କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା, ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା

କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା, ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା

 IYA NEWS (ବାରଙ୍ଗ) ତା ୩୦/୦୫/୨୦ରିଖ କେନ୍ଦ୍ର ସରାକାର ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ  ମାସିକ ଦୁଇ ଲିଟର କିରୋସିନ ଯୋଗାଇ ଆସୁଛନ୍ତି  । ତେବେ କିରୋସିନ୍ ବଂଟନ କ୍ଷେତ୍ରରେ ପାତର ଅନ୍ତର କରା ଯାଇ କିରୋସିନ ଦରରେ ଚଂଚକତା କରାଯାଇ, ଜନ ସାଧାରଣଙ୍କୁ ଶୋଷଣ କରାଯାଉଛି  । ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ, ରାଜ୍ୟର ବିଭିନ୍ନ ବ୍ଲକରେ ସାମାଜିକ ଦୂରତାକୁ ବଜାୟ ରଖି ଗଣ ଧାରଣା ପ୍ରଦର୍ଶନ କରିଛନ୍ତି  । ଏହି କରୋସିନ ବଂଟନର ଅନିୟମିତତା   ହେତୁ, ଆଜି ଓସା,କଟକ ଜିଲ୍ଲା ତରଫରୁ ବାରଙ୍ଗ ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନେ ଗଣ ଧାରଣା ପ୍ରଦର୍ଶନ କରିଥିଲେ  । ତେବେ ବର୍ତ୍ତମାନ କରୋନା ବିପତ୍ତି ଯୋଗୁଁ  ସରକାର ତିନି ମାସର ୬ଲିଟର କିରୋସିନ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଡିଲର ମାନଙ୍କୁ ଏହି କିରୋସିନ ହିତାଧିକାରୀଙ୍କ ନିକଟରେ ପହଞ୍ଚେଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଡିଲରମାନେ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ୬ଲିଟର ଜାଗାରେ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ସକରାରୀ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଅର୍ଥାତ ୪୦ରୁ ୫୦ ଟଙ୍କା ଲିଟର ପିଛା ନେଇ ହିତାଧିକାରୀଙ୍କୁ ଲୁଟ କରିବାରେ ଲାଗିପଡିଛନ୍ତି । ଏହିଭଳି ଭାବେ ଡିଲର ଏବଂ  ମାର୍କେଟିଙ୍ଗ ଇନସିପେକ୍ଟର ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ଏହାର କୌଣସି ରସିଦ ଦେଉନାହାନ୍ତି  ଏବଂ ବଂଟନ କାଗଜାତପତ୍ରରେ ୫ଲିଟର କିରୋସିନ ଦେଇ ୬ ଲିଟର ଲେଖି ଦେଉଛନ୍ତି।ଏତ୍ଦ ବ୍ୟତୀତ ଡିଲରମାନେ ସେମାନଙ୍କର ବଂଟନ କେନ୍ଦ୍ରରେ ଜନ ସାଧାରଣଙ୍କ ପାଇଁ କୌଣସି ମୂଲ୍ୟ ସୂଚୀ ପ୍ରଦର୍ଶନ କରୁ ନାହାନ୍ତି ଏବଂ  ଗଚ୍ଛିତ ସାମଗ୍ରୀ ସଂପର୍କରେ ଉଲ୍ଳେଖ କରାଯାଉନାହିଁ, ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ । ହେଲେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ  ସୂଚନାଧିକାରକର୍ମୀମାନେ ବିକ୍ଷୋଭକୁ ଆହୁରି ଜୋରଦାର କରାଯିବ ବୋଲି, ଆୟୋଜିତ ଗଣ ଧାରଣାରେ ଓସାର ସୂଚନାଧିକାରକର୍ମୀ ବସନ୍ତ ଜେନା, ଜିତେନ୍ଦ୍ର  ସାହୁ,ଦିଲ୍ଲୀପ  କୁମାର ପାଣି ଏବଂ ସ୍ମୃତି ରଂଜନ ମହାନ୍ତି ପ୍ରମୁଖ ମତବ୍ୟକ୍ତ କରିଛନ୍ତି ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଊଠୁରେ ମାଆ, ଉଠୁ

                                                                                                                                                                                               ( IYA NEWS)ଏଇ ହେଉଛି ଆମର ଭାରତ ବର୍ଷ  । ଯେଉଁଠି ଆମେ ସୀତା ଅହଲ୍ୟାଙ୍କୁ
ନେଇ ଗର୍ବ କରୁ  । ହେଲେ ଏଠି ଗରିବ ମହିଳା ଲୁହ ଲହୁରେ ସନ୍ତୁଳି ହୋଇ ମରେ  ।  କେବେ କେବେ ଭୋକ ଉପାସରେ ବାଟରେ ବି ଟଳି ପଡେ  । କଥାରେ ଅଛି  ପରା ଗରିବ ମାଇପ ସବୁରୀ ଶାଳୀ  । ସତରେ ସତୀ ସ୍ବାଧୀମାନଙ୍କ ଭାରତ ବର୍ଷରେ କୋଟି କୋଟି ଟଙ୍କାର ମନ୍ଦିର ପ୍ରାସାଦ ତିଆରି ହୋଇଥିବା ବେଳେ, ଗତ କାଲି  ମୁଜାଫର ରେଲ ଷ୍ଟେସନରେ  ଏପରି ହୃଦୟ ବିଦାରକ ଦୃଶ୍ୟ, ସମଗ୍ର ଭାରତ ବର୍ଷ ପାଇଁ ଅତ୍ୟନ୍ତ ଲଜ୍ଜା ଜନକ  । ଏହି ଷ୍ଟେସନର ପ୍ଲାଟ ଫର୍ମରେ  ତିନି ଦିନ ଟ୍ରେନରେ ଯାତ୍ରା କଲା ପରେ, ଭୋକ ଉପାସରେ ଏଠି ଟଳି ପଡିବା ସତରେ ଆଖିରେ ଲୁହ ଆସି ଯାଉଛି  । ମାଆଟି ମରି ପଡିଥିବା ସମୟରେ, ବରଷକର ନିରୀହ ଶିଶୁଟି ଚାଦର ଖସାଇ, ଉଠାଇବା ପାଇଁ ଲାଗି ପଡିଛି  । ଧନ୍ୟ କହିବ   ଆମର ସମାଜକୁ  ।  ଧିକ୍ ମଣିଷପଣିଆକୁ  ।  ଯଦି ପୁର୍ନଜନ୍ମ ଥାଏ, ଆଉ ଥରେ ମଣିଷ ଜନମ ନେବା ପାଇଁ ମୋର ଇଚା ନାହିଁ  । ତେବେ ମୋର କବିତାଟିକୁ ପାଠ କରି ମତାମତ ଦେବେ ବୋଲି ମୋର ଆଶା । ।
ଊଠୁରେ ମାଆ, ଉଠୁ,
ଶୋଇଛୁ ତୁ କାହିଁ, ଯିବା ଆମ ଘର;
ପେଟ ଜଳେ ହୁତୁ ହୁତୁ , ପେଟ ଜଳେ ହୁତୁ ହୁତୁ  । ।

ତିନି ଦିନ ହେଲା କିଛି ତ ଖାଇନୁ,
ପାଣି ମୁନ୍ଦେ କେବେ ମିଳେ ନ ମିଳେ ।
ଦାଦନ ଜୀବନ, ଭାରି ହିନୀମାନ;
ପେଟରେ କରଡି କାହିଁକି ଜଳେ ?
 କାମ ତ ସରିଲା, ପଇସାଟେ ନାହିଁ,
ଫେରିଯିବା ଆମ ଭିଟା ମାଟିକୁ ।
ଜନମିଛୁ ସେଠି, ମରିବୁ ସେଇଠି;
ଆମ ଗୁହାରୀ ,କରିବୁ କାହାକୁ ?

ଦାଦନର ଛୁଆ, ଅଟୁ  ଅଚାବୁଆ;
ଉଠିବ କେବେ ମୋ, ମାଆ ଶୋଇଛି?
ଶୁଖି ଯାଏ ତଂଟି, କୋରି ହୁଏ ଛାତି;
ଉଠୁ ଲୋ ମାଆ,  ଦେ ଆଉଁସି  । ।
ଦି ଘଡି ହେଲାଣି, ମୁଣ୍ଡ ଫଟା ଖରା;
ଶୋଇ ପଡିଛୁ କି ତୁ ଖଟି ଖଟି  ।
କେବେ ତୁ ଉଠିବୁ, ଗେଲ ତୁ କରିବୁ ।
କୁନି ଛୁଆ ତୋର ବୁଲୁଛି ଏଠି  । ।

ନାଇଁ ବାଲି ମିଶ୍ରି, ନାଇଁ ଖୁଦ ଚୂଡା;
ତୋ ଥନରୁ ମୋତେ ବୁନ୍ଦାଏ ଦେ ।
ପାଦ ଟଳମଳ, ନିଦ ଆସିଲାଣି 
ତୋ କୋଳରେ ଟିକେ ଶୁଆଇ ଦେ  । ।
ନିରୀହ  ସରଳ,କୁନି ବାଳୁତ ସେ,
ଜାଣେ ନା, ତା ମାଆ ମରି ଯାଇଛି ।
ଫେରିବନି କେବେ, ଆସିବନି କେବେ
ଅଫେରା ରାଇଜେ ଚାଲି ଯାଇଛି  । ।
        IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗଛ ମାରିଦେଲା ମଣିଷ

ଗଛ ମାରିଦେଲା ମଣିଷ
IYA NEWS (କଂଟାପଡା) ତା୨୩/୦୫/୨୦୨୦ରିଖ ଆସିଥିଲା ସାବିତ୍ରୀ ବ୍ରତ  । ହାତରୁ  ଲିଭି  ନ ଥିଲା କାଲିର ମେହେନ୍ଦୀ, ଲିଭି ନ ଥିଲା ପାଦର ଅଳତା । ହାତରେ ଝଟକୁ ଥିଲା, ସଧବାର ଶୁଭ ମନାସୁଥିବା  ଝଲ ମଲ ବଜର ଚୁଡି । ହେଲେ ବିଧିର ବିଧାନ ଅଲଗା  ।  ଆଜି ସବୁ କିଛି ଚୁର୍ ମାର୍ ହୋଇଗଲା  ।  ଭୁଷୁଡି ଗଲା ସପନର ତାଜ ମହଲ । ରାଜ ମିସ୍ତ୍ରୀ କାମ କରି ପେଟ ପୋଷୂଥିବା   ବଡ ପାଟସୁନ୍ଦରପୁର ଗ୍ରା.ପ.ଭୋଦଳର ଭୀମସେନ ସେଠୀ ଓରଫ ବାନା ବାହାରି  ଯାଇଥିଲେ ସକାଳୁ ସକାଳୁ , ନିଜର କର୍ମ କ୍ଷେତ୍ରକୁ  । ହେଲେ ଆଜି ଶ୍ରମିକ ଅଭାବରୁ ଠିକାଦାର କାମ ବନ୍ଦ କରିଦେଲା  । ତଥାପି ନଛୋଡ ବନ୍ଧା ବାନା ଧାଇଁ ଯାଇଁ ଥିଲେ ବାର ସାଇଲୋ ସ୍ଥିତ;ନିଜର ସାଥୀ ଶ୍ରମିକ ମୁନାଙ୍କ  ଘରକୁ  । ତାଙ୍କର ଘର ନିକଟରେ ବଡ ବଡ ନଡିଆ ଗଛ ଥିବାରୁ, ମୁଲିଆ ଲଗାଇ କଟାଯାଉଥିଲା  । ବାତ୍ୟା ଅଂଫାନ ବେଳେ  କଟାଳୀ ନ ମିଳିବାରୁ କଟା ହୋଇ ପାରିଲା ନାହିଁ  ।  ହେଲେ କିଏ ଜାଣି ଥିଲା ଏମିତି ହେବ ବୋଲି  । ଗଛରୁ ବାହୁଙ୍ଗା ଗୁଡିକ କଟା ହୋଇଗଲା ପରେ, ଉପରୁ ଦଶ/ପନ୍ଦର ଫୁଟିଆ ନଡିଆ ଗର କଟା ହେଉଥିଲା  । ହେଲେ ଶେଷ ସମୟରେ ସବୁ କିଛି ଗୋଳମାଳ ହୋଇଗଲା  । ନଡିଆ ଗରକୁ ଟାଣିଲା  ବେଳେ, ଛିଟିକି ହୋଇ ବାଜିଲା ଭୀମସେନଙ୍କ ମୁଣ୍ଡରେ  । ପାଣି ଢୋକେ ପିଆଇଲା ପରେ, ନେଇ ଯାଇଥିଲେ ମହୀଧରପଡା ଡାକ୍ତରଖାନାକୁ  । ଶେଷରେ ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା  ।
ଏଇତ ହିଁ ଜଣେ ଶ୍ରମିକର ଜୀବନ  । ବାପା ମାଆ ଜଣେ ରୋଜଗାରକ୍ଷମ ପୁଅକୁ ହରାଇଲା ପରେ କେତେ ଅସହାୟ ହୋଇ ପଡନ୍ତି, ସେମାନେ ହିଁ ଜାଣନ୍ତି  ।  ଅକାଳ ବୈଧବ୍ୟ ସହିତ ପାଂଚ ବର୍ଷର କୁନି ପୁଅ, ତାର ବାପାକୁ ହରାଇବା ସତରେ କେତେ ଯନ୍ତ୍ରଣା ଦାୟକ ??? କେବଳ ପିଡୀତ ପରିବାର ହିଁ ଜାଣିପାରେ  । କରୋନା ପାଇଁ ଲକ୍ ଡାଉନ ହୋଇ କାମ ଧନ୍ଦା ବନ୍ଦ ହୋଇ ସାରିଥିବା ସମୟରେ,  ପରିବାର ପ୍ରତି ପୋଷଣ କରିବା ପାଇଁ, ବିକଳରେ ଧାଇଁ ଯାଉଥିବା ଶ୍ରମିକର ଦଶା ସତରେ ମହାଦଶାରେ ପରିଣତ ହୋଇଯାଏ  । ତେବେ ଆଜି ଏହା ଏକ ଅପମୃତୁ୍ୟ ମାମଲା ହୋଇଥିବା ବେଳେ, କୌଣସି ଏକ ମୃତକର ଶବ ବ୍ୟବଛେଦ ନ କରା ଯାଇ, ଶବ ଦାହ କରିଦେବା, ଏହା ଏକ ଅପରାଧ ନୁହେଁ କି ?  ଶେଷରେ ବିନୀତ ଅନୁରୋଧ କରୁଛି, ପ୍ରଶାସନିକ କଳ ଦ୍ୱାରା ଏହି ପିଡୀତ ପରିବାରଟି ଯଥୋଚିତ ନ୍ୟାୟ  ପାଇବା ସହିତ ଶୋକ ସନ୍ତପ୍ତ ପରିବାରକୁ  ପରମେଶ୍ୱର ସହାୟ ହୁଅନ୍ତୁ, ଏହା ହିଁ ପ୍ରାର୍ଥନା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କିରୋସିନିର ବଂଟନରେ କଳାବଜାରୀ,ଦରଖାସ୍ତ ଦେଲେ ସୂଚନାଧିକାରକର୍ମୀ

କିରୋସିନିର ବଂଟନରେ କଳାବଜାରୀ,ଦରଖାସ୍ତ ଦେଲେ ସୂଚନାଧିକାରକର୍ମୀ
IYA NEWS (ବାରଙ୍ଗ) ତା: ୧୬/୦୫/୨୦ରିଖ ମହାମାରୀ କରୋନାର କରାଳ ଛାୟା, ସାରା ବିଶ୍ୱକୁ ଗ୍ରାସ କରିଥିବା ସମୟରେ କଂଟ୍ରୋଲ ଡିଲରମାନଙ୍କ  କଳା ବଜାରୀ ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି  । ବିଶେଷ କରି ସରକାରଙ୍କ ତରଫରୁ  ଡିଲରମାନଙ୍କୁ, ସେମାନଙ୍କର ବଂଟନ କେନ୍ଦ୍ରରେ ମୂଲ୍ୟ ସୂଚୀ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ   ତାହା ପାଳନ କରା ଯାଉନାହିଁ  । ଏହି ପରିପ୍ରେକ୍ଷୀରେ ବାରଙ୍ଗ ବ୍ଲକ ଅଧିନସ୍ଥ ହରିଅନ୍ତା ଗ୍ରାମ ପଂଚାୟତ,ଅନ୍ଧୋଟୀ ଗ୍ରାମର  ସୂଚାନାଧିକାରକର୍ମୀ ବସନ୍ତ ଜେନା ଜିଲ୍ଲାପାଳଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି  ।ବିଶେଷତଃ ହିତାଧିକାରୀମାନଙ୍କର ରାସନ୍ ସାମଗ୍ରୀ ବଂଟନ କରିବା ପାଇଁ, ଏଠାରେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ  । ଏତଦ୍ ବ୍ୟତୀତ  ଡିଲରମାନେ ପଡି କାର୍ଡରେ କିରୋସିନ ବଂଟନ ସଂପର୍କରେ କୌଣସି ପରିମାଣ ଏବଂ ଦର ଉଲ୍ଲେଖ ନ କରି ସ୍ବେଛାଚାରିତା ଢଙ୍ଗରେ କେଉଁଠି ଟ.୩୦.୦୦ରେ ତ, କେଉଁଠି ଟ.୩୫.୦୦ରେ ରାସନ କିରୋସିନ ବଂଟନ କରୁଛନ୍ତି । ଏପରିକି କିରୋସିନିର ପରିମାଣ ଠିକ୍ ମଧ୍ୟ ରହୁନାହିଁ । ଯାହା କି କେଉଁଠି ଚାରି ଲିଟର ତ, କେଉଁଠି ପାଂଚ ଲିଟର କିରୋସିନ୍ ବଂଟନ କରା ଯାଉଛି  ।ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ମାଗଣାରେ ଆଗୁଆ ତିନି ମାସର  ଚାଉଳ ମୁଣ୍ଡ ପିଛା ପାଂଚ କି.ଗ୍ରା ଏବଂ  ଡାଲି ମୁଣ୍ଡ  ପିଛା ଏକ କି.ଗ୍ରା. ପ୍ରଦାନ କରିବା ବ୍ୟବସ୍ଥା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଡାଲି ପ୍ରଦାନ କରାଯାଇନାହିଁ  । ଏପରିକି ମହାମାରୀ କରୋନା ପରି ବଡ ଦୁର୍ବିପାକରେ ଅନେକ ଗରିବ ଲୋକ, ରାସନ ହିତାଧିକାରୀରୁ ବାଦ୍ ପଡିଛନ୍ତି  । ଏହାର ବିଧିବଦ୍ଧ ତଦନ୍ତ କରାଯାଇ,ସେମାନଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ଅନ୍ତର୍ଭୁକ୍ତ କରାଯିବା ପାଇଁ ନିବେଦନ ପତ୍ରରେ ଉଲ୍ଳେଖ କରିଛନ୍ତି  । ତେବେ ଏହି ନିବେଦନ ପତ୍ରର ଏକ କିତା ନକଲ  କଟକ ଜିଲ୍ଲା ନାଗରିକ ଯୋଗାଣ ଅଧିକାରୀ ଅମର ମହାପାତ୍ର ଏବଂବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡାଙ୍କୁ ପ୍ରଦାନ କରା ଯାଇଛି  । ତେବେ କିରୋସିନର ଦର ବାରମ୍ବାର ପରିବର୍ତନ ହେଉଥିବାରୁ, ସଠିକ୍ ନିର୍ଦ୍ଧାରଣ ମୂଲ୍ୟ ପ୍ରକାଶ କରିବା ସମ୍ଭବ ନ ହେଲେ , ଅସାଧୁ ଡିଲରମାନଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି, ବାରଙ୍ଗ ବ୍ଲକ୍ ଯୋଗାଣ ନିରିକ୍ଷୀକା ମଧୁସ୍ମିତା ମାଝୀ ପ୍ରକାଶ କରିଛନ୍ତି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଖବରର ପ୍ରଭାବ,ବେସାହାରାକୁ ସାମୁହିକ ସହାୟତା ରାଶି ପ୍ରଦାନ କଲେ କୋଭିଡ ଯୋଦ୍ଧା

ଖବରର ପ୍ରଭାବ,ବେସାହାରାକୁ  ସାମୁହିକ ସହାୟତା ରାଶି ପ୍ରଦାନ କଲେ କୋଭିଡ ଯୋଦ୍ଧା
IYA NEWS (କଂଟାପଡା) ତା:୧୪/୦୫/୨୦ରିଖ: ଜୀବନରେ ଲହୁ ଲୁହକୁ ପାଥେୟ କରି ଜୀବନ ଜିଉଁଁଛନ୍ତି ଦିବ୍ୟାଙ୍ଗ ଛବିଳ  । ନାଁ ଅଛି ସରକାରୀ ସହାୟତା,  ନାଁ ଅଛି  ପ୍ରଶାସନୀ ବାବୁମାନଙ୍କ ସମବେଦନା  । ମେରୁଦଣ୍ଡଜନିତ ବ୍ୟାଧି ନିଜ ଜୀବନକୁ ପଙ୍ଗୁ କରିଦେଇଥିଲେ ମଧ୍ୟ ସଂସାର ଡଙ୍ଗାକୁ  ମନ୍ଥର ଗତିରେ ବାହି ନେଇଛନ୍ତି କଂଟାପଡା ବ୍ଲକ୍ ଅଧିନସ୍ଥ ବ୍ରାହ୍ମଣ ସାଇଲୋ ଗ୍ରାମ ପଂଚାୟତ, ଖେରସ ଗ୍ରାମର ଛବିଳ ବେହେରା  । କୌଳିକ ବୃତି  ହେତୁ ନଡିଆ ଗଛରୁ ନଡିଆ ପାରୁଥିଲା ସମୟରେ, ଗଛରୁ ପଡି ଯାଇଥିଲେ  । ଏହାପରେ ଆରମ୍ଭ ହୋଇଥିଲା ଦୁର୍ବିସହ ଜୀବନ  । ହାତ ଗୋଡ ଚଳୁ ନଥିବା ବେଳେ ପିଲାମାନଙ୍କ ସାହାରାରେ  ନିଜ ପରିବାର ହୋଇଗଲା ବେସାହାରା  । ରହିବା ପାଇଁ ଘରେ ଖଣ୍ଡେ ନାହିଁ  । ଖଜୁରୀ ପତ୍ର  ଆଉ ତାଳ ବାହୁଙ୍ଗାରୁ ତିଆରି ହୋଇଥିବା ଦ୍ରବ୍ୟରେ, ଯାହା ଆୟ ହୁଏ ତାହା ଢୋକେ ପି,ଦଣ୍ଡେ ଜୀଇଁ ନ୍ୟାୟରେ  ପରିବାରର ପାଟି ପୁରିଯାଏ ସିନା, ପେଟ ପୁରେ ନାହିଁ  । ଏହି ପରିପ୍ରେକ୍ଷୀରେ ଉକ୍ତ ବିଷୟକୁ ଭିତି କରି ପ୍ରଥମେ ଆମର ଭାରତୀୟ ଯୁବ ସଂଗଠନର  ସମ୍ବାଦ ବିଭାଗ,ତା:୨୯/୦୨/୨୦ରିଖରେ ପ୍ରକାଶ ପାଇଥିଲା ।  ପରେ ପରେ ଛବିଳଙ୍କ ବିଷୟରେ ଓ ଟିଭି ଚ୍ୟାନେଲର “ଆପଣ ଏକା ନୁହନ୍ତିି” କାର୍ଯ୍ୟକ୍ରମରେ ପ୍ରକାଶିତ ହୋଇଥିଲା  ।  ପରିଶେଷରେ କିଛି ସହାୟତା ରାଶି ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିଲା  । ତେବେ ଆଜି ଏକ ମହତ୍ ଉଦ୍ଦେଶ୍ୟ ରଖି , ମହାମାରୀ କରୋନାରେ ଲଢେଇ କରୁଥିବା ଅନ୍ୟତମ ଯୋଦ୍ଧା ଭାବେ, ପୋଲିସ ପ୍ରଶାସନ ଭାବେ ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର ମିଶ୍ରଙ୍କ ଦ୍ୱାରା  ଟ ୨୦,୦୦୦ଙ୍କା ସହାୟତା ରାଶି ଛବିଳ ବେହେରାକୁ ପ୍ରଦାନ କରିଥିଲେ  ।ଏତଦ୍ ବ୍ୟତୀତ ଜଣେ ବାଦନ୍ୟ ବ୍ୟକ୍ତଙ୍କ ଠାରୁ ଶ୍ରୀଯୁକ୍ତ ବେହେରା ମଧ୍ୟ ଟ୧,୦୦୦ଙ୍କା ଗ୍ରହଣ କରିଥିଲେ । ଉକ୍ତ  ସହାୟତା ରାଶି ପ୍ରଦାନ ସମୟରେ ହାବିଲଦାର ସୁଧାଂଶୁ ଧଳ ସାମନ୍ତ, ସମାଜସେବୀ  ନିରଜଂନ ଭୋଇ,ବାବୁଲି ମହାପାତ୍ର ଏବଂ ବାମଦେବ ବେହେରା  ପ୍ରମୁଖ ଉପସ୍ଥିତ ଥିଲେ । ଏ ତେବେ ଉକ୍ତ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ, ଛବିଳ ବେହେରା, ସା:ଖେରସ, ପୋ:ବ୍ରାହ୍ମଣ ସାଇଲୋ,ଜିଲ୍ଲା:କଟକ-୦୧୮ ଠିକଣାରେ  ବୁଦ୍ଧିଜିବୀମାନେ ଅନୁରୋଧ   କରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

“ସାହାଯ୍ୟ” ସ୍ବେଛାସେବୀମାନଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଫେଇ କାର୍ଯ୍ୟକ୍ରମ

“ସାହାଯ୍ୟ” ସ୍ବେଛାସେବୀମାନଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଫେଇ କାର୍ଯ୍ୟକ୍ରମ

           IYA NEWS(କଂଟାପଡା)  ତା:୧୩/୦୫/୨୦୨୦ରିଖ     ମହାମାରୀ କରୋନା ସାରା ବିଶ୍ୱର ୨୧୨ ଦେଶମାନଙ୍କରେ ନିଜର କାୟା ବିସ୍ତାର କରି ସାରିଥିବା ବେଳେ,  ଲୋକମାନେ ନାହିଁ ନଥିବା ସମସ୍ୟାଗୁଡିକର ସମ୍ମୁଖୀନ ହେଉଛନ୍ତି  । ଏହାର ଆରୋଗ୍ୟ  କିମ୍ବା ପ୍ରତିଷେଧକ ପାଇଁ କୌଣିସି ବ୍ୟବସ୍ଥା ନଥିବା ସ୍ଥଳେ, ସଙ୍ଗରୋଧ ଏବଂ ସ୍ବଛତା  ବିଷୟରେ, ସରକାର ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି  । ଏହି ପରିପ୍ରେକ୍ଷୀରେ  କଟକର ଅଗ୍ରଣୀ ସାମାଜିକ ସଂଗଠନ “ସାହାଯ୍ୟ” ଆନୁକୁଲ୍ୟରେ ଏକ  ସାମୂହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ  ବିଭିନ୍ନ ଗୃହ ଗୁଡିକୁ  ବିଶୋଧକ ଔଷଧ ଦ୍ୱାରା ସାନିଟାଇଜେସନ କରାଯାଇଥିଲା ।  ପ୍ରକାଶ୍ୟ ଯେ, ଉକ୍ତ ପିଲାମାନେ ନିଜସ୍ବ ପକେଟ୍ ମନିରୁ କାଟି ଏହି ସଫେଇ କାର୍ଯ୍ୟ କରୁଥିଲେ ।ଉକ୍ତ କାର୍ଯ୍ୟକ୍ରମରେ  “ସାହାଯ୍ୟ”ର ସଭାପତି ସୁଜିତ  ଦାସ,ମୃତୁ୍ୟଂଜୟ ସାହୁ,ସନ୍ତୋଷ ମହାରଣା,ରାଜେଶ ଦଳାଇ,ଅମୀୟ ସାହୁ,ରାକେଶ ଖଟୁଆ ଏବଂ ପର୍ଶୁରାମ ସେଠୀ ପ୍ରମୁଖ ପରିଚାଳନା କରିଥିଲେ  । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବୀ କଲେ ସୂଚନାଧିକାରକର୍ମୀଙ୍କ ବାପା

କ୍ରାଇମବ୍ରାଂଚ ତଦନ୍ତ ପାଇଁ ଦାବୀ କଲେ ସୂଚନାଧିକାରକର୍ମୀଙ୍କ ବାପା 
 IYANEWS(କଟକ) ତା୧୪/୦୫/୨୦ରିଖ   କେନ୍ଦ୍ରାପଡା ଜିଲ୍ଲାରେ ସୂଚାନାଧିକାରକର୍ମୀ ରଂଜନ ଦାସଙ୍କର ମୃତୁ୍ୟକୁ   ଦୁର୍ଘଟଣା ଭାବେ ପ୍ରଶାସନ ରୂପ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଅଟେ  । ଯାହାକି ଏପର୍ଯ୍ୟନ୍ତ ଜନ ମାନସପଟରୁ ଲିଭି ନ ଥିବା ସ୍ଥଳେ, କେନ୍ଦ୍ରାପଡାବାସୀ  ଅପରାଧୀଙ୍କୁ ଦଣ୍ଡ ବିଧାନ ପାଇଁ ଉତ୍ସୁକତାର ସହ ଚାହିଁ ରହିଛନ୍ତି  ।  ତେବେ ସ୍ବ ପୁତ୍ରର ହତ୍ୟାକାଣ୍ଡରେ ପୋଲିସ ତଦନ୍ତରେ ଶିଥିଳତା, ଅପରାଧୀ ଓ ପୋଲିସ ମଧ୍ୟରେ ମଧୁଚନ୍ଦ୍ରିକା ଏବଂ ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ଚେଷ୍ଟିତ ଥିବା ସମୟରେ,ଆଜି ଶ୍ରୀଯୁକ୍ତ ଦାସଙ୍କ ବାପା ଲକ୍ଷ୍ମୀଧର ଦାସ ଦୁଃଖରେ ମ୍ରିୟମାଣ ହୋଇ କ୍ରାଇମବ୍ରାଂଚ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସାକ୍ଷାତରେ ଆକୁଳ ନିବେଦନ କରିଛନ୍ତି  । ଏହା ସହିତ ଶ୍ରୀଯୁକ୍ତ ଦାସଙ୍କ ସହିତ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ,ପ୍ରତାପ ମହାନ୍ତି ଓ ମନୋରଂଜନ ଜେନା ପ୍ରମୁଖ ଭାବରେ ଛଅ ଜଣିଆ ପ୍ରତିନିଧି ଦଳ କ୍ରାଇମବ୍ରାଂଚ ଡିଜିଙ୍କ ସହିତ  ଏ ସଂପର୍କରେ ଆଲୋଚନା ପୂର୍ବକ କେନ୍ଦ୍ରାପଡା ପୋଲିସର ଅପରାଧୀମାନଙ୍କ ସହିତ ସୁ ସମ୍ପର୍କ ଏବଂ ହତ୍ୟାକାଣ୍ଡରେ ପୋଲିସ ପ୍ରଶାସନର ଶିଥିଳତା ସଂପର୍କରେ ଆଲୋଚନା କରିଥିଲେ । ତେବେ ଆଲୋଚନା କ୍ରମେ,ଉକ୍ତ କେସ୍ କରୋନା ହେତୁ ବିଳମ୍ବ ହୋଇଛି ଏବଂ  ତ୍ୱରିତ ଭାବରେ ଏହାର ତଦନ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି କ୍ରାଇମ ବ୍ରାଂଚ୍ ଡିଜି ପ୍ରତିଶ୍ରୁତି ଦେଇଥିଲେ  ।ପରିଶେଷରେ  କ୍ରାଇମବ୍ରାଂଚ ଡିଜି ଏହାର ତଦନ୍ତ ରିପୋର୍ଟ ଜିଲ୍ଲା ପୋଲିସକୁ ମଗାଇବା ସହିତ  ଶବ ବ୍ୟବଛେଦ ରିପୋର୍ଟରେ ଡାକ୍ତରଙ୍କ ଦ୍ୱାରା ମୃତୁ୍ୟର କାରଣ ଅନୁଧ୍ୟାନ କରାଯିବ ଏବଂ ପରିବାର ଏବଂ ସାକ୍ଷୀମାନଙ୍କ ବୟାନକୁ ଭିତି କରି ତଦନ୍ତକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମତବ୍ୟକ୍ତ କରିଛନ୍ତି  । ପ୍ରକାଶ୍ୟ ଯେ,  ଗତ ଫେବୃୟାରୀ ମାସ ୧ ତାରିଖରେ ସୂଚନାଧିକାରକର୍ମୀ ରଂଜନ ଦାଶଙ୍କ ମୃତ ଦେହ ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମର ରାସ୍ତା କଡରୁ ଉଦ୍ଧାର କରାଯିବା ସହିତ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଭାବେ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ପରେ କେନ୍ଦ୍ରାପଡାର ଜନସାଧାରଣଙ୍କ ମନରେ ଏହା ଏକ ସୁପରିକଳ୍ପିତ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ସହିତ ଶାସକ ଦଳର ନେତା,ମାଫିଆ ଏବଂ ଠିକାଦାରମାନଙ୍କ ସଂପୃକ୍ତି ଥିବା ହେତୁ  ତୀବ୍ର ଉତେଜନା ପ୍ରକାଶ ପାଇଥିଲା ।ହେଲେ ପରିତାପର ବିଷୟ, ଥାନାରେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ ପ୍ରଶାସନର ନିଷ୍କ୍ରିୟତା ଏବଂ ତଦନ୍ତରେ ଶିଥିଳତା ହେତୁ, ମୃତକଙ୍କ ବାପାଙ୍କୁ ଅପରାଧୀମାନେ ଧମକ ଦେଇଥିଲେ ।  ଉକ୍ତ ଘଟଣା ସଂପର୍କରେ ଗତ ଫେବୃୟାରୀ ୧୩ ଏବଂ ୧୬ ତାରିଖରେ ପାଟକୁରା ଥାନାରେ ଅଭିଯୋଗ କରା ଯାଇଥିଲା  । ହେଲେ  ପୋଲିସର ବେଖିଆଲୀ ମନୋବୃତି ହେତୁ,  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଓଡିଶା ଲୋକାୟୁକ୍ତ, ଜାତୀୟ ମାନବାଧିକାର କମିଶନ, ଓଡିଶା ମାନବାଧିକାର କମିଶନ ଓ ଓଡିଶା ସୂଚନା କମିଶନ ନିକଟରେ ଅଭିଯୋଗ କରା ଯାଇଥିଲା  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମାସ୍କ ପାଇଁ ୬,୧୦୦ ଟଙ୍କା ତଣ୍ଡ ଗଣିଲେ ଅମାନିଆ

ମାସ୍କ  ପାଇଁ ୬,୧୦୦ ଟଙ୍କା ତଣ୍ଡ ଗଣିଲେ ଅମାନିଆ
IYA NEWS(କଂଟାପଡା) ତା:୧୦/୦୫/୨୦ରିଖ  ମହାମାରୀ କରୋନା ପାଇଁ ସରକାର ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଥିଲେ ମଧ୍ୟ କେତେ ଜଣ ଅମାନିଆ ଏହାକୁ ଫୁ  କରି ଉଡାଇ ଦେଉଛନ୍ତି  ।ତେବେ ଆଜି ତହସିଲଦାର ଆର୍ତତ୍ରାଣ ମଲ୍ଲିକ,କଂଟାପଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅଡଶପୁର-କସର୍ଦା ରାସ୍ତାରେ ଚେକିଂ କରାଯାଇଥିଲା ।  ମାସ୍କ  ନ ପିନ୍ଧି ବୁଲା ବୁଲି କରୁଥିବା ସମୟରେ ପ୍ରାୟ ଅଠର ଜଣଙ୍କ ଠାରୁ  ଜଣକ ପିଛା ୨୦୦ ଟଙ୍କା ଜୋରିମନା ବାବଦରେ ୩୬୦୦ ଟଙ୍କା ଏବଂ ହେଲମେଟ୍ ପିନ୍ଧି ନ ଥିବା ହେତୁ ଜଣଙ୍କ ପିଛା ୫୦୦ ଟଙ୍କା ଭାବରେ ପାଂଚ ଜଣଙ୍କ ନାମରେ ୨,୫୦୦ ଟଙ୍କା ନାମରେ ଇ-ଚାଲାଣ କଟା ଯାଇଛି   । ଆଗାମୀ ସମୟରେ ଏହି ନିୟମକୁ ଆହୁରି କଡା କଡି କରାଯିବ ବୋଲି , ଦାୟିତ୍ୱରେ ଥିବା  ଓଲଟପୁର ଥାନାର ଏ.ଏସ୍.ଆଇ.  ଦୁର୍ଯେ୍ୟାଧନ ସେଠୀ ମତବ୍ୟକ୍ତ କରିଛନ୍ତି  । ଆଜି ମାସ୍କ ଚେକିଂ ସମୟରେ     ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ସାହୁ ଏବଂ ମୁଖ୍ୟ କିରାଣୀ କଲ୍ପତରୁ ରାଉତରାୟଙ୍କ ସହିତ ଅନ୍ୟ ପୋଲିସ କମଚାରୀମାନେ ଉପସ୍ଥିତ ଥିଲେ  ।  

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମାସ୍କ ପାଇଁ ଆଠ ଜଣଙ୍କ ଠାରୁ ଜୋରିମନା ଆଦାୟ

ମାସ୍କ  ପାଇଁ ଆଠ ଜଣଙ୍କ ଠାରୁ ଜୋରିମନା ଆଦାୟ
IYA NEWS (କଂଟାପଡା) ତା:୧୦/୦୫/୨୦ରିଖ ସାରା ଭାରତ ବର୍ଷରେ କରୋନା ସଂକ୍ରମଣର ହାର ହୁ ହୁ  ହୋଇ ବଢି ଚାଲିଥିବା  ବେଳେ କିଛି ଅମାନିଆମାନଙ୍କ  ହେତୁ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି  । ଏତଦ୍ ବ୍ୟତୀତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ବାହାର ସ୍ଥାନରେ ଛେପ ପକାଇବା ଅନୁଚିତ ବୋଲି  ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି  । ଏହି ପରିପ୍ରେକ୍ଷୀରେ    ,ଆଇ.ଆଇ.ସି. ଚିନ୍ମୟୀ ସାହୁ,ଓଲଟପୁର ଥାନା ନିର୍ଦ୍ଦେଶ କ୍ରମେ ,ଅଧିକାରୀମାନେ  ବିଭିନ୍ନ ସ୍ଥାନରେ ବୁଲି, ଏହାର ତଦାରଖ କରୁଛନ୍ତି  ।  ତେବେ ଆଜି ଅପରାହ୍ନରେ ଅଡଶପୁର ବଜାରରେ ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଥିବା ସହିତ ମାସ୍କ  ନ ପିନ୍ଧି ବୁଲା ବୁଲି କରୁଥିବା ସମୟରେ ପ୍ରାୟ ଆଠ ଜଣଙ୍କ ଠାରୁ  ଜଣକ ପିଛା ୫୦୦ ଟଙ୍କା ଜୋରିମନା ବାବଦରେ, ନଗଦ ଭାବରେ ଦୁଇ ଜଣଙ୍କ ଠାରୁ ୧,୦୦୦ ଟଙ୍କା ଆଦାୟ କରାଯିବା ସହିତ ଅନ୍ୟ ଛଅ ଜଣଙ୍କ ନାମରେ ଚାଲାଣ କଟା ଯାଇଛି   । ଆଗାମୀ ସମୟରେ ଏହି ନିୟମକୁ ଆହୁରି କଡା କଡି କରାଯିବ ବୋଲି , ଦାୟିତ୍ୱରେ ଥିବା  ଓଲଟପୁର ଥାନାର ଏ.ଏସ୍.ଆଇ.  ଶିବ ପ୍ରସାଦ ବେହେରା ମତବ୍ୟକ୍ତ କରିଛନ୍ତି  ।ତେବେ ଆଜି ଜୋରିମନା ଆଦାୟ ସମୟରେ କନେଷ୍ଟବଲ ଅଭୟ ମହାପାତ୍ରଙ୍କ ସହିତ ଅନ୍ୟ ପୋଲିସ କମଚାରୀମାନେ ଉପସ୍ଥିତ ଥିଲେ  ।  

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମାଆ ତୋତେ ପ୍ରଣାମ


           ଆଜି  ତା:୦୭/୦୫/୨୦୨୦ରିଖ  ।  କଟକ ସହରଟା କାହିଁକି ଏତେ ନିଜର ନିଜର ଲାଗେ କାହିଁକି, ତାର କାରଣ ହୁଏତ ମିତୁ ପାଇଁ ଅସ୍ପଷ୍ଟ  ।  କେତେ ଜଣ ଏହାକୁ ନର୍ଦ୍ଦମାର ସହର କୁହନ୍ତି, ଆଉ କେତେ ଜଣ ଭାଇଚାରାର ସହର କୁହନ୍ତି  । ହେଲେ ଖିଆଲୀ ମଣିଷଟି ପାଇଁ ତାର ପ୍ରିୟ ସହର ଚିର ସବୁଜ ପରି ଲାଗେ  ।  ମହାମାରୀ କରୋନା ପାଇଁ କଟକ ଗ୍ରୀନ୍ ଜୋନରେ ଥିଲେ ବି ପ୍ରାୟ ଦୋକାନ ବଜାର ବନ୍ଦ ଥାଏ  । ଏହା ସହିତ ପ୍ରବଳ ଖରା ହେତୁ  ରାସ୍ତା ବି ଟିକେ ଫାଙ୍କା ଥାଏ ।  ସେଦିନ ବାଦାମ ବାଡି ବସ୍ ଷ୍ଟାଣ୍ଡରୁ  ଝାରଖଣ୍ଡ ସରକାର ଛଅ ଗୋଟି ବସ୍ ପଠାଇ ଥାନ୍ତି ସ୍ବ ରାଜ୍ୟର ପ୍ରବାସୀ ଶ୍ରମିକ  ନେବା ପାଇଁ  ।  ସେମାନଙ୍କର କାର୍ଯ୍ୟ  ବହୁତ ଶୃଙ୍ଖଳିତ ବୋଲି ମିତୁକୁ ଜଣାପଡୁଥାଏ  । ପ୍ରତି ବସରେ ଜଣେ  ମାଜିଷ୍ଟ୍ରେଟ୍ ଏବଂ ଜଣେ  ଅତିରିକ୍ତ  ଭାର ପ୍ରାପ୍ତ ଅଧିକାରୀ ଶ୍ରମିକମାନଙ୍କର ଦାୟିତ୍ୱ ନେଇଥାନ୍ତି  ।  ପ୍ରତି ଶ୍ରମିକଙ୍କର ପଂଜୀକରଣ  ଏବଂ ଆଧାର କାର୍ଡ ସହିତ ମୋବାଇଲ୍ ନମ୍ବର ଯାଂଚ କରି ଗାଡି ଭିତରକୁ ଛାଡିବା ଅତ୍ୟନ୍ତ ସ୍ବାଗତେଯାଗ୍ୟ ବିଷୟ  ଏବଂ ସଂଗରୋଧ କେନ୍ଦ୍ରରେ ପହଂଚାଇବା ପର୍ଯ୍ୟନ୍ତ ଉକ୍ତ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ   । ମିତୁ ଏଗୁଡିକ କଭରେଜ୍ କଲା ପରେ ଛତ୍ର ବଜାର ବାଟ  ଦେଇ କଲେଜ୍ ଛକରେ ପହଂଚିଲା  ।   
                             ପ୍ରାୟ ଦିନ ଦୁଇଟା ହେବ, ଶାରଳା ଷ୍ଟାମ୍ପ ଦୋକାନ ସମ୍ୁଖରେ ଏକ  ଯାତ୍ରୀ ବିଶ୍ରାମଗାର  । ବାଇକରେ ଯାଉ ଯାଉ ବିଶା୍ରମଗାରଟିକୁ ଅତିକ୍ରମ କରୁ କରୁ ଅଟକିଗଲା ମିତୁ  । କାହିଁକି କେଜାଣି ମନ ଭଲ ଲାଗିଲା ନାହିଁ । ପଛରୁ  ମଟର ସାଇକେଲ ଘୁରାଇ, ପହଂଚିଲା ଯାତ୍ର ବିଶ୍ରାମଗାର ନିକଟରେ  । ସିମେଂଟ ବେଂଚ ଉପରେ ଦୁଇଟି ଲୁଗା ବୁଜୁଳା ଥୁଆ ହୋଇଥିଲା  ।  ବେଂଚ ଉପରେ  ଛାଡି ଛାଡି ହୋଇ ବସିଥିଲେ ଦୁଇଟି ମହିଳା  । ଜଣକର ସତର ଅଠର ବୟସ ହୋଇଥିବା ବେଳେ ଆର ଜଣକର  ପ୍ରାୟ ଷୋହଳ ସତର ବର୍ଷ ପରି ଲାଗୁଥିଲା   ।  ପଛରେ  ବିଶ୍ରାମଗାରର ଲୁହା ବାଡାରେ ଓଦା ଲୁଗା ଶୁଖାହୋଇଥିଲା  । ଦର ଚିପୁଡା ହୋଇଥିବା ଲୁଗାରୁ ପାଣି ଟୋପେ ଟୋପେ ପଡିବା ସହିତ କିଛି କ୍ଷଣ ମଧ୍ୟରେ ଶୁଖି ଯାଉଥିଲା  ।   ବୟସରଙ୍କ ସାନ ଲାଗୁଥିବା ମହିଳା ଜଣକ ଗୋଟେ ଷ୍ଟିଲ୍ କଂସାରେ  ଚୂଡା ଚକଟି ଖାଉ ଥାନ୍ତି  । ଆଉ ଦୁଇଟା ଚୂଡା ପୁଡିଆ ପଲିଥିନରେ  ଗୁରା ହୋଇ ଥୁଆ ହୋଇଥାଏ । ଭିତରେ ବୋଧେ ଚିନି ପୁଡିଆ ଖିଲ ମରା ହୋଇ ପଶିଥାଏ  । ସତରେ ଯେଉଁ ସମୟରେ ଭାତ ଗୁଣ୍ଡାଏ ଲୋଡା, ସେ ସମୟରେ ଚୂଡା ଗୁଡିକ ପେଟକୁ ଯାଆନ୍ତା ବି କିପରି ?  ହେଲେ ସରକାର ନିଜକୁ ଦରିଦ୍ର ନାରାୟଣ ସାଜି ନିଜର ଢୋଲ ପିଟୁଛନ୍ତି  । କରୋନାରେ ସବୁ କିଛି ମୁଁ କରିଛି, କେହି ବି ଲୋକ ଉପାସରେ ରହିବେ ନାହିଁ  । ହେଲେ ସେ ଭୋକ ବିକଳରେ ବିଚରା ଗିଳି ଯାଉଥିଲା, ବହୁତ ଦିନରୁ ରଦିଆ ହୋଇ ଯାଇଥିବା ଖାଲି  ଦରୋଟିଆ ଚୂଡାକୁ  ।  ଏହା ହିଁ ଗରିବୀ ଜୀବନର ଛୋଟିଆ ମାନସାଙ୍କ  । ସତରେ  ଏଇ ମଣିଷକୁ ଯେତେବେଳେ ବହୁତ ଭୋକ ହୁଏ, ଖାଦ୍ୟର ସ୍ବାଦ ସିଏ ବାରି ପାରେ ନାହିଁ  । ହେଲେ  ସୁଖ ସ୍ବାଛନ୍ଦରେ  ଛାଇ ତଳେ ରହୁଥିବା ମଣିଷଟି ଖାଇଲା ବେଳେ, ଖାଦ୍ୟର ସ୍ବାଦୁ ବାରି ପାରେ  । ତା ପାଇଁ ନଅ ତିଅଣ ଛଅ ଭଜା ଆବଶ୍ୟକ ହୋଇଥାଏ  ।  ନ ହେଲେ ଘରେ ଝଗଡା ହୁଏ  ।ହେଲେ ମିତୁ  ଏକ ସ୍ଥାନରେ ଦୃଷ୍ଟି ପକାଇବାରୁ, କେମିତି ମନଟା ତାର ଥମ୍ ହୋଇଗଲା  । ଉଦୁ ଉଦିଆ ଦିପହର ବେଳେ,  ଝାଂଜି ପିଟୁଥିବା ବେଳେ, ସାତ ଆଠ ମାସର କଅଁଳା ଶିଶୁଟିକୁ, ଗାମୁଛାଟେ ପାରି ଚଟାଣରେ ଶୁଆଇ ଦେଇଥିଲା ମହିଳା ଜଣକ  । ପ୍ରବଳ ଗରମ ହେତୁ, ଶିଶୁଟିର ପାଖରେ ବସି ନିଜର ଚିରା ପଣତରେ ବିଂଚି ଦେଊଥିଲା ତ କେତେ ବେଳେ ଖରା ପଡୁଥିବାରୁ,  ପଣତରେ ଉହାଡ କରି  ଛାଇ ଟିକେ କରି ଦେଉଥିଲା  । ସରଳ ନିଷ୍ପାପ ଶିଶୁଟି. ମାଆର  ମମତ୍ୱବୋଧରେ ଆତ୍ମ ତୃପ୍ତିର ସହ ଶୋଇ ପଡିଥିଲା ଗହନ ନିଦରେ  । ସେ ଜାଣେ ନାହିଁ, ଆସନ୍ତା କାଲି ତା ପାଇଁ କଣ ହେବ ? ସେ ଜାଣେ ନା,ଦୁନିଆରେ ଫୁଲ ପରି ହସି ପାରିବ ନା ବାସନାକୁ ସୁରଭିତ କରି ପାରିବ ? ହୁଏତ  ଗରିବ ଜୀବନର ଗରିବୀ ବୁଲ ଡ୍ରୋଜରରେ, ତାର ସ୍ବପ୍ୱ ସବୁ ଧୁଳିସାତ୍ ହୋଇଯିବ   । ରାସ୍ତା  କଡର ଜରି, ଫଟା ପେଟି ଗୋଟାଉ ଗୋଟାଉ, ଦିନକର ଖାଇବା  ମୂଲ୍ୟକୁ ହିସାବ କରିବ, କେତେ ଓଜନର ମାଲ୍ ହେଲେ, ପେଟକୁ ମୁଠାଏ ଖାଇ ପାରିବ ?  ନତୁବା ହୋଟେଲ୍  ବୟ ଫୋପାଡି ଦେଇଥିବା ଅଇଁଠା ପତରର ବଳକା ଖାଦ୍ୟ, ତା  ପେଟ ପାଇଁ ମହାର୍ଘ ଭୋଜନ ହେବ  । ଏମିତି ଭାବନା ମଧ୍ୟରେ ଚମକି ପଡିଲା ମିତୁ ।
-କଣ ହେଲା ବାବୁ  ।
- କିଛି ନାହିଁ , ଆଛା ତମେ ଏଠି କଣ କରୁଛ  ।
- ଏଇଠି ରହୁଛୁ ବାବୁ, କାଳେ କିଏ ଆମକୁ କଣ ଦବ  ।
- ତମେ ଖାଇଚ ?
- ନାଇଁ ବାବୁ, ଗୋଟାଏ ବୋଲି କଂସାଟେ । ସେ ଖାଉଛି  । ସେ ଖାଇ ସାରିଲା ପରେ ମୁଁ ଖାଇବି  ।
- ଏ ଛୁଆ କ ଣ ଖାଇଲା ?
- କଣ ଆଉ ଖାଇବ ? ମୋ ଦେହରୁ ଯାହା ଟିକେ ଝୁଣିଥିଲା  (ସ୍ତନ୍ୟପାନ କରାଇବା)  । ହେଲେ ଏ ଦେହରେ ତ କିଛି ନାହିଁ । କଣ ସେ ଖାଇଥିବ  । ଏ ଯେଉଁ କରନା ଆଇଚି, ଭିକ ମାଗି  ପାରୁନି  । କିଏ ଗୋଟେ ବିସୁକୁଟ ଦେଇଥିଲା  । ତାକୁ  ପାଣିରେ ବତୁରେଇ ଖାଇବାକୁ ଦେଇଛି  । ଦେଖୁନ ବାବୁ, କେମିତି ଚୁପ୍ ଚାପ୍ ଶୋଇ ପଡିଛି  ।
                ମିତୁ ଦେଖୁଥିଲା ଉକ୍ତ ମହିଳା ଜଣଙ୍କୁ  । ମାତୃତ୍ୱର ମମତ୍ୱ ବୋଧରେ ଝଲ ମଲ ହୋଇ ଉଠୁଥିଲା ତାର ମୁଖ ମଣ୍ଡଳ  ।ଦାରିଦ୍ରର କଷାଘାତ ତାକୁ ବଶ କରି ପାରି ନ ଥିଲା  । କରୋନା ଜ୍ୱଳନରେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକ ଛାଡୁଥିବା ସମୟରେ,  ମହିଳାଙ୍କ ମୁଖ ମଣ୍ଡଳରୁ ବାରି ହୋଇ ପଡୁଥିଲା ଚେନାଏ ହସ  । ସତରେ ଆଜି ପର୍ଯ୍ୟନ୍ତ  ସ୍ବାର୍ଥନ୍ୱେଷୀ ସମାଜ କେବେ  ବୁଝିଛି ଏକ ମାଆକୁ  ନା ତାର ମମତ୍ୱବୋଧକୁ  । ଏତେ ଦୁଃଖ ଯନ୍ତ୍ରଣା ମଧ୍ୟରେ ଥାଇ ମଧ୍ୟ, ଜଣେ ମାଆ ଏତେ ସୁନ୍ଦର ହସଟେ ହସି ପାରେ, ମୁଁ ବିବଶ ହୋଇ ପଡୁଥିଲି  ।
- କଣ  ଏମିତି ଚାହିଁଚ ବାବୁ,  ଆପଣ ସାମ୍ବାଦିକ ବୋଧେ  । କାହିଁକି ଆମ ପଛରେ ପଡିବ ?  ଆଜି ବହୁତ ଖରା ହଉଛି  । ଆପଣ ଖାଇ ନ ଥିବେ  । ଘରକୁ ଯାଆନ୍ତୁ  । ଆପଣଙ୍କ ମାଆ ବି ଖୋଜୁଥିବେ ଆପଣଙ୍କୁ   । ଭୋକ ହେବଣି  ।  ଯାଆନ୍ତୁ  ବାବୁ  ।
ଏଇ କେଇ ପଦ କଥାରେ ଭାବ ପ୍ରବଣ ହୋଇ ଉଠିଲା ମିତୁର  । ଗରିବ ଅବସ୍ଥା ମାନବ ଜୀବନ ପାଇଁ ଅଭିଶାପ ହୋଇ ପାରେ  । କିନ୍ତୁ ଏକ ନାରୀ ହୃଦୟରେ ସାରା ସଂସାର ପାଇଁ ଥାଏ ଏପରି ମମତ୍ୱବୋଧ  ।  ଯାହାର ପରଶରେ ଶିଳା ବି ଶାଳଗ୍ରାମ ହୋଇଯାଏ, ମାଟି ବି ଚନ୍ଦନ ହୋଇଯାଏ ଆଉ ନିଦାଘର ଚଇତାଳି ଫଗୁଣର ଫଲଗୁ ହୋଇ ସାରା ହୃଦୟକୁ କିଲ୍ ବିଲ୍ କରିଦିଏ  । ସତରେ ମାଆ,ତାତେ କୋଟି କୋଟି ପ୍ରଣାମ  । ମିତୁର ହୃଦୟଟା ବତୁରି  ଗଲା ଏମିତି କେଇ ପଦ କଥାରେ । ସେ ଆଖି ମିଶାଇ ପାରୁ ନ ଥିଲା  ବିଶ୍ରାମଗାରର ଥିବା ମହିଳାଙ୍କ ଆଖିରେ  । ଆଖିରେ ଲୁହ ଜକେଇ ଆସୁଥିଲା  । ଶେଷରେ  ଜଣେ ଦରଦୀ ମଣିଷ  ଭାବରେ ଅନ୍ୟମନସ୍କ ଭାବରେ ଶୋଇଥିବା କୁନି ପିଲା ହାତରେ  ଯତ୍ କିଂଚିତ୍ ନିଜ ସାଧ୍ୟ ମୁତାବକ....  । ବାସ୍  । ପଛକୁ  ଟିକେ ଚାହିଁ ଛୁଟାଇ ଦେଲା ମୋଟର ସାଇକେଲ ନିଜର ଘର ଅଭିମୁଖେ  । ହେଲେ ଲୁହ ଜାଲୁ ଜାଲୁ ଆଖି ଆଗରେ ନାଚି ଯାଉଥିଲା, ସେଇ ମାଆର  ମମତାବୋଳା କେଇପଦ କଥା  ଆଉ କୁନି ଶିଶୁଟିର ନିଷ୍ପାପ ମୁହଁ  ।  ସତରେ ମାଆ, ଆଜି ତୋତେ କୋଟି କୋଟି ପ୍ରଣାମ  । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଡାଲି ବଂଟନରେ ଡିଲରଙ୍କ ଚଂଚକତା:ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଡାଲି ବଂଟନରେ ଡିଲରଙ୍କ ଚଂଚକତା:ଜିଲ୍ଲାପାଳଙ୍କୁ ଦାବୀ ପତ୍ର
IYA NEWS (ଫୁଲ ନଖରା) ତା:୦୮/୦୫/୨୦୨୦ରିଖ ସାରା ବିଶ୍ୱକୁ ମହାମାରୀ  କରୋନା କବଳିତ କରି ସାରି ଥିବା ବେଳେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।  ସାରା ଭାରତ ବର୍ଷ ଲକ୍ ଡାଉନ୍ ହୋଇଥିବା ସମୟରେ, ସବୁ ଠାରୁ ଖାଦ୍ୟ ସମସ୍ୟା ଏକ ବଡ ସମସ୍ୟା ଭାବେ ପ୍ରତୀୟମାନ ହୋଇଛି  ।  ତେବେ ମାର୍ଚ୍ଚ ୨୫ ତାରିଖରୁ ଲକ୍ ଡାଉନ ଘୋଷଣା ହେବା ପରେ,  ଖଟିଖିଆ ନିମ୍ନବିତ ପରିବାରମାନଙ୍କର ଅସୁବିଧାକୁ ଲକ୍ଷ କରି; କେନ୍ଦ୍ର ସରକାର  ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନା ମାଧ୍ୟମରେ ଆଗୁଆ ତିନି ମାସ ପାଇଁ ମୁଣ୍ଡ ପିଛା  ପାଂଚ କିଲୋଗ୍ରାମ ଚାଉଳ ଏବଂ ଏକ କିଲୋଗ୍ରାମ ହରଡ ଡାଲି ଘୋଷଣା କରିଥିଲେ । ହେଲେ ପରିତାପର ବିଷୟ,  ଓଡିଶାରେ ଅଦ୍ୟାବଧି ତାହା ମିଳିପାରିଲା ନାହିଁ  । ପ୍ରାୟ କେତେକ ସ୍ଥାନରେ ଏଯାବତ୍  ଚାଉଳ ଏବଂ  ଡାଲି ବଂଟନ ନ ହୋଇ ଥିବା ସ୍ଥଳେ କେବଳ ଚାଉଳ ବଂଟନ କରା ଯାଇଛି  । ଯାହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଡିଲରମାନେ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରୁଛନ୍ତି  ।  ଏପରି  ଘଡି ସନ୍ଧି ସମୟରେ, ଡାଲି ବଂଟନ ନ କରିବା ସହିତ   ଲୋକମାନଙ୍କର ଚାଉଳ କାଟିବା ସହିତ ବାଟ ମାରଣା କରିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ ।ତେବେ ରାସନ ବଂଟନ କ୍ଷେତ୍ରରେ ଓଡିଶା ସରକାର  ଅଗ୍ରଣୀ ବୋଲି ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେଲେ ମଧ୍ୟ ଏହା ଏକ ବିରାଟ ପ୍ରହସନ   ପାଲଟିଛି  । ଆଜି ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ ଓସା, କଟକ ଜିଲ୍ଲା ତରଫରୁ ଜିଲ୍ଲାପାଳ,କଟକଙ୍କୁ  ଓସାର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର  ସାହୁ, ପ୍ରତାପ ମହାନ୍ତି, ମାଧବାନନ୍ଦ ଭୋଇ ଏବଂ ଅକ୍ଷୟ ପଣ୍ଡା ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।  ଏତଦ୍ ବ୍ୟତୀତ  ଏ ସଂପର୍କରେ ଯଥୋଚିତ ତଦନ୍ତ କରିବା ସହିତ ଡିଲର ମାନଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହାର ଏକ କିତା ନକଲ ଲାଲବାଗ ଥାନା ଅଧିକାରୀଙ୍କୁ ପ୍ରଦାନ କରା ଯାଇଛି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପୁଣ୍ୟ ଉତ୍କଳ ଆନୁକୁଲ୍ୟରେ ଅସହାୟ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ

ପୁଣ୍ୟ ଉତ୍କଳ ଆନୁକୁଲ୍ୟରେ ଅସହାୟ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ
       (ଫୁଲ ନଖରା) ତା:୦୮/୦୫/୨୦୨୦ରିଖ ମହାମାରୀ କରୋନାର କରାଳ ଛାୟା ସାରା ପୃଥିବୀକୁ ଗ୍ରାସ କରିଥିଲା ସମୟରେ  ଲୋକମାନେ ନାହିଁ ନ ଥିବା ସମସ୍ୟାଗୁଡିକର ସମ୍ମୁଖୀନ ହେଉଛନ୍ତି  ।   ସତେ ଯେପରି ଜନ ଜୀବନ ଠପ୍ ହୋଇ  ଯାଇଛି  । ଏହି ପରିପ୍ରେକ୍ଷୀରେ ଓଡିଶାର ଅଗ୍ରଣୀ ସାମାଜିକ ସଂଗଠନ ପୁଣ୍ୟ ଉକ୍ରଳ ସଂଗଠନର ଅଧ୍ୟକ୍ଷ ମନୋରଂଜନ ମହାପାତ୍ରଙ୍କ ଆଦର୍ଶରେ ଅନୁ ପ୍ରାଣିତ ହୋଇ; ଜୟଦେବ ଶାଖା  ହାଟ ବଢାଇଛି ଫୁଲ ନଖରା ସ୍ଥିତ ନୂଆ ସାହିର ଅସହାୟ ପରିବାର ମାନଙ୍କୁ ।  ଆଜି ସଂଗଠନର ସଭାପତି ଅନୁପମା ରାଏ, ସଂପାଦକ  ସୁମନ୍ତ ସ୍ବାଇଁ  ଏବଂ ନାରାୟଣ ସେଠୀଙ୍କ ନେତୃତ୍ୱରେ  ପ୍ରାୟ ଶତାଧିକ  ଅସହାୟ ପରିବାରମାନଙ୍କୁ ପୂର୍ବାହ୍ନରେ ଖାଦ୍ୟ ସାମଗ୍ରୀ ବଂଟନ କରାଯିବା ସହିତ କରୋନା ସଂପର୍କରେ ସଚେତନତା କରା ଯାଇଥିଲା  । ଏହା ସେଙ୍ଗ ସେଙ୍ଗ ସାମାଜିକକର୍ମୀମାନେ କରୋନା ସଂପର୍କରେ ସଚେତନତା କରିବା ସହିତ ମାସ୍କ ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ  ପୂଣ୍ୟ ଉକ୍ରଳ, ଜୟଦେବ ଶାଖାର ସାଧାରଣ ସଂପାଦକ ରାଧାଶ୍ୟାମ ମହାନ୍ତି,ସାଂସ୍କୃତି ଦିଲ୍ଲୀପ କୁମାର ବେହେରା,ଉପ ସଭାପତି ବିପିନ ବେହେରା,ଚନ୍ଦ୍ରମଣି ପ୍ରଧାନ,ପଣ୍ଡିତ ଅଜୟ କୁମାର ପତି, ମନୋରଂଜନ ଦାସ ଓ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ   ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଭିନ୍ନକ୍ଷମମାନଙ୍କୁ ସହାୟତା କିଟ୍ ପ୍ରଦାନ

ଭିନ୍ନକ୍ଷମମାନଙ୍କୁ ସହାୟତା କିଟ୍ ପ୍ରଦାନ
 IYA NEWS (କଂଟାପଡା)  ତା:୦୭/୦୫/୨୦୨୦ରିଖ   ମହାମାରୀ କରୋନା ସଂକ୍ରମିତଙ୍କ ହାର ହୁ ହୁ ହୋଇ ବଢି ଚାଲିଥିବା ସମୟରେ,  ନିଆଳୀର ଅଗ୍ରଣୀ ସାମାଜିକ ସଂଗଠନ ଗ୍ରାମୀଣ ସେବକ ସମାଜ ଏବଂ ଜନ ପୋଷଣ ଅଭିଯାନର ମିଳିତ ଅନୁକୁଲ୍ୟରେ ନିଆଳୀ, ବିଳାଶୁଣୀ, ଅଡଶପୁର, କସର୍ଦା ଏବଂ ଏରଂଚ ଗ୍ରାମର  ଭିନ୍ନକ୍ଷମମାନଙ୍କୁ  ଏକ ରିଲିଫ ସହାୟତା କିଟ୍ ପ୍ରଦାନ କରାଯାଇଛି  ।  ଉକ୍ତ ରିଲିଫ୍ କିଟରେ   ପନ୍ଦର ଦିନରୁ କୋଡିଏ ଦିନ ଚଳିବା ପରି ଖାଦ୍ୟ ସାମଗ୍ରୀ ରହିଛି ବୋଲି, ସଂଗଠନର ଅଧ୍ୟକ୍ଷ ଯୁବ ସମାଜସେବୀ ଅଧ୍ୟାପକ ସନ୍ତୋଷ ମାଝୀ ସୂଚନା ପ୍ରଦାନ କରିଛନ୍ତି  । ଉକ୍ତ ରିଲିଫ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସମାଜ ସେବୀ ପ୍ରସନ୍ନ କୁମାର ପାତ୍ରଙ୍କ ନେତୃତ୍ୱରେ ସଂଯୋଜକ  ଦେବୀ ପ୍ରସାଦ ନାୟକ, ବିଦେଶୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସ୍ବେଛାସେବୀମାନଙ୍କ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ

ସ୍ବେଛାସେବୀମାନଙ୍କ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ
IAY NEWS  (କଂଟାପଡା)  ତା:୦୭/୦୫/୨୦୨୦ରିଖ     ମହାମାରୀ କରୋନା ସାରା ବିଶ୍ୱର ୨୧୨ ଦେଶମାନଙ୍କରେ ନିଜର କାୟା ବିସ୍ତାର କରି ସାରିଥିବା ବେଳେ,  ଲୋକମାନେ ନାହିଁ ନଥିବା ସମସ୍ୟାଗୁଡିକର ସମ୍ମୁଖୀନ ହେଉଛନ୍ତି  । ଏହାର ଆରୋଗ୍ୟ  କିମ୍ବା ପ୍ରତିଷେଧକ ପାଇଁ କୌଣିସି ବ୍ୟବସ୍ଥା ନଥିବା ସ୍ଥଳେ, ସଙ୍ଗରୋଧ ଏବଂ ସ୍ବଛତା  ବିଷୟରେ, ସରକାର ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି  । ଏହି ପରିପ୍ରେକ୍ଷୀରେ  ନିଆଳୀ ବ୍ଲକ୍ ଅନ୍ତର୍ଗତ ଦେବୀ-କନ୍ଦଳ ଦ୍ୱିପାଂଚଳ ଅଳତଳଙ୍ଗ ଗ୍ରାମର ପୁରାତନ ତଥା ଅଗ୍ରଣୀ ସାମାଜିକ ସଂଗଠନ ସନ୍ ସାଇନ୍ ୟୁଥ୍ କ୍ଲବ୍ ଆନୁକୁଲ୍ୟରେ ଏକ  ସାମୂହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର  ଅଙ୍ଗନବାଡି କେନ୍ଦ୍ର, ଦୋକାନ ବଜାର ଏବଂ ରାସ୍ତା ଘାଟଗୁଡିକୁ ଟ୍ୟାଙ୍କର ମାଧ୍ୟମରେ ବିଶୋଧକ ସିଂଚନ କରାଯିବା ସହିତ ଗାଁର ବିଭିନ୍ନ ସ୍ଥାନମାନଙ୍କରେ ଅପରିଷ୍କାର ସ୍ଥାନଗୁଡିକ ସଫା କରାଯିବା ସହିତ ଘାସ କଟାଯିବା ଯନ୍ତ୍ରରେ   ଅନାବନା  ଘାସ ଗୁଡିକ କଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  ଆମ ଗାଁ ଆମ କଥାର ସଭାପତି ଅବିନାଶ ଦାସ ଏବଂ କୋଷାଧ୍ୟକ୍ଷ ସନ୍ତୋଷ ଦାସଙ୍କ ନେତୃତ୍ୱରେ ଲୋକମାନଙ୍କୁ ମାସ୍କ ବଂଟନ କରାଯିବା ସହିତ ଯୁବ ସ୍ବେଛାସେବୀମାନେ ଉତ୍ସାହିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମନୋଜ କୁମାର ବେହେରା, ବ୍ରହ୍ମାନନ୍ଦ ଭୋଇ ଏବଂ  ବିଳାସ ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ସମୟରେ ଶ୍ରୀଧର ସେଠୀ, ବିଜ୍ଞାନ ପାତ୍ର, ପ୍ରଶାନ୍ତ ଦାସ, ବିଶ୍ୱ ରଂଜନ ଗୁରୁ ,ସୁରଜ ପାତ୍ର, ସୁବ୍ରତ ଦାସ ଏବଂ ବିନୋଦ ନାୟକ  ସହଯୋଗ କରିଥିଲେ  । 


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗ୍ରାମୀଣ ସେବକ ସମାଜର କୋଭିଡ୍ ହସପିଟାଲ ପାଇଁ ଦାବୀ

ଗ୍ରାମୀଣ ସେବକ ସମାଜର କୋଭିଡ୍ ହସପିଟାଲ ପାଇଁ ଦାବୀ
    IYA NEWS (କଂଟାପଡା) ତା:୦୨/୦୫/୨୦୨୦ରିଖ କରୋନାର କରାଳ କାୟା ସାରା ବିଶ୍ୱକୁ ଗ୍ରାସ କରି କରିସାରିଥିଲା ବେଳେ, ଏହାର ସଂକ୍ରମିତ ହାର ବୃଦ୍ଧି ପାଇବାରେ ଲାଗିଛି  । ତେବେ ଭବିଷ୍ୟତରେ ମୁକାବିଲାକୁ ସମ୍ମୁଖରେ ଦୃଷ୍ଟି ଗୋଚର କରିଛି  ନିଆଳୀର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗ୍ରାମୀଣ ସେବକ ସମାଜ  । ଏହି ପରିପ୍ରେକ୍ଷୀରେ  ଉକ୍ତ ସଂଗଠନ ଏସ.ଭି. ନିରତାର, ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ  କେନ୍ଦ୍ର ଏବଂ ନିଆଳୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ୧୯ ସୁପର କୋଭିଡ୍ ହସପିଟାଲ କରିବା ପାଇଁ କଂଟାପଡା ତହସିଲଦାର ଆର୍ତତ୍ରାଣ ମଲ୍ଲିକଙ୍କ ଜରିଆରେ, ଜିଲ୍ଲାପାଳ କଟକଙ୍କୁ  ଦାବୀ ପତ୍ର ପ୍ରଦାନ କରିଛି  ।   ଦେବୀ ଏହି ଦାବୀପତ୍ର ପ୍ରଦାନ ସମୟରେ, ସଂଗଠନର ଅଧ୍ୟକ୍ଷ ଯୁବ ସମାଜସେବୀ ଅଧ୍ୟାପକ ସନ୍ତୋଷ ମାଝୀଙ୍କ ନେତୃତ୍ୱରେ ସମ୍ପାଦକ ଯୁବ ସମାଜସେବୀ ଇଂ ଅବିନାଶ ମହାପାତ୍ର, କଂଟାପଡା ସଂଯୋଜକ ଦେବି ପ୍ରସାଦ ନାୟକ, ଆଇନଜୀବୀ ଆର୍ତତ୍ରାଣ ରାୟ, କୋଷାଧକ୍ଷ ହେମନ୍ତ କୁମାର ମଲ୍ଲିକ, ସହ ସଂପାଦକ ଛାତ୍ର ନେତା ଦିବ୍ୟ ସିଂହ ସେଠୀ ଏବଂ ସରୋଜିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ

ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ
     IYA NEWS (ଭୁବନେଶ୍ୱର)  ତା:୦୨/୦୫/୨୦୨୦ରିଖ  ମହାମାରୀ କରୋନାକୁ ପ୍ରତିହତ କରିବା ପାଇ,ଁ ସରକାର  କେବଳ ଲକ୍ ଡାଉନ୍ ହିଁ  ଏକ ମାତ୍ର ବିକଳ୍ପ ପନ୍ଥା ଭାବରେ  ଅଭିହିତ କରି ସାରିଥିବା ବେଳେ, ଏହି ସମୟରେ ଅନେକ   ଲୋକ ଖାଦ୍ୟ ବିନା ଛଟ ପଟ ହେଉଛନ୍ତି  । ଏତଦ୍ ବ୍ୟତୀତ ସରକାର ଅସହାୟ ବ୍ୟକ୍ତିଙ୍କ ପାଇଁ ଦୁଇ ବେଳା  ଭୋଜନ ବ୍ୟବସ୍ଥା କରିଥିବା ସମୟରେ, ପ୍ରାୟତଃ ଅନେକ ସ୍ଥାନରେ ଏକ ବେଳା ଭୋଜନ ପ୍ରଦାନ କରା ଯାଉଛି  । ଆଜି ନିଆଳୀ ବ୍ଲକ ଅନ୍ତର୍ଗତ ଦେବୀ କନ୍ଦଳ ଦ୍ୱିପାଂଚଳର ସ୍ବେଛାସେବୀ ସଂଗଠନ ସେବା ଏବଂ ୟୁନାଇଟେଡ୍ ବ୍ରଦସ ଗ ମିଳିତ ପ୍ରୟାସରେ ବରମୁଣ୍ଡା, ଖଣ୍ଡଗିରି, ରସୁଲଗଡ, ରେଳ ଷ୍ଟେସନ ଆଦି ସ୍ଥାନରେ ଅସହାୟ ବ୍ୟକ୍ତିମାନଙ୍କୁ ସ୍ବେଛାସେବୀମାନେ ରନ୍ଧନ ଖାଦ୍ୟ ବଂଟନ କରିଥିଲେ  । ତେବେ ଏଥିରେ ସେବା  ଭୁବନେଶ୍ୱର ଶାଖାର ସଂଯୋଜକ ବିଶ୍ୱରାଜ ସାହୁ ନେତୃତ୍ୱ ନେଇଥିବା ସମୟରେ ସୌମ ଶୁଭଙ୍କର ଲେଙ୍କା ଅଭିଷେକ ରାଉତ, ଚିତ ରଂଜନ ଗୋରା, ବିବେକାନନ୍ଦ ମହାପାତ୍ର ଓ ସୁରତ୍ ଖାନ୍ ପ୍ରମୁଖ ପରିଚାଳନା କରିଥିଲେ  ।  ଏଥି ପୂର୍ବରୁ ଉକ୍ତ ସଂଗଠନ ଦ୍ୱିପାଂଚଳର ବିଭିନ୍ନ ଅଂଚଳରେ ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରିଥିଲା  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବିଭିନ୍ନ ପ୍ରଶାସନିକ ସେବା କେନ୍ଦ୍ରଗୁଡିକୁ ବିଶୋଧନ କଲା "ସେବା"


ବିଭିନ୍ନ ପ୍ରଶାସନିକ ସେବା କେନ୍ଦ୍ରଗୁଡିକୁ ବିଶୋଧନ କଲା ସେବା
 IYA NEWS (କଂଟାପଡା) ତା:୦୨/୦୫/୨୦୨୦ରିଖ ମହାମାରୀ କରୋନାର ସର୍ବଗ୍ରାସୀ ଜ୍ୱାଳାରେ ଜନ ସମାଜ ତ୍ରାହି ତ୍ରାହି କରୁଥିବା ସମୟରେ, ଏଯାବତ୍ ଏହାର ନିରାକରଣ ବ୍ୟବସ୍ଥା ହୋଇପାରି ନାହିଁ କେବଳ  ସଚେତନତା ଦ୍ୱାରା ବିଭିନ୍ନ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିପାରିଲେ, ଏହି ମାହାମାରୀକୁ ହିଁ ଜିତି ହେବ  ।   ଏହ ପରିପ୍ରେକ୍ଷୀରେ ନିଆଳୀ ବ୍ଲକ ଅନ୍ତର୍ଗତ ଦେବୀ କନ୍ଦଳ ଦ୍ୱିପାଂଚଳର ସ୍ବେଛାସେବୀ ସଂଗଠନ "ସେବା" ତରଫରୁ କସରଦା ଡାକ୍ତରଖାନା,କରୋନା ଚିକିତ୍ସା କେନ୍ଦ୍ର,ପଂଚାୟତ ଅଫିସ୍ ଡାକଘର, ଗ୍ରାମ୍ୟ ବ୍ୟାଙ୍କ, ଏ.ଟି.ଏମ୍ ଫାଣ୍ଡି ଆଦି  ଜନ ଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ବିଶୋଧକ ଦ୍ୱାରା ବିଶୋଧନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମର ସେବା ସଂଗଠନର ସଭାପତି ଚଂଦନ ମହାନ୍ତି ନେତୃତ୍ୱ ନେବା ସହିତ ପବିତ୍ର ବେହେରା, ଦିବ୍ୟଜ୍ୟୋତି ମହାନ୍ତି, ବିଶ୍ୱ ରଂଜନ ମହାନ୍ତି, ସୌରଭ ମହାପାତ୍ର, ଆଦିତ କୁମାର ନାୟକ, ଉଦିତ ମହାପାତ୍ର ଏବଂ ରାକେଶ ସାଇ ପ୍ରମୁଖ ପରିଚାଳନା କରିଥିଲେ । ପୂର୍ବରୁ ଉକ୍ତ ସଂଗଠନ ଦ୍ୱିପାଂଚଳର ବିଭିନ୍ନ ଅଂଚଳରେ ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରି ବୁଦ୍ଧିଜିବୀ ମହଲାରେ ପ୍ରଶଂସିତ ହୋଇଥିଲା  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗରିବ ଜୀବନ

                        ଗତ ତା:୧୦/୦୪/୨୦ରିଖରୁ  ଆଜି ପର୍ଯ୍ୟନ୍ତ ସାରା ଭାରତ ବର୍ଷରେ ଲକ୍ ଡାଉନ୍ ଚାଲିଥିଲା ସମୟରେ କେଉଁ ଦିନ ବି ଫୁରସତ୍ ମିଳେ ନି  ।  ଖରା ବେଳ ସାରା  ଖାଦ୍ୟ ପୁଡିଆ ବାଂଟିଲା ବେଳେ, ବଡ ଖାଲ ଗ୍ରାମ ରାସ୍ତା ମୋ ପାଇଁ ଅତି ନିକଟତର ହେଲେ ବି,  ବାଗଲପୁର ରାସ୍ତାରେ ଅଡଶପୁରରୁ ପ୍ରତି ଦିନ ଖାଦ୍ୟ ପୁଡିଆ ଧରି ଆସିଲା ବେଳେ,କାଳେ କିଏ ଦେଖା ହେଇଯିବ, ଆଖି ସବୁ ବେଳେ କାହାକୁ ଖୋଜୁଥାଏ, ଆପଣାର ମଣିଷଟିଏ କୁ ଖୋଜିଲା ପରି   ।  ତେବେ ଅନ୍ୟର ଜୀବନ ସହିତ ନିଜ ଜୀବନକୁ ସାଲିସ କରି ଜିଇଁଲା ବେଳେ, ନିଜ ଜୀବନରେ ହା, ହତାଶ ବ୍ୟତୀତ କିଛି  ନଥା ଏ । ହୁଏତ ମୁଁ ଭାବୁଛି, ମୁଁ ସୁନା ଚାମଚ ଧରି ଜାତ ହୋଇନି ଯେ. ସବୁ ଦିନେ କିଛି ଲେଖା ଲେଖି କରିବା ପାଇଁ  । ତଥାପି ଆଜିର ଶ୍ରମିକ ଦିବସରେ,  ଆପଣଙ୍କର ଜଣେ ସେବକ ଭାବରେ,  ଏକ ଖରା ବେଳର ଅନୁଭୁତିକୁ ନେଇ ମୋର କବିତା ଗରିବ ଜୀବନ ପାଠ କରିବା ପାଇଁ ସବିନୟ ଅନୁରୋଧ  ।
ଯିବାକୁ ହେବ ବହୁତ ଦୂର,                                           ଋୁଧିର ବହେ ପଦରୁ ମୋର ।
ପାଖରେ  ନାହିଁ କମ୍ବଳ, ଲୋଟା,
ଜନେ “ପାଗଳ” କରନ୍ତି ଥଟ୍ଟା । ।
ପେଟରେ ଭୋକ, ଆଖିରେ ଲୁହ,
ଦେହ ଅବଶ, ହୃଦୟେ କୋହ ।
ଆଖିର ଲୁହ ପିଉଛି ଓଠ,
ଜୀବନ ସାରା, ମୁଁ ଚାଲିବିି ବାଟ  ।
ପଥ ଅସରନ୍ତି,  ଜୀବନ ନଇ,
ଯୁଆଡେ ଚାହୁଁଛି, ଯାଉଛି ବହି । ।
ଆଖି ଖୋଜେ ନାହିଁ ବାଟ ଅବାଟ,
ପେଟରେ ବାଜୁଛି, ଭୋକର ନାତ ?
ଜାଣେ ନାହିଁ ମୁହିଁ, ପର ଆପଣା;
ଜୀବନର ବାଟ ମୋତେ ଅଜଣା । ।
ଚାଲିବି ଚାଲିବି ନ ପଡି ଥକି,
ନିରବି ଯିବି ମୁଁ, ମୁଦିଲେ ଆଖି  ।
 ପଡିଥିବ ଦେହ, ନ ଥିବେ କେହି,
“ପାଗଳା”ଟା ମଲା, ହେବେ କୁହା କୁହି  ।
ସରିବ ଜୀବନ, ହେବ ମରଣ ।
ଭାରି ହିନୀମାନ, ଗରିବ ଜୀବନ । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...