କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ

କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ
(କଂଟାପଡା)  ତା:୩୦/୦୫/୨୦୨୦ରିଖ  ମହାମାରୀ କରୋନାକୁ ପ୍ରତିହତ କରିବା ପାଇ,ଁ ସରକାର  କେବଳ ଲକ୍ ଡାଉନ୍ ହିଁ  ଏକ ମାତ୍ର ବିକଳ୍ପ ପନ୍ଥା ଭାବରେ  ଅଭିହିତ କରାଯାଇଛି  । ତେବେ  ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ଅନେକ  ବିଭାଗ ଆଗେଇ ଆସିଛନ୍ତି  । ସେଥି ମଧ୍ୟରୁ ପୋଲିସ ବିଭାଗ ଅନ୍ୟତମ  । ଏହି ପରିପ୍ରେକ୍ଷୀରେ ଆଜି  ଭାଜପାର ପୂର୍ବତନ ମଣ୍ଡଳ ସଭାପତି ବିଶ୍ୱମ୍ବର ଜେନା,ବାବୁଲି ବେହେରା, ସରପଂଚ ଲଲାଟେନ୍ଦୁ ଦାସ, ଧନଞ୍ଜୟ ନାୟକ,ସନ୍ତୋଷ ପ୍ରଧାନ, ରାଜ କିଶୋର ଦାସ, ପ୍ରତାପ ସ୍ବାଇଁ,ଶୁକାନ୍ତ ମହାରଣା ଏବଂ ନିତ୍ୟାନନ୍ଦ ପରିଡାଙ୍କ ଦ୍ୱାରା ଗୋବିନ୍ଦପୁର ଥାନାର ଭାରପ୍ରାପ୍ତ ଅଧିକାରୀ ମାନସ କୁମାର ମିଶ୍ର ସମେତ ଅନ୍ୟାନ କର୍ମଚାରୀମାନଙ୍କୁ ସମ୍ମାନିତ କରିବା ସହିତ ପୋଲିସ ବିଭାଗର ଅଧିକାରୀମାନଙ୍କ କାର୍ଯ୍ୟ କଳାପକୁ ପ୍ରଶଂସା କରିଥିଲେ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

୫.୪୦୦ ଟଙ୍କା ଜୋରିମନା ଆଦାୟ

ମାସ୍କ  ପାଇଁ ୨୭ ଜଣଙ୍କ ଠାରୁ ୫.୪୦୦ ଟଙ୍କା ଜୋରିମନା ଆଦାୟ  ।

IYA NEWS (କଂଟାପଡା) ତା:୨୬/୦୪/୨୦ରିଖ ସାରା ଭାରତ ବର୍ଷରେ କରୋନା ସଂକ୍ରମଣର ହାର ହୁ ହୁ  ହୋଇ ବଢି ଚାଲିଥିବା  ବେଳେ କିଛି ଅମାନିଆମାନଙ୍କ  ହେତୁ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି  । ଏତଦ୍ ବ୍ୟତୀତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ବାହାର ସ୍ଥାନରେ ଛେପ ପକାଇବା ଅନୁଚିତ ବୋଲି  ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି  । ଏହି ପରିପ୍ରେକ୍ଷୀରେ  କଂଟାପଡା ତହସିଲ ପ୍ରଶାସନ ନିର୍ଦ୍ଦେଶ କ୍ରମେ , ଅଧିକାରୀମାନେ  ବିଭିନ୍ନ ସ୍ଥାନରେ ବୁଲି, ଏହାର ତଦାରଖ କରୁଛନ୍ତି  ।  ତେବେ ଆଜି  ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଥିବା ,  ମାସ୍କ  ନ ପିନ୍ଧି ବୁଲା ବୁଲି କରୁଥିବା ସମୟରେ ପ୍ରାୟ ୨୭ କଣଙ୍କ ଠାରୁ  ଜଣକ ପିଛା ୨୦୦ ଟଙ୍କା ଜୋରିମନା ବାବଦରେ ସମୁଦାୟ ୫,୪୦୦ ଟଙ୍କା ଆଦାୟ କରାଯାଇଛି  । ଆଗାମୀ ସମୟରେ ଏହି ନିୟମକୁ ଆହୁରି କଡା କଡି କରାଯିବ ବୋଲି , ଦାୟିତ୍ୱରେ ଥିବା କଂଟାପଡା ତହସିଲର ଅତିରିକ୍ତ ତହସିଲଦାର  ଶୁଭ୍ରାଂଶୁ ସାହୁ ମତବ୍ୟକ୍ତ କରିଛନ୍ତି  ।  ତେବେ ଆଜି ଜୋରିମନା ଆଦାୟ ସମୟରେ    ଅତରିକ୍ତ ତହସିଲଦାର ଶ୍ରୀଯୁକ୍ତ ସାହୁଙ୍କ ସହିତ  ଓଲଟପୁର ଥାନାର ଏ.ଏସ୍. ଅ୍ଧବ. ଦୁର୍ଯୋଧନ ସେଠୀ ଏବଂ କଂଟାପଡା ତହସିଲର ମୁଖ୍ୟ କିରାଣୀ କଳ୍ପତରୁ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ  ।  

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସାମ୍ବାଦିକ ଅର୍ଣ୍ଣବଙ୍କ ବିରୁଦ୍ଧରେ ଏତଲା

ସାମ୍ବାଦିକ ଅର୍ଣ୍ଣବଙ୍କ ବିରୁଦ୍ଧରେ ଏତଲା: ନିଆଳୀ ଛାତ୍ର କଂଗ୍ରେସ
IYA NEWS (କଂଟାପଡା) ତା:୨୬/୦୪/୨୦ରିଖ ବିଭିନ୍ନ ସଂପ୍ରଦାୟଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  ଏବଂ ଜାତୀୟ ସ୍ତରରେ ନେତୃତ୍ୱ ନେଇଥିବା ଜଣେ ନାରୀଙ୍କୁ ଅପମାନିତ କରଯାଇଥିବା ପରିପ୍ରେକ୍ଷୀରେ ଆଜି ନିଆଳୀ ଛାତ୍ର କଂଗ୍ରେସ ତରଫରୁ, ସଂଗଠନର ସାଧାରଣ ସଂପାଦକ ହାର୍ଦ୍ଦିକ ମହାପାତ୍ର, ଗୋବିନ୍ଦପୁର ଥାନାଧିକାରୀ ମନସ କୁମାର ମିଶ୍ରଙ୍କୁ ରିପବ୍ଲିକ୍ ଟିଭି ଚ୍ୟାନେଲର ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୁଦ୍ଧରେ ଏକ ଏତଲା ପ୍ରଦାନ କରିଛନ୍ତି।ଏତ୍ଦ ବ୍ୟତୀତ ଶ୍ରୀଯୁକ୍ତ ମହାପାତ୍ର ସୋନିଆ ଗାନ୍ଧୀଙ୍କ ପ୍ରତି  ମନ୍ତବ୍ୟକୁ ଘୋର ନିନ୍ଦା କରିବା ସହିତ  ବିହିତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମୃତକଙ୍କ ପରିବାରକୁ ସହାୟତା କଲେ ସାମାଜିକକର୍ମୀ

ମୃତକଙ୍କ ପରିବାରକୁ ସହାୟତା କଲେ ସାମାଜିକକର୍ମୀ
IYA NEWS  (କଂଟାପଡା) ତା:୨୧/୦୪/୨୦  କଂଟାପଡା ବ୍ଲକ୍ ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତ ଅଧିନସ୍ଥ ବଡ ପାଟସୁନ୍ଦର ଗ୍ରାମର ଅରୁପା ନନ୍ଦ ଆଜିକୁ ସେପାରିରେ ସାତ ଦିନ  ହେଲାଣି  । ଭାଗ୍ୟବତୀ ଆକାଶରେ ଯେପରି ଦୁଭାର୍ଗ୍ୟର କଳା ବାଦଲ  ।  ତିନୋଟି ପିଲାମାନଙ୍କୁ ନେଇ କିପରି ସଂସାର ଚଳାଇବେ,  ଜୀବନଟା ଦୁର୍ବିସହ ହୋଇଗଲାଣି  ।  ଏପରି କି ପ୍ରଶାସନର ଟାଳ ଟୁଳ ନୀତି  କରଣରୁ, ଅଦ୍ୟାବଧି ଏହି ଗରିବ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତୁ୍ୟ କାଳୀନ ସହାୟତା ରାଶି ମଧ୍ୟ ମିଳି ପାରି ନାହିଁ  ।ଏହି ପରିପ୍ରେକ୍ଷୀରେ ହାତ ବଢାଇଛନ୍ତି ସାମାଜିକକର୍ମୀମାନେ  । ଆଜି ପୂର୍ବାହ୍ନରେ  ସମାଜିକକର୍ମୀମାନେ ଅରୂପାନନ୍ଦଙ୍କ ସ୍ବଗୃହକୁ ଆସିବା ସହିତ,   ବିଧବା ପତ୍ନୀ ଭାଗ୍ୟବତୀ ଦାସଙ୍କୁ ସମବେଦନା ଜଣାଇବା ସହିତ  ଖାଦ୍ୟ ସାମଗ୍ରୀ,ମାସ୍କ ଏବଂ ସହାୟତା ରାଶି ପ୍ରଦାନ କରିଥିଲେ  ।   ଏଥିରେ ସାମାଜିକକର୍ମୀ ବିଶ୍ୱମ୍ବର ଜେନା, ସଂଗ୍ରାମ  ପଟ୍ଟନାୟକ (ବିନୋଦ), ହେମନ୍ତ କୁମାର ବେହେରା,ରାଜ କିଶୋର ଦାସ, ଦିଲ୍ଲୀପ କୁମାର ରାଉତରାୟ ଏବଂ  ପବିତ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନାହାଳପୁର ଟାରେ ଭାଜପା ତରଫରୁ ମାସ୍କ ବଂଟନ

ନାହାଳପୁର ଟାରେ ଭାଜପା ତରଫରୁ ମାସ୍କ ବଂଟନ
                                            IYA NEWS (କଂଟାପଡା) ତା:୨୧/୦୪/୨୦  ମହାମାରୀ  କରୋନା ସାରା ବିଶ୍ୱବାସୀଙ୍କୁ କବଳିତ  କରି ହନ୍ତସନ୍ତ  କରୁଛି  । ମାତ୍ର ଏହାର   ନିରକାରଣ  ପାଇଁ ଟୀକା ଏପର୍ଯ୍ୟନ୍ତ ବାହାରି ନାହିଁ  । କେବଳ ଜନ ସଚେତନତା  ପୂର୍ବକ ସଙ୍ଗ ରୋଧ  ଏବଂ ସାମାଜିକ ଦୂରତା ହିଁ ଏକ ବିକଳ୍ପ  ବୋଲି  ସରକାର ଘୋଷଣା କରିଛନ୍ତି  ।  ଏତଦ୍ ବ୍ୟତୀତ ଜନ ସାଧାରଣଙ୍କୁ ମାସ୍କ ପରିଧାନ ବାଧ୍ୟତା ମୂଳକ  କରାଯାଇଛି  । ଏହି ପରିପ୍ରେକ୍ଷୀରେ ଭାଜପା ତରଫରୁ କଂଟାପଡା ବ୍ଲକ ଅଧିନସ୍ଥ ନାହାଳପୁର ଗ୍ରାମ ପଂଚାୟତର ସମାଲ ସାହିରେ ଘରକୁ ଘର ବୁଲି  ଜନ ସାଧାରଣଙ୍କୁ ମାସ୍କ ବାଂଟିବା ସହିତ ଅତି ଜରୁରୀ କାମରେ ଘରୁ ନ ବାହାରିବା ପାଇଁ ଜନ ସାଧାରଣଙ୍କୁ ପରାମର୍ଶ  ଦେଇଥିଲେ  । ଭବିଷ୍ୟତରେ ଏହି ପ୍ରକାର ବ୍ୟବସ୍ଥା ଅବଲମ୍ବ କଲେ କରୋନାକୁ ଆମେ ଜିତି ପାରିବା ବୋଲି ଜନ ସାଧାରଣଙ୍କ ସମ୍ମୁଖରେ ଶ୍ରୀଯୁକ୍ତ ଜେନା ମତବ୍ୟକ୍ତ କରିଛନ୍ତି  ।

୨୮ ଦିନ ପର୍ଯ୍ୟନ୍ତ ଚାଲିଛି ଖାଦ୍ୟ ବଂଟନ

ନିରାଶ୍ରୟ ସେବାରେ  ସାମାଜିକକର୍ମୀଗଣ, ଅଦ୍ୟାବଧି ୨୮ ଦିନ ପର୍ଯ୍ୟନ୍ତ ଚାଲିଛି ଖାଦ୍ୟ ବଂଟନ
       IYA NEWS (କଂଟାପଡା) ତା:୨୧/୦୪/୨୦  ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଆଜି ସାରା ଭରତ ବର୍ଷ ଲକ୍ ଡାଉନ୍  । ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ, ଜନ ଜୀବନ ଠପ୍ ହୋଇଯିବା ସ୍ଥଳେ, ରାଜ୍ୟର ଦିନ ମଜୁରିଆ, ଅସହାୟ, ନିରାଶ୍ରୟ, ବିର୍ହ ରାଜ୍ୟର ଶ୍ରମିକ ଏବଂ ଭିନ୍ନ କ୍ଷମମାନେ ଆହାର ବିନା ନାହିଁ  ନ ଥିବା ସମସ୍ୟାର ସମ୍ମ୍ୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କର କ୍ଷୁଧା ଜ୍ୱାଳା ପ୍ରଶମିତ କରିବା ପାଇଁ ଆଗେଇ ଆସିଛି ସାମାଜିକକର୍ମୀ ସୁବ୍ରତ କୁମାର ଦାସ(ତପନ)ଙ୍କ ନେତୃତ୍ୱରେ ଅଡଶପୁର ସ୍ବେଛାସେବୀ ସଂଗଠନ  । ଅଦ୍ୟାବଧି ଅଠାଇଶ ଦିନ  ପର୍ଯ୍ୟନ୍ତ  ଜୟ ଦେବ ସାଧନା ପୀଠ, ଅଡସପୁର ଠାରେ ଶତାଧିକ  ନିରାଶ୍ରୟ ମାନଙ୍କୁ ରନ୍ଧନ ଖାଦ୍ୟ ବିତରଣ କରା ଯାଉଛି  । ଏତଦ୍ ବ୍ୟତୀତ କଂଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ   ଶତାଧିକ ରନ୍ଧନ ଖାଦ୍ୟ ପୁଡିଆଗୁଡିକୁ  ଘରକୁ ଘର ବୁଲି ଅସହାୟ ପରିବାରକୁ ସାମାଜିକର୍ମୀମାନେ  ବଂଟନ କରୁଛନ୍ତି  ।  ଏପରି ମହାନ୍ କାର୍ଯ୍ୟର ନେତୃତ୍ୱ ନେଉଥିବା ଶ୍ରୀଯୁକ୍ତ ଦାସଙ୍କ ସହିତ ବିଭୁତି ନାୟକ, ବିଜ୍ଞାନ ବିଶ୍ୱାଳ, ପପୁ ମହାରଣା, ଅଧିବାସ ସ୍ବାଇଁ କବି ପ୍ରସାଦ ମହାନ୍ତି, ଝୁନୁ ଦାସ,ରୋହନ ମୋହନ ଦାସ,ଲିପା ମହାନ୍ତି,ସୁରେଶ କୁମାର ଦାସ,ତପନ କୁମାର ଦାସ,ସୂର୍ଯ୍ୟକାନ୍ତ ଦାସ,ବିଭୂତି ନାୟକ,ଅଧିବାସ ସ୍ବାଇଁ, ବିଜ୍ଞାନ ବିଶ୍ୱାଳ, ଉମାକାନ୍ତ ବେହେରା ଏବଂ ସୁକାନ୍ତ କୁମାର ଦାସ,ଅଟଳ ଦାସ, ଉର୍ମିଳା ବେହେରା, କୃଷ୍ଣଚନ୍ଦ୍ର ନାୟକ, ଅଟଳ ଦାସ, ଉର୍ମିଳା ବେହେରା,ରାଜଶ୍ରୀ ପ୍ରହରାଜ, ମଧୁସ୍ମିତା ସେଠୀ,ସୁନାକର ରାଉତ,ଗୌରାଙ୍ଗ ଦାସ,ମନୋଜ ସ୍ବାଇଁ,ଆର୍ତ ମହାପାତ୍ର, ବାଉରୀବନ୍ଧୁ ପାଇଟାଳ,ଅନିରୁଦ୍ଧ ବିଶ୍ୱାଳ ଏବଂ ପ୍ରଦୀପ ସ୍ବାଇଁ ପ୍ରମୁଖ  ପରିଚାଳନା କରୁଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜିଲ୍ଲା ଶାସନ

ଆସି ଗଲା ମୋର ମାହେନ୍ଦ୍ର ବେଳା,
ସଳଖେଇ ମୁହିଁ ମାରିବି କୀଳା,
ଥିଲି ଦିନେ ସରପଂଚ ।
ଜିଲ୍ଲାପାଳ ହୋଇ  ସାଇ ପଡିଶାରେ;
କରିବି ମୁଁ ପରପେଂଚ     । ।

ଫେଡେରସନରେ ରୋଷେଇ ହଉଛି,
ପଚାଶ ଜାଗାରେ ଦେଢ ଶହ ପଡିଛି
ଡାଆଁ ବାଆଁ ହୋଇ, ଦସଖତ ଦିଶେ ,
ହୋଇଛି ପାଣିଆ ଡାଲି  ।
ଆଜି ଖାଇଥିଲେ, କାଲି ଆସୁବୁନି.
କରିଦେଏ ଥାଳି ଖାଲି  । ।

ପାଂଚ ଲକ୍ଷ ଆସିଥିଲା,
ଖାଲି ଖଟିଆରେ ଦିନ  ସରିଯିବ
ହେବ ନାହିଁ ଠିଆ ପାଲା ।
ସରପ   କହେ, ଆଇସୋଲେସନରେ
ସବୁ କିଛି ସରିଗଲା  । ।
କରୋନା ତୁ ବେଗେ ପଳା । ।

କା’ର ସର୍ବନାଶ କା’ର ପୁଷ ନାଶ
ବୁଡିଯାଉଅଛି ଭେଳା ।
ମାଗଣା ଏ ମାଲ୍,ଦରିଆ ମେ ଡାଲ୍,
ହେବ ଟିକେ ସିଲ୍ ସିଲା  ।
ପକେଟ୍  ହେବ ନି ଢିଲା ।
କରୋନା ତୁ ବେଗେ ପଳା


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅନାହାରରେ ଆଖି ବୁଜିଲେ ଅରୁପାନନ୍ଦ

ପଡି କାର୍ଡ ବିନା ଅନାହାରରେ ଆଖି ବୁଜିଲେ ଅରୁପାନନ୍ଦ
ପରିବାର ହାଲ ବେହାଲ
  IYA NEWS (କଂଟାପଡା) ତା:୧୯/୦୪/୨୦ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିଲା ବେଳେ, ସାର ଭାରତ ବର୍ଷରେ ତାଲା ବନ୍ଦ ଜନ ଜୀବନକୁ ବ୍ୟତି ବ୍ୟସ୍ତ କରି ଦେଇଛି  ।  ରାଜ୍ୟରେ ମଧ୍ୟ କେହି କ୍ଷୁଧାର୍ଥୀ ରହିବେ ନାହିଁ ବୋଲି ସରକାର ମଧ୍ୟ  ଘୋଷଣା କରିଛନ୍ତି  ।   ଏହା ସଙ୍ଗେ
 ସଙ୍ଗେ  ସାରା ଭାରତ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଥିଲେ ମଧ୍ୟ, ଏକ ରାସନ କାର୍ଡ କଟି ଯିବାଫଳରେ ସାରା ପରିବାର କ୍ଷୁଧାରେ କାଳପାତିତ କରିବା ସହିତ ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଏହି ପରପ୍ରେକ୍ଷୀରେ  ଅନାହାରରେ ମୃତୁୂ ବରଣ କରିଥିବା କଂଟାପଡା ବ୍ଲକ୍ ଅଧିନସ୍ଥ ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତର ବଡ ପାଟସୁନ୍ଦରପୁର ଗ୍ରାମର ଓଡ ପଡା ସାହି ଅରୁପାନନ୍ଦ ଦାସଙ୍କ ସ୍ତ୍ରୀ ଭାଗ୍ୟବତୀ ଦାସ ଜିଲ୍ଲାପାଳ, କଟକଙ୍କୁ ଲିଖିତ  ଭାବରେ ଜଣାଇବା ସହିତ ଦଶ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବୀ କରିଛନ୍ତି  । ପ୍ରକାଶ୍ୟ ଯେ, ପୂର୍ବରୁ ମୃତୁ୍ୟ ବରଣ କରିଥିବା  ଅରୁପାନନ୍ଦଙ୍କ ପରିବାର ସମେତ ଛଅ ଜଣଙ୍କ ନାମ ସହିତ ପରିବାରରର ମୁଖ୍ୟ ସରସ୍ବତୀ ଦାସଙ୍କ ନାମରେ ରାସନ କାର୍ଡ ନଂ:୦୭୦୭୦୨୧୧୧୨୦୮ ଦ୍ୱାରା ରାସନ ପାଉଥିଲେ  । ମାତ୍ର ମଇ ମାସ ୨୦୧୭ ପର ଠାରୁ  , ଉକ୍ତ  ହିତାଧିକାରୀଙ୍କର  ତିନି ବଖରାରୁ ଅଧିକ ଘର ଥିବା ଦର୍ଶାଇ  ରାସନ କାର୍ଡକୁ ନାକଚ କରି ଦିଆଗଲା  । ତେବେ ରାଜ୍ୟ ସରାକାରଙ୍କ ନିର୍ଦ୍ଦେଶନାମା ନଂ:୧୫୭୫୮/ ତା:୧୦/୦୮/୨୦୧୫ରିଖ ଅନୁଯାୟୀ ତିନି ବଖରା କିମ୍ବା ତତୋଧିକ ଘର ଥିବା ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷିତ ହୋଇଥିବା ସ୍ଥଳେ ପରବର୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶନାମା ୧୫୮୭୯/ ତା:୦୯/୦୮/୧୬ରିଖ ଅନୁଯାୟୀ, ଉକ୍ତ ତିନି ବଖରା ମଧ୍ୟରେ ଯଦି କୌଣସି ହିତାଧିକାରୀ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକାଘର ପାଇଥିବେ, ଉକ୍ତ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ  ହେବେ ବୋଲି  ଜାରି ହୋଇଥିଲା  ।   ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ମେ ୨୦୧୭ ରାସନ ଉଠାଣ ପର ଠାରୁ  ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଶ୍ରୀମତୀ ସରସ୍ବତୀ ଦାସଙ୍କ ସ୍ବାମୀ ସ୍ବର୍ଗତ ଇନ୍ଦ୍ରମଣୀ ଦାସଙ୍କ ନାମ ଇନ୍ଦିରା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସତ୍ୱେ ଯୋଗାଣ ନିରିକ୍ଷୀକା, କଂଟାପଡା ସୂଚନା ପତ୍ର ସଂଖ୍ୟା ୩୧୩୯/ତା-୧୧/୧୧/୨୦୧୯ରିଖ  ଅନୁସାରରେ ତାଙ୍କର ରାସନ କାଟି ଦିଆଯାଇଛି ବୋଲି ଦର୍ଶା ଯାଇଥିଲା  । ମାତ୍ର ରାସନ ପାଇଁ ପାରିବାରିକ କଳହ ଏବଂ ସରସ୍ବତୀ ଦାସଙ୍କ ସାନପୁଅ ଅମୁଲ୍ୟ ଦାସଙ୍କ ଅଭିଯୋଗ କ୍ରମେ, ତା-୦୬/୦୨/୨୦୧୯ରିଖରେ ତାଙ୍କର ସାନ ବୋହୁ ଟିକିନା ଦାସଙ୍କ ନାମରେ ୦୭୦୭୦୨୧୧୦୯୦୬ ପଡି କାର୍ଡ ଯୋଗେ ତିନି ଜଣଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆ ଯାଇଥିଲା, ଏହାପରେ ରାଜ୍ୟ ସରକାରଙ୍କ  ଦ୍ୱାରା ରୂପାନ୍ତରିତ ନୂତନ କାର୍ଡ ୦୭୦୭୦୨୧୧୮୦୩  ମାଧ୍ୟମରେ , ତିନିଜଣଙ୍କୁ ଅନ୍ତର୍ଭୁକ୍ତ କରାଗଲା  ।  ତେବେ ଉକ୍ତ କାର୍ଡକୁ ବିଗତ ଦିନରେ ତାଙ୍କର ବାପା ଇନ୍ଦ୍ରମଣି ଦାସ  ୧୯୯୯ ମସିହାରେ ଇନ୍ଦିରା ଆବାସ  ପାଇଥିବାରୁ  ଉକ୍ତ ବ୍ୟକ୍ତି ପଡି କାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସୁଚନା ଅଧିକାର ଆଇନ୍ ତଥ୍ୟ ଦ୍ୱାରା ସୂଚନା ମିଳିଥିଲା  । 
          ହେଲେ ପରିତାପର ବିଷୟ,  ଅରୁପାନନ୍ଦ, ପତ୍ନୀ  ଭାଗ୍ୟବତୀ ଏବଂ ତାଙ୍କର ସନ୍ତାନ
ତ୍ରୟ ରାସନକାର୍ଡରୁ ବଂଚିତ   ହୋଇଥିଲେ  । ଅରୁପାନନ୍ଦ ଜଣେ   ନାମମାତ୍ର ଚାଷୀ ହେଲେ ମଧ୍ୟ, ଘୋର ଅଭାବରେ କାଳା ପାତିତ କରୁଥିଲେ  ।  ଏହା ସହିତ ସେ ତିନୋଟି ସନ୍ତାନର ବାପା  ସହିତ ପରିବାର  ଘୋର ଦୁର୍ଦ୍ଦିନରେ ଅତିବାହିତ  ହେଉଥିବାରୁ  ଚିନ୍ତାଶୀଳ ଭାବରେ ଧିରେ ଧିରେ ରୋଗାକ୍ରାନ୍ତ ମଧ୍ୟ ହୋଇପଡିଥିଲେ  । ତାଙ୍କର ବଡଝିଅ ସାଧନା (୯ ବର୍ଷ ) ଚତୁର୍ଥ ଶ୍ରେଣୀ,  ମଧ୍ୟମା କନ୍ୟା ସମ୍ଭାବନା(୫ ବର୍ଷ) ପ୍ରଥମ ଶ୍ରେଣୀରେ ପଢିବା ସହିତ  ଏକ ବର୍ଷର ପୁଅ ଚିରଜିଂବୀ  ଅଛନ୍ତିି  । ଏପରି  ଆର୍ଥôକ ଅନାଟନରେ ପରିବାର କାଳପାତିତ କରୁଥିବା  ସମୟରେ ବାଧ୍ୟ ହୋଇ ଅରୁପାନନ୍ଦଙ୍କ ପତ୍ନୀ    ନିଜର ଦୁଗ୍ଧ ପୋଷ୍ୟ ପୁଅକୁ ଛାଡି ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ବିଦ୍ୟାଳୟରେ ମାତ୍ର ଚାରି ହଜାର ଟଙ୍କା  ବେତନରେ  କେଆର ଟେକର୍  ଭାବରେ କାମ କରୁଥିଲେ  ।   ତେବେ ଉକ୍ତ ପରିବାରର ଦୂରାବସ୍ଥା ପାଇଁ   ପ୍ରଶାସନ ଦ୍ୱାରା ବାରମ୍ବାର ନିରାଶ ହେବା ଫଳରେ , ଉକ୍ତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ, ଲୋକୟୁକ୍ତ,ଭୁବନେଶ୍ୱରରେ  ସାମାଜିକ  କର୍ମୀ ଶରତ କୁମାର ପରିଡାଙ୍କ ଏକ ମାମଲା ଦାୟର ହେବା ଦ୍ୱାରା  କେସ ନଂ: ଏଲ. ଓା୍ୱଇ:୨୪୮/୨୦୨୦ ପଂଜୀକୃତ ହୋଇଥିଲା  । ତେବେ ଉକ୍ତ କେସର ପ୍ରଥମ ଶୁଣାଣି  ତା:୧୯/୦୩/୨୦୨୦ ରେ
ହୋଇଥିଲା । ଏହାପରରେ ଏହାର ତାରିଖ  ତା:୩୦/୦୪/୨୦ରିଖକୁ ରହିଛି  ।   କିନ୍ତୁ ଜଣେ ସରଳ ନିରୀହ ବ୍ୟକ୍ତି, ରାସନ କାର୍ଡ ପାଇଁ  ବାରମ୍ବାର ପ୍ରଶାସନକୁ ଜଣାଇବା ପରେ, ତାଙ୍କର ଅଭିଯୋଗକୁ କର୍ଣ୍ଣପାତ ନ କରିବା, ଏବଂ   ପ୍ରତାରିତ  ହେବା ସହିତ ତା:୧୪/୦୪/୨୦ରିଖରେ ପ୍ରାଣ ତ୍ୟାଗ କରିଛନ୍ତି  ।  ଯାହା ଶାସନ କଳର ଅପାରଗ ପଣିଆକୁ ପଦାରେ ପକାଇଦେଇଛି  । କେବଳ ଏତିକି ନୁହେଁ, କଂଟାପଡା ବ୍ଲକରେ  ଅନେକ ଗରିବ ବିନା ପଡିକାର୍ଡ ଧାରୀ ଅଛନ୍ତି  । ଯେଉଁମାନେ ଅତ୍ୟନ୍ତ ଦୁଃଖରେ କାଳ ପାତିତ କରିବା ସହିତ ପେଟରେ ଓଦା କନା ପକାଇ ରହୁଛନ୍ତି , ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଫୁଲେଇ ସଂଜର ଅନୁଭୂତି

ଆଜି  ସୋମବାର  । ସମୟ  ସନ୍ଧ୍ୟା ସାତଟା ହେବ  ।  ଅଡଶପୁରରୁ ଫେରିବା ସମୟରେ ଯୋହଳ ପୋଲ   ଠାରେ ଏକ ମହିଳାଙ୍କୁ ଦେଖି ଚମକି ପଡିଲି  । ଗାଡି ଲାଇଟ୍ ପଡିଲା ପରେ ତାଙ୍କର ଆଚରଣ ମୋତେ ଅସ୍ବାଭାବିକ ଲାଗୁଥିଲା  ।  ବୟସ ପ୍ରାୟ ୨୫/୨୬ ହେବ  । ଶାଗୁଆ ଫିକା ରଙ୍ଗର ସାଢୀ ପିନ୍ଧିବା ସହିତ ମଥାର ସିନ୍ଦୁର ଚମକି ଉଠୁଥିଲା  ।  ତେବେ ମହିଳା ଜଣକ ମାନସିକ ବିକାରଗ୍ରସ୍ତ କିମ୍ବା ଘରୁ ରାଗି କରି ପଳାଇ ଆସିଛନ୍ତି ମନରେ କୌତୁହଳ ଜାତ ହେବା ସ୍ବାଭାବିକ  ।  ତେବେ ବି ସନ୍ଧ୍ୟା ସମୟରେ ଗାଡି ରଖି  ଏକ ମହିଳା ପଛରେ ପଡିବା,  କେତେ ଜଣ ବି ଏ ଘଟଣାରେ ନକରାତ୍ମକ ମତ ପ୍ରଦାନ କରିଥିଲେ  । ତଥାପି   କୁଆଡେ ଯାଉଛନ୍ତି ମାଆ କହିଲା -ପରେ ମହିଳା ଜଣକ ଚୁପ୍ ହୋଇ  ଯାଇଥିଲେ  ।
                            ବିଚାରୀ ବିଡ୍ ବିଡେଇ ହୋଇ କାନ୍ଦି ଉଠିଲା  । ମୋତେ ଛାଡି ଦିଅ । ଯୁଆଡେ ଇଛା ମୁଁ ଚାଲିଯିବି, ନ ହେଲେ ମୁଁ ମରିବି  । କଣ କରିବି ଭାଇ,  ଶାଶୁ ଘରେ ସୁଖ ପାଇ ପାରିଲି ନାହିଁ  । ବାପ ଘରକୁ ଆସଲି ଭାରି  । ହେଲେ ଏଠି ମୋତେ ଭଲରେ  ରଖେଇ ଦେଲେ ନାହିଁ  ।  ଶେଷରେ ମୋତେ ବାଡେଇଲେ  । ଏଇଠି  ଦେଖ ମୋ ହାତ କେମିତି ଖଣ୍ଡିଆ ହୋଇଛି  ।  ବାଇକ୍ ରଖି ମୋବାଇଲରେ ହାତ ଦେଖିଲି ତାର  । ଡାହାଣ ହାତରେ ଶଂଖା ପଟକ ବ୍ୟତୀତ ଆଉ କିଛି ନଥିଲା  । କାଚ ଗୁଡିକ ଭାଙ୍ଗି ଯିବା ହେତୁ  ହାତ ଖଣ୍ଡିଆ ଖାବରା ହୋଇଛି ବୋଲି ମନେ ହେଉଥିଲା  ।  ହେଲେ କିଛି ଅଘଟଣର ଆଶଙ୍କା ମୁଁ ମନେ କରୁଥିଲି  ।   ଏହା ପରେ ବି ଉଡି ଯୋହଳ ପୋଲ  ଠାରୁ ଇଛାପୁର ପର୍ଯ୍ୟନ୍ତ ଦୁଇ କିଲୋମିଟର ଦୂର  । 
                           ଏତଦ୍ ବ୍ୟତୀତ ଲକ ଡାଉନ୍ ହେତୁ  ଉକ୍ତ ରାସ୍ତା ମଧ୍ୟ ଶୁନ୍ ଶାନ୍ ଲାଗୁଥିଲା  ।  ହେଲେ  ଏପରି ବିଚିତ୍ର କଥା,  ଲକ୍ ଡାଉନ ସମୟରେ ଅଡଶପୁର ଠାରୁ ଉଡିଯୋହଳ ପର୍ଯ୍ୟନ୍ତ ନିଛାଟିଆ ରାସ୍ତାରେ ଯେତେ   ଭଦ୍ର ଲୋକମାନଙ୍କର ଯାତାୟାତ ହୁଏ ନାହିଁ । ବରଂ କିଛି ଅସାମାଜିକ ଲୋକମାନଙ୍କର ଯାତାୟାତ ଅଧିକ ହୋଇଥାଏ  । ବିଶେଷ କରି  ଏଠି କିଛି ନିଶାଡି ମାନଙ୍କ ସଂଖ୍ୟାା ଅଧିକ ଥାଏ ।   ମନ ଭଲା ଲାଗିଲା ନି  । ବାଇକରେ  ବସାଇବା ସହିତ ଚାଲିଲି  ଓଲଟପୁର ଅଭିମୁଖେ  ।  
                  ମହିଳା ଜଣକ ସଲୀନା ନାୟକ (ଛଦ୍ମ ନାମ )  । ଦୁଇ ବର୍ଷ ପୂର୍ବେ ଅଡଶପୁରରେ ବାହାଘର ହୋଇଥିଲା  । ସ୍ବାମୀ କାଠ କାମ କରନ୍ତି  ।  ହେଲେ ଦୁଇ ବର୍ଷ  ତଳୁ ଲେଖା ପଢି ହୋଇ  ସ୍ବାମୀ/ସ୍ତ୍ରୀ ଅଲଗା ରହୁଛନ୍ତି  ।     ଏ କଥା ଶୁଣିଲା ପରେ ବି, ବହୁତ ସମୟ ପୂର୍ବରୁ ସଲୀନାଙ୍କୁ  ଓଲଟପୁର ଥାନାରେ  ପହଂଚାଇଦେଲେ, ମୋର ଦାୟିତ୍ୱ ପ୍ରାୟ ସରିବା ସହିତ  ମୁଁ ନିରାପଦ ହୋଇ ପାରିବି ବୋଲି ମନେ କରୁଥିଲି  । ତେବେ ସଲୀନା ସକାଳୁ କିଛି ଖାଇ ନଥିଲା  । ପାରିବାରିକ   କଳହ ହେତୁ ସକାଳ ଏଗାରଟା ସୁଦ୍ଧା ଆସି ଏକ ଆଶ୍ରମରେ ଥିଲା । ଏହାପରେ ସଂଜ ବେଳୁ ସେ ଆଶ୍ରମରୁ ପଳାଇ ଆସିଛି ବୋଲି ସେ କହୁଥିଲା  । ଏମିତି କି ବାଟରେ ଭାଇ ମାନେ ଅଟକାଇ ଥିଲେ ବି ସେ   ଉଭୟ ଛଡା ଛଡି ମଧ୍ୟରେ କ୍ଷତାକ୍ତ ହୋଇଥିଲେ  ।
                               ଓଲଟପୁର ତେଲ ଟାଙ୍କୀ ଅତିକ୍ରମ କଲା ପରେ ସଲୀନାକୁ ଶୋଷ ଲାଗିଲା  । ବିଚାରୀ ସକାଳୁ କିଛି ଖାଇ ନ ଥିଲା  । ଲକ ଡାଉନ୍ ହେତୁ  ବଜାର ଗୁଡିକ ବନ୍ଦ ଥିଲେ ବି କଂଟାପଡା ହାଇ ସ୍କୁଲ ସମ୍ମୂଖ ଦୋକାନରୁ ପାଣି ବଟଲ ଓ କିଛି ବିସ୍କୁଟ୍  ଦେଲି  । ସଲୀନାକୁ ଏତେ ଥକା ଲାଗୁଥିଲା, ପାଣି  ବୋତଲକୁ ଏକା ନିଶ୍ୱାସରେ ପିଇ ଦେଲା ପରେ ପ୍ରାୟ ପାଂଚ ମିନିଟ ଶୋଇ ପଡିଲା  । ରାତି ଅଧିକ ହେବ ବୋଲି , ତାକୁ ଉଠାଇବା ପରେ ଓଲଟପୁର ଥାନାକୁ ଆସିଲି  ।  ଅବଶ୍ୟ ଏପରି ଘଟଣା ଥାନାକୁ ଆଣିଥିବାରୁ  ଜନୈକ ମହିଳା କନେଷ୍ଟବଳଙ୍କ ଠାରୁ କଟୁକ୍ତି ଶୁଣିବାକୁ ମିଳିଥିଲା  । ମିଡିଆ ବାଲାଙ୍କର କିଛି କାମ ନାହିଁ  ।  ଥାନାରେ ଏତେ କାମ ଯେ, ଟିକେ ଫୁରସତ୍ ନାହିଁ  । ପୁଣି ଆଣି କାମ ଲଗାଇଦେଲେ ଯେ......  ହେଲେ ମୁଁ  ସିଧା ସଳଖ ଥାନା ଆଇ.ଆଇ.ସି ଙ୍କ କଥା ହୋଇ , କାମ ସାରିବା ପାଇଁ ନିଷ୍ପତି ନେଇଥିଲି  । ତେଣୁ ଚୁପ୍ ରହିବା ଉତମ ବୋଲି ମୁଁ ଭାବୁଥିଲି  । ଅବଶ୍ୟ  ରାତି ଆଠଟା ସୁଦ୍ଧା ଆଇ.ଆଇ. ସି. ମହୋଦୟା ଆସିଲେ  ।   କଥାବାର୍ତା ବି ସରିଗଲା  ।  ବହୁତ ଖୁସି ଲାଗିଲା, ଓଲଟପୁର ପୋଲିସ ପ୍ରଶାସନର ସୁ ଉଦ୍ୟମ କ୍ରମେ ରାତା ରାତି ବାପଘର ଲୋକେ ଆସି ସଲୀନାକୁ ମଧ୍ୟ ନେଇ ଗଲେ  ।  ହେଲେ ସଲୀନାର ଆଖିରୁ ଅନେକ କଥା ପଢି ହେଊଥିଲ ।   ବୈବାହିକ ଜୀବନରେ  ଜଣେ ଅବସାଦଗ୍ରସ୍ତାରୁ  ଧିରେ ଧିରେ ମାନସିକ ବିକାରଗ୍ରସ୍ତା ଅବସ୍ଥାକୁ ଯାଉ ନାହିଁ ତ  । ବିଭିନ୍ନ  ମଧ୍ୟ ବିତ ମହିଳାମାନଙ୍କର ଅନୁଭବରୁ ମୋତେ ଲାଗେ,  ଦୈନନ୍ଦିନ ଜୀବନ ଯେତେ ଶ୍ରମ ବହୁଳ ହେଉ କି ସମସ୍ୟାଯୁକ୍ତ ହେଉ, ଜୀବନଟା ଏକା ହେଲେ ବି  ଏକ ପରିବାରର ପାରସ୍ପରିକ ଭଲ ପାଇବା ମଧ୍ୟରେ କିଛି ଯନ୍ତ୍ରଣା ଉପଶମ ହୋଇଯାଏ  ।  ଜୀବନଟା ଆପଣାର ଲାଗେ  । 
                        ହେଲେ ସଲୀନା ତାର ଶାଶୁ ଘର ଛାଡିଲା ପରେ ବି ବାଟରେ ଶାଶୁ ଘର କଥା କହୁଥିଲା  । କିନ୍ତୁ ସଲୀନାର ଲୁହରୁ , ତାର ଜୀବନଟା ଯେ ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ମୁଁ ପଢି ପାରୁ ଥିଲି  । ଦି ଦିନ ବିତି   ଯାଇଥିଲେ ବି,  ଏ ବିଷୟରେ ଅନେକଙ୍କ ଟାରୁ ନକରାତ୍ମକ ମନ୍ତବ୍ୟ ଶୁଣି  ମନ  ଭଲ ଲାଗୁ ନାହିଁ  । ଜଣେ ସାମାଜିକର୍ମୀ ଭାବରେ ରାତି ବେଳା ନିଛାଟିଆ ରାସ୍ତାରୁ ଏକ ମହିଳାକୁ ଥାନାରେ ଜିମା ଦେବା, କଣ ଯେ ଭୁଲ୍ ଥିଲା ମୁଁ ବି ଜାଣି ପାରୁ ନାହିଁ  ।  ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ମଣିଷ ଭଲ କାମ କରିବ , ଲୋକେ ଭଲ ପଦେ କହିବେ ନାହିଁ  । କିନ୍ତୁ ଖରାପ ଦେଖିଲେ ରାଂପି ବିଦାରି ହେବେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଦୁଇ ବେଳା ଖାଇବାକୁ ପାଉ ନାହାନ୍ତି ବର୍ହି ରାଜ୍ୟର ଶ୍ରମିକ

ଅଡଶପୁର ଗ୍ରାମ ପଂଚାୟତ ସ୍ତରୀୟ ସଂଘ, ଖାଦ୍ୟ ବିତରଣ  କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ
ଦୁଇ ବେଳା  ଖାଇବାକୁ ପାଉ ନାହାନ୍ତି ବର୍ହି ରାଜ୍ୟର ଶ୍ରମିକ
IYA NEWS (କଂଟାପଡା) ତା:୧୪/୦୪/୨୦  ମହାମାରୀ କରୋନା ପାଇଁ ସାରା ଭାରତ ବର୍ଷ ଲକ୍ ଡାଉନ୍  । ଦୁର୍ବିସହ ହୋଇ ଯାଇଛି ଜନ ଜୀବନ ଧାରା  ।  କିଏ କ୍ଷୁଧା ଜ୍ୱାଳାରେ ସନ୍ତୁଳି  ହୋଇ ଆର୍ତ ଚିକ୍ରାର କରୁଛନ୍ତି ତ କିଏ ଗ୍ରୀଷ୍ମ ଜ୍ୱାଳାରେ ପାଣି ଟୋପେ ପାଇଁ ଛଟପଟ ହେଉଛନ୍ତି  । ଏହି ପରିପ୍ରେକ୍ଷୀରେ  ରାଜ୍ୟରେ  କେହି କ୍ଷୁଧାର୍ଥୀ ରହିବେ  ନାହିଁ ବୋଲି, ଅସହାୟ ଏବଂ, ବହିରାଗତ ରାଜ୍ୟର ଶ୍ରମିକମାନଙ୍କ ପାଇଁ  ଓଡିଶା ସରକାର, ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ  ( ବିପର୍ଯ୍ୟୟ ପରିଚାଳନା ବିଭାଗ)ଙ୍କ ନିର୍ଦ୍ଦେଶାନାମା ନଂ:୨୦୫୩  ଓ ତାରିଖ: ୩୦.୦୩.୨୦୨୦ ଅନୁଯାୟୀ ରାଜ୍ୟରେ ବିଭିନ୍ନ  ଖାଦ୍ୟ ବିତରଣ କେନ୍ଦ୍ର କରାଯାଇଛି  । ଏହା ସହିତ ଖାଦ୍ୟର ଉପଯୁକ୍ତ ମାନ ରହିବା ସହିତ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ମୁଣ୍ଡ ପିଛା ୬୦ ଟଙ୍କା ଏବଂ ବାର ବର୍ଷରୁ ନିମ୍ନ ପିଲାମାନଙ୍କ ପାଇଁ ୪୫ ଟଙ୍କା ବ୍ୟୟ ବରାଦ ହେବା ସହିତ  ପ୍ରତ୍ୟେକ ଦିନ ଦୁଇ ବେଳା ଭୋଜନ ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆ ଯାଇଛି  ।   ମାତ୍ର ପରିତାପର ବିଷୟ ଏହି କି ଯେ,ଅଡଶପୁର ସ୍ଥିତ  ଗ୍ରାମ ପଂଚାୟତ ସ୍ତରୀୟ ସଂଘର  ଖାଦ୍ୟ ବିତରଣ  କେନ୍ଦ୍ରରେ  ପ୍ରଦାନ କରାଯାଉଥିବା ଅତ୍ୟନ୍ତ ନିମ୍ନ ମାନର ଅଟେ   ଏବଂ  ଏଠାରେ ଦୁଇ ବେଳା ଖାଦ୍ୟ ପ୍ରଦାନ କରା ଯାଉ ନ ଥିବାରୁ , ବର୍ହି ରାଜ୍ୟର ଶ୍ରମିକ ଏବଂ ଅସହାୟ ବ୍ୟକ୍ତିମାନେ,ରାତ୍ରି ବେଳା ଉପାସରେ କାଳ ପାତିତ କରୁଛନ୍ତି  । ଯାହଫଳରେ ଭୋଜନ କରୁଥିବା ଅସହାୟ ବ୍ୟକ୍ତିମାନେ ଘୋର ଅସନ୍ତୋଷ ପରିପ୍ରକାଶ କରୁଛନ୍ତି  । ଏହା ବ୍ୟତୀତ,ଉକ୍ତ କେନ୍ଦ୍ରରେ ପ୍ରତ୍ୟେକ ଦିନ ପ୍ରାୟ ପଚାଶ ଜଣ ଭୋଜନ କରିବା ସମୟରେ . ସରକାରଙ୍କ ନିୟମ ମତେ ରେଜିଷ୍ଟ୍ରରରେ ଶତାଧିକ  ବ୍ୟକ୍ତିମାନଙ୍କୁ ଉଲ୍ଲେଖ କରାଯାଇ ଅତ୍ୟନ୍ତ ଚଂଚକତା କରା ଯାଉଛି  ବୋଲି ଅଡଶପୁରରର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ,  ଆଜି  ଅପରାହ୍ନ ସୁଦ୍ଧ ସାମାଜିକକର୍ମୀ ସୁବ୍ରତ କୁମାର ଦାସଙ୍କ ନେତୃତ୍ୱରେ  କଂଟାପଡା ବ୍ଲକ୍ ଉନ୍ନୟନ ଅଧିକାରୀ କେ. ଅଶୋକ କୁମାରଙ୍କ ଜରିଆରେ କଟକ ଜିଲ୍ଲାପାଳଙ୍କୁ   ଦରଖାସ୍ତ ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତୀତ  ଉକ୍ତ ଖାଦ୍ୟ ବିତରଣ କେନ୍ଦ୍ରରେ ବ୍ୟାପକ ଅନିୟମିତତାକୁ ଦୃଷ୍ଟିରେ  ରଖିବା ସହିତ, ଏହାକୁ ବିଧିବଦ୍ଧ ତଦନ୍ତ କରାଯାଇ,  ଉକ୍ତ ପଂଚାୟତ ସ୍ତରୀୟ ସଂଘର  ପ୍ରାୟୋଜିତ ଖାଦ୍ୟ ବିଲକ  ରଦ୍ଦ କରାଯିବା ପାଇଁ  ସାମାଜିକକର୍ମୀ  ଶ୍ରୀଯୁକ୍ତ ଦାସ ମତବ୍ୟକ୍ତ କରିଛନ୍ତି  ।  ତେବେ ଉକ୍ତ ଅନିୟମିତତା ସଂପର୍କରେ ତଦନ୍ତ କରାଯିବା ସହିତ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ବ୍ଲକ୍ ଉନ୍ନୟନ ଅଧିକାରୀ,କଂଟାପଡା, ଦରଖାସ୍ତ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ କୁମାର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସାଇଲୋ ବଡବିଲ୍ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

ସାଇଲୋ ବଡବିଲ୍ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

IYA NEWS (କଂଟାପଡା) ତା:୧୪/୦୪/୨୦ ସାମାଜିକ   ଗଣତନ୍ତ୍ରର   ଭିତିଭୂମି  ବିନା  ରାଜନୈତିକ   ଗଣତନ୍ତ୍ର   ବଂଚି   ପାରିବ  ନାହିଁ  । ତେବେ  ସାମାଜିକ  ଗଣତନ୍ତ୍ର    କହିଲେ   କ’ଣ  ବୁଝାଏ   ?   ଏହାର   ଅର୍ଥ   ହେଲା  ଏଭଳି   ଏକ   ଜୀବନ   ପ୍ରଣାଳୀ ,ଯାହା   ସ୍ବାଧୀନତା  ,  ସମତା   ଓ ଭ୍ରାତୃତ୍ୱକୁ  ଜୀବନର    ନୀତି   ରୂପେ    ସ୍ବୀକାର    କରୁଥିବେ  ବୋଲି, ଆଜି କଂଟାପଡା  ବ୍ଲକ୍ ଅନ୍ତର୍ଗତ ସାଇଲୋ ବଡ ବିଲ ଠାରେ ଆୟୋଜିତ ଆମ୍ବେଦକର ଜୟନ୍ତୀ ଅବସରରେ ଆମ୍ବେଦକରପ୍ରେମୀମାନେ ମତ ବ୍ୟକ୍ତ କରିଛନ୍ତି  ।  ସାରା ବିଶ୍ୱବାସୀ  ମହାମାରୀ କରୋନାରେ କବଳିତ ହୋଇଥିବା ସମୟରେ,  ଆଜି  ସାଇଲୋ ବଡବିଲସ୍ଥ  କନ୍ଦଳ ବ୍ରିଜ  ଠାରେ ଆମ୍ବେଦକରପ୍ରେମୀ ଏକାଠି ହୋଇ, ନିଷ୍ପେସିତ ମାନବର ତ୍ରାଣକର୍ତା  ତଥା ସମ୍ବିଧାନ ପ୍ରଣେତା ଡଃ ଭୀମ ରାଓ ଆମ୍ବେଦକରଙ୍କ  ପଟ୍ଟଚିତ୍ରରେ  ପୁଷ୍ପାର୍ଘ୍ୟ ଅର୍ପଣ କରା ଯାଇଥିଲା  । ତେବେ ସାରା ଭାରତ ବର୍ଷରେ ଲକ୍ ଡାଉନ୍ ଚାଲୁଥିବା ସମୟରେ  ସାମାଜିକ ଦୂରତାକୁ ଅବଲମ୍ବନ କରି ଆମ୍ବେଦକରପ୍ରେମୀମାନେ  ବାବା ସାହେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୟ ଭୀମ୍ ନାରା ଦେଇଥିଲେ  । ଏତଦ୍ ବ୍ୟତୀତ  କନ୍ଦଳ ବ୍ରିଜ ଠାରେ  ଏକ ୪୦୦ ବର୍ଗ ଫୁଟ ପରିମିତ ସ୍ଥାନରେ ବାବା ସାହେବଙ୍କ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ହରେକୃଷ୍ଣ ଭୋଇ ମତ ପ୍ରଦାନ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମରେ ହରେକୃଷ୍ଣ ଭୋଇ, ପ୍ରବୀର ଭୋଇ, ମାଧବ ଭୋଇ , ବିଜୟ ଭୋଇ,ଦୀନବନ୍ଧୁ ମଲ୍ଲିକ ଏବଂ ବିଜୟ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।  ପରିଶେଷରେ ଭାରତୀୟ ଯୁବ ସଂଗଠନର ସମ୍ବାଦ ଦାତା ତଥା ସାମାଜିକକର୍ମୀ ମାଧବାନନ୍ଦ ଭୋଇ ସମସ୍ତ ଆମ୍ବେଦକରକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଏମ୍.ଏସ. ଡବ୍ଲୁ. ଛାତ୍ର ସଂଗଠନର କରୋନା ସଚେତନତା କାର୍ଯ୍ୟକ୍ରମ

ଏମ୍.ଏସ. ଡବ୍ଲୁ.  ଛାତ୍ର ସଂଗଠନର କରୋନା ସଚେତନତା କାର୍ଯ୍ୟକ୍ରମ
(କଂଟାପଡା)  ତା:୧୨/୦୪/୨୦ କଂଟାପଡା ବ୍ଲକ୍ ଅନ୍ତର୍ଗତ ଉଦୟନାଥ ସ୍ବୟଂ ଶାସିତ ବିଜ୍ଞାନ  ଏବଂ ବୈଷୟିକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଏମ୍.ଏସ. ଡବ୍ଲୁ.  ଛାତ୍ର ସଂଗଠନ ତରଫରୁ ମହାମାରୀ କରୋନା ପାଇଁ ପ୍ରଥମ କରୋନା ସଚେତନତା ଏବଂ ରିଲିଫ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ଏହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ଦିବ୍ୟସିଂହ ସେଠୀଙ୍କ ତତ୍ୱାବଧାନରେ ଅସହାୟ ଜନ ସାଧାରଣମାନଙ୍କୁ ଶୁଖିଲା ଖାଦ୍ୟ ଯଥା ଚୂଡା, ବିସ୍କୁଟ୍, ଆଳୁ ଓ ହାତ ଧୋଇବା ପାଇଁ ସାବୁନ ବଂଟନ ସହ କରୋନା ସମ୍ପର୍କିତ ସଚେତନତା ଓ  ସରକାରୀ ସ୍ତରରେ ବିଭିନ୍ନ ଅନୁଦାନ ସଂପର୍କରେ ଅବଗତ କରା ଯାଇଥିଲା   । ଏତଦ୍ ବ୍ୟତୀତ ସୁଷମ ଖାଦ୍ୟ ଭୋଜନ  କରିବା ସହିତ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବା ପାଇଁ ମୁଣ୍ଡାସାହି ଅଧିବାସୀମାନଙ୍କୁ ଅବଗତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ କୋଡିଏରୁ ଅଧ୍ଚଳ ପରିବାରକୁ ସାମିଲ୍ କରାଯାଇଥିଲା । ସଂଗଠନର ମୁଖପାତ୍ର ଯଯାତି କେଶରୀ ସାହୁ  ଭବିଷ୍ୟତରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କରୋନା ଲକ୍ ଡାଉନ୍ ପ୍ରଭାବରେ ହନ୍ତ ସନ୍ତ ଦୃଷ୍ଟି ବାଧିତ କଂଠ ଶିଳ୍ପୀ

  କରୋନା ଲକ୍ ଡାଉନ୍ ପ୍ରଭାବରେ  ହନ୍ତ ସନ୍ତ ଦୃଷ୍ଟି ବାଧିତ  କଂଠ ଶିଳ୍ପୀ
IYA NEWS (କଂଟାପଡା)  ତା:୦୯/୦୪/୨୦୨୦ ଜୀବ ଥାଉ  ଥାଉ ଭଜ ନାମ ବ୍ରହ୍ମକୁ  । ଜିଣିବ ନିଶ୍ଚୟ କାମ କର୍ମକୁ  ।  ହାର୍ମୋନିୟମର  ମିଠା ଧୁନ୍  ସହିତ ସନ୍ଥ ବାହୁଡାଙ୍କ ରଚିତ ଏକ ଭଜନର ସ୍ବକୀୟ ସୁରେ ସୁରେ ତଲ୍ଲୀନ ହୋଇ ଯାଉଥିଲେ ଦୃଷ୍ଟି ବାଧିତ କଂଠ ଶିଳ୍ପୀ  ପ୍ରଭାସିନୀ । ଧିରେ ଧିରେ ଆତ୍ମସ୍ଥ ହୋଇଯାଉଥିଲେ ପ୍ରିୟ ପରମଙ୍କ  ପଦାରବିନ୍ଦରେ ନିଜର ଆତ୍ମ ସମର୍ପଣ ପାଇଁ  । ଆଜି  ମହାମାରୀ କରୋନାର ଲକ୍ ଡାଉନ ପ୍ରଭାବରେ  ଅଭାବ ଅନାଟନରେ କ୍ଷୁଧାର ଜ୍ୱାଳା  ତୀବ୍ର ହେଲେ  ବି, ବିଭୁଙ୍କ  ଭଜନ ଗାଇଲା ବେଳେ କିଛି ଉପଶମ ମିଳେ  ବୋଲି ଲହ ଛଳ ଛଳ କଂଠରେ ଉକ୍ତି ବାଢିଥିଲେ କଂଟାପଡା ବ୍ଲକ୍ ଝାରପଡା ଗ୍ରାମ ପଂଚାୟତ,ଚଉପଡା ଗ୍ରାମସ୍ଥ ମନ୍ଦର ଭୋଇଙ୍କ  କନ୍ୟା ପ୍ରଭାସିନୀ ଭୋଇ (୨୫ ବର୍ଷ )  । ବାଲ୍ୟ କାଳରୁ ସେ ଜଣେ ଦୃଷ୍ଟି ବାଧିତ ହୋଇ ଥିଲେ ବି, ସପ୍ତମ ଶ୍ରେଣୀ ପର୍ଯର୍୍ୟନ୍ତ ପୁରୀସ୍ଥିତଏକ ଦୃଷ୍ଟି ହୀନ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ  । ଏହାପରେ  ପ୍ରଭାସିନୀ ଗାଁକୁ ଫେରିବା ପରେ ନିଜକୁ ସାମିଲ କରିଦେଲେ ବାପାଙ୍କ ଧୁଡୁକି ନାଚରେ  ।  ପରିବାର ପ୍ରତିପୋଷଣ ପାଇଁ ଗାଁ ଗାଁ ବୁଲି କେତେବେଳେ ବାପାଙ୍କ ସହିତ ଧୁଡିକି ନାଚରେ ଗୀତ ଗାଇଲେ ତ କେତେବେଳେ ଘୋଡା ନାଚରେ ଗୀତ ଗାଉଥିଲେ  ।  ଧିରେ ଧିରେ  ଗ୍ରାମାଂଚଳରୁ ପାରମ୍ପରିକ କଳା କମିଗଲା ପରେ, ପ୍ରଭାସିନୀ ଗାଁ ଗାଁ ବୁଲି ଭଜନ କାର୍ଯ୍ୟକ୍ରମ କଲେ  ।  ହାର୍ମୋନିୟମ ଧୁନ ସହିତ ତାଙ୍କର ସୁଲଳିତ କଂଠରେ ପରିବେଷଣ କରୁଥିଲେ ପଂଚସଖା, ସନ୍ଥ ବାହୁଡା, ସନ୍ଥ ଭୀମ ଭୋଇ,ସନ୍ଥ ଅଭିରାମ ଏବଂ ସନ୍ଥ ମଧୁ ଦାସ ପ୍ରମୁଖଙ୍କର ଶରୀର ତତ୍ୱ ତଥା ଭାବ ତତ୍ୱ ଭଜନକୁ । ହେଲେ ଗ୍ରାମାଂଚଳରେ ଏକ କାର୍ଯ୍ୟକ୍ରମ କଲେ ତାଙ୍କୁ ମିଳେ ଚାରି ଶହରୁ ପାଂଚ ଶହ ଟଙ୍କା ମାତ୍ର । ପ୍ରଭାସିନୀଙ୍କର ବାପା ଜଣେ ଆଂଶିକ ପକ୍ଷାଘାତ ରୋଗୀ ହେଲେ ବି ,ପରିବାରର ପାଂଚ ପ୍ରାଣୀ କୁଟୁମ୍ବଙ୍କ ଦାୟିତ୍ୱ ପ୍ରଭାସିନୀଙ୍କ ମୁଣ୍ଡ ଉପରେ ନ୍ୟସ୍ତ ଥାଏ  । ପ୍ରଭାସିନୀଙ୍କ ଏହି ଦଳିତ ପରିବାରକୁ ମୁଣ୍ଡ ପିଛା ପାଂଚ କି.ଗ୍ରା. ଚାଉଳ ଏବଂ ଭତା ବ୍ୟତୀତ ଆଉ କିଛି ମିଳେ ନାହିଁ  । ତେବେ, ଲକ୍ ଡାଉନ୍ ପାଇଁ  ସରକାରଙ୍କ ତରଫରୁ ଝାରପଡା ଗ୍ରାମ ପଂଚାୟତରେ   ଖାଦ୍ୟ ବିତରଣ କେନ୍ଦ୍ରରେ ଅସହାୟମାନଙ୍କୁ  ଦୁଇ ବେଳା ଖାଦ୍ୟ ବିତରଣ ବ୍ୟବସ୍ଥା ଥିଲେ ମଧ୍ୟ, ଏପରି ପରିବାରକୁ  ରନ୍ଧନ ଖାଦ୍ୟ ନ ମିଳିବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଏତଦ୍ ବ୍ୟତୀତ ଏଠାରେ ଅନେକ ଦିବ୍ୟାଙ୍ଗ ପରିବାର  ଥିଲେ  ମଧ୍ୟ, ଲକ୍ ଡାଉନ୍   ସମୟରେ ଦୈନନ୍ଦିନ  ପରିବାର ପ୍ରତିପୋଷଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।  ପରିଶେଷରେ ଲକ୍ ଡାଉନ୍ ପାଇଁ  ପ୍ରଭାସିନୀ କାର୍ଯ୍ୟକ୍ରମ କରି ନ ପାରୁଥିବାରୁ, ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ଚଳାଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି  ।  ଯଦି  ପ୍ରଶାସନ ସରକାରୀ ସହାୟତା ସହିତ ଏକ କଳାକାର ଭତା  ପ୍ରଦାନ କରିପାରନ୍ତେ, ତେବେ ତାଙ୍କ ଜୀବନରେ ଟିକେ ଖୁସି ଆସି ପାରନ୍ତା ବୋଲି, ପ୍ରଭାସିନୀ ଆମର  ଭାରତୀୟ ଯୁବ ସଂଗଠନର ସମ୍ବାଦ ଦାତାଙ୍କ ସମ୍ମୁଖରେ ପରିପ୍ରକାଶ କରିଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବଜ୍ରାଘାତରେ ଇଚ୍ଛାପୁରର ନାବାଳିକା ମୃତ

ବଜ୍ରାଘାତରେ ଇଚ୍ଛାପୁରର ନାବାଳିକା ମୃତ

  IYA NEWS BREAKING (କଂଟାପଡା)ତା:୦୮/୦୪/୨୦ :  ମରଣ କେତେ ବେଳେ ଆସେ, ତାର ସୂଚନା ମିଳେ ନାହିଁ . ବିଶ୍ୱରେ ମାହାମାରୀ କରୋନା  ଜନ ସାଧାରଣଙ୍କୁ ଅହରହ ପୀଡା ପ୍ରଦାନ କରୁଥିବା ସମୟରେ,କଂଟାପଡା ବ୍ଲକ୍ ଅନ୍ତର୍ଗତ ଇଛାପୁର ଗ୍ରାମରେ  ଏକ ଦୁଃଖଦ ଘଟଣାରେ ଶୋକର ଛାୟା  ଖେଳି ଯାଇଛି  । ଦିନ ବାରଟା ସମୟ  ।  ଆକାଶର ବର୍ଷା ସହିତ  ଘଡ ଘଡି  ।  ତେବେ ଇଛାପୁର ଗ୍ରାମସ୍ଥ ସୁଜିତ ବେହେରାଙ୍କ ଝିଅ ପ୍ରିୟଙ୍କା ବେହେରା (୧୩ ବର୍ଷ) ଶୌଚ ପାଇଁ  ନିଜର ଘର ପଛ  ପାଶ୍ୱର୍କୁ ଯାଇଥିଲେ  ।  ମାତ୍ର ବିଧିର ବିଧାନ ବିଚିତ୍ର  । ଏହି ସମୟରେ ଅଚାନକ ବଜ୍ରାଘାତରେ ଟଳି ପଡିଲେ ପ୍ରିୟଙ୍କା  । ସଂଗେ ସଂଗେ  ପ୍ରିୟଙ୍କାଙ୍କୁ ନେଇଯାଇଥିଲେ ଅଡଶପୁର ଉନ୍ନୀତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ  । ମାତ୍ର  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପରିଶେଷରେ  ଓଲଟପୁର ଥାନା ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ  କରିବା ପାଇଁ କଟକ ପଠାଇଛି  ।  ପ୍ରିୟଙ୍କା ସପ୍ତମରେ ପଢୁଥିବା ସମୟରେ,ଏହି ଘଟଣା, ଇଛାପୁର ଗ୍ରାମରେ ଦୁଃଖଦ ଛାୟା ଘୋଟିଯିବା  ସହିତ ଗ୍ରାମବାସୀମାନର ଶୋକ ସନ୍ତପ୍ତ ପରିବାରକୁ ସମବେଦନା କଣାଇଛନ୍ତି  । ପରିଶେଷରେ  ସନ୍ଧ୍ୟା ସୁଦ୍ଧା ପ୍ରିୟଙ୍କାଙ୍କ  ମୃତ ଦେହ ଖାନ ନଗର ଶ୍ମଶାନରେରେ ଶେଷକୃତ୍ୟ ସଂପନ୍ନ ହୋଇଛି ବୋଲି ପରିବାର ସୁତ୍ରରୁ ଜଣାପଡିଛି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗ୍ରାମୀଣ ସେବକ ସମାଜର ରିଲିଫ ବଂଟନ

ଖେରସରେ ଗ୍ରାମୀଣ ସେବକ ସମାଜର କରୋନା ସଚେତନତା ଏବଂ ରିଲିଫ ବଂଟନ କାର୍ଯ୍ୟକ୍ରମ

IYA NEWS (ନିଆଳୀ) ତା:୦୭/୦୪/୨୦ରିଖ ମହାମାରୀ କରୋନାର  ସର୍ବ ଗ୍ରାସୀ ଜ୍ୱାଳାରେ ସାରା ବିଶ୍ୱରେ ହା ହା କାର ଛାଇ ହୋଇଗଲାଣି  । ମହାମାରୀ କରୋନାକୁ ପ୍ରତିହତ କରିବା ପାଇ,ଁ ସରକାର  କେବଳ ଲକ୍ ଡାଉନ୍ ହିଁ  ଏକ ମାତ୍ର ବିକଳ୍ପ ପନ୍ଥା ଭାବରେ  ଅଭିହିତ କରି ସାରିଥିବା ବେଳେ, ଏହି ସମୟରେ ଅନେକ   ଲୋକ ଖାଦ୍ୟ ବିନା ଛଟ ପଟ ହେଉଛନ୍ତି  । ଏତଦ୍ ବ୍ୟତୀତ ସରକାର ଅସହାୟ ବ୍ୟକ୍ତିଙ୍କ ପାଇଁ ଦୁଇ ବେଳା  ଭୋଜନ ବ୍ୟବସ୍ଥା କରିଥିବା ସମୟରେ, ପ୍ରାୟତଃ ଅନେକ ସ୍ଥାନରେ ଏକ ବେଳା ଭୋଜନ ପ୍ରଦାନ କରା ଯାଉଛି  । ଏହି ପରିପ୍ରେକ୍ଷୀରେ  ଅସହାୟ ବିପନ୍ନମାନଙ୍କୁ ପ୍ରଥମେ ସହାୟତାର ହାତ ବଢାଇଛି ନିଆଳୀ ବ୍ଲକ୍ ଅନ୍ତର୍ଗତ  ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଏବଂ  ଏଡ୍ ଇଂଡିଆ ସଂଗଠନ  । ଆଜି କଂଟାପଡା ବ୍ଲକର ଖେରସ ଗ୍ରାମରେ ଏକ ରିଲିଫ ଏବଂ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି  ।  ଅନୁଷ୍ଠାନର ଅଧ୍ୟକ୍ଷ  ତଥା ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରସନ୍ନ କୁମାର ପାତ୍ର ଓ ସମ୍ପାଦକ ଇଂ ଅବିନାଶ ମହାପାତ୍ର ସମେତ ଘର ଘର ବୁଲି ଜନ ସାଧାରଣଙ୍କୁ ସଚେତନତା କରିବା ସହିତ ଗରମ ପାଣି ପିଅନ୍ତୁ, ଗରମ ଖାଦ୍ୟ ଖାଆନ୍ତୁ ଏବଂ ଘରେ  ସୁରକ୍ଷିତ ଭାବରେ ରହିବା ସହିତ ବାହାରେ ବୁଲା ବୁଲି କରନ୍ତୁ ନାହିଁ ବୋଲି ବୁଝାଇବା ସହିତ ରିଲିଫ ପ୍ରଦାନ କରିଥିଲେ  । ସେହି ପରି ଭାବରେ ଅନୁଷ୍ଠାନ ତରଫରୁ ବିଭିନ୍ନ ଜିଲ୍ଲା ଯାଜପୁରର ବିଂଝାରପୁର, ବଡଚଣା ବ୍ଲକ ଏବଂ ପୁରୀର ନିମାପଡା ବ୍ଲକର ବିଭିନ୍ନ ଅଂଚଳରେ ସଚେତନତା, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ରିଲିଫ ବଂଟନ  ଇତ୍ୟାଦି  ସମାପନ ହୋଇଛି ବୋଲି ଶ୍ରୀଯୁକ୍ ମାଝୀ ସୂଚନା ଦେଇଛନ୍ତି  ।  ତେବେ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟ  ପ୍ରମୋଦ କୁମାର ସ୍ବାଇଁ, ଦେବୀ ପ୍ରସାଦ ନାୟକ, ସରୋଜିନୀ ବେହେରା ଏବଂ ଖେରସ ଗ୍ରାମର ଯୁବ ସାଥି ରିଙ୍କୁ ରଞ୍ଜନ ବେହେରା ପ୍ରମୁଖ ସହାୟତା କରିଥିଲେ  । 



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...