ବିବାହ ତତ୍ୱ ଜ୍ଞାନ

IYA NEWS
ବିବାହ ତତ୍ୱ ଜ୍ଞାନ
ଆସ ଗୋ ପରାଣ ମିତ,
ବିଭା ଘର ଦେଖିଯିବା ତୁରିତ ଗୋ,
ଦେଖି ଲାଖି ଯିବ ତୋର ନେତ୍ର ସଙ୍ଗାତ ଗୋ । ।
ମହା ସମାରୋହେ ଆଜି,
ବିଭା ଘରେ ସର୍ବେ ଅଛନ୍ତି ମଜ୍ଜି ଗୋ ।
ଦେଖ ନୟନକୁ ଠୁଳେ ଖଂଜି ସଙ୍ଗାତ ଗୋ । ।
ଏକାଗ୍ରତା ମନ ଦେଇ,
ଅନାଥ ରୋଷଣି କ୍ଷେତ୍ରକୁ ଯାଇ ଗୋ ।
କେତେ  ଫୁଲ ଫାନସ ଦିଶଇ ସଙ୍ଗାତ ଗୋ । ।
ଶ୍ୱେତ ପୀତ ନୀଳ ବର୍ଣ୍ଣ,
ଲୋହିତ କୁଙ୍କୁମ ବର୍ଣ୍ଣ ଘେନିଣ ଗୋ ।
ପଂଚ ବର୍ଣ୍ଣରେ ଫୁଲ ଶୋଭନ ସଙ୍ଗାତ ଗୋ । ।
ମଦନ ମାରଇ ବାଣ,
ବାଣ ଶବ୍ଦେ କଂପୁଅଛି ଭୁବନ ଗୋ ।
ପରାଣ ହୋଇଯାଏ ଉଚ୍ଛନ୍ନ ସଙ୍ଗାତ ଗୋ । ।
ଏ ବ୍ରାହ୍ମ ମୁହୂର୍ତ ବେଳେ,
ଜ୍ୟୋତିର୍ମୟ ପ୍ରଭା ଦିଶେ ନେତ୍ରରେ ଗୋ ।
ଚତୁର୍ଦ୍ଦିଗ ପୂର୍ଣ୍ଣ ଆଲୋକରେ ସଙ୍ଗାତ ଗୋ । ।
ଦେଖି ସର୍ବେ ଆନନ୍ଦିତ,
କେ ହସେ କେ ନାଚେ କେ ଗାଏ ଗୀତ ଗୋ ।
ବାର ବାଦ୍ୟେ ଦୁଲୁକେ ଜଗତ ସଙ୍ଗାତ ଗୋ । ।
ବର ନିକଟେ ମାର୍କୁଣ୍ଡି,
ମାର ଶର ତହିଁ ନ ପାରେ ଭେଦି ଗୋ ।
ବାଳ ସମ ମନେ ଚଳ ଧୁଣ୍ଡି  ସଙ୍ଗାତ ଗୋ ।
ବାଳ ସମ ମନ କରି,
କାମ କ୍ରୋଧ ଲୋଭ ପାରିଲେ ଦଳି ଗୋ ।
ବୁଝିବୁ  ବିଭା ତତ୍ୱ  କିପରି ସଙ୍ଗାତ ଗୋ । ।
(କ୍ରମଶଃ-୧)

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମନିଷୀ ବାର୍ତା

 IYA NEWS
ମନିଷୀ ବାର୍ତା
ସଂଗ୍ରାହକ:ସନ୍ଥ ଧର୍ମାନନ୍ଦ
ଆଳସ୍ୟରୁ ଯଦି ଦୁଃଖ ମିଳିଲା,ତେବେ ଅଳସୁଆ ରହିବା କେଡେ ଦୁର୍ଭାଗ୍ୟ ।(ଗାନ୍ଧିଜୀ)
ଆଜି ଯାହା ପାଇଁ ଯିଏ ଶଙ୍ଖା କାଚ କିଣଇ,
        ତାହା ଯୋଗୁ ଏହି ଦେହ,ହଜି ଯିବ ଭାବଇ । ।(ତାରଣ)
ଅ।ମେ ସବୁ ଭାଇ/ଭଉଣୀ ଓ ଗୋଟିଏ ପରିବାର,ଆମର ସଂପର୍କ  କ୍ଷୀର-ନୀର ହେବା           ଉଚିତ୍ ।(ଗାନ୍ଧିଜୀ)
ଆଶୀର୍ବାଦ ଦାତାଙ୍କ ବଳରେ ଇଷ୍ଟ ଲାଭ ନିଶ୍ଚୟ ହୁଏ, ଆଉ ମଧ୍ୟ ସମୟେ  ସମୟେ ଆଶୀର୍ବାଦ ଗ୍ରହୀତାଙ୍କ ଦ୍ୱାରା ସେହି ଉଦ୍ଦେଶ୍ୟ ସଫଳ ହୋଇଯାଏ ।(ଶଙ୍କର)
ଆରାଧନା ବିନା କୌଣସି ପ୍ରକାର ଉଦ୍ଦେଶ୍ୟ ସଫଳ ହେବା ଆଦୌ ସମ୍ଭବ ନୁହେଁ ।  (ସ୍ବାମୀ ଚିଦାନନ୍ଦ)
ଆତ୍ମ ଜ୍ଞାନର ଅଭାବ ହିଁ ପ୍ରକୃତ ଅଭାବ,କାରଣ ଆତ୍ମୀୟ ପରମାତ୍ମାଙ୍କୁ ସେ ଭୁଲିଯାଏ ଆତ୍ମ ଜ୍ଞାନ ଅଭାବରୁ । (ଦିଗମ୍ବର ପରମହଂସ)
ଆତ୍ମ ସଂଯମ.ଇଷ୍ଟ ସାଧନା ଓ ସେବା ଦ୍ୱାରା ହିଁ ମାନବ ସମାଜରେ ଶାନ୍ତି ଓ ଆନନ୍ଦ ମିଳିଥାଏ ।(ସ୍ବାମୀ ଚିଦାନନ୍ଦ)
ଆତ୍ମାର ଯଥାର୍ଥ ଜ୍ଞାନ ନ ହେବା ଯାଏ,ତପ,ଦାନ,ତୀର୍ଥ ଯାତ୍ରା ପ୍ରଭୃତି ସକାମ ସାଧନା ଜୀବନରେ ବିଷୟ ବୈରାଗ୍ୟ ଆଣେ ନାହିଁ । (ଦିଗମ୍ବର ପରମହଂସ)
ଆତ୍ମ ଜ୍ଞାନ ନିମିତ ପ୍ରାଣରେ ଐକାନ୍ତିକ ବ୍ୟାକୁଳତା ସଦ୍ ଗୁରୁଙ୍କ କୃପାରୁ ହିଁ ଲାଭ ହୁଏ ।((ସ୍ବାମୀ ନିଗମାନନ୍ଦ)
ଆମେ କଅଣ ସୁଖ ପାଉ,ତାହାରି ଉପରେ ନିର୍ଭର କରୁଛି ଆମ ଜୀବନ କିଭଳି ଛାଂଚରେ ପଡିବ ।(ଗ୍ୱେଟ୍)
ଆମକୁ କଅଣ ସୁଖ ଲାଗୁଛି ତାହାରି ଦ୍ୱାରା ଆମ ମତ ପ୍ରଭାବିତ ହୁଏ ।(ଗ୍ୱେଟ୍)

କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କାଳିଆବୋଦା ମହା ଶ୍ମଶାନକୁ ସଫା କଲେ ସ୍ବେଛାସେବୀ

କାଳିଆବୋଦା ମହା ଶ୍ମଶାନକୁ ସଫା କଲେ ସ୍ବେଛାସେବୀ
   

IYA NEWS (କଟକ)   ତା:୩୦/୦୮/୨୦୨୦ରିଖ ମାଳିକା ରଚିତ କାଳିଆବୋଦା ମହାଶ୍ମଶାନ କଟକ ମହାନଗର ନିଗମର ଦାୟିତ୍ୱରେ ଥିଲେ ମଧ୍ୟ ଏହାକୁ ସଠିକ ରକ୍ଷାଣବେକ୍ଷଣ କରାଯାଉନଥିବା ଦେଖାଯାଉଛି ।ବର୍ତ୍ତମାନ ଏହି ସ୍ଥାନରେ ସ୍ଥାନୀୟ ଲୋକଙ୍କ ମୃତଦେହ ସହ କରୋନା ରୋଗୀଙ୍କ ମୃତଦେହ ମଧ୍ୟ ସତ୍କାର ହେଉଛି ।।ଜିଲ୍ଲା ପ୍ରଶାସନ କରୋନା ମୃତଶରୀର ସତ୍କାର ପାଇଁ ଅନୁମତି ଦେଇଥିଲେ ମଧ୍ୟ କୌଣସି ପ୍ରକାର ପରିଷ୍କାର ଓ ସଫେଇ ହେଉନଥିବା ଦେଖାଯାଉଛି।କଟକ ମହାନଗର ନିଗମ ତରଫରୁ କୌଣସି ଡ଼ଷ୍ଟବିନ ନଥିବାରୁ ଶବସତ୍କାର କରିବାକୁ ଆସୁଥିବା ଲୋକମାନେ ଶବସତ୍କାର ପରେ ମାଟିହାଣ୍ଡି,ଲୁଗାପଟା, ମାସ୍କ,ଗ୍ଲୋବ୍ସ, ଫେସ ସିଲ୍ଡ,ପିପିଇ କିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଏଣେତେଣେ ପଡିରହୁଛି ।କଟକ ସହରର ଏକ ମୂଖ୍ୟ ଶ୍ମଶାନ ହୋଇଥିବାରୁ ଦୈନିକ ଅନେକ ମୃତଦେହ ସତ୍କାର ହେଉଛି ମାତ୍ର ଶବସତ୍କାର ପରେ ଏହାର ପାଉଁଶକୁ ସଫା କରାଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।।ବର୍ତ୍ତମାନ ବର୍ଷାଦିନ ଯୋଗୁଁ ଅନାବନା ଗଛ ଉଠି ଘଞ୍ଚଜଙ୍ଗଲ ସୃଷ୍ଟି ହେବାଦ୍ଵାରା ବିଷାକ୍ତ ଜୀବଜନ୍ତୁ ରହୁଥିବା ଦେଖାଯାଉଛି ଓ ବହୁତ ଦୁର୍ଗନ୍ଧ ହେଉଛି ।ଏହି ଅପରିଷ୍କାର ପରିବେଶକୁ ଦେଖି ଆଜି ସୂଚନାଅଧିକାର କର୍ମୀ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ମହଶ୍ମଶାନକୁ ସଫେଇ କରାଯାଇଥିଲା ।ଏହି ସଫେଇ କାର୍ୟ୍ୟକ୍ରମରେ ଭାଗ୍ୟଧର,ପ୍ରମୋଦ ଦାଶ,ରାହୁଲ ଦାଶ,କାଳନ୍ଦୀ ବେହେରା, ରାଜେନ୍ଦ୍ର ସାହୁ,ରାଜକୁମାର ମହାନ୍ତି ଓ କାଳନ୍ଦି ଜେନା ସାମିଲ ହୋଇଥିଲେ।।ପୁର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ଵାଳ ସଫେଇ କାର୍ୟ୍ୟକ୍ରମରେ ସମସ୍ତଙ୍କୁ ଧନ୍ୟବାଦ ଦେବାସହ କଟକ ମହାନଗର ନିଗମ ସ୍ଵାସ୍ଥ୍ୟ ଅଧିକାରୀ ଡଃ ସତ୍ୟବ୍ରତ ମହାପାତ୍ର ତୁରନ୍ତ ଡଷ୍ଟବୀନ ବ୍ୟବସ୍ଥା କରିବା ସହ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଫାକରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କୋଭିଡ୍-୧୯ର ବ୍ୟୟ ଜନିତ ହିସାବ ତଥ୍ୟ ନ ଦେବାରୁ ବିକ୍ଷୋଭ ପ୍ରଦର୍ଶନ

କୋଭିଡ୍-୧୯ର ବ୍ୟୟ ଜନିତ ହିସାବ ତଥ୍ୟ ନ ଦେବାରୁ ବିକ୍ଷୋଭ ପ୍ରଦର୍ଶନ 
IYA NEWS (କଟକ) ତା୧୭/୦୮/୨୦ରିଖମହାମାରୀ କରୋନା ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସ ୨୧ ତାରିଖ ଠାରୁ ସମଗ୍ର ଓଡିଶା ରାଜ୍ୟରେ ଲକ୍ ଡାଉନ୍ ଏବଂ ସର୍ଟ ଡାଉନ୍ ଲାଗୁ ହେବା ଫଳରେ ବିପର୍ଯ୍ୟସ୍ତ ହୋଇ ପଡିଲା ଜନ ସାଧାରଣଙ୍କର ଜୀବନ ଜୀବିକା । ଏହାର ମୁକାବିଲା କରିବା ପାଇଁ ଅଦ୍ୟାବଧି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । ନିରାଶ୍ରୟ ମଣିଷର ଭୋଜନ ବ୍ୟବସ୍ଥା ଠାରୁ ପଶୁ ପକ୍ଷୀମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବା ସହିତ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଗଲା । ଏଥିପାଇଁ ବିପୁଳ ପରିମାଣରେ ଅର୍ଥଶ୍ରାଦ୍ଧ ହେଲା । ମାତ୍ର ଫାଇଭ୍ ଟି ନାରା ଦେଇ,ସରକାର ଢୋଲ ପିଟୁଥିଲା ବେଳେ, ସୂଚନା ଅଧିକାର ଆଇନ ମାଧ୍ୟମରେ ଏହାର ବ୍ୟୟ ଅଟକଳ ସଂପର୍କରେ, ତିନି ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସରକାର ସୂଚନା ଅଧିକାରୀକର୍ମୀମାନଙ୍କୁ ତଥ୍ୟ ଦେବା ପାଇଁ ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଥିପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ କଟକ ଜିଲ୍ଲା ତରଫରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଯଦି ଆଗାମୀ ଦିନରେ କୋଭିଡ୍ ସଂପର୍କିତ କୋଭିଡ୍ ହସପିଟାଲ,କ୍ୱାରାଂଟାଇନ୍ କେନ୍ଦ୍ର,ରିଲିଫ୍ ବଂଟନ, ନିର୍ମାନ ଶ୍ରମିକ ଆର୍ଥିକ ସହାୟତା,ଭତା ପ୍ରଦାନ, ପଶୁ ପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଣ ତଥ୍ୟ ଗୁଡିକ ଆଗାମୀ ପନ୍ଦର ଦିନ ମଧ୍ୟରେ ପ୍ରଦାନ ନ କରନ୍ତି, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତପୂର୍ଣ୍ଣ ଧାରଣା ଦିଆଯିବ ବୋଲି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇଥିବା ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ସୁଚନା ଅଧିକାର ତଥ୍ୟ ନ ଦେଲେ, ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଅଧିକାର କର୍ମୀ ଅକ୍ଷୟ ପଣ୍ଡା,ଭୀମସେନ ବିଶ୍ୱାଳ,ପ୍ରକାଶ ସାମଲ,ବସନ୍ତ ଜେନା,ରତ୍ନାକର ଦାସ,ଜ୍ଞାନ ରଂଜନ ଭୂୟାଁ,ଗତିକୃଷ୍ଣ ବେହେରା, ରମାକାନ୍ତ ଦଳାଇ,ଲକ୍ଷ୍ମୀଧର ଖୁଂଟିଆ,ମନୋରଂଜନ ସାହୁ,ଅଲେଖ ମହାନ୍ତି,ତୀର୍ଥବାସୀ ବେହେରା,ସଚ୍ଚିଦାନନ୍ଦ ପ୍ରଧାନ,ହରିହର ବେହେରା,ହିମାଂଶୁ ସାହୁ,ଅତୁଲ୍ୟ ସାହୁ ,ଭୀମସେନ ବିଶ୍ୱାଳ ଏବଂ ସତ୍ୟପ୍ରିୟ ଦାସ ପ୍ରମୁଖ ସୂଚନା ଦେଇଛନ୍ତି ।

 ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଏଠି କି ରାଜନୀତି ଚାଲିଛି ?

ଆସିଛିରେ ଭାଇ ଆସିଛି,
ଅଗଷ୍ଟ ପନ୍ଦର ଆସିଛି,
ମେଘ ପବନରେ, ଆଂଠୁଏ ପାଣିରେ;
ବୁଢୀ ମାଆ ମୋର,ନଇଁ ନଇଁ ଚାଲେ ।
ଭତା ଟଙ୍କା ପାଇଁ ଆସିଛି  । ।

କୋଠା ବାଲା ପାଏ ରାସନ ଚାଉଳ,
ବିଧବା ମାଗୁଛି ଭିକ,
ସରପଂଚ  ସ୍ବାମୀ ନିଶ ମୋଡି କହେ,
ହସୁଛି ମୋ ପଂଚାୟତ ।
ଛକଡା ଧନକୁ   ବାରକଡା କରି,
ମୁଁ ମିଛ ବିଲ୍ କରି ଦେଇଛି । ।
ଅଗଷ୍ଟ ପନ୍ଦର ଆସିଛି,


ସତ୍ୟତା ସ୍ବଚ୍ଛତା ଗାଁ ପରିମଳ, 
ଧନୀ ଘର ପୁଅ ଚୋବାଏ ଚାଉଳ, 
ମିଛ ପାଇଖାନା,ମିଛ କୋଠ ଘର,
 କାଗଜ ପତରେ ଭାରି ଗଣ୍ଡଗୋଳ
ଆର.ଟି.ଆଇ କିଏ ମାଗିଛି?
ଦେବି ତାକୁ ପାନେ, ଦେଖିବ ଜୀବନେ
 ପିସି କାରବାର ହୋଇଛି ।

ତିରଙ୍ଗା ପତାକା ଖତେଇ କହୁଛି,
ଦିନ କାଳ ସରି ଆସୁଛି ।
ବୁଡି ଗଲା ଗୋଡ ତଳକୁ ତଳକୁ,
ଏଠି କି ରାଜନୀତି ଚାଲିଛି ???
ଅଗଷ୍ଟ ପନ୍ଦର ଆସିଛି,
 ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,କଟକ,ସଂପର୍କ:୯୨୩୮୫୮୯୧୦୦

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନିଆଳୀ ବ୍ଲକରେ ଚଂଚକତା, ଜୀଅନ୍ତା ମଣିଷକୁ ସରକାରୀ ଖାତାରେ ମାରିଦେଲେ

ନିଆଳୀ ବ୍ଲକରେ ଚଂଚକତା, ଜୀଅନ୍ତା ମଣିଷକୁ ସରକାରୀ ଖାତାରେ ମାରିଦେଲେ
(ନିଆଳୀ) ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ସମୟରେ,ସରକାର ଲକ୍ ଡାଉନ ସମୟରେ କାମ ଧନ୍ଦା ନ ପାଇ ଘରେ ବସିଥିବା ସମୟରେ , ଜନ ସାଧାରଣଙ୍କୁ ସାହାଯ୍ୟ ପ୍ରଦାନ କରିବା ଅନେକ  ଯୋଜନା ପ୍ରଣୟନ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ ପାଇଁ ପନ୍ଦର ଶହ ଟଙ୍କା ସ୍ଥିରୀକୃତ ହେବା ବେଳେ, ଏହାର ବଂଟନ ପାଇଁ ସରକାରୀ ସ୍ତରରେ ବିଭିନ୍ନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା  । ମାତ୍ର ଏହାର ବ୍ୟତିକ୍ରମ ଦେଖା ଦେଇଛି ନିଆଳୀ ବ୍ଲକ୍ ସ୍ଥିତ ଅଁଳୋ ଗ୍ରାମ ପଂଚାୟତ ଗୋବିନ୍ଦ ରାମ ପାଟଣା ଗ୍ରାମରେ  । ଉକ୍ତ ଗ୍ରାମରେ ରାଘବ ବେହେରାଙ୍କ ପୁତ୍ର ଜିତେନ୍ଦ୍ର ବେହେରା (୨୬ ବର୍ଷ)  ଏକ ଓଲଡିଂ ଦୋକାନ କରିଛନ୍ତି । ଏତଦ୍ ବ୍ୟତୀତ ଜଣେ ନିର୍ମାଣ ଶ୍ରମିକ ଭାବରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ ବୋର୍ଡର  ପଂଜୀକୃତ ନଂ ଓ.ଡି.ସି.ଟି.ସି.୦୦୧୧୩୧୬୩୦, ତା:୨୮/୦୬/୨୦୧୭ରିଖ ଦିନ ପଂଜୀକରଣ କରିଥିଲେ । ଏକଦା ଜିତେନ୍ଦ୍ର,ତାଙ୍କର ଦୋକାନରେ କାର୍ଯ୍ୟରତ ଥିବା ସମୟରେ ଶ୍ରମିକ ମାନଙ୍କ ଟଙ୍କା ବଂଟନ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ଆସି  ଜିତେନ୍ଦ୍ରଙ୍କ  ନିର୍ମାଣ ଶ୍ରମିକ ସହାୟତା ରାଶି କାଳେ ଅଁଳୋ ଗ୍ରାମର ତାଲିକାରେ ନାମ ଚାଲିଯାଇଥିବ ବୋଲି
କହିଥିଲେ  ।  ଏହାପରେ  ତିନି ମାସ ବିତିଯାଇଥିଲେ ମଧ୍ୟ ଜିତେନ୍ଦ୍ରଙ୍କ ସହାୟତା ରାଶି ସଂପର୍କରେ କୌଣସି ସୁରାକ୍ ମିଳି ନ ଥିଲା  ।  ମାତ୍ର ପରିତାପର ବିଷୟ  ନିଆଳୀ ବ୍ଲକ ପ୍ରଶାସନ ଦ୍ୱାରା ନିର୍ମାଣ ଶ୍ରମିକ ସଂପର୍କିତ କାଗଜାତ ପତ୍ରରେ  ଜଣେ ଜୀବନ୍ତ ମଣିଷକୁ ଆକ୍ରୋଶମୂଳକ ଭାବେ ଜିତେନ୍ଦ୍ରଙ୍କୁ ମୃତ ଦର୍ଶାଯାଇଥିଲା ।   ଯାହାଫଳରେ ସରକାରଙ୍କ ଠାରୁ ମିଲୁଥିବା ସହାୟତା ରାଶି ପାଇବା ପାଇଁ ବଂଚିତ ହୋଇଥିଲେ । ଏପରି ବ୍ୟତିକ୍ରମ ଉଦ୍ଦେଶ୍ୟମୂଳକ ହୋଇଥିଲେ ମଧ୍ୟ, ମୋ ପୁଅ ବଂଚିଥାଉ ଥାଉ ସରକାର ତାଙ୍କ କାଗଜାତପତ୍ରରେ ମାରିଦେଲେ ବୋଲି ଲୁହ ଛଳ  ଛଳ ଆଖିରେ ଜିତେନ୍ଦ୍ରଙ୍କ ମାଆ ମତବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ଏପରି ତୃଟି ଜାଣି ଶୁଣି କରାଯିବା ସହିତ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଇଛି ଏବଂ ଏପରି ତୃଟି କରିଥିବା କର୍ମଚାରୀଙ୍କୁ ଦଣ୍ଡ ବିଧାନ କରିବା ଦରକାର ବୋଲି ନିଆଳୀର ମାନବିକ ଅଧିକାର କର୍ମୀ ଅବଦୁଲ ବାରି ମତବ୍ୟକ୍ତ କହିଛନ୍ତି ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗୋବିନ୍ଦପୁର ଗ୍ରାମ ପଂଚାୟତକୁ ସଟ ଡାଉନ୍ ଘୋଷଣା କଲେ ସରପଂଚ

ଗୋବିନ୍ଦପୁର ଗ୍ରାମ ପଂଚାୟତକୁ ସଟ ଡାଉନ୍ ଘୋଷଣା କଲେ ସରପଂଚ
IYA NEWS (କଂଟାପଡା) ତାରିଖ:୦୪/୦୮/୨୦୨୦ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇଥିବା ସମୟରେ ଆଜି ଗୋବିନ୍ଦପୁର ଗ୍ରାମ ପଂଚାୟତର ସରପଂଚ ଲଲାଟେନ୍ଦୁ ଦାସ, ଉକ୍ତ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜନୈକ କର୍ମଚାରୀ କରୋନା ସଂକ୍ରମିତ ହେତୁ ଆଜି ୦୫/୦୮/୨୦୨୦ରିଖ ବୁଧବାର ଅପରାହ୍ନ ଦୁଇ ଘଟିକା ଠାରୁ  ଆସନ୍ତା ତା ୦୭/୦୮/୨୦୨୦ରିଖ ଅପରାହ୍ନ ଦୁଇ ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍  ଘୋଷଣା କରିଛନ୍ତି  । ଏହି ସମୟରେ ଗୋବିନ୍ଦପୁରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ  ତଥା ଔଷଧ ଦୋକାନ ଖୋଲା ରହିବ ବୋଲି ସରପଂଚ ଶ୍ରୀଯୁକ୍ତ ଦାସ ପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।  ଏହି ସଂପର୍କରେ ଅବଗତି ନିମନ୍ତେ ସରପଂଚ ଶ୍ରୀଯୁକ୍ତ ଦାସ କଂଟାପଡା ତହସିଲଦାର,କଂଟାପଡା ବ୍ଲକ ଉନ୍ନୟନ ଅଧିକାରୀ,ଗୋବିନ୍ଦପୁର ଥାନାଧିକାରୀ ଓ ସ୍ବାସ୍ଥାଧିକାରୀ ଅଡଶପୁର/ଗୋବିନ୍ଦପୁରଙ୍କୁ  ମଧ୍ୟ ଲିଖିତ ଭାବରେ ଅବଗତ କରିଛନ୍ତି ।ପ୍ରକାଶ୍ୟ ଯେ ଗତ  ଉକ୍ତ କର୍ମଚାରୀ ଜଣକ ତା ୩୧/୦୭/୨୦୨୦ରିଖରୁ ଜ୍ୱରରେ ପିଡୀତ ହୋଇଥିଲେ । ପରେ ପରେ  ତା ୦୧/୦୮/୨୦ରିଖ ଦିନ ଆପୋଲୋ ହସପିଟାଲରେ ସ୍ବାବ ପରିକ୍ଷଣ ପରେ କୋଭିଡ୍ ପଜିଟିଭ୍  ବାହାରିଥିଲା ଯାହା  ଉକ୍ତ ଗ୍ରାମ୍ୟ ବ୍ୟାଙ୍କର ପ୍ରବନ୍ଧକ ପତ୍ର ମାଧ୍ୟମରେ (ପତ୍ର. କ୍ରମାଂକ-୩୦/୨୯/୨୧) ସୂଚନା ପ୍ରଦାନ କରିଛନ୍ତି ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ହତଭାଗ୍ୟ

ଦୁନିଆଁରେ କିଏ ଅବା କାହାକୁ ଝୁରିଛି,ହେ
ସେନେହ ଟିକେ ମିଳେ ନି,ଯେତେ ଖୋଜିଲେ ବି;
ଜୀବନରେ ମିଳେ ପ୍ରତାରଣା,
ପ୍ରତାରିତ ମଣିଷକୁ କିଏ ବା କାହିଁକି ଖୋଜିଛି । ।

ଜୀବନର ହାଟରେ,ସଂପର୍କ ସଉଦା ପାଇଁ,
ମନ ଖୋଜେ ହୃଦୟର ଡୋରୀ,
ସବୁ କିଛି ଶୁନ୍ ଶାନ୍ ହୋଇଯାଏ,
ପଡି ରହେ ଅତୀତର ଛାଇ । ।

ବୁଢିଆଣୀ  ଅଡୁଆ ସୂତାରେ ଝୁୁଲୁଛି ଜୀବନ,
କେବେ କେବେ ରଡ ନିଆଁରେ ଶିଝେ ତନୁ ମନ;
ମିଳିବ କି ସଂପର୍କର ଶୀତଳତା,ସେନେହର ମଳୟ ପବନ,
ହେଲେ ସବୁକିଛି ଶୁନ୍ ଶାନ୍ ।
ଜୀବନଟା  ଧୋକାବାଜ୍,
ସଂପର୍କଟା ଭାରି ବେଇମାନ । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...