ଏମ୍.ଏସ. ଡବ୍ଲୁ. ଛାତ୍ର ସଂଗଠନର କରୋନା ସଚେତନତା କାର୍ଯ୍ୟକ୍ରମ

ଏମ୍.ଏସ. ଡବ୍ଲୁ.  ଛାତ୍ର ସଂଗଠନର କରୋନା ସଚେତନତା କାର୍ଯ୍ୟକ୍ରମ
(କଂଟାପଡା)  ତା:୧୨/୦୪/୨୦ କଂଟାପଡା ବ୍ଲକ୍ ଅନ୍ତର୍ଗତ ଉଦୟନାଥ ସ୍ବୟଂ ଶାସିତ ବିଜ୍ଞାନ  ଏବଂ ବୈଷୟିକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଏମ୍.ଏସ. ଡବ୍ଲୁ.  ଛାତ୍ର ସଂଗଠନ ତରଫରୁ ମହାମାରୀ କରୋନା ପାଇଁ ପ୍ରଥମ କରୋନା ସଚେତନତା ଏବଂ ରିଲିଫ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ଏହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ଦିବ୍ୟସିଂହ ସେଠୀଙ୍କ ତତ୍ୱାବଧାନରେ ଅସହାୟ ଜନ ସାଧାରଣମାନଙ୍କୁ ଶୁଖିଲା ଖାଦ୍ୟ ଯଥା ଚୂଡା, ବିସ୍କୁଟ୍, ଆଳୁ ଓ ହାତ ଧୋଇବା ପାଇଁ ସାବୁନ ବଂଟନ ସହ କରୋନା ସମ୍ପର୍କିତ ସଚେତନତା ଓ  ସରକାରୀ ସ୍ତରରେ ବିଭିନ୍ନ ଅନୁଦାନ ସଂପର୍କରେ ଅବଗତ କରା ଯାଇଥିଲା   । ଏତଦ୍ ବ୍ୟତୀତ ସୁଷମ ଖାଦ୍ୟ ଭୋଜନ  କରିବା ସହିତ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବା ପାଇଁ ମୁଣ୍ଡାସାହି ଅଧିବାସୀମାନଙ୍କୁ ଅବଗତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ କୋଡିଏରୁ ଅଧ୍ଚଳ ପରିବାରକୁ ସାମିଲ୍ କରାଯାଇଥିଲା । ସଂଗଠନର ମୁଖପାତ୍ର ଯଯାତି କେଶରୀ ସାହୁ  ଭବିଷ୍ୟତରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କରୋନା ଲକ୍ ଡାଉନ୍ ପ୍ରଭାବରେ ହନ୍ତ ସନ୍ତ ଦୃଷ୍ଟି ବାଧିତ କଂଠ ଶିଳ୍ପୀ

  କରୋନା ଲକ୍ ଡାଉନ୍ ପ୍ରଭାବରେ  ହନ୍ତ ସନ୍ତ ଦୃଷ୍ଟି ବାଧିତ  କଂଠ ଶିଳ୍ପୀ
IYA NEWS (କଂଟାପଡା)  ତା:୦୯/୦୪/୨୦୨୦ ଜୀବ ଥାଉ  ଥାଉ ଭଜ ନାମ ବ୍ରହ୍ମକୁ  । ଜିଣିବ ନିଶ୍ଚୟ କାମ କର୍ମକୁ  ।  ହାର୍ମୋନିୟମର  ମିଠା ଧୁନ୍  ସହିତ ସନ୍ଥ ବାହୁଡାଙ୍କ ରଚିତ ଏକ ଭଜନର ସ୍ବକୀୟ ସୁରେ ସୁରେ ତଲ୍ଲୀନ ହୋଇ ଯାଉଥିଲେ ଦୃଷ୍ଟି ବାଧିତ କଂଠ ଶିଳ୍ପୀ  ପ୍ରଭାସିନୀ । ଧିରେ ଧିରେ ଆତ୍ମସ୍ଥ ହୋଇଯାଉଥିଲେ ପ୍ରିୟ ପରମଙ୍କ  ପଦାରବିନ୍ଦରେ ନିଜର ଆତ୍ମ ସମର୍ପଣ ପାଇଁ  । ଆଜି  ମହାମାରୀ କରୋନାର ଲକ୍ ଡାଉନ ପ୍ରଭାବରେ  ଅଭାବ ଅନାଟନରେ କ୍ଷୁଧାର ଜ୍ୱାଳା  ତୀବ୍ର ହେଲେ  ବି, ବିଭୁଙ୍କ  ଭଜନ ଗାଇଲା ବେଳେ କିଛି ଉପଶମ ମିଳେ  ବୋଲି ଲହ ଛଳ ଛଳ କଂଠରେ ଉକ୍ତି ବାଢିଥିଲେ କଂଟାପଡା ବ୍ଲକ୍ ଝାରପଡା ଗ୍ରାମ ପଂଚାୟତ,ଚଉପଡା ଗ୍ରାମସ୍ଥ ମନ୍ଦର ଭୋଇଙ୍କ  କନ୍ୟା ପ୍ରଭାସିନୀ ଭୋଇ (୨୫ ବର୍ଷ )  । ବାଲ୍ୟ କାଳରୁ ସେ ଜଣେ ଦୃଷ୍ଟି ବାଧିତ ହୋଇ ଥିଲେ ବି, ସପ୍ତମ ଶ୍ରେଣୀ ପର୍ଯର୍୍ୟନ୍ତ ପୁରୀସ୍ଥିତଏକ ଦୃଷ୍ଟି ହୀନ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ  । ଏହାପରେ  ପ୍ରଭାସିନୀ ଗାଁକୁ ଫେରିବା ପରେ ନିଜକୁ ସାମିଲ କରିଦେଲେ ବାପାଙ୍କ ଧୁଡୁକି ନାଚରେ  ।  ପରିବାର ପ୍ରତିପୋଷଣ ପାଇଁ ଗାଁ ଗାଁ ବୁଲି କେତେବେଳେ ବାପାଙ୍କ ସହିତ ଧୁଡିକି ନାଚରେ ଗୀତ ଗାଇଲେ ତ କେତେବେଳେ ଘୋଡା ନାଚରେ ଗୀତ ଗାଉଥିଲେ  ।  ଧିରେ ଧିରେ  ଗ୍ରାମାଂଚଳରୁ ପାରମ୍ପରିକ କଳା କମିଗଲା ପରେ, ପ୍ରଭାସିନୀ ଗାଁ ଗାଁ ବୁଲି ଭଜନ କାର୍ଯ୍ୟକ୍ରମ କଲେ  ।  ହାର୍ମୋନିୟମ ଧୁନ ସହିତ ତାଙ୍କର ସୁଲଳିତ କଂଠରେ ପରିବେଷଣ କରୁଥିଲେ ପଂଚସଖା, ସନ୍ଥ ବାହୁଡା, ସନ୍ଥ ଭୀମ ଭୋଇ,ସନ୍ଥ ଅଭିରାମ ଏବଂ ସନ୍ଥ ମଧୁ ଦାସ ପ୍ରମୁଖଙ୍କର ଶରୀର ତତ୍ୱ ତଥା ଭାବ ତତ୍ୱ ଭଜନକୁ । ହେଲେ ଗ୍ରାମାଂଚଳରେ ଏକ କାର୍ଯ୍ୟକ୍ରମ କଲେ ତାଙ୍କୁ ମିଳେ ଚାରି ଶହରୁ ପାଂଚ ଶହ ଟଙ୍କା ମାତ୍ର । ପ୍ରଭାସିନୀଙ୍କର ବାପା ଜଣେ ଆଂଶିକ ପକ୍ଷାଘାତ ରୋଗୀ ହେଲେ ବି ,ପରିବାରର ପାଂଚ ପ୍ରାଣୀ କୁଟୁମ୍ବଙ୍କ ଦାୟିତ୍ୱ ପ୍ରଭାସିନୀଙ୍କ ମୁଣ୍ଡ ଉପରେ ନ୍ୟସ୍ତ ଥାଏ  । ପ୍ରଭାସିନୀଙ୍କ ଏହି ଦଳିତ ପରିବାରକୁ ମୁଣ୍ଡ ପିଛା ପାଂଚ କି.ଗ୍ରା. ଚାଉଳ ଏବଂ ଭତା ବ୍ୟତୀତ ଆଉ କିଛି ମିଳେ ନାହିଁ  । ତେବେ, ଲକ୍ ଡାଉନ୍ ପାଇଁ  ସରକାରଙ୍କ ତରଫରୁ ଝାରପଡା ଗ୍ରାମ ପଂଚାୟତରେ   ଖାଦ୍ୟ ବିତରଣ କେନ୍ଦ୍ରରେ ଅସହାୟମାନଙ୍କୁ  ଦୁଇ ବେଳା ଖାଦ୍ୟ ବିତରଣ ବ୍ୟବସ୍ଥା ଥିଲେ ମଧ୍ୟ, ଏପରି ପରିବାରକୁ  ରନ୍ଧନ ଖାଦ୍ୟ ନ ମିଳିବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଏତଦ୍ ବ୍ୟତୀତ ଏଠାରେ ଅନେକ ଦିବ୍ୟାଙ୍ଗ ପରିବାର  ଥିଲେ  ମଧ୍ୟ, ଲକ୍ ଡାଉନ୍   ସମୟରେ ଦୈନନ୍ଦିନ  ପରିବାର ପ୍ରତିପୋଷଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।  ପରିଶେଷରେ ଲକ୍ ଡାଉନ୍ ପାଇଁ  ପ୍ରଭାସିନୀ କାର୍ଯ୍ୟକ୍ରମ କରି ନ ପାରୁଥିବାରୁ, ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ଚଳାଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି  ।  ଯଦି  ପ୍ରଶାସନ ସରକାରୀ ସହାୟତା ସହିତ ଏକ କଳାକାର ଭତା  ପ୍ରଦାନ କରିପାରନ୍ତେ, ତେବେ ତାଙ୍କ ଜୀବନରେ ଟିକେ ଖୁସି ଆସି ପାରନ୍ତା ବୋଲି, ପ୍ରଭାସିନୀ ଆମର  ଭାରତୀୟ ଯୁବ ସଂଗଠନର ସମ୍ବାଦ ଦାତାଙ୍କ ସମ୍ମୁଖରେ ପରିପ୍ରକାଶ କରିଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବଜ୍ରାଘାତରେ ଇଚ୍ଛାପୁରର ନାବାଳିକା ମୃତ

ବଜ୍ରାଘାତରେ ଇଚ୍ଛାପୁରର ନାବାଳିକା ମୃତ

  IYA NEWS BREAKING (କଂଟାପଡା)ତା:୦୮/୦୪/୨୦ :  ମରଣ କେତେ ବେଳେ ଆସେ, ତାର ସୂଚନା ମିଳେ ନାହିଁ . ବିଶ୍ୱରେ ମାହାମାରୀ କରୋନା  ଜନ ସାଧାରଣଙ୍କୁ ଅହରହ ପୀଡା ପ୍ରଦାନ କରୁଥିବା ସମୟରେ,କଂଟାପଡା ବ୍ଲକ୍ ଅନ୍ତର୍ଗତ ଇଛାପୁର ଗ୍ରାମରେ  ଏକ ଦୁଃଖଦ ଘଟଣାରେ ଶୋକର ଛାୟା  ଖେଳି ଯାଇଛି  । ଦିନ ବାରଟା ସମୟ  ।  ଆକାଶର ବର୍ଷା ସହିତ  ଘଡ ଘଡି  ।  ତେବେ ଇଛାପୁର ଗ୍ରାମସ୍ଥ ସୁଜିତ ବେହେରାଙ୍କ ଝିଅ ପ୍ରିୟଙ୍କା ବେହେରା (୧୩ ବର୍ଷ) ଶୌଚ ପାଇଁ  ନିଜର ଘର ପଛ  ପାଶ୍ୱର୍କୁ ଯାଇଥିଲେ  ।  ମାତ୍ର ବିଧିର ବିଧାନ ବିଚିତ୍ର  । ଏହି ସମୟରେ ଅଚାନକ ବଜ୍ରାଘାତରେ ଟଳି ପଡିଲେ ପ୍ରିୟଙ୍କା  । ସଂଗେ ସଂଗେ  ପ୍ରିୟଙ୍କାଙ୍କୁ ନେଇଯାଇଥିଲେ ଅଡଶପୁର ଉନ୍ନୀତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ  । ମାତ୍ର  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପରିଶେଷରେ  ଓଲଟପୁର ଥାନା ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ  କରିବା ପାଇଁ କଟକ ପଠାଇଛି  ।  ପ୍ରିୟଙ୍କା ସପ୍ତମରେ ପଢୁଥିବା ସମୟରେ,ଏହି ଘଟଣା, ଇଛାପୁର ଗ୍ରାମରେ ଦୁଃଖଦ ଛାୟା ଘୋଟିଯିବା  ସହିତ ଗ୍ରାମବାସୀମାନର ଶୋକ ସନ୍ତପ୍ତ ପରିବାରକୁ ସମବେଦନା କଣାଇଛନ୍ତି  । ପରିଶେଷରେ  ସନ୍ଧ୍ୟା ସୁଦ୍ଧା ପ୍ରିୟଙ୍କାଙ୍କ  ମୃତ ଦେହ ଖାନ ନଗର ଶ୍ମଶାନରେରେ ଶେଷକୃତ୍ୟ ସଂପନ୍ନ ହୋଇଛି ବୋଲି ପରିବାର ସୁତ୍ରରୁ ଜଣାପଡିଛି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗ୍ରାମୀଣ ସେବକ ସମାଜର ରିଲିଫ ବଂଟନ

ଖେରସରେ ଗ୍ରାମୀଣ ସେବକ ସମାଜର କରୋନା ସଚେତନତା ଏବଂ ରିଲିଫ ବଂଟନ କାର୍ଯ୍ୟକ୍ରମ

IYA NEWS (ନିଆଳୀ) ତା:୦୭/୦୪/୨୦ରିଖ ମହାମାରୀ କରୋନାର  ସର୍ବ ଗ୍ରାସୀ ଜ୍ୱାଳାରେ ସାରା ବିଶ୍ୱରେ ହା ହା କାର ଛାଇ ହୋଇଗଲାଣି  । ମହାମାରୀ କରୋନାକୁ ପ୍ରତିହତ କରିବା ପାଇ,ଁ ସରକାର  କେବଳ ଲକ୍ ଡାଉନ୍ ହିଁ  ଏକ ମାତ୍ର ବିକଳ୍ପ ପନ୍ଥା ଭାବରେ  ଅଭିହିତ କରି ସାରିଥିବା ବେଳେ, ଏହି ସମୟରେ ଅନେକ   ଲୋକ ଖାଦ୍ୟ ବିନା ଛଟ ପଟ ହେଉଛନ୍ତି  । ଏତଦ୍ ବ୍ୟତୀତ ସରକାର ଅସହାୟ ବ୍ୟକ୍ତିଙ୍କ ପାଇଁ ଦୁଇ ବେଳା  ଭୋଜନ ବ୍ୟବସ୍ଥା କରିଥିବା ସମୟରେ, ପ୍ରାୟତଃ ଅନେକ ସ୍ଥାନରେ ଏକ ବେଳା ଭୋଜନ ପ୍ରଦାନ କରା ଯାଉଛି  । ଏହି ପରିପ୍ରେକ୍ଷୀରେ  ଅସହାୟ ବିପନ୍ନମାନଙ୍କୁ ପ୍ରଥମେ ସହାୟତାର ହାତ ବଢାଇଛି ନିଆଳୀ ବ୍ଲକ୍ ଅନ୍ତର୍ଗତ  ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଏବଂ  ଏଡ୍ ଇଂଡିଆ ସଂଗଠନ  । ଆଜି କଂଟାପଡା ବ୍ଲକର ଖେରସ ଗ୍ରାମରେ ଏକ ରିଲିଫ ଏବଂ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି  ।  ଅନୁଷ୍ଠାନର ଅଧ୍ୟକ୍ଷ  ତଥା ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରସନ୍ନ କୁମାର ପାତ୍ର ଓ ସମ୍ପାଦକ ଇଂ ଅବିନାଶ ମହାପାତ୍ର ସମେତ ଘର ଘର ବୁଲି ଜନ ସାଧାରଣଙ୍କୁ ସଚେତନତା କରିବା ସହିତ ଗରମ ପାଣି ପିଅନ୍ତୁ, ଗରମ ଖାଦ୍ୟ ଖାଆନ୍ତୁ ଏବଂ ଘରେ  ସୁରକ୍ଷିତ ଭାବରେ ରହିବା ସହିତ ବାହାରେ ବୁଲା ବୁଲି କରନ୍ତୁ ନାହିଁ ବୋଲି ବୁଝାଇବା ସହିତ ରିଲିଫ ପ୍ରଦାନ କରିଥିଲେ  । ସେହି ପରି ଭାବରେ ଅନୁଷ୍ଠାନ ତରଫରୁ ବିଭିନ୍ନ ଜିଲ୍ଲା ଯାଜପୁରର ବିଂଝାରପୁର, ବଡଚଣା ବ୍ଲକ ଏବଂ ପୁରୀର ନିମାପଡା ବ୍ଲକର ବିଭିନ୍ନ ଅଂଚଳରେ ସଚେତନତା, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ରିଲିଫ ବଂଟନ  ଇତ୍ୟାଦି  ସମାପନ ହୋଇଛି ବୋଲି ଶ୍ରୀଯୁକ୍ ମାଝୀ ସୂଚନା ଦେଇଛନ୍ତି  ।  ତେବେ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟ  ପ୍ରମୋଦ କୁମାର ସ୍ବାଇଁ, ଦେବୀ ପ୍ରସାଦ ନାୟକ, ସରୋଜିନୀ ବେହେରା ଏବଂ ଖେରସ ଗ୍ରାମର ଯୁବ ସାଥି ରିଙ୍କୁ ରଞ୍ଜନ ବେହେରା ପ୍ରମୁଖ ସହାୟତା କରିଥିଲେ  । 



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସ୍ଥାନାନ୍ତରିତ ହେଲା ଅଡଶପୁର ହାଟ

IYA NEWSଖବରର ମହା ପ୍ରଭାବ, ସ୍ଥାନାନ୍ତରିତ ହେଲା ଅଡଶପୁର ହାଟ 
IYA NEWS (କଂଟାପଡା) ତା:୦୩/୦୪/୨୦୨୦: ମହାମାରୀ କରୋନା ସାରା  ବିଶ୍ୱକୁ କବଳିତ କରି ସାରି ଥିଲା ସମୟରେ, ଜନ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି  । ଏହାର ନିରାକରଣ  ପାଇଁ  ଔଷଧ ବାହାରି ନ ଥିବା ବେଳେ ସଙ୍ଗ ରୋଧ ହିଁ ଏକ ମାତ୍ର ବିକଳ୍ପର ରାସ୍ତା ଅଟେ  । ତେବେ  ଅନେକ ସ୍ଥାନରେ ଜନ ସଚେତନା ଅଭାବ ରହିଛି  । ଏହି ପରିପ୍ରେକ୍ଷୀରେ   କରୋନା ପାଇଁ ବିଗତ କିଛି ଦିନ ପୂର୍ବେ କଂଟାପଡା ବ୍ଲକ୍ ସ୍ଥିତ ଅଡଶପୁର  ହାଟକୁ ସାମୟିକ ପାଇଁ ସ୍ଥଗିତ କରି ଥିଲେ ମଧ୍ୟ  ଏହାର ସାପ୍ତାହିକୀ ହାଟ ପାଳିରେ ଅସ୍ଥାୟୀ  ଭାବରେ ରାସ୍ତାର ଉଭୟ ପାଶ୍ୱର୍ରେ ହାଟ ବସୁଥିଲା  । ଯାହା ଫଳରେ ଏଠାରେ  ଦେଢ ହଜାରରୁ ଅଧି ଜନ ଗହଳି ହେବା ସହିତ ଦେହକୁ ଦେହ  ସ୍ପର୍ଶ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା  । ତେବେ ଏ ସଂପର୍କରେ  ଭାରତୀୟ ଯୁବ ସଂଗଠନର ଖବର ପୃଷ୍ଠାରେ ବାରମ୍ବାର ଖବର ପ୍ରକାଶ ପାଇଥିଲା  ।  ଏପରିକି ଓଲଟପୁର ପୋଲିସର ବାରମ୍ବାର ତାଗିଦ୍  ହେଲା ପରେ ବି ଚାଷୀ ଏବଂ ଖାଉଟୀମାନେ ମଧ୍ୟ ସୁଧୁରି ନ ଥିଲେ । ପରିଶେଷରେ  ଭାରତୀୟ ଯୁବ ସଂଗଠନର ସମ୍ବାଦଦାତା ତଥା ସାମାଜିକକର୍ମୀ ମାଧବାନନ୍ଦ ଭୋଇ, ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁଙ୍କ ଉଦ୍ୟମ କ୍ରମେ ଗତ ତା:୩୦/୦୩/୨୦ରିଖ ହାଟ ପାଳିରେ ଅଡଶପୁର ଅସ୍ଥାୟୀ ହାଟକୁ ସ୍ଥାନାନ୍ତରଣ ପାଇଁ ଚାଷୀମାନଙ୍କ  ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା  ଏବଂ ତା:୩୧/୦୩/୨୦ରିଖ ଦିନ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ତହସିଲଦାରଙ୍କୁ ପ୍ରଦାନ କରା ଯାଇଥିଲା  ।   ପରିଶେଷରେ  ସାପ୍ତାହିକୀ ହାଟର ସତ୍ୱାଧିକାରୀ ମାଧବାନନ୍ଦ ଜୀୟୁ ମଠ କମିଟିର ସହଯୋଗ କ୍ରମେ, ମଠର ପଛ ପାଶ୍ୱର୍କୁ  ସ୍ଥାନାନ୍ତରଣ କରାଯିବା ପାଇଁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା  । ଏହି ପରିପ୍ରେକ୍ଷୀରେ ଓଲଟପୁର ଥାନା, କଂଟାପଡା ତହସିଲ ଏବଂ ମାଧବାନନ୍ଦ ଜୀୟୁ ମଠ କମିଟି ସମ୍ମିଳିତ ଆଲୋଚନା କ୍ରମେ  ମହାମାରୀ କରୋନା ପାଇଁ ସପ୍ତାହକୁ ଥରେ ହାଟ କରିବା ପାଇଁ, କଂଟାପଡା ତହସିଲଦାରଙ୍କ ଚିଠି ନଂ:୬୯୨ / ତା:୦୧.୦୪.୨୦ନିର୍ଦ୍ଦେଶ କ୍ରମେ  ଓଲଟପୁର ଥାନା ଅଧିନସ୍ଥ ସଂପାଦକ, ଅଡଶପୁର ହାଟ କମିଟି ଏବଂ ସରପଂଚ, ଅଡଶପୁର ଗ୍ରାମ ପଂଚାୟତକୁ ଅବଗତ କରା ଯାଇଥିଲା  । ଏତ୍ଦ ବ୍ୟତୀତ କରୋନା ପାଇଁ ସଂପାଦକ, ସୁନ୍ଦରଗ୍ରାମ ହାଟ କମିଟି ଏବଂ ସରପଂଚ, ବାଗଲପୁର ଗ୍ରାମ ପଂଚାୟତକୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିଲା  ।   ତେବେ  ହାଟରେ ଯେପରି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ କଂଟାପଡା ତହସିଲଦାର  ଉଭୟ ଗ୍ରାମ ପଂଚାୟତର ସରପଂଚ ଏବଂ  ଆଇ.ଆଇ.ସି. ଓଲଟପୁର ଥାନକୁ  ମଧ୍ୟ ଉକ୍ତ  ଚିଠି ମାଧ୍ୟମରେ ଅବଗତ କରା ଯାଇଛି  । ତେବେ ଗତ ଶୁକ୍ରବାର ଦିନ ହାଟଟି  ମାଧବାନନ୍ଦ ଜୀୟୁର ପଛ ପାଶ୍ୱର୍ରେ ଅତ୍ୟନ୍ତ ଶୃଙ୍ଖଳାର ସହିତ ସମାପନ କରା ଯାଇଥିଲା  ।   ଏପରି ପଦକ୍ଷେପକୁ ବୁଦ୍ଧିଜିବୀ ମହଲରେ ସ୍ବାଗତ କରାଯିବା ସହିତ ସାମାଜିକ ଦୂରତାକୁ ବଜାୟ ରଖିଲେ ଆମେ କରୋନାକୁ ମୁକାବିଲା କରିପାରିବା ବୋଲି ବୁଦ୍ଧିଜିବୀମାନେ ମତ ବ୍ୟକ୍ତ କରିଚନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବ୍ରାହ୍ମଣସାଇଲୋ ଗ୍ରା.ପରେ ରନ୍ଧନ ଖାଦ୍ୟ ବଂଟନ

ବ୍ରାହ୍ମଣସାଇଲୋ ଗ୍ରାମ ପଂଚାୟତରେ  ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ
  (କଂଟାପଡା): ତା:୦୨/୦୪/୨୦:   ମହାମାରୀ କରୋନା ପ୍ରକୋପରେ ଆଜି  ସାରା ଭାରତ ବର୍ଷ ଲକ ଡାଉନ୍   । ଯାହାଫଳରେ ଅନେକ  ଅସହାୟ ବ୍ୟକ୍ତିମାନେ ଖାଦ୍ୟ ବିନା ଭୋକରେ ଆଉଟୁ ପାଉଟୁ  ହେଉଛନ୍ତି  । ଏହି ପରିପ୍ରେକ୍ଷୀରେ  କଂଟାପଡା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗ୍ରାମ ପଂଚାୟତରେ ,ଅଡଶପୁର ସ୍ଥିତ ଗ୍ରାମ ପଂଚାୟତ ସ୍ତରୀୟ ସଂଘର ଖାଦ୍ୟ ବିତରଣ କେନ୍ଦ୍ର ମାଧ୍ୟମରେ  ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରାଯାଇଥିଲା  । ତେବେ   ବାହାରୁ ଆସିଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମିକମାନଙ୍କୁ ଏବଂ  ବ୍ରାହ୍ମଣସାଇଲୋ ସ୍ଥିତ ପଂଚାୟତ ଅନ୍ତର୍ଗତ ବିଭିନ୍ନ  ଗ୍ରାମର ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା ।  ତେବେ ଉକ୍ତ ରନ୍ଧନ ଖାଦ୍ୟର ମାନ ପରୀକ୍ଷଣ ପାଇଁ କଂଟାପଡା ବ୍ଲକର ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁ ଉପସ୍ଥିତ ଥିଲେ । ଉକ୍ତ  କାର୍ଯ୍ୟକ୍ରମକୁ  ପ୍ରାକ୍ତନ ସରପଂଚ ନକୁଳ ରାଉତ, କୃଷ୍ଣ ଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ପାତ୍ର, ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ବିନୋଦିନୀ ପାତ୍ର, ବିକ୍ରମ ସାମନ୍ତରାୟ, ଅଭିମନୁ୍ୟ ମହାରଣା, ଯଶୋବନ୍ତ ସାମନ୍ତରାୟ, ରବୀନ୍ଦ୍ର ବାରିକ, ଅଖିଳ ମହାପାତ୍ର,ସଲୀଳା ସାମନ୍ତରାୟ, ରାମଚନ୍ଦ୍ର ସାବତ, ମଧୁସ୍ମିତା ମହାନ୍ତି ଏବଂ  ବିକ୍ରମ ସାମନ୍ତରାୟ ପ୍ରମୁଖ ରହି,କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କଂଟାପଡାରେ କଡା କଡି ଲକ୍ ଡାଉନ୍

କଂଟାପଡାରେ ପାଳନ ହେଲା କଡା କଡି ଲକ୍ ଡାଉନ୍, ସହଯୋଗ କଲେ ସ୍ବେଛାସେବୀ
   (କଂଟାପଡା): ତା:୦୨/୦୪/୨୦:    ମହାମାରୀ କରୋନାର ସଂକ୍ରମଣ ଦିନକୁ ଦିନ ବଢି
ଚାଲିଥିବା ସମୟରେ, ଓଡିଶାର ଜନ ସାଧାରଣ ସଚେତନ ନ ହେବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଅନେକ ଲୋକ  ସରକାରଙ୍କ ନିୟମକୁ ବେଖାତିର କରି ଫୁ କରି ଉଡାଇ ଚାଲିଛନ୍ତି  । ତେବେ  ଏଭଳି  ବେପରୁଆ ଆଚରଣରେ   ସାମାଜିକ ସଂକ୍ରମଣକୁ ଏଡାଇ ହେବ ନାହିଁ  । ଏହି ପରିପ୍ରେକ୍ଷୀରେ କଂଟାପଡା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରା ଯାଇଥିଲେ ମଧ୍ୟ,ଓଲଟପୁର  ଥାନାର ସହଭାଗୀତାରେ ଅଂଟା ଭିଡିଛନ୍ତି ବାଗଲପୁର  ଗ୍ରାମର ସ୍ବେଛାସେବୀମାନେ  ।  ବାଗଲପୁର  ବଜାରରେ ଏକ ବ୍ୟାରିକେଡ୍ କରାଯାଇ, ରାଜ୍ୟ ରାଜ ପଥ-୬୦ରେ ଯାତାୟତ କରୁଥିବା ଗାଡିଗୁଡିକୁ ସ୍ବେଛାସେବୀମାନେ ଗାଡି ଗୁଡିକୁ ତନଖି କରି  ଛାଡୁ ଥିବାର ଦେଖିବାକୁ ମିଳି ଥିଲା  । ତେବେ କିଛି ଅମାନି ଯୁବକମାନଙ୍କୁ ସାବାଡ କରାଯିବା ସହିତ ମାମଲା ରୁଜୁ କରାଯିବ  ବୋଲି ଜନୈକ ସ୍ବେଛାସେବୀ କହିବା ସହିତ  ଗାଡି ଚେକିଂ ଆହୁରି କଡା କଡି କରାଯିବ ବୋଲି ମତବ୍ୟକ୍ତ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଡଶପୁର ସ୍ବେଛାସେବୀ ସଂଗଠନ

ଅଡଶପୁର ସ୍ବେଛାସେବୀ ସଂଗଠନ ଆନୁକୁଲ୍ୟରେ,ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ
  (କଂଟାପଡା): ତା:୦୨/୦୪/୨୦:   ଆଜି ସାରା ବିଶ୍ୱ ସମାଜ ମହାମାରୀ କରୋନାର 
ପ୍ରକୋପରେ ଚତୁର୍ଦ୍ଦିଗରେ ତ୍ରାହି ତ୍ରାହି  ଶୁଭୁଛି  ।ଏହି ପରିପ୍ରେକ୍ଷୀରେ  କଂଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁର ଗ୍ରାମ ପଂଚାୟତର  ଅଡଶପୁର ସ୍ବେଛାସେବୀ ସଂଗଠନ ମାଧ୍ୟମରେ  ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରାଯାଇଥିଲା  । ତେବେ   ବାହାରୁ ଆସିଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମିକ, ବ୍ରାହ୍ମଣସାଇଲୋ ସ୍ଥିତ ପଂଚାୟତ ଅନ୍ତର୍ଗତ ବିଭିନ୍ନ  ଗ୍ରାମର ଅସହାୟ ବ୍ୟକ୍ତି ଏବଂ ଅଡଶପୁର ମେଡିକାଲରେ କାର୍ଯ୍ୟରତ କର୍ମଚାରୀମାନଙ୍କୁମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା ।  ଉକ୍ତ  କାର୍ଯ୍ୟକ୍ରମକୁ   କବି ପ୍ରସାଦ ମହାନ୍ତ, ଝୁନୁ ଦାସ,ରୋହନ ମୋହନ ଦାସ,ଲିପା ମହାନ୍ତି,ସୁରେଶ କୁମାର ଦାସ,ତପନ କୁମାର ଦାସ,ସୂର୍ଯ୍ୟକାନ୍ତ ଦାସ,ବିଭୂତି ନାୟକ,ଅଧିବାସ ସ୍ବାଇଁ, ବିଜ୍ଞାନ ବିଶ୍ୱାଳ, ଉମାକାନ୍ତ ବେହେରା ଏବଂ ସୁକାନ୍ତ କୁମାର ଦାସ ପ୍ରମୁଖ ରହି,କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗ୍ରାମୀଣ ସେବକ ସମାଜ

 ଗ୍ରାମୀଣ ସେବକ ସମାଜ ଆନୁକୁଲ୍ୟରେ  ଅସହାୟମାନଙ୍କୁ  ରିଳିଫ୍ ବଂଟନ
  IYA NEWS (ନିଆଳୀ): ତା:୦୨/୦୪/୨୦:  ମହାମାରୀ କରୋନା ସଂକ୍ରମଣତାକୁ ଲକ୍ଷ କରି ସାରା ଭାରତ ବର୍ଷରେ  ସରକାର ଲକ୍ ଡାଉନ୍ କରିଛନ୍ତି । ଅନେକ  ଅସହାୟ ବ୍ୟକ୍ତିମାନେ ଖାଦ୍ୟ ବିନା କ୍ଷୁଧା ଜ୍ୱାଳାରେ ଅତିଷ୍ଠ  । ଏହି ପରିପ୍ରେକ୍ଷୀରେ   ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦା ଗ୍ରାମ ପଂଚାୟତସ୍ଥ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗ୍ରାମୀଣ ସେବକ ସମାଜ ଏବଂ ଏଡ୍ ଇଂଡିଆ ମିଳିତ ଆନୁକୂଲ୍ୟରେ  ଅସହାୟ ଜନ ସାଧାରଣଙ୍କୁ  ଶୁଖିଲା ଖାଦ୍ୟ ବଂଟନ କରିବା ସହିତ  କରୋନା ଭାଇରସ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।  ସଙ୍ଗଠନର ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ଗାନ୍ଧିବାଦୀ ଅଧ୍ୟାପକ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ଜନସାଧାରଣଙ୍କୁ କରୋନା ଭାଇରସର ସଂକ୍ରମଣତା ବିଷୟରେ ଅବଗତ କରିଥିଲେ  । ତେବେ  ସ୍ବଛତା ପାଇଁ ବାରମ୍ବାର  ସାବୁନରେ ହାତ ଧୋଇବା, ଗରମ ପାଣି ପିଇବା, ଗରମ ଖାଦ୍ୟ ଖାଇବା ସହିତ ଅତି ଜରୁରୀ ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବା ପାଇଁ ସଂଗଠନର ସଭାପତି ପ୍ରସନ୍ନ କୁମାର ପାତ୍ର ଜନ ସାଧାରଣଙ୍କୁ ବୁଝାଇଥିଲେ  । ଅନୁଷ୍ଠାନର ସମସ୍ତ ସଭ୍ୟମାନେ  ବିଭିନ୍ନ ଗାଁ ଗାଁ ବୁଲି  ରିଲିଫ୍ ବାଂଟିବା ସହିତ ଜନସାଧାରଣଙ୍କୁ  କରୋନା ଭାଇରସ ବିଷୟରେ ସଚେତନ କରିଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ସୂର୍ଯ୍ୟକାନ୍ତ ମଲ୍ଲିକ,ସମ୍ପାଦକ ଇଂ ଅବିନାଶ ମହାପାତ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ, ସହ ସମ୍ପାଦକ ତଥା ସଂଯୋଜକ ଦିବ୍ୟ ସିଂହ ସେଠୀ, ଉପ ସଭାପତି ବିନୟ କୁମାର ମହାନ୍ତି, ସରୋଜିନୀ ବେହେରା, ଦେବୀ ପ୍ରସାଦ ନାୟକ, ଅରଜିତ  ମାହାପାତ୍ର, ପ୍ରତାପ କୁମାର ବେହେରା ଏବଂ  ଅନନ୍ତ କୁମାର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ  । ଏଥି ପୂର୍ବରୁ ସଂଗଠନ ତରଫରୁ ପୁରୀ ଏବଂ ଯାଜପୁରରେ ମଧ୍ୟ ରିଲିଫ ବଂଟନ କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ଶ୍ରୀଯୁକ୍ତ ମାଝୀ ସୂଚନା ଦେଇଛନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଯିବାକୁ ହେବ ବହୁ ଦୂର,ମହିଳା ଯିବେ କେନ୍ଦୁଝର

ଯିବାକୁ ହେବ ବହୁ ଦୂର,ମହିଳା ଯିବେ କେନ୍ଦୁଝର
IYA NEWS (କଂଟାପଡା):୩୦/୦୩/୨୦  କଂଟାପଡା ବ୍ଲକ ସ୍ଥିତ ଇଛାପୁର ଠାରେ ଜନୈକ ମହିଳା ଚାଲି ଚାଲି   ଯାଉଥିଲେ । ତେବେ ବେଶ ଭୁଷାରୁ  ମହିଳା ଜଣକ ଏକ ଛିଣ୍ଡା ଗେରୁଆ ଶାଢୀ ପିନ୍ଧିବା ସହିତ ମାନସିକ ବିକାରଗ୍ରସ୍ତ ମହିଳା   ବୋଲି ଜଣାପଡୁଥିଲେ  । କଥାରେ ତାଙ୍କର ତାଳ ମେଳ ରହୁ ନଥିଲା  । ତେବେ ଖବର ସଂଗ୍ରହ କରିବା ସମୟରେ,  ମହାମାରୀ କରୋନା ପରିପ୍ରେକ୍ଷୀରେ  ଅସହାୟ ଯାଯାବାରଙ୍କ ପାଇଁ କାମ କରୁଥିବା ଜନୈକ ସାମ୍ବାଦିକ, ଉକ୍ତ ମହିଳାଙ୍କର ଖାଇବା ପିଇବା କଥା ବୁଝିଥିଲେ  । ତେବେ ମହିଳା ଜଣଙ୍କୁ ବାରମ୍ବାର  ଏ ବିଷୟରେ ପଚାରିବା ଦ୍ୱାରା ସେ ଚିହିଁକି ଉଠି ବା ସହିତ ମୋତେ ଛାଡିଦିଅ, ମୁଁ କେଉଁଝର ଯିବି  ।  ମୋର କେହି ନାହିଁ  । ମୋତେ ମୋର ବାଟରେ ଯିବା ପାଇଁ ଦିଅ ବୋଲି ତରବର ହୋଇ ଚାଲି ଯାଇଥିଲେ  । ତେବେ ଖାଦ୍ୟ   ଖାଇବା ପାଇଁ, ଯାଚିବାରୁ, ସେ କୌଣସି ଜିନିଷ ଛୁଇଁବେ ନାହିଁ ବୋଲି  ମନା କରିଦେଇ ଥିଲେ  । ତେବେ ମହାମାରୀ କରୋନା ହେତୁ ସାରା ଭାରତ ବର୍ଷରେ ଲକ୍ ଡାଉନ୍ ପରିସ୍ଥିତି ହେବାରୁ ଅନେକ ଯାଯାବର ବେସାହାରା ହୋଇ ବୁଲୁଛନ୍ତି  । ଏତଦ ବ୍ୟତୀତ ବିଭିନ୍ନ ଇଟା ଭାଟି ଏବଂ ହୋଟେଲ ବନ୍ଦ ହୋଇ ଯିବାରୁ, ଅନେକ ଲୋକ କାମ ବନ୍ଦ ହେତୁ ନଜର ଭିଟା ମାଟିକୁ ଫେରିଯିବା ପାଇଁ ବାଧ୍ୟ ହେଉଛନ୍ତି  । ତେବେ ଯାନା ବାହାନ ବନ୍ଦ ହୋଇ ଯିବା ହେତୁ, ଅନେକ ଲୋକ  ଚାଲି ଚାଲି ଯିବା ବାହାରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କରୋନା ସଚେତନା କାର୍ଯ୍ୟକ୍ରମ

ଅଁଳୋ ଗ୍ରାମପଂଚାୟତରେ ସାହିତ୍ୟ ସଂଗଠନର ଉଦୟ ଭାନୁର କବିତା ମାଧ୍ୟମରେ କରୋନା ସଚେତନା କାର୍ଯ୍ୟକ୍ରମ
IYA NEWS (ନିଆଳୀ ) ତା:୩୧/୦୪/୨୦ରିଖ  କବିର କବିତା କେବେ ମଣିଷର ମନ ଗହନରେ   ଅଦେଖା ରାତିର ଚଇତି ଛୁଆଁ ପରି  ଲାଗେ, କେବେ ଶ୍ରାବଣର ପହିଲି ବରଷାରେ ମନଟା ବତୁରି  ଯାଏ । ପୁଣି କେବେ କେବେ ସମାଜର ସୁଖ ଦୂଃଖରେ ଭାଗୀହୋଇ କଲମ ମୁନରେ ସଚେତନତା ବାର୍ତା ସୃଷ୍ଟି କରେ । ଆଜି ମହାମାରୀ କରୋନାର ପ୍ରକୋପରେ ସାରା ବିଶ୍ୱ ତ୍ରାହି ତ୍ରାହି  ଡାକୁଥିବା ସମୟରେ  କବିତା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ସମାଜ ସେବା  ଏବଂ ସାହିତ୍ୟ ସଂଗଠନ “ଉଦୟ ଭାନୁ” । ଏହି ପରିପ୍ରେକ୍ଷୀରେ ଆଜି ଅଁଳୋ ଗ୍ରାମ ପଂଚାୟତର ଅଁଳୋ ଗ୍ରାମରେ ସଂଗଠନ ତରଫରୁ କବିତା ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।  ମାହାମାରୀ କରୋନା ପାଇଁ ଘରୁ ନ ବାହାରିବା ପାଇଁ ଜନ ସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା ।  ଏତଦ୍ ବ୍ୟତୀତ  ପରସ୍ପର କଥୋପକଥନ ସମୟରେ  ସାମାଜିକ ଦୂରତା ମାଧ୍ୟମରେ  ଏକ ମିଟର ବ୍ୟବଧାନ ରଖିବା ପାଇଁ  ଜନ ସାଧାରଣଙ୍କୁ  ପରାମର୍ଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଥିଲା  ।  ସଙ୍ଗ ରୋଧ ବଜାୟ ରଖିବା ପାଇଁ ଓା୍ୱର୍ଡ ସଭ୍ୟ  ରାଘବ ଚନ୍ଦ୍ର ବେହେରା ଏବଂ ମୀନ କେତନ ସ୍ବାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ  ।ଉକ୍ତ କାର୍ଯ୍ୟକ୍ରମକୁ ଉଦୟ ଭାନୁର ସଂଗଠନ ମାଧବାନନ୍ଦ ଭୋଇ ପରିଚାଳନା କରିବା  ସହିତ ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁ ସହଯୋଗ କରିଥିଲେ  । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଭୋକରେ ବର୍ହି ରାଜ୍ୟର ଶ୍ରମିକ

ଭୋକରେ ବର୍ହି ରାଜ୍ୟର ଶ୍ରମିକ, ସହଯୋଗର ହାତ ବଢାଇଲେ ସାମାଜିକ କର୍ମୀ
 (କଂଟାପଡା) : ତା:୦୧/୦୪/୨୦:  ଆଜି କଂଟାପଡା ତହସିଲ  ପରିସରରେ   ଦୁଇ ଜଣ ନିର୍ମାଣ ଶ୍ରମିକ ପହଂଚିଥିଲେ  ।  ଉକ୍ତ ଦୁଇ ଜଣ  ବ୍ୟକ୍ତିଙ୍କ ନାମ  ମାସୁଦ୍ ପରଭେଜ୍ ଏବଂ ମଜିବୁର୍ ରହେମାନ ଥିଲା । ସେମାନେ ଆଠ ଜଣ ସଙ୍ଘବଦ୍ଧ ଭାବରେ ଅଡଶପୁର ଅଂଚଳର  ବିଭିନ୍ନ ଗ୍ରାମକୁ ଯାଇ, ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ  ରାଜମିସ୍ତ୍ରୀ କାମ କରିବା ସହିତ ଅଡଶପୁର ସରସ୍ବତୀ ଶିଶୁ ମନ୍ଦିର ପଛ ପାଶ୍ୱର୍ରେ   ଏକ ଝୁପୁଡି ଘରେ ରହୁଛନ୍ତି । ତେବେ ସେମାନେ ୱେଷ୍ଟ ବେଙ୍ଗଲର ମୁର୍ସିଦାବାଦ ଅଂଚଳର ବ୍ୟକ୍ତି ବିଶେଷ ବୋଲି ସେମାନଙ୍କ ସହିତ ଆଲୋଚନା ସୁତ୍ରରୁ ଜଣା ପଡିଥିଲା  । ତେବେ  କରୋନା ପାଇଁ କୌଣସି କାମ ନ ମିଳିବାରୁ ସେମାନେ ଭୋକ ଉପାସରେ କାଳପାତିତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏ ସଂପର୍କେ  କଂଟାପଡା ତହସିଲର ଅତରିକ୍ତ  ତହସିଲଦାର ଶୁଭ୍ରାଂଶୁ ସାହୁଙ୍କ ପରାମର୍ଶ କ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କେ. ଅଶୋକ କୁମାରଙ୍କ  ସହିତ  ସାମାଜିକ କର୍ମୀ ମାଧବାନନ୍ଦ ଭୋଇ, ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁ ଆଲୋଚନା କରିଥିଲେ  । ଏହାପରେ ଶ୍ରୀଯୁକ୍ତ କୁମାର , ଅସହାୟମାନଙ୍କୁ ରନ୍ଧନ  ଖାଦ୍ୟ ବଂଟନ ଦାୟିତ୍ୱରେ ଥିବା ବି.ପି. ଏମ୍ ସୁରଜ କୁମାର ବେହେରାଙ୍କୁ ସେମାନଙ୍କର  ଭୋଜନ ବ୍ୟବସ୍ଥା ବୁଝିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  ।   ପରିଶେଷରେ  ଉକ୍ତ ବ୍ୟକ୍ତିମାନଙ୍କ ପାଇଁ ଜୟଦେବ ପୀଠ,ଅଡଶପୁର ସ୍ଥିତ ଗ୍ରାମ ପଂଚାୟତ ସ୍ତରୀୟ ସଂଘର ଖାଦ୍ୟ ବିତରଣ କେନ୍ଦ୍ରରେ  ନିୟମିତ ଭୋଜନ ବ୍ୟବସ୍ଥା ସ୍ଥିରୀକୃତ ହୋଇଥିଲା  । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରନ୍ଧନ ଖାଦ୍ୟ ବଂଟନ

ଅଁଳୋ ଗ୍ରାମ ପଂଚାୟତରେ  ଅସହାୟମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ
IYANEWS(ନିଆଳୀ):ତା:୦୧/୦୪/୨୦:   ମହାମାରୀ କରୋନା ପ୍ରକୋପରେ ଆଜି  ସାରା ଭାରତ ବର୍ଷ ଲକ ଡାଉନ୍   । ଯାହାଫଳରେ ଅନେକ  ଅସହାୟ ବ୍ୟକ୍ତିମାନେ ଖାଦ୍ୟ ବିନା ଭୋକରେ ଆଉଟୁ ପାଉଟୁ  ହେଉଛନ୍ତି  । ଏହି ପରିପ୍ରେକ୍ଷୀରେ  ନିଆଳୀ ବ୍ଲକ ଅନ୍ତର୍ଗତ ଅଂଳୋ ଗ୍ରାମ ପଂଚାୟତରେ ଗ୍ରାମେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ  ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରାଯାଇଥିଲା  । ତେବେ  ଛଟିଶଗଡର ମହାସାମୁ, ନୂଆପଡା , ନୟାଗଡରୁ ଆସିଥିବା ଶ୍ରମିକମାନଙ୍କୁ ଏବଂ  ଅଁଳୋ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା । ତେବେ ରନ୍ଧନ ଖାଦ୍ୟ  ଭାବରେ  ଭାତ,ଡାଲମା, ଖଟା ଭାବରେ ଅସହାୟମାନଙ୍କୁ ଦିନକୁ ଦୁଇ ବେଳା ବଂଟନ କରାଯିବ ବୋଲି,ଅଂଳୋ  ଗ୍ରାମ ପଂଚାୟତର ସରପଂଚ ଅଭିରାମ ସାମଲ ମତ ବ୍ୟକ୍ତ କରିଥିଲେ  । ଉକ୍ତ  କାର୍ଯ୍ୟକ୍ରମକୁ ଗ୍ରାମେଶ୍ୱର  ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ବିନୋଦିନୀ ମିଶ୍ର, ସଂପାଦିକା ରୁନୁବାଳା ମିଶ୍ର, ସୁକାନ୍ତି ମିଶ୍ର, ସୁଲୋଚନା ମିଶ୍ର, ସ୍ବରୁପା ମିଶ୍ର, ମିନାକ୍ଷୀ ମିଶ୍ର ଏବଂ ପାର୍ବତୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ  । ପରିଶେଷରେ ଉକ୍ତ ରନ୍ଧନ ଖାଦ୍ୟ ବଂଟନ କାର୍ଯ୍ୟକ୍ରମରେ ଓା୍ୱର୍ଡ ସଭ୍ୟ ରାଘବ ଚନ୍ଦ୍ର ବେହେରା ଏବଂ ମୀନ କେତନ ସ୍ବାଇଁ ସହଯୋଗ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଡଶପୁର ଅସ୍ଥାୟୀ ହାଟ ସ୍ଥାନାନ୍ତରିତ

କରୋନା ପାଇଁ ଅଡଶପୁର ଅସ୍ଥାୟୀ ହାଟ ସ୍ଥାନାନ୍ତରିତ କରିବା ପାଇଁ  ତହସିଲଦାରଙ୍କୁ ଦରଖାସ୍ତ 

IYANEWS(କଂଟାପଡା)ତା:୩୧/୦୩/୨୦ରିଖ: କଂଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁର ହାଟକୁ ମହାମାରୀ କରୋନା ପାଇଁ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ କରାଯାଇଥିଲେ ମଧ୍ୟ ଅସ୍ଥାୟୀ ଭାବରେ ଅଡଶ ବଜାର ରାସ୍ତାର ଦୁଇ ପାଶ୍ୱର୍ରେ  ସାପ୍ତାହିକୀ ହାଟ ହେଉଥିଲା  । ମାତ୍ର ପରିତାପର ବିଷୟ ଏହି କି,କରୋନାର ସାମାଜିକ ସଂକ୍ରମଣତା ହେତୁ, ସାମାଜିକ ଦୁରତା ବଜାୟ ରହୁ ନ ଥିଲା  ।  ଏହି ଅସ୍ଥାୟୀ ହାଟରେ ପ୍ରତି ପାଳିରେ ଦେଢ ହଜାରରୁ ଦୁଇ ହଜାର ପର୍ଯ୍ୟନ୍ତ ଜନ ସମାଗମ  ହେବା ସହିତ ଦେହକୁ ଦେହ ଘସି ହେବା ପରିସ୍ଥିତି ସୃଷ୍ଟି ହେଉଥିଲା  ।  ଯାହା କରୋନା ହେତୁ ସାରା ସମାଜ ପାଇଁ ବିପଦ ଜନକ ଥିଲା ।ଏହି ପରିପ୍ରେକ୍ଷୀରେ  ଭାରତୀୟ ଯୁବ ସଂବାଦ ଦ୍ୱାରା ବାରମ୍ବାର ଖବର ପ୍ରସାରିତ ହୋଇଥିଲା । ପରିଶେଷରେ ହାଟରେ ଓଲଟପୁର ଥାନା ଦ୍ୱାରା ପୋଲିସ ମୁତୟନ କରା ଯାଇଥିଲା  ।  ତେବେ ଏଥିରେ କିଛି ସୁଧାର ଆସି ନ ଥିଲା  । ଜନ ସାଧାରଣଙ୍କ ଅସଚେତନା ହେତୁ  ବାରମ୍ବାର ପୋଲିସ ପ୍ରଶାସନର ତାଗିଦ୍ ଫଳରେ ଚାଷୀମାନେ ଅସନ୍ତୋଷ ଅନୁଭବ କରୁଥିଲେ  । ପରିଶେଷରେ ଗତ ହାଟ ପାଳିରେ, ସାମାଜିକ କର୍ମୀ ମାଧବାନନ୍ଦ ଭୋଇ, ବିଜୟ କୁମାର ଭୋଇ ଏବଂ ହେମନ୍ତ କୁମାର ସ୍ବାଇଁଙ୍କ ଦ୍ୱାରା ଚାଷୀମାନଙ୍କ ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ  ହୋଇଥିଲା  ।  ଗତ କାଲି ଉକ୍ତ ଦରଖାସ୍ତକୁ କଂଟାପଡା ତହସିଲଦାରଙ୍କୁ  ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ସାହୁଙ୍କ ଜରିଆରେ  ଦରଖାସ୍ତ ପ୍ରଦାନ କରାଯାଇଥିଲା  । ତେବେ ସମାଜିକ କର୍ମୀମାନଙ୍କ ଆଲୋଚନା କ୍ରମେ ଅତିରିକ୍ତ ତହସିଲଦାର, କଂଟାପଡା  ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହିତ ଆଲୋଚନା କରିବା ପାଇଁ କହିଥିଲେ  । ତେବେ  ଉକ୍ତ ବିଷୟରେ, ଭତା ବଂଟନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ  କେ ଅଶୋକ କୁମାର ଟାଳଟୁଳ ନିତୀ ଅବଲମ୍ବନ କରିଥିଲେ  । ତେବେ ପୁର୍ବରୁ ଓଲଟପୁର ପୋଲିସ ଏବଂ ଅଡଶପୁର ମାଧବାନନ୍ଦଜୀୟୁ ମଠ କମିଟି କର୍ମକର୍ତାଙ୍କ ପରାମର୍ଶ କ୍ରମେ ମଠର ପଛ ପାଶ୍ୱର୍ରେ ହାଟ କରିବା ପାଇଁ  ଗତ  ହାଟ ପାଳିରେ ଆଲୋଚିତ ହୋଇଥିଲେ ମଧ୍ୟ ସ୍ଥିରୀକୃତ ହୋଇ ନ ଥିଲା  । ତେବେ ଗତ ଅପରାହ୍ନରେ ସାନାଜିକକର୍ମୀମାନ ମଠର ପଛ ପାଶ୍ୱର୍ ପରିଦର୍ଶନ କଲା ପରେ , ଏହା  ଉପଯୁକ୍ତ  ବିବେଚିତ ସହିତ ଏ ସଂପର୍କେ କମିଟିର ଜନୈକ କର୍ମକର୍ତା ଆନନ୍ଦ ସାସମଲଙ୍କ ସହିତ ଫୋନ ଯୋଗେ ଆଲୋଚିତ ହୋଇଥିଲା  ।  ତେବେ ଉକ୍ତ  ଉକ୍ତ  ଅସ୍ଥାୟୀ ହାଟର ସ୍ଥାନାନ୍ତରିତ ପାଇଁ,  ଭାରତୀୟ ଯୁବ ସଂଗଠନର ସାମ୍ବାଦିକ  ମାଧବାନନ୍ଦ ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

"ସେବା" ସଂଗଠନର କାର୍ଯ୍ୟକ୍ରମ

ଅସହାୟମାନଙ୍କୁ ହାତ ବଢାଇଲା କନ୍ଦଳ ଦ୍ୱୀପାଂଚଳର "ସେବା" ସଂଗଠନ
IYANEWS(ନିଆଳୀ)ତା:୩୦/୦୩/୨୦ରିଖ:ମହାମାରୀ କରୋନା ସାରା ବିଶ୍ୱର ବିଭିନ୍ନ ଦେଶଗୁଡିକୁ କବଳିତ କରି ସାରିଥିବା  ସମୟରେ ଜନ ସାଧାରଣ  ତ୍ରାହି ତ୍ରାହି ଡାକ ଛାଡୁଛନ୍ତି  ।  ଅଧୁନା ସମୟରେ ସାରା ଭାରତ ବର୍ଷରେ  ଦିଲ୍ଲୀରୁ  ପଲ୍ଲୀ ପର୍ଯ୍ୟନ୍ତ ଲକ୍ ଡାଉନ୍ ଥିବା ବେଳେ,ଏପରି ବିପଦ ସମୟରେ ଅସହାୟମାନଙ୍କୁ ସହାୟ ହେବା ପାଇଁ ହାତ ବଢାଇଛି ନିଆଳୀ ବ୍ଲକ୍ ସ୍ଥିତ କନ୍ଦଳ ଦ୍ୱୀପାଂଚଳର “ସେବା” ସ୍ବେଛାସେବୀ ସଂଗଠନ । ଏହି ପରିପ୍ରେକ୍ଷୀରେ ଏକ କରୋନା ସଚେତନା ତା କାର୍ଯ୍ୟକ୍ରମ ଏବଂ ରନ୍ଧନ ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ତେବେ ପ୍ରଶାସନର ନିୟମାନୁସାରେ   ସେବାର ସଭ୍ୟମାନେ ୨ ରୁ ୩ ଦଳ ଭାବରେ ଦ୍ୱୀପାଂଚଳର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଅସହାୟ ବୃଦ୍ଧା/ବ୍ୃଦ୍ଧ ତଥା ପଶୁ ପକ୍ଷୀ ମାନଙ୍କୁ  ରନ୍ଧନ ଖାଦ୍ୟ ସହିତ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିଲା  ।ଏଥି ସହିତ ଲକ୍ ଡାଉନ୍ ସମୟରେ କାର୍ଯ୍ୟରତ  ପୋଲିସ୍  ବିଦୁ୍ୟତ୍ କର୍ମଚାରୀ ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ରନ୍ଧନ ଖାଦ୍ୟ ବଂଟନ କରା ଯାଇଥିଲା  ।ଲକ୍ ଡାଉନ୍ ସମୟ  ରେ ଜରୁରୀ କାମ ନଥିଲେ ଘରୁ ନ ବାହାରିବା  ସହିତ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ କର୍ମୀମାନେ ପରାମର୍ଶ   ଦେଇଥିଲେ  । ଆଗାମୀ  ଦିନରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ସହିତ  ରନ୍ଧନ  ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଚାଲୁ   ରଖିବା ପାଇଁ, ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ତଥା ସେବା ସଂଗଠନର ସଭାପତି ରଂଜନ କୁମାର ମହାନ୍ତି ମତ  ବ୍ୟକ୍ତ କରିଛନ୍ତି  । ଉକ୍ତ କାର୍ଯ୍ୟକ୍ରମରେ “ସେବା” ସଂଗଠନର ୨୫ରୁ ଉଦ୍ଧ୍ୱର୍ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ  । ତେବେ ଏପରି କାର୍ଯ୍ୟକ୍ରମକୁ କନ୍ଦଳ ଦ୍ୱୀପାଂଚଳର  ବୁଦ୍ଧିଜିବୀମାନେ ପ୍ରଶଂସା କରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ..