ଅଘୋରୀ ମୋହର ନାଆଁ

ଅନେକ ସମୟରେ ପୁରାତନ ସ୍ଥାନ ବୁଲିବା ଅଭ୍ୟାସ ଥିଲେ ମଧ୍ୟ ଜଗତସିଂହପୁର ସ୍ଥିତ ଧ୍ୟାନକୁଦ ପଂଚସଖାପୀଠ ଠାରୁ ଅନତି ଦୂରରେ ଥିବା ରାହସ ବଟ ଅନ୍ୟତମ । ସ୍ବ ସାଧନା ଦୃଷ୍ଟିରୁ ସେଠାରେ ଅନେକ ସମୟ ବିତାଇଲେ ମଧ୍ୟ, ବର୍ତମାନ ସମୟରେ ନିଜକୁ ଅଘୋରନାଥଙ୍କ ସେବକ କହୁଥିବା ଜନୈକ ସାଧୁଙ୍କ ବ୍ୟବହାର ଏବଂ କାର୍ଯ୍ୟଶୈଳୀ ଠିକ୍ ଲାଗୁନାହିଁ । ସାଧୁ ଗଂଜେଇ ଟାଣନ୍ତୁ ମୋର ମନା ନାହିଁ । କିନ୍ତୁ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ନ୍ୟାୟରେ , ବଟକୁ ଠାକୁରଙ୍କ ଆସ୍ଥାନ ବୋଲି କହି ନିଜେ ଗଂଜେଇ ଟାଣିବା ସହିତ ଅନ୍ୟମାନଙ୍କୁ ଡାକି ଗଂଜେଇ ଟାଣିବା କେତେ ଦୂର ଠିକ୍ , ପ୍ରିୟ ପାଠକେ ଆପଣ ତାହା ବିଚାର କରିବା ପାଇଁ ଅନୁରୋଧ । ଏତଦ୍ ବ୍ୟତୀତ ନିଜର ଜିଜ୍ଞାସା ହେତୁ ଆତ୍ମ ସାଧନା ସଂପର୍କେ ପଚାରିବା ଏବଂ ସମୂହ ଗଂଜାଇ ଟଣାକୁ ବିରୋଧ କରିବା ହେତୁ ଉକ୍ତ ବାବାଙ୍କର ଅତ୍ୟନ୍ତ କ୍ରୋଧ ପ୍ରକାଶ ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଜଣେ ସାମ୍ବାଦିକ ଭାବରେ ଏହାକୁ ରେର୍କଡିଂ ପାଇଁ ବାବାଙ୍କର କ୍ରୋଧିତ ରୂପ ବି ଦୁଃଖ ଦାୟକ । ଏହି ପରିପ୍ରେକ୍ଷୀରେ ମୋର କବିତାଟିକୁ ପାଠ କରି ମତାମତ ଦେବା ପାଇଁ ସବିନୟ ଅନୁରୋଧ ।
ଅଘୋରୀ ମୋହର ନାଆଁ 
ମାଧବାନନ୍ଦ ଭୋଇ
ବଟ ଠାରେ ଦେଖ,ଲାଗିଛି ନାଟ,
ବୁଢା ବାବାଜୀର ବଢିଛି ଜଟ,
ପିତଳ ଚିଲମେ ଧୂଆଁ,
ସାଙ୍ଗ ସାଥି ମେଳେ ଗଂଜେଇର ଭୋଗ;
ଅଘୋରୀ ମୋହର ନାଆଁ । ।
ସାଧୁ କେହି ନୁହେଁ ଦାଢୀ ବଢାଇଲେ,
ଆଖି ତରାଟିକି ଗଂଜେଇକି ଟାଣିଲେ,
ଥିବ ଦୟା କ୍ଷମା ରୂପ,
ବ୍ରହ୍ମ ପାଦେ ଧ୍ୟାୟୀ,ସମାଜର ହିତେ
ଜଳୁଥିବ ଜୀବନ ଦୀପ । ।
କିସ ହେବ ସାଧୁ, କୌପୀନ ପିନ୍ଧିଲେ?
ନିଶା,ରାଗ,ରୁଷା ମୁହେଁ ଆଚରିଲେ,
ନାହିଁ ମୁହେଁ ଦୟା ଭାବ,
ଭୋଗେ ସେହି ପରା ନରକର ଦୁଃଖ,
ଭୋଗୁଥାଏ ପରାଭବ । ।
ନାଶ ଯାଉ ଏହି ବାବାଜୀ ଗିରି,
ବାବା ନୁହେଁ , ଇଏ ଏକ ଗୁଣ୍ଡାଗିରି,
ପୋଡୁ ପୋଡା ମୁହାଁ ନିଶ,
ସତ୍ୟର ଜୟ ,ନିଶ୍ଚୟ ହୋଇବ;
ନାଶ ଯାଉ ସତ୍ୟାନାଶ । ।
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗୃହବନ୍ଦୀ ପରିବାରକୁ ବିନା ଅବରୋଧରେ ଦଶ ଫୁଟ ରାସ୍ତା ଛାଡିବା ପାଇଁ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶ

 ଗୃହବନ୍ଦୀ ପରିବାରକୁ ବିନା ଅବରୋଧରେ ଦଶ ଫୁଟ ରାସ୍ତା ଛାଡିବା ପାଇଁ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶ
IYA NEWS (କଂଟାପଡା) ତା:୦୩/୦୯/୨୦୨୦ରିଖ:  ଦୀର୍ଘ ଦିନ ପରେ ଅଦାଲତଙ୍କ ନିର୍ଦ୍ଦେଶଙ୍କ କ୍ରମେ  ଗୃହ ବନ୍ଦୀ
ରାୟ ପରିବାରକୁ ଆଶ୍ୱସ୍ତି  । ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ,  ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ରହି ଆସୁଥିବା, କଂଟାପଡା ବ୍ଲକ ଅଧିନସ୍ଥ ବ୍ରାହ୍ମଣ ସାଇଲୋ ଗ୍ରାମ ପଂଚାୟତ ଧାନ ମଣ୍ଡଳ ଗ୍ରାମରେ ହୋମିଓ ପାଥିକ କାର୍ଯ୍ୟାଳୟରେ ପରିସରେ ନିଜର କ୍ରୟ ଜମିରେ ପ୍ରକାଶ ରାୟ ସପରିବାର ରହି ଆସିଥିବା ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏକ ସରକାରୀ ପାଚେରୀ ନିର୍ମାଣକୁ କେନ୍ଦ୍ର କରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରକାଶ୍ୟ ଯେ ଶ୍ରୀଯୁକ୍ତ ରାୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ହୋମିଓ ପ୍ୟାଥିକ କାର୍ଯ୍ୟାଳୟର ଦକ୍ଷିଣ ପାଶ୍ୱର୍ର କିଛି ଅଂଶକୁ ରାସ୍ତା ଭାବରେ ବ୍ୟବହାର କରି ଗ୍ରାମ୍ୟ ରାସ୍ତାରେ ଯିବା ଆସିବା କରିବା ପାଇଁ ବ୍ୟବହାର କରି ଆସୁଥିଲେ  । ତେବେ  ଉକ୍ତ ପାଶ୍ୱର୍ରେ ଏକ ସରକାରୀ ପାଚେରୀ ନିର୍ମାଣ ହେବାରୁ ରାୟ ପରିବାର ଏକ ପ୍ରକାର ଗୃହ ବନ୍ଦୀ ହୋଇଯାଇଥିଲେ  ।  ଯାହାଫଳରେ  ଉକ୍ତ ନିର୍ମାଣକୁ କେନ୍ଦ୍ର କରି ପାଚେରୀ ନିର୍ମାଣକୁ ବିରୋଧକୁ କେନ୍ଦ୍ର କରି ଅପ୍ରିତୀ କର ପରିସ୍ଥିତି ମଧ୍ୟ  ସୃଷ୍ଟି ହୋଇ ଗୋବିନ୍ଦ ପୁର ପୋଲିସ ଉପସ୍ଥିତିରେ ଏହାର ସାମୟିକ ସମାଧାନ କରା ଯାଇ,ପ୍ରତିପକ୍ଷମାନେ ପୋଲିସ ଉପସ୍ଥିତିରେ  ପାଚେରୀ ନିର୍ମାଣ ମଧ୍ୟ କରିଥିଲେ  । ଶେଷରେ ଶ୍ରଯୁୀକ୍ତ ରାୟ ପରିବାର ଗୃହବନ୍ଦୀଭାବରେ ବ୍ୟତୀତ କରିବାରୁ, ଅନ୍ୟୋପାୟ ହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଆଇନଜିବୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ମାଧ୍ୟମରେ ଏକ ସିଭିଲ ସୁଟ ଦାୟର ଦାୟର କରାଯାଇଥିଲା ।  ରାୟ ପରିବାର ପରିସ୍ଥିତିକୁ ହୃଦୟଙ୍ଗମ କରି ମକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ବିନା ଅବରୋଧରେ  ପ୍ଲଟ ନଂ.୧୬୬୬ର ପୂର୍ବ ପାଶ୍ୱର୍ରେ ଦଶ ଫୁଟ   ପ୍ରସ୍ଥର ରାସ୍ତା ଛାଡିବା ପାଇଁ ଅଦାଲତ ତରଫରୁ ବ୍ଲକ ଉନ୍ନୟନ ଅଧିକାରୀ,କଂଟାପଡା,ଚିକିତ୍ସାଅଧିକାରୀ,ଧାନ ମଣ୍ଡଳ ଚିକିତ୍ସାଳୟ ଏବଂ ସରପଂଚ,ବ୍ରାହ୍ମଣ ସାଇଲୋକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ  ଉକ୍ତ ଘଟଣାରେ ଆକ୍ରୋଶ ମୂଳକ  ପାଚେରୀ ନିର୍ମାଣ କରିବା ସହିତ ସମାଜରେ ଏକ ପରିବାରକୁ ଗୃହବନ୍ଦୀ କରିବା ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଅନେକ ବୁଦ୍ଧିଜିବୀମାନେ ନାପସନ୍ଦ କରିଛନ୍ତି । 






ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଦରାଡ ଅଧିବାସୀଙ୍କ ଅକଥନୀୟ ଦୁର୍ଦ୍ଦଶା,ନୀରବ ଦ୍ରଷ୍ଟା ସାଜିଛି ବାଲିପାଟଣା ପ୍ରଶାସନ

ଦରାଡ ଅଧିବାସୀଙ୍କ ଅକଥନୀୟ ଦୁର୍ଦ୍ଦଶା,ନୀରବ ଦ୍ରଷ୍ଟା ସାଜିଛି ବାଲିପାଟଣା ପ୍ରଶାସନ

IYA NEWS(ବାଲିପାଟଣା) ତା:୦୩/୦୯/୨୦୨୦ରିଖ: ବିଭିନ୍ନ ଦୈବୀ ଦୁର୍ବିପାକ ପାଇଁ ରାଜ୍ୟ ସରକାର  ବିପର୍ଯୟ ପରିଚାଳନା ପାଂଠି କରି  ଓଡିଶା ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ  ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପଂମ୍ପାଲୋ ଗ୍ରାମ ପଂଚାୟତର ଦରାଡ ଅଧିବାସୀମାନଙ୍କ ପାଇଁ  ବିପର୍ଯ୍ୟୟ ଜନିତ ସବୁ ସୁବିଧା ଅପହଂଚ ପାଲଟିଯାଇଛି । ବିଗତ ଦିନରେ ଲଘୁଚାପ ଜନ୍ଖଚ୍ଛ ପ୍ରବଳ ବର୍ଷା ହେବା ଦ୍ୱାରା  ହୀରାକୁଦ ଡ୍ୟାମରୁ  ୪୬ ଗେଟ୍ ଯୋଗେ  ଜଳ ନିଷ୍କାସିତ ହୋଇଥିଲା  । ଯାହାଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା  । ଏହି ପରିପ୍ରେକ୍ଷୀରେ ବାଲିପାଟଣା ବ୍ଲକର ଭାଗର୍ବୀ-ଧନୁଆ ନଦୀ ଦ୍ୱାରା ଅଚୁ୍ୟତପୁର-ବଇଁଚୁଆଁ କାଜ ପାଣି ପ୍ଳାବିତ ହୋଇ ଅନେକ ପଂଚାୟତ  ଜଳମଗ୍ନ ହେବା ସହିତ ଜନ ସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ  ହୋଇଥିଲେ । ସବୁ ଠାରୁ ବଳି ଯାଇଥିଲା ଉକ୍ତ ବ୍ଲକର ଦରାଡ ଦଳିତ ଅଧିବାସୀଙ୍କର ଅବସ୍ଥା  ।  ଦୀର୍ଘ  ୪/୫ ଦିନ ପର୍ଯନ୍ତ ଉକ୍ତ ଅଂଚଳ ପାଣିରେ ବୁଡି ରହିଥିଲେ ମଧ୍ୟ  କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନ ଥିଲା । ନାମକୁ ମାତ୍ର ଢୋକେ ପିଇ ଦଣ୍ଡେ ଜିଇଁ ନ୍ୟାୟରେ ପ୍ରଶାସନ ତରଫରୁ ମୁଣ୍ଡ ପିଛା ୬୦୦ ଗ୍ରାମ ଚୂଡା, ୫୦ ଗ୍ରାମ ଚିନି ଏବଂ ଖୋଲା  ଦଶ ବାରୋଟି  ବିସ୍କୁଟ୍ ପ୍ରଦାନ କରାଯାଇଥିଲା । ଯାହାଫଳରେ ଉକ୍ତ ଜଳ ପ୍ଲାବିତ ଅଚଂଳରେ ଅନେକ ଗରିବ ଶ୍ରେଣୀୟ ବ୍ୟକ୍ତିମାନେ ବାସ କରୁଥିବାରୁ   ବିନା କାମ ଧନ୍ଦାରେ ଭୋକ ଉପାସରେ କାଳ ପାତିତ କରିଥିଲେ ।  ଏତଦ୍ ବ୍ୟତୀତ ଏଠାରେ  ପାନୀୟ ଜଳର ସୁବିଧା ନ ଥିଲେ ମଧ୍ୟ ଏକ ୱାଡ ପୋଷ୍ଟ ଉପରେ ଦୁଇ ଶହରୁ ଅଧିକ ଲୋକ ନିର୍ଭର କରନ୍ତି  । ରାସ୍ତା ଘାଟର ମଧ୍ୟ ସେପରି ସୁବିଧା ନାହିଁ  । ଭୌଗଳିକ ଦୃଷ୍ଟି କୋଣରୁ ଭୁବନେଶ୍ୱର ରାଜଧାନୀ ଠାରୁ ପ୍ରାୟ ତିରିଶ କିଲୋମିଟର ଦୂରରେ ଥିଲେ ମଧ୍ୟ ଦରାଡ ଦଳିତ ଅଧିବାସୀଙ୍କର ଦୁଃଖ ଦୁର୍ଦ୍ଦଶା  ଦୀପ ତଳ ଅନ୍ଧାର ବୋଲି ବୁଦ୍ଧିଜିବୀମାନେ ମତ ବ୍ୟକ୍ତ କରିଛନ୍ତି । ଯଦି ଆସନ୍ତା ଦିନରେ ସରକାର କୌନସି ପଦକ୍ଷେପ ଗ୍ରହଣ ନ କରନ୍ତି, ଏଠାର ଅଧିବାସୀମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଶାସନିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି  ଚେତାବନୀ ଦେଇଛନ୍ତି ।







୫୧ ନମ୍ବର ୱାର୍ଡ ଗୋଷ୍ଠୀ ସଙ୍ଗଠିକାଙ୍କ ବେପରୁଆ ମନୋଭାବ, ସରକାରୀ ସହାୟତାରୁ ବଂଚିତ ହିତାଧିକାରୀ

୫୧ ନମ୍ବର ୱାର୍ଡ ଗୋଷ୍ଠୀ ସଙ୍ଗଠିକାଙ୍କ ବେପରୁଆ ମନୋଭାବ, ସରକାରୀ ସହାୟତାରୁ ବଂଚିତ ହିତାଧିକାରୀ

     IYANEWS (କଟକ) ତା:୦୩/୦୯/୨୦୨୦ରିଖ: ଅଧୁନା ରାଜ୍ୟ ସରକାର ଏନ୍ତୁଡିଶାଳରୁ ମଶାଣି ଭୂଇଁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ମହା ନିଗମର ୫୧ ନମ୍ବର ୱାର୍ଡ ପାଇଁ ସରକାରଙ୍କର ଅନେକ ଜନ କଲ୍ୟାଣ ଯୋଜନା ଭାବରେ ବାର୍ଦ୍ଧ୍ୟକ ଭତା,ହରିଶ୍ଚନ୍ଦ୍ର ଯୋଜନା,ରାସନ କାର୍ଡ, ବ୍ୟବସାୟିକ ଋଣ ଏବଂ ଗୃହ ଓ ପାଇଖାନା ନିର୍ମାଣ ଆଦି ଥିଲା ମଧ୍ୟ  କଟକ ଜିଲ୍ଲାପାଳ କାର୍ଯାଳୟ ଠାରୁ ଅନତି ଦୂରରେ ଏହି ସ୍ଥାନ ଥିଲେ ମଧ୍ୟ  ଏହି ୱାର୍ଡର ଗୋଷ୍ଠୀ ସଙ୍ଗଠିକାଙ୍କ ବେପରୁଆ  ଏବଂ ଖାମଖିଆଲି ମନୋ ଭାବ ହେତୁ ମନୋଭାବ  ହେତୁ ଅନେକ ଯୋଗ୍ୟ ହିତାଧିକାରୀ ଜନ କଲ୍ୟାଣ ଯୋଜନାରେ ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି, ଯାହା ଫଳରେ ଆଜି ଅନେକ ହିତାଧିକାରୀ କଟକ ମୁନିସିପାଲିଟି କମିଶନରଙ୍କ ଠାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ତେବେ ଏହି ୱାର୍ଡରେ କିଛି ଦିନ ପୂର୍ବେ  ଶତକଡା ୭୦ ଭାଗ ଭିନ୍ନକ୍ଷମ ମହିଳା ସାବିତ୍ରୀ ଦଳାଇଙ୍କର ପୁତ୍ର ଶିବେନ୍ଦ୍ର ଦଳାଇ ମୃତୁ୍ୟ ବରଣ କରିଥିଲେ ମଧ୍ୟ, ଉକ୍ତ ମହିଳା ଜଣକ  ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି  । ଏଠାରେ ଅଧିବାସୀଙ୍କର ଅଭିଯୋଗ କ୍ରମେ, ଉକ୍ତ ସଂଗଠିକା ମୃତୁ୍ୟ ବରଣ କରିଥିଲେ ମଧ୍ୟ, ଉକ୍ତ ମହିଳା ଜଣକ  ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି  । ଏଠାରେ ଅଧିବାସୀଙ୍କର ଅଭିଯୋଗ କ୍ରମେ, ଉକ୍ତ ସଂଗଠିକା ମହାଶୟା ୱାର୍ଡ ପରିଦର୍ଶନ ନ କରିବା ସହିତ ଫୋନ୍ କଲେ ମଧ୍ୟ କୌଣସି କଥାକୁ କର୍ଣ୍ଣପାତ କରୁ ନାହାନ୍ତି  । ତେବେ ଏ ସଂପର୍କରେ ଉପରିସ୍ଥ ଅଧିକାରୀ ଅମୃତ ସରକାରଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ।   ଏହି ପରିପ୍ରେକ୍ଷୀରେ କାର୍ଯ୍ୟରତ ଗୋଷ୍ଠୀ ସଙ୍ଗଠିକାଙ୍କୁ ପରିବର୍ତତ କରାଯାଇ୫୧ ନମ୍ବର ୱାର୍ଡର ବିକାଶ ପାଇଁ ଜଣେ ସମ୍ବେଦନଶୀଳ ସମ୍ପନ ବ୍ୟକ୍ତିଙ୍କୁ ନିଯୁକ୍ତି ଦାବୀ କରି, ଆଜି    ସୂଚନାଧିକାରକର୍ମୀ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ବାସନ୍ତୀ ଦଳେଇ, ମନୋରଂଜନ ଓଝା,ପ୍ରଫୁଲ୍ଲ ବେହେରା, ଅଜୟ ବେହେରା,ମମତା ବେହେରା,ହୃଦାନନ୍ଦ ପଟ୍ଟନାୟକ,ବାବାଜୀ ବେହେରା ଏବଂ  ଆରତୀ ମହାରଣା ପ୍ରମୁଖ  ଲିଖିତ ଅଭିଯୋଗ କରିଛନ୍ତି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା "ସମ୍ଭବ" ଯୁବ ସଙ୍ଗଠନ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ସମ୍ଭବ ଯୁବ ସଙ୍ଗଠନ

IYA NEWS(ଭଦ୍ରକ) ତା୦୩/୦୯/୨୦୨୦ରିଖ
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପ୍ରଳୟଙ୍କରୀ ବନ୍ୟାର ବିତ୍ପାତ ଜାରି ରହିଥିବା ବେଳେ ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରାୟ ସମସ୍ତ ବ୍ଲକରେ ଏହି ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଜିଲ୍ଲାରେ ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାଭିତ ହୋଇଥିବା ବେଳେ ଜିଲ୍ଲାରେ ବିଭିନ୍ନ ବ୍ଲକରେ ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଜାରି ରହିଥିବା ସତ୍ତ୍ବେ ସମ୍ଭବ ଯୁବ ସଙ୍ଗଠନ,କୋଡଗମ୍ଭୀର,ଭଦ୍ରକ ତରଫରୁ "ଆପଣ ଏକା ନୁହଁନ୍ତି ଆମେ ଅଛୁ ଆପଣଙ୍କ ସାଥିରେ "ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଅାରେ ଭଦ୍ରକ ଜିଲ୍ଲାର ତିହିଡି ଓ ଧାମନଗର ବ୍ଲକର ବିଭିନ୍ନ ଗ୍ରାମ ଶ୍ୟାମସୁୁନ୍ଦରପୁର,ଇଶ୍ବରପୁର,ଈଷାଣପୁର,ଦପାନାୟକାଣୀ,ଉପରଦୁମୁକା ଓ ରଇପୁର ଆଦି ବନ୍ୟା ଅଞ୍ଚଳରେ ପାଣି ଘେରରେ ରହିଥିବା ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ଏକ ହଜାରରୁୁ ଅଧିକ ଲୋକଙ୍କୁ ଚୁଢା,ମୁଢି,ଚିନି,ବିସ୍କୁଟ ବଣ୍ଟନ କରିଥିଲେ ।
                                            ସଙ୍ଗଠନର ଆବାହକ ସତ୍ୟବାନ ନାୟକ,ସଭାପତି ରଘୁରାମ ଯେନା,ଉପସଭାପତି
ଖଗେଶ୍ବର ଯେନା ( ସୁକାନ୍ତ ଯେନା ),ସମ୍ପାଦକ ରତିକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି କରାଯାଇଥଲା ସଙ୍ଗଠନର ସଦସ୍ୟ ସୁନିଲ ବେହେରା,ଶ୍ୟାମସୁନ୍ଦର ନାୟକ,ପ୍ରଫୁଲ ନାୟକ,କୈଳାସ ମହାନ୍ତି,କିଶୋର ଯେନା,ମାନସ ପଣ୍ଡା,ରତିକାନ୍ତ ସାହୁ,ନିରଞ୍ଜନ ସାହୁ ,ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ଭୀମସେନ ବାରିକ ଏବଂ ଶ୍ୟାମସୁନ୍ଦରପୁର ପଞ୍ଚାୟତର  ଗ୍ରାମବାସୀ ଓ ସଙ୍ଗଠନର ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମଟି ସଫଳ ହୋଇଥିବା ବେଳେ ସଙ୍ଗଠନର " ଆପଣ ଏକା ନୁହଁନ୍ତି ଆମେ ଅଛୁ ଆପଣଙ୍କ ସାଥିରେ " କାର୍ଯ୍ୟକ୍ରମଟି ଆଗକୁ ଏହି ଭଳି ଭାବରେ ନିରନ୍ତର କାର୍ଯ୍ୟ କରିବ ବୋଲି ସଙ୍ଗଠନର ଆବାହକ,ସଭାପତି ଏବଂ ସଦସ୍ୟମାନେ କହିଛନ୍ତି। ସମ୍ଭବ ଯୁୁବ ସଙ୍ଗଠନର ଏପରି କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରୁଛନ୍ତି ଜନସାଧାରଣ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବ୍ରାହ୍ମଣବାଟୀ ଗ୍ରାମ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରାହ୍ମଣବାଟୀ ଗ୍ରାମ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

IYA NEWS (କଂଟାପଡା) ତା:୦୧/୦୯/୨୦୨୦ରିଖ  ବିଶ୍ୱରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଜୀବ ଜଗତ ଏବଂ ମାନବ ସମାଜ ବିଭିନ୍ନ ସମସ୍ୟା ଗୁଡିକର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି  କଂଟାପଡା ବ୍ଲକ ଅଧିନସ୍ଥ  ବ୍ରାହ୍ମଣବାଟୀ ପଂଚାୟତର ବ୍ରାହ୍ମଣବାଟୀ  ଗ୍ରାମରେ ଏକ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ ସ୍ଥାନୀୟ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ । ଏତଦ୍ ବ୍ୟତୀତ ପ୍ରଦୂଷଣର ରାକ୍ଷସକୁ ମୁକାବିଲା କରିବା ପାଇଁ ବୃକ୍ଷ ରୋପଣ ନିତାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଗଣ ମତବ୍ୟକ୍ତ କରିବା ସହିତ ଉକ୍ତ କାର୍ଯ୍ୟକ୍ରମରେ କଂଟାପଡା ବ୍ଲକ ଅଧ୍ୟକ୍ଷା ସ୍ମିତା ରାଣୀ ସ୍ବାଇଁ.ବ୍ଲକ ଉନ୍ନୟନ ଅଧିକାରିଣୀ ଶୁଭଶ୍ରୀ ରଥ,ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରିଣୀ ରୁବି ତପସ୍ବିନୀ ଦାସ, ସରପଂଚ ଗାୟତ୍ରୀ ରାଉତରାୟ,ସମାଜସେବୀ ସୁବ୍ରତ କୁମାର ପାତ୍ର,ଶାଶ୍ୱତ ରାଉତରାୟ, ପ୍ରଶାନ୍ତ କୁମାର ନାୟକ,ବିଭୂତି ଭୂଷଣ  ଜେନାମଣି,ରାଜେଶ କୁମାର ସାହୁ.ଗୋପୀନାଥ କର,ତମାଳି ଲତା ମିଶ୍ର,ସ୍ନିଗ୍ଧାରାଣୀ ମହାନ୍ତି ଏବଂ  ମଂଜୁଲତା ଦାସ ପ୍ରମୁଖ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଥିଲେ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...