ପ୍ରଦୀପ ପ୍ରଧାନଙ୍କୁ ଅଚାନକ ଗିରଫଦାରି ପଛରେ ଅସଲ ରହସ୍ୟ କେଉଁଠି ?


Chitta Behera ✍️
ରାଜ୍ୟରେ ଦୁର୍ନୀତି ବିରୋଧୀ କଣ୍ଠସ୍ଵରକୁ ବିଲୁପ୍ତ କରିଦେବାପାଇଁ ବିଶିଷ୍ଟ ରାଜନୈତିକ-ସାମାଜିକ କର୍ମୀ, ସୂଚନା ଅଧିକାରର ବଳିଷ୍ଠ ପ୍ରବକ୍ତା ତଥା ଦୁର୍ନୀତି ବିରୋଧୀ ଲଢେଇର ଅଗ୍ରଗଣ୍ୟ ସୈନିକ ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ରାଜ୍ୟ ପୋଲିସ ଅଚାନକ ଗିରଫ କରି ଜେଲ ପଠାଇବା ପଛରେ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପ୍ରମୁଖ ସହଯୋଗୀ ଶ୍ରୀ ଭି॰ କେ॰ ପାଣ୍ଡିଆନଙ୍କର ଏକ ଜଘନ୍ୟ ଷଡ଼ଯନ୍ତ୍ର ନିହିତ ଥିବାଭଳି ଜଳଜଳ ଦେଖାଯାଉଛି ।  
ଗତ 29 ତାରିଖ ରାତିରେ ରାଜଧାନୀର ମହିଳା ପୋଲିସ ଥାନା ‘ମୋ ଦଳ’ର ସମ୍ପାଦକ ତଥା ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ   ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ରାଜଧାନୀର ମହିଳା ଥାନା ଏକ ଅଯଥା ଆଳରେ  ଗିରଫ କରି ଝାରପଡା ଜେଲକୁ ପଠାଇବା ପରେ ବର୍ତ୍ତମାନ ସାରା ରାଜ୍ୟର  ଜାଣିବା-ଶୁଣିବା ମହଲରେ ଏକ ପ୍ରଶ୍ନ ମୁଣ୍ଡ ଟେକିଛି – କାହିଁକି ହଠାତ ଏପରି ଗିରଫଦାରୀ? ଏହାର ସଠିକ ଉତ୍ତର ପାଇଁ ପ୍ରଥମେ ଆମେ ଦେଖିବା ପୋଲିସ ଦ୍ଵାରା ଦିଆଯାଇଥିବା ସଫେଇ କେତେଦୂର ଯଥାର୍ଥ । ଏଠାରେ ସ୍ମରଣଯୋଗ୍ୟ ଯେ, ରାଜ୍ୟ ଓ ଜାତୀୟ ସ୍ତରର ବିଶିଷ୍ଟ କ୍ରୀଡାବିତ୍ ଦୁତୀ ଚାନ୍ଦ ପ୍ରଥମେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଓ ଦାବୀ କରିଥିଲେ ପ୍ରଦୀପ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନି       ନିମ୍ଣୋକ୍ତ ଅପରାଧଗୁଡିକ ପାଇଁ, ଯଥା-   
Section 292(2) of IPC - ଅଶ୍ଳୀଳ ବସ୍ତୁର ବ୍ୟବହାର, ଯାହାପାଇଁ ଦଣ୍ଡ ହେଉଛି ସର୍ବାଧିକ 2 ବର୍ଷ ଜେଲ ଓ 2 ହଜାର ଟଙ୍କା ଜୋରିମାନା । କିନ୍ତୁ ଏହି ଧାରାର ମଧ୍ୟ ବ୍ୟତିକ୍ରମ ଅଛି, ଅର୍ଥାତ ଜନ ସ୍ଵାର୍ଥରେ ପ୍ରସ୍ତୁତ ଓ ପ୍ରକାଶିତ କୌଣସି ଲେଖା, ଫଟୋ ବା ଡ୍ରଇଙ୍ଗ ପାଇଁ କୌଣସି ଦଣ୍ଡବିଧାନ ଲାଗୁ ହେବନି । ଏହା ଧର୍ତ୍ତବ୍ୟ ଅଥଚ ଜାମିନ ଯୋଗ୍ୟ ।    
Section 354-A of IPC (ଯୌନ ନିର୍ଯାତନା) – ଏହି ଅପରାଧ ଦୁଇପ୍ରକାର; 1ମ- ଯୌନ ସମ୍ପର୍କ ପାଇଁ ଆଗୁସାର ହେବା ବା ଅନୁରୋଧ କରିବା, ଯାହା ପାଇଁ ଦଣ୍ଡ ହେଉଛି 3ବର୍ଷ ସଶ୍ରମ କାରାଦଣ୍ଡ ସହିତ ଜୋରିମାନା; 2ୟ- କେବଳ ଯୌନ-ଇଙ୍ଗିତ ଥାଇ ମନ୍ତବ୍ୟ ପାଇଁ 1ବର୍ଷ ଜେଲ ଅଥବା ଜୋରିମାନା, ଯାହାକି ଧର୍ତ୍ତବ୍ୟ ଅଥଚ ଜାମିନ ଯୋଗ୍ୟ । 
Section 385 of IPC – (ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଆଦାୟ କରିବା ପାଇଁ ଭୟ ପ୍ରଦର୍ଶନ) – ଏହି ଅପରାଧ ପାଇଁ ସର୍ବାଧିକ 2 ବର୍ଷ ଜେଲ ବା ଜୋରିମାନା ବା ଉଭୟ ଦଣ୍ଡ । ଏହା ଧର୍ତ୍ତବ୍ୟ ଅଥଚ ଜାମିନଯୋଗ୍ୟ ।  
Section 506 of IPC (ଫଉଜଦାରି ଭୟ ପ୍ରଦର୍ଶନ) – ଏଥିପାଇଁ ସର୍ବାଧିକ 2ବର୍ଷ ଜେଲ ଅଥବା ଜୋରିମାନା ଅଥବା ଉଭୟ ଦଣ୍ଡ । ଏହା ଜାମିନଯୋଗ୍ୟ ଅଟେ ।
Section 509 of IPC (ଜଣେ ମହିଳାର ମର୍ଯାଦା ହାନି ଉଦ୍ଦେଶ୍ୟରେ କୌଣସି ଶବ୍ଦ, ଅଙ୍ଗଭଙ୍ଗୀ ବା କାର୍ଯ୍ୟ)- ଏହାପାଇଁ ସର୍ବାଧିକ 3ବର୍ଷ ଜେଲ ଏବଂ ଜୋରିମାନାର ଦଣ୍ଡ ରହିଛି ଏବଂ ଏହା ଜାମିନଯୋଗ୍ୟ ।          
Section 120B of IPC (ଫୋଜଦାରି ଷଦଯନ୍ତ୍ର )- ଗୁରୁତରତା ଭିତ୍ତିରେ ଏହି ଅପରାଧ ପାଇଁ ଦଣ୍ଡବିଧାନର ଶ୍ରେଣୀବିଭାଗ ଅଛି । ପ୍ରଦୀପ ପ୍ରଧାନ ପ୍ରସଙ୍ଗରେ ଦୋଷାରୋପିତ ଅଭିଯୋଗ ପାଇଁ ସର୍ବାଧିକ 6ମାସ ଜେଲ ବ। ଜୋରିମାନା ବା ଉଭୟ ଦଣ୍ଡ । ଏହି ଅପରାଧ ଏପରିକି ଧର୍ତ୍ତବ୍ୟ ନୁହେଁ । 
Section 6 of Indecent Representation of Women (Prohibition) Act, 1986 (ମହିଳାମାନଙ୍କୁ ନେଇ ଅଶାଳୀନ ପ୍ରଦର୍ଶନ ଆଇନ 1986ର ଧାରା 6)- ଏହି ଅପରାଧ ପାଇଁ ସର୍ବାଧିକ 2ବର୍ଷର ଜେଲ ସହିତ ସର୍ବାଧିକ 2ହଜାର ଟଙ୍କାର ଜୋରିମାନା ଲାଗୁ ହେବ ଏବଂ ଏହା ଜାମିନଯୋଗ୍ୟ । 
ହାଇକୋର୍ଟ ଦୂତୀ ଚାନ୍ଦଙ୍କ ମୂଳ ଆବେଦନକୁ ଶୁଣାଣି କରି ତାଙ୍କର ଆଦେଶରେ ପ୍ରଥମେ ପ୍ରଦୀପ ପ୍ରଧାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣୀ କରି ଅନ୍ତରୀଣ ସୁରକ୍ଷା ଯୋଗାଇଥିଲେ । କିନ୍ତୁ ଏହାପରେ ଦୂତୀ ଚାନ୍ଦ ପୁଣି ହାଇକୋର୍ଟରେ ଆବେଦନ କରି ଦାବୀ କରିଥିଲେ ଯେ, ଅଭିଯୋଗରେ ସମ୍ପୃକ୍ତ 3 ଜଣଙ୍କ ଭିତରୁ 2 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଆସାମୀ ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏହାକୁ ଶୁଣାଣୀ କରି ହାଇକୋର୍ଟ ପ୍ରାୟ ଦୁଇମାସ ତଳେ ତା 28 ଅଗଷ୍ଟ 2023ରେ କହିଥିଲେ ଯେ, ଶ୍ରୀ ପ୍ରଧାନ ସମ୍ପୃକ୍ତ ତଳକୋର୍ଟରେ ହାଜର ହୋଇ ସେଠାରୁ ସୁରକ୍ଷା ଲୋଡନ୍ତୁ । କିନ୍ତୁ ଏହି ଦୁଇମାସ ଭିତରେ କୋର୍ଟ କିମ୍ବା ପୋଲିସ ତରଫରୁ ଏହା ଉପରେ କୌଣସି ନୋଟିସ ଆସିନଥିଲା । ପୁଣି, ସମ୍ପୃକ୍ତ ଅଭିଯୋଗଗୁଡିକ ଏତେ ହାଲୁକା ଯେ, ଖୋଦ ପୋଲିସ ଫୌଜଦାରି ସଂହିତା 1973ର ଧାରା 41 ଅଧୀନରେ ଶ୍ରୀ ପ୍ରଧାନଙ୍କୁ ଥାନାରୁ ଜାମିନ ଦେଇପାରିଥାନ୍ତେ । ହାଇକୋର୍ଟ ମଧ୍ୟ ଉକ୍ତ ଆଦେଶରେ ପ୍ରତିପକ୍ଷ ନମ୍ବର-5 (ପୋଲିସ)କୁ କହିନଥିଲେ ଶ୍ରୀ ପ୍ରଧାନଙ୍କୁ ଗିରଫ କରିବା ପାଇଁ, ବରଂ କହିଥିଲେ, ଆଇନ ଅନୁଯାୟୀ ଯାହା କରିବା କଥା, ତାହା କରନ୍ତୁ । ଅଥଚ ଆମେ ଓଲଟ। କଥା ଲକ୍ଷ୍ୟ କଲୁ, ପୋଲିସ ଦୁଇମାସ କାଳ ଶୋଇ ରହି ହଠାତ ଗତ ଅକ୍ଟୋବର 29 ରାତିରେ ଶ୍ରୀ ପ୍ରଧାନଙ୍କ ବାସଭବନକୁ ଯାଇ ତାଙ୍କୁ ଗିରଫ କରି ଜେଲ ପଠାଇଦେଲେ । 
ଏଠାରେ ପ୍ରଶ୍ନ ଉଠେ, କେଉଁ ଘଟଣାକୁ କେନ୍ଦ୍ର କରି ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରିତ ହୋଇଥିଲା ? ଏଠାରେ ସ୍ମରଣୀୟ ଯେ, ଦୂତୀ ଚାନ୍ଦ ହେଉଛନ୍ତି ଜଣେ ଅଲିମ୍ପିୟାନ ଦୌଡ କ୍ରୀଡାବିତ୍, ଯେ କି ଅଲିମ୍ପିକ ସହିତ ଦେଶ ବିଦେଶର ବହୁ ପ୍ରତିଯୋଗୀତାରେ ଭାଗ ନେଇ ସଫଳତାର ସହିତ ଭାରତ ତଥା ଓଡିଶା ପାଇଁ ବିପୁଳ ଗୌରବ ଆଣିପାରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ, ସେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକରେ ସଫଳତା ହାସଲ କରିପାରିନଥିଲେ । ଉଭୟ ଦେଶ ଓ ରାଜ୍ୟ ପାଇଁ ଏହି ନୈରାଶ୍ୟ ଜନକ ଘଟଣା ଉପରେ ଏକ ୱେବ-ପୋର୍ଟାଲ ଚଳଉଥିବା ଜଣେ ସାଇବର ସାମ୍ବାଦିକ ମନ୍ତବ୍ୟ କରିଥିଲେ ଯେ, ଦୂତୀ-ଚାନ୍ଦଙ୍କ ବିଫଳତା ପଛରେ ତାଙ୍କୁ ପୃଷ୍ଠପୋଷକତା କରୁଥିବା ଅଚ୍ୟୁତ ସାମନ୍ତ ହିଁ ଦାୟୀ; କାରଣ ଶ୍ରୀ ସାମନ୍ତ ତାଙ୍କର ଟିଭି ଚାନେଲକୁ ଲୋକପ୍ରିୟ କରିବା ପାଇଁ ଦୂତୀ ଚାନ୍ଦଙ୍କୁ ବ୍ୟବହାର କଲେ, ଯାହା ଫଳରେ ଦୂତୀ ନିୟମିତ ଅଭ୍ୟାସ କରିବାରୁ ବଞ୍ଚିତ ହେଲେ । ସମ୍ପୃକ୍ତ ୱେବ ପୋର୍ଟାଲରେ ପ୍ରକାଶିତ ଏହି ମନ୍ତବ୍ୟ ସହିତ ଏକ କାର୍ଟୁନକୁ ଶ୍ରୀ ପ୍ରଦୀପ ପ୍ରଧାନ From the pen of a journalist ଲେଖି ଫରୱାର୍ଡ କରିଥିଲେ । ସମଗ୍ର ଦୂତୀ ଚାନ୍ଦ ପ୍ରକରଣରେ ଶ୍ରୀ ପ୍ରଦୀପ ପ୍ରଧାନଙ୍କର ଏତିକି ମାତ୍ର ନଗଣ୍ୟ ଭୂମିକା ଥିଲା । ଶ୍ରୀ ପ୍ରଧାନ ଦୂତୀଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା କିମ୍ବା ସାକ୍ଷାତ କରିବାର କୌଣସି ଅବକାଶ ଜୁଟି ନାହିଁ । 
ପୁଣି ପ୍ରଶ୍ନ ଉଠେ, ତେବେ ଦୂତୀ ଚାନ୍ଦ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ଏତେ ଉତକ୍ଷିପ୍ତ ଓ କ୍ରୁଦ୍ଧ ହେଲେ କାହିଁକି ? ପ୍ରକୃତ ପକ୍ଷେ ଦୂତୀଙ୍କୁ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ ନିୟୋଜିତ କରିବାର ବ୍ୟକ୍ତି ହେଉଛନ୍ତି କିଟ୍-ମୁଖ୍ୟ ଶ୍ରୀ ଅଚ୍ୟୁତ ସାମନ୍ତ । ଶ୍ରୀ ସାମନ୍ତ ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ତାଙ୍କର ଜଣେ କଟ୍ଟର ଦୁଶମନ ମନେ କରନ୍ତି । କାରଣ, ଶ୍ରୀ ସାମନ୍ତ କିଟ ନାମରେ ଭୁବନେଶ୍ଵର ଓ ରାଜ୍ୟ ଭିତରେ ବ୍ୟାପକ ସରକାରୀ ଓ ଜଙ୍ଗଲ ଜମି ହଡପ କରିଥିବାରୁ ତଥା ‘କିଟ୍’ ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିପୁଳ ମାତ୍ରାର ଆର୍ଥିକ ଓ ଅନାରଥିକ ମଞ୍ଜୁରୀ, ଅନୁଗ୍ରହ ଓ ରିହାତି ହାସଲ କରିଥିବାରୁ ତାହା ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେଉ ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ମୂଳରୁ ଅଭିଯୋଗ କରି ଆସୁଥିଲେ ଓ ଶେଷରେ କମିଶନ ଶ୍ରୀ ପ୍ରଧାନଙ୍କ ଅଭିଯୋଗକୁ ଗ୍ରହଣ ନିଜର ଏକ ସୁଚିନ୍ତିତ ଓ ସୁଦୀର୍ଘ ରାୟ ଘୋଷଣା କରିଥିଲେ । ଏଥିରେ ବିଚଳିତ ହୋଇ ଶ୍ରୀ ସାମନ୍ତ ସଙ୍ଗେ ସଙ୍ଗେ ହାଇକୋର୍ଟର ଜଜ ଶ୍ରୀ ବିଶ୍ଵନାଥ ରଥ ଓ  ଆଡଭୋକେଟ ଜେନେରାଲ ଶ୍ରୀ ଅଶୋକ ପରିଜାଙ୍କୁ ଧରାଧରି କରି କମିଶନଙ୍କ ରାୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ବୋଲି ଏକ ଆଦେଶ ଜାରି କରାଇପାରିଥିଲେ । ଶ୍ରୀ ପ୍ରଧାନ ଏହି ଆଦେଶକୁ ସମାଲୋଚନା କରିବା ସହିତ କିଟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହୋଇ ସର୍ବସାଧାରଣଙ୍କୁ ନିଜର ଜମିବାଡି ଓ ଆର୍ଥିକ ଏବଂ ପ୍ରଶାସନିକ ସ୍ଥିତି ସମ୍ବନ୍ଧରେ ସୂଚନା ଦେଉ ବୋଲି ନିଜର ବକ୍ତବ୍ୟରେ ଅଟଳ ରହିଲେ, ଯାହାକି ଶ୍ରୀ ସାମନ୍ତଙ୍କ ଗାତ୍ରଦାହର  ଅସଲ କାରଣ । ଏହି କାରଣରୁ ଶ୍ରୀ ସାମନ୍ତ ପ୍ରତିଶୋଧ ପରାୟଣ ହୋଇ ତାଙ୍କର ପୃଷ୍ଠପୋଷକତାରେ ଆଶ୍ରିତ। ଦୂତୀ ଚାନ୍ଦଙ୍କୁ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ଲଗାତାର ବ୍ୟବହାର କରିଛନ୍ତି । ଏହା ବ୍ୟତୀତ ଦୂତୀ ଚାନ୍ଦ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ କେଶ କରିବା ଓ  ମିଡିଆରେ ଲଗାତର ବୟାନ ଦେବା ପଛରେ ଅନ୍ୟ କୌଣସି କାରଣ ନ।ହିଁ ।    
                                              
ଏହା ପରେ ପ୍ରଶ୍ନ ଉଠୁଛି, ମହିଳା ପୋଲିସ ଥାନା ଉପରୋକ୍ତ ହାଲୁକା ଧାରାଗୁଡିକୁ ଅଣଦେଖା କରି ତଥା ଫଉଜଦାରି ସଂହିତାର ଦଫା 41 ଅଧୀନରେ ଜାମିନ ନଦେଇ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ଜେଲ ପଠାଇବା ପଛରେ କାହାର ଅଦୃଶ୍ୟ ହାତ ରହିଛି? ଆଗରୁ ସୂଚୀତ ହୋଇଛି ଯେ, ତାହା ଖୋଦ ମୁଖ୍ୟମନ୍ତ୍ରୀ ଓ ତାଙ୍କର ପ୍ରମୁଖ ରାଜନୈତିକ ଓ ପ୍ରଶାସନିକ ସହଯୋଗୀ ଶ୍ରୀ ଭି॰ କେ॰ ପାଣ୍ଡିଆନଙ୍କର । ପ୍ରଶ୍ନ ଉଠୁଛି, ଶ୍ରୀ ପ୍ରଧାନ ଏମିତି କଣ କଲେ ଯେ, ତାଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଇବା ପାଇଁ ସେମାନେ ରାଜଧାନୀ ମହିଳା ଥାନାକୁ ବ୍ୟବହାର କଲେ? ପ୍ରକୃତ କଥା ହେଉଛି, କିଛି ଦିନ ତଳେ ନବ ଗଠିତ ‘ମୋ ଦଳ’ର ସଭାପତି ଶ୍ରୀ ଅକ୍ଷୟଙ୍କ ସ୍ଵାକ୍ଷରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଏକ ଏଫ॰ ଆଇ॰ ଆର॰ ରାଜଧାନୀ ଥାନାରେ ରୁଜୁ କରାଯାଇଥିଲା ଓ ଏଥିରେ ଦାବୀ କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀମାନଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ କାର୍ଯାନୁଷ୍ଠାନ କରାଯାଉ, କାରଣ ବେଦାନ୍ତ ନାମକ ଏକ ଘରୋଇ କମ୍ପାନୀକୁ କୋଣାର୍କ-ପୁରୀ ବେଳାଭୂମି ନିକଟରେ ଥିବା ହଜାର ହଜାର ଏକର ଚାଷଜମି ଓ ଜଙ୍ଗଲ ଜମିକୁ ଅଧିକୃତ କରି ଏକ ଉଚ୍ଚ କୋଟୀର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନାମରେ ଏହି କମ୍ପାନୀ ହାତକୁ ଟେକି ଦେବାର ସରକାରୀଇ ଚକ୍ରାନ୍ତ ବିରୁଦ୍ଧରେ ଓଡିଶା ହାଇକୋର୍ଟ 2010ରେ ଏବଂ ସୁପ୍ରିମ କୋର୍ଟ 2023ରେ ସେମାନଙ୍କ ରାୟରେ ଖୁଲାସା କରିସାରିଛନ୍ତି । ଶ୍ରୀ ପ୍ରଦୀପ ପ୍ରଧାନ ‘ମୋ ଦଳ’ର ସାଧାରଣ ସମ୍ପାଦକ ଥିବାରୁ ତଥା ରାଜ୍ୟ ସରକାରଙ୍କ ଅଜସ୍ର ଦୁର୍ନୀତି ବିରୁଦ୍ଧରେ ଲଗାତାର ସ୍ଵର ଉତ୍ତୋଳନ କରି ଆସିଥିବାରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କର ପ୍ରମୁଖ ସହଯୋଗୀ ଶ୍ରୀ ପାଣ୍ଡିଆନ ଚାହିଁଲେ ଶ୍ରୀ ପ୍ରଧାନଙ୍କୁ କିପରି ଜେଲକୁ ପଠାଇ ଦୁର୍ନୀତି ବିରୋଧୀ କଣ୍ଠସ୍ଵରକୁ ସ୍ତବ୍ଧ କରିଦେବେ । ତେଣୁ ସେମାନଙ୍କ ଇଙ୍ଗିତରେ ହିଁ ରାଜଧାନୀର ମହିଳା ପୋଲିସ ଶ୍ରୀ ପ୍ରଧାନଙ୍କୁ ଅଚାନକ ଗିରଫ କରି ଜେଲ ପଠାଇଛି । 
ସୁତରାଂ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ସହ କୌଣସି ବ୍ୟକ୍ତିଗତ ସମ୍ପର୍କ ନଥାଇ ଓ କେବେ ମୁହଁ।ମୁହିଁ ସାକ୍ଷାତ କରିନଥିବା ଦୂତୀ ଚାନ୍ଦଙ୍କ ତଥାକଥିତ ଅଭିଯୋଗମାନ ଏକ ବାହାନା ମାତ୍ର ; ନେପଥ୍ୟର ଖଳନାୟକମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ତାଙ୍କର କମାଣ ସମ୍ଭାଳୁଥିବା ଶ୍ରୀ ଭି॰ କେ॰ ପାଣ୍ଡିଆନ ଏବଂ ଦୂତୀ ଚାନ୍ଦଙ୍କ ପୃଷ୍ଠପୋଷକ ତଥା କିଟ-ମୁଖ୍ୟ ଶ୍ରୀ ଅଚ୍ୟୁତ ସାମନ୍ତ । 
ବର୍ତ୍ତମାନ ପରିସ୍ଥିତିରେ ଉପରୋକ୍ତ ତଥ୍ୟାବଳୀକୁ ଲୋକମାନଙ୍କ ସାମନାକୁ ଆଣିବା ସହିତ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ଭଳି ଜଣେ ଟାଣୁଆ ଦୁର୍ନୀତି-ବିରୋଧୀ ନେତାଙ୍କ ଦମନ-ଯଜ୍ଞରେ ନେପଥ୍ୟ ଖଳନାୟକ ସାଜିଥିବା ସନ୍ଦିଗ୍ଧ ଚରିତ୍ରମାନଙ୍କୁ ଚିହ୍ନି ରଖିବାର ବେଳ ଆସିଛି ।

ଋାସନ୍ କାର୍ଡ ସଂପର୍କରେ ଜାଣିବା କଥା



ଋାସନ୍ କାର୍ଡ ସଂପର୍କରେ ଜାଣିବା କଥା
୧. ନୂତନ ରାସନ କାର୍ଡ ପାଇଁ କେଉଁ ପ୍ରକ୍ରିୟାରେ ଆବେଦନ କରିହେବ  ? ଯଦି ଅନ୍ ଲାଇନ୍ ମାଧ୍ୟମରେ ଜନୈକ ବ୍ୟକ୍ତିର ଆବେଦନ କରିବା  ପାଇଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କିପରି ଭାବରେ ଆବେଦନ କରିହେବ?
   ଉ-  ନୂତନ ରାସନ କାର୍ଡ ପାଇଁ ଅନ୍ ଲାଇନ୍ ବା ଅଫ୍ ଲାଇନ୍ (କାର୍ଯ୍ୟାଳୟରେ ଦରଖାସ୍ତ) ମାଧ୍ୟମରେ ଆବେଦନ କରିପାରିବେ ।
୨.   ନୂତନ ଋାସନ କାର୍ଡ ଆବେଦନ କରିବା ପାଇଁ ମୋବାଇଲ୍ ନମ୍ବର ବାଧ୍ୟତା ମୂଳକ କି ? ଯଦି  କୌଣସି ବ୍ୟକ୍ତିର ରାସନ୍ କାର୍ଡ ଡାଉନ୍ ଲୋଡ୍ ପାଇଁ ମୋବାଇଲ୍ ନମ୍ବର ନାହିଁ , ସେ କିପରି ରାସନ୍ କାର୍ଡ ( ଗ୍ରୀନ୍ କାର୍ଡ) ପ୍ରାପ୍ତ ହେବ , ଜଣାଇବା ପାଇଁ ଅନୁରୋଧ ।
ଉ-ଅନ୍ ଲାଇନରୁ ରାସନ କାର୍ଡ ଡାଉନ ଲୋଡ୍ କରିବା ପାଇଁ ମୋବାଇଲ୍  ନମ୍ବର ଆବଶ୍ୟକ । ଯଦି କୌଣସି ବ୍ୟକ୍ତିର ମୋବାଇଲ୍ ନମ୍ବର ନାହିଁ, ତେବେ ସେହି ବ୍ୟକ୍ତି  କାର୍ଯ୍ୟାଳୟରେ ଦରଖାସ୍ତ ଦେଇ ରାସନ୍ କାର୍ଡର ସଫ୍ଟ କପି ନେଇ ପାରିବେ କିମ୍ବା ପ୍ରିଂଟ୍ ଏଡ୍ ରାସନ୍ କାର୍ଡ ବିଭାଗରୁ ଆସିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବେ ।
୩. ରାସନ୍ କାର୍ଡରେ  ମୋବାଇଲ୍ ନମ୍ବର ସଂଯୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ  କରିହେବ ଏବଂ କାହା ଦ୍ୱାରା କରିହେବ ଜଣାଇବା ପାଇଁ ଅନୁରୋଧ ?
ଉ- ରାସନ୍ କାର୍ଡରେ ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ମୋବାଇଲ୍ ସଂଯୋଗ କରି ପାରିବେ ।
୪. ଋାସନ କାର୍ଡରେ  ଜନୈକ ବ୍ୟକ୍ତିଙ୍କୁ ସଂଯୋଗ,ତଥ୍ୟ ସଂଶୋଧନ ଏବଂ ବିୟୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ କରାଯିବ ଏବଂ କାହା ମାଧ୍ୟମରେ କରାଯିବ ?
ଉ-ଅନ୍ ଲାଇନରେ ଆବେଦନ କରିପାରିବେ (ଏଥିପାଇଁ  ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ନିହାତି ଆବଶ୍ୟକ)  କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ଆବେଦନ କରି ପାରିବେ  ।
୫. ଋାସନ କାର୍ଡରୁ ଜଣେ ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପାଇଁ ଏବଂ ଶିଶୁଙ୍କୁ  ରାସନ୍ କାର୍ଡରେ ସଂଯୋଗ କରିବାର ପ୍ରକ୍ରିୟା କଣ ଏବଂ କାହା ମାଧ୍ୟମରେ କରାଯିବ ତାହା ଜଣାଇବା ପାଇଁ ଅନୁରୋଧ  ।
ଉ-ଅନ୍ ଲାଇନରେ ଆବେଦନ କରିପାରିବେ (ଏଥିପାଇଁ  ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ନିହାତି ଆବଶ୍ୟକ)  କିମ୍ବା ବ୍ଲକ୍ କାର୍ଯ୍ୟାଳୟ ଯୋଗାଣ ଉପବିଭାଗରେ ଆର.ସି.ଏମ୍.ଏସ୍. ବିଭାଗରେ ଦରଖାସ୍ତ କରି ଆବେଦନ କରି ପାରିବେ  ।

୬.   ଋାସନ୍ କାର୍ଡରେ ରାସନ  ସାମଗ୍ରୀ ପାଇବା ପାଇଁ  ଆଧାର କାର୍ଡ  ଜରୁରୀ କି ? ଯଦି ଜନୈକ ବ୍ୟକ୍ତିର ଆଧାର କାର୍ଡ  ନାହିଁ, ସେ ରାସନ୍ ସାମଗ୍ରୀ କିପରି  ପାଇବ, ତାହା ଜଣାଇବା ପାଇଁ ଅନୁରୋଧ ।
ଉ-ରାସନ୍ କାର୍ଡରେ ରାସନ ସାମଗ୍ରୀ ପାଇବା ପାଇଁ ଆଧାର କାର୍ଡ ନିହାତି ଜରୁରୀ । ଯଦି କୌଣସି ବ୍ୟକ୍ତିଙ୍କର ଆଧାର କାର୍ଡ ନାହିଁ  । ତେବେ ସେହି ବାବଦରେ ସନ୍ତୋଷଜନକ କାରଣ  ସହ କାର୍ଯ୍ୟାଳୟରେ ଦରଖାସ୍ତ ଦେଲେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ  ।
୭.   ଯଦି କୌଣସି   ପାଂଚ ବର୍ଷ ବୟସରୁ କମ୍  ପିଲାର ଆଧାର କାର୍ଡ ହୋଇ ପାରି ନାହିଁ, ସେ ରାସନ୍ ସାମଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ କି ?
ଉ-ରାସନ କାର୍ଡରେ ନାମ ସଂଯୋଗ କରିବା ପାଇଁ ଆଧାର ବାଧ୍ୟତା ମୂଳକ  । କୌଣସି ବିଶେଷ କ୍ଷେତ୍ରରେ ଯଦି କୌଣସି ଛୋଟ ପିଲାର ଆଧାର ଉଠି ପାରୁ ନାହିଁ । ତେବେ ସେହି ବାବଦରେ ସନ୍ତୋଷ କନକ କାରଣ ସହ କାର୍ଯ୍ୟାଳୟରେ ଦରଖାସ୍ତ ଦେଲେ, ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।
୮.   ଏକ ରାସନ୍ ଡିଲରର ମାନକ ସଂଚାଳନ ପ୍ରକ୍ରିୟା (SOP) କଣ?  ସେ କେଉଁ  ନିୟମାବଳୀ ଆଧାରରେ ଜନ ସାଧାରଣଙ୍କୁ  ସେବା ପ୍ରଦାନ କରିବ, ତାହା ଜଣାଇବା ପାଇଁ ଅନୁରୋଧ ।
ଉ- ଏହି ତଥ୍ୟ ଓ.ପି.ଡି.ଏସ୍ କ୍ରଂଟୋ୍ରଲ୍ ଅର୍ଡର ୨୦୧୬ରେ ଉପଲବ୍ଧ  ।
୯. ଋାସନ ଡିଲର  ପାଇଁ ଆବେଦନ ପ୍ରକ୍ରିୟାଏବଂ ନିୟମାବଳୀ କଣ , ତାହା ଜଣାଇବା ପାଇଁ ଅନୁରୋଧ  ଏବଂ  ଆପଣଙ୍କର  କଂଟାପଡା, ନିଆଳୀ ଓ  ବାରଙ୍ଗ ବ୍ଲକ ଅଧିନରେ ଥିବା  ସମସ୍ତ ଡିଲରଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଯୋଗାଯୋଗ ନମ୍ବର  ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ- ଦୟାକରି ଆମର ଲିଙ୍କ୍ କ୍ଲକ୍ କରି ସବିଶେଷ ବିବରଣୀ ଦେଖନ୍ତୁ  । ସୂଚନା ଅଧିକାର ଆଇନ୍ ମାଧ୍ୟମରେ ମିଳିଥିବା ତଥ୍ୟ ସଂଲଗ୍ନ କରାଯାଇଛି ।
୧୦. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ   ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରେ ପ୍ରଭେଦ କଣ ? ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ , ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅଧିନିୟମ ସଂପର୍କରେ ପ୍ରଦାନ କରିବା ପାଇଁ ଅନୁରୋଧ ।
ଉ- ଦୟାକରି ଆମର ଲିଙ୍କ୍ କ୍ଲକ୍ କରି ସବିଶେଷ ବିବରଣୀ ଦେଖନ୍ତୁ  । ସୂଚନା ଅଧିକାର ଆଇନ୍ ମାଧ୍ୟମରେ ମିଳିଥିବା ତଥ୍ୟ ସଂଲଗ୍ନ କରାଯାଇଛି ।








ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବିଶ୍ୱ ଶାନ୍ତି ପାଇଁ ଖାଲି ପାଦରେ ପରିଭ୍ରମଣ:ପରିବ୍ରାଜକ କ୍ରିଷ୍ଣ ଦାସ୍

ବିଶ୍ୱ ଶାନ୍ତି ପାଇଁ ଖାଲି ପାଦରେ ପରିଭ୍ରମଣ:ପରିବ୍ରାଜକ କ୍ରିଷ୍ଣ ଦାସ୍ (ସାକ୍ଷାତକାର)


ସମୟ ସାଢେ ପାଂଚ ଘଟିକା । ନଖରା ପରେ ଯୋହଳ ଗଡା ।  ସୁରୁଜଙ୍କ ସୁନେଲି କିରଣ ପ୍ରତିଭାତ ହେଉଥାଏ କଂକ୍ରିଟ୍ କୋଠା  ଓ ଶାଗୁଆ ଗଛ ଉପରେ  । ବେଳେ ବେଳେ  ମୋଟର ସାଇକେଲରେ ଗଲା ବେଳେ, ଆଖି ଅଟକାଇ ଦିଏ ଗାଡିକୁ । ସେମିତି ଖୋଜିଲା ଖୋଜିଲା ଆଖିରେ , ଅଟକି ଗଲି ଜଣେ ପରିବ୍ରାଜକଙ୍କୁ ଦେଖି  ।  ଲଣ୍ଡିତ ମସ୍ତକ ସହ କଳା ରଙ୍ଗର ପାଂଚ ଫୁଟିଆ ମଣିଷ , ଗଳାରେ ତୁଳସୀ ମାଳି । ବେକରେ ନୀଳ ସ୍ବେଟରଟିଏ ପିନ୍ଧିଛନ୍ତି ।  ହାତରେ ହଳଦିଆ ପତାକା ସହିତ ଜାତୀୟ ପତାକା ।  କାନ୍ଧରେ  ଗୁଡା ହୋଇଥିଲା କମ୍ବଳ ସହ  ଧଳା ଝୁଲା ।  ଖାଲି ପାଦରେ ଚାଲି ଚାଲି ଭାରତ ଭ୍ରମଣର ସଂକଳ୍ପ । ବିଶ୍ୱ ଶାନ୍ତି ଓ ଭ୍ରାତୁତ୍ୱର ସନ୍ଦେଶ ପ୍ରସାରଣର ସଂକଳ୍ପ ।  ନାମ ତାଙ୍କର କ୍ରିଷ୍ଣ ଦାସ  । ସତରେ ତାଙ୍କର କେଇ ପଦ କଥା ମୋତେ ମନ୍ତ୍ର ମୁଗ୍ଧ କରିଦେଲା । ଦ୍ରୁତ ଗତିରେ ଚାଲୁଥିବା ପରିବ୍ରାଜକଙ୍କ ସହ ଆଉ କେଇ ପଦ କଥା ହେବାର ଲୋଭ ସମ୍ବରଣ ନ କରିପାରି ତାଙ୍କ ସହିତ କିଛି ମିନିଟ୍ ଚାଲିବାରେ ଲାଗିଲି ।   ପରିବ୍ରାଜକଙ୍କର ବଙ୍ଗଳା  କଥା ବୁଝି ହେଉଥିଲେ ବି ହିନ୍ଦୀରେ କଥୋପକଥନ ହେବା ପାଇଁ ସହଜ ମନେ କଲି ।  ଆଜି ଆପଣମାନଙ୍କ ପାଇଁ ସେଇ କଥା କେଇ ପଦ ପ୍ରକାଶ କରୁଅଛି ।
୧. ଆପଣଙ୍କ ନାମ ଓ ଘର କେଉଁଠି?
ଉ- କ୍ରିଷ୍ଣ ଦାସ ଓ  ପଶ୍ଚିମ ବଙ୍ଗ ।
୨.  ଆପଣ  ଘର ଛାଡି ଖାଲି ପାଦରେ ଏମିତି  ଭ୍ରମଣ କରିବାର ଉଦ୍ଦେଶ୍ୟ କଣ?
ଉ- ବର୍ତମାନ ସାରା ବିଶ୍ୱ ଧ୍ୱଂସ ମୁଖରେ ପତିତ  । ସାରା ଭାରତ ବର୍ଷ ମଧ୍ୟ ଅସ୍ଥିରତା ସହ ଅଶାନ୍ତିର ସମ୍ମୁଖୀନ  । ପରସ୍ପର ଭାଇ ଚାରାର ଅଭାବ ସହ  ନିଶାଗ୍ରସ୍ତ ଅବଚେତନ ମଣିଷ ନିଜର ଅସ୍ତିତ୍ୱ ଭୁଲି ଯାଇଛି । ପରିବାରରେ ଶାନ୍ତି ନାହିଁ, ପ୍ରେମ ନାହିଁ ଓ ସଦ୍ ଭାବ ନାହିଁ  । ଏପରି ଜିଇଁବାରେ ଲାଭ କଣ ଭାଇ  ? ମୁଁ  ଆଜି ସାଧାରଣ ବାଟୋଇ ଭାବେ ଏଇ କଥା କେଇ ପଦ କହି କହି ବାଟ ଚାଲୁଛି  । ଯାହା ଭଗବାନଙ୍କ ଇଛା ।
୩.  ଆପଣ ଭଗବାନଙ୍କୁ ବିଶ୍ୱାସ କରନ୍ତି ?
ଉ- ହଁ, ସେ ମୋ ପାଖେ ପାଖେ ଅଛନ୍ତି । କୃଷ୍ଣଂ ବନ୍ଦେ ଜଗତ୍ ଗୁରୁମ୍ ଭାବରେ କୃଷ୍ଣ ମୋର ସବୁ କିଛି  । ସେ ମୋର ଧନ, ସେ ମୋର ଜୀବନ ।
୪. ବର୍ତମାନ ଭାରତ ବର୍ଷରେ ଅନେକ ଦେବାଦେବୀ ପୂଜିତ ହେଉଛନ୍ତି, କିନ୍ତୁ ଆପଣ କେବଳ କୃଷ୍ଣଙ୍କ କଥା କହିଲେ ?
ଉ- ଦେଖନ୍ତୁ, ଏକ ପରିବାରର ଜଣେ ମୁରବୀ ଥିଲା ପରି ସାରା  ବିଶ୍ୱ ବ୍ରହ୍ମାଣ୍ଡର ଜଣେ ବିଶ୍ୱ ନିୟନ୍ତା ଅଛନ୍ତି ନା  । ବାସ୍ !  ମଣିଷ ଜୀବନରେ ସତ୍  ପଥରେ ଚାଲିବା ପାଇଁ ଗୁରୁ କିମ୍ବା ପରମେଶ୍ୱରଙ୍କ ସାହାରା ନିଏ  । ସିଏ  ଯେ କୌଣସି ଦେବା/ଦେବୀ ହୁଅନ୍ତୁ ନା ? ଏଗୁଡିକ ତ ମଣିଷ ତିଆରି କରିଛି ।
୫. ଆପଣ ବିଶ୍ୱାସ କରୁଥିବା ନିଜର ପ୍ରିୟ  ଇଷ୍ଟଙ୍କୁ ଦର୍ଶନ କରିଛନ୍ତି ?
ଉ- (ହସି ହସି) ଆପଣ ଏମିତି କଥା ପଚାରୁଛନ୍ତି । ଆପଣ କେବେ କୌଣସି ଝିଅକୁ ପ୍ରେମ କରିଛନ୍ତି ନା । ପ୍ରେମରେ ବୁଡି ରହିଲା ବେଳେ, ପ୍ରେମିକା ସ୍ବପ୍ନରେ ଆସେ, ଆଲିଙ୍ଗନ କରେ । ସର୍ବଶେଷରେ ଏହାର ଭାବ ପ୍ରବଣତା ଶାରିରୀକ ସୁଖରେ ପରିଣତ ହୁଏ  । ଯାହାର ସୁଖ କ୍ଷଣିକ ଅଟେ ।ସେଥିରେ ମଣିଷ ପତନଗାମୀ ହୁଏ । କିନ୍ତୁ ଆପଣ ଯେ କୌଣସି ରୂପରେ ପରମେଶ୍ୱଙ୍କୁ ଆରାଧନା କରନ୍ତୁ କି ମନନ କରନ୍ତୁ । ସେ ନିଶ୍ଚୟ ଆପଣଙ୍କୁ ଦେଖାଦେବେ   । କେବଳ ତାଙ୍କ ପ୍ରତି  ପ୍ରଗାଢ ପ୍ରେମ ଆବଶ୍ୟକ । ଧିରେ ଧିରେ ତାଙ୍କର ଉପସ୍ଥିତିକୁ ଅନୁଭବ କରି ପାରିବେ, ଏଥିରେ ସନ୍ଦେହ ନାହିଁ  ।
୬. ଆଜି ଆପଣ କେଉଁଠି ରହିବେ ? ଆସନ୍ତୁ ଆମେ କିଛି ବାଟ ମୋଟର ସାଇକେଲରେ ଯିବା ଆଉ ଟିଫିନ୍ ଟିକେ କରିଦେବା ।
ଉ- ନା ବାବା, ମୁଁ କେବଳ ରାତ୍ରି ଯାପନ  କୌଣସି ମନ୍ଦିରରରେ କରିଥାଏ  ।  କୌଣସି ଜଳଖିଆ ଦୋକାନ କିମ୍ବା ହୋଟେଲରେ ଭୋଜନ କରେ ନାହିଁ ।  ମୋତେ ଆଉ ଦୁଇ କିଲୋ ମିଟର ମଧ୍ୟରେ କୌଣସି ମନ୍ଦିରର ଠିକଣା ଦିଅନ୍ତୁ   । ବାସ୍ ଆଉ କିଛି ଦରକାର ନାହିଁ  ।
  ଏହା ପରେ ମୋ ନିକଟରେ କୌଣସି ବିକଳ୍ପ ନ ଥିଲା ।  ନାଁ ତାଙ୍କୁ ଅଟକାଇ ପାରିବି ନା ଆଉ ଚାଲି ପାରିବି । ପଂଚବଟୀ ନିକଟସ୍ଥ ଏକ ମନ୍ଦିରର ଠିକଣା  ପ୍ରଦାନ କରିବା ସହିତ ବିଦାୟ ଦେଲି  । ନିର୍ବାକ ହୋଇ ଚାହିଁ ରହିଥିଲି, ତାଙ୍କର ପ୍ରସ୍ଥାନକୁ । ପୁଣି ଥରେ ମୋର ହାତ ଯୋଡି  ହୋଇଗଲା  ପରିବ୍ରାଜକ କ୍ରିଷ୍ଣ ଦାସ ଓ ମୋର ପ୍ରିୟ ପରମଙ୍କ ପାଇଁ  । ଅଲକ୍ଷରେ କେଇ ଟୋପା ଲୁହ ଗଡି ପଡିଲା ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ହେ ଗୁରୁ ଗରୀୟାନ !

ମାଧବାନନ୍ଦ ଭୋଇ
ଶତ ପ୍ରଣାମ ତୁମରି ଚରଣେ ହେ ଗୁରୁ ଗରୀୟାନ,
ଜ୍ୟୋତି ପୁଞ୍ଜ ମଧ୍ୟେ ତୁମେ ଧ୍ରୁବ ତାରା, ତୁମେ ଚିର ଅମଳିନ । ।
ଆତ୍ମୀୟତା ସ୍ନେହ ଝରାଇଲ ହୃଦେ ତୁମରି ଶିକ୍ଷା ଦାନ ସାଥେ,
ଅଜ୍ଞାନ ଅନ୍ଧାର ଦୂରେଇବା ପାଇଁ, ଦୀପ ଜାଳିଦେଲ ନିଜ ହାତେ ।
ହେ ଯୁଗ ଦ୍ରଷ୍ଟା, ହେ ମହା ସ୍ରଷ୍ଟା; କରେ ତବ ପଦ ବନ୍ଦନ । ।୧
ତିଳ ତିଳ କରି ନିଜେ ଜଳି ଜଳି, ଜ୍ଞାନର ପ୍ରଦୀପ ଦିଅ ଜାଳି,
ହୃଦୟେ ଆମ ନ ଭୁଲୁ କେବେ ବି ;ପ୍ରବଳ ପବନେ ସଦା ଜଳି ।
ହେ ସତ୍ୟ ସିନ୍ଧୁ, ହେ ପରମ ବିନ୍ଦୁ! କରେ ତବ ପଦ ବନ୍ଦନ । ।୨
ଦୁଃଖ ସୁଖ ନିନ୍ଦା ପ୍ରଶଂସା ସମାନ, ମନେ ଚିନ୍ତୁ ଥାଅ ସର୍ବ ସମ,
ବଚନ ଭାଷିଲେ ମଧୁ ଝରେ ପରା, ତବ ସୃଷ୍ଟି ସୁଧା ଅନୁପମ ।
ହେ ଗୁରୁଦେବ, ହେ ପରମାନନ୍ଦ, କରେ ତବ ପଦ ବନ୍ଦନ । ।୩
ସତ୍ୟ ପଥ ପାଇଁ , ଲକ୍ଷ ଭେଦ ପାଇଁ, ତୁମେ ହିଁ ଆଶିଷ ଝରାଇ ଦିଅ,
ଅନ୍ତରେ ଆମର ବଜ୍ର ଶପଥ, ତୁମେ ଆଜି ହୃଦେ ଜଗାଇ ଦିଅ ।
ହେ ସାଧକ, ହେ ମହାତ୍ମନ୍ ! କରେ ତବ ପଦ ବନ୍ଦନ । ।୪
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,ପାଟସୁନ୍ଦରପୁର,କଟକ,
ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କିଏ କରୁଛି ସର୍ବନାଶ

ମାଧବାନନ୍ଦ ଭୋଇ
ସତ କହିଲେ ଗାଳି ଖାଇବ, 
ପ୍ରତିବାଦ କଲେ ଜେଲ୍ ଯିବ ।
ଲୁଚା ଛପାରେ ହଣା ଖାଇବ,
ସ୍ବାର୍ଥପରଙ୍କ ଅପ୍ରିୟ ହେବ  । ।
ସଂପର୍କରେ ଚଉହଦୀରେ,
 ହେବ ତୁମେ ମହାକାଳ ଫଳ,
ସାକ୍ଷାତରେ  ଦେଖୁଥିବ ମିଠା ମିଠା ହସ ,
ପରଦାର ପଛ ପାର୍ଶ୍ଵରେ ତୁମ ପାଇଁ ଥିବ ଖାଲି ହଳା ହଳ ବିଷ । ।

ନୀଳ ବର୍ଣ୍ଣ ଶୃଗାଳ ପରି  କୁଜି ନେତା ବନିଯାାଅ,
ନେତାଙ୍କ ପାଇଁ ଗୁଣ୍ଡାଗିରି କର, 
ହାତରେ ଛୁରୀ ଭୁଜାଲି ଧର
ଅକ୍ଟୋପାସ୍ ପରି ଝୁଣି ପକାଅ ଗରିବର ରକତକୁ
ଖିନ୍ ଭିନ୍ କରି ଖାଇଯାଅ 
ମାଆ ଭଉଣୀର କଅଁଳା ମାଂସକୁ
 ହେବ ତୁମେ ସୁନା ପୁଅ,
 ହେବ ତୁମେ ସୁନା ପୁଅ । ।

 ଜୟ ଭୀମ୍ ଦେବ ନାରା,
 ଜୟ ଶ୍ରୀ ରାମ ଦେବ ନାରା,
 ଛଳନାର ଦେବ ଭୂମି ପରେ,  ହୋଇ ଦଳ ଦଳ.
ଟୁକୁଡା ଟୁକୁଡା କରି ଦିଅ ଦେଶ ।
 ସମାଜର  ଛାତି ଚିରି,
 ବିଂଚିଦେବ ହଳା ହଳ ବିଷ  ।
ସମାନତା, ମାନବିକତା ହେଉ ପଛେ ଧ୍ୱଂସ  । ।

 ଜୀଇଁବି ମୁଁ ନିଜ ପାଇଁ,   ହସିବି ମୁଁ ନିଜ ପାଇଁ
 ଅପୂର୍ଣ୍ଣତା ହେଉ ପଛେ ସ୍ବରାଜ୍ୟର ଗାଡ ।
ଆଜି ମଲେ କାଲି କି ଦିନ, ସରିବନି ସ୍ବପ୍ନ,
 ଗଢିବି ମୁଁ ସ୍ବପ୍ନର ଉଆସ,
 ଗରିବୀକୁ କରି ଉପହାସ । ।
ସୁରା ସାକୀ ସାମ୍ରାଜ୍ୟରେ କରି ଅଟ୍ଟହାସ୍ୟ,
ସମାଜର  ହୋଇଯାଉ ପଛେ ସର୍ବନାଶ । ।
ସମାଜର  ହୋଇଯାଉ ପଛେ ସର୍ବନାଶ । ।


ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,କଟକ,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପିଲା ଦିନରୁ କିଛି ହଜିଗଲା

ସହପାଠୀ ସୁକାନ୍ତର ବିୟୋଗରେ
                      ବନ୍ଧୁ, ବର୍ଷ ପରେ ବର୍ଷ ଚାଲିଯିବ । ମାସ ପରେ ମାସ ଚାଲିଯିବ । ଦିନ ପରେ
ଦିନ ଚାଲିଯିବ । ସବୁ କିଛି ଥିବ  । ହେଲେ ତୁ ଆଜି ନାହୁଁ  । ମୁଁ  ଆଗାମୀ ଦିନରେ ନ ଥିବି  । ଏମିତି ଅକାଳରେ ତୁ ଚାଲି ଯିବା, କାହିଁ ମୋତେ ବିଶ୍ୱାସ ଲାଗୁନାହିଁ ।  ଅଡଶପୁର ହାଟରେ  ପରିବା କିଣିବା ବେଳେ କାଲି ପରି ଲାଗୁଛି । "ମାଧ କେମିତି ଅଛୁ" ବୋଲି ସବୁ ଥରକ ପରି ପଦେ ପଦେ ହସ ହସ କଥା  । ହେଲେ ଆଉ ମୁଁ   ତୋତେ ଆଉ ଶୁଣି ପାରିବି ନାହିଁ କି ଦେଖି ପାରିବି ନାହିଁ  ।  ଅକାଳରେ ଲୁଚି ଗଲୁ କାଳର ଗହ୍ୱରରେ  ।
ବହୁତ କଥା ମନେ ପଡେ  । ସୁକାନ୍ତ ସ୍ବାଇଁ ବଡ ଖାଲ ଗ୍ରାମର ଜଣେ ପିଲା ଦିନର ବିଦ୍ୟାଳୟ ସହ ପାଠୀ  । ୧୯୮୮ ମସିହାରେ ବ୍ରାହ୍ମଣ ସାଇଲୋ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲା ବେଳେ ଆମ ସଂପର୍କର ଅୟମାରମ୍ଭ  । ଧିରେ ଧିରେ ଅଷ୍ଟମରୁ ପଢିଲା ପର ଠୁ ଆମର ଘନିଷ୍ଠତା ବଢି ଗଲା  । ସୁକାନ୍ତ  ପାଠରେ ଭଲ ଛାତ୍ର  ନ ଥିଲା ସତ, କିନ୍ତୁ ସରଳ ଅମାୟିକ ହୃଦୟ ର ସାଦା ସିଦା ପିଲାଟେ ଥିଲା । ଶ୍ୟାମଳ ରଙ୍ଗର କୁଂଚୁ କୁଂଚିଆ ଚୁଟି ସହିତ ହସ ହସ ମୁହଁ  ।  ତେବେ ଏ ସମୟରେ ଖାଲ ଗାଁର ଅନେକ ପିଲା ଆମ ସହିତ ପଢୁଥିଲେ ବି ସୁକାନ୍ତ ସହିତ ସଂପର୍କ ଅନ୍ୟ ପ୍ରକାର ଥିଲା । ବିଶେଷ କରି ସେତେବେଳେ  ବ୍ରାହ୍ମଣ ସାଇଲୋ ବିଦ୍ୟାଳୟ ଓ  ଖାଲ ଗାଁ ମଧ୍ୟରେ ଏକ କିଲୋ ମିଟର ଧାନ ବିଲ ଗହୀର ହିଁ ଏକ ମାତ୍ର ଗମନା ଗମନ ମାଧ୍ୟମ ଥିଲା । ବର୍ଷା ଦିନେ କାଦୁଅ ଚକଟି ଚକଟି ଖାଲ ଗାଁର ପିଲା ନଅଟା ବେଳୁ ବାହାରି ପ୍ରାୟ ଦିନ ୧୧ଟା ସମୟରେ ବିଦ୍ୟାଳୟରେ ପହଂଚୁଥିଲେ  । କିନ୍ତୁ ସୁକାନ୍ତ ନିଆରା ଥିଲା । 
               ଶ୍ରେଣୀରେ ପଢିଲା ବେଳେ “କ” ଓ “ଖ” ଭାବରେ ଦୁଇ ବିଭାଗ କରି ଦିଆଗଲା । “ଖ” ବିଭାଗରେ ସୁକାନ୍ତ ଥିବାରୁ ପରସ୍ପର ଘନିଷ୍ଟତା ଆହୁରି ବଢି ଗଲା  । ଟିଉସନ ହେଉଥିବାରୁ ମୋର ହୋମ୍ ଟ୍ୟାକ୍ସ ସମାପନରେ କିଛି ଅସୁବିଧା ନ ଥିଲା । ମାତ୍ର ସୁକାନ୍ତର ପରିବାର ସ୍ବଚ୍ଛଳ ନ ଥିଲା ଓ ଘରେ ଅଭିଭାବକ ବି ପଢାଶୁଣା ନଥିଲେ । ବିଚରା ମୋ ଖାତାକୁ ନେଇ  ହୋମ୍ ଟ୍ୟାକ୍ସ ପାଇଁ ଟିପୁଥିଲା । ତା ପ୍ରତି ବଦଳରେ  ଆମେ  ଖେଳ ଛୁଟିରେ ଏକାଠି ହେଉଥିଲୁ  । ଋତୁ ଅନୁଯାୟୀ ଆମ ମଧ୍ୟରେ ଆମ୍ବ, ତେନ୍ତୁଳି ଓ ପିଜୁଳିର ବହୁତ ସଦ୍ ବ୍ୟବହାର ହେଉଥିଲା । ବିଦ୍ୟାଳୟ ପଛ ପଟେ ଥିଲା ଦୁଇଟି ତେନ୍ତୁଳି ଗଛ ଆଉ ଆମ୍ବ  ତୋଟା  ।  ପ୍ରାୟତଃ ସେଠାରେ କିଆ ଗୋହିରୀ ଥିବାରୁ କିଛି ପିଲା , ତା ମଧ୍ୟରେ ପଶିବାକୁ ସାହାସ କରୁ ନ ଥିଲେ । କିନ୍ତୁ ସୁକାନ୍ତ୍ ତା ମଧ୍ୟରେ ପଶି ପଡିଥିବା,ତେନ୍ତୁଳି ଓ ଆମ୍ବଗୁଡିକୁ ଗୋଟାଇ ଆଣୁଥିଲା । ସେ ମଧ୍ୟ ଘରୁ  ଲଙ୍କା ଲୁଣ ଗୁଣ୍ଡ କରି ନେଇ ଆସିଥାଏ । ସେଗୁଡିକୁ ଖେଳ ଛୁଟିରେ ସାଙ୍ଗ ମଧ୍ୟରେ ଛଡା ଛଡି ହୋଇ ଖାଇବାରେ ଯେଉଁ ମଜା, ଅଧୁନା ଯୁଗର ପିଲା ବୂଝି ପାରିବେ ନାହିଁ । ଘରକୁ ଫେରିଲା ବେଳେ ବର୍ଷା ଦିନେ ପରସ୍ପରକୁ କାଦୁଅ ପକାଇ କାଦୁଅ କରିବା, ଏହାର ଆତ୍ମୀୟତା ବିଂଶ ଶତାଦ୍ଦୀର ପିଲା କେବେ ବି ଅନୁଭବ କରି ପାରିବେ ନାହିଁ  ।  
                      ପରସ୍ପର ପଢିବା ପରେ ଦଶମ ଶ୍ରେଣୀ ହୋଇଗଲା । ସେ ଟେଷ୍ଟ୍ ପରୀକ୍ଷାରେ ଅନ୍ ଟେଷ୍ଟ ହୋଇଗଲା । ଅନ୍ ଟେଷ୍ଟ  ହୋଇ  ସୁକାନ୍ତ ବହୁତ ମନ ଦୁଃଖ କରୁଥିଲା । ଏହା ପର ଠୁ ଆମ ଗାଁ ଓ ବଡ ଖାଲ ଗ୍ରାମ ମଧ୍ୟରେ ପ୍ରାୟ ଦେଢ କିଲୋ ମିଟର ଦୂରତା ହେଲେ ମଧ୍ୟ, ମୋ  ନିକଟକୁ ଚିଠି ଲେଖିବା ଆରମ୍ଭ ହୋଇ ଗଲା । ସେ ଏପରି ମୋର ବିଦ୍ୟାଳୟ ସହପାଠୀ ଥିଲା, ଯାହାଠୁ ମୁଁ ପ୍ରତିମାସରେ ଖଣ୍ଡେ ହେଲେ ବି ଯେମିତି  ଚିଠିଟେ ପାଉ ଥିଲି । ସେ ସମୟରେ ମୋବାଇଲ୍ ଫୋନ  ନ ଥିବାରୁ ପରସ୍ପର ଚିଠି ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିବା ଏକ ମାତ୍ର ମାଧ୍ୟମ ଥିଲା । ପ୍ରତି ମାସରେ  ତାର ଚିଠି ଖଣ୍ଡେ ନ ପାଇଲେ ମନଟା କିଲ୍ ବିଲ୍ ହୋଇ ଲାଗୁଥିଲା ।   ତା ଚିଠି ମୋତେ ବହୁତ ଭାବ ପ୍ରବଣ କରି ଦେଉଥିଲା । କେତେ ବେଳେ ପାଠ ଭଲ ନ ହେବା, ପରିବାରର ଗରିବୀ ପଣିଆ ଓ କୈଶୋରର ପହିଲି ପ୍ରେମ  ଏମିତି ସବୁ କିଛି ମୋ ସହିତ ତାର ସୁଖ ଦୁଃଖକୁ ବାଂଟୁ ଥିଲା । ପ୍ରାୟ ଚିଠିରେ ସ୍କୁଲ୍ ଜୀବନର କଥା  ଲେଖୁଥିଲା ।  ସ୍କୁଲରେ ପଢିଲା ବେଳେ କେତେ ଆମେ ବୁଲୁଥିଲୁ ଆଉ କଥା ହେଉଥିଲୁ । ସେହିପରି ତୁ ଚିଠିଟିଏ ଦେଲେ, ମୋତେ ଲାଗେ, ତୁ ଯେପରି ଚିଠିଟିକୁ ମୋ ନିକଟରେ ଆସି ପଢି ଦେଉଛୁ ।  ଚିଠିଟିକୁ ଦେଖିଲା ବେଳକୁ ତୋର ଛବି ଦେଖାଯାଏ । ତୁ ହଏତ ମୋତେ ମିଛ ଭାବୁଥିବୁ । ହେଲେ ଏ କଥା ସତରେ ???
ଆଜି ସେ ଭାବ ପ୍ରବଣ ଚିଠି ଗୁଡିକୁ ଦେଖିଲେ , ଆଖି  ଛଳ ଛଳ ହୋଇଯାଏ । ସୁକାନ୍ତ ଆଉ ପଢିଲା ନାହିଁ  । କାମ କରିବା ପାଇଁ ବାହାର ରାଜ୍ୟକୁ ପଳାଇଲା । କିଛି ବର୍ଷ ପରେ ଭୁବନେଶ୍ୱରର ଏକ ହୋଟେଲରେ  କାମ କଲା  । ପରସ୍ପର ଫୋନ ନମ୍ବର ଆଦାନ ପ୍ରଦାନରେ ସଂପର୍କ  ହେଲା । ହେଲେ ଯେ ଯାହା କାମରେ ଆମେ ବହୁତ ବ୍ୟସ୍ତ ଥିଲୁ  । ଦିନେ  ସୁକାନ୍ତ ତାର ଆଧାର କରିବା ପାଇଁ ମୋ ଜନ ସେବା କେନ୍ଦ୍ରକୁ ଆସିଲା  । ବହୁତ କଥା ଆମେ ହେଲୁ  । ପୁୁରୁଣା ପ୍ରେମ କଥା ପଚାରିଲି  । ମାତ୍ର ମୁହଁ ଶୁଖାଇ ଦେଲା  । ପ୍ରେମ ବିବାହରେ ଘରେ ରାଜି ନ ଥିଲେ । ପ୍ରେମିକା  ଘରୁ ପଳାଇଯାଇ ରେଜିଷ୍ଟ୍ରି ବିବାହ ପାଇଁ କହୁଥିଲା । ମାତ୍ର ସୁକାନ୍ତ ବାପା ବୋଉଙ୍କୁ ମୁହଁକୁ ଚାହିଁ ରାଜି ହେଉ ନ ଥିଲା ।  
ଏମିତି ଦିନେ ପ୍ରେମିକା ଆସି ତା ନିକଟରେ ଆସି ବସିଲା  । ତମକୁ କହିଲି ତୁମେ ଗଲ ନାହିଁ, ଆଉ ମୋତେ ତୁମେ ପାଇବ ନାହିଁ କହି ଶେଷରେ ସେ ଆତ୍ମ ହତ୍ୟା କରିଦେଲା । ସୁକାନ୍ତ ବେଳେ ବେଳେ କହୁଥିଲା ମାଧରେ ଏବେ ସିଏ ଛାଡି କରି ଯାଇନି ମୋତେ  । ଯଦି କୌଣସି ଦିନ  କାମକୁ ଯିବା ପାଇଁ ନିଦ ଭାଙ୍ଗୁ ନ ଥିବ  । ସେ ଆସି ମୋତେ ଉଠାଇ ଦେବ  । ମୋତେ ଆଉଁସି ଦେବ  । ହେଲେ ମୋର କିଛି କ୍ଷତି କରେ ନାହିଁ  । କୁଆଡେ ଗଲା ସେ ପ୍ରେମ, ପ୍ରେମିକା ପୋଖରୀ ତୁଠରେ ଗାଧୋଇଲା ବେଳେ , ଟେକାରେ  ଚିଠି ଗୁଡାଇ ପକାଇବା  ଆଉ ଧରା ପଡି  ଉଭୟେ ଗାଳି ଶୁଣିବା ହୁଏତ ସେମାନଙ୍କର ପ୍ରେମର ପରିଭାଷା ଥିଲା । କୈଶୋରର ପହିଲି ପ୍ରେମ ପରେ ବି ବୈବାହିକ ଜୀବନରେ  ସୁକାନ୍ତ ତାର ପାରିବାରିକ ଜୀବନକୁ ନେଇ ବହୁତ ଖୁସି ଥିଲା । ପୁଅକୁ ଜାଭିୟରରେ ପଢାଉଥିଲା । ଘରେ ବହୁତ ଖୁସିରେ ଥିଲା ।
କିନ୍ତୁ ତାର ପରିବାରରେ  ଏଭଳି ଦୁଃଖଦ ମୁହୁର୍ତ ଆସିବ ବୋଲି ମୁଁ କେବେ ଭାବି ପାରୁ ନାହିଁ । ସୁକାନ୍ତର ବାପା ବର୍ଷକ ପୂର୍ବେ ଚାଲିଗଲା ପରେ ଆଜି ସେ ବି ଚାଲିଗଲା ।  ନିଜର କର୍ମକ୍ଷେତ୍ର ହୋଟେଲରୁ ଫେରିବା ସମୟରେ. ଏକ  ଗାଡି ଦୁର୍ଘଟଣାରେ ସବୁ ଦିନ ପାଇଁ ଲିଭିଗଲା ଜୀବନର ଦୀପ । ଘରେ ବିଧବା ମାଆ ସହିତ ବିଧବା ସ୍ତ୍ରୀ ଆଉ ପାଂଚ ବର୍ଷର ଟିକି ପୁଅ  । ଜୀବନରେ ଏତେ ଦୁଃଖ ଆସେ ବିଶ୍ୱାସ ହେଉ ନାହିଁ  । ଗତ ବର୍ଷ ମୋ ପିଲା ଦିନ ସାଙ୍ଗ ବସନ୍ତକୁ ହରାଇ ଥିଲି । ଆଜି ସୁକାନ୍ତକୁ ହରାଇଲି  । ଅନେକ ସ୍ମୃତି ସେ ଛାଡିଗଲା ମୋ ପାଖରେ  ।   ଆଖିରେ ଲୁହ ବାଧାହୀନ । ଆଜି ତୋ ପାଇଁ ଦି ପଦ ଲେଖି. ଛାତିଟା ଟିକେ ହାଲୁକା କରିଦେଉଛି  । ତୁ ଆଗରେ ଯାଇଛୁ । ମୁଁ  ବି ଦିନେ ପଛରେ ଯିବି  । ସେପାରିରେ ଦେଖା ହେବ ସାଙ୍ଗ । ଅଶ୍ରୂଳ ବିଦାୟ । ଅଶ୍ରୁଳ ବିଦାୟ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମନିଷୀ ବାର୍ତ୍ତାର ମହାମନିଷୀ "ଧର୍ମାନନ୍ଦ"


       ମନିଷୀ ବାର୍ତ୍ତା ମହାମନିଷୀ "ଧର୍ମାନନ୍ଦ" 
          ଚାହୁଁ ଚାହୁଁ ତିନି ବର୍ଷ ବିତି ଗଲା ।  ସନ୍ଥ ଧର୍ମାନନ୍ଦଙ୍କ ପାର୍ଥିବ ଶରୀର ପଞ୍ଚ ଭୂତରେ
ବିଲ୍ଲୀନ ହୋଇଗଲା ସିନା,ଅଦ୍ୟାବଧି ବାଲିପାଟଣା ବଜାର ସ୍ଥିତ କର୍ମଭୂମିରେ, ଉକ୍ତ ସନ୍ଥଙ୍କ ସାଧନାର ସୁରଭି  ଘୁରି ବୁଲୁଛି   ଅନେକ ଛାତ୍ରଙ୍କ ହୃଦୟରେ, ସାଧକମାନଙ୍କ ହୃଦୟରେ ବିଭିନ୍ନ ଅନୁରାଗୀଙ୍କ ହୃଦୟରେ  ।  ଏକଦା ସମୟରେ  କୁଶକଂଟା   ମଠାଧୀଶ ସନ୍ଥ ବାହୁଡାଙ୍କର ଜମି କ୍ରୟ ସମୟରେ  ବାଲିପାଟଣାର ବିଭିନ୍ନ ଅଂଚଳ  ବୁଲିବା ସହିତ ଚାନ୍ଦା ସଂଗ୍ରହ କରୁଥିଲୁ । ଏହି ସମୟରେ  ସଂପର୍କ ହୁଏ ସନ୍ଥ ଧର୍ମାନନ୍ଦଙ୍କ ସହିତ  । ଶିଶୁ ସାହିିତ୍ୟିକ ବାବାଜୀ ଭୋଇଙ୍କ ପରାମର୍ଶ କ୍ରମେ ଆମେ  ଚାରି/ପାଞ୍ଚ ଜଣ ଦିନେ ସନ୍ଧ୍ୟା ସମୟରେ, ସନ୍ଥ ଧର୍ମାନନ୍ଦ ନିବାସ କରୁଥିବା  ବାଲିପାଟଣା ସ୍ଥିତ  ତାଙ୍କର ପର୍ଣ୍ଣ କୁଟୀରରେ ପହଞ୍ଚିିିଲୁଲ  । ପରସ୍ପର ପରିଚୟ ଏବଂ ଆଗମନର ଅଭିପ୍ରାୟ କଥୋପକଥନ ଅନ୍ତେ କିଛି ସମୟ ଆଧ୍ୟାତ୍ମିକ ଆଲୋଚନାରେ ସମୟ ବ୍ୟତୀତ ହୋଇଗଲା । ତେବେ ଉକ୍ତ ଆଧ୍ୟାତ୍ମିକ ଆଲୋଚନାରେ ଏକ ମାନବ ଜୀବନର ଦୈନନ୍ଦିନ ଜୀବନ ନିର୍ବାହ ସହିତ ଆତ୍ମ ସାକ୍ଷାତକାର ସଂପର୍କରେ ସମ୍ୟକ ସୂଚନା ଥିଲା । ପରେ ପରେ ସନ୍ଥ ଧର୍ମାନନ୍ଦଙ୍କ ସ୍ବହସ୍ତରୁ ସ୍ବରଚିତ “ମନିଷୀ ବାର୍ତ୍ତା” ପୁସ୍ତକକୁ ଏକ ପ୍ରିତୀ ପୂର୍ଣ୍ଣ ଉପହାର  ଭାବେ ଗ୍ରହଣ କରି ଘରକୁ ପ୍ରତ୍ୟାବର୍ତନ କଲୁ  ।
  ପୂର୍ବରୁ ସମ୍ୟକ ଆଲୋଚନା କ୍ରମେ ମୋ ମାନସ ପଟ୍ଟରେ  ସନ୍ଥ  ଧର୍ମାନନ୍ଦ  ଜଣେ ସାଧାରଣ ମଣିଷ ଭାବରେ ପ୍ରତୀୟମାନ ହୋଇଥିଲେ । କିନ୍ତୁ  ସମୟାନୁକ୍ରମେ ତାଙ୍କର ସ୍ବରଚିତ ପୁସ୍ତକ ଗୁଡିକୁ ପାଠ କଲାପରେ , ସେ ଜଣେ ଅଦ୍ୱିତୀୟ ସାଧକ ଭାବରେ ଅନୁଭବ କରୁଥିଲି  ।  ପରିଚୟ ଅନୁସାରେ  “ସନ୍ଥ ଧର୍ମାନନ୍ଦ”  ଓରଫ୍ ଶ୍ରୀଯୁକ୍ତ ଧର୍ମାନନ୍ଦ ନାୟକ  ଖୋର୍ଦ୍ଧା ଜିଲ୍ଲାସ୍ଥ ବାଲି ପାଟଣା ଗ୍ରାମରେ ପିତା ହାଡିବନ୍ଧୁ ନାୟକ ଓ ମାତା ଭାନୁମତୀ ନାୟକଙ୍କ ଔରସରୁ ଏକ ଦିବ୍ୟ ମୁହୁର୍ତ୍ତରେ-୦୭/୦୧/୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।  ଜଣେ  ଛାତ୍ର ବତ୍ସଳ ଶିକ୍ଷକ  ଭାବରେ  ସ୍ବ ବୃତିଗତ ଜୀବନ  ନିର୍ବାହ ସମୟର ବ୍ରହ୍ମର୍ଷି ପାଗଳାନନ୍ଦଙ୍କ ସାନିଧ୍ୟରେ ଆତ୍ମ  ସାଧନାରେ ନିଜକୁ ନିମଜ୍ଜିତ କରିଥିଲେ । ଏତଦ୍ ବ୍ୟତୀତ ଯୁବକ ମାନଙ୍କ ସହିତ ମିଶି ବିଭିନ୍ନ ସାମାଜିକ  ଓ ସାଂସ୍କୃତିକ ଅନୁଷ୍ଠାନ ଗଠନ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରୁଥିଲେ । ବିଶେଷ କରି  ନିଜର ସାଧନା ପାଇଁ  କାମିନୀ କାଞ୍ଚନ ତୁଚ୍ଛ ମଣିବା ସହିତ , ନିଜର ବୃତ୍ତିଗତ ଜୀବନ ସମୟରେ ଏକ ପର୍ଣ୍ଣ କୁଟୀରରେ ଏକକ ଜୀବନ ଅତି ବାହିତ କରୁଥିଲେ ।  ଉକ୍ତ  କୁଟୀରକୁ ବିଭିନ୍ନ ସାଧକ, ଆଧ୍ୟାତ୍ମିକ ଜ୍ଞାନ ସଂପନ୍ନ ବ୍ୟକ୍ତି, ସଙ୍ଗଠକ,ଯୁବକ ଏବଂ  ଛୋଟ ପିଲାମାନେ ମଧ୍ୟ ଆସୁଥିଲେ । ଅନେକ ସାମାଜିକ ବନ୍ଧୁମାନଙ୍କ  କଥିତାନୁଯାୟୀ ସେ କାହାକୁ ରିକ୍ତ ହସ୍ତରେ ପ୍ରତ୍ୟାବର୍ତନ କରିବା ପାଇଁ ଦେଉ ନ ଥିଲେ । ଛୋଟ ପିଲାଙ୍କୁ ଚକୋଲେଟ୍ ଦେବା ସହିତ ବୟସ୍କମାନଙ୍କୁ ପୁସ୍ତକ ଉପହାର ପ୍ରଦାନ କରିବା, ଶ୍ରୀଯୁକ୍ତ ନାୟକଙ୍କ ଏକ ସୁ ସହଜାତ ପ୍ରବୃତ୍ତି ଥିଲା କହିଲେ  ହେବ ନାହିଁ  ।   ଶ୍ରୀଯୁକ୍ତ ନାୟକ ପ୍ରଚୁର ପୁସ୍ତକ ପଠନ କରିବା ସହିତ  ଆଧ୍ୟାତ୍ମିକ ସାହିତ୍ୟ ରଚନା କରିବା ଏକ ସୁଗୁଣ ଥିଲା  । ବିଶେଷ କରି ତାଙ୍କର ଆତ୍ମ ଦର୍ଶନ ଉପଲବ୍ଧିକୁ ସୁନ୍ଦର ଭାବରେ  କବିତା ପୁସ୍ତକ ଏବଂ ରେଖା ଚିତ୍ରଗୁଡିକ ମାଧ୍ୟମରେ ଦର୍ଶାଇଛନ୍ତି. ଯାହା ଅଧୁନା ସମୟରେ ନବାଗତ ସାଧକମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ କହିଲେ  ଅତୁ୍ୟକ୍ତି ହେବ ନାହିଁ  । ପୃଥିବୀର ବିଭିନ୍ନ ସାଧୁ ସନ୍ଥ, ମହାପୁରୁଷ ଏବଂ ସଙ୍ଗଠକଙ୍କର ମହତ୍ ବାଣୀକୁ ସମାବେଶ କରି “ମନିଷୀ ବାର୍ତା”  ନାମରେ ଏକ ନୀତିବାଣୀ ପୁସ୍ତକ ପ୍ରକାଶ କରିବା, ଏହା ତାଙ୍କର ଏକ ଅନବଦ୍ୟ କୃତି ଅଟେ ।  
ସମୟାନୁକ୍ରମେ ଭାରତୀୟ ଯୁବ ସଂବାଦରେ ସାଂବାଦିକ ଭାବେ କାର୍ଯ୍ୟ କରୁଥିବା
ସମୟରେ ଦୈନନ୍ଦିନ ମହତ୍ ବାଣୀ  ଗୁଡିକୁ ଏକ  ଫର୍ମାଟରେ ସଂପାଦନା କରିବା ସହିତ ପ୍ରକାଶ କରିବାର ସୁଯୋଗ ପାଇଲି  ।  ପୁନଃ ସନ୍ଥ ଧର୍ମାନନ୍ଦଙ୍କ ସ୍ବରଚିତ “ମନିଷୀ ବାର୍ତା”  ପୁସ୍ତକ ମନନ ହେଉଥିଲା ।  କାରଣ ସେତେବେଳେ ତାଙ୍କର ପ୍ରଦତ ପୁସ୍ତକ ମୋ ନିକଟରେ ନ
ଥିଲା, ଜଣେ ବନ୍ଧୁ ମୋ ଠାରୁ ନେଇ, ତାହା ଫେରାଇ ନ ଥିଲେ ।  ଉକ୍ତ ପୁସ୍ତକ ଆଶାରେ ପୁନଃ ବାଲି ପାଟଣା  ଗମନ କରିଥିଲି  । ମାତ୍ର ମୋର ଦୁର୍ଭାଗ୍ୟ, ସନ୍ଥ  ଧର୍ମାନନ୍ଦଙ୍କ ସ୍ବଶରୀରେ ଦର୍ଶନ ଲାଭ କରିବାରୁ ବଂଚିତ ହେଲି  । ସେ ଇହଧାମ ତ୍ୟାଗ କରିଥିଲେ । ମନ ବୁଝୁ ନ ଥିଲା । ଅନତି ଦୂରରେ ଥିବା ସନ୍ଥ ଧର୍ମାନନ୍ଦଙ୍କ ପୈତୃକ ଗୃହକୁ ପହଂଚିଲା ପରେ, ତାଙ୍କର ସୁପୁତ୍ର ଭାଇ ଜଗଦୀଶ ନାୟକଙ୍କ ସହିତ ଦର୍ଶନ ହେଲା  । ପରସ୍ପର ପରିଚୟ ଓ ଆଗମନ ଅଭିପ୍ରାୟ  କଥୋପକଥନ ଅନ୍ତେ,ପୁନଃ “ମନିଷୀ ବାର୍ତା” ପୁସ୍ତକ କୁ ବିନା ମୂଲ୍ୟରେ ମୋତେ ଉପହାର ପ୍ରଦାନ କଲେ । ପରେ ପରେ  ଭାରତୀୟ ଯୁବ ସଂବାଦରେ ସନ୍ଥ ଧର୍ମାନନ୍ଦଙ୍କ ସଂପାଦିତ ବାଣୀ ଗୁଡିକ ପ୍ରକାଶ ପାଇଥିଲା ଏବଂ ସୋସିଆଲ ମେଡିଆରେ ବହୁଳ ଭାବରେ ପ୍ରସାରିତ ହୋଇ ଜନ ଆଦୃତ ମଧ୍ୟ ହୋଇଥିଲା । ସମୟାନୁକ୍ରମେ ସନ୍ଥ ଧର୍ମାନନ୍ଦଙ୍କ କେତେ ଗୁଡିଏ ପୁସ୍ତକ ପାଠ କରିବା ସହିତ ଦୁର୍ଲଭ ଆଧ୍ୟାତ୍ମିକ ରେଖା ଚିତ୍ର ଗୁଡିକୁ ଦର୍ଶନ କରିବାର ସୁଯୋଗ ଲାଭ କରିଛି  । ଏହାର ଅବ୍ୟକ୍ତ ଅନୁଭବକୁ ହିଁ କେବଳ ଅନୁଭବୀ ହିଁ ଜ୍ଞାତ, ଅନ୍ୟଥା ଏହା କଲମର ଲେଖା କିମ୍ବା କଂପୁ୍ୟଟରର କୀ ବୋର୍ଡରେ ପ୍ରକାଶ କରିବା ଅସମ୍ଭବ  ।
                                ସାଧନା ଜୀବନରେ ଏକ ସାଧକର ପୂର୍ଣ୍ଣତା  ପରେ, ଉକ୍ତ ସାଧକ ସ୍ବସାଧନାର ତପୋବଳକୁ  ସମାଜର ମଙ୍ଗଳ  ଏବଂ ଜନ ହିତ ପାଇଁ ନିୟୋଜିତ କରିଦେଇଥାନ୍ତି  । ଉକ୍ତ ସାଧକଙ୍କୁ  ଜଣେ ସନ୍ଥ କହିଲେ ଭୁଲ୍ ହେବ ନାହିଁ । କିନ୍ତୁ ସଂଯୋଗ ବଶତଃ ଉକ୍ତ ସନ୍ଥଙ୍କ ସଂସ୍ପର୍ଶରେ ଆସିବା ପରେ, ବେଳେ ବେଳେ କିଛି ବ୍ୟକ୍ତିଙ୍କ ଏକ ନୈସର୍ଗିକ ସଂପର୍କ ସ୍ଥାପିତ ହୋଇଯାଇଥାଏ । ଉକ୍ତ ସଂପର୍କର ଏକ ଅବ୍ୟକ୍ତାନୁଭୂତି ମନ ଗହନରେ  ଏକ ଦିବ୍ୟ ଅନୁଭବ  ଭାବେ ପ୍ରତୀୟମାନ ହେଉଥାଏ ସିନା ପ୍ରକାଶ କରି ହୁଏ ନାହିଁ  । କାରଣ ମାନବର  ଅବୟବ ସ୍ଥୂଳ ଶରୀର ଓ ସୁକ୍ଷ୍ମ ଶରୀରର ସମିଶ୍ରଣରେ ଗଠିତ  । ସ୍ଥୂଳ ଶରୀର  କିମ୍ବା ପାର୍ଥôବ ଶରୀର ପରିବର୍ତିତ ହୋଇ  ସର୍ବ ଶେଷରେ ବିଲୟ  ହୋଇଥାଏ । କିନ୍ତୁ ସୁକ୍ଷ୍ମ ଶରୀର ଗତି କେଉଁଠି ? “ଉଦ୍ଧରେଦାତ୍ମନାତ୍ମାନ୍ଂ”  ନ୍ୟାୟରେ ସତରେ ଆତ୍ମାକୁ କଣ ଆତ୍ମା ଉଦ୍ଧାର କରେ ?  ଏହା କେବଳ ଅନୁଭବ ସିଦ୍ଧ ଅଟେ  । ସୁକ୍ଷ୍ମ ଶରୀରକୁ ଅନୁଭବ କରିବା ପାଇଁ ସ୍ବ ସୁକ୍ଷ୍ମ ଚେତନାକୁ ଜାଗ୍ରତ କରିବା ସହିତ ସୁକ୍ଷ୍ମ ତତ୍ୱକୁ ଅନୁଭବ କରିବା ଆବଶ୍ୟକ  । ଏତଦ୍ ବ୍ୟତୀତ  ଉକ୍ତ ସୁକ୍ଷ୍ମ ଶରୀରକୁ ସୃଷ୍ଟିର ସୁକ୍ଷ୍ମ ତତ୍ୱ ସହିତ   ଆତ୍ମ ସାଧନା ମାଧ୍ୟମରେ ସଂଯୋଜିତ କରିବାର  ପ୍ରକ୍ରିୟା ଏକ ଗହନ ପାଠ ହେଲେ ମଧ୍ୟ ଜଣେ ଅନୁଭବ ସିଦ୍ଧ ସାଧକଙ୍କ ଦ୍ୱାରା ସହଜ ସାଧ୍ୟ ହୋଇପାରେ । କାରଣ ସନ୍ଦେହ ହେଉଛି ସାଧନାର ପ୍ରଧାନ ଅନ୍ତରାୟ । ସନ୍ଦେହ ନାଶ ହେଲେ ବିଶ୍ୱାସ ସୃଷ୍ଟି ହୋଇଥାଏ । ବିଶ୍ୱାସ ସୃଷ୍ଟି ପରେ ଜ୍ଞାନର ଉଦୟ ହୋଇଥାଏ । ଜ୍ଞାନର ଉଦୟ ହେଲେ ଭକ୍ତି ସୃଷ୍ଟି ହୋଇଥାଏ । ଏହାପରେ ସାଧକ ଉକ୍ତ ଭକ୍ତି ଦ୍ୱାରା ପ୍ରେମ ତତ୍ୱ ମଧ୍ୟରେ ବୁଡି ରହେ । ସେତେବେଳେ ଆତ୍ମା ଆନନ୍ଦ ସ୍ବରୁପକୁ ଅନୁଭବ କରେ  । ଯାହାକୁ ଭାଷାରେ ପ୍ରକାଶ କରା ଯାଇ ପାରିବ ନାହିଁ  । ତେଣୁ ଏହାକୁ ଅବ୍ୟକ୍ତ କୁହାଯାଏ ।
ଆଜି ସନ୍ଥ ଧର୍ମାନନ୍ଦ ନାହାନ୍ତି ସତ୍ୟ,ଅଦ୍ୟାବଧି ସନ୍ଥ ଧର୍ମାନନ୍ଦଙ୍କ ସାଧନାର ସୁରଭି ବାଲିପାଟଣାର ପ୍ରତି କୋଣ ଅନୁକୋଣରେ ବିଛୁରିତ ହୋଇ ମହକାଉଛି, ଏହି ଦିବ୍ୟ ଅନୁଭବକୁ କେବଳ ଜଣେ ଅନୁଭବୀ ହିଁ ଅନୁଭବ କରି ପାରିବ  ।  ସନ୍ଥଙ୍କର ଏକକ ଜନ୍ମ ମଧ୍ୟରେ   ସମାଜ କଲ୍ୟାଣ  କାର୍ଯ୍ୟ ସରି ନଥାଏ  । ସନ୍ଥଙ୍କର   ବିଭିନ୍ନ ସାମାଜିକ କଲ୍ୟାଣ ଏବଂ ସ୍ବ ଆଧ୍ୟାତ୍ମିକ ସାଧନା ମଧ୍ୟରେ ପୂର୍ଣ୍ଣତା ଆସିଥାଏ ସତ୍ୟ, କିନ୍ତୁ ସମୟେ ସମୟେ  ହୃଦୟରେ ଚେତନା ଜଗାଇବା ପ୍ରରିପ୍ରେକ୍ଷୀରେ କୌଣସି ମହତ୍ କାର୍ଯ୍ୟ ହେଉ ଅବା ଅଧୁରା କାର୍ଯ୍ୟକୁ ସମାପନ କରିବା ପାଇଁ,  ସନ୍ଥଙ୍କର ସୁକ୍ଷ୍ମ ଶରୀରର ଅନୁଭବ ବିଭିନ୍ନ ସ୍ଥାନରେ ହୋଇଥାଏ । ଏହା ତାଙ୍କ ସାଧନା ପୀଠରେ ହେଉ କିମ୍ବା ବିଭିନ୍ନ  ସ୍ଥାନରେ ହେଉ, ଯାହା ଅଧୁନା ସମୟର ଅପ୍ରାସଙ୍ଗିକ ହେଲେ ମଧ୍ୟ ସତ୍ୟ ଅଟେ । 
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଦେଶ ଆଜି ମୋର ବଦଳୁଛି

କିଏ କହେ ଦେଶ ବଦଳୁଛି,
ତେଲିଆ ମୁଣ୍ଡରେ ତେଲ ଢଳା ଚାଲେ,
ଚଉଦ ପୁରୁଷକୁ  ନେତା ସମ୍ପତ୍ତି ରଖିଲେ,
ଟିକସ ବସାଇ,ଗରିବର ତଣ୍ଟି ନିଇତି ଚିପି,
ଘର ବୁଡି ପାଣି ଆଣ୍ଠୁଏ ହେଲାଣି,
କଣା କହେ ମେଘ ଦୁଲୁକୁଛି।।
ମୁଁ ଦୁଃଖୀ ଜନ ସେବା କରୁଅଛି।।
ମାଗଣା ଯୋଜନା କୁଜି ପାଉଅଛି,
ଲାଜ ଲୁଚେ ନାହି,ଲୁଗା ଖଣ୍ଡେ ପାଇଁ,
ଟଙ୍କେ ଚାଉଳରେ,ଭାଗ୍ୟ ବଦଳେ ନି।
ବାର୍ଦ୍ଧକ୍ୟ ଭତ୍ତାରେ ଜୀବନ ମିଳେ ନି,
ଜୀବନର ନଇରେ,କୁଟା ଖିଆ ପରି
ଭୋକିଲା ପେଟରେ ଚାହିଁ ଅଛି।।
ଦେଶ ଆଜି ମୋର ବଦଳୁଛି।।
ପୋଷେ ମୁଢ଼ି ପାଇଁ,କୋଶେ ଯିବି ଧାଇଁ,
ମାଗଣା ଯୋଜନା ,ମନ ହାଇଁ ପାଇଁ।
ପୋଡ଼ୁ ପଛେ ଶିକ୍ଷା,ପୋଡ଼ୁ ସ୍ବାଭିମାନ
ନେତା ହାତ ଟେକା, କରୁଅଛି ବୋକା।
ମାଗଣା ମିଳୁଛି,ଚାତକ ମୁଁ ନିତି ଚାହୁଁଅଛି।।
ଧନୀ ଗରିବର ପାଚେରୀ ହୋଇଛି,
ସତ ପାଶେ ମିଛ ବନ୍ଧା ପଡ଼ିଅଛି।
ରାମର ରାଇଜ ରାଜୁତି ହୋଇଛି।
ଭୋକରେ ମୁଁ ଦିନ କାଟୁଅଛି।
ଉଠୁରେ ପୁତା ଉଠୁ, ଉଠୁରେ ପୁତା ଉଠୁ।
ଦିନ ସରିଗଲା,କାଳ ଆସିଗଲା।
ଏମିତି ମୋ ଭାଗ୍ୟ ବଦଳୁଛି।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମନେ ପଡେ ଅଶୀ ଦଶକର ସ୍ମୃତି

ମନେ ପଡେ ଅଶୀ ଦଶକର ସ୍ମୃତି
                            ଜୀବନରେ ବେଳେ ବେଳେ ଏମିତି ଏକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପାଇଁ
ପଡେ , ବିଳମ୍ବ ହେଲେ ବି, ତାଙ୍କ ବିଷୟରେ ପଦୁଟେ ନ ଲେଖି ରହି ହୁଏ ନାହିଁ  ।   ସେମିତି ଜୀବନରେ ଅନେକ ସୁନ୍ଦର ସ୍ମୃତି ସହିତ ଜଡିତ ହୋଇଥିବା ଗୋବିନ୍ଦପୁରର ଅଂଚଳରେ ଜନ୍ମିତ  ତଥା ଭାରତବର୍ଷରେ ଆୟୁର୍ବେଦରେ  ଅନେକ କୃତିତ୍ୱ ହାସଲ କରିଥିବା ସ୍ବପ୍ନେଶ୍ୱର ପଣ୍ଡାଙ୍କ ବିୟୋଗରେ  କିଛି ନ ଲେଖିଲେ କିଛି ଗୋଟେ ଖାପ୍ ଛଡା ଲାଗେ  । ଶ୍ରୀଯୁକ୍ତ ସ୍ବପ୍ୱେଶ୍ୱର ପଣ୍ଡା ଥିଲେ ବିଶିଷ୍ଟ କବିରାଜ ରାଜ୍ୟବୈଦ୍ୟ ବାଉରୀ ବନ୍ଧୁ ପଣ୍ଡାଙ୍କ ସୁପୁତ୍ର । ପ୍ରାୟ ୧୯୮୭ ମସିହା ସମୟରେ, ଟିଣ ଟ୍ରଙ୍କରେ ବାପା ସାଇତିଥିବା ବହି ଟ୍ରଙ୍କରୁ ଏକ ଚେର ମୂଳୀ  ଚିକିତ୍ସା ବହିରୁ ଭଲ ସ୍ବର ହେବା ପାଇଁ , ପ୍ରତିଦିନ  ଯଷ୍ଟି ମଧୁ ସେବନ କଲେ କଂଠ ସ୍ବର ମଧୁର ହୋଇଥାଏ ବୋଲି ଅବଗତ ହେଲି । ଚଉପଡାରୁ କବିର ଚଉରା-ତର୍ଜନା ବାଟରେ ଗଲେ ଗୋବିନ୍ଦପୁର । ସେତେବେଳେ ନାଲି ଗୋଡି ମିଶା ମାଟି ରାସ୍ତା ଥିବା ସହିତ ଅତ୍ୟନ୍ତ ଆବୁଡା  ଖାବୁଡା ଥିଲା  । ବେଳେ ବେଳେ  ଦୁଇ ପାଶ୍ୱର୍ରେ ଅତ୍ୟଧିକ ଘାସ ହେଲେ , ଏହା ଶଗଡଗୁଳା ରାସ୍ତା ପରି ଲାଗେ ।  ଦୀର୍ଘ କୋଡିଏ ବର୍ଷ ବି ଏ ରାସ୍ତାର ଭାଗ୍ୟ ବଦଳି ନାହିଁ  । ଯଷ୍ଟି ମଧୁ ପାଇଁ ପଡୋଶୀଙ୍କ ସାଇକେଲ ମାଗି ଗୋବିନ୍ଦପୁର ଚାଲିଲି ।   
ସମୟ ପ୍ରାୟ ବାର ଘଟିକା ହେବ  । ଲୋକମାନଙ୍କୁ ପଚାରି ପଚାରି କବିରାଜ ବାଉରୀ ବନ୍ଧୁ ପଣ୍ଡାଙ୍କ ଘରେ ପହଂଚିଲି । ବାରଣ୍ଡାରେ ଚେର ମୂଳୀଗୁଡିକୁ ହେମ ଦସ୍ତାରେ ଲୋକମାନେ କୁଟା କୁଟି କରୁଥାନ୍ତି । ଶ୍ରୀଯୁକ୍ତ ପଣ୍ଡାଙ୍କ ଡାକିବା ପାଇଁ ଜନୈକ ବ୍ୟକ୍ତିଙ୍କୁ ପଚାରନ୍ତେ, ଉକ୍ତ ବ୍ୟକ୍ତି ଜଣକ ମୃଦୁ ହସି ଘର ଭିତରକୁ ଡାକିବା ପାଇଁ ଚାଲିଗଲେ ।   ପରେ ପରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କର  ସୁପୁତ୍ର ସ୍ବପ୍ନେଶ୍ୱର ପଣ୍ଡା ବୋଲି ଅବଗତ ହେଲି  ।    ଆଜି ଏ କଥା ଲେଖିଲା ବେଳେ ଅନୁଭବ ହୁଏ, ଯଦି ଛୋଟ ପିଲା ଭାବି ହୁଏତ ସେ କାହିଁକି ଖୋଜୁଛ ବୋଲି ପଚାରି ପାରିଥାନ୍ତେ । କାରଣ  ୧୨/ ୧୩ ବର୍ଷର ପିଲାର ଏପରି ଜଣେ ରାଜବୈଦ୍ୟଙ୍କ ନିକଟରେ କାମ ବା କଣ ଥାଇ ପାରେ ?  ଏହା ତାଙ୍କର ଏକ ମହାନ୍ ବ୍ୟକ୍ତିତ୍ୱର ପରିଚୟ ଥିଲା, ଯାହା ଆଜି ମୁଁ ଅନୁଭବ କରି ପାରୁଛି । କବିରାଜ ବାଉରୀ ବନ୍ଧୁ ପଣ୍ଡା   ପ୍ରାୟ ପାଂଚ ମିନିଟ୍ ଅପେକ୍ଷା ଅନ୍ତେ ପହଂଚିଲେ । ବହୁତ ସୁନ୍ଦର ବ୍ୟବହାର ସହିତ  ରାଜ ବୈଦ୍ୟ ବୋଲି ମନରେ ଅହଂକାର ନ ଥାଏ ।   ସ୍ମିତ ହାସ୍ୟଯୁକ୍ତ ସହ ମସ୍ତକ ଚନ୍ଦନ ଚିତା ଶୋଭିତ ମୁଖ ମଣ୍ଡଳରେ ଦେବ ତୁଲ୍ୟ ଆଭା ପ୍ରତୀୟ ମାନ ହେଉଥାଏ  । ମୋର ଆସିବା କାରଣ ପଚାରନ୍ତେ..
- ଯଷ୍ଟି ମଧୁ ପାଇଁ ଆସିଚି ।
- କଣ କରିବ  ।
- ଭଲ କଂଠ ସ୍ବର ପାଇଁ   ପାଇଁ ଖାଇବି ।
- ଏଡିକି ଛୋଟ ବେଳୁ କବିରାଜୀ...
ସେ ମୋ କଥା ଶୁଣି  ହସିଦେଲେ ।ଏହାପରେ ଶହକ ଦୁଇ ଟଙ୍କା ହିସାବରେ, ପାଂଚ ଟଙ୍କାରେ ଅଢେଇ ଶହ ଯଷ୍ଟି ମଧୁ  କିଣି ଘରକୁ  ପ୍ରତ୍ୟାବର୍ତନ କଲି  । ଏହାପରେ ଅନେକ ଥର ମୁଁ ସେଠାକୁ  ଯାଇଛି ଚିକିତ୍ସା ପାଇଁ  । ବୋଉର ଦେହ ଖରାପ  ହେତୁ ଆୟୁର୍ବେଦିକ ଔଷଧ ପାଇଁ ଯାଇଛି  । ଚିକିତ୍ସା ମଧ୍ୟ ଫଳପ୍ରଦ ହୋଇଛି ।  ତେବେ ମୋ ଜାଣତରେ ଦୀର୍ଘ ଅଶୀ ଦଶକରୁ ଏକ ଆୟୁର୍ବେଦ ଅନୁଷ୍ଠାନକୁ  ଏକ କ୍ଷୁଦ୍ର ବୀଜରୁ ବିଶାଳ ମହାଦ୍ରୁମରେ ପରିଣତ କରିବାରେ ଶ୍ରୀଯୁକ୍ତ ପଣ୍ଡାଙ୍କର ଏକ ବିରାଟ ଏକ ନିଷ୍ଠ ସାଧନା ଥିଲା କହିଲେ ଅତୁ୍ୟକ୍ତି ହେବ ନାହିଁ  । ଗୋବିନ୍ଦପୁର ଅଂଚଳ ଇଂରେଜୀ ଅମଳରୁ ଏକ ପୁରାତନ ନାମ ହେଲେ ବି  ଭୌଗଳିକ  ଦୃଷ୍ଟି କୋଣରୁ ଏଠାରେ ସେତେବେଲେ ଗମନା ଗମନ ପାଇଁ ନାଲି ଗୋଡି ମିଶା ମାଟି ରାସ୍ତା ଥିଲା  । ଚିକିତ୍ସା ପାଇଁ ଗୋବିନ୍ଦପୁର ସରକାରୀ ମେଡିକାଲ୍ ଥିଲେ ବି, କୌଣସି କାମକୁ ଆସୁ ନ ଥିଲା । ବାଲିପଡାରେ ବି ଗୋଟେ କ୍ଲିନିକ୍ ଥିଲା । ଯେଉଁଠିକୁ ଡାକ୍ତର ବସନ୍ତ ସ୍ବାଇଁ ଆସୁଥିଲେ ।  ସେତେବେଳେ ଏଲୋପ୍ୟାଥିକ ଚିକିତ୍ସା ପ୍ରତି ଜନ ସାଧାରଣଙ୍କର ଯେପରି ବିଶ୍ୱାସ ଥିଲା,ସେପରି ଭାବରେ ଆୟୁର୍ବେଦ ଚିକିତ୍ସା ପ୍ରତି ଜନ ସାଧାରଣଙ୍କ ବିଶ୍ୱାସ ଥିଲା ।  ତେଣୁ  କବିରାଜୀ ଔଷଧର ବହୁଳ ବ୍ୟବହାର ହେଉଥିଲା  । କିନ୍ତୁ ଶ୍ରୀଯୁକ୍ତ ପଣ୍ଡାଙ୍କ ପ୍ରଚେଷ୍ଟା କ୍ରମେ,ଏପରି ଏକ ନିପଟ ମଫସଲ ଗୋବିନ୍ଦପୁର ଅଂଚଳକୁ  ସର୍ବ ଭାରତୀୟ ସ୍ତରରେ ଆୟୁର୍ବେଦ ପାଇଁ ପରିଚୟ ସୃଷ୍ଟି କରିବା ଏହା ଆମ  ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ ।
ଦୀର୍ଘ ବର୍ଷ ଅତିକ୍ରାନ୍ତ ଅନ୍ତେ  ଗୋବିନ୍ଦପୁର ଅଂଚଳରେ  ଏକ ସାମାଜିକ ଅନୁଷ୍ଠାନର ଦାୟିତ୍ୱ ଗ୍ରହଣ ଅନ୍ତେ  ସମୟେ ସମୟେ  ଶ୍ରୀଯୁକ୍ତ ସ୍ବପ୍ୱେଶ୍ୱର ପଣ୍ଡାଙ୍କ ସଂସ୍ପର୍ଶରେ ଆସିଲି  । ଜଣେ ସମାଜିକକର୍ମୀ  କେବଳ ଅନ୍ୟାୟ ଅନୀତିକୁ ବିରୁଦ୍ଧ କରିବା ବ୍ୟତୀତ  ପରିବେଶ ପ୍ରତି ଏକ ମୌଳିକ କର୍ତବ୍ୟ ଅଛି ବୋଲି ପ୍ରକାଶ କରୁଥିଲେ । ଜଣେ ଜଣେ କର୍ମୀ ଭାବରେ ପ୍ରତି ଅଂଚଳରେ ଇକୋ କ୍ଲବ ଗଠନ କରି, କ୍ଲବର ପ୍ରତ୍ୟେକ ସଭ୍ୟ/ସଭ୍ୟା,ତାଙ୍କର ଜନ୍ମ ଦିନରେ ବୃକ୍ଷ ରୋପଣ କରି ସ୍ମରଣୀୟ କରନ୍ତୁ ବୋଲି କହୁଥିଲେ ।  ଏତଦ୍ ବ୍ୟତୀତ ସେ କାହାକୁ ନିରୁତ୍ସାହିତ କରୁ ନ ଥିଲେ । ପ୍ରତ୍ୟେକ ମଣିଷରେ ସୁପ୍ତ  ପ୍ରତିଭା ଭରି ରହିଛି, ଏହାକୁ  ଉଜ୍ଜିବୀତ କରି ସାମାଜିକ କାର୍ୟ୍ୟରେ ବିନିଯୋଗ କଲେ, ସମାଜର ବ୍ୟବସ୍ଥାରେ ପରିବର୍ତନ ହେବ ବୋଲି ପ୍ରକାଶ କରୁଥିଲେ ।   ଜଣେ  ଯଶସ୍ବୀ ବ୍ୟକ୍ତିଙ୍କର ଗୁଣ ଗାରିବା ବ୍ୟକ୍ତ କରିବା କଠିନ  ।  ତେଣୁ ମୋର ସୌବାଗ୍ୟ ଯେ, ମୋ ଅଂଚଳର ଦୁଇ ଜଣ  ପ୍ରଥିତଯଶା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଧନ୍ୟ ମନେ କରୁଅଛି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ

🙏 ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ  ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ🙏


ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିବା ଦ୍ୱାରା କୌଣସି କାର୍ଯ୍ୟାଳୟର  ଅତିରିକ୍ତ ବୋଝ ବଢି ଯାଉଛି କିମ୍ବା ଜଣେ ସୂଚନାଧିକାରକର୍ମୀ ଆକ୍ରୋଶମୂଳକ ଭାବରେ ଅଧିକାରୀଙ୍କୁ ହଇରାଣ କରାଯାଉଛି ବୋଲି ଯେଉଁ ପ୍ରଶ୍ନଟି ଉଠେ , ତାହା ଆମ ପାଇଁ ଅବୈଧ ବୋଲି ମନେ ହୁଏ ।ସମାଜରେ ଅସହାୟ ବ୍ୟକ୍ତିମାନଙ୍କର କଥା ଶୁଣିବା କିମ୍ବା ଆବେଦନ ପତ୍ର ଗ୍ରହଣ କରିବା ଏ ଦାୟିତ୍ୱ ପ୍ରଶାସନର ଅଟେ।ମାତ୍ର ସରକାରୀ ନିୟମ ନ ଜାଣିବା ହେଉ  କିମ୍ବା ଲୋକମାନଙ୍କୁ ହଇରାଣ କରିବା ଚକ୍କରରେ ହେଉ, ଅନେକ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ହଇରାଣ କରିଥାନ୍ତି  ଏବଂ ବେଳେ  ବେଳେ  ଏ ସଂପର୍କରେ ସେମାନଙ୍କୁ ଅବଗତ କଲେ ମଧ୍ୟ ସାମାଜିକ କର୍ମୀମାନଙ୍କ ସହିତ ବିତଣ୍ଡା ଯୁକ୍ତି କରିଥାନ୍ତି  । ତେଣୁ ଅନ୍ୟୋପାୟ ହୋଇ ଆମକୁ କାଗଜ କଲମର ସାହାରା ନେବା ପାଇଁ ପଡିଥାଏ ।ଏହି ପ୍ରରିପ୍ରେକ୍ଷୀରେ ଗତ ତା-୨୯/୦୬/୨୦୨୨ରିଖରେ ଘଟିଥିବା  ଘଟଣାରେ ବାରଙ୍ଗ ବ୍ଲକ୍ ଉନୟନ  ଅଧିକାରୀଙ୍କ  ର୍ଦୁବ୍ୟବହାର ସ୍ଥାନିତ କରୁଅଛି ।
       ପ୍ରକାଶ୍ୟ,ଗତ ତା:୨୯/୦୬/୨୦୨୨ରିଖ ଦିନ କୁରାଙ୍ଗସ୍ଥିତ ବାଲିସାହିର ଜନୈକ  ଦଳିତ ବ୍ୟକ୍ତିଙ୍କର ରାସନ୍ କାର୍ଡରେ ନୂତନ ବ୍ୟକ୍ତିଙ୍କ ସଂଯୋଗ  କରିବା ସହିତ ମୋବାଇଲ ନମ୍ବର ସଂଯୋଗ  କରିବା ପାଇଁ ବାରଙ୍ଗ ବ୍ଲକର କାର୍ଯ୍ୟାଳୟ ଯାଇଥିଲୁ। ସଙ୍ଗରେ ସୂଚନାଧିକାରକର୍ମୀ  ବସନ୍ତ ଜେନା ମଧ୍ୟ ଥାଆନ୍ତି। ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସାକ୍ଷାତ ମଧ୍ୟ ହୋଇଗଲା। ପରିତାପର ବିଷୟ  ଅଧିକାରୀ  ଜଣକ  ଆବେଦନ ପତ୍ରଟିକୁ କିଛି ସମୟ ପାଇଁ ଅବଲୋକନ କଲା ପରେ ଗ୍ରହଣ କଲେ ନାହିଁ। ବରଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଯୁକ୍ତି ଅନୁସାରେ, ମୁଁ ଆବେଦନ ପତ୍ର ରଖିବି ନାହିଁ। ଆପଣ ଜନ ସେବା କେନ୍ଦ୍ର ଯାଆନ୍ତୁ, ସେଠାରେ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ ଲୋକ ଆଡ୍ କରିଦେବେ, ଏଗୁଡ଼ିକ  ଏଠାରେ ହୋଇ ପାରିବ ନାହିଁ। 
     ମାତ୍ର ରାସନ୍ କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ଆବଶ୍ୟକ ବୋଲି ମୁଁ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲି। ମାତ୍ର  ଯୋଗାଣ ନୀରିକ୍ଷକଙ୍କ ବଦଳି ହୋଇଯାଇଛି, ଏଗୁଡ଼ିକ ଏଠି ହୋଇ ପାରିବ ନାହିଁ ବୋଲି ରୁକ୍ଷ ସ୍ବରରେ କହି, ଆବେଦନ ପତ୍ର ଗ୍ରହଣ  କରି ନ ଥିଲେ। ବରଂ ତୁମେ ଜନ ସେବା କେନ୍ଦ୍ର ଯାଇ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ   ଲୋକଙ୍କୁ ଆଡ଼ କରି ଆଣିବା ପାଇଁ କହିଲେ। ଶେଷରେ ମୁଁ ଜଣେ ଜନ ସେବା କେନ୍ଦ୍ର ପରିଚାଳକ ବୋଲି ପରିଚୟ ପ୍ରଦାନ କରିବା ସହିତ, ରାସନ କାର୍ଡରେ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ସହିତ ଏହା ଫୂଡ୍ ଓଡ଼ିଶାର ଓ୍ବେବ୍ ସାଇଟରେ ଦର୍ଶାଯାଇଛି ବୋଲି ପ୍ରକାଶ କରିଥିଲି। ମାତ୍ର ମୋ କଥାରେ ଉନ୍ନୟନ ଅଧିକାରୀ ଜଣକ ଉତକ୍ଷିପ୍ତ ହୋଇ ମୋ ଉପରେ ବର୍ଷିଗଲେ। ତୁମର ଜନ ସେବା କେନ୍ଦ୍ର ନାହିଁ ବୋଲି ମୋର ବିଶ୍ବାସ ହେଉ ନାହିଁ। ତୁମେ ଅନ୍ ଲାଇନ୍ କାମ ଜାଣି ନାହି ବୋଲି ବିରକ୍ତି ପ୍ରକାଶ  କରିଥିଲେ। ଶେଷରେ ଆବେଦନ ପତ୍ର ରଖିଲେ ନାହିଁ।  ପରେ ପରେ ଆମେ ଯୋଗାଣ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ।  ସେଠାରେ ଥିବା ତାଙ୍କର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ରାସନ୍ କାର୍ଡରେ  ମୋବାଇଲ ସଂଯୋଗ ସଂପର୍କରେ ପଚାରିଥିଲୁ ଏବଂ ପୂର୍ବରୁ ଯୋଗାଣ ନିରୀକ୍ଷକଙ୍କୁ ଏ ଘଟଣା ସଂପର୍କରେ ଅବଗତ କରିବା  ବିଷୟରେ ପ୍ରକାଶ କରିଥିଲୁ। ସବୁ ଠାରୁ ଆଶ୍ଚର୍ଯ୍ୟର ବିଷୟ, ସେ ଏ କଥା ଶୁଣିବା ପରେ ଆମର ମୋବାଇଲ ସଂଯୋଗକୁ ତାଙ୍କର କଂପ୍ୟୁଟରରେ କରି ଦେଇଥିଲେ ଏବଂ ରାସନ୍ କାର୍ଡ ସହିତ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।  
      ପ୍ରକାଶ୍ୟ ଯେ,ରାସନ୍ କାର୍ଡରେ ମୋବାଇଲ ସଂଯୋଗ ହେଲା ପରେ, ଆପଣ ଓ୍ବେବ୍ ସାଇଟରୁ ରାସନ୍ କାର୍ଡ ଡାଉନ୍ ଲୋଡ କରିବା, ନୂତନ ବ୍ୟକ୍ତି ଯୋଗ କରିବା, ମୃତ ବ୍ୟକ୍ତିଙ୍କୁ ବିୟୋଗ କରିବା ଓ ପରିବାର ସ୍ଥାନାନ୍ତର କରିବା କାର୍ଯ୍ୟ ଗୁଡ଼ିକ ହୋଇ ଥାଏ। ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ, ଗରିବ ଜନ ସାଧାରଣଙ୍କ କାମ କରିବା ପାଇଁ, ଏ ବ୍ଲକ୍ ଅଧିକାରୀଙ୍କର ଆନ୍ତରିକତା ନାହିଁ । ଏହି ପ୍ରରିପ୍ରେକ୍ଷୀରେ ଯଦି ପ୍ରଶାସନିକ ସ୍ତରରେ ଜନ ସାଧାରଣ ପ୍ରଶ୍ନ କଲେ କିମ୍ବା  ଏକକ ସରକାରୀ ସେବା ବିଷୟରେ ଜାଣିବା ପାଇଁ ଜିଜ୍ଞାସା ପ୍ରକାଶ କଲେ,ଯଦି ସଠିକ୍ ଉତ୍ତର ନ ମିଳିବା ସହିତ ଅଧିକାରୀ ଉତକ୍ଷିପ୍ତ ହେଉଛନ୍ତି। ତେଣୁ ସୂଚନା ଅଧିକାର ଆଇନ ମାଧ୍ୟମରେ ନିଜର ହକ୍ ବିଷୟରେ ଜାଣିବା ପାଇଁ ଆମର ଅଧିକାର ରହିଛି। ତେଣୁ ମୁଁ ରାସନ୍ କାର୍ଡ ସଂପର୍କରେ ଦଶ ଗୋଟି ପ୍ରଶ୍ନ  ପ୍ରଶାସନ ପାଇଁ ପ୍ରସ୍ତୁତ କରିଅଛି,ଯାହାର ଉତ୍ତର ରାସନ୍ କାର୍ଡ ଉପଭୋକ୍ତାମାନଙ୍କ ହିତରେ ସହାୟକ ହେବ ବୋଲି ଆଶା ପ୍ରକାଶ କରୁଅଛି, ଯାହା ନିମ୍ନରେ ବର୍ଣ୍ଣନା କରାଯାଇଅଛି।

   ରାସନ୍ କାର୍ଡ ପାଇଁ କେତୋଟି ପ୍ରଶ୍ନ
୧. ନୂତନ ରାସନ କାର୍ଡ ପାଇଁ କେଉଁ ପ୍ରକ୍ରିୟାରେ ଆବେଦନ କରିହେବ  ? ଯଦି ଅନ୍ ଲାଇନ୍ ମାଧ୍ୟମରେ ଜନୈକ ବ୍ୟକ୍ତିର ଆବେଦନ କରିବା  ପାଇଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କିପରି ଭାବରେ ଆବେଦନ କରିହେବ?
୨.  ନୂତନ ଋାସନ କାର୍ଡ ଆବେଦନ କରିବା ପାଇଁ ମୋବାଇଲ୍ ନମ୍ବର ବାଧ୍ୟତା ମୂଳକ କି ? ଯଦି  କୌଣସି ବ୍ୟକ୍ତିର ରାସନ୍ କାର୍ଡ ଡାଉନ୍ ଲୋଡ୍ ପାଇଁ ମୋବାଇଲ୍ ନମ୍ବର ନାହିଁ , ସେ କିପରି ରାସନ୍ କାର୍ଡ ( ଗ୍ରୀନ୍ କାର୍ଡ) ପ୍ରାପ୍ତ ହେବ , ଜଣାଇବା ପାଇଁ ଅନୁରୋଧ ।
୩. ରାସନ୍ କାର୍ଡରେ  ମୋବାଇଲ୍ ନମ୍ବର ସଂଯୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ  କରିହେବ ଏବଂ କାହା ଦ୍ୱାରା କରିହେବ ଜଣାଇବା ପାଇଁ ଅନୁରୋଧ ?
୪. ରାସନ କାର୍ଡରେ  ଜନୈକ ବ୍ୟକ୍ତିଙ୍କୁ ସଂଯୋଗ,ତଥ୍ୟ ସଂଶୋଧନ ଏବଂ ବିୟୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ କରାଯିବ ଏବଂ କାହା ମାଧ୍ୟମରେ କରାଯିବ ?
୫. ରାସନ କାର୍ଡରୁ ଜଣେ ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପାଇଁ ଏବଂ ଶିଶୁଙ୍କୁ  ରାସନ୍ କାର୍ଡରେ ସଂଯୋଗ କରିବାର ପ୍ରକ୍ରିୟା କଣ ଏବଂ କାହା ମାଧ୍ୟମରେ କରାଯିବ ତାହା ଜଣାଇବା ପାଇଁ ଅନୁରୋଧ  ।
୬.  ରାସନ୍ କାର୍ଡରେ ରାସନ  ସାମଗ୍ରୀ ପାଇବା ପାଇଁ  ଆଧାର କାର୍ଡ  ଜରୁରୀ କି ? ଯଦି ଜନୈକ ବ୍ୟକ୍ତିର ଆଧାର କାର୍ଡ  ନାହିଁ, ସେ ରାସନ୍ ସାମଗ୍ରୀ କିପରି  ପାଇବ, ତାହା ଜଣାଇବା ପାଇଁ ଅନୁରୋଧ ।
୭.  ଯଦି କୌଣସି   ପାଂଚ ବର୍ଷ ବୟସରୁ କମ୍  ପିଲାର ଆଧାର କାର୍ଡ ହୋଇ ପାରି ନାହିଁ, ସେ ରାସନ୍ ସାମଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ କି ?
୮.  ଏକ ରାସନ୍ ଡିଲରର ମାନକ ସଂଚାଳନ ପ୍ରକ୍ରିୟା (SOP) କଣ?  ସେ କେଉଁ  ନିୟମାବଳୀ ଆଧାରରେ ଜନ ସାଧାରଣଙ୍କୁ  ସେବା ପ୍ରଦାନ କରିବ, ତାହା ଜଣାଇବା ପାଇଁ ଅନୁରୋଧ ।
୯. ରାସନ ଡିଲର  ପାଇଁ ଆବେଦନ ପ୍ରକ୍ରିୟା ଏବଂ ନିୟମାବଳୀ କଣ,ତାହା ଜଣାଇବା ପାଇଁ ଅନୁରୋଧ  ଏବଂ  ଆପଣଙ୍କର  କଂଟାପଡା, ନିଆଳୀ ଓ  ବାରଙ୍ଗ ବ୍ଲକ ଅଧିନରେ ଥିବା  ସମସ୍ତ ଡିଲରଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଯୋଗାଯୋଗ ନମ୍ବର  ପ୍ରଦାନ କରିବା ପାଇଁ ଅନୁରୋଧ ।
୧୦. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ   ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରେ ପ୍ରଭେଦ କଣ ? ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ , ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅଧିନିୟମ ସଂପର୍କରେ ପ୍ରଦାନ କରିବା ପାଇଁ ଅନୁରୋଧ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା

                             ଗଣ ମାଧ୍ୟମ ହେଉଛି ଗଣତନ୍ତ୍ରର  ଚତୁର୍ଥ  ସ୍ତମ୍ଭ । ମାତ୍ର  ପରିତାପର ବିଷୟ ରାଜ୍ୟ ସରକାର ନିଜର ଦୁର୍ନିତୀକୁ ଲୁଚାଇବାକୁ ଯାଇ, ଲୋକ ସେବା ଭବନ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଗଣ ମାଧ୍ୟମକୁ  ବାରଣ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଅଟେ । ସାହିତି୍ୟକ ଶିକ୍ଷୟତ୍ରୀ /ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ ଦୟାକରି  ମୋତେ ଖରାପ ଭାବିବେ ନି  । କାରଣ  ଯେଉଁଠି ସମାଜରେ ଅହରହ କ୍ଷୁଧାର ତାଡନା ସହ ଦୁର୍ନୀତିର  ଗନ୍ଧ ବାରି ହୋଇ ପଡୁଛି, ସେଠି ମୋ କଲମ ଚାଳନା ଜାରି ରହିବ  । କାରଣ ଅତୀତରେ ମୋ ଲେଖାକୁ ଅନେକ ସାହିତ୍ୟ ସଙ୍ଗଠକ, ସ୍ରଷ୍ଟା ଓ ସାହିତ୍ୟ ଗୃପମାନେ ଅଣଦେଖା ପୂର୍ବକ ମୁଁ ସାହିତ୍ୟରେ ରାଜନୀତି କରୁଛି ବୋଲି ସମାଲୋଚିତ ହେବା ସହିତ  ଗୃପରୁ ମଧ୍ୟ ତଡା ଖାଇଛି ।   ଏହି ପ୍ରରିପ୍ରେକ୍ଷୀରେ ମୋର କବିତା “ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା”କୁ ପାଠ କରିବା ସହିତ ମତାମତ  ଦେବା ପାଇଁ ଅନୁରୋଧ ।  

ସାମ୍ବାଦିକକୁ ଇସ୍ କୁଲୁ ମନା । ।
ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା,
ସାମ୍ବାଦିକକୁ ଇସ୍ କୁଲୁ ମନା । ।
ନିତି ଏଇ ବାଟେ ଯାଉରେ ନାରଦ, ମୋବାଇଲି ବୁଉମ୍ ଧରି,
କଣା ଖୋଜୁଥାଉ, ମାଷ୍ଟରମାନଙ୍କ, ସତେ କି ଚାତକ ପରି । ।
 ଆଉ ସେ ସୁଯୋଗ ପାଇବୁ  ନାହିଁରେ, କହିଛି ସମୀର ନନାରେ... ନାରଦ ନନା । ।
ଦିଶିବନି ଆଉ ପାଣିଆ ଡାଲେମା,ମିଲି ମେକରର ଝୋଳ,
ଦରସିଝା କରି ପାଚିକା ଥୋଇବ, ବୋହିବନି ଆଉ ଝାଳ ।
 ମଧ୍ୟାହ୍ନ ଭୋଜନ, ଭାରି ହିନୀମାନ, ସମାଜେ ଉଡୁଛି କନାରେ ... ନାରଦ ନନା  । ।
ହେବ ଫଳାଫଳ , ଶହେ ଶହେ ଖେଳ, ପିଲା ନ ପଢନ୍ତୁ ପାଠ,
ମାଷ୍ଟର  ମାଷ୍ଟରାଣୀ ପଢାଇବେନି ପାଠ, ଚାଲିବ ପୀରତୀ ନାଟ?
 କହିବେନି କେହି, ଦେଖିବେନି କେହି, ଚାଲିବ ଫୁଙ୍ଗୁଳା ହାଟରେ.. ନାରଦ ନନା । ।
ଶିଖିଆ ମନ୍ତିରୀ ଭାରି ହୁସିଆରି, ଜାଣିଛି  କହିବା ଚାତୁରୀ,
 ଫାଇବି ଟିରେ କରିଅଛି ଖେଳ, ବିଦ୍ୟାଳୟ ହତଶିରୀ ।
 ଦୁରିନୀତି ଗନ୍ଧ, ମହ ମହ ବାସେ,ସବୁ ଭେଣ୍ଡି ଯାକ ସୁନାରେ...ନାରଦ ନନା । ।
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର, କଟକ,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସୃଚନାଧିକାର ଲଢେଇ:ମିଳିଲା ରାସନ

 

ସୂଚନା ଅଧିକାର ଆଇନ୍ ହେଉଛି ଦୁର୍ନିତୀ ବିରୁଦ୍ଧରେ  ଲଢେଇ କରିବା ପାଇଁ ଏକ ପ୍ରମୁଖ ଅସ୍ତ୍ର ଅଟେ  । ତେବେ କେବଳ ଦୁର୍ନିତୀ ନୁହେଁ, ଏହି  ଆଇନକୁ ପ୍ରୟୋଗ କରି ସମାଜରେ ହନ୍ତ ସନ୍ତ ହେଉଥିବା ଦୁସ୍ଥ ମାନବର ହିତ ସାଧନ କରାଯାଇ ପାରିବ  । ଏତଦ୍ ବ୍ୟତୀତ ପ୍ରଶାସନିକ ସ୍ତରରେ ହେଉ କିମ୍ବା ରାଜନୈତିକ ସ୍ତରରେ ହେଉ, ସମାଜର କୌଣସି  ଖରାପ ବ୍ୟବସ୍ଥାକୁ ପରିବର୍ତନ  ମଧ୍ୟ କରାଯାଇପାରିବ । ଏହି କଥାକୁ ଚେତାଇବା ଆମର ଓଡିଶା ସୂଚନା ଅଭିଯାନର ଆବାହକ  ତଥା ମୋର ମାର୍ଗଦର୍ଶକ ଭାଇ ପ୍ରଦୀପ ପ୍ରଧାନ  ସୂଚନାଧିକାରକର୍ମୀମାନଙ୍କୁ ଚେତାଇ ଆସିଛନ୍ତି ।   ମାତ୍ର ପରିତାପର ବିଷୟ,  ସୂଚନା ଅଧିକାର ଆଇନ୍ ମାଧ୍ୟମରେ ପ୍ରଶାସନିକ ଅଧିକାରୀଙ୍କୁ କର୍ମୀମାନେ  ବ୍ଲାକ ମେଲିଂ କରୁଛନ୍ତି କିମ୍ବା ଟଙ୍କା ମାଗୁଛନ୍ତି ବୋଲି ଅନେକ ଲୁଟେରା କର୍ମଚାରୀମାନେ ଅମୂଳକ ମନଗଢା କାହାଣୀ ପ୍ରକାଶ କରିଥାନ୍ତି, ଯାହା ଆଦୌ ଶୋଭନୀୟ ନୁହେଁ । ପ୍ରକାଶ୍ୟ ଯେ, ଏହି ସୂଚନା ଅଧିକାର ଆଇନ  ୨୦୦୫  ମସିହା  ଅକ୍ଟୋବର ୧୨ ତାରିଖ ଠାରୁ ଓଡିଶାରୁ କାର୍ଯ୍ୟକାରୀ ହେଲା  ।  ମାତ୍ର ବିଡମ୍ବନାର ବିଷୟ, ଉକ୍ତ ଆଇନର କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ୫ ଗୋଟି ବିଭାଗକୁ ବାଦ୍ ଦେଇଥିଲେ ।  ପରେ ପରେ ଆମର ସୂଚନାଧିକାରକର୍ମୀମାନେ ବହୁତ ଘାତ ପ୍ରତିଘାତ ମଧ୍ୟରେ   ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ   ଦୁର୍ନୀତିର ଖୁଲସା କରିବା ସହିତ ଅନେକ ଜନ ହିତକର କାର୍ଯ୍ୟ କରିଆସିଛନ୍ତି  । ଏହି ପ୍ରରିପ୍ରେକ୍ଷୀରେ   ସୂଚନା ଅଧିକାର ଆଇନକୁ ପ୍ରୟୋଗ କରି, ଏକ ଅସହାୟ ମହିଳାକୁ କିପରି ରାସନ୍ କାର୍ଡ ପ୍ରଦାନ କରାଯାଇଛି,  ତାହା ନିମ୍ନରେ ବର୍ଣ୍ଣିତ କରାଯାଇଛି ।
ମଂଜୁଲତା ଭୋଇ ଜଣେ ବିଧବା ମହିଳା ।  ଦୀର୍ଘ ବର୍ଷ ହେଲା ନିଜର ସ୍ବାମୀଙ୍କୁ ହରାଇଛନ୍ତି  । ବେଳେ ବେଳେ ଜୀବନ ରେଖା ପରିବର୍ତନ ହୋଇଯାଏ  । ସମୟ ଚକ୍ରରେ ମଣିଷର ସ୍ଥାନାନ୍ତରଣ ହୁଏ  । ନିଜର ଏକମାତ୍ର ପୁଅକୁ କଂଟାପଡା ବ୍ଲକର ଭୋଦଳ ଗ୍ରାମରେ ବିବାହ କରିଦେଲା ପରେ, ଅନେକ ସମୟରେ ପାରିବାରିକ  କାରଣ ହେତୁ ଇତସ୍ତତଃ ତଥା ଅନ୍ୟତ୍ର ହେଉଥିଲେ । ମଣିଷ ପାଇଁ ଖାଦ୍ୟ ମୌଳିକ ଆବଶ୍ୟକତା  ସହିତ ଖାଦ୍ୟ ସୁରକ୍ଷା  ଆଇନ୍ ମାଧ୍ୟମରେ ରାସନ ପାଇବା ମଧ୍ୟ ସାମ୍ବିଧାନିକ ଅଧିକାର ଅଟେ ।  ତେଣୁ ତାଙ୍କର ରାସନ୍ କାର୍ଡକୁ ଅନ୍ ଲାଇନରେ ଆବେଦନ କରିବା ପାଇଁ  ଆବଶ୍ୟକୀୟ କାଗଜାତପତ୍ର  ସହିତ ମୋ ଜନ  ସେବା କେନ୍ଦ୍ରରେ ପହଂଚିଲେ । ମାତ୍ର ପରିତାପର ବିଷୟ, ଆବେଦନକାରୀଙ୍କର ତଥ୍ୟ ପ୍ରଦାନ କଲା ପରେ ଅନ୍ ଲାଇନ ପୋର୍ଟାଲରେ . ଉକ୍ତ ତଥ୍ୟ ଗୁଡିକ ଗ୍ରହଣ  କଲା  ନାହିଁ  । ବରଂ  ପୂର୍ବରୁ ତାଙ୍କର ରାସନ କାର୍ଡ ହୋଇ ଯାଇଛି ବୋଲି ଦର୍ଶାଇବା ସହିତ  ତାଙ୍କର ରାସନ୍ କାର୍ଡଟି ସହିତ  ତାଙ୍କର ଆଧାର ନଂଟି ପଞ୍ଜୀକୃତ ହୋଇଯାଇଛି ବୋଲି ଦର୍ଶାଉଥିଲା । ମାତ୍ର ଏହି ବୃଦ୍ଧା ମାଆ ଜଣକ ରାସନ କାର୍ଡ ପାଇ ନ ଥିଲେ । ବିଡମ୍ବନାର ବିଷୟ,ପୂର୍ବରୁ  ତାଙ୍କ ନାମରେ ରାସନ୍ କାର୍ଡ  ପଞ୍ଜୀକୃତ ହେବା ସହିତ କେତେ ଖାଦ୍ୟ ସାମଗ୍ରୀ ଉଠାଣ ହୋଇଥିବ, ତାହା ମୋ ପାଇଁ  ଅଦ୍ୟାବଧି ଏକ ଅସମାହିତ ପ୍ରଶ୍ନ ବୋଲି ରହିଗଲା ।

ତେବେ ଏହି ବୃଦ୍ଧା ମାଆଙ୍କର ରାସନ୍ କାର୍ଡ ହେବ କିପରି ? କଂଟାପଡା ବ୍ଲକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ କୌଣସି ସୁଫଳ ମିଳିଲା ନାହିଁ  । ଯେଉଁଠି ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସହିତ ରାସନ ଡିଲରମାନଙ୍କ ସହିତ ମଧୁ ଚନ୍ଦ୍ରିକା ହୁଏ,ସେଠାରେ ସାଧାରଣ ଜନତାର ସ୍ବରକୁ ଚାପି ଦିଆଯାଏ ।   ଜଣେ ସାମାଜିକ କର୍ମୀ ଭାବରେ ଅନ୍ୟର ତଥ୍ୟ  ଆବଶ୍ୟକ କରିଥିବାରୁ ମୋତେ ଅଣ ଦେଖା କରାଗଲା । ସର୍ବଶେଷରେ   ସୂଚନା ଅଧିକାର ଆଇନ ମାଧ୍ୟମରେ ୨୦୧୫-୨୦୨୧ ବର୍ଷର ଅବଧି ମଧ୍ୟରେ ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( କାର୍ଡ ନଂ୦୭୦୭୦୨........) ସଂପର୍କରେ ତଥ୍ୟ ପାଇଁ ଆବେଦନ କରାଗଲା । ଏହା ସହିତ . (୧) ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( ନଂ.୦୭୦୭୦୨୧,,,,,,,,,,) କେତେ ତାରିଖରେ ହୋଇଥିଲା ? (୨)  ଏହି କାର୍ଡ (ନଂ. ୦୭୦୭୦୨୧,,,,,,,,,)ଟି କେବେ  ବ୍ଲକ କାର୍ଯ୍ୟାଳୟରେ  ଦାଖଲ କରାଗଲା ? (୩)  ଏହି କାର୍ଡ ନଂ. ୦୭୦୭୦୨୧,,,,,,,,,)ଟି କେଉଁ ଡିଲର ନିକଟରେ କାର୍ଯ୍ୟ କରୁଥିଲା ଏବଂ ଉକ୍ତ କାର୍ଡରେ କେତେ ପରିପାଣରେ ରାସନ ସାମଗ୍ରୀ  ଉଠାଣ କରାଯାଇଛି, ଜାଣିବାକୁ ଚାହୁଁଥିବା ନିର୍ଦ୍ଦିଷ୍ଟ ସୁଚନାର ବିବରଣୀ  ପାଇଂ ଆବେଦନ କରାଯାଇଥିଲା ।  ମାତ୍ର ପରିତାପର ବିଷୟ,  ଏକ ମାସ ବିତି  ଯାଇଥିଲେ ମଧ୍ୟ ଏହାର  ତଥ୍ୟ ମିଳି ନ ଥିଲା । ବରଂ ଆପୋଷ ସମାଧାନ ପାଇଁ ଜନୈକ ରାସନ ଡିଲରଙ୍କ ଦ୍ୱାରା  ଏକ ଚାପ ସୃଷ୍ଟି  କରାଗଲା ।   ଜଣେ ସୂଚନାଧିକାରକର୍ମୀ  କୌଣସି ଏକ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ଆବେଦନ କଲା ପରେ, ଆବେଦନ କରିବାର ୩୦ ଦିନ ମଧ୍ୟରେ ଲୋକ ସୂଚନା ଅଧିକାରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହିତ କାଗଜାତ ପତ୍ର କରିବା ପାଇଁ ବାଧ୍ୟ ଅଟନ୍ତି ।  ଅବଶ୍ୟ କଗଜାତ ନଥି ପତ୍ରର ଜେରକ୍ସ ପାଇଁ ଆବେଦନକାରୀଙ୍କୁ ଦୁଇ ଟଙ୍କା ଦେବା ପାଇଁ ପଡିଥାଏ । ଯଦି ଉକ୍ତ ୩୦ ଦିନ ମଧ୍ୟରେ ତଥ୍ୟ ପ୍ରଦାନ ନ କରନ୍ତି,ଏହାପରେ ପ୍ରଥମ ଅପିଲ କରିବା ପାଇଁ   ପ୍ରଥମ ଅପିଲ୍ କତୃପକ୍ଷଙ୍କ ନିକଟରେ   ଫର୍ମ-ଘ ମାଧ୍ୟମରେ ନିୟମ ୭(୧)ଦ୍ରଷ୍ଟବ୍ୟ ଅଧିନିୟମ ଧାରା ୧୯(୧) ଅନୁଯାୟୀ ଏକ ଅପିଲ ସ୍ମାରକ ଫର୍ମରେ ଆବେଦନ କରାଯାଇଥାଏ । କିନ୍ତୁ ଏ ଘଟଣାରେ ଆବେଦନକାରୀ  ପ୍ରଥମ ଅପିଲ ପାଇଁ ରାଜି ନଥିଲେ ।   ବରଂ ପୂର୍ବରୁ ରାସନ ଡିଲର ଜଣକ ଯାହା ଖାଇ ଥିଲା ଖାଇଥାଉ ଏବଂ ତଥ୍ୟ ମଧ୍ୟ ନ ମିଳୁ  ଆଉ କୌଣସି ମତେ ନୂତନ ରାସନ୍ କାର୍ଡ ହୋଇଯାଉ ବୋଲି ଭାବୁଥିଲେ । ପରିଶେଷରେ ଆବେଦନକାରୀ ନୀରବଦ୍ରଷ୍ଟା ହୋଇ  ନୂତନ ରାସନ କାର୍ଡ  ଗ୍ରହଣ କରିବା ପାଇଁ  ଆଗ୍ରହ ପ୍ରକାଶ କରିଥିଲେ ।   ପରେ ପରେ ସୁପରିକଳ୍ପିତ ସୂଚନାନୁସାରେ ସ୍ଥାନୀୟ ରାସନ ଡିଲରଙ୍କ ନିକଟରେ  ଉକ୍ତ ବୃଦ୍ଧା ମାଆଙ୍କର କାର୍ଡ  ହୋଇ ଯାଇଛି ବାବବରେ ସୂଚନା ପହଂଚିଥିଲା । ବର୍ତମାନ ଚାରିମାସ ହେଲା ଉକ୍ତ ବୃଦ୍ଧା ମାଆଙ୍କୁ ଚାଉଳ ମିଳୁଅଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରାଜ୍ୟ ସରକାରଙ୍କୁ ଅଦାଲତି ଶକ୍ତ ଚାପୁଡା

ରାଜ୍ୟ ସରକାରଙ୍କୁ  ଅଦାଲତି ଶକ୍ତ ଚାପୁଡା
ଆର.ଟି.ଆଇକୁ ଫେରିଲା ଭିଜିଲାନ୍ସ
 
ଦୀର୍ଘ ଛଅ ବର୍ଷର ମାମଲାର ଶୁଣାଣି କ୍ରମେ ଓଡିଶା ଉଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ଖଣ୍ଡପୀଠଙ୍କ ରାୟ କ୍ରମେ ଭିଜିଲାନ୍ସ ବିଭାଗକୁ ପୁନଃ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରାଯାଇଛି । ସମ୍ବିଧାନର ବିଜୟ ହୋଇଛି । ପ୍ରକାଶ୍ୟ ଯେ, ରାଜ୍ୟ ସରକାର ୨୦୧୬ ମସିହାରୁ ଭିଜିଲାନ୍ସ ବିଭାଗକୁ ସୂଚନା ଆଇନ ପରିସରରୁ ବାଦ୍ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ପୃଥକ ପୃଥକ ତିନୋଟି ଆବେଦନ କ୍ରମେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆବେଦନକାରୀ ଭାବରେ ସଙ୍ଗଠନର ଆବାହକ ପ୍ରଦୀପ କୁମାର ପ୍ରଧାନ ( କେସ୍ ନଂ-ଡବ୍ଲୁ.ପି.(ସି)ନଂ-୧୯୭୫୦/୨୦୧୬) ,ସୁବାସ କୁମାର ମହାପାତ୍ର( କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୪୨୮୬/୨୦୧୬)  ଓ ସୁଧାଂଶୁ କୁମାର ନନ୍ଦ ( କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୬୭୧୮/୨୦୧୬) ଙ୍କ ତରଫରୁ ଏକ ଜନ ସ୍ବାର୍ଥ ପିଟିସନ ଦାଖଲ କରିଥିଲେ । ଉକ୍ତ ଆବେଦନ ଗୁଡିକ ମଧ୍ୟରୁ ଯଥାକ୍ରମେ ରାଜ୍ୟ ସରକାରଙ୍କ ତରଫରୁ  ପ୍ରଦୀପ କୁମାର ପ୍ରଧାନଙ୍କ ପିଟିସନ୍ ବିରୁଦ୍ଧରେ ଏସ. ଏନ୍ ଦାସ  ଲଢୁଥିଲା ବେଳେ ସୁବାସ ମହାପାତ୍ର ବିରୁଦ୍ଧରେ ଏସ୍.ପି. ଦାସ ଲଢୁଥିଲେ । ଦୀର୍ଘ ଛଅ ବର୍ଷ ଅତିକ୍ରାନ୍ତ ପରେ ,ଏହି ଜନ ସ୍ବାର୍ଥ ସମ୍ବଳିତ ମାମଲାର ଶୁଣାଣି କରି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ୍୍ ମୁରଲୀ ଧରନ୍ ଓ ଆର୍ କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠର ନିର୍ଦ୍ଦେଶ କ୍ରମେ  ଅତି ସମ୍ବେଦନଶୀଳ ଓ ଗୋପନୀୟ ପ୍ରସଙ୍ଗ ବ୍ୟତୀତ  ଅନ୍ୟ ତଥ୍ୟାବଳୀକୁ  ପବ୍ଲିକ ଡୋମେନରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  ।  ବିଗତ ଦିନରେ  ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଆୟୁକ୍ତ ସୂଚନା ଅଧିକାର ଆଇନ ୨୦୦୫ର ଧାରା ୨୪ (ଉପଧାରା ୪) ଅନୁ୍ୟାୟୀ  ଭିଜିଲାନ୍ସ ବିଭାଗକୁ ସୂଚନା ଅଧିକାର ଆଇନର ପରିସର ଭୁକ୍ତ ନ କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୧୧ ତାରିଖ ୨୦୧୬ ମସିହାରେଏକ  ବିଜ୍ଞପ୍ତି  ପ୍ରକାଶ କରିଥିଲେ । ତେବେ ଏହାପରେ ରାଜ୍ୟ ସରକାରଙ୍କୁ ବହୁତ ବିରୋଧର ସମ୍ମୁଖୀନ ହେବା ପାଇଁ ପଡିଥିଲା । ବିଶେଷ କରି  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ତୀବ୍ର ବିରୋଧ କରାଯାଇଥିଲା ।  ସଙ୍ଗଠନ ତରଫରୁ  ବିଭିନ୍ନ ଜିଲ୍ଲା ମହକୁମାରେ ଆନ୍ଦୋଳନ ହେବା ସହିତ  ବିଶେଷ କରି ରାଜ୍ୟପାଳଙ୍କ କାର୍ଯ୍ୟାଳୟ  ଓ ପୋଲିସ ମହା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।  ତେବେ ରାଜ୍ୟ ସରକାରଙ୍କ ଯୁକ୍ତି କ୍ରମେ, କେନ୍ଦ୍ର ସରକାରଙ୍କ ଦୁର୍ନିତୀ ନିବାରଣ ବିଭାଗ ପରି ଓଡିଶାରେ ଭିଜିଲାନ୍ସ ବିଭାଗ ଦୁର୍ନିତୀ ନିବାରଣ ପାଇଁ କାର୍ଯ୍ୟ କରୁଛି ଏବଂ ଏଥିରେ ଗୋପନୀୟତାର ଆବଶ୍ୟକତା ରହିଛି । ଏହା ସେଙ୍ଗ ସେଙ୍ଗ ଯଦି ସୂଚନା ଅଧିକାର ଆଇନ ମାଧ୍ୟମରେ ଏହି ତଥ୍ୟକୁ ପ୍ରକଟ କରା ଯାଏ, ତେବେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ସହିତ ଜନ ସ୍ବାର୍ଥ ଓ ସୁରକ୍ଷାରେ ବାଧା  ମଧ୍ୟ ହେବ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ । 
                      କିନ୍ତ  ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ,ସମ୍ବିଧାନର
୧୯(୧) ଧାରା ଅନୁଯାୟୀ ସୂଚନା ହାସଲ କରିବା ନାଗରିକର ମୌଳିକ ଅଧିକାର ଅଟେ । କିନ୍ତୁ ଏହି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସୂଚନା ଅଧିକାରରୁ ବଂଚିତ କରିବା ଦ୍ୱାରା ଏହା ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ମାମଲାରେ ଦର୍ଶାଯାଇଥିଲା । ଯାହା ଅତ୍ୟନ୍ତ ଅମାନବୀୟ ଓ ଅଯୁକ୍ତିକର ଅଟେ । ଏ ସଂପର୍କରେ ସର୍ବୋଚ୍ଚ ଅଦାଲତ ଉତର ପ୍ରଦେଶ ବନାମ ରାଜ୍ ନାରାୟଣର ମାମଲାରେ ପ୍ରଦାନ କରିଥିବା ରାୟର ଅବତାରଣା କରାଯାଇଥିଲା ।ଏତଦ୍୍ ବ୍ୟତୀତ  ଯଦି ସୂଚନା ଅଧିକାର ଆଇନ ପରିସରରୁ ଭିଜିଲାନ୍ସକୁ ବାଦ୍ ଦିଆଯାଏ, ତେବେ ଏହି ବିଭାଗର କାର୍ଯ୍ୟକାରିତା ସଂପର୍କରେ ସୂଚନା ମିଳି ପାରିବ ନାହିଁ ବୋଲି ଦର୍ଶାଯାଇଥିଲା । ଯାହା ଦ୍ୱାରା ରାଜ୍ୟ ସରକାର ଜନ ସାଧାରଣଙ୍କ  ସ୍ବାର୍ଥକୁ ବଳିଦାନ  ପୂର୍ବକ  ଖୋଲା ଖୋଲି ଭାବରେ ମାନବିକ ଅଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ବୁଦ୍ଧିଜିବୀ ମହଲରେ ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ  ଆଜି ଉଚ୍ଚ ନ୍ୟାୟାଳୟଙ୍କ  ରାୟ ରାଜ୍ୟ ସରକାରଙ୍କୁ  ଶକ୍ତ ଚାପୁଡା ଲାଗିଛି  । ଦୁଇ ଜଣ ବିଚାରପତିଙ୍କ ଗଠିତ ଖଣ୍ଡପୀଠଙ୍କ ନିର୍ଦ୍ଦେଶ କ୍ରମେ ଏ ସଂପର୍କରେ ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ପୁନଃ ସଂଶୋଧିତ ବିଜ୍ଞପ୍ତି  ପ୍ରକାଶ କରିବା ପାଇଁ ରାୟରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି  ରାୟ   ବିଶେଷ କରି ସିଭିଲ୍ ସୋସାଇଟ୍ ଏବଂ ସୂଚନାଧିକାର କର୍ମୀମାନେ ଉଲ୍ଲସିତ ହେବା  ସହିତ ଆନ୍ଦୋଳନର ସୁଫଳ ମିଳିଛି ବୋଲି ଅନେକ  ସମାଜିକକର୍ମୀମାନେ ମତବ୍ୟକ୍ତ କରିଚନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଏଇ ଘରଟିରେ ଜନମ ମୋର

ଉତ୍କଳ ସାହିତ୍ୟ ସମାଜ ପରିସରରେ ଗତ କାଲି ସନ୍ଧ୍ୟାର ମନୋରମ ସାରସ୍ଵତ ଆସର:  କାଳଜୟୀ କବିତା "ଆମ ଘର"ର କବି ନନ୍ଦ କିଶୋର ସାମଲ
ଏଇ ଘରଟିରେ ଜନମ ମୋର,
ମାଟି  ଚାଳଘର ନଡା ଛପର,
ଏଠି  ରହିଥାଏ ସ୍ନେହ ଆଦର
ଏଇଠେଇଁ ଆମେ ଦିନରେ ରହୁ
ରାତିରେ ରହୁ,ଏଇଠି  ଶୋଉ
ଏଇଠି ଖାଉ,ଏଇଠି ବସୁ,
ଏଇଠି ହସୁ,ବୁଢୀମା ଆସେ
ଆମରି ପାଖରେ ଘଡିଏ ବସେ।।
ଏଇଠି ଆମରି ରୋଷେଇ ଘର
ଘର ଭିତରଟି ଭାରି ସୁନ୍ଦର
ଏଇଠେଇଁ ମାଆ ପରିବା କାଟେ,
ବେସର ବାଟେ,ଶାଗ ଖରଡେ
ଜାଇ ରଗଡେ,ତିଅଣ କରେ
ଡାଲି ବଘାରେ,ଗଢଇ ପିଠା
ଆରିସା କାକରା ଆହା କି ମିଠା।
ଏଇଟି ଆମର ଫୁଲ ବଗିଚା,
ଏଠି ଫୁଲ ଫୁଟେ ମେଂଚାକୁ ମେଂଚା
ଏଠି ଫୁଲ ଫୁଟେ ମେଞ୍ଚାକୁ ମେଞ୍ଚା,
ଏଇଠି ଫୁଟଇ ଧଳା ମନ୍ଦାର
ଶିଙ୍ଖଡା ହାର,ଗେଣ୍ଡୁ କନିଅର
ହେନା ଟଗର,ମଧୁ ମାଳତୀ
ଫୁଲେ ଫୁଲେ ବୁଲି,
ମହୁ ଚାଖେ ସେ
ଏଇଠି ଥାଏ,ଏଠି ନ ଥାଏ
ଅନଉ ଅନଉ କୁଆଡ଼େ ଯାଏ ?
ଏଇ ଘରଟି ମୋ ପଢିବା ଘର,
ଏଇଠି ରଖେ ମୁଁ ବହି ପତର,
ସକାଳେ ଥରେ,ଏଇ ଘରଟି ମୁଁ
ସୁତୁରା କରେ
ଖାତା ବହି ଯାକ ରଖେ ସଜେଇ,
ଭାରି ଭଲ ଲାଗେ ମୋତେ ମୋ ଘର
ପାଠ ପଢାକୁ ମୋ ଭାରି ଆଦର।।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଭିଶପ୍ତା ଚିଙ୍ଗୁଡିଆ ନଈ

କଟକ ଜିଲ୍ଲା ଅଧିନସ୍ଥ ଅତୀତର ଚିଙ୍ଗୁଡିଆ ନଦୀଟି ଭୌଗଳିକ ଦୃଷ୍ଟି କୋଣରୁ ଏହା ଏକ ଶାଖା ନଦୀ ଅଟେ । ଦୁଇଟି ବ୍ଲକର ଆଠ ଗୋଟି ପଂଚାୟତର ଅଧିବାସୀମାନେ ଏହି ଜଳକୁ କୃଷିକାର୍ଯ୍ୟରେ ବିନିଯୋଗ କରୁଥିଲେ । ଏତ୍ଦ ବ୍ୟତୀତ  ଉକ୍ତ ଜଳକୁ  ପାନୀୟ ଜଳ ଭାବରେ ବ୍ୟବହାର କରିବା  ସହିତ ସ୍ନାନ ଶୌଚାଦିରେ ବ୍ୟବହାର କରୁଥିଲେ । ମାତ୍ର ପରିତାପର ବିଷୟ,ବର୍ତମାନ ଉକ୍ତ  ନଇଟି କଲିକତି ଦଳ, ଓ ନାନାଦି ଗୁଳ୍ମ ଲତାରେ ପରିପୂର୍ଣ୍ଣ ହୋଇ ପ୍ରଦୂଷିତ ହୋଇ ଯାଇଅଛି  । ତେବେ ୨୦୧୪ ମସିହା ପର ଠାରୁ ଅବଗତ ହେଲୁକି, ଏହା ଡ୍ରେନେଜ୍ ବିଭାଗକୁ ଯାଇଅଛି  ।  ଏହି ଡ୍ରେନେଜ୍ଟି ଜରିପଡା-ତେଲିଜୋରି ଭାବରେ  ଡ୍ରେନେଜ୍ ଅଧିନରେ ଯାଇଅଛି । ଏହି ପ୍ରରିପ୍ରେକ୍ଷୀରେ ବିଗତ ଦୁଇ ବର୍ଷ ପୂର୍ବେ ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ  ସୁଚନାଧିକାରକର୍ମୀ  ଭାଇ ବସନ୍ତ ଜେନାଙ୍କ ସହିତ ଆଲୋଚନା ହୋଇଥିଲା । ପରେ ପରେ  ଉକ୍ତ ସମସ୍ୟା ସଂପର୍କରେ କୌଣସି ଏକ ପଦକ୍ଷେପ ଗ୍ରହଣ କରିବା ପ୍ରରିପ୍ରେକ୍ଷୀରେ  ଆମର ପ୍ରେରଣାଦାତା ତଥା ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସହିତ ଆଲୋଚନା ହୋଇଥିଲା । ପ୍ରଦୀପ ଭାଇଙ୍କ ପରାମର୍ଶକ୍ରମେ ନଇର  ବିଭିନ୍ନ  ସମସ୍ୟା ସଂପର୍କରେ ତା୨୧/୦୩/ ୨୧ରିଖରେ ଜିଲ୍ଲାପାଳ କଟକଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲୁ । ପରେ ପରେ ଉକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ସମସ୍ୟା ସଂପର୍କିତ ସାକ୍ଷାତରେ ମଧ୍ୟ ଆଲୋଚନା ହେବା ସହିତ ଫୋନରେ ବାରମ୍ବାର ବାର୍ତାଳାପ ହୋଇଥିଲା । ତେବେ ଉକ୍ତ ସମସ୍ୟାଗୁଡିକୁ ଅବଗତ କଲା ପରେ, ବିଭାଗୀୟ ଅଧିକାରୀ ଚଳିତ ମଇ-ଜୁନ୍  ମାସରେ ସଫା କରାଯିବ ବୋଲି ମୌଖିକରେ ସୂଚନା ପ୍ରଦାନ କରିଥିଲେ ।ଅଦ୍ୟାବଧି  ଉକ୍ତ ନଇଟି ସଫେଇ ନ ହେବା କାରଣରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ଜଳାଭାବରୁ ଚାଷୀମାନଙ୍କର ଅନେକ ଅର୍ଥକାରୀ ଫସଲ ଉପôାଦନରେ ବାଧାପ୍ରାପ୍ତ ହେଉଅଛି  ଏବଂ  ମଶାମାଛି ସରୀସୃପମାନଙ୍କର ଉପଦ୍ରବ ଜନିତ ସମସ୍ୟାଗୁଡିକ ସୃଷ୍ଟି ହୋଇ ଜନ ସାଧାରଣଙ୍କର ଧନଜୀବନ କ୍ଷତି ହେଉଅଛି । ଏଣୂ ଆମ୍ଭେମାନେ ଅବଗତ କରୁକି, “ ଉକ୍ତ ନଇଟିକୁ ଚିଙ୍ଗୁଡିଆ ଦଳ ଗୁଳ୍ମାଦିମୁକ୍ତ କରି,ସଫା କରାଯିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉ । ଯଦି ଏ ସଂପର୍କରେ  ଆସନ୍ତା ଦିନରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଆପଣଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବୁ ।”  ଗତ କାଲି ଏ ସଂପର୍କରେ ଆମେ ମୁଖ୍ୟ ଯନ୍ତôୀ  ବାଲେଶ୍ୱର ନାଥ ସାହୁ, ଜଳ ନିକାସ, କଟକଙ୍କୁ  ଚିଙ୍ଗୁଡିଆ ନଇର ସମସ୍ୟା ସଂପର୍କରେ ଦରଖାସ୍ତ ପ୍ରଦାନ କରିବା ସହିତ ଆଲୋଚନା କରାଯାଇଥିଲା । ଆଲୋଚନାକ୍ରମେ କଟକ ଜିଲ୍ଲା ନିକାସ ଗଣ୍ଡରପୁର ବାର୍ଷିକ ୫୦ ଲକ୍ଷରୁ ଷାଠିଏ  ଲକ୍ଷ ଟଙ୍କା ବ୍ୟୟ ବରାଦ ହେଊଥିଲା ବେଳେ,ଉକ୍ତ ଜଳ ନିକାସରେ ଜରିପଡା-ତେଲିଜୋରି ନିକାସ ପରି ୮ଟି ନିକାସ ରହିଛି  । ତେବେ ସରକାରୀ ନିର୍ଦ୍ଦେଶକ୍ରମେ  ବର୍ଷାଦିନେ ନଇରେ  ଅନେକ ସ୍ଥାନରେ ଦଳ ଲାଗିଯାଇଥିବାରୁ, ଉକ୍ତ ସଫେଇ କେବଳ ବର୍ଷା ଦିନେ ହୋଇପାରିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଏହି  ସଫେଇକୁ ସେମାନେ ଖରା ଦିନେ କରିଥାନ୍ତି  ବୋଲି ଶ୍ରଯୁକ୍ତ ସାହୁ ମଧ୍ୟ ପ୍ରକାଶ କରିଥିଲେ ।  ପରେ ପରେ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସାହୁଙ୍କ ନିର୍ଦ୍ଦେଶକ୍ରମେ ସନ୍ଦୀପ କୁମାର, ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ଯନ୍ତ୍ରୀଙ୍କ ଉପସ୍ଥିତିରେ  ଏକ ଆଲୋଚନା ମଧ୍ୟ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରଙ୍ଗ ବ୍ଲକରେ ଥିବା   ଜଳ ସମ୍ପଦ ବିଭାଗର କେତୋଟି ତୃଟିପୂର୍ଣ୍ଣ ପ୍ରକଳ୍ପ ସଂପର୍କରେ ବାର୍ତାଳାପ ହୋଇଥିଲା । ପରିଶେଷରେ  ଚିଙ୍ଗୁଡିଆ ନଇ ସହିତ ଅନ୍ୟ ପ୍ରକଳ୍ପଗୁଡିକର ପରିଦର୍ଶନ କରିବା ପାଇଁ ଶ୍ରୀଯୁକ୍ତ କୁମାର ଆସନ୍ତା ଶୁକ୍ରବାର ଦିନ ପରିଦର୍ଶନରେ ଆସିବେ ବୋଲି ପ୍ରକାଶ କରିଥିଲେ । ପରେ ପରେ  ଏହାର ଏକ କିତା ନକଲ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରିତ କରାଗଲା ।   ସୂଚନାଧିକାରକର୍ମୀ ବସନ୍ତ ଭାଇ ମଧ୍ୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ସୂଚନା ଅଧିକାର ଦରଖାସ୍ତ ଦାଖଲ ହେଲା ।    (ଆମ ଦୁହିଁଙ୍କ ସମାନ ପ୍ରଶ୍ନ କ୍ରମେ  ସୂଚନା ଅଧିକାର ଦରଖାସ୍ତ)

୧. ୨୦୧୨-୨୦୨୨ ଅବଧି ମଧ୍ୟରେ ଜରିପଡା-ତେଲିଜୋରି ଡ୍ରେନେଜ୍  ଉପରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି, ଏହାର ସବିଶେଷ ତଥ୍ୟ ସହିତ ମୁଖ୍ୟ ଡ୍ରେନେଜ ସହିତ ଶାଖା ଡ୍ରେନେଜ ଗୁଡିକର ନକ୍ସା ପ୍ରଦାନ କରାଯାଉ? 
୨. କେଉଁ କେଉଁ ଆର୍ଥକ ବର୍ଷରେ କେତେ ଟଙ୍କା ବ୍ୟୟ ହୋଇଅଛି  ଏବଂ କେଉଁ କେଉଁ କାରଣରୁ ବ୍ୟୟ ହୋଇଅଛି, ଯଥା ଚେକ୍ ଡ୍ୟାମ୍, ସେତୁ, ବନାବର ସଟର୍ ଏ ବଂ ଉଭୟ ବନ୍ଧ ବାଡ ଇତ୍ୟାଦି ।
୩.  ଯେଉଁ ସ୍ଥାନରେ ପ୍ରକଳ୍ପ ସମାପନ କରାଯାଇଛି, ଉକ୍ତ ସ୍ଥାନଗୁଡିକର ପ୍ରକଳ୍ପ ଜନିତ ପୂର୍ବାବସ୍ଥା ଏବଂ  ପରାବସ୍ଥାର ଫଟୋ କପି ପ୍ରଦାନ କରାଯାଉ ।
୪ .ଯେଉଁ ସ୍ଥାନମାନଙ୍କରେ ସେତୁ ଆରମ୍ଭ କଲେ,  ଏହାର ଚୟନ ଆଧାର ଜନିତ  କାଗଜାତପତ୍ର ବିବରଣୀ ପ୍ରଦାନ କରିବା ସହିତ ଏହାର ଫଟୋକପି ପ୍ରଦାନ କରାଯାଉ ।
୫.ଉକ୍ତ ଜରିପଡା-ତେଲିଜୋରି ଡ୍ରେନେଜରେ କେତେ ଜଣ କର୍ମଚାରୀ ନିଯୁକ୍ତି  ଅଛନ୍ତି ଏବଂ ସେମାନଙ୍କର ବୟସ ଶିକ୍ଷାଗତ ଯୋଗ୍ୟତା ଓ ବେତନର ବିବରଣୀ ପ୍ରଦାନ କରାଯାଉ ।






ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...