଟି ସଫେଇ ନ ହେବା କାରଣରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଜଳାଭାବରୁ ଚାଷୀମାନଙ୍କର ଅନେକ ଅର୍ଥକାରୀ ଫସଲ ଉପôାଦନରେ ବାଧାପ୍ରାପ୍ତ ହେଉଅଛି  ଏବଂ  ମଶାମାଛି ସରୀସୃପମାନଙ୍କର ଉପଦ୍ରବ ଜନିତ ସମସ୍ୟାଗୁଡିକ ସୃଷ୍ଟି ହୋଇ ଜନ ସାଧାରଣଙ୍କର ଧନଜୀବନ କ୍ଷତି ହେଉଅଛି । ଏଣୂ ଆମ୍ଭେମାନେ ଅବଗତ କରୁକି, “ ଉକ୍ତ ନଇଟିକୁ ଚିଙ୍ଗୁଡିଆ ଦଳ ଗୁଳ୍ମାଦିମୁକ୍ତ କରି,ସଫା କରାଯିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉ । ଯଦି ଏ ସଂପର୍କରେ  ଆସନ୍ତା ଦିନରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଆପଣଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବୁ ।”  ଗତ କାଲି ଏ ସଂପର୍କରେ ଆମେ ମୁଖ୍ୟ ଯନ୍ତôୀ  ବାଲେଶ୍ୱର ନାଥ ସାହୁ, ଜଳ ନିକାସ, କଟକଙ୍କୁ  ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ ଦରଖାସ୍ତ ପ୍ରଦାନ କରିବା ସହିତ ଆଲୋଚନା କରାଯାଇଥିଲା । ଆଲୋଚନାକ୍ରମେ କଟକ ଜିଲ୍ଲା ନିକାସ ଗଣ୍ଡରପୁର ବାର୍ଷିକ ୫୦ ଲକ୍ଷରୁ ଷାଠିଏ  ଲକ୍ଷ ଟଙ୍କା ବ୍ୟୟ ବରାଦ ହେଊଥିଲା ବେଳେ,ଉକ୍ତ ଜଳ ନିକାସରେ ଜରିପଡା-ତେଲିଜୋରି ନିକାସ ପରି ୮ଟି ନିକାସ ରହିଛି  । ତେବେ ସରକାରୀ ନିର୍ଦ୍ଦେଶକ୍ରମେ  ବର୍ଷାଦିନେ ନଇରେ  ଅନେକ ସ୍ଥାନରେ ଦଳ ଲାଗିଯାଇଥିବାରୁ, ଉକ୍ତ ସଫେଇ କେବଳ ବର୍ଷା ଦିନେ ହୋଇପାରିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଏହି  ସଫେଇକୁ ସେମାନେ ଖରା ଦିନେ କରିଥାନ୍ତି  ବୋଲି ଶ୍ରଯୁକ୍ତ ସାହୁ ମଧ୍ୟ ପ୍ରକାଶ କରିଥିଲେ ।  ପରେ ପରେ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁଙ୍କ ନିର୍ଦ୍ଦେଶକ୍ରମେ ସନ୍ଦୀପ କୁମାର, ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ଯନ୍ତ୍ରୀଙ୍କ ଉପସ୍ଥିତିରେ  ଏକ ଆଲୋଚନା ମଧ୍ୟ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରଙ୍ଗ ବ୍ଲକରେ ଥିବା   ଜଳ ସମ୍ପଦ ବିଭାଗର କେତୋଟି ତୃଟିପୂର୍ଣ୍ଣ ପ୍ରକଳ୍ପ ସଂପର୍କରେ ବାର୍ତାଳାପ ହୋଇଥିଲା । ପରିଶେଷରେ  ଚିଙ୍ଗୁଡିଆ ନଇ ସହିତ ଅନ୍ୟ ପ୍ରକଳ୍ପଗୁଡିକର ପରିଦର୍ଶନ କରିବା ପାଇଁ ଶ୍ରୀଯୁକ୍ତ କୁମାର ଆସନ୍ତା ଶୁକ୍ରବାର ଦିନ ପରିଦର୍ଶନରେ ଆସିବେ ବୋଲି ପ୍ରକାଶ କରିଥିଲେ । ପରେ ପରେ  ଏହାର ଏକ କିତା ନକଲ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରିତ କରାଗଲା ।   ସୂଚନାଧିକାରକର୍ମୀ ବସନ୍ତ ଭାଇ ମଧ୍ୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ସୂଚନା ଅଧିକାର ଦରଖାସ୍ତ ଦାଖଲ ହେଲା ।    (ଆମ ଦୁହିଁଙ୍କ ସମାନ ପ୍ରଶ୍ନ କ୍ରମେ  ସୂଚନା ଅଧିକାର ଦରଖାସ୍ତ)

୧. ୨୦୧୨-୨୦୨୨ ଅବଧି ମଧ୍ୟରେ ଜରିପଡା-ତେଲିଜୋରି ଡ୍ରେନେଜ୍  ଉପରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି, ଏହାର ସବିଶେଷ ତଥ୍ୟ ସହିତ ମୁଖ୍ୟ ଡ୍ରେନେଜ ସହିତ ଶାଖା ଡ୍ରେନେଜ ଗୁଡିକର ନକ୍ସା ପ୍ରଦାନ କରାଯାଉ? 
୨. କେଉଁ କେଉଁ ଆର୍ଥକ ବର୍ଷରେ କେତେ ଟଙ୍କା ବ୍ୟୟ ହୋଇଅଛି  ଏବଂ କେଉଁ କେଉଁ କାରଣରୁ ବ୍ୟୟ ହୋଇଅଛି, ଯଥା ଚେକ୍ ଡ୍ୟାମ୍, ସେତୁ, ବନାବର ସଟର୍ ଏ ବଂ ଉଭୟ ବନ୍ଧ ବାଡ ଇତ୍ୟାଦି ।
୩.  ଯେଉଁ ସ୍ଥାନରେ ପ୍ରକଳ୍ପ ସମାପନ କରାଯାଇଛି, ଉକ୍ତ ସ୍ଥାନଗୁଡିକର ପ୍ରକଳ୍ପ ଜନିତ ପୂର୍ବାବସ୍ଥା ଏବଂ  ପରାବସ୍ଥାର ଫଟୋ କପି ପ୍ରଦାନ କରାଯାଉ ।
୪ .ଯେଉଁ ସ୍ଥାନମାନଙ୍କରେ ସେତୁ ଆରମ୍ଭ କଲେ,  ଏହାର ଚୟନ ଆଧାର ଜନିତ  କାଗଜାତପତ୍ର ବିବରଣୀ ପ୍ରଦାନ କରିବା ସହିତ ଏହାର ଫଟୋକପି ପ୍ରଦାନ କରାଯାଉ ।
୫.ଉକ୍ତ ଜରିପଡା-ତେଲିଜୋରି ଡ୍ରେନେଜରେ କେତେ ଜଣ କର୍ମଚାରୀ ନିଯୁକ୍ତି  ଅଛନ୍ତି ଏବଂ ସେମାନଙ୍କର ବୟସ ଶିକ୍ଷାଗତ ଯୋଗ୍ୟତା ଓ ବେତନର ବିବରଣୀ ପ୍ରଦାନ କରାଯାଉ ।






ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନଦୀ ବଞ୍ଚାଅ, ଓଡ଼ିଶା ବଞ୍ଚାଅ

Participated INDIAN PENINSULAR RIVER COUNCIL (Odisha Chapter)  with Waterman Rajendra Singh Sudarsan Das.


ଆଜି ଓଡିଶା ନଦୀ ବଂଚାଅ ସମ୍ମିଳନୀରେ  ଆଂଚଳିକ ଦୃଷ୍ଟିକୋଣରୁ ବିଭିନ୍ନ ନଦୀମାନଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି  ଫୁଲ ନଖରା ଠାରୁ  ଅସ୍ତରଙ୍ଗ ପର୍ଯ୍ୟନ୍ତ ପ୍ରାଚୀ ଅବବାହିକା ଅବସ୍ଥାପିତ ହୋଇଥିଲା ବେଳେ, ଏହାର ପୁନରୁଦ୍ଧାର  ହେବା ଆବଶ୍ୟକ  । ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାଚୀ ପୁନରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟ କଳ କରାଯାଇଛି  । ତେବେ ପ୍ରାଚୀ ନଦୀ ପରି ଅନେକ ନଦୀ,ଉପ ନଦୀଗୁଡିକ ବିଲୁପ୍ତ ପ୍ରାୟ ହୋଇଥିବା ବେଳେ, ଅନେକ ନଦୀଗୁଡିକ ମୃତ  ।  ଏହି ଦୃଷ୍ଟି କୋଣରୁ ସରକାର ମଧ୍ୟ ବିଭିନ୍ନ ନଦୀମାନଙ୍କୁ  ସବୁଜ କ୍ଷେତ୍ର,ନୀଳ କ୍ଷେତ୍ର ଏବଂ ଲାଲ୍ କ୍ଷେତ୍ର ଭାବରେ ଦର୍ଶିତ କରିଛନ୍ତି । ଏହି ପରି ଭାବରେ ଆମର ନିକଟବର୍ତୀ ନଦୀଗୁଡିକ ଭାବରେ ପ୍ରାଚୀ, ଗଙ୍ଗୁଆ, କୁଶଭଦ୍ରା, ମାଲିଆ ଓ ବିରୁପା ନଦୀ ସଂପର୍କରେ ଆଲୋଚନା କରା ଯାଇଥିଲା । ତେବେ ନଦୀ ଗୁଡିକୁ ସଜୀବ କରିବା ପାଇଁ  ନଦୀ ଜବର ଦଖଲମୁକ୍ତ, ପ୍ରଦୁଷଣ ମୁକ୍ତ ଓଏହାକୁ ରେକର୍ଡ ଭୁକ୍ତ କରିବାର ଆବଶ୍ୟକ ରହିଛି । ମହାନଦୀ  କ୍ଷେତ୍ରରେ, ଛତିଶଗଡ ଏବଂ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କିଛି ସୁଫଳ ମିଳିବାର ଆଶା ରହିଛି  । ମାତ୍ର ପରିତାପର ବିଷୟ, ୨୦୦୪ ମସିହାରୁ ୨୦୧୬ ମଧ୍ୟରେ ଛତିଶଗଡ ସରକାର ମନମୁଖୀ ବ୍ୟାରେଜ୍ ଏବଂ ମହାନଦୀ ଉପତ୍ୟକାରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଅନୈତିକ ଭାବରେ ନିର୍ମାଣ କରିଥିବାରୁ  ଓଡିଶାବାସୀ ଭୀଷଣ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ଗ୍ରୀନ ମହାନଦୀ ମିଶନ ଗଠନ କରିଥିଲେ ମଧ୍ୟ, ତାହା ଫଳପ୍ରଦ ନ ହେବା, ରାଜ୍ୟ ସରକାରଙ୍କ ଅପାରଗତା ବ୍ୟତୀତ ଆଉ କଣ ଅଛି ? ଗ୍ରୀନ୍ ଟ୍ରିବୁ୍ୟନାଲରେ ଅସଫଳତା ହାସଲ କରିବା ଯେ, ଓଡିଶାବାସୀଙ୍କ ପ୍ରତି ବୈମାତୃକ  ମନୋଭାବ ବ୍ୟତୀତ ଆଉ କଣ ଆଶା କରାଯାଇପାରେ?  ଏତଦ୍ ବ୍ୟତୀତ ରାଜ୍ୟ ସରକାର କଳ କାରଖାନାକୁ ଜଳ ଗୁଡିକ ବିକ୍ରି କରୁଥିବା ସହିତ କଳ କାରଖାନାର ବିଭିନ୍ନ ବର୍ଜ୍ୟବସ୍ତୁଗୁଡିକ ଆସି ନଦୀ ଜଳକୁ ପ୍ରଦୂଷିତ କରୁଅଛି  । ଜଳ ହିଁ ଜୀବନ ନ୍ୟାୟରେ ଯଦି ବର୍ତମାନ ସମୟରୁ ଓଡିଶା ବାସୀମାନଙ୍କ ମଧ୍ୟରେ ଆମର ନଦୀ ସଂପର୍କରେ ଚିନ୍ତନ ଏବଂ ଜନ ଜାଗରଣ ସୃଷ୍ଟି ନ ହୁଏ, ନଅ ଅଙ୍କ ଦୁର୍ଭିକ୍ଷ ପରି ଘୋର ବିପଦର ସମ୍ମୁଖୀନ  ନ ହେବ , ତାହା ଏଡାଇ ଯାଇ ପାରିବ ନାହିଁ  । ଏଣୁ ଏଥିପାଇଁ ଜନ ଆନ୍ଦୋଳନର ନିତାନ୍ତ ଆବଶ୍ୟକତା ରହିଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ହିରଣ୍ୟଗର୍ଭା:ଗୌତମ ବୁଦ୍ଧ ଓଡ଼ିଆ କି ?

ହିରଣ୍ୟଗର୍ଭା
ଗୌତମ ବୁଦ୍ଧ ଓଡ଼ିଆ କି?


              ହୋଇପାରେ ଏହା ଏକ ବିବାଦୀୟ ପ୍ରଶ୍ନ, ମାତ୍ର ବିବାଦରୁ ହିଁ ଇତିହାସ ର ଅନେକ ସ୍ବର୍ଣ୍ଣିମ ସତ୍ୟ ଆବିଷ୍କୃତ ହୋଇପାରିଛି। ନିକଟ ଅତୀତରେ ରସଗୋଲା ଘଟଣା କୁ ଉଦାହରଣ ସ୍ୱରୂପ ନିଆଯାଇ ପାରେ। ପୋଥିଗତ ତତ୍ବ ହିଁ ପ୍ରକୃତ ସତ୍ୟ ଏହା ଆମେ ସହଜରେ ମାନି ନେଉ କାରଣ ଆମ ଓଡ଼ିଆଙ୍କ ଠାରେ ଅନୁସନ୍ଧାନ ମନୋବୃତ୍ତିର ଘୋର ଅଭାବ। ଏହା ପ୍ରାୟତଃ ସମସ୍ତେ ମାନିନେଇ ସାରିଛନ୍ତି ଯେ ନେପାଳର କପିଳବାସ୍ତୁ ହିଁ ଗୌତମ ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ। ମାତ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଲୋକକଥା ଏବଂ କିମ୍ବଦନ୍ତୀ, ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରାଚୀନତା, ବୌଦ୍ଧ ଧର୍ମକୁ ଓଡ଼ିଶାର ଅବଦାନ ଏବଂ ବୌଦ୍ଧ ସାହିତ୍ୟ କୁ ଆଧାର କରି ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ଓଡ଼ିଶା ହିଁ ହେଉଛି ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ। 
 
               ବିଶ୍ବର ପୁରାତନ ନଗର ମାନଙ୍କ ମଧ୍ୟରୁ ଭୁବନେଶ୍ଵର ଅନ୍ୟତମ। ଭୁବନେଶ୍ୱର କୁ ଛାଡ଼ିଦେଇ ଓଡ଼ିଶାର ଇତିହାସ କଳ୍ପନା କରାଯାଇନପାରେ। ଇତିହାସର ଅନେକ ଗୁରୁତ୍ତ୍ୱପୂର୍ଣ ତଥା ଗୌରବାବହ ଘଟଣାର ମୁକସାକ୍ଷୀ ଏ ସହର। ବିଷ୍ଣୁ ସ୍ବରୂପ ବୁଦ୍ଧ ଦେବ ଏହିଠାରେ ହିଁ ଜନ୍ମ ଗ୍ରହଣ କରିଥିଲେ ସେହିଦିଗରେ ଏକ ସମ୍ୟକ୍ ଦୃଷ୍ଟିପାତ।

         ୧୮୯୬ ମସିହାରେ ଜର୍ମାନୀ ଐତିହାସିକ ଆଲୋସି ଙ୍କ ଦ୍ଵାରା ନେପାଳର ତରାଇ ଶିଳାଲେଖ ଆବିଷ୍କୃତ ହୋଇଥିଲା। ସେହିଦିନଠାରୁ ଧରିନିଆଗଲା ଯେ ନେପାଳର କପିଳବାସ୍ତୁ ହେଉଛି ଗୌତମଙ୍କ ଜନ୍ମସ୍ଥାନ। ମାତ୍ର ବିଶ୍ବବିଖ୍ୟାତ ଐତିହାସିକ କନିଂହାମଙ୍କ ଆନସିଏଣ୍ଟ ଜୋଗ୍ରାଫି ଅଫ୍ ଇଣ୍ଡିଆ ରେ ମତ ପ୍ରକାଶ କରନ୍ତି ଯେ " ଏଠାରେ କପିଳର ନାମସୁଦ୍ଧା ନାହିଁ , କିନ୍ତୁ ଶିଳାଲେଖ ଆବିଷ୍କାର ଯୋଗୁଁ ୩୦ ବର୍ଷ ମଧ୍ୟରେ କପିଳବାସ୍ତୁ ଜିଲ୍ଲା ବାଧ୍ୟ ହୋଇ ସୃଷ୍ଟି କରାଯାଇଛି। 

        କପିଳବାସ୍ତୁ ର ଶିଳାଲେଖ ଆବିଷ୍କାର ହେବା କିଛିବର୍ଷ ପରେ ୧୯୨୮  ମସିହାରେ ପୁରୁଣା ଭୁବନେଶ୍ବରର କପିଳେଶ୍ୱର ଗ୍ରାମରେ ଅନ୍ୟ ଏକ ଶିଳାଲେଖ ଆବିଷ୍କାର କରାଗଲା। ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଦେବତା ମାନଙ୍କ ପ୍ରିୟଦର୍ଶୀ ରାଜା ଅଶୋକ ରଜ୍ୟାଭିଷେକ ର ଦ୍ବାଦଶ ବର୍ଷରେ ଏଠାକୁ ଆସି ପୂଜାର୍ଚ୍ଚନା କରାଇଲେ। ଶାକ୍ୟମୁନୀ ଗୌତମ ଏଠାରେ ଜନ୍ମଗ୍ରହଣ କରିଥିବାରୁ ଲୁମ୍ବିନୀ ପ୍ରଗଣାର ପ୍ରଜାଗଣ ଙ୍କୁ କରମୁକ୍ତ କରାଇଲେ।
   

      ଏଠାରେ ଉଲ୍ଲେଖଯୋଗ୍ୟ ଯେ କପିଳପ୍ରସାଦ ହେଉଛି ଲୁମ୍ବାଇ ପ୍ରଗଣାର ଅନ୍ତର୍ଗତ। କପିଳବାସ୍ତୁ ଏବଂ ଲୁମ୍ବିନୀ ର ଅପଭ୍ରଂଶ ଯଥାକ୍ରମେ କପିଳ ପ୍ରସାଦ ଏବଂ ଲୁମ୍ବାଇ ଅଟେ। କପିଳବାସ୍ତୁ ର ଶିଳାଲେଖ ଠାରୁ ଭୁବନେଶ୍ଵରର ଶିଳାଲେଖ ର ଗ୍ରହଣୀୟତା ଅଧିକ କାରଣ କପିଳବାସ୍ତୁ ଶିଳାଲେଖ ରେ ଲିପିକାରଙ୍କ ନାମ ଉଲ୍ଳେଖ ନାହିଁ କିନ୍ତୁ ଭୁବନେଶ୍ଵର ଠାରେ ମିଳିଥିବା ଶିଳାଲେଖରେ ଲିପିକାଙ୍କ ନାମ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି।

          ଏହି ଶିଳାଲେଖ କୁ ଛାଡି ବୁଦ୍ଧଦେବ ଯେ ଓଡ଼ିଶା ରେ ଜନ୍ମଗ୍ରହଣ କରିଥିଲେ ତାହାର  ଅନେକ ପ୍ରମାଣ ରହିଛି। ପ୍ରଥମେ ବୁଦ୍ଧଦେବଙ୍କ ନାମକୁ ଆଲୋଚନା କରାଯାଉ, ପାଳି ଭାଷାରେ ବୁଦ୍ଧ ଶବ୍ଦର ଅର୍ଥ ହେଉଛି 'ଆଲୋକିତ'। ପାଳି ଭାଷା ହେଉଛି ଓଡ଼ିଶାର ପୁରାତନ ଭାଷା। ପାଳି ଭାଷାରେ ମଧ୍ୟ ଅନେକ ବୌଦ୍ଧ ସାହିତ୍ୟ ରଚନା କରାଯାଇଛି।  ଦ୍ବିତୀୟତଃ ବୁଦ୍ଧଙ୍କ ପିତାଙ୍କ ନାମ ଥିଲା ଶୁଦ୍ଧୋଦନ ଯାହାର ଅର୍ଥ ହେଉଛି ସିଦ୍ଧଅନ୍ନ। ଶୁଦ୍ଧୋଦନ ଙ୍କ ଭାଇଙ୍କ ନାମ ଥିଲା ଧୌତଦୋନ ଯାହାର ଅର୍ଥ ହେଉଛି ପ୍ରଖ୍ୟାଳନ କରାଯାଇଥିବା ଅନ୍ନରେ ଶ୍ରଦ୍ଧା ରଖୁଥିବା ବ୍ୟକ୍ତି। ସାଧାରଣ ରେ କହିଲେ ପଖାଳ ପ୍ରିୟ ମଣିଷ। ଓଡ଼ିଶାର ପଖାଳ ଯେ ପୃଥିବୀ ପ୍ରସିଦ୍ଧ ଏହା ସମସ୍ତଙ୍କୁ ଜଣା। ତୃତୀୟତଃ ବୁଦ୍ଧ ନିଜେ କହିଛନ୍ତି ଯେ ତାଙ୍କ ଜନ୍ମସ୍ଥାନ ହେଉଛି ଭାରତର ମଧ୍ୟ ଦେଶରେ।  ତାଙ୍କ କଥାକୁ ଯଦି ଗ୍ରହଣ କରାଯାଏ ହିମାଳୟ ର ପାଦଦେଶରେ ଥିବା କପିଳବାସ୍ତୁ ଯେ କିପରି ଭାରତର ମଧ୍ୟଦେଶ ହେବ ତାହା ଏକ ଚିନ୍ତାର ବିଷୟ ‌। ବରଂଚ ସେ ମଗଧର ରାଜସଭାରେ ବିମ୍ବିସାରଙ୍କୁ ନିଜର ପରିଚୟ ଦେବାକୁ ଯାଇ କହିଛନ୍ତି ‌:-
ଭଜୁ ଜାନୋପଦୋରାଜା ହେମବନ୍ତସ୍ୟ ପସସତୋ।
ଧନି ବିରିୟେନ ସଂମ୍ପନ୍ନେ ତୋଷଳେସୁ ନିକେତିନୋ।।
ଏଠାରେ ହେମବନ୍ତ କୁ ସ୍ବର୍ଣ୍ଣାଦ୍ରୀ ଏବଂ ତୋଷଳକୁ ଭୁବନେଶ୍ୱର ବୋଲି ପ୍ରମାଣ ଦେବାର ଆବଶ୍ୟକତା ନାହିଁ।  ଜାତକ ନିଦାନ ର ବର୍ଣ୍ଣନା ଅନୁଯାୟୀ ରାଜା ଶୁଦ୍ଧୋଦନ ପ୍ରତିବର୍ଷ ହଳ ସାହାଯ୍ୟରେ ନିଜେ ଚାଷକାର୍ଯ୍ୟ ର ଶୁଭାରମ୍ଭ କରୁଥିଲେ ଏବଂ ସେହିଦିନ ନଗ୍ରର ଠାକୁର ମାନେ ଚନ୍ଦନ ଭୁଷିତ ହୋଇ ପାଲିଙ୍କି ରେ ରାଜଦାଣ୍ଡରେ ବିଜେ କରୁଥିଲେ। ଏବେ ମଧ୍ୟ ଆମ ଓଡ଼ିଶାରେ ଏହା ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ଭାବରେ ପାଳନ କରାଯାଇଥାଏ। ବୁଦ୍ଧଙ୍କ ପ୍ରଥମ ଦୁଇ ଜଣ ଶିଷ୍ୟ ଉତ୍କଳର ଦୁଇ ସାଧବ ଭ୍ରାତା ଥିଲେ ତପସୁ ଏବଂ ଭଲ୍ଲିକ ଯିଏକି ବୁଦ୍ଧଙ୍କୁ ମଧୁପିଷ୍ଟକ ଖାଇବାକୁ ଦେଇଥିଲେ ଏବଂ ସେମାନଙ୍କ ସେବାରେ ଶନ୍ତୁଷ୍ଟ ହୋଇ ଗୌତମ ସେମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ। 

             ବୁଦ୍ଧଦେବ ନିଜର ମାମୁଁଙ୍କ କନ୍ୟା କୁ ବିବାହ କରିଥିଲେ। ଏହି ପରମ୍ପରା ଓଡ଼ିଶା ସମେତ ଦକ୍ଷିଣ ଭାରତରେ ଦେଖାଯାଏ ମାତ୍ର ଉତ୍ତର ଭାରତରେ ଏହା କଦାଚିତ୍ ଦୃଷ୍ଟିଗୋଚର ହୁଏନାହିଁ। ବୁଦ୍ଧ ଜ୍ଞାନ ପ୍ରାପ୍ତି ପାଇଁ ଯିବା ସମୟରେ ନିଜ ସାରଥି ଛନ୍ଦକଙ୍କୁ ଏକ ଅରଣ୍ୟ ନିକଟରେ ବିଦାୟ ଦେଇଥିଲେ ତାଙ୍କ ନାମାନୁସାରେ ଅଦ୍ୟାବଧି ଚନ୍ଦକା ଜଙ୍ଗଲ ଏବଂ ଗ୍ରାମ ଅଦ୍ୟାବଧି ଭୁବନେଶ୍ୱର ଉପକଣ୍ଠରେ ବିଦ୍ୟମାନ। ଏହାପରେ ସେ ମହାନଇ ପାରହୋଇ କେଶନଗ୍ର ଆଡ଼କୁ ଯାଇଥିଲେ ଯାହାକୁ ବର୍ତ୍ତମାନ ମହାନଦୀ ଏବଂ କିଶନ ନଗର ଭାବରେ ଚିହ୍ନଟ କରାଯାଇଛି।

       ଦୁଃଖର ବିଷୟ ଯେ ଭୁବନେଶ୍ଵର ଠାରୁ ଉଦ୍ଧାର କରାଯାଇଥିବା ଶିଳାଲେଖଟି ଏବେ ଓଡ଼ିଶାରେ ନାହିଁ। ତାହାର କେବଳ ଏକ ଫଟୋଚିତ୍ର (ନିମ୍ନରେ ପ୍ରଦର୍ଶିତ) ଯାହା ଆମ ପାଖରେ ଅଛି। ଏହି ଶିଳାଲେଖ ଜଣେ ବଙ୍ଗାଳୀ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର କରାଯାଇଥିବାରୁ ସେ ତାହାକୁ କଲିକତାସ୍ଥ ଆଶୁତୋଷ ସଂଗ୍ରହାଳୟ କୁ ବିକ୍ରି କରି ଦେଇଥିଲେ। ସୂଚନାଯୋଗ୍ୟ ସେଠାରେ ମଧ୍ୟ ଉକ୍ତ ଶିଳାଲେଖଟି ନାହିଁ। ଏହାକୁ ଲୁପ୍ତ କରିଦେବା ପଛର ମନ୍ଦ ଉଦ୍ଦେଶ୍ୟ ହେଉଛି ଏହି ଶିଳାଲେଖ ନମିଳିଲେ ବୁଦ୍ଧଦେବ ଯେ ଭୁବନେଶ୍ୱର ରେ ଜନ୍ମଗ୍ରହଣ କରିଥିଲେ ଏହା ପ୍ରମାଣ କରିବା ଆମ୍ଭପକ୍ଷେ କଷ୍ଟସାଧ୍ୟ ହେବ।।😔

ବୁଦ୍ଧଂ ଶରଣଂ ଗଛ୍ଛାମି🙏🙏🙏
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବଡ ମେଡିକାଲରେ ଚିକିତ୍ସା ପାଇଁ ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍

ବଡ ମେଡିକାଲରେ ଚିକିତ୍ସା ପାଇଁ  ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍  କରିବେ କିପରି ?
            

 ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକ  ଜନ ସାଧାରଣଙ୍କ ସେବା ପ୍ରରିପ୍ରେକ୍ଷୀରେ  ଜୁନ୍ ୧ ତାରିଖ ୧୯୪୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।  ବର୍ତମାନ ସମୟରେ   ଉକ୍ତ ମେଡିକାଲଟି ବୈଷୟିକ ଜ୍ଞାନ କୌଶଳରେ  ଉନ୍ନତି କରଣ କରିଥିଲେ ମଧ୍ୟ, ବର୍ତମାନ ସମୟରେ ବଡ ମେଡିକାଲର ବର୍ହି ବିଭାଗରେ ପ୍ରବଳ ଗହଳି ପରିଲକ୍ଷିତ ଦୃଷ୍ଟିରୁ ରୋଗୀମାନେ ଆଉଟ ଡୋର ଧାଡିରେ ଅପେକ୍ଷା ନ କରି ନିଜର ଘରେ ଅନ ଲାଇନ୍ ମାଧ୍ୟମରେ ଟିକେଟ  ପଞ୍ଜୀକରଣ କରି ପାରିବେ  । ଉକ୍ତ ଅନ ଲାଇନ୍ ପ୍ରକ୍ରିୟାଟି  ସ୍ବାସ୍ଥ୍ୟ ପ୍ରବନ୍ଧନ ସୂଚନା ପ୍ରଣାଳୀ (HMIS) ଦ୍ୱାରା ସମ୍ପାଦିତ ହେଉଅଛି  । ବିଶେଷ ଏହି ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟାଟି ଅତ୍ୟନ୍ତ ସରଳ ହୋଇଥିଲା ବେଳେ, ଆବେଦନ ସମୟରେ  ରୋଗୀଙ୍କର ମୋବାଇଲ ନମ୍ବରଟି ବାଧ୍ୟତା ମୂଳକ କରା ଯାଇଛି  । ତେବେ ଆସନ୍ତୁ ଜାଣିବା, ଆପଣମାନେ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସିବା ପୂର୍ବରୁ, କିପରି ଘରେ ବସି ଅନ୍ ଲାଇନରେ ଆବେଦନ କରିବେ, ତାହା ନିମ୍ନରେ  ପ୍ରଦାନ କରୁଅଛି ।
୧. ପ୍ରଥମେ  https://eswasthya.odisha.gov.in   ପୋର୍ଟାଲକୁ  ପ୍ରବେଶ କରନ୍ତୁ । ଅନ ଲାଇନ୍ ଟିକେଟ କରିବା ପାଇଁ ମୋଜିଲା ଫାୟାର ଫକ୍ସ ବ୍ରାଉଜର ଭଲ ହେବ  । ଲାଟେଷ୍ଟ ଗୁଗୁଲ୍ କ୍ରୋମ୍ ଓ ମୋବାଇଲ ଆଣ୍ଡଣ୍ଡୋଏଡ୍ ପ୍ଲାଟଫର୍ମରେ ମଧ୍ୟ   ଟିକେଟ ହୋଇ ପାରୁଛି । ଏହା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏକ ପୋର୍ଟାଲ ଅଟେ ଏବଂ  ଉକ୍ତ ପୋର୍ଟାଲଟି ଅନ୍ ଲାଇନ୍  ଟିକେଟ୍ ପଞ୍ଜୀକରଣ କରିବା ପାଇଁ  ରାତ୍ର  ୧୨ ଘଟିକାରୁ ଅପରାହ୍ନ ୩ ଘଟିକା ଧାର୍ଯ୍ୟ କରାଯାଇଛି ।
୨. ଏହା ପରେ ଆପଣ Online Provisional Registration   ଲିଙ୍କରେ କ୍ଲିକ୍ କରନ୍ତୁ  । ଏହାପରେ ଆପଣ ଏକ  ବିକଳ୍ପର ସମ୍ମୁଖୀନ ପୂର୍ବକ, ଯଦି ଆପଣ ପୂର୍ବରୁ ଅନ୍ ଲାଇନ୍  ପ୍ରକ୍ରିୟା ମାଧ୍ୟମରେ ଯଦି, ଚିକିତ୍ସିତ ହୋଇଥାନ୍ତି, ତେବେ ଆପଣ “ହଁ” କୁ   ଚୟନ କରି କେନ୍ଦ୍ରୀୟ କ୍ରମାକ ନଂ  ପୂରଣ କରନ୍ତୁ ; ନତୁବା ନୂତନ ଟିକେଟ୍ କରିବା ପାଇଁ  “ନାହିଁ” ଚୟନ କରନ୍ତୁ ।  ଯଦି ଆପଣ “ନାହିଁ” ଚୟନ  କରୁଛନ୍ତି, ଆପଣଙ୍କୁ ଏକ ଅନ୍ ଲାଇନ୍ ଫର୍ମ ପୂରଣ କରିବା  ସହିତ ଆବଶ୍ୟକୀୟ ବ୍ୟକ୍ତିଗତ ତଥ୍ୟ ପୂରଣ କରନ୍ତୁ ।
୩. ଉକ୍ତ ଅନ୍ ଲାଇନ୍ ଫର୍ମଟିକୁ ତିନୋଟି ବିଭାଗ କରାଯାଇଛି  । ପ୍ରଥମ ବିଭାଗରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକର ନାମ ସ୍ବୟଂ ଚାଳିତ ଭାବରେ ଆସିଲା ବେଳେ,  ରୋଗୀ ଡାକ୍ତରଖାନାକୁ ଯିବା ପାଇଁ  ଆପଣଙ୍କ ଇଛା ଅନୁସାରେ ତାରିଖ ସ୍ଥିରୀକୃତ କରିବା ପାଇଁ ହେବ  ।    ବର୍ତମାନ ସମୟରେ ଉକ୍ତ ମେଡିକାଲର ୨୮ ଗୋଟି  ନିଦାନ ବିଭାଗ ପ୍ରଦର୍ଶନ କରିବା  ବେଳେ, ରୋଗୀଙ୍କୁ ତାଙ୍କର ରୋଗ ସଂପର୍କିତ ବିଭାଗଟିକୁ , ପ୍ରଦତ ବିଭାଗ ତାଲିକାରୁ  ଚୟନ କରିବା ପାଇଁ ହେବ  । ପରେ ପରେ ସ୍ବୟଂ ଚାଳିତ ଭାବେ ମେଡିକାଲର ଆଉଟ୍ ଡୋର୍ ସମୟ ଅନୁଯାୟୀ ସକାଳ  ୮ ଘଟିକା ୩୦ ମିନିଟରୁ ୧୨ ଘଟିକା ୩୦ ମିନିଟ ପ୍ରଦର୍ଶିତ ହେବ ।
୪. ଉକ୍ତ ଅନ୍ ଲାଇନ୍ ଫର୍ମର ଦ୍ୱିତୀୟ ବିଭାଗରେ, ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ । ଏଥିରେ ନାମ, ଜନ୍ମ ତାରିଖ/ବୟସ, ଲିଙ୍ଗ,ବାପା,ସ୍ତ୍ରୀ/ସ୍ବାମୀଙ୍କ ନାମ ଓ  ଆଧାର ନଂ ପୂରଣ କରନ୍ତୁ  । ଆଧାର ନଂ ନିହାତି ଆବଶ୍ୟକ ନୁହେଁ, ଯଦି ଆଧାର ନଂ ଦେଉଛନ୍ତି, ଏକ  ଘୋଷଣାନାମା  କଂପୁ୍ୟଟର ପରଦାରେ ଆସିବ.ତାକୁ  ଆପଣ “ହଁ” କୁ   ଚୟନ କରନ୍ତୁ । ଉକ୍ତ ଅନ୍ ଲାଇନ୍ ଫର୍ମର ତୃତୀୟ ବିଭାଗରେ, ଆପଣଙ୍କର ଠିକଣା , ମୋବାଇଲ ନଂ ଓ ଇ-ମେଲ୍ ଆଇଡି ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ ।
୫. ଆପଣ ଅନ୍ ଲାଇନ୍ ଫର୍ମଟିକୁ ପୂରଣ କଲା ପରେ, ରେଜିଷ୍ଟରରେ କ୍ଲିକ କରନ୍ତୁ  । ଏହା ପରେ, ଆପଣଙ୍କ ଫର୍ମ ସବ୍ ମିଟ ହେବ  । ପରେ ପରେ ଆପଣଙ୍କୁ ବର୍ହି ବିଭାଗର ଟିକେଟ୍ ପ୍ରଦର୍ଶିତ ହେବ  ।  ଯଦି ଅନିବାର୍ଯ୍ୟ ବଶତଃ  ଆପଣ ଉକ୍ତ ଚୟନ କରିଥିବା ତାରିଖ ଠାରୁ ଆଉଟ ଡୋରରେ ପରାମର୍ଶ କଲା ପରେ,  ପୁନଃ ପରାମର୍ଶ  ପାଇଁ ଉକ୍ତ ଟିକେଟଟି ୩୦ ଦିନ ପାଇଁ ବୈଧ ହେବ । ନତୁବା ଆପଣ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏହି ପୋର୍ଟାଲକୁ ପରିଦର୍ଶନ କରି, ପୁନଃ କେନ୍ଦ୍ରୀୟ ପଞ୍ଜୀକରଣ ନମ୍ବରକୁ ପ୍ରଦାନ କରି ପୁନଃ ପରାମର୍ଶ ପାଇଁ , ବର୍ହି ବିଭାଗର  ତାରିଖ ସ୍ଥିର କରି ପାରିବେ ।  ଏଥିରେ ଆବଶ୍ୟକୀୟ ସ୍କ୍ରିନ୍ ସର୍ଟଗୁଡିକ , ଆମର ସାଇଟରେ ମଧ୍ୟ ପ୍ରଦାନ କରିଅଛି ।ଯଦି ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି, ତେବେ ଜନସେବା କେନ୍ଦ୍ର, ଭୋଦଳ, ସଂପର୍କ-୯୨୩୮୫୮୯୧୦୦ ସହିତ କଥା ହେବା ପାଇଁ ଅନୁରୋଧ  । 







ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗଣ୍ଡା ଗଣ୍ଡା ଯୋଜନା ଓ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଦିବାସୀ ଇଲାକାରେ ଶିଶୁ ମୃତ୍ୟୁ ହାର ଉଦବେଗଜନକ

ଗଣ୍ଡା ଗଣ୍ଡା ଯୋଜନା ଓ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଦିବାସୀ ଇଲାକାରେ ଶିଶୁ ମୃତ୍ୟୁ ହାର  ଉଦବେଗଜନକ


ରାଜ୍ୟରେ ଶିଶୁ ମାନଙ୍କର ବିକାଶ ପାଇଁ ବା ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ଏବଂ ଅପର୍ଯ୍ୟାପ୍ତ ଅର୍ଥ ମଧ୍ୟ   ଖର୍ଚ୍ଚ କରୁଛନ୍ତି । ଏ ସମ୍ପର୍କରେ ପ୍ରଚୁର ଟଙ୍କା ଦିଆଯାଇ ମଧ୍ୟ ବ୍ୟାପକ ପ୍ରଚାର  କରାଉଛନ୍ତି । ବାସ୍ତବରେ ରାଜ୍ୟରେ କେଉଁ କେଉଁ ଜିଲ୍ଲାରେ ମୁଖ୍ୟତଃ ଆଦିବାସୀ ଜିଲ୍ଲାରେ ସରକାର  ଙ୍କ ବ୍ୟାପକ କାର୍ଯ୍ୟକ୍ରମ ଯୋଗୁଁ ଶିଶୁ ମୃତ୍ୟୁ ହାର କେତେ କମିଛି , ଏହାର ତଥ୍ୟ ଜାଣିବା ପାଇଁ ବିଭିନ୍ନ ଜିଲ୍ଲାକୁ ସୂଚନା ଅଧିକାର ଆଇନ ରେ ତଥ୍ୟ ମଗାଯାଇଥିଲା । କିନ୍ତୁ କୌଣସି CDMO କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରି ନଥିଲେ । ଏହାପରେ ସୂଚନା କମିଶନ ଙ୍କ ନିକଟରେ କେଶ ହୋଇଥିଲା । ରାଜ୍ୟ ସୂଚନା କମିଶନ ଙ୍କ ନୋଟିସ ପରେ ତଥ୍ୟ ଦେବା ଆରମ୍ଭ ହୋଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କୋରାପୁଟ 4.5.22 ରେ  ଦେଇଥିବା  ତଥ୍ୟରୁ ଜଣା ପଡ଼ିଛି ଯେ , କୋରାପୁଟ ଜିଲ୍ଲାରେ 2014-15 ରେ 1163 ଶିଶୁ  ମୃତ୍ୟୁ ବରଣ କରିଥିଲା ବେଳେ 2015-16 ରେ 845, 2016-17 ରେ 808, 2017-18ରେ 758,2018-19ରେ 959 ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଏହି ସଂଖ୍ୟା କେବଳ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ପିଲାଙ୍କ ସଂଖ୍ୟା । ଯେଉଁ ମାନେ ଘରେ  ମୃତ୍ୟୁ କରିଛନ୍ତି , ସେମାନଙ୍କ ରେକର୍ଡ ନଥାଇପାରେ  । ଅନେକ ସମୟରେ ଠିକ reporting  ମଧ୍ୟ ହୁଏ ନାହିଁ ।

ଜିଲ୍ଲାରେ  ଶିଶୁ ମୃତ୍ୟୁ ବା ଶିଶୁ ମାନଙ୍କୁ କୁପୁଷ୍ଟିରୁ ରକ୍ଷା କରିବା ପାଇଁ ଯୋଜନା ସମ୍ପର୍କରେ PIO  ତଥ୍ୟ ଦେଇଛନ୍ତି ।ବିଭିନ୍ନ ଯୋଜନା ଗୁଡିକ ହେଲା - I. Facility Based Newborn and Child Care, ii. Special New Born Care Units, iii. New Born  Stabilisation Unit , IV. Janani Surakhya Yojana, v. HBNC, vi. HBYC , vii. NSSK, viii. Infant Young Child Feeding , viii. Nutrition Rehabilitation Centre ,ix. Full Immunization  ।
ଏହା ବ୍ୟତୀତ ଶିଶୁ ମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଦେବା ପାଇଁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛତୁଆ , ଅଣ୍ଡା , ରନ୍ଧା ଖାଦ୍ୟ ଉତ୍ୟାଦି ଦିଆଯାଉଛି । ଏହି ସବୁ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏ ସବୁ ସତ୍ତ୍ୱେ ଶିଶୁ ମୃତ୍ୟ ହାର କମିବାରେ ନାହିଁ । ସ୍ଥିତି ଏବେବି ସଙ୍ଗୀନ । 
ପ୍ରଦୀପ ପ୍ରଧାନ
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଶ୍ରମ ଦିବସରେ ଦୈନିକ ଆଠ ଘଣ୍ଟା ଶ୍ରମ


ପ୍ରତିବର୍ଷ ମେ' ପହିଲାକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ।ଉନ୍ନବିଂଶ ଶତାବ୍ଦୀରେ ପୁଞ୍ଜିପତି ଓ ଶିଳ୍ପପତି ମାନେ ଶ୍ରମିକଙ୍କୁ ମନଇଚ୍ଛା ଶୋଷଣ କରୁଥିଲେ।କାମ କରିବାର ସମୟସୀମା ନିର୍ଦ୍ଧାରିତ ନଥିଲା, ଅଧିକାଂଶ ଶ୍ରମିକ ମାନେ ୧୨ଘଣ୍ଟା ରୁ ୧୬ଘଣ୍ଟା ପର୍ଯ୍ୟନ୍ତ ଖଟୁଥିଲେ।ଶ୍ରମିକ ମାନେ ଏହି ଅତ୍ୟାଧିକ ସମୟ କାର୍ୟ୍ଯ କରିବାର ଶୋଷଣକୁ ପ୍ରତିବାଦ କରିବାକୁ ଆଗେଇ ଆସିଥିଲେ।୧୮୬୦ ମସିହାରେ ପ୍ରଥମେ ଆମେରିକାରେ ପ୍ରତିବାଦ ଆରମ୍ଭ ହୋଇଥିଲା।ଆମେରିକାନ ଫେଡରେସନ ଅଫ୍ ଲେବର ସଙ୍ଗଠନ ନାମରେ ଏକ ଶ୍ରମିକ ସଙ୍ଗଠନ ଜନ୍ମଗ୍ରହଣ କରିଥିଲା।ଏଥିରେ ସମାଜବାଦୀ, ସାମ୍ୟବାଦୀ, ଗଣତାନ୍ତ୍ରିକ ମାନେ ଯୋଗ ଦେଇଥିଲେ।ଚିକାଗୋ ଶ୍ରମିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିଲା।୧୮୮୪ ମସିହାରେ ଚିକାଗୋ ଠାରେ ଏକ ବିଶାଳ ଶ୍ରମିକ ଅନୁଷ୍ଠିତ ହୋଇଥିଲା ଏବଂ ସେହି ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା ୧୮୮୬ମସିହା ମେ' ପହିଲାରୁ ଦିନକୁ ଆଠ ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରାଯାଉ।ଏହି ଆହ୍ବାନକୁ ଆମେରିକାର ସବୁ ଶ୍ରମିକ ସମର୍ଥନ ଦେଇଥିଲେ ଓ ଲଗାତର ଭାବେ ପଟୁଆର ଓ ସଭା ଶ୍ରମିକମାନଙ୍କ ପକ୍ଷରୁ କରାଯାଉଥିଲା। ଶ୍ରମିକମାନଙ୍କ ସଂଗ୍ରାମୀ ମିଜାଜ ଦେଖି ମାଲିକମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ ସିନା, ଶ୍ରମିକମାନଙ୍କ ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ।
୧୮୮୬, ମେ’ ପହିଲା ଦିନ ସାରା ଆମେରିକାରେ ଆଠ ଘଣ୍ଟା ଶ୍ରମ ସମୟ ଦାବି କରି ଧର୍ମଘଟ ହେଲା। ୧ ଓ ୨ ତାରିଖ ଦୁଇ ଦିନ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। ଦୁଇ ତାରିଖ ଦିନ ଧର୍ମଘଟକାରୀ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଥିଲା। ମେ’ ୩ ତାରିଖ ଦିନ ଧର୍ମଘଟ ମଧ୍ୟ ସଫଳ ହୋଇଥିଲା। ମାତ୍ର ସାଧାରଣ ସଭାରେ ଜଣେ ଶ୍ରମିକ ନେତା ଭାଷଣ ଦେଉଥିବା ବେଳେ ପୋଲିସ ସଭା ସ୍ଥଳକୁ ଧସେଇ ପଶି ସଭା ଭାଙ୍ଗିଦେଲା ଓ ପୋଲିସ ଗୁଳିରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଲେ ଓ ଅନେକ ଆହତ ହୋଇଥିଲେ।
ପୋଲିସର ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭାର ଆୟୋଜନ ହେଲା ମେ’ ୪ ତାରିଖରେ। ପୂର୍ବଦିନ ପୋଲିସର ଗୁଳି ଯୋଗୁ ଓ ସେଦିନ ପାଗ ଖରାପ, ବର୍ଷା ନେଇ ପ୍ରାୟ ତିନିହଜାର ଲୋକ ସଭାକୁ ଆସିଥିଲେ। ମାତ୍ର ସଭା ଆରମ୍ଭ ହେବାର କିଛି ସମୟ ପରେ ପୋଲିସ ସଭା ମଞ୍ଚକୁ ଉଠି ବକ୍ତାମାନଙ୍କୁ ଧକ୍କା ମାରି ତଡିଦେଲା। ଏତିକିବେଳେ ଗୋଟାଏ ବୋମା ସଭା ମଞ୍ଚକୁ ଜଣେ ଅଜଣା ବ୍ୟକ୍ତି ଫୋପାଡିବା ଫଳରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହେଲା। ଏହାପରେ ପୋଲିସ ଆଖିବୁଜା ଗୁଳି ଚଳାଇଲା। କେତେ ଜଣ ମୃତ୍ୟୁବରଣ କଲେ ତାହାର ଠିକ ହିସାବ ମିଳିଲା ନାହିଁ। ତେବେ ପ୍ରାୟ ୭/୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ପଚାଶ ଜଣରୁ ଅଧିକ ଗୁଳିମାଡରେ ଆହତ ହୋଇଥିଲେ। ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଆଠଜଣଙ୍କୁ ଗିରଫ କଲା।
ବୋମା ନିକ୍ଷେପ କରିଥିବା ବ୍ୟକ୍ତିର ପତ୍ତା ମିଳିଲା ନାହିଁ। ଅଭିଯୋଗ ହୁଏ ଯେ ବୋମା ନିକ୍ଷେପକାରୀ ପୋଲିସର ଏଜେଣ୍ଟ ଥିଲା। ପୋଲିସ ଯେଉଁ ଆଠଜଣଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ମାତ୍ର ତିନିଜଣ ସେ ସଭାରେ ଉପସ୍ଥିତ ଥିଲେ ଓ ଏମାନେ ସମସ୍ତେ ମଞ୍ଚରେ ବସିଥିଲେ। ବିଚାର ସମ୍ପୂର୍ଣ୍ଣ ପ୍ରହସନ ଥିଲା। ବିଚାରପତି ଯୋଶେଫ୍‌ ଗାର୍ଗ ସମ୍ପୂର୍ଣ୍ଣ ଏକପାଖିଆ ହୋଇ ରାୟ ଦେଇଥିଲେ। ଆଠ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଫାଶୀ ଓ ଜଣକୁ ଜେଲଦଣ୍ଡ ମିଳିଥିଲା। ଏହି ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଲା। ରାୟ ବିରୋଧରେ ଅପିଲ ହେଲା। ପୁନରାୟ ରାୟରେ ୫ ଜଣଙ୍କୁ ଫାଶୀ ଆଦେଶ ମିଳିଲା। ଫାଶୀ ଆସାମୀ ଲୁଇସ ଲିଙ୍ଗ୍‌ ଜେଲ ଭିତରେ ଆତ୍ମହତ୍ୟା କଲେ। ୧୮୮୭, ନଭେମ୍ବର ୧୧ ତାରିଖରେ ଆଲବର୍ଟ ପାରସନ, ଅଗଷ୍ଟ ସ୍ପାଇଜ, ଜର୍ଜ ଏଙ୍ଗେଲ୍ସ ଓ ଆଡ୍‌ ଲଫ୍‌ ଫିଶ୍ଚରକୁ ଫାଶୀ ହୋଇଥିଲା।
ଫାଶୀ ପାଇବା ଠିକ୍‌ ପୂର୍ବରୁ ଅଗଷ୍ଟ ସ୍ପାଇଜ ବଡ ପାଟିରେ ଚିତ୍କାର କରି କହିଥିଲେ, ”The day will come when our silence will be more powerful than the voice you strangle today“
ଦିନ ଆସିବ, ଯେତେବେଳେ ଆମର ନୀରବତା ଆମର କଣ୍ଠସ୍ବରଠାରୁ ଆହୁରି ଶକ୍ତିଶାଳୀ ହୋଇ ଉଠିବ। ତୁମେ ଯେଉଁ କଣ୍ଠକୁ ରୁଦ୍ଧ କରୁଛ।“
ହେ ମାର୍କେଟ ଗୁଳିକାଣ୍ଡ ଓ ୪ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦେବାର ୧୩୪ ବର୍ଷ ଅତୀତ ହୋଇଗଲାଣି। ବିଶ୍ୱର ଅଧିକାଂଶ ଦେଶରେ ଶ୍ରମିକଶ୍ରେଣୀ ଆଠଘଣ୍ଟା କରିବାର ଆଇନଗତ ଅଧିକାର ପାଇଛି। ଶ୍ରମିକ ଶ୍ରେଣୀ ଅନେକ ଅଧିକାର ହାସଲ କରିଛି, ମାତ୍ର ଶ୍ରମିକ ଶ୍ରେଣୀର ସଂଗ୍ରାମ ସରିନହିଁ। ଉପଯୁକ୍ତ ମଜୁରି, ଆଠଘଣ୍ଟା କାମ ଆଦି ପ୍ରମୁଖ ଦାବି ପାଇଁ ଆଜି ବି ଆମ ଦେଶରେ ଶ୍ରମିକ ଲଢେଇ ଜାରି ରହିଛି। ଭାରତର କେନ୍ଦ୍ର ସରକାର ଶ୍ରମିକମାନଙ୍କ ଆଇନଗତ ଆଠଘଣ୍ଟା କାମ କରିବାର ଅଧିକାରକୁ ଲୋପ କରିବାକୁ ଆଇନ ଆଣିଛି। ନବ୍ୟ ଉଦାରବାଦ ଆର୍ଥିକ ନୀତି ବିରୋଧରେ ଭାରତର ଶ୍ରମିକମାନେ ୧୮ଥର ସର୍ବଭାରତୀୟ ସ୍ତରରେ ଧର୍ମଘଟ କରିଛନ୍ତି।କୃଷକ, କୃଷି ଶ୍ରମିକ ଓ ବେକାରମାନଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରମିକମାନେ ଦାବି କରୁଛନ୍ତି। ଦରବୃଦ୍ଧି ବିରୋଧରେ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତା ପାଇଁ ଓ ଶୋଷଣର ଅବସାନ ପାଇଁ ଶ୍ରମିକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି, ମାତ୍ର ସଂଗ୍ରାମ ସରିନାହିଁ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

How to Complained about MGNREGS Corruption

🤺 *How to Complained about MGNREGS Corruption*🗣️
ମନରେଗା ଯୋଜନା ରେ ଓଡ଼ିଶାରେ ବାର୍ଷିକ ହଜାର ହଜାର କୋଟି ଟଙ୍କା ଆଖି ବୁଜି ଦୁର୍ନୀତି ହେଉଛି ରାଜ୍ୟର ଥିବା ନବୀନ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଙ୍କ ମିଳିତ ଭାବରେ. ମନରେଗା ଯୋଜନା ହେଉଛି ଗୋଟିଏ Act ଯେଉଁ ଥିରେ ବର୍ଷ କୁ ଶହେ ଦିନ କାମ ଯୋଗାଇବା ନିୟମ କହୁଛି ଶ୍ରମିକ ମାନଙ୍କୁ କିନ୍ତୁ ଓଡ଼ିଶାରେ ଏହି ଯୋଜନା ରେ ଶତକଡ଼ା ୯୯% ଦୁର୍ନୀତି ହେଉଛି।ଓଡ଼ିଶାରେ ପେନସନ ଧାରୀ ଆଉ 65ବର୍ଷ ରୁ ଉର୍ଦ୍ଧ୍ବ ତଥା ଓଡିଶା ବାହାରେ ରହୁଥିବା ଲୋକଙ୍କ ନାମରେ ମଧ୍ୟ ଶ୍ରମିକ ଦେଖାଇ ଟଙ୍କା ଲୂଟ ଚାଲିଛି।
ଏହି ଯୋଜନା ରେ ହେଉଥିବା ଦୁର୍ନୀତି ରୋକିବା ପାଇଁ ଜିଲ୍ଲା ରେ ଗୋଟିଏ କମିଟ ଅଛି ଏମାନଙ୍କୁ ନେଇ
1. District magistrate/district planning co-ordinator(dpc)-chairman
2.the member secretary district legal service authority-member
3.one sub-collector and one bdo of the district(nominated by DPC) as member
4.one person of voluntary organisation involved with NREGA-nominated member by DPC
5.the project director DRDA-member secretary.

ତଳେ ଦିଆଯାଇଛି form A। ଏହି form ଅନୁଯାୟୀ ଆପଣ ମାନଙ୍କ ଅଭିଯୋଗ email କିମ୍ବା ପୋଷ୍ଟ କିମ୍ବା ବ୍ୟକ୍ତିଗତ ଭାବେ ଦେଇ ପାରିବେ ରେ ଥିବା programme officer(po) କିମ୍ବା district programme officer(dpc) କିମ୍ବା state rural employment guarantee commissioner (sregc)ଙ୍କ ନିକଟରେ।
ମନରେଗା ଆଇନ 2010 ଅନୁଯାୟୀ ଅଭିଯୋଗ ପାଇବାର ସାତ ଦିନ ଭିତରେ ସେମାନେ ଅଭିଯୋଗ କାରୀଙ୍କୁ ଜଣାଇବା ସହ ତଦନ୍ତ କରିବେ ଆଉ ମାସକ ମଧ୍ୟରେ ତଦନ୍ତ କରି ମାମଲା ବନ୍ଦ କରିବେ ଆଉ ଏହି ଆଇନ ଅନୁଯାୟୀ କୌଣସି ଦୁର୍ନୀତି ବାହାରିଲେ ତଦନ୍ତ ଜାରି କମିଟ ଦୁର୍ନିତି କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଜୋରିମାନା ଆଦାୟ ସହ ipc ଅନୁଯାୟୀ ସେମାନଙ୍କ ନାମରେ ଥାନାରେ ମାମଲା ମଧ୍ୟ ଦେବେ.. ତେଣୁ ଆପଣ ମାନଙ୍କୁ ଅନୁରୋଧ ଏହି ମନରେଗା ଯୋଜନା ଉପରେ ହେଉଥିବା ଦୁର୍ନୀତି ଉପରେ ତୁରନ୍ତ ଅଭିଯୋଗ କରନ୍ତୁ ବହୁ ମାତ୍ରାରେ
ନିବେଦକ
ମାଧବାନନ୍ଦ ଭୋଇ
ସୂଚନା ଅଧିକାର କର୍ମୀ
କଟକ ଜିଲ୍ଲା ସୂଚନା ଅଧିକାର ଅଭିଯାନ
ଯୋଗାଯୋଗ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଆପଣଙ୍କୁ ଗିରଫ କରି ପାରିବନି ପୋଲିସ


ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ବ୍ୟକ୍ତିର କଣ କଣ ଅଧିକାର ଥାଏ ଆସନ୍ତୁ ଜାଣିବା ।


ପୋଲିସ ଗିରଫ କରିବାକୁ ଆସିବା ବେଳେ ସିଆରପିସିର ଧାରା ୫୦ ଅନୁସାରେ ଆପଣ ଗିରଫର କାରଣ ପଚାରି ପାରିବେ । ଆଉ ପୋଲିସ ଏହାର ଉତ୍ତର ଦେବାକୁ ବାଧ୍ୟ । ଗିରଫ କରିବାକୁ ଆସିଥିବା ପୋଲିସ ଅଫିସର ୟୁନିଫର୍ମରେ ଏବଂ ନାମଫଳକ ରହିବା ଜରୁରୀ ।

ସିଆରପିସିର ଧାରା ୫୦ (ଏ) ମୁତାବକ, ଗିରଫ ହେଉଥିବା ବ୍ୟକ୍ତି ଏନେଇ ନିଜ ପରିବାରକୁ ଜଣାଇ ପାରିବେ । ଯଦି ଏ ବାବଦରେ ସେ ଜଣାଇବାକୁ ଅସମର୍ଥ ହେଉଛନ୍ତି ତେବେ ପୋଲିସ ନିଜ ଆଡୁ ତାଙ୍କ ପରିବାରକୁ ସୂଚନା ଦେବେ ।

ସିଆରପିସିର ଧାରା ୪୧ (ବି) ଅନୁସାରେ, ପୋଲିସକୁ ଗିରଫ କରିବା ପୂର୍ବରୁ ଏକ ଆରେଷ୍ଟ ମେମୋ ପ୍ରସ୍ତୁତ କରିବାକୁ ପଡିଥାଏ । ସେଥିରେ ଗିରଫ କରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କ ରିୟାଙ୍କ, ଗିରଫ କରିବା ସମୟ, ଉପସ୍ଥିତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ହସ୍ତାକ୍ଷର ରହିବା ଜରୁରୀ । ଏହି ମେମୋରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସ୍ୱାକ୍ଷର ମଧ୍ୟ ରହିବ ।

ସିଆରପିସିର ଧାରା ୫୪ ମୁତାବକ ଗିରଫ ହୋଇଥିବା ବ୍ୟକ୍ତି ଯଦି ମେଡ଼ିକାଲ ଟେଷ୍ଟ କରିବାକୁ ଚାହିଁବେ ତେବେ ପୋଲିସ ଏହା କରିବାକୁ ବାଧ୍ୟ । ମେଡ଼ିକାଲ ଟେଷ୍ଟର ଫାଇଦା ହେଉଛି ଯଦି ପୋଲିସ ହେପାଜତରେ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ଆଘାତ ଲାଗୁଛି ତେବେ ଏଥିପାଇଁ ପୋଲିସ ଦାୟୀ ରହିବ । ନିୟମ ମୁତାବକ ଗିରଫ ହୋଇଥିବା ବ୍ୟକ୍ତିଙ୍କ ର ୪୮ ଘଣ୍ଟା ମଧ୍ୟରେ ମେଡ଼ିକାଲ ଯାଞ୍ଚ କରାଯିବା ଉଚିତ ।

ସିଆରପିସିର ଧାରା ୫୭ ମୁତାବକ ପୋଲିସ କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖି ପାରିବ ନାହିଁ । ଯଦି ପୋଲିସ କାହାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ ନିଜ କବ୍ଜାରେ ରଖୁଛି ତେବେ ଧାରା ୫୬ ମୁତାବକ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିବ । ଏହାର କାରଣ ମଧ୍ୟ ଜଣାଇବାକୁ ବାଧ୍ୟ ।

ସିଆରପିସିର ଧାରା ୪୧ (ଡି) ଅନୁସାରେ ଗିରଫ ବ୍ୟକ୍ତି ନିଜ ପରିଜନ ଓ ଓକିଲ ସହ କଥା ହୋଇ ପାରିବେ । ଯଦି ଅପରାଧ ଗମ୍ଭୀର ନୁହେଁ ତେବେ ଗିରଫ ବ୍ୟକ୍ତିଙ୍କ ନିକଟରେ ନିଜ ଗିରଫ ଓ।ରେଣ୍ଟ ଦେଖିବାର ଅଧିକାର ରହିଛି । ଯଦି ଅପରାଧ ଗୁରୁତର ତେବେ ପୋଲିସ ବିନା ଓ।ରେଣ୍ଟରେ ବ୍ୟକ୍ତିଙ୍କୁ ଗିରଫ କରି ପାରିବେ ।

ସିଆରପିସିର ଧାରା ୪୬ (ଏ) ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଓ ସୂର୍ଯ୍ୟାଦୟ ପୂର୍ବରୁ ଗିରଫ କରାଯାଇ ପାରିବ ନାହିଁ । ଯଦି କେବେ ଜରୁରୀ ଥାଏ ଓ* *ମହିଳାଙ୍କୁ ରାତିରେ ଗିରଫ କରିବା ଦରକାର ହୁଏ ତେବେ ପ୍ରଥମେ ପୋଲିସକୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିଥାଏ ।

ସିଆରପିସିରଧାରା ୫୫ (୧) ମୁତାବକ ଗିରଫ ବ୍ୟକ୍ତିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ ପୋଲିସ କୁ ନେବାକୁ ପଡିଥାଏ ।

ଦଣ୍ଡ ବିଧି ଆଇନ ଵ୍ୟତିତ ଭାରତୀୟ ସମ୍ବିଧାନ ମଧ୍ୟ ଏ କ୍ଷେତ୍ରରେ ସାଧାରଣ ନାଗରିକଙ୍କୁ କେତେକ ବିଶେଷ ଅଧିକାର ଦେଇଛନ୍ତି ।

ଏହି ଅଧିକାର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ବେଆଇନ ଗିରଫ କରାଯାଇଛି ତେବେ ଏହା ସମ୍ବିଧାନର ଅନୁଚ୍ଛେଦ ୨୦, ୨୧ ଓ ୨୨ ରେ ଦିଆଯାଇଥିବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ।

ସମ୍ବିଧାନର ଅନୁଚ୍ଛେଦ ୨୦ ମୁତାବକ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଅପରାଧ ପାଇଁ ମାତ୍ର ଥରେ ହିଁ ଗିରଫ କରାଯାଇପାରିବ । ପୋଲିସ କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷୀ ହେବାକୁ ବାଧ୍ୟ କରି ପାରିବ ନାହିଁ ।
ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ କୌଣସି ବ୍ୟକ୍ତିଙ୍କୁ କେବଳ ଆଇନ ଅନୁସାରେ ଦଣ୍ଡ ଦିଆଯାଇ ପାରିବ । ତାଙ୍କୁ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସମ୍ବିଧାନର ଅନୁଚ୍ଛେଦ ୨୨ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ମନଇଚ୍ଛା ପୋଲିସ ଅଟକ ରଖିଛି ତେବେ ତାଙ୍କୁ ତିନି ପ୍ରକାରର ସ୍ୱାଧୀନତା ମିଳିପାରିବ । ପ୍ରଥମରେ ଗିରଫ ର କାରଣ  କହିବାକୁ ପଡ଼ିବ । ଦ୍ୱିତୀୟ ରେ ୨୪ ଘଣ୍ଟା ଭିତରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିବାକୁ ହେବ ଏବଂ ତୃତୀୟ ରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଇଚ୍ଛା ମୁତାବକ ଓକିଲ ବାଛିବା ଅଧିକାର ରହିଥାଏ
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପ୍ରଭୋ! ଦେଖାଅ ମୋତେ ସୁପଥ,

ମାଧବାନନ୍ଦ ଭୋଇ
ପ୍ରଭୋ!ଦେଖାଅ ମୋତେ ସୁପଥ,
 ସତ୍ୟ ଶାନ୍ତିି ଦୟା କ୍ଷମା ଭକ୍ତି ଥିବ,ଚାଲୁଥିବି ଅବିରତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ । ।
 ଦୁଃଖୀ  ନେତ୍ରୁ, କେବେ ଅଶ୍ରୁ ନ ଝରିବ,
କ୍ଷୁଧାତୁର  କ୍ଷୁଧା ତୃଷା ମେଣ୍ଟି ଯିବ,
 ସବୁରି ପରାଣ, ହୋଇବ ତୃପତ
ପୂର୍ଣ୍ଣ ହେଉ ଏ ମନୋରଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୧ । ।
 ଜହ୍ଲାଦ ଓଠରେ ସଇତାନୀ ହସ, 
ନ୍ୟାୟ ପାଳିକାକୁ କରେ ଉପହାସ,
ଅନ୍ୟାୟର ଅମା,ଯିବ ଅପସରି;
ଶୂନ୍ୟଗର୍ଭା ଧରା, ହେବ ପୂର୍ଣ୍ଣଗର୍ଭା ।
ଅସତ୍ୟ ହୋଇବ ହତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୨ । ।
 ସହୁଥିବି ନିନ୍ଦା ଅପବାଦ ବାଧା,
“ମୋର” ବୋଲି କହି ନ କରୁ ଶରଧା ।
 ଦୀପ ସମ ଜଳି,ଜୀବନକୁ ଜାଳି,
ସବୁରି ଓଠରେ ଫୁଟାଇବି ହସ
 କରିବି ସମାଜ ହିତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୩ । ।
 ଫୁଲ ସମ ମୁହିଁ ସୁବାସ ବିତରି,
ମାତୃଭୂମି କୋଳେ ଯିବି ଶେଷେ ଝରି ।
ଗାଁ ଶମଶାନେ, ତନୁ ଲୀନ ହେବ
 ମାଟି ଘଟ ମୋର, ମାଟିରେ  ମିଶିବ
ଯିବି ମୁହିଁ ଶେଷ ତୀର୍ଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ ।  । ।୪ । ।

ସଂପାଦକ-ଉଦୟ ଭାନୁ ସା-ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ-୯୨୩୮୫୮୯୧୦୦

ସଂପର୍କ

ତୁମ ସହ ମୋର ଚିହ୍ନା ବି ନ ଥିଲା,                        
ନ ଥିଲା ସଂପର୍କ କିଛି ।
ଅଜାଣତେ ଆସି,  ଭଲ ପାଇ ଗଲ,
ମୋ ସାଥିରେ ଗଲ  ମିଶି । ।
 ପ୍ରକୃତରେ ଯେବେ ଭଲ ପାଉଥିବ,
ଯିବନି କେବେ ଦୂରେଇ,
ପ୍ରଥମ ଦେଖାରେ କରିଲ ନିଜର,
ମୁଁ କେବେ ଭୁଲିବି ନାହିଁ । ।
କଳପନା ମନ, ଲଭିଲା ସପନ
 କେତେ ଲାଗୁଥିଲା ଭଲ,
କେମିତି କହିବି; ଅନୁଭବ କଥା,
ଭଅଁର ବିହୁନେ ଫୁଲ । ।
ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲି,
ହୃଦୟର ବଗିଚାରେ,
 ଛୁପି ଛୁପି ଆସି,ଚୁମି ଚୁମି ଗଲ
ଭିଜିଲି ତୁମ ପ୍ରେମରେ । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...