ଗୁରୁ କୃପା

 ଗୁରୁ କୃପା

ମାଧବାନନ୍ଦ ଭୋଇ

        ତା୩୦/୦୯/୨୦୨୦ରିଖ । ଆଜି ବୁଧବାର ଥିଲା । ନିଜର ଜନ ସେବା

କେନ୍ଦ୍ରରେ  ବିଶେଷ କିଛି କାମ ନଥିଲେ ବି, ସକାଳ ବେଳା କିଛି  କାଗଜପତ୍ର କାମ ଥିଲା  । ଆଜି ବହୁତ ଇଚ୍ଛା ଥିଲା ସସ୍ତ୍ରୀକ ଗୁରୁଦେବଙ୍କ କର୍ମକ୍ଷେତ୍ର ମଙ୍ଗୁଲି ଆଶ୍ରମ ଯିବା ପାଇଁ  । ତଥାପି  ଆମର କାମ ସାରୁ ସାରୁ ଏଗାରଟା ତିରିଶ ବାଜିଗଲା  । ରଶ୍ମୀର ବି  ଘର କାମ ସରି ନ ଥିଲା । ତେବେ ଗୁରୁ ମନ୍ଦିରର ପହଡ ପଡି ସାରିଥିବ ଭାବି, ଉଭୟେ ଦିନ ଗୋଟାଏ ତିରିଶ ମିନିଟ ସୁଦ୍ଧା ମଙ୍ଗୁଲି ଯିବା ପାଇଁ ସ୍ଥିର କରି ନେଲୁ  ।  ଠିକ୍ ସେହି ସମୟରେ ବାହାରିବା ପରେ ଘର ଚଉପଡା  ଏକ କିଲୋମିଟର ଦୂରରେ ପହଂଚିଛୁ , ପ୍ରବଳ ଦୁମ କାଣିଆ ବର୍ଷା ଆରମ୍ଭ ହୋଇଗଲା  । ଘଡ ଘଡି ମଧ୍ୟ ଜୋରରେ ମାରୁଥାଏ  । ନିରୁପାୟ ହୋଇ ଚଉପଡାସ୍ଥିତ ଏକ ସିଲେଇ ଦୋକାନ ବାରଣ୍ଡାରେ ଆଶ୍ରୟ ନେଲୁ  । ରଶ୍ମୀ କହିଲା, ମୁଁ ମାଆଙ୍କ ନାମରେ  ସ୍ମରଣ କରି ତିନୋଟି ତାଳି ମାରୁଛି, ବର୍ଷା କମିଯିବ  ।  ତାକୁ ଚିଡାଇବା ପାଇଁ ମୁଁ ହସିଲି  । ସେ ବିରକ୍ତ ହେଲା ମୋ ହସ ଦେଖି  । ପ୍ରାୟ ପନ୍ଦର ମିନିଟ୍ ପରେ ବର୍ଷା କମିଲା  । ଝିପି ଝିପି କୁଣ୍ଡାଝରା ବର୍ଷା ହେଉଥାଏ  । ମୁଁ କହିଲି, ଆରେ ଘର ପାଖରେ ଅଛୁ,ଚାଲ ଘରକୁ ପଳାଇଯିବା  । ମାତ୍ର ରଶ୍ମୀ ନଛୋଡ ବନ୍ଧା, ଆମେ ଗୁରୁ କ୍ଷେତ୍ରକୁ ବାହାରିଛୁ ମାନେ ଯିବା ପାଇଁ ପଡିବ । ଆକାଶରେ ମଧ୍ୟ କଲା ବାଦଲ ଘୁରୁଥାଏ  ।  ସେହି ବର୍ଷାରେ ଭିଜି ଭିଜି ଆମେ ବାହାରିଲୁ । ବାଇକ୍ ଚଲାଇବା ପାଇଁ ବହୁତ କଷ୍ଟ ହେଉଥାଏ  ।ହେଲେ ଝାରପଡା ପୋଲ ନିକଟରେ ବର୍ଷାର ବେଗ ବଢି ଚାଲିଲା  । ପୁନଃ କିଛି ଉପାୟ ନ ଥିବା ହେତୁ ଏକ କେବିନ୍ ବାରଣ୍ଡାରେ ମୁଣ୍ଡ ଗୁଂଜିଲୁ  । ଆକାଶରେ ବହୁତ କଳା ବାଦଲ ଥିଲା । ପ୍ରାୟ ପନ୍ଦର ମିନିଟ ପରେ ବର୍ଷା ଟିକେ କମିଲା  ।  ବର୍ଷା ହେବା ନିଶ୍ଚିତ ଜାଣି, ଘରକୁ ଯିବା , କିମ୍ବା ଗୁରୁ କ୍ଷେତ୍ରକୁ ଯିବାର ନିଷ୍ପତି ରଶ୍ମୀ ମୋ ଉପରେ ଛାଡିଦେଲା  । ତେବେ ଅର୍ଦ୍ଧାଧିକ ବାଟ ଆସି ଯାଇଥିବା ହେତୁ, ଏବଂ ଗୁୁରୁ କ୍ଷେତ୍ରକୁ ଯିବା ପାଇଁ ସଂପୂର୍ଣ୍ଣ ନିଷ୍ପତି ନେଇ ସାରିଥିବାରୁ, କେବଳ ଗୁରୁଦେବଙ୍କୁ ସ୍ମରଣ କରି ଯିବା ପାଇଁ ମୁଁ ଠିକ୍ କରିନେଲି । ଝିପି ଝିପି ବର୍ଷାରେ ବାଇକ୍ ଚଲାଇବାରେ ଟିକେ ଅଶ୍ୱସ୍ତି ବୋଧ ହେଉଥିଲେ ମଧ୍ୟ ଗୁରୁ କ୍ଷେତ୍ରରେ ପହଂଚିବା ନିଶାରେ ଚାଲିଲୁ  । ପ୍ରାୟ ତିନିଟା ସୁଦ୍ଧା ମଙ୍ଗୁଲି ଆଶ୍ରମରେ ପହଂଚିଲୁ  । ଗୁରୁ ମନ୍ଦିର,ଶ୍ୟାମାକାଳୀ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ବନ୍ଦ ଥାଏ  । ଆଶ୍ରମ ପରିଚାଳିକା ବିନି ମା ତାଙ୍କର ବିଶ୍ରାମ ପ୍ରକୋଷ୍ଠରେ ବିଶ୍ରାମ ନେଉଥାନ୍ତି ।  ତେବେ ଗୁରୁ ଦେବଙ୍କ ମନ୍ଦିର ସମ୍ମୁଖରେ ଗୁରୁ ଦେବଙ୍କୁ  ପ୍ରାର୍ଥନା କରିବା ବ୍ୟତୀତ ଆମର କିଛି ବାଟ ନ ଥିଲା । ଏହି ସମୟରେ  ବର୍ଷା ମଧ୍ୟ ପ୍ରବଳ ବେଗରେ ହେଲା  । ରଶ୍ମୀ ହାତ ଯୋଡି ଗୁରୁ ମନ୍ଦିର ସମ୍ମୁଖରେ ବସିଥାଏ । ମୁଁ କିଛି ସମୟ ପରେ,  ଡିଜିଟାଲ ଇଂଡିଆର ଅନ୍ ଲାଇନ୍ ମିଟିଂ ଥିବାରୁ ମୁଁ ମୋବାଇଲ୍ ରେ ମନ ଦେଲି  । ହେଲେ ଏ ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା  । ସମୟେ ସମୟେ ଆମର ଚତୁପାଶ୍ୱର୍ରେ ଦିବ୍ୟ ସୁଗନ୍ଧର ବଳୟ ଉଭୟେ ଅନୁଭବ କରି ପାରୁଥିଲୁ  । ପ୍ରବଳ ବର୍ଷା ହେଲେ ବି ଏହି ଦିବ୍ୟ ସୁଗନ୍ଧ ପ୍ରାୟ ଗୋଟିଏ ମିନିଟ ରହି, ପୁନଃ ସ୍ବାଭାବିକ ଅବସ୍ଥାକୁ ଫେରିଆସୁଥିଲା ।ପୁନଃ ଆଶ୍ରମର ବାରଣ୍ଡାରେ ଦିବ୍ୟ ସୁଗନ୍ଧ ଘୁରି ବୁଲୁଥିଲା । ଗୁରୁ ଦେବଙ୍କର ସୁକ୍ଷ୍ମ ଉପସ୍ଥିତିକୁ ଅନୁଭବ କରି,ଶରୀରରେ ଅପୂର୍ବ ଶିହରଣ ଖେଳି ଯାଉଥିଲା । ହେଲେ ବର୍ଷା ଥମିବାର ନାମ ନେଉ ନ ଥିଲା । ମୋର ନବ ରାତ୍ରି ଚାଲିଥିବାରୁ, ଏକ ବେଳା ହବିଷ୍ୟାନ୍ନ ପାଇଁ ଧ୍ୟାନକୁଦ ପୀଠରେ ପ୍ରସାଦ ପାଇଁ   ଆଜି ବହୁତ ଇଚ୍ଛା ଥିଲା । ସେଥିପାଇଁ ଘରେ ମଧ୍ୟ କିଛି ଭୋଜନ କରି ନଥିବା ହେତୁ କ୍ଷୁଧାର ଜ୍ୱାଳା ବଢି ଚାଲିଥିଲା  । ଗୁରୁ ମନ୍ଦିର ନ ଖୋଲିବା ଏବଂ  ବର୍ଷା ନ ଛାଡିବା ହେତୁ ଗୁରୁ ଦେବଙ୍କ ଉପରେ ପ୍ରବଳ ଅଭିମାନ ଆସିଲା  । ମନ ଏଇ କଥା ଭାବି ଗୁଣୁ ଗୁଣୁ ହେଲେ ମଧ୍ୟ କିଛି କରି ପାରୁ ନଥିଲି  ।

ସମୟ ପ୍ରାୟ ଚାରିଟା ପନ୍ଦର ହେବ । ବିନି ମା ଆସିଲେ  ।  ମନ୍ଦିର ଗୁଡିକ ଖୋଲା ହେଲା  । ଦିବ୍ୟ ଦର୍ଶନ  ହେଲା ପରେ  ମୁଁ ଧ୍ୟାନ କୁଦ ବାହାରିଲି  । ବର୍ଷା ମଧ୍ୟ ଛାଡିଗଲା ।ହେଲେ ଚାରଟି ତିରିଶରେ ସେଠାରେ ପ୍ରସାଦ ମିଳିବ କି ନାହିଁ ମନରେ ଭାବନା ଥିଲେ ବି,ବିନି ମାଆର କଥା ଅନୁସାରେ ପ୍ରଭୁଙ୍କ ବରାଦ ଯାହା ଥିବ ନ୍ୟାୟରେ,ଗୁରୁ ଦେବଙ୍କ ପ୍ରତି ଅଟଳ ବିଶ୍ୱାସ ରଖି  ଏକୁଟିଆ ଧ୍ୟାନକୁଦ ବାହାରିଲି  ।  ଝିପି ଝିପି ବର୍ଷା ହେଉଥାଏ । ଚାରିଟା ଚାଳିଶ ମିନିଟ୍ ହୋଇଗଲା  । ଧ୍ୟାନ କୁଦ ରୋଷ ଶାଳା ଶୁନ୍ ଶାନ୍ ଲାଗୁଥାଏ  । ନନାମାନେ ମଧ୍ୟ ବଳକା ପ୍ରସାଦ ଗୁଡିକ ବାନ୍ଧି ନିଜ ଘରକୁ ନେବା ପାଇଁ ବାହାରିଥାନ୍ତି । ତେଣୁ ସେମାନଙ୍କ ଠୁ ନାସ୍ତି ବାଣୀ ମଧ୍ୟ ଶୁଣିବା ପାଇଁ ପଡିଲା । ହେଲେ ଏହି ସମୟରେ ଜନୈକ ନନା ବାହାରି ଆସି କହିଲେ, ଆରେ ତାଙ୍କୁ ମନା କରନି, ଯାହା ଅଛି  ବାଂଟି କରି ତାଙ୍କୁ ଦେଇ ଦେବା ।  ସେ ପ୍ରଭୁଙ୍କ ପ୍ରସାଦ ପାଇଁ ଆସିଛନ୍ତି । ଫେରାଅନି  ।  ପରିଶେଷରେ ଉଚିତ୍ ମୂଲ୍ୟ ଠାରୁ କମ୍ ଦାମ୍ ପ୍ରଦାନ କରି ଇଚ୍ଛା ଠାରୁ ଅଧିକ ପ୍ରସାଦ ଧରି ବାହାରିଲି  । ସ୍ନେହାଶ୍ରୁରେ ଆଖିରୁ ଝର ଝର ହୋଇ ଲୁହ ଝରି ଚାଲିଥିଲା । ଗୁରୁ ଦେବଙ୍କର ଏହି ଅବ୍ୟକ୍ତ ଲୀଳାକୁ ବୁଝିବା ପାଇଁ ସତରେ ନଶ୍ୱର ଶରୀର ଅସମର୍ଥ ଥିଲା । ବିଲୁଆ ଖାଇ ନଇ ପୋଲରେ ଗୁଣୁ ଗୁଣୁ ହୋଇ ହୋଇ ଭାବୁଥିଲି, ଆରେ ଦର୍ଶନ ସମୟରେ ଲାଇନ୍  ତ ନଥିଲା  । ଦର୍ଶନ ଭଲରେ ହେଲା ନାହିଁ  । ଲାଇନ୍ ଆସି ଯାଆନ୍ତି ନି, ଦର୍ଶନ ସହିତ ଫଟୋ କିଛି ଉଠାଇ ଥାନ୍ତି । 

ବାସ୍ !କିଛି ସମୟ ପରେ ମଙ୍ଗୁଲି ଆଶ୍ରମରେ ପହଂଚିଲି  । ଲାଇନ୍ ମଧ୍ୟ ଆସି ଯାଇଥିଲା ।ବିଦୁ୍ୟତ୍ ଆଲୋକରେ ଗୁରୁ ଦେବଙ୍କ ମୁଖ ମଣ୍ଡଳ  ଝଲସି ଯାଉଥିଲା  । ଶରୀରରେ ଖେଳି ଯାଉଥିଲା ଅପୂର୍ବ ଶିହରଣ  । ଇଚ୍ଛାମୟଙ୍କର ଅଧମ ପ୍ରତି କୃପା ବାରି ସିଂଚନ କରିଛନ୍ତି, ଏହା ମୁଁ ମର୍ମେ ମର୍ମେ ଅନୁଭବ କରି ପାରୁଥିଲି । ଯେଉଁ ଦିବ୍ୟ ଅନୁଭବରେ,  ଆଖିର ଲୁହ ବାଧା ମାନୁ ନ ଥିଲା ।ଅଜସ୍ର କୋହ ଆଉ ଝର ଝର ଲୁହକୁ ଗୁରୁ ଦେବଙ୍କ ପଦାବ୍ଚରେ ଅର୍ପଣ କରି ,ତାଙ୍କର ଅପୂର୍ବ ଲୀଳା ମାଧୁରିମାକୁ ହୃଦୟରେ ସାଇତି ମଙ୍ଗୁଲି ଆଶ୍ରମରୁ ଫେରିଆସିଲି  । ସତରେ ଆଧ୍ୟାତ୍ମିକ ରାଇଜରେ  ଅନେକ ସାଧକ କାମନା ବାସନା ପାଇଁ ସ୍ବାର୍ଥନ୍ୱେଷୀ ଅର୍ଘ୍ୟ ବଦଳରେ ସୁଖ ସମୃଦ୍ଧି ମିଳୁଥିବା ବେଳେ, ସଦ୍ ଗୁରୁଙ୍କ ନିଷ୍କାମ ପ୍ରେମରେ କେବଳ ସୁଖ ହିଁ ସୁଖ ମିଳିଥାଏ  । ଆମେ କେବଳ ନିଜର କର୍ତବ୍ୟକୁ ଯଥୋଚିତ ଭାବରେ ତାଙ୍କର ପଦାରବିନ୍ଦରେ ସମର୍ପଣ କରିଦେଲେ,ଜୀବନ ପାତ୍ର ପୁରି ଯାଏ ।ପ୍ରାଣ ଅପୂର୍ବ ସୁରଭିରେ ସୁରଭିତ ହୋଇଯାଏ । ସତରେ ତୁମେ ବରଷୁଛ କୃପା,ହେଲେ ଭାଗ୍ୟରେ ନାହିଁ ମୋହରି । ତୁମେ ମହା ଦୟାଳୁ ଠାକୁର,......,


ଅଘୋରୀ ମୋହର ନାଆଁ

ଅନେକ ସମୟରେ ପୁରାତନ ସ୍ଥାନ ବୁଲିବା ଅଭ୍ୟାସ ଥିଲେ ମଧ୍ୟ ଜଗତସିଂହପୁର ସ୍ଥିତ ଧ୍ୟାନକୁଦ ପଂଚସଖାପୀଠ ଠାରୁ ଅନତି ଦୂରରେ ଥିବା ରାହସ ବଟ ଅନ୍ୟତମ । ସ୍ବ ସାଧନା ଦୃଷ୍ଟିରୁ ସେଠାରେ ଅନେକ ସମୟ ବିତାଇଲେ ମଧ୍ୟ, ବର୍ତମାନ ସମୟରେ ନିଜକୁ ଅଘୋରନାଥଙ୍କ ସେବକ କହୁଥିବା ଜନୈକ ସାଧୁଙ୍କ ବ୍ୟବହାର ଏବଂ କାର୍ଯ୍ୟଶୈଳୀ ଠିକ୍ ଲାଗୁନାହିଁ । ସାଧୁ ଗଂଜେଇ ଟାଣନ୍ତୁ ମୋର ମନା ନାହିଁ । କିନ୍ତୁ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ନ୍ୟାୟରେ , ବଟକୁ ଠାକୁରଙ୍କ ଆସ୍ଥାନ ବୋଲି କହି ନିଜେ ଗଂଜେଇ ଟାଣିବା ସହିତ ଅନ୍ୟମାନଙ୍କୁ ଡାକି ଗଂଜେଇ ଟାଣିବା କେତେ ଦୂର ଠିକ୍ , ପ୍ରିୟ ପାଠକେ ଆପଣ ତାହା ବିଚାର କରିବା ପାଇଁ ଅନୁରୋଧ । ଏତଦ୍ ବ୍ୟତୀତ ନିଜର ଜିଜ୍ଞାସା ହେତୁ ଆତ୍ମ ସାଧନା ସଂପର୍କେ ପଚାରିବା ଏବଂ ସମୂହ ଗଂଜାଇ ଟଣାକୁ ବିରୋଧ କରିବା ହେତୁ ଉକ୍ତ ବାବାଙ୍କର ଅତ୍ୟନ୍ତ କ୍ରୋଧ ପ୍ରକାଶ ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଜଣେ ସାମ୍ବାଦିକ ଭାବରେ ଏହାକୁ ରେର୍କଡିଂ ପାଇଁ ବାବାଙ୍କର କ୍ରୋଧିତ ରୂପ ବି ଦୁଃଖ ଦାୟକ । ଏହି ପରିପ୍ରେକ୍ଷୀରେ ମୋର କବିତାଟିକୁ ପାଠ କରି ମତାମତ ଦେବା ପାଇଁ ସବିନୟ ଅନୁରୋଧ ।
ଅଘୋରୀ ମୋହର ନାଆଁ 
ମାଧବାନନ୍ଦ ଭୋଇ
ବଟ ଠାରେ ଦେଖ,ଲାଗିଛି ନାଟ,
ବୁଢା ବାବାଜୀର ବଢିଛି ଜଟ,
ପିତଳ ଚିଲମେ ଧୂଆଁ,
ସାଙ୍ଗ ସାଥି ମେଳେ ଗଂଜେଇର ଭୋଗ;
ଅଘୋରୀ ମୋହର ନାଆଁ । ।
ସାଧୁ କେହି ନୁହେଁ ଦାଢୀ ବଢାଇଲେ,
ଆଖି ତରାଟିକି ଗଂଜେଇକି ଟାଣିଲେ,
ଥିବ ଦୟା କ୍ଷମା ରୂପ,
ବ୍ରହ୍ମ ପାଦେ ଧ୍ୟାୟୀ,ସମାଜର ହିତେ
ଜଳୁଥିବ ଜୀବନ ଦୀପ । ।
କିସ ହେବ ସାଧୁ, କୌପୀନ ପିନ୍ଧିଲେ?
ନିଶା,ରାଗ,ରୁଷା ମୁହେଁ ଆଚରିଲେ,
ନାହିଁ ମୁହେଁ ଦୟା ଭାବ,
ଭୋଗେ ସେହି ପରା ନରକର ଦୁଃଖ,
ଭୋଗୁଥାଏ ପରାଭବ । ।
ନାଶ ଯାଉ ଏହି ବାବାଜୀ ଗିରି,
ବାବା ନୁହେଁ , ଇଏ ଏକ ଗୁଣ୍ଡାଗିରି,
ପୋଡୁ ପୋଡା ମୁହାଁ ନିଶ,
ସତ୍ୟର ଜୟ ,ନିଶ୍ଚୟ ହୋଇବ;
ନାଶ ଯାଉ ସତ୍ୟାନାଶ । ।
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗୃହବନ୍ଦୀ ପରିବାରକୁ ବିନା ଅବରୋଧରେ ଦଶ ଫୁଟ ରାସ୍ତା ଛାଡିବା ପାଇଁ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶ

 ଗୃହବନ୍ଦୀ ପରିବାରକୁ ବିନା ଅବରୋଧରେ ଦଶ ଫୁଟ ରାସ୍ତା ଛାଡିବା ପାଇଁ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶ
IYA NEWS (କଂଟାପଡା) ତା:୦୩/୦୯/୨୦୨୦ରିଖ:  ଦୀର୍ଘ ଦିନ ପରେ ଅଦାଲତଙ୍କ ନିର୍ଦ୍ଦେଶଙ୍କ କ୍ରମେ  ଗୃହ ବନ୍ଦୀ
ରାୟ ପରିବାରକୁ ଆଶ୍ୱସ୍ତି  । ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ,  ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ରହି ଆସୁଥିବା, କଂଟାପଡା ବ୍ଲକ ଅଧିନସ୍ଥ ବ୍ରାହ୍ମଣ ସାଇଲୋ ଗ୍ରାମ ପଂଚାୟତ ଧାନ ମଣ୍ଡଳ ଗ୍ରାମରେ ହୋମିଓ ପାଥିକ କାର୍ଯ୍ୟାଳୟରେ ପରିସରେ ନିଜର କ୍ରୟ ଜମିରେ ପ୍ରକାଶ ରାୟ ସପରିବାର ରହି ଆସିଥିବା ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏକ ସରକାରୀ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରକାଶ୍ୟ ଯେ ଶ୍ରୀଯୁକ୍ତ ରାୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ହୋମିଓ ପ୍ୟାଥିକ କାର୍ଯ୍ୟାଳୟର ଦକ୍ଷିଣ ପାଶ୍ୱର୍ର କିଛି ଅଂଶକୁ ରାସ୍ତା ଭାବରେ ବ୍ୟବହାର କରି ଗ୍ରାମ୍ୟ ରାସ୍ତାରେ ଯିବା ଆସିବା କରିବା ପାଇଁ ବ୍ୟବହାର କରି ଆସୁଥିଲେ  । ତେବେ  ଉକ୍ତ ପାଶ୍ୱର୍ରେ ଏକ ସରକାରୀ ପାଚେରୀ ନିର୍ମାଣ ହେବାରୁ ରାୟ ପରିବାର ଏକ ପ୍ରକାର ଗୃହ ବନ୍ଦୀ ହୋଇଯାଇଥିଲେ  ।  ଯାହାଫଳରେ  ଉକ୍ତ ନିର୍ମାଣକୁ କେନ୍ଦ୍ର କରି ପାଚେରୀ ନିର୍ମାଣକୁ ବିରୋଧକୁ କେନ୍ଦ୍ର କରି ଅପ୍ରିତୀ କର ପରିସ୍ଥିତି ମଧ୍ୟ  ସୃଷ୍ଟି ହୋଇ ଗୋବିନ୍ଦ ପୁର ପୋଲିସ ଉପସ୍ଥିତିରେ ଏହାର ସାମୟିକ ସମାଧାନ କରା ଯାଇ,ପ୍ରତିପକ୍ଷମାନେ ପୋଲିସ ଉପସ୍ଥିତିରେ  ପାଚେରୀ ନିର୍ମାଣ ମଧ୍ୟ କରିଥିଲେ  । ଶେଷରେ ଶ୍ରଯୁୀକ୍ତ ରାୟ ପରିବାର ଗୃହବନ୍ଦୀଭାବରେ ବ୍ୟତୀତ କରିବାରୁ, ଅନ୍ୟୋପାୟ ହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଆଇନଜିବୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ମାଧ୍ୟମରେ ଏକ ସିଭିଲ ସୁଟ ଦାୟର ଦାୟର କରାଯାଇଥିଲା ।  ରାୟ ପରିବାର ପରିସ୍ଥିତିକୁ ହୃଦୟଙ୍ଗମ କରି ମକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ବିନା ଅବରୋଧରେ  ପ୍ଲଟ ନଂ.୧୬୬୬ର ପୂର୍ବ ପାଶ୍ୱର୍ରେ ଦଶ ଫୁଟ   ପ୍ରସ୍ଥର ରାସ୍ତା ଛାଡିବା ପାଇଁ ଅଦାଲତ ତରଫରୁ ବ୍ଲକ ଉନ୍ନୟନ ଅଧିକାରୀ,କଂଟାପଡା,ଚିକିତ୍ସାଅଧିକାରୀ,ଧାନ ମଣ୍ଡଳ ଚିକିତ୍ସାଳୟ ଏବଂ ସରପଂଚ,ବ୍ରାହ୍ମଣ ସାଇଲୋକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ  ଉକ୍ତ ଘଟଣାରେ ଆକ୍ରୋଶ ମୂଳକ  ପାଚେରୀ ନିର୍ମାଣ କରିବା ସହିତ ସମାଜରେ ଏକ ପରିବାରକୁ ଗୃହବନ୍ଦୀ କରିବା ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଅନେକ ବୁଦ୍ଧିଜିବୀମାନେ ନାପସନ୍ଦ କରିଛନ୍ତି । 






ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଦରାଡ ଅଧିବାସୀଙ୍କ ଅକଥନୀୟ ଦୁର୍ଦ୍ଦଶା,ନୀରବ ଦ୍ରଷ୍ଟା ସାଜିଛି ବାଲିପାଟଣା ପ୍ରଶାସନ

ଦରାଡ ଅଧିବାସୀଙ୍କ ଅକଥନୀୟ ଦୁର୍ଦ୍ଦଶା,ନୀରବ ଦ୍ରଷ୍ଟା ସାଜିଛି ବାଲିପାଟଣା ପ୍ରଶାସନ

IYA NEWS(ବାଲିପାଟଣା) ତା:୦୩/୦୯/୨୦୨୦ରିଖ: ବିଭିନ୍ନ ଦୈବୀ ଦୁର୍ବିପାକ ପାଇଁ ରାଜ୍ୟ ସରକାର  ବିପର୍ଯୟ ପରିଚାଳନା ପାଂଠି କରି  ଓଡିଶା ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ  ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପଂମ୍ପାଲୋ ଗ୍ରାମ ପଂଚାୟତର ଦରାଡ ଅଧିବାସୀମାନଙ୍କ ପାଇଁ  ବିପର୍ଯ୍ୟୟ ଜନିତ ସବୁ ସୁବିଧା ଅପହଂଚ ପାଲଟିଯାଇଛି । ବିଗତ ଦିନରେ ଲଘୁଚାପ ଜନ୍ଖଚ୍ଛ ପ୍ରବଳ ବର୍ଷା ହେବା ଦ୍ୱାରା  ହୀରାକୁଦ ଡ୍ୟାମରୁ  ୪୬ ଗେଟ୍ ଯୋଗେ  ଜଳ ନିଷ୍କାସିତ ହୋଇଥିଲା  । ଯାହାଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା  । ଏହି ପରିପ୍ରେକ୍ଷୀରେ ବାଲିପାଟଣା ବ୍ଲକର ଭାଗର୍ବୀ-ଧନୁଆ ନଦୀ ଦ୍ୱାରା ଅଚୁ୍ୟତପୁର-ବଇଁଚୁଆଁ କାଜ ପାଣି ପ୍ଳାବିତ ହୋଇ ଅନେକ ପଂଚାୟତ  ଜଳମଗ୍ନ ହେବା ସହିତ ଜନ ସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ  ହୋଇଥିଲେ । ସବୁ ଠାରୁ ବଳି ଯାଇଥିଲା ଉକ୍ତ ବ୍ଲକର ଦରାଡ ଦଳିତ ଅଧିବାସୀଙ୍କର ଅବସ୍ଥା  ।  ଦୀର୍ଘ  ୪/୫ ଦିନ ପର୍ଯନ୍ତ ଉକ୍ତ ଅଂଚଳ ପାଣିରେ ବୁଡି ରହିଥିଲେ ମଧ୍ୟ  କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନ ଥିଲା । ନାମକୁ ମାତ୍ର ଢୋକେ ପିଇ ଦଣ୍ଡେ ଜିଇଁ ନ୍ୟାୟରେ ପ୍ରଶାସନ ତରଫରୁ ମୁଣ୍ଡ ପିଛା ୬୦୦ ଗ୍ରାମ ଚୂଡା, ୫୦ ଗ୍ରାମ ଚିନି ଏବଂ ଖୋଲା  ଦଶ ବାରୋଟି  ବିସ୍କୁଟ୍ ପ୍ରଦାନ କରାଯାଇଥିଲା । ଯାହାଫଳରେ ଉକ୍ତ ଜଳ ପ୍ଲାବିତ ଅଚଂଳରେ ଅନେକ ଗରିବ ଶ୍ରେଣୀୟ ବ୍ୟକ୍ତିମାନେ ବାସ କରୁଥିବାରୁ   ବିନା କାମ ଧନ୍ଦାରେ ଭୋକ ଉପାସରେ କାଳ ପାତିତ କରିଥିଲେ ।  ଏତଦ୍ ବ୍ୟତୀତ ଏଠାରେ  ପାନୀୟ ଜଳର ସୁବିଧା ନ ଥିଲେ ମଧ୍ୟ ଏକ ୱାଡ ପୋଷ୍ଟ ଉପରେ ଦୁଇ ଶହରୁ ଅଧିକ ଲୋକ ନିର୍ଭର କରନ୍ତି  । ରାସ୍ତା ଘାଟର ମଧ୍ୟ ସେପରି ସୁବିଧା ନାହିଁ  । ଭୌଗଳିକ ଦୃଷ୍ଟି କୋଣରୁ ଭୁବନେଶ୍ୱର ରାଜଧାନୀ ଠାରୁ ପ୍ରାୟ ତିରିଶ କିଲୋମିଟର ଦୂରରେ ଥିଲେ ମଧ୍ୟ ଦରାଡ ଦଳିତ ଅଧିବାସୀଙ୍କର ଦୁଃଖ ଦୁର୍ଦ୍ଦଶା  ଦୀପ ତଳ ଅନ୍ଧାର ବୋଲି ବୁଦ୍ଧିଜିବୀମାନେ ମତ ବ୍ୟକ୍ତ କରିଛନ୍ତି । ଯଦି ଆସନ୍ତା ଦିନରେ ସରକାର କୌନସି ପଦକ୍ଷେପ ଗ୍ରହଣ ନ କରନ୍ତି, ଏଠାର ଅଧିବାସୀମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଶାସନିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି  ଚେତାବନୀ ଦେଇଛନ୍ତି ।







୫୧ ନମ୍ବର ୱାର୍ଡ ଗୋଷ୍ଠୀ ସଙ୍ଗଠିକାଙ୍କ ବେପରୁଆ ମନୋଭାବ, ସରକାରୀ ସହାୟତାରୁ ବଂଚିତ ହିତାଧିକାରୀ

୫୧ ନମ୍ବର ୱାର୍ଡ ଗୋଷ୍ଠୀ ସଙ୍ଗଠିକାଙ୍କ ବେପରୁଆ ମନୋଭାବ, ସରକାରୀ ସହାୟତାରୁ ବଂଚିତ ହିତାଧିକାରୀ

     IYANEWS (କଟକ) ତା:୦୩/୦୯/୨୦୨୦ରିଖ: ଅଧୁନା ରାଜ୍ୟ ସରକାର ଏନ୍ତୁଡିଶାଳରୁ ମଶାଣି ଭୂଇଁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ମହା ନିଗମର ୫୧ ନମ୍ବର ୱାର୍ଡ ପାଇଁ ସରକାରଙ୍କର ଅନେକ ଜନ କଲ୍ୟାଣ ଯୋଜନା ଭାବରେ ବାର୍ଦ୍ଧ୍ୟକ ଭତା,ହରିଶ୍ଚନ୍ଦ୍ର ଯୋଜନା,ରାସନ କାର୍ଡ, ବ୍ୟବସାୟିକ ଋଣ ଏବଂ ଗୃହ ଓ ପାଇଖାନା ନିର୍ମାଣ ଆଦି ଥିଲା ମଧ୍ୟ  କଟକ ଜିଲ୍ଲାପାଳ କାର୍ଯାଳୟ ଠାରୁ ଅନତି ଦୂରରେ ଏହି ସ୍ଥାନ ଥିଲେ ମଧ୍ୟ  ଏହି ୱାର୍ଡର ଗୋଷ୍ଠୀ ସଙ୍ଗଠିକାଙ୍କ ବେପରୁଆ  ଏବଂ ଖାମଖିଆଲି ମନୋ ଭାବ ହେତୁ ମନୋଭାବ  ହେତୁ ଅନେକ ଯୋଗ୍ୟ ହିତାଧିକାରୀ ଜନ କଲ୍ୟାଣ ଯୋଜନାରେ ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି, ଯାହା ଫଳରେ ଆଜି ଅନେକ ହିତାଧିକାରୀ କଟକ ମୁନିସିପାଲିଟି କମିଶନରଙ୍କ ଠାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ତେବେ ଏହି ୱାର୍ଡରେ କିଛି ଦିନ ପୂର୍ବେ  ଶତକଡା ୭୦ ଭାଗ ଭିନ୍ନକ୍ଷମ ମହିଳା ସାବିତ୍ରୀ ଦଳାଇଙ୍କର ପୁତ୍ର ଶିବେନ୍ଦ୍ର ଦଳାଇ ମୃତୁ୍ୟ ବରଣ କରିଥିଲେ ମଧ୍ୟ, ଉକ୍ତ ମହିଳା ଜଣକ  ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି  । ଏଠାରେ ଅଧିବାସୀଙ୍କର ଅଭିଯୋଗ କ୍ରମେ, ଉକ୍ତ ସଂଗଠିକା ମୃତୁ୍ୟ ବରଣ କରିଥିଲେ ମଧ୍ୟ, ଉକ୍ତ ମହିଳା ଜଣକ  ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି  । ଏଠାରେ ଅଧିବାସୀଙ୍କର ଅଭିଯୋଗ କ୍ରମେ, ଉକ୍ତ ସଂଗଠିକା ମହାଶୟା ୱାର୍ଡ ପରିଦର୍ଶନ ନ କରିବା ସହିତ ଫୋନ୍ କଲେ ମଧ୍ୟ କୌଣସି କଥାକୁ କର୍ଣ୍ଣପାତ କରୁ ନାହାନ୍ତି  । ତେବେ ଏ ସଂପର୍କରେ ଉପରିସ୍ଥ ଅଧିକାରୀ ଅମୃତ ସରକାରଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ।   ଏହି ପରିପ୍ରେକ୍ଷୀରେ କାର୍ଯ୍ୟରତ ଗୋଷ୍ଠୀ ସଙ୍ଗଠିକାଙ୍କୁ ପରିବର୍ତତ କରାଯାଇ୫୧ ନମ୍ବର ୱାର୍ଡର ବିକାଶ ପାଇଁ ଜଣେ ସମ୍ବେଦନଶୀଳ ସମ୍ପନ ବ୍ୟକ୍ତିଙ୍କୁ ନିଯୁକ୍ତି ଦାବୀ କରି, ଆଜି    ସୂଚନାଧିକାରକର୍ମୀ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ବାସନ୍ତୀ ଦଳେଇ, ମନୋରଂଜନ ଓଝା,ପ୍ରଫୁଲ୍ଲ ବେହେରା, ଅଜୟ ବେହେରା,ମମତା ବେହେରା,ହୃଦାନନ୍ଦ ପଟ୍ଟନାୟକ,ବାବାଜୀ ବେହେରା ଏବଂ  ଆରତୀ ମହାରଣା ପ୍ରମୁଖ  ଲିଖିତ ଅଭିଯୋଗ କରିଛନ୍ତି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା "ସମ୍ଭବ" ଯୁବ ସଙ୍ଗଠନ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ସମ୍ଭବ ଯୁବ ସଙ୍ଗଠନ

IYA NEWS(ଭଦ୍ରକ) ତା୦୩/୦୯/୨୦୨୦ରିଖ
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟାର ବିତ୍ପାତ ଜାରି ରହିଥିବା ବେଳେ ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରାୟ ସମସ୍ତ ବ୍ଲକରେ ଏହି ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଜିଲ୍ଲାରେ ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାଭିତ ହୋଇଥିବା ବେଳେ ଜିଲ୍ଲାରେ ବିଭିନ୍ନ ବ୍ଲକରେ ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଜାରି ରହିଥିବା ସତ୍ତ୍ବେ ସମ୍ଭବ ଯୁବ ସଙ୍ଗଠନ,କୋଡଗମ୍ଭୀର,ଭଦ୍ରକ ତରଫରୁ "ଆପଣ ଏକା ନୁହଁନ୍ତି ଆମେ ଅଛୁ ଆପଣଙ୍କ ସାଥିରେ "ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଅାରେ ଭଦ୍ରକ ଜିଲ୍ଲାର ତିହିଡି ଓ ଧାମନଗର ବ୍ଲକର ବିଭିନ୍ନ ଗ୍ରାମ ଶ୍ୟାମସୁୁନ୍ଦରପୁର,ଇଶ୍ବରପୁର,ଈଷାଣପୁର,ଦପାନାୟକାଣୀ,ଉପରଦୁମୁକା ଓ ରଇପୁର ଆଦି ବନ୍ୟା ଅଞ୍ଚଳରେ ପାଣି ଘେରରେ ରହିଥିବା ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ଏକ ହଜାରରୁୁ ଅଧିକ ଲୋକଙ୍କୁ ଚୁଢା,ମୁଢି,ଚିନି,ବିସ୍କୁଟ ବଣ୍ଟନ କରିଥିଲେ ।
                                            ସଙ୍ଗଠନର ଆବାହକ ସତ୍ୟବାନ ନାୟକ,ସଭାପତି ରଘୁରାମ ଯେନା,ଉପସଭାପତି
ଖଗେଶ୍ବର ଯେନା ( ସୁକାନ୍ତ ଯେନା ),ସମ୍ପାଦକ ରତିକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି କରାଯାଇଥଲା ସଙ୍ଗଠନର ସଦସ୍ୟ ସୁନିଲ ବେହେରା,ଶ୍ୟାମସୁନ୍ଦର ନାୟକ,ପ୍ରଫୁଲ ନାୟକ,କୈଳାସ ମହାନ୍ତି,କିଶୋର ଯେନା,ମାନସ ପଣ୍ଡା,ରତିକାନ୍ତ ସାହୁ,ନିରଞ୍ଜନ ସାହୁ ,ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ଭୀମସେନ ବାରିକ ଏବଂ ଶ୍ୟାମସୁନ୍ଦରପୁର ପଞ୍ଚାୟତର  ଗ୍ରାମବାସୀ ଓ ସଙ୍ଗଠନର ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମଟି ସଫଳ ହୋଇଥିବା ବେଳେ ସଙ୍ଗଠନର " ଆପଣ ଏକା ନୁହଁନ୍ତି ଆମେ ଅଛୁ ଆପଣଙ୍କ ସାଥିରେ " କାର୍ଯ୍ୟକ୍ରମଟି ଆଗକୁ ଏହି ଭଳି ଭାବରେ ନିରନ୍ତର କାର୍ଯ୍ୟ କରିବ ବୋଲି ସଙ୍ଗଠନର ଆବାହକ,ସଭାପତି ଏବଂ ସଦସ୍ୟମାନେ କହିଛନ୍ତି। ସମ୍ଭବ ଯୁୁବ ସଙ୍ଗଠନର ଏପରି କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରୁଛନ୍ତି ଜନସାଧାରଣ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବ୍ରାହ୍ମଣବାଟୀ ଗ୍ରାମ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରାହ୍ମଣବାଟୀ ଗ୍ରାମ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

IYA NEWS (କଂଟାପଡା) ତା:୦୧/୦୯/୨୦୨୦ରିଖ  ବିଶ୍ୱରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଜୀବ ଜଗତ ଏବଂ ମାନବ ସମାଜ ବିଭିନ୍ନ ସମସ୍ୟା ଗୁଡିକର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି  କଂଟାପଡା ବ୍ଲକ ଅଧିନସ୍ଥ  ବ୍ରାହ୍ମଣବାଟୀ ପଂଚାୟତର ବ୍ରାହ୍ମଣବାଟୀ  ଗ୍ରାମରେ ଏକ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ ସ୍ଥାନୀୟ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ । ଏତଦ୍ ବ୍ୟତୀତ ପ୍ରଦୂଷଣର ରାକ୍ଷସକୁ ମୁକାବିଲା କରିବା ପାଇଁ ବୃକ୍ଷ ରୋପଣ ନିତାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଗଣ ମତବ୍ୟକ୍ତ କରିବା ସହିତ ଉକ୍ତ କାର୍ଯ୍ୟକ୍ରମରେ କଂଟାପଡା ବ୍ଲକ ଅଧ୍ୟକ୍ଷା ସ୍ମିତା ରାଣୀ ସ୍ବାଇଁ.ବ୍ଲକ ଉନ୍ନୟନ ଅଧିକାରିଣୀ ଶୁଭଶ୍ରୀ ରଥ,ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରିଣୀ ରୁବି ତପସ୍ବିନୀ ଦାସ, ସରପଂଚ ଗାୟତ୍ରୀ ରାଉତରାୟ,ସମାଜସେବୀ ସୁବ୍ରତ କୁମାର ପାତ୍ର,ଶାଶ୍ୱତ ରାଉତରାୟ, ପ୍ରଶାନ୍ତ କୁମାର ନାୟକ,ବିଭୂତି ଭୂଷଣ  ଜେନାମଣି,ରାଜେଶ କୁମାର ସାହୁ.ଗୋପୀନାଥ କର,ତମାଳି ଲତା ମିଶ୍ର,ସ୍ନିଗ୍ଧାରାଣୀ ମହାନ୍ତି ଏବଂ  ମଂଜୁଲତା ଦାସ ପ୍ରମୁଖ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଥିଲେ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବିବାହ ତତ୍ୱ ଜ୍ଞାନ

IYA NEWS
ବିବାହ ତତ୍ୱ ଜ୍ଞାନ
ଆସ ଗୋ ପରାଣ ମିତ,
ବିଭା ଘର ଦେଖିଯିବା ତୁରିତ ଗୋ,
ଦେଖି ଲାଖି ଯିବ ତୋର ନେତ୍ର ସଙ୍ଗାତ ଗୋ । ।
ମହା ସମାରୋହେ ଆଜି,
ବିଭା ଘରେ ସର୍ବେ ଅଛନ୍ତି ମଜ୍ଜି ଗୋ ।
ଦେଖ ନୟନକୁ ଠୁଳେ ଖଂଜି ସଙ୍ଗାତ ଗୋ । ।
ଏକାଗ୍ରତା ମନ ଦେଇ,
ଅନାଥ ରୋଷଣି କ୍ଷେତ୍ରକୁ ଯାଇ ଗୋ ।
କେତେ  ଫୁଲ ଫାନସ ଦିଶଇ ସଙ୍ଗାତ ଗୋ । ।
ଶ୍ୱେତ ପୀତ ନୀଳ ବର୍ଣ୍ଣ,
ଲୋହିତ କୁଙ୍କୁମ ବର୍ଣ୍ଣ ଘେନିଣ ଗୋ ।
ପଂଚ ବର୍ଣ୍ଣରେ ଫୁଲ ଶୋଭନ ସଙ୍ଗାତ ଗୋ । ।
ମଦନ ମାରଇ ବାଣ,
ବାଣ ଶବ୍ଦେ କଂପୁଅଛି ଭୁବନ ଗୋ ।
ପରାଣ ହୋଇଯାଏ ଉଚ୍ଛନ୍ନ ସଙ୍ଗାତ ଗୋ । ।
ଏ ବ୍ରାହ୍ମ ମୁହୂର୍ତ ବେଳେ,
ଜ୍ୟୋତିର୍ମୟ ପ୍ରଭା ଦିଶେ ନେତ୍ରରେ ଗୋ ।
ଚତୁର୍ଦ୍ଦିଗ ପୂର୍ଣ୍ଣ ଆଲୋକରେ ସଙ୍ଗାତ ଗୋ । ।
ଦେଖି ସର୍ବେ ଆନନ୍ଦିତ,
କେ ହସେ କେ ନାଚେ କେ ଗାଏ ଗୀତ ଗୋ ।
ବାର ବାଦ୍ୟେ ଦୁଲୁକେ ଜଗତ ସଙ୍ଗାତ ଗୋ । ।
ବର ନିକଟେ ମାର୍କୁଣ୍ଡି,
ମାର ଶର ତହିଁ ନ ପାରେ ଭେଦି ଗୋ ।
ବାଳ ସମ ମନେ ଚଳ ଧୁଣ୍ଡି  ସଙ୍ଗାତ ଗୋ ।
ବାଳ ସମ ମନ କରି,
କାମ କ୍ରୋଧ ଲୋଭ ପାରିଲେ ଦଳି ଗୋ ।
ବୁଝିବୁ  ବିଭା ତତ୍ୱ  କିପରି ସଙ୍ଗାତ ଗୋ । ।
(କ୍ରମଶଃ-୧)

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମନିଷୀ ବାର୍ତା

 IYA NEWS
ମନିଷୀ ବାର୍ତା
ସଂଗ୍ରାହକ:ସନ୍ଥ ଧର୍ମାନନ୍ଦ
ଆଳସ୍ୟରୁ ଯଦି ଦୁଃଖ ମିଳିଲା,ତେବେ ଅଳସୁଆ ରହିବା କେଡେ ଦୁର୍ଭାଗ୍ୟ ।(ଗାନ୍ଧିଜୀ)
ଆଜି ଯାହା ପାଇଁ ଯିଏ ଶଙ୍ଖା କାଚ କିଣଇ,
        ତାହା ଯୋଗୁ ଏହି ଦେହ,ହଜି ଯିବ ଭାବଇ । ।(ତାରଣ)
ଅ।ମେ ସବୁ ଭାଇ/ଭଉଣୀ ଓ ଗୋଟିଏ ପରିବାର,ଆମର ସଂପର୍କ  କ୍ଷୀର-ନୀର ହେବା           ଉଚିତ୍ ।(ଗାନ୍ଧିଜୀ)
ଆଶୀର୍ବାଦ ଦାତାଙ୍କ ବଳରେ ଇଷ୍ଟ ଲାଭ ନିଶ୍ଚୟ ହୁଏ, ଆଉ ମଧ୍ୟ ସମୟେ  ସମୟେ ଆଶୀର୍ବାଦ ଗ୍ରହୀତାଙ୍କ ଦ୍ୱାରା ସେହି ଉଦ୍ଦେଶ୍ୟ ସଫଳ ହୋଇଯାଏ ।(ଶଙ୍କର)
ଆରାଧନା ବିନା କୌଣସି ପ୍ରକାର ଉଦ୍ଦେଶ୍ୟ ସଫଳ ହେବା ଆଦୌ ସମ୍ଭବ ନୁହେଁ ।  (ସ୍ବାମୀ ଚିଦାନନ୍ଦ)
ଆତ୍ମ ଜ୍ଞାନର ଅଭାବ ହିଁ ପ୍ରକୃତ ଅଭାବ,କାରଣ ଆତ୍ମୀୟ ପରମାତ୍ମାଙ୍କୁ ସେ ଭୁଲିଯାଏ ଆତ୍ମ ଜ୍ଞାନ ଅଭାବରୁ । (ଦିଗମ୍ବର ପରମହଂସ)
ଆତ୍ମ ସଂଯମ.ଇଷ୍ଟ ସାଧନା ଓ ସେବା ଦ୍ୱାରା ହିଁ ମାନବ ସମାଜରେ ଶାନ୍ତି ଓ ଆନନ୍ଦ ମିଳିଥାଏ ।(ସ୍ବାମୀ ଚିଦାନନ୍ଦ)
ଆତ୍ମାର ଯଥାର୍ଥ ଜ୍ଞାନ ନ ହେବା ଯାଏ,ତପ,ଦାନ,ତୀର୍ଥ ଯାତ୍ରା ପ୍ରଭୃତି ସକାମ ସାଧନା ଜୀବନରେ ବିଷୟ ବୈରାଗ୍ୟ ଆଣେ ନାହିଁ । (ଦିଗମ୍ବର ପରମହଂସ)
ଆତ୍ମ ଜ୍ଞାନ ନିମିତ ପ୍ରାଣରେ ଐକାନ୍ତିକ ବ୍ୟାକୁଳତା ସଦ୍ ଗୁରୁଙ୍କ କୃପାରୁ ହିଁ ଲାଭ ହୁଏ ।((ସ୍ବାମୀ ନିଗମାନନ୍ଦ)
ଆମେ କଅଣ ସୁଖ ପାଉ,ତାହାରି ଉପରେ ନିର୍ଭର କରୁଛି ଆମ ଜୀବନ କିଭଳି ଛାଂଚରେ ପଡିବ ।(ଗ୍ୱେଟ୍)
ଆମକୁ କଅଣ ସୁଖ ଲାଗୁଛି ତାହାରି ଦ୍ୱାରା ଆମ ମତ ପ୍ରଭାବିତ ହୁଏ ।(ଗ୍ୱେଟ୍)

କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କାଳିଆବୋଦା ମହା ଶ୍ମଶାନକୁ ସଫା କଲେ ସ୍ବେଛାସେବୀ

କାଳିଆବୋଦା ମହା ଶ୍ମଶାନକୁ ସଫା କଲେ ସ୍ବେଛାସେବୀ
   

IYA NEWS (କଟକ)   ତା:୩୦/୦୮/୨୦୨୦ରିଖ ମାଳିକା ରଚିତ କାଳିଆବୋଦା ମହାଶ୍ମଶାନ କଟକ ମହାନଗର ନିଗମର ଦାୟିତ୍ୱରେ ଥିଲେ ମଧ୍ୟ ଏହାକୁ ସଠିକ ରକ୍ଷାଣବେକ୍ଷଣ କରାଯାଉନଥିବା ଦେଖାଯାଉଛି ।ବର୍ତ୍ତମାନ ଏହି ସ୍ଥାନରେ ସ୍ଥାନୀୟ ଲୋକଙ୍କ ମୃତଦେହ ସହ କରୋନା ରୋଗୀଙ୍କ ମୃତଦେହ ମଧ୍ୟ ସତ୍କାର ହେଉଛି ।।ଜିଲ୍ଲା ପ୍ରଶାସନ କରୋନା ମୃତଶରୀର ସତ୍କାର ପାଇଁ ଅନୁମତି ଦେଇଥିଲେ ମଧ୍ୟ କୌଣସି ପ୍ରକାର ପରିଷ୍କାର ଓ ସଫେଇ ହେଉନଥିବା ଦେଖାଯାଉଛି।କଟକ ମହାନଗର ନିଗମ ତରଫରୁ କୌଣସି ଡ଼ଷ୍ଟବିନ ନଥିବାରୁ ଶବସତ୍କାର କରିବାକୁ ଆସୁଥିବା ଲୋକମାନେ ଶବସତ୍କାର ପରେ ମାଟିହାଣ୍ଡି,ଲୁଗାପଟା, ମାସ୍କ,ଗ୍ଲୋବ୍ସ, ଫେସ ସିଲ୍ଡ,ପିପିଇ କିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଏଣେତେଣେ ପଡିରହୁଛି ।କଟକ ସହରର ଏକ ମୂଖ୍ୟ ଶ୍ମଶାନ ହୋଇଥିବାରୁ ଦୈନିକ ଅନେକ ମୃତଦେହ ସତ୍କାର ହେଉଛି ମାତ୍ର ଶବସତ୍କାର ପରେ ଏହାର ପାଉଁଶକୁ ସଫା କରାଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।।ବର୍ତ୍ତମାନ ବର୍ଷାଦିନ ଯୋଗୁଁ ଅନାବନା ଗଛ ଉଠି ଘଞ୍ଚଜଙ୍ଗଲ ସୃଷ୍ଟି ହେବାଦ୍ଵାରା ବିଷାକ୍ତ ଜୀବଜନ୍ତୁ ରହୁଥିବା ଦେଖାଯାଉଛି ଓ ବହୁତ ଦୁର୍ଗନ୍ଧ ହେଉଛି ।ଏହି ଅପରିଷ୍କାର ପରିବେଶକୁ ଦେଖି ଆଜି ସୂଚନାଅଧିକାର କର୍ମୀ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ମହଶ୍ମଶାନକୁ ସଫେଇ କରାଯାଇଥିଲା ।ଏହି ସଫେଇ କାର୍ୟ୍ୟକ୍ରମରେ ଭାଗ୍ୟଧର,ପ୍ରମୋଦ ଦାଶ,ରାହୁଲ ଦାଶ,କାଳନ୍ଦୀ ବେହେରା, ରାଜେନ୍ଦ୍ର ସାହୁ,ରାଜକୁମାର ମହାନ୍ତି ଓ କାଳନ୍ଦି ଜେନା ସାମିଲ ହୋଇଥିଲେ।।ପୁର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ଵାଳ ସଫେଇ କାର୍ୟ୍ୟକ୍ରମରେ ସମସ୍ତଙ୍କୁ ଧନ୍ୟବାଦ ଦେବାସହ କଟକ ମହାନଗର ନିଗମ ସ୍ଵାସ୍ଥ୍ୟ ଅଧିକାରୀ ଡଃ ସତ୍ୟବ୍ରତ ମହାପାତ୍ର ତୁରନ୍ତ ଡଷ୍ଟବୀନ ବ୍ୟବସ୍ଥା କରିବା ସହ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଫାକରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କୋଭିଡ୍-୧୯ର ବ୍ୟୟ ଜନିତ ହିସାବ ତଥ୍ୟ ନ ଦେବାରୁ ବିକ୍ଷୋଭ ପ୍ରଦର୍ଶନ

କୋଭିଡ୍-୧୯ର ବ୍ୟୟ ଜନିତ ହିସାବ ତଥ୍ୟ ନ ଦେବାରୁ ବିକ୍ଷୋଭ ପ୍ରଦର୍ଶନ 
IYA NEWS (କଟକ) ତା୧୭/୦୮/୨୦ରିଖମହାମାରୀ କରୋନା ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସ ୨୧ ତାରିଖ ଠାରୁ ସମଗ୍ର ଓଡିଶା ରାଜ୍ୟରେ ଲକ୍ ଡାଉନ୍ ଏବଂ ସର୍ଟ ଡାଉନ୍ ଲାଗୁ ହେବା ଫଳରେ ବିପର୍ଯ୍ୟସ୍ତ ହୋଇ ପଡିଲା ଜନ ସାଧାରଣଙ୍କର ଜୀବନ ଜୀବିକା । ଏହାର ମୁକାବିଲା କରିବା ପାଇଁ ଅଦ୍ୟାବଧି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । ନିରାଶ୍ରୟ ମଣିଷର ଭୋଜନ ବ୍ୟବସ୍ଥା ଠାରୁ ପଶୁ ପକ୍ଷୀମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବା ସହିତ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଗଲା । ଏଥିପାଇଁ ବିପୁଳ ପରିମାଣରେ ଅର୍ଥଶ୍ରାଦ୍ଧ ହେଲା । ମାତ୍ର ଫାଇଭ୍ ଟି ନାରା ଦେଇ,ସରକାର ଢୋଲ ପିଟୁଥିଲା ବେଳେ, ସୂଚନା ଅଧିକାର ଆଇନ ମାଧ୍ୟମରେ ଏହାର ବ୍ୟୟ ଅଟକଳ ସଂପର୍କରେ, ତିନି ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସରକାର ସୂଚନା ଅଧିକାରୀକର୍ମୀମାନଙ୍କୁ ତଥ୍ୟ ଦେବା ପାଇଁ ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଥିପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ କଟକ ଜିଲ୍ଲା ତରଫରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଯଦି ଆଗାମୀ ଦିନରେ କୋଭିଡ୍ ସଂପର୍କିତ କୋଭିଡ୍ ହସପିଟାଲ,କ୍ୱାରାଂଟାଇନ୍ କେନ୍ଦ୍ର,ରିଲିଫ୍ ବଂଟନ, ନିର୍ମାନ ଶ୍ରମିକ ଆର୍ଥିକ ସହାୟତା,ଭତା ପ୍ରଦାନ, ପଶୁ ପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଣ ତଥ୍ୟ ଗୁଡିକ ଆଗାମୀ ପନ୍ଦର ଦିନ ମଧ୍ୟରେ ପ୍ରଦାନ ନ କରନ୍ତି, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତପୂର୍ଣ୍ଣ ଧାରଣା ଦିଆଯିବ ବୋଲି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇଥିବା ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ସୁଚନା ଅଧିକାର ତଥ୍ୟ ନ ଦେଲେ, ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଅଧିକାର କର୍ମୀ ଅକ୍ଷୟ ପଣ୍ଡା,ଭୀମସେନ ବିଶ୍ୱାଳ,ପ୍ରକାଶ ସାମଲ,ବସନ୍ତ ଜେନା,ରତ୍ନାକର ଦାସ,ଜ୍ଞାନ ରଂଜନ ଭୂୟାଁ,ଗତିକୃଷ୍ଣ ବେହେରା, ରମାକାନ୍ତ ଦଳାଇ,ଲକ୍ଷ୍ମୀଧର ଖୁଂଟିଆ,ମନୋରଂଜନ ସାହୁ,ଅଲେଖ ମହାନ୍ତି,ତୀର୍ଥବାସୀ ବେହେରା,ସଚ୍ଚିଦାନନ୍ଦ ପ୍ରଧାନ,ହରିହର ବେହେରା,ହିମାଂଶୁ ସାହୁ,ଅତୁଲ୍ୟ ସାହୁ ,ଭୀମସେନ ବିଶ୍ୱାଳ ଏବଂ ସତ୍ୟପ୍ରିୟ ଦାସ ପ୍ରମୁଖ ସୂଚନା ଦେଇଛନ୍ତି ।

 ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଏଠି କି ରାଜନୀତି ଚାଲିଛି ?

ଆସିଛିରେ ଭାଇ ଆସିଛି,
ଅଗଷ୍ଟ ପନ୍ଦର ଆସିଛି,
ମେଘ ପବନରେ, ଆଂଠୁଏ ପାଣିରେ;
ବୁଢୀ ମାଆ ମୋର,ନଇଁ ନଇଁ ଚାଲେ ।
ଭତା ଟଙ୍କା ପାଇଁ ଆସିଛି  । ।

କୋଠା ବାଲା ପାଏ ରାସନ ଚାଉଳ,
ବିଧବା ମାଗୁଛି ଭିକ,
ସରପଂଚ  ସ୍ବାମୀ ନିଶ ମୋଡି କହେ,
ହସୁଛି ମୋ ପଂଚାୟତ ।
ଛକଡା ଧନକୁ   ବାରକଡା କରି,
ମୁଁ ମିଛ ବିଲ୍ କରି ଦେଇଛି । ।
ଅଗଷ୍ଟ ପନ୍ଦର ଆସିଛି,


ସତ୍ୟତା ସ୍ବଚ୍ଛତା ଗାଁ ପରିମଳ, 
ଧନୀ ଘର ପୁଅ ଚୋବାଏ ଚାଉଳ, 
ମିଛ ପାଇଖାନା,ମିଛ କୋଠ ଘର,
 କାଗଜ ପତରେ ଭାରି ଗଣ୍ଡଗୋଳ
ଆର.ଟି.ଆଇ କିଏ ମାଗିଛି?
ଦେବି ତାକୁ ପାନେ, ଦେଖିବ ଜୀବନେ
 ପିସି କାରବାର ହୋଇଛି ।

ତିରଙ୍ଗା ପତାକା ଖତେଇ କହୁଛି,
ଦିନ କାଳ ସରି ଆସୁଛି ।
ବୁଡି ଗଲା ଗୋଡ ତଳକୁ ତଳକୁ,
ଏଠି କି ରାଜନୀତି ଚାଲିଛି ???
ଅଗଷ୍ଟ ପନ୍ଦର ଆସିଛି,
 ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,କଟକ,ସଂପର୍କ:୯୨୩୮୫୮୯୧୦୦

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନିଆଳୀ ବ୍ଲକରେ ଚଂଚକତା, ଜୀଅନ୍ତା ମଣିଷକୁ ସରକାରୀ ଖାତାରେ ମାରିଦେଲେ

ନିଆଳୀ ବ୍ଲକରେ ଚଂଚକତା, ଜୀଅନ୍ତା ମଣିଷକୁ ସରକାରୀ ଖାତାରେ ମାରିଦେଲେ
(ନିଆଳୀ) ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ସମୟରେ,ସରକାର ଲକ୍ ଡାଉନ ସମୟରେ କାମ ଧନ୍ଦା ନ ପାଇ ଘରେ ବସିଥିବା ସମୟରେ , ଜନ ସାଧାରଣଙ୍କୁ ସାହାଯ୍ୟ ପ୍ରଦାନ କରିବା ଅନେକ  ଯୋଜନା ପ୍ରଣୟନ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ ପାଇଁ ପନ୍ଦର ଶହ ଟଙ୍କା ସ୍ଥିରୀକୃତ ହେବା ବେଳେ, ଏହାର ବଂଟନ ପାଇଁ ସରକାରୀ ସ୍ତରରେ ବିଭିନ୍ନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା  । ମାତ୍ର ଏହାର ବ୍ୟତିକ୍ରମ ଦେଖା ଦେଇଛି ନିଆଳୀ ବ୍ଲକ୍ ସ୍ଥିତ ଅଁଳୋ ଗ୍ରାମ ପଂଚାୟତ ଗୋବିନ୍ଦ ରାମ ପାଟଣା ଗ୍ରାମରେ  । ଉକ୍ତ ଗ୍ରାମରେ ରାଘବ ବେହେରାଙ୍କ ପୁତ୍ର ଜିତେନ୍ଦ୍ର ବେହେରା (୨୬ ବର୍ଷ)  ଏକ ଓଲଡିଂ ଦୋକାନ କରିଛନ୍ତି । ଏତଦ୍ ବ୍ୟତୀତ ଜଣେ ନିର୍ମାଣ ଶ୍ରମିକ ଭାବରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ ବୋର୍ଡର  ପଂଜୀକୃତ ନଂ ଓ.ଡି.ସି.ଟି.ସି.୦୦୧୧୩୧୬୩୦, ତା:୨୮/୦୬/୨୦୧୭ରିଖ ଦିନ ପଂଜୀକରଣ କରିଥିଲେ । ଏକଦା ଜିତେନ୍ଦ୍ର,ତାଙ୍କର ଦୋକାନରେ କାର୍ଯ୍ୟରତ ଥିବା ସମୟରେ ଶ୍ରମିକ ମାନଙ୍କ ଟଙ୍କା ବଂଟନ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ଆସି  ଜିତେନ୍ଦ୍ରଙ୍କ  ନିର୍ମାଣ ଶ୍ରମିକ ସହାୟତା ରାଶି କାଳେ ଅଁଳୋ ଗ୍ରାମର ତାଲିକାରେ ନାମ ଚାଲିଯାଇଥିବ ବୋଲି
କହିଥିଲେ  ।  ଏହାପରେ  ତିନି ମାସ ବିତିଯାଇଥିଲେ ମଧ୍ୟ ଜିତେନ୍ଦ୍ରଙ୍କ ସହାୟତା ରାଶି ସଂପର୍କରେ କୌଣସି ସୁରାକ୍ ମିଳି ନ ଥିଲା  ।  ମାତ୍ର ପରିତାପର ବିଷୟ  ନିଆଳୀ ବ୍ଲକ ପ୍ରଶାସନ ଦ୍ୱାରା ନିର୍ମାଣ ଶ୍ରମିକ ସଂପର୍କିତ କାଗଜାତ ପତ୍ରରେ  ଜଣେ ଜୀବନ୍ତ ମଣିଷକୁ ଆକ୍ରୋଶମୂଳକ ଭାବେ ଜିତେନ୍ଦ୍ରଙ୍କୁ ମୃତ ଦର୍ଶାଯାଇଥିଲା ।   ଯାହାଫଳରେ ସରକାରଙ୍କ ଠାରୁ ମିଲୁଥିବା ସହାୟତା ରାଶି ପାଇବା ପାଇଁ ବଂଚିତ ହୋଇଥିଲେ । ଏପରି ବ୍ୟତିକ୍ରମ ଉଦ୍ଦେଶ୍ୟମୂଳକ ହୋଇଥିଲେ ମଧ୍ୟ, ମୋ ପୁଅ ବଂଚିଥାଉ ଥାଉ ସରକାର ତାଙ୍କ କାଗଜାତପତ୍ରରେ ମାରିଦେଲେ ବୋଲି ଲୁହ ଛଳ  ଛଳ ଆଖିରେ ଜିତେନ୍ଦ୍ରଙ୍କ ମାଆ ମତବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ଏପରି ତୃଟି ଜାଣି ଶୁଣି କରାଯିବା ସହିତ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଇଛି ଏବଂ ଏପରି ତୃଟି କରିଥିବା କର୍ମଚାରୀଙ୍କୁ ଦଣ୍ଡ ବିଧାନ କରିବା ଦରକାର ବୋଲି ନିଆଳୀର ମାନବିକ ଅଧିକାର କର୍ମୀ ଅବଦୁଲ ବାରି ମତବ୍ୟକ୍ତ କହିଛନ୍ତି ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗୋବିନ୍ଦପୁର ଗ୍ରାମ ପଂଚାୟତକୁ ସଟ ଡାଉନ୍ ଘୋଷଣା କଲେ ସରପଂଚ

ଗୋବିନ୍ଦପୁର ଗ୍ରାମ ପଂଚାୟତକୁ ସଟ ଡାଉନ୍ ଘୋଷଣା କଲେ ସରପଂଚ
IYA NEWS (କଂଟାପଡା) ତାରିଖ:୦୪/୦୮/୨୦୨୦ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇଥିବା ସମୟରେ ଆଜି ଗୋବିନ୍ଦପୁର ଗ୍ରାମ ପଂଚାୟତର ସରପଂଚ ଲଲାଟେନ୍ଦୁ ଦାସ, ଉକ୍ତ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜନୈକ କର୍ମଚାରୀ କରୋନା ସଂକ୍ରମିତ ହେତୁ ଆଜି ୦୫/୦୮/୨୦୨୦ରିଖ ବୁଧବାର ଅପରାହ୍ନ ଦୁଇ ଘଟିକା ଠାରୁ  ଆସନ୍ତା ତା ୦୭/୦୮/୨୦୨୦ରିଖ ଅପରାହ୍ନ ଦୁଇ ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍  ଘୋଷଣା କରିଛନ୍ତି  । ଏହି ସମୟରେ ଗୋବିନ୍ଦପୁରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ  ତଥା ଔଷଧ ଦୋକାନ ଖୋଲା ରହିବ ବୋଲି ସରପଂଚ ଶ୍ରୀଯୁକ୍ତ ଦାସ ପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।  ଏହି ସଂପର୍କରେ ଅବଗତି ନିମନ୍ତେ ସରପଂଚ ଶ୍ରୀଯୁକ୍ତ ଦାସ କଂଟାପଡା ତହସିଲଦାର,କଂଟାପଡା ବ୍ଲକ ଉନ୍ନୟନ ଅଧିକାରୀ,ଗୋବିନ୍ଦପୁର ଥାନାଧିକାରୀ ଓ ସ୍ବାସ୍ଥାଧିକାରୀ ଅଡଶପୁର/ଗୋବିନ୍ଦପୁରଙ୍କୁ  ମଧ୍ୟ ଲିଖିତ ଭାବରେ ଅବଗତ କରିଛନ୍ତି ।ପ୍ରକାଶ୍ୟ ଯେ ଗତ  ଉକ୍ତ କର୍ମଚାରୀ ଜଣକ ତା ୩୧/୦୭/୨୦୨୦ରିଖରୁ ଜ୍ୱରରେ ପିଡୀତ ହୋଇଥିଲେ । ପରେ ପରେ  ତା ୦୧/୦୮/୨୦ରିଖ ଦିନ ଆପୋଲୋ ହସପିଟାଲରେ ସ୍ବାବ ପରିକ୍ଷଣ ପରେ କୋଭିଡ୍ ପଜିଟିଭ୍  ବାହାରିଥିଲା ଯାହା  ଉକ୍ତ ଗ୍ରାମ୍ୟ ବ୍ୟାଙ୍କର ପ୍ରବନ୍ଧକ ପତ୍ର ମାଧ୍ୟମରେ (ପତ୍ର. କ୍ରମାଂକ-୩୦/୨୯/୨୧) ସୂଚନା ପ୍ରଦାନ କରିଛନ୍ତି ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ହତଭାଗ୍ୟ

ଦୁନିଆଁରେ କିଏ ଅବା କାହାକୁ ଝୁରିଛି,ହେ
ସେନେହ ଟିକେ ମିଳେ ନି,ଯେତେ ଖୋଜିଲେ ବି;
ଜୀବନରେ ମିଳେ ପ୍ରତାରଣା,
ପ୍ରତାରିତ ମଣିଷକୁ କିଏ ବା କାହିଁକି ଖୋଜିଛି । ।

ଜୀବନର ହାଟରେ,ସଂପର୍କ ସଉଦା ପାଇଁ,
ମନ ଖୋଜେ ହୃଦୟର ଡୋରୀ,
ସବୁ କିଛି ଶୁନ୍ ଶାନ୍ ହୋଇଯାଏ,
ପଡି ରହେ ଅତୀତର ଛାଇ । ।

ବୁଢିଆଣୀ  ଅଡୁଆ ସୂତାରେ ଝୁୁଲୁଛି ଜୀବନ,
କେବେ କେବେ ରଡ ନିଆଁରେ ଶିଝେ ତନୁ ମନ;
ମିଳିବ କି ସଂପର୍କର ଶୀତଳତା,ସେନେହର ମଳୟ ପବନ,
ହେଲେ ସବୁକିଛି ଶୁନ୍ ଶାନ୍ ।
ଜୀବନଟା  ଧୋକାବାଜ୍,
ସଂପର୍କଟା ଭାରି ବେଇମାନ । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...