ନେତକୁଣ୍ଡି ବଙ୍ଗାଳୀ ମଶାଣିରେ ତନ୍ତ୍ର ପୂଜା: ଲେମ୍ବୁ/ଅଣ୍ଡା ବଳି

IYA NEWS(କଂଟାପଡା) ତା:୨୭/୦୬/୨୦୨୦ରିଖ କଂଟାପଡା ବ୍ଲକ ଅଧିନସ୍ଥ ବ୍ରାହ୍ମଣ ସାଇଲୋ ଗ୍ରାମ ପଂଚାୟତ, ନେତକୁଣ୍ଡି ଗ୍ରାମର ବଙ୍ଗାଳୀ ମଶାଣି ନିକଟରେ ଏକ ତନ୍ତ୍ର ପୂଜା ଚାଲିଥିବାର, ଲୋକମାନେ ପ୍ରକାଶ କରିଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ, ଗତ କାଲି ରାତି ୧୧ଟା ସୁଦ୍ଧା  ବଙ୍ଗାଳୀ ମଶାଣି ନିକଟରେ କୃଷକମାନେପାଣି ମଡାଉଥିଲେ  । ଏହି ବିଳମ୍ବିତ ପ୍ରହରରେ,  ଉକ୍ତ ମଶାଣୀ ଠାରେ ଏକ ଦୀପ ଜଳୁଥିବାର ଦେଖିଥିଲେ । ଉକ୍ତ ଦୀପାଲୋକ ନିକଟରେ ଶତାଧିକ ଲୋକମାନେ,ପହଂଚିବା ପରେ ,ପୂଜା କରୁଥିବା ବ୍ୟକ୍ତି ଜଣକ ପଳାଇ ଯାଇଥିବା ବେଳେ, ନିକଟରେ  ଲିଭିଯାଇଥିବା ଦୀପ, ଏକ ଦୁର୍ଘା ଘିଅ ଜରି, ସାଟୋଟି କଟା ଲେମ୍ବୁ ଏବଂ ଚତୁର୍ଦ୍ଦିଗକୁ ଫିଙ୍ଗା ଯାଇଥିବା ସାତୋଟି ଭଙ୍ଗା ଅଣ୍ଡା ପଡିରହିଥିଲା । ତେବେ ଏହି ଘଟଣା ସହିତ ଗୁଣି ଗାରେଡି ସହିତ ସଂପୃକ୍ତ ଥିବାରୁ , ଭବିଷ୍ୟତରେ  କୌଣସି ଏକ ଅଘଟଣକୁ  ଏଡାଇ ଦିଆ ଯାଇ ନ ପାରେ ବୋଲି ଲୋକମାନେ ପ୍ରକାଶ କରିଛନ୍ତି ।  ଏହି ଘଟଣା ପରପ୍ରେକ୍ଷୀରେ ଲୋକମାନେ ଆତଙ୍କିତ ଥିବା ସମୟରେ, ପୋଲିସ ପେଟୋ୍ରଲିଂ ପାଇଁ ଦାବୀ ହେଉଛି । ବିଶେଷ କରି   ଏହି ଅଂଚଳର ନିକଟବର୍ତୀ ଇଲାକାରେ ଧଳା ଜହର ମାଫିଆଙ୍କ ପାର୍ଦୁଭାବ ବୃଦ୍ଧି ପାଉଥିବା ସମୟରେ,ପୋଲିସ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜିବୀମାନେ ମତ ବ୍ୟକ୍ତ କରିଛନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବୋଉଲୋ ବୋଉ

କିଛି ସ୍ମୃତି ଅନୁଭୂତି: ମୋର ଜନ୍ମ ଦିନ ଇଂରାଜୀ ମାସ ଚାରି ତାରିଖ ଥିଲା ବେଳେ, ହେଲେ ବୋଉ ମୋର  ପାରମ୍ପାରିକ ନୀତି ଧରି ଅଦ୍ୟାବଧି ନକ୍ଷତ୍ର ଅନୁସାରେ ମୋର ଜନ୍ମ ଦିନ ଠିକ୍ କରିଦିଏ  । ସତରେ ବୋଉ ପାଇଁ ମୁଁ ଭାଗ୍ୟବାନ, ଆଜି ପର୍ଯ୍ୟନ୍ତ ମୋର ଦୁଇଟି ଜନ୍ମ ଦିନ  । ଆପଣଙ୍କ ଆଶୀଷ କାମନା କରି ବୋଉ ଉଦ୍ଦେଶ୍ୟରେ ମୋର କବିତା “ବୋଉଲୋ ବୋଉ”  ଏବଂ ଆପଣମାନଙ୍କୁ ମଧ୍ୟ ଶ୍ରଦ୍ଧାର ସହ । 

ବୋଉଲୋ ବୋଉ,

ତୋ ଛାତିରେ, ଟିକେ ମୁଣ୍ଡ ଗୁଂଜି ଦେଲେ,
ମୋ ଛାତି ଦରଜ ସରି ଯାଏ ସିନା,
ହୃଦୟରେ ତୁହି, ଝରାଉ ମହୁ ;
ବୋଉଲୋ ବୋଉ । ।

ଜୀବନରେ ଯେତେ ଝଡ ଆସିଛି,
ମୋ ଆଖିରୁ ଲୁହ ଦେଇଛୁ ପୋଛି ।                              
ପଥର ହୋଇଛି ପତର ପରି,
ବାନ୍ଧିଛୁ ମୋ ସାଥେ ସଂସାର ଡୋରୀ ।
ମୁହିଁ ନରାଧମ, ବୁଝିବି କାହୁଁ?
ବୋଉଲୋ ବୋଉ । ।

ଆପଦେ ବିପଦେ ତୋ ହାତ ଧରି,
ବାହି ଚାଲିଛି ମୋ ସଂସାର ତରୀ ।
ଜୀବନ ଡଙ୍ଗାରେ ତୋ ମୋ ନାଉରୀ,
ପାରି କରିଦେବୁ ଏ ଭବ ତରୀ । ।
ତୋ ଆଶୀଷ ଛଡା, ନାହିଁ ତ ଆଉ ?
ବୋଉଲୋ ବୋଉ । ।

ଆସିଛି ଏକା ମୁଁ , ଯିବି ମୁଁ ଏକା,
ଆର ଜନମକୁ ହେବଲୋ ଦେଖା । ।
ବିଭୁ ପଦେ ମୋର ଏତିକି ଅଳି,
ଜୀବନଟା ଯେବେ ଯିବ ଲୋ ସରି । ।
ମୋ ତନ ମନ ଧନ, ତୋ ପଦେ ଥାଉ,
ବୋଉଲୋ ବୋଉ । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଋାସ୍ତା ନିର୍ମାଣ ପାଇଁ ଗଣ ଧାରଣା,ପ୍ରଶାସନିକ ଅଧିକାରୀଙ୍କ ଗ୍ରାମ ପରିଦର୍ଶନ

ଋାସ୍ତା ନିର୍ମାଣ ପାଇଁ ଗଣ ଧାରଣା,ପ୍ରଶାସନିକ ଅଧିକାରୀଙ୍କ ଗ୍ରାମ ପରିଦର୍ଶନ

     IYA NEWS (ବାରଙ୍ଗ)ତା:୨୩/୦୬/୨୦ରିଖ ରାଜ୍ୟ ସରକାର ଓଡିଶାର ପ୍ରଗତି ଶୀର୍ଷରେ ବୋଲି ବିକାଶନ୍ମୋଖୀ ନାରା ଦେଇ ବାହା ବା ନେଉଛନ୍ତି । ମାତ୍ର ପରିତାପର ବିଷୟ, ରାଜଧାନୀର ତିରିଶ କିଲୋମିଟର ଦୂରତାରେ ଥିବା ବାରଙ୍ଗ ବ୍ଲକ ଖଲର୍ଦ୍ଦା ଗ୍ରାମ ପଂଚାୟତସ୍ଥିତ ସିଂଘୋଳ ଗ୍ରାମର ବିକାଶ, ଦୀପ ତଳ ଅନ୍ଧାର ପରି ରହି ଯାଇଛି  ।  ଗମନାଗମନ ପାଇଁ ଭଲ ରାସ୍ତା ନଥିବାରୁ, ବର୍ଷା ଦିନେ ଆଣ୍ଠୁଏ ବହଳର କାଦୁଅ ହେତୁ ପ୍ରସୂତୀ କିମ୍ବା ରୋଗୀମାନଙ୍କୁ  ଖଟିଆରେ କିମ୍ବା ଟେକି ଟେକି ନେବା ପାଇଁ ପଡିଥାଏ  । ଏହି ପରିପ୍ରେକ୍ଷୀରେ ଗତ ତା: ୧୬/୦୬/୨୦ରିଖରେ,  ସିଂଘୋଳ ଗ୍ରାମର  ମୁକ୍ତାମଣି ମନ୍ଦିର ଠାରୁ  କୋଚିଲେଇ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ୍  ଢଳେଇ ରାସ୍ତା ନିର୍ମାଣ ଏବଂ ପ୍ରଶାସନିକ ଅଧିକାରୀଙ୍କ ଗ୍ରାମ ପରିଦର୍ଶନ କରିବାକୁ ଦୁଇ ଦଫା ଦାବୀରେ ଅନଶନ ଏବଂ ଗଣ ଧାରଣା ପ୍ରଦର୍ଶନ କରିବା ପାଇଁ ଦରଖାସ୍ତ ପ୍ରଦାନ କରା ଯାଇଥିଲା  । ତେବେ ଦରଖାସ୍ତ ପ୍ରଦାନ ପରେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନଥିଲା  । ବରଂ  ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇ, ଉକ୍ତ ଗ୍ରାମରେ ୧୪ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ଗଣ ମାଧ୍ୟମରେ ଦର୍ଶା ଯାଇଥିଲା । 
ତେବେ ଆଜି ସାମାଜିକ ସଂଗଠନ ଅଭିମନୁ୍ୟର ଆବାହକ ଅଭିମନୁ୍ୟ ମଲ୍ଲିକଙ୍କ ନେତୃତ୍ୱରେ ସିଂଘୋଳ ଗ୍ରାମବାସୀ ସମେତ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଗଣ ଧାରଣ ଏବଂ ଅନଶନ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଗଲୱାନ ଘାଟୀ ପାଇଁ ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତିଚାରଣ କରା ଯାଇଥିଲା  । ପରେ ପରେ ସିଂଘୋଳ ୧୫ ନଂ ଓା୍ୱର୍ଡର ଦଳିତ ଅଧିବାସୀମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଦିନ ପ୍ରାୟ ଏକ ଘଟିକା ସୁଦ୍ଧା ଏକ ପ୍ରଶାସନିକ ପ୍ରତିନିଧି ଦଳ ଭାବରେ  ବାରଙ୍ଗ ତହସିଲଦାର ଚୌଧୁରୀ ସେବନ୍ତ କୁମାର ଦାସ, ବାରଙ୍ଗ ବ୍ଲକ ଉନୟନ ଅଧିକାରୀ ପ୍ରଭାକର ପଣ୍ଡା, ଅତିରିକ୍ତ ବ୍ଲକ ଉନୟନ ଅଧିକାରୀ ବିଜୟ କେତନ ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ  ଡି. ଅଶୋକ ପ୍ରମୁଖ ଧାରଣାସ୍ଥଳରେ ପହଂଚି ଧାରଣାରତ ଶ୍ରୀଯୁକ୍ତ ମଲ୍ଲିକ ଏବଂ ଜନ ସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।  ଏହାପରେ ସିଂଘୋଳ ଗ୍ରାମ୍ୟ ପରିଦର୍ଶନରେ ଯାଇଥିଲେ । ଗନ୍ଧର୍ବ ବେହେରା ଘର ଠାରୁ ନୃସିଂହନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ତରଫରୁ ଚାରି ଲକ୍ଷ ଟଙ୍କାର ରାସ୍ତା କାମ ପାଇଁ ବ୍ୟୟ ବରାଦ କରାଯାଇଥିଲା ।  ଏତଦ୍ ବ୍ୟତୀତ ଲୋକମାନେ ପ୍ରଶାସନିକ ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । ପରିଶେଷରେ  ବାରଙ୍ଗ ବ୍ଲକ ଉନୟନ ଅଧିକାରୀ ପ୍ରଭାକର ପଣ୍ଡାଙ୍କ ଜରିଆରେ ଜିଲ୍ଲାପାଳ କଟକଙ୍କୁ ଦାବୀ ପତ୍ର ଲାଗିଥିଲା ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କଟକ ମହାନଗର ନିଗମ କାର୍ଯ୍ୟରେ ଅନିୟମିତତା ହେତୁ ଲୋକାୟୁକ୍ତଙ୍କୁ ଅଭିଯୋଗ

(କଟକ) ତା:୨୩/୦୬/୨୦ରିଖ ରାଜ୍ୟ ସରକାର ଜନ ସାଧାରଣଙ୍କ ଉନ୍ନତି କଳ୍ପେ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ କରୁଛନ୍ତି  । ମାତ୍ର ସମୟେ ସମୟେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ  । ସେହିପରି ଅର୍ବାନ ୱେବ ଏମ୍ପ୍ଲୟମେଂଟ୍  ଇନଟାଟିଭ୍ ଯୋଜନାର ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରି କଟକ ମହାନଗର ନିଗମର ବିଭିନ୍ନ ୱାର୍ଡରେ କାର୍ଯ୍ୟାଦେଶ ପାଇ ସ୍ବୟଂ ସହାୟକ ଗୋଷ୍ଠୀ  ବେନିୟମ କାର୍ଯ୍ୟ କରୁଛନ୍ତି ବୋଲି, ଆଜି   ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ସୂଚନାଧିକାରକର୍ମୀ ଜିତେନ୍ଦ୍ର ସାହୁ ଏବଂ ବ୍ରହ୍ମାନନ୍ଦ ଭୋଇ ଲୋକାୟୁକ୍ତରେ ଏକ ପିଟିସନ୍ ଦାଖଲ କରିଛନ୍ତି ।ବିଶେଷତଃ କଟକ ମହାନଗର ନିଗମର ୫୨ ନମ୍ବର ଓ ୍ୱାର୍ଡର କାଜି ଡିହ ବସ୍ତିରେ ବସ୍ତି ମୁରବୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀକୁ ନ ଜଣାଇ, ଓ ୍ୱାର୍ଡ ଅଫିସର  ପକ୍ଷପାତିତା ଅବଲମ୍ବନ କରି ସ୍ବଛ ସାଥୀମାନଙ୍କର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ କାର୍ଯ୍ୟ କରୁଛନ୍ତି ।  ଏ ସଂପର୍କରେ ଓ ୍ୱାର୍ଡ ଅଫିସରଙ୍କୁ ପଚାରିଲେ ମଧ୍ୟ ସନ୍ତୋଷଜନକ ଉତର ମିଳୁ ନାହିଁ ,ଏଥିରେ ଦୁର୍ନିତୀର ଗନ୍ଧ ବାରି ହୋଇ ପଡୁଛି ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି ।  କିନ୍ତୁ  ଉକ୍ତ କାର୍ଯରେ  ବ୍ୟୟ  ହିସାବ ଅନୁସନ୍ଧାନ କରିବାରୁ  ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏକ ମିଥ୍ୟା ମାମଲା ମଧୁ ପାଟଣା ଥାନାରେ କରା ଯିବା ସହିତ ଭବିଷ୍ୟତରେ  କୌଣସି କାର୍ଯ୍ୟରେ ହିସାବ କିତାବ ନ ମାଗିବା ପାଇଁ   ସୂଚନା ଅଧିକାର କର୍ମର୍ୀଙ୍କ ନାମରେ ଅଭିଯୋଗ ଏବଂ  ଏ ସଂପର୍କରେ ଆପୋଷ ସମାଧାନ କରା ଯାଇଛି ବୋଲି, ଶ୍ରୀଯୁକ୍ତ ସାହୁ ଏବଂ ଶ୍ରୀଯୁକ୍ତ ଭୋଇ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି  ।ଏତଦ୍ ବ୍ୟତୀତ ଓ ୍ୱାର୍ଡର ପ୍ରମିଳା ମଣ୍ଡପରୁ ସୁଭଦ୍ରା  ନଗର ମଧ୍ୟରେ ଥିବା ଡ୍ରେନ୍ ସଫେଇ କାର୍ଯ୍ୟରେ ସ୍ଥାନୀୟ ଶ୍ରମିକଙ୍କ ବଦଳରେ ମହାନଗର ନିଗମର ସଫେଇ କୁଲିଙ୍କ ଦ୍ୱାରା ଏ କାର୍ଯ୍ୟ କରାଯାଉଥିବାରୁ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଅଭିଯୋଗ କରାଯାଇଛି । 


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜନମେ ଜନମେ ତୁମେ

ଯେଉଁ ଦେବ ପ୍ରତିମ ପିତାଙ୍କ ଆଶୀର୍ବାଦରେ,ମୋର ଏ ଅସ୍ତିତ୍ୱ ତଥା ମୋର ଦିକ୍ ଦର୍ଶକ,ଗୁରୁ ଏବଂ ବାବା  । ଆଜିର ପିତୃ ଦିବସରେ ମୋର ଏ କବିତା “ଜନମେ ଜନମେ ତୁମେ”  , ତାଙ୍କରି ପାଇଁ ଏବଂ ଆପଣମାନଙ୍କ ପାଇଁ । ପାଠ କରିବେ, ଏ ଅକିଂଚନକୁ ମତାମତ ଦେବା ପାଇଁ ଅନୁରୋଧ ।
ତୁମେ ଥିଲେ ମୋର ପାଶେ
ଲାଗେ ନାହିଁ ଡର ।
ତୁମରି ବିହୁନେ ବାପା,
ଦିଶଇ ଅନ୍ଧାର  ।
ଜୀବନର ବାଟ ଚାଲି,
ଯେବେ ଥକିଯାଏ ।              
ତୁମରି ଅଜଣା ହାତ
ମଥା ପରେ ଥାଏ ।
ଶିଳା ହୁଏ ଶାଳଗ୍ରାମ,
ଏ ମାଟି  ହୁଅଇ ଚନ୍ଦନ ।
ତୁମରି ମଧୁ ପରଶେ,
ଲାଗେ ଅନୁପମ ।
ଜନମେ ଜନମେ ତୁମେ,
ଆସିବ ମୋ ପାଇଁ ।
ଚାତକ ପରାୟେ ବାବା,
ତବ ବାଟ, ରହିଥିବି ଚାହିଁ  । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରାସ୍ତା ପାଇଁ ରଜ ପର୍ବରେ ଧାନ ଗଛ ଲଗାଇଲେ ଗ୍ରାମବାସୀ,ଆନ୍ଦୋଳନ ଚେତାବନୀ

IYA NEWS (ବାରଙ୍ଗ)୧୫/୦୬/୨୦୨୦  ଦେଶ ସ୍ବାଧୀନତା ଲାଭ କରିବାର ଦୀର୍ଘ ବର୍ଷ ଅତିକ୍ରାନ୍ତ କରିଛି  । ବୈଷୟିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି, ସରକାର ମଧ୍ୟ ବେଶ୍ ବାହା ବା ନେଉଛନ୍ତି  । ମାତ୍ର ପରିତାପର ବିଷୟ,  କଟକ ସହର ଠାରୁ ପଚିଶ କିଲୋମିଟର  ଏବଂ ରାଜଧାନୀ ଠାରୁ  ତିରିଶ କିଲୋମିଟର ଦୂରରେ ଥିବା ବାରଙ୍ଗ ବ୍ଲକ ଅଧିନସ୍ଥ ଖଲର୍ଦା ପଂଚାୟତ, ସିେଙ୍ଘାଳ ଗ୍ରାମର ଅବସ୍ଥାକୁ ଦେଖିଲେ, ରାଜ୍ୟର ଏକ ଅପହଂଚ ଇଲାକା ପରି ମନେ ହୁଏ  ।  ଉକ୍ତ ଗ୍ରାମର ମୁକ୍ତାମଣି ମନ୍ଦିର ଠାରୁ    ସିେଙ୍ଘାଳ ନୃସିଂହନାଥ ମନ୍ଦିର, ବେହେରା ସାହି ଦୁଇ କିଲୋମିଟର ଦୂର  । ଏହି ମନ୍ଦିର ଠାରୁ ଆରମ୍ଭ ହୁଏ ଗ୍ରାମାଂଚଳ ରାସ୍ତା । ଏଠାରେ ପ୍ରାୟ ୩୪ ଗୋଟି ଦଳିତ ପରିବାର ବାସ କରୁଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁ ।   ସିଂଘୋଳ ଗ୍ରାମକୁ ପ୍ରବେଶ କରିବାକୁ ହେଲେ ଦୁଇ ପାଶ୍ୱର୍ରେ ବେତ, କିଆ ଏବଂ ବିଭିନ୍ନ ଜଙ୍ଗଲିଆ  ଗଛଗୁଡିକ ମଧ୍ୟରେ ବର୍ଷାଦିନେ ଆଣ୍ଢୁଏ ବହଳ କାଦୁଅରେ ପଶି ଯିବା ହୋଇ ଥାଏ  । ସବୁଠାରୁ ଦୁଃଖର ବିଷୟ କୌଣସି ପ୍ରସୂତୀ ମହିଳା କିମ୍ବା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଆସିଲେ, ଖଟିଆ କିମ୍ବା  ଲୋକମାନଙ୍କ ମାଧ୍ୟମରେ ଟେକି ଟେକି ନେବା ପାଇଁ ହୋଇଥାଏ  ।  ଏହି ପରିପ୍ରେକ୍ଷୀରେ ଆଜି ଗାଁକୁ ରାସ୍ତା ନ ଥିବାରୁ ସିଂଘୋଳର ଗ୍ରାମ୍ୟରାସ୍ତାରେ  ଧାନ ରୋଇ ମହିଳାମାନେ ସରକାରଙ୍କୁ ଅନୁରୂପ ଭାବରେ ପ୍ରତିବାଦ ଜଣାଇଛନ୍ତି  । 
  ଗ୍ରାମବାସୀମାନଙ୍କର  ପ୍ରତିକ୍ରିୟା ଅନୁସାରେ, ନେତାମାନେ ପ୍ରତିବର୍ଷ ଆସି, ନୃସିହଂନାଥ ମନ୍ଦିରେ ପୂଜା କରି, ରାସ୍ତା କାମ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଯାଆନ୍ତି  । ହେଲେ ନିର୍ବାଚନ ସରିଗଲା ପରେ ସବୁକିଛି ଭୁଲି ଯାଇଥାନ୍ତି । ଯେମିତି କଥା ପାଣିର ଗାର ହୋଇଯାଏ ।  ଗ୍ରାମ୍ୟ ସଭାରେ ପ୍ରୋଜେକ୍ଟ ଦିଆ ଯାଏ  । ହେଲେ ସବୁ କିଛି ଶୂନ୍ ହୋଇଯାଏ  । ବିଶେଷ କରି ଆମେ ଦଳିତ ବୋଲି ଉପେକ୍ଷା କରା ଯାଉଛି ବୋଲି  ଉକ୍ତ ଗ୍ରାମର ଜନୈକ ଅଧିବାସୀ ଅତ୍ୟନ୍ତ କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।  ଏଠି ପ୍ରଶ୍ନ ଉଠେ ଯେ, ସରକାର ନିମ୍ନ ବର୍ଗର ବ୍ୟକ୍ତି ବିଶେଷମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ, ଉକ୍ତ ଗ୍ରାମଟି ଗମନାଗମନ, ପରିମଳ ପରି ମୌଳିକ ସୁବିଧାରୁ ବଂଚିତ ହେବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ତେବେ  “ଏଠାରେ ଦଶ/ ପାଂଚୋଟି ଘର ରହିଛନ୍ତି  । ଦୂରତା ଅଧିକ ହୋଇଯାଉଛନ୍ତି । ଆମେ କଣ ଏତେ କମ୍  ଘର ପାଇଁ ରାସ୍ତା ତିଆରି କରିବୁ” ବୋଲି ଖଲର୍ଦ୍ଦା ଗ୍ରାମ ପଂଚାୟତର ସରପଂଚ, ତାଙ୍କର ପ୍ରତିକ୍ରିୟା  ଫୋନ୍ ଯୋଗେ ପ୍ରକାଶ କରିଥିଲେ  ।  ପୂର୍ବରୁ  ଉକ୍ତ ଗ୍ରାମର  ରାସ୍ତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ ହୋଇଥିଲେ ମଧ୍ୟ ରାସ୍ତାର ଏପରି କର୍ଦ୍ଦମାକ୍ତ  ଅବସ୍ଥା ହେତୁ. ଏଠାରେ ଠିକାଦାର ଏବଂ ରାଜନେତାଙ୍କ ସହିତ ମଧୁଚନ୍ଦ୍ରିକା ବୋଲି ଅନୁମେୟ କରାଯାଏ  ।  ଏପରି ପରିସ୍ଥିତରେ ସିଂଘୋଳ ରାସ୍ତା ସଂପର୍କରେ   ବାରମ୍ବାର ଅବଗତ କଲା ପରେ ହତାଶ ହେବା, ଗ୍ରାମବାସୀଙ୍କୁ ବ୍ୟଥିତ କରିଛି  । ତେବେ ଆଗାମୀ ଦିନରେ ଏହାକୁ ବରଦାସ୍ତ  କରା ନ ଯାଇ,   ଅନଶନ ସହିତ ଗଣ ଧାରଣା କରାଯିବ ବୋଲି,   ଗୋବିନ୍ଦପୁରର ସାମାଜିକ ସଂଗଠନ ଅଭିମନୁ୍ୟର ଆବାହକ ଅଭିମନୁ୍ୟ ମଲ୍ଲିକ ଘଟଣା ସ୍ଥଳରେ ଉପସ୍ଥିତହୋଇ, ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗୋବିନ୍ଦପୁର ଥାନାଧିକାରୀ କରୋନା ଯୋଦ୍ଧା ଭାବରେ ସମ୍ମାନିତ

IYA NEWS (କଂଟାପଡା) ତା ୧୫/୦୬/୨୦ରିଖ ଦେଶରେ କରୋନାର ସଂକ୍ରମଣ ହାର ବଢି ଚାଲିଥିବା ସମୟରେ, ଜନସାଧାରଣଙ୍କ ଠାରୁ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ କରୋନାକୁ ହରାଇବା ପାଇଁ  ପ୍ରାଣପଣେ ଚେଷ୍ଟା କରୁଛନ୍ତି  । ଏହି ପରିପ୍ରେକ୍ଷୀରେ  କିଛି ଅମାନିଆଙ୍କୁ ସାବାଡ କରିବା ପାଇଁ, ପୋଲିସ ପ୍ରଶାସନର ଭୂମିକା ଅନ୍ୟତମ । ଜୀବନକୁ ଉତ୍ସର୍ଗ କରି ବିଭିନ୍ନ ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ରଖିବା ଏବଂ ସାମାଜିକ ସଚେତତନା ରକ୍ଷା କରିବା ପାଇଁ, ଗୋବିନ୍ଦପୁର ଥାନାର ପ୍ରଚେଷ୍ଟା ପ୍ରଶଂସନୀୟ ହେତୁ; ଆଜି ଅପରାହ୍ନରେ ଥାନାଧିକାରୀ ମାନସକୁମାର ମିଶ୍ରଙ୍କୁ କରୋନା ଯୋଦ୍ଧା ଭାବରେ, ଗୋବନ୍ଦପୁର ସାମାଜିକ ସଂଗଠନ ଅଭିମନୁ୍ୟ ତରଫରୁ ସଂଗଠନର ଆବାହକ “ଅଭିମନୁ୍ୟ” ସମ୍ମାନିତ କରିଛନ୍ତି  ।  ତେବେ ଲୋକମାନେ ପୋଲିସକୁ ଦୂରରୁ ଦେଖି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କଲେ ଚଳିବ ନାହିଁ  । ବରଂ ଏଗୁଡିକୁ ସଦା ସର୍ବଦା ପାଳନ କଲେ, କରୋନା ହାରିବ ବୋଲି  ଗୋବିନ୍ଦପୁର ଥାନାଧିକାରୀ ଶ୍ରୀଯୁକ୍ତ ମିଶ୍ର ଆଜି ସମ୍ମାନିତ ସମୟରେ ମତବ୍ୟକ୍ତ କରିଥିଲେ । ଏହି ସମୟରେ ଶ୍ରୀଯୁକ୍ତ ମଲ୍ଲିକଙ୍କ ସହିତ ସାମାଜିକକର୍ମୀ ନିରଜଂନ ଭୋଇ ଏବଂ ହୃଦାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ସାମାଜିକ କର୍ମୀ

 କରୋନା ଯୋଦ୍ଧାଙ୍କୁ  ସମ୍ମାନିତ କଲେ ସାମାଜିକ କର୍ମୀ

IYA NEWS (କଂଟାପଡା/ ନିଆଳୀ) ତା୧୧/୦୬/୨୦୨୦ରିଖ ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି  ।  ଏହି ସାଂପ୍ରତିକ ପରିସ୍ଥିତିରେ ସାମାଜିକ ସଚେତନତା ସୃଷ୍ଟି କରିବା ଦିଗରେ ଓଲଟପୁର ପୋଲିସ  ଅନ୍ୟତମ ଭୂମିକା ନିର୍ବାହ କରିଛିି । ଏହି ପରିପ୍ରେକ୍ଷୀରେ  ଆଜି ସାମାଜିକ ସଂଗଠନ ଅଭିମନ୍ୁ୍ୟ  ତରଫରୁ ଓଲଟପୁର ଥାନା ଆଇ.ଆଇ.ସି ଚିନ୍ମୟୀ ସାହୁଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ  କରାଯାଇଛି  । ବିଶେଷ କରି କରୋନାକୁ ପ୍ରତିହତ କରିବା ପାଇଁ ଜନ ସାଧାରଣ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହେଲେ ହଁ ଓଲଟପୁର  ପୋଲିସ ବିଭିନ୍ନ ଅଂଚଳରେ ମାସ୍କ ତବଖି କରିବା ସହିତ ଏହି ଦିଗରେ ବି ସଚେତନତା  ସୃଷ୍ଟି କରିଛି ବୋଲି ସମ୍ମାନିତ ସମୟରେ ଏହି ସଂଗଠନର ସଭାପତି ଅଭିମନୁ୍ୟ  ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ସେହିପରି ଭାବରେ କରୋନାକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ନିଆଳୀ ଥାନାର ଅନ୍ୟତମ ଭୂମିକା ପାଇଁ ,ଏହ ିଥାନାର ଆଇ.ଆଇ.ସି ବିଜୟ କୁମାର ମଲ୍ଲିକଙ୍କୁ କରୋନା ଯୋଦ୍ଧା ଭାବରେ ସଂଗଠନର ସଭାପତି ଶ୍ରଯୁକ୍ତ ମଲ୍ଲିକ ସମ୍ମାନିତ କରିବା ସମୟରେ ସମାଜସେବୀ ନିରଂଜନ ଭୋଇ ଏବଂ ତ୍ରିଲୋଚନ ବେହେରା ପ୍ରମୁଖ ସମ୍ମାନିତ କରିଥିଲେ । 
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଯୌତୁକ ଜୁଇରେ ବଳି ପଡିଲେ ରୋଜାଲିନ୍, ତିନି ଜଣ କୋର୍ଟ ଚାଲାଣ

IYA NEWS (କଂଟାପଡା)ତା ୦୯/୦୬/୨୦୨୦ରିଖ ଆଜି ତା ୦୮/୦୬/୨୦୨ରିଖ ,ସକାଳ ଦଶ ଘଟିକା । “ଆଉ ସହି ପାରିବି ନି   । ରକ୍ତ ମାଂସର ଶରୀର ହୋଇ କେତେ ଗଂଜଣା ସହିବ  । କେତେ କଥା ଶୁଣିବ  । ତମେ ଜଲଦି ଆସିବ   ।” ଏମିତି  ଶେଷ କେଇ ପଦ   କଥା ଥିଲା ରୋଜାଲିନ୍ ଦାସ (୩୦ ବର୍ଷ)ଓରଫ ଟିକିଲିଙ୍କର କେଇ ପଦ କଥା ଥିଲା  ସ୍ବାମୀ ଶ୍ରୀଧର ମହାନ୍ତିଙ୍କ ସହିତ  । ହେଲେ ବିଧିର ବିଧାନ ଥିଲା ବିଚିତ୍ର  । ଅପରାହ୍ନ ଚାରିଟା ସୁଦ୍ଧା  ପୁନଃ ଶ୍ରୀଧର ମହାନ୍ତିଙ୍କ ନିକଟକୁ ଫୋନ୍ କଲେ .ତାଙ୍କର ବାପା ବାସୁଦେବ ମହାନ୍ତି । “ବୋହୁ ଦେହ ଖରାପ ଅଛି  । ବସିଲା ଠାରୁ ଉଠି କି ଆସିବ”ୁ  । ହେଲେ ଶ୍ରୀଧର ମହାନ୍ତି ଘରେ ପହଂଚିଲା ବେଳକୁ ସବୁ କିଛି ସରି ଯାଇଥିଲା  । ଖଟ ଉପରେ ପଡି ରହିଥିଲା  ରୋଜାଲିନ୍ ଦାସଙ୍କ ମୃତ ଦେହ  । ରୋଜାଲିନଙ୍କ ଶାଶୁ, ଶଶ୍ୱର ଏବଂ ନଣନ୍ଦ ସଫେଇ ଦେଲେ ଯେ, ରୋଜାଲିନ ଫ୍ୟାନରେ  ଓନି ଲଗାଇ ଆତ୍ମ ହତ୍ୟା କରିଛି  ।  ସଂଗେ ସଂଗେ ଥାନାକୁ ମଧ୍ୟ ଖବର ଦିଆଗଲା  । ରୋଜାଲିନର ବାପା ବିଜୟ କୁମାର ଦାସ ମଧ୍ୟ ସେଠାରେ ପହଂଚି, ଏହା ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଥାନାରେ ଏତଲା ଦେଲେ । ଗୋବିନ୍ଦପୁର ଥାନା ଭାରପ୍ରାପ୍ତ ଅଧିକାରୀ ମାନସ କୁମାର ମିଶ୍ର ସଦଳବଳେ ଆସି ଅପରାହ୍ନରେ ତଦନ୍ତ ଆରମ୍ଭ କଲେ  । ମାତ୍ର ସମୟ ସନ୍ଧ୍ୟା ହୋଇଯାଇଥିବାରୁ କିଛି ଫଳ ପ୍ରଦହୋଇ ପାରି ନ ଥିଲା  । ସାରା ଖେରସ ଗ୍ରାମରେ ଉତେଜନା ଲାଗି ରହିଥିଲା  ଏବଂ ରାତି ସାରା ଶବକୁ ପୋଲିସ ମାନେ ଜଗି ରହିଥିଲେ  ।  ଏପରି କି ଉକ୍ତ  ଘଟଣାର ଭିଡିଓ ସୁଟିଂକୁ ନେଇ ସାରା ରାତି ଉତେଜନା  ପ୍ରକାଶ ପାଇଥିଲା  । ଏମିତି କି ଅଡଶପୁର ପୋଲିସ ଉପ ବିଭାଗୀୟ ଅଧିକାରୀ  ସୁବାସ ଚନ୍ଦ୍ର ପଣ୍ଡାଙ୍କ  କାର୍ଯ୍ୟାଳୟରେ ଲୋକମାନେ ହୋ ହଲ୍ଲା କରିଥିଲେ  । ପରିଶେଷରେ  ସକାଳ ନ ଘଟିକା ସୁଦ୍ଧା ଉପ କଂଟାପଡା ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ସାହୁ,ବିଭାଗୀୟ ଅଧିକାରୀ  ସୁବାସ ଚନ୍ଦ୍ର ପଣ୍ଡା, ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର ମିଶ୍ର ଏବଂ ପୋଲିସ ସାଇଂଟିଫିକ୍ ଟିମ୍ଙ୍କ ଉପସ୍ଥିତିରେ ତଦନ୍ତ ହେବା ସହିତ ଘଟଣାର ଛାନ୍ ଭିନ୍ ଆରମ୍ଭ ହେଲା  । ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡୁଥିଲା  । ଶାଶୁଘର ଲୋକମାନେ  ରୋଜାଲିନ ଫ୍ୟାନରେ  ଏକ କଳା ଓଢଣୀ ଲଗାଇ ଆତ୍ମ ହତ୍ୟା କଥା, କହୁଥିଲା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡୁଥିଲା । ପ୍ରଥମତଃ. ଯଦି ରୋଜାଲିନ୍ କଳା ଓଢଣୀ (ଓନି)ରେ ଫ୍ୟାନ  ସହିତ ଆତ୍ମ ହତ୍ୟା କରିଥାନ୍ତେ, ତେବେ  ସେ କବାଟ ଦେଇ ଆତ୍ମ ହତ୍ୟା କରି ଥାନ୍ତେ,  ପରିଶେଷରେ କବାଟକୁ କୌଣସି ଶକ୍ତ ଆଘାତ କିମ୍ବା ଭଙ୍ଗାଯାଇ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥାନ୍ତା, ହେଲେ  ସେପରି କିଛି  ଦୃଶ୍ୟମାନ ହୋଇ ନ ଥିଲା  । ଦ୍ୱିତୀୟତଃ ରୋଜାଲିନଙ୍କ ମୃତୁ୍ୟ ଖବର ପ୍ରାୟ  ମଧ୍ୟାହ୍ନ ତିନି ଘଟିକାରୁ ସାଢେ ତିନି ଘଟିକା ମଧ୍ୟରେ ଜଣା ପଡିଥିଲେ ମଧ୍ୟ, ଘରେ ଶାଶୁ, ଶଶ୍ୱୁର ଏବଂ ନଣନ୍ଦମାନେ ଘରେ ଉପସ୍ଥିତ ଥିବାରୁ କିପରି ସମ୍ଭବ ହେଲା ?  ଏତେ ବଡ ଘଟଣା ଘଟିଯାଇଥିଲେ ମଧ୍ୟ ତାଙ୍କର ତିନୋଟି ଘର ଲଗା ଲଗି ହୋଇଥିଲେ ମଧ୍ୟ ସେମାନେ ଜାଣି ପାରିଲେନି କିପରି ? ବରଂ  ଚଂଚକତା ଭାବରେ ଶାଶୁ ଘର ଳୋକେ, ରୋଜାଲିନର ଶବ ଓହଳିଥିବା ସମୟରେ ଉଦ୍ଧାର କରିଥିବା ସମୟରେ, ଏକ ଦାଆ ଏବଂ କଳା ରଙ୍ଗର ଓନିକୁ  ପୋଲିସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ତେବେ ରୋଜାଲିନଙ୍କ ବାପା ବିଜୟ କୁମାର ଦାସଙ୍କ କହିବା ମୁତାବକ, ଯେତେବେଳେ, ଝିଅର ମୃତ ଦେହ ଦେଖିଥିଲେ,ଖଟ ଉପରେ ପଡିଥିବା ବେଳେ କୌଣସି କଳା ଓନି କିମ୍ବା ଦାଆ ଦେଖି ନ ଥିଲେ  । ତେବେ ଏହା ଆସିଲା କିପରି ବୋଲି ପ୍ରଶ୍ନ କରିଥିଲେ, ଯାହା ଏପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି  । 
ଫୋରେନସିକ୍ ଟିମ୍  ତଦନ୍ତ  କରିବା ସହିତ କାନୁନୀ ଯାଂଚ  ସମୟରେ ମୃତକୀ ରୋଜାଲିନର ଶବରୁ ଜଣା ଜଣାଯାଏ ଯେ, ରୋଜାଲିନର ଦେହରେ ଅନେକ ସ୍ଥାନରେ ଇଷତଃ  ଲାଲ୍ ରଂଗର ଚିହ୍ନ ରହିଅଛି  ।  ଏତଦ୍ ବ୍ୟତୀତ ତାଙ୍କର ପିଚାର ଉପରିଭାଗରେ ଏକ କ୍ଷତ ସ୍ଥାନ ପରି ଦେଖା ଯାଉଛି  । ମୁଖତଃ ମୃତକୀର ଡାହାଣ ପାଖ କାନରୁ ବେକର ତଳ ପାଶ୍ୱର୍ ଦେଇ, ଗଭୀର ଦାଗ   ଦର୍ଶାଯାଉଛି  । ଯାହାକି ଏଠାରେ ଶାଶୁ ଘର ଲୋକ ଓନି ଲଗାଇ ଆତ୍ମ ହତ୍ୟା କହୁଥିବା ସମୟରେ, ରୋଜାଲିନକୁ ପ୍ରବଳ ମାଡ ମାରିବା ସହିତ ତକିଆରେ ଚାପି ଶ୍ୱାସରୁଦ୍ଧ କରାଯାଇ ମରାଯାଇଛି  କିମ୍ବା  ସେଇ କଳା ଓଢଣୀ ଦ୍ୱାରା ବେକରେ  ଚାପି ମାରିଦିଆଯାଇଛି ବୋଲି ଆମର କ୍ୟାମେରା ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଯାହା ହେଉନା କାହିଁକି, ଏପରି ଏକ ଅପମୃତୁ୍ୟ ପଛରେ ଏକ ବିରାଟ ଷଡଯନ୍ତ୍ର ରହିଛ,ି ତାହା ଅତୁ୍ୟକ୍ତି ହେବ ନାହିଁ  । ଏହି  ମୃତୁ୍ୟକୁ ନେଇ, ଗୋବିନ୍ଦପୁର ପୋଲିସ ଏକ ଅପମୃତୁ୍ୟ ମାମଲା ୫୧/୨୦୨୦ ରୁଜୁ କରି  ମୃତକୀର ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛନ୍ତି  ।  ଏହା ସଂଗେ ସଂଗେ ଘଟଣା ସ୍ଥଳରୁ ଏକ ଡାଇରୀ, କଳା ଓନି, ଏକ ଦାଆ ଏବଂ  ଏକ ଗୋଲପୀ ରଙ୍ଗର ବଲ୍ ପେନ୍ ଜବତ କରିଛି  ।  ତଦନ୍ତ ସମୟରେ ,ମୃତକୀ ଏକ ଲାଲ୍ କଳା ଛିଟା ଶାଢୀ, ରଙ୍ଗିଣୀ ରଙ୍ଗର ବ୍ଲାଉଜ୍ ଏବଂ କଫି ରଙ୍ଗର ପ୍ୟାଂଟି ପରିଧାନ କରିବା ସହିତ ସ୍ବଳ୍ପ ଆଭରଣ ପିନ୍ଧିଥିଲେ । ମୃତକୀଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ  ।
ଏହି ଘଟଣାର ପୂର୍ବାଭାଷରୁ ଜଣା  ଜଣାଯାଏ ଯେ,  କଂଟାପଡା ବ୍ଲକ ଗୋବିନ୍ଦପୁର ଥାନାର ବଡବିଲର  ବିଜୟ କୁମାର ଦାସଙ୍କ ବଡ ଝିଅ ରୋଜାଲିନ୍ ମହାନ୍ତି ଏବଂ  ଉକ୍ତ ଅଂଚଳର ବ୍ରାହ୍ମଣସାଇଲୋ ଗ୍ରାମ ପଂଚାୟତ ଖେରସ ଗ୍ରାମର ବାସୁଦେବ ମହାନ୍ତିଙ୍କ ପୁଅ ଶ୍ରୀଧର ମହାନ୍ତିଙ୍କ ସହିତ  ତା୦୪/୦୬/୨୦୧୭ରିଖ ଦିନ ବୈଦିକ ରୀତିରେ ବିଭାଘର ହୋଇଥିଲା । ବିଭାଘର ସମୟରେ ଯୌତୁକ ବାବଦକୁ ଷାଠିଏ ହଜାର ଟଙ୍କା, ପାଂଚ ଭରି ସୁନା ଅଳଙ୍କାର, ଚାରି ଭରି ରୂପା ଏବଂ ବିଭିନ୍ନ ଆସବାପତ୍ର ପ୍ରଦାନ କରିଥିଲେ  । ମାତ୍ର ପରିତାପର ବିଷୟ,  ବିଭାଘରର କିଛି ବର୍ଷ ପରେ ରୋଜାଲିନଙ୍କ ବାପଘରୁ ଆଉ   ପଚାଶ ହଜାର ଟଙ୍କା ଆଣିବା ପାଇଁ ଚାପ ପକାଉଥିଲେ  । ଏପରିକି ବିଭିନ୍ନ ସମୟରେ ରୋଜାଲିନଙ୍କୁ ଶାରିରୀକ  ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ  । ବିଭିନ୍ନ ସମୟରେ  ରୋଜାଲିନଙ୍କ ପରିବାରଙ୍କ ପରିବାରରେ ପାରିବାରକି ମନୋମାଳିନ୍ୟ ମଧ୍ୟ ଲାଗି ରହୁଥିଲା । ତେବେ ଏହି ହତ୍ୟାକାଣ୍ଡରେ ଦୋଷୀମାନଙ୍କୁ ବିହିତ ଦୋଷ ଦଣ୍ଡ ବିଧାନ ସହିତ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ଦିଆ ଯାଉ ବୋଲି ଅତ୍ୟନ୍ତ କ୍ଷୋଭର ସହିତ ରୋଜାଲିନଙ୍କ ବାପା ବିଜୟ କୁମାର ଦାସ ମତବ୍ୟକ୍ତ କରିଛନ୍ତି । ପରିଶେଷରେ  ଘଟଣାରେ ସଂପୃକ୍ତ  ଶାଶୁ ସଂଯୁକ୍ତା ମହାନ୍ତି,  ନଣନ୍ଦ ଇନ୍ଦୁ ପାତ୍ର ଏବଂ ଶଶ୍ୱୁର ବାସୁଦେବ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରାଜ୍ୟ ମାସ୍କ କିଣାରେ ଘୋଟାଲା, ଏତଲା ଦେଲେ ସୂଚନାଧିକାରକର୍ମୀ

IYA NEWS (ଭୁବନେଶ୍ୱର) ତା ୦୯/୦୬/୨୦ରିଖ ମହାମାରୀ କରୋନାର କହର, ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ସମୟରେ, ଏହାକୁ ପ୍ରତିହତ କରିବା ପାଇଁ ଜନ ସାଧାରଣଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅଂଟା ଭିଡିଛନ୍ତି  । ହେଲେ ଓଡିଶା ରାଜ୍ୟ ଔଷଧ ନିଗମ ଦ୍ୱାରା ମାସ୍କ  କ୍ରୟରେ ବ୍ୟାପକ ଦୁର୍ନିତୀ ଏବଂ ଚଂଚକତା କରା ଯାଇଛି ବୋଲି, ଆଜି ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ କ୍ୟାପିଟାଲ ଥାନାରେ ଏତଲା ପ୍ରଦାନ କରିଛନ୍ତି  । ଅଭିଯୋଗ କ୍ରମେ , କିଛି ଦିନ ପୂର୍ବେ ମାସ୍କ କିଣାରେ ବ୍ୟାପକ ଘୋଟଲା ହୋଇଛି ଏବଂ ଏହି ଷଡଯନ୍ତ୍ରର ମୂଖ୍ୟ ପୁରୋଧା ଭାବରେ,ଏହାର ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମାକୁ ଦାୟୀ  କରାଯାଇ, ଦର୍ଶାଯାଇଛି । ପ୍ରକାଶ୍ୟ ଯେ, ମାହାମାରୀ କରୋନା ପରିପ୍ରେକ୍ଷୀରେ ମାସ୍କ, ପିପିଇ କିଟ୍, ଭେଂଟିଲେଟର ଏବଂ ହ୍ୟାଣ୍ଡ୍ ସାନି ଟାଇଜରର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଟ୍ରିପଲ୍ ଲେୟାର ମାସ୍କ ପିଛା ୧୬ ଟଙ୍କା ପିଛା ହିସାବରେ ୩୦ ଲକ୍ଷ ମାସ୍କ, ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓଡିଶା ଔଷଧ ନିଗମ ଗତ ତା୧୭/୦୪/୨୦ରିଖରେ  ତାମିଲନାଡୁର ଭେଣ୍ଡର ଶ୍ରୀ ବିଷ୍ଣୁ ଡିସୋପଜେବଲ୍ସ ପ୍ରାଇଭେଟ ଲିମିଟେଡକୁ    ଚାରି କୋଟି ଅଶୀ ଲକ୍ଷ ଟଙ୍କା  ଦିଆଯିବା ସହିତ ପର୍ଚେସ ଅର୍ଡର କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ମାର୍ଚ୍ଚ ଚବିଶ ତାରିଖ ନିର୍ଦ୍ଦେଶନାମା ଅନୁଯାୟୀ, ତିନି ଲେୟାର  ସର୍ଜିକାଲ ମାସ୍କ ପିଛା ସର୍ବାଧିକ ଷୋହଳ ଟଙ୍କା  ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଏବଂ ମାର୍ଚ୍ଚ ୨୧ ତାରିଖ ନିର୍ଦ୍ଦେଶନାମା ଅନୁଯାୟୀ, ଟ୍ରିପଲ୍ ଲେୟାର ମାସ୍କ ପିଛା ଦଶ ଟଙ୍କା ଏବଂ ଦୁଇ ଲେୟାର ମାସ୍କ ପିଛା ସର୍ବାଧିକ  ଆଠ ଟଙ୍କା ବୋଲି ଦର୍ଶା ଯାଇଥିଲା । ତେବେ ଏଠାରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ  ମାସ୍କ ପିଛା ଖୁଚୁରା ଦର ୧୬ ଟଙ୍କା ଥିବା ସମୟରେ, ପାଇକାରୀ ଦର ହିସାବରେ ଏକକାଳୀନ ୩୦ ଲକ୍ଷ ମାସ୍କ କିଣିଲେ, ଏହା କିପରି ପୁନଃ  ୧୬ ଟଙ୍କା ହେବ ବୋଲି, ସୂଚନାଧିକାରକର୍ମୀମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପରିତାପର ବିଷୟ, ଏଠାରେ କେନ୍ଦ୍ର ସରକାରଙ୍କ ଇ ମାର୍କେଟିଙ୍ଗ ପୋର୍ଟାଲରେ ୧୬ ଟଙ୍କାରୁ ନୁନ୍ୟତମ ଦରରେ ମାସ୍କ ଥିଲେ ମଧ୍ୟ , ରାଜ୍ୟ ସରକାର ଏହି ପୋର୍ଟାଲରୁ କିଣିବା କିମ୍ବା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କିଣା ଦରରେ ମାସ୍କ କିଣିବା ପାଇଁ ଆନ୍ତରିକତା ନ ଥିଲା  । ହୁଏତ ଯଦି ରାଜ୍ୟ ସରକାର ଚାହିଁଥାନ୍ତେ, ତେବେ ଏହାକୁ ଟେଣ୍ଡର ମାଧ୍ୟମରେ କିଣି ପାରି ଥାନ୍ତେ, ହେଲେ ସେପରି କିଛି ହୋଇ ନ ଥିଲା ।   ଯେତେବେଳେ ରାଜ୍ୟ ଔଷଧ ନିଗମର ନିର୍ଦ୍ଦେଶନାମା ତା୦୬/୦୪/୨୦ରିଖ ଅନୁଯାୟୀ, ବିଡରମାନଙ୍କୁ ମାସ୍କ ପିଛା ଦଶ ଟଙ୍କାରେ କିଣିବା ପାଇଁ ଇଛା ପ୍ରକାଶ କରିଥିଲେ, ସେ କିପରି  ପର୍ଚେସ କମିଟି ଦ୍ୱାରା ୧୬ ଟଙ୍କାରେ କିଣିବା ପାଇଁ ଆଗ୍ରହ ପ୍ରକାଶ କଲେ, ତାହା ଉତ୍ସୁକତାର ବିଷୟ ଅଟେ । ଅନ୍ୟ ଏକ ଚଂଚକତାର ବିଷୟ ଏହି କି,  ରାଜ୍ୟ ଔଷଧ ନିଗମ  ମାସ୍କ କିଣିବା ବାବଦରେ ତିନି ତିନି ଥର ଟେଣ୍ଡର ଡକାଇ, ଏହାକୁ ଖାରଜ କରିଥିଲେ । ଏତଦ୍ ବ୍ୟତୀତ ନିଗମର କିଣା ବିକା କରିବା ପାଇଁ ଏକ କମିଟି କରାଯାଇଛି ଏବଂ  ଏହାର ନିର୍ଦ୍ଦେଶିକା  ଭାବରେ ଯାମିନୀ ଷଡଙ୍ଗୀ ମଧ୍ୟ କାମ କରୁଛନ୍ତି  ।  କିନ୍ତୁ  ଏକ କମିଟି ଥିଲେ ମଧ୍ୟ,ଉକ୍ତ କମିଟି ବାହାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ୫ଟି ସଚିବ ପାଣ୍ଡିଆନଙ୍କ ଦ୍ୱାରା ଏକ ସ୍ବତନ୍ତ୍ର  କମିଟି କରାଗଲା । ଯେଉଁଥିରେ  ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେମନ୍ତ ଶର୍ମାଙ୍କୁ ମୁଖ୍ୟ ଦାୟିତ୍ୱ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ,ଟୁକୁନି ସାହୁ,ପ୍ରତାପ ଜେନା ଏବଂ ସୁଦାମ ମାରାଣ୍ଡି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । କିନ୍ତୁ, ଶ୍ରୀଯୁକ୍ତ ଶର୍ମାଙ୍କର ଅଭିଜ୍ଞତା ଅନୁଯାୟୀ, ପୂର୍ବରୁ ସେ ଶକ୍ତି ଏବଂ ଶିଳ୍ପ ବିଭାଗରେ ଥିଲେ ମଧ୍ୟ କିପରି ତାଙ୍କୁ  ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ପ୍ରଦାନ କରାଗଲା, ଏହା ପରିତାପର ବିଷୟ ଅଟେ  ।  ଯାହାଫଳରେ ଏଥିରେ ଅନେକ ଦୁର୍ନିତୀ ଗନ୍ଧ ବାରି ହୋଇପଡୁଛି । ଏଥିରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଯୁକ୍ତି ପ୍ରଦାନ କରା ନ ଯାଇ କୋଟି କୋଟି ଟଙ୍କାର ହରିଲୁଟ୍ କରା ଯାଇଛି , ବୋଲି ସୂଚନାଧିକାରକର୍ମୀମାନେ ଅଭିଯୋଗ ପତ୍ରରେ ପ୍ରକାଶ କରିଛନ୍ତି । ପରିଶେଷରେ ଏହି ମାସ୍କ କିଣିବା ବାବଦରେ, ରାଜ କୋଷରୁ ଦୁଇ କୋଟି ୬୦ ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ଦର୍ଶାଯାଇ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ୫ଟି ସଚିବ କାର୍ତିକେୟନ ପାଣ୍ଡିଆନ ଏବଂ ହେମନ୍ତ କୁମାର ଶର୍ମାଙ୍କ ନାମରେ ଏତଲା ଦିଆଯାଇଛି  । ଏହି ଏତଲା ପ୍ରଦାନ ସମୟରେ ସୂଚନାଧିକାରକର୍ମୀ ସୁଧିର ମହାନ୍ତି,ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ,ଜିତେନ୍ଦ୍ର ସାହୁ ଏବଂ ରଂଜୁଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଘର ନିକଟରୁ ସନ୍ଦେହଜନକ ଭାବରେ ମୃତ ଦେହ ଉଦ୍ଧାର,

IYA NEWS (କଂଟାପଡା)ତା ୦୯/୦୬/୨୦୨୦ରିଖ ଆଜି  ଗୋବିନ୍ଦପୁର ଥାନା ଅନ୍ତର୍ଗତ ସୁଦୁ ସାଇଲୋ ଭୋଇ ସାହିର ବ୍ରଜ କିଶୋର ଭୋଇ (୪୮ ବର୍ଷ) ଓରଫ କାଳିଆଙ୍କର ମୃତ ଦେହ  ଭୋର୍ ପ୍ରାୟ ଚାରି ଘଟିକା ସମୟରେ  ଜନୈକ ବ୍ୟକ୍ତିଙ୍କ ଘର ନିକଟରୁ ଉଦ୍ଧାର କରାଯାଇଛି  ।  ପ୍ରକାଶ୍ୟ ଯେ ମୃତକ ବ୍ରଜ କିଶୋର ଜଣେ ଦଳିତ ସଂପ୍ରଦାୟର ପେଶାରେ ରାଜ ମିସ୍ତ୍ରୀ ଥିଲେ ।ବେଳେ ବେଳେ ନଇ ମାଛ ଧରିଥାନ୍ତି  । ତେବେ ଘଟଣା ଦିନ ମୃତକ ବ୍ରଜ କିଶୋର ଖାଇ ସାରି ଶୋଇବା ପାଇଁ ଯାଇଥିଲେ   । ତେବେ ସେ   ରାତ୍ରର ବିଳମ୍ବିତ ପ୍ରହରରେ ବାହାରକୁ ଯିବା ପରେ ସେ ଆଉ ଘରକୁ ଫେରି ନ ଥିଲେ  ।  ଅଭିଯୋଗ କ୍ରମେ ବିଳମ୍ବିତ ପ୍ରହରରେ ବହୁତ ଖୋଜା ଖୋଜି କଲା ପରେ, ମୃତକ ବ୍ରଜ କିଶୋର ଭୋଇଙ୍କ ମୃତ ଦେହ  ନିକଟସ୍ଥ ବିଶ୍ୱମ୍ଭର ଭୋଇଙ୍କ ଚଉରା ନିକଟରେ ପଡି ରହିଥିଲା  । ତାଙ୍କର ଶରୀର ବର୍ହିଭାଗରେ କିଛି ଆଘାତ ନ ଥିଲେ ଦେଖା ଯାଉ ନଥିଲେ ମଧ୍ୟ, କିଛି ପ୍ରତ୍ୟକ୍ଷଦଶୀଙ୍କ କହିବା ଅନୁଯାୟୀ ନାକ ଅଗ୍ରଭାଗ ଫୁଲିଥିଲା  ।   ଘଟଣା ସ୍ଥଳରେ ଗୋବିନ୍ଦପୁର ଥାନାଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର  ମିଶ୍ର, ଏବଂ ସାଇଂଟିଫିକ୍ ଟିମ୍  ପହଂଚି ଛାନ ଭିନ୍ କରିଥିଲେ ମଧ୍ୟ  ହତ୍ୟାକାଣ୍ଡର କୌଣସି ସୁରାକ୍ ମିଳି ନ ଥିଲା  ।  ପ୍ରକାଶ୍ୟ ଯେ, କିଛି ଦିନ ପୂର୍ବରୁ ନଳ କୂପ ପାଣି ନିଷ୍କାସନ, ଏବଂ ସରକାରୀ ସ୍ଥାନକୁ ନେଇ ମୃତକଙ୍କର ନିକଟରେ ଥିବା ପଡୋଶୀଙ୍କ ସହିତ ଝଗଡା ହୋଇଥିଲା  ଏବଂ  ଆଇନର ଲଢେଇ ପର୍ଯ୍ୟନ୍ତ କଥା ଯାଇଥିଲା  । ତେବେ ପାରିପାଶ୍ୱିର୍କ ଦୃଷ୍ଟିରୁ ମୃତୁୂ୍ୟର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଶବ ବ୍ୟବଛେଦ ପରେ ଏହାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ ପ୍ରଶାସନ ଅପେକ୍ଷା କରିଛି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଆଉ ତୁମେ ଆସିବ ନାହିଁ


ଲଳିତା ଭାଷନ୍ତି ;ରାଧିକାଙ୍କୁ ଚାହିଁ,
ଶ୍ୟାମ ଘନ ଆଉ ଫେରିବ ନାହିଁ  ।
ଦଗାଦିଆ, ନଟ, ହଟିଆ ନାଗର,
ଆଉ ତାର ମୁହଁ ଚାହିଁବି ନାହିଁ  । ।

ବାର କୁଂଜେ ଆଉ; ଗାଉନି କୋକିଳ,
ବଂଶୀ  ଡାକୁନାହିଁ;ରାଧାଲୋ ରାଧା,
ପିକ,ଶୁକ, ଶାରୀ ଗୋପାଙ୍ଗନା ନାରୀ
କୃଷ୍ଣ ପ୍ରେମେ ଆଉ; ହେବେ ନି ବଂଧା ।

ବିରସ ବଦନେ,ରାଧାରାଣୀ ଭାଷେ,
ଶ୍ୟାମ ! କୁଂଜେ ସିନା ନାଇଁଲୋ ସଖୀ,
ମନ ବୃନ୍ଦାବନେ ଆସୁଛି ମୋହନ
ବଂଶୀ ବଜାଉଛି, ମୁରୁକି ହସି ।

ନଶ୍ୱର ଶରୀର ଭାବ ଭବ ରଙ୍ଗ
ସୁକ୍ଷ୍ମେ  ରହିଛନ୍ତି ମୋ ପ୍ରିୟ,ସହୀ !
ଅହଂ ତେଜି ଧିରେ, ସୋହଂ ତୁ ଭଜରେ
ଅନାହତ ନାଦ କରଇ ବାଇ  ।

ଜଗତର ଗୁରୁ ପ୍ରେମ କଲ୍ପତରୁ୍ର
ଭକ୍ତି ପ୍ରେମେ ଭାବ,ହୃଦରେ ଧ୍ୟାୟୀ ।
କୀଟ,ତରୁ,ତୃଣ ସ୍ଥାବର ଜଙ୍ଗମ
ଲୀଳା କରୁଛନ୍ତି ହୃଦୟେ ରହି  ।

ସବ ୁ ଅକାରଣ, ଲାଗେ ଶୂନ୍ୟ ଶୂନ୍ୟ
ତା ପ୍ରିତୀ ରସ ପ୍ରେମାନନ୍ଦ ବିନା  ।
ଗୁପତରେ ଆସେ, ଗୁପତରେ ଭାଷେ
 ଶୁଭେ  ନିତି ମୋତେ ବଂଶୀ ମୂର୍ଚ୍ଛନା । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସଙ୍ଗରୋଧ କେନ୍ଦ୍ର ଅପରିଷ୍କାର ହେତୁ ଅସନ୍ତୁଷ୍ଟ ବ୍ୟକ୍ତ କଲେ ପ୍ରବାସୀ ଓଡିଆ

IYA NEWS ( କଂଟାପଡା) ତା:୦୮/୦୬/୨୦ରିଖ କଂଟାପଡା ବ୍ଲକ୍ ଅଧିନସ୍ଥ ନାହାଳ ପୁର ଗ୍ରାମ ପଂଚାୟତର କାଳନ୍ଦୀ  ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟକୁ  ସଙ୍ଗରୋଧ କେନ୍ଦ୍ର କରାଯାଇଛି; ଏଠାରେ ଗତ  କିଛି  ଦିନ ପୂର୍ବରୁ ଜନୈକ ପ୍ରବାସୀ ଓଡିଆଙ୍କ ପଜିଟିଭ୍  ବାହାରିଥିଲେ ମଧ୍ୟ, ଉକ୍ତ ପ୍ରବାସୀ ଜଣଙ୍କ କେନ୍ଦ୍ରରୁ ଗଲାପରେ ଉକ୍ତ ରୁମକୁ ସାନିଟାଇଜ୍ ନକରିବା ଏବଂ  ସ୍ଥାନଟି ଅପରିଷ୍କୃତ ହୋଇ ପଡିବା ଅତ୍ୟନ୍ତ ପରିତାପର ବିଷୟ ଅଟେ । ଫଳତଃ ଗତକାଲି ଜଣେ ପ୍ରବାସୀ ଓଡିଆ ମହାରାଷ୍ଟ୍ରରୁ ଫେରି, ଏହି ସଙ୍ଗରୋଧ କେନ୍ଦ୍ରରେ ସକାଳ ପ୍ରାୟ ଆଠଟା ସମୟର ପହଂଚି ଥିଲେ  । ମାତ୍ର ସଂଙ୍ଗରୋଧର କେନ୍ଦ୍ରର ଏପରି ଅବସ୍ଥା ଦେଖି, ଅସନ୍ତୁଷ୍ଟ ହୋଇଥିଲେ  ଏବଂ ବାହାରେ ଏକ ଘଂଟାରୁ ଉଦ୍ଧ୍ୱର୍ ସମୟ ବସି ରହିଥିଲେ  ।  ଏହାପରେ ପରେ ସରପଂଚଙ୍କ ସହିତ ଯୋଗାଯୋଗ କରିବା ଦ୍ୱାରା ଉକ୍ତ ସ୍ଥାନକୁ ସଫା କରା ଯାଇଥିଲା 




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମଦ କାଉଂଟର କେଉଁଠ? ହିଡ ମୁଣ୍ଡ ଯେଉଁଠି

ଜନେ ହସିବେ! ମଦ କାଉଂଟର କେଉଁଠ? ହିଡ ମୁଣ୍ଡ ଯେଉଁଠି  ।ଶନିବାର ଆଉ ରବିବାର ହୋଇଯିବ ସଟ୍ ଡାଉନ୍   । ଢକଲମ୍ ପାର୍ଟିଙ୍କ ଚିନ୍ତା ବଢି ଯାଇଛି ଯେମିତି  । ସରକାର ଆଇନ କଲେ ଅନ୍ ଲାଇନରେ ମଦ ବିକ୍ରି ହେବ  । ହେଲେ ଅଡଶପୁର ମଦ କାଉଂଟରରେ  ଆଇନ ଅଲଗା  । ଦେଖୁ ନାହାନ୍ତି, ମଦ ଦୋକାନ ଫାଙ୍କା । ହେଲେ  ଦୋକାନର ବଡ ଦାଣ୍ଡରୁ ହିଡ ପାଖରେ ଚାଲିଛି ଖୁଲମ ଖୁଲା ମଦ ବେପାର   । ନାଁ ଏଠି ଅଛି ସାମାଜିକ ଦୂରତା  । ନାଁ  ଏଠି ମାସ୍କ  !  ସତରେ ବହୁତ ଦୁଃଖ ଲାଗେ, ନିଆଳୀ  ପରି ନିର୍ବାଚନ ମଣ୍ଡଳରେ ଗେଣ୍ଡା ଦଳିଆଙ୍କ କାଟତି ଅଛି  ନାଁ ଫୁଲ ବାଲାଙ୍କ କାଟତି ଅଛି  । କେବଳ ନିର୍ବାଚନ ବେଳେ ନୁଙ୍ଗୁରାମି କରି ମଦ କୁକୁଡା ଦେଇ, ପାଂଚ ଶହ ଟଙ୍କାରେ ମୁଣ୍ଡ କିଣିବେ  । ଧିକ୍ ଏମାନଙ୍କୁ ଜନତାର ସେବକ କହି,ଦିନରେ ମାଆ କହି ରାତିରେ ମାଇପ କରିବେ  । ନ ହେଲେ ଏ ଅଂଚଳରେ ସାମାଜିକ ଦୂରତା ଆଉ ମାସ୍କ ପିନ୍ଧିବା ଏକ ପ୍ରହସନରେ ପରିଣତ ହୋଇଗଲାଣି  ।  

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କିଛି କଥା, କିଛି ଆଶା

      ଆପଣଙ୍କର ଆଶୀର୍ବାଦ ଏବଂ ଶୁଭ କାମନା  ମୋର ବଂଚିବା ପାଇଁ ଏକ ଅନ୍ୟନ ସଂଜିବନୀ  । ଆଜି ବୟସର ଖାତାରେ ଆଉ ଗୋଟେ ଫର୍ଦ୍ଦ ଯୋଡି ହୋଇଗଲା  । ପୁଣି ଜୀବନ ଯାତ୍ରାର ଅନ୍ୟ ଏକ ଅୟମାରମ୍ଭ  । ପୁଣି ଏ ଅଧମ ଆପଣଙ୍କର ଆଶୀଷ ଏବଂ ଶୁଭ କାମନାକୁ ପାଥେୟ କରି ଆଗେଇବ ଏକ ନୂତନ ଆଶା,ସମ୍ଭାବନାରେ  । ତେବେ ଆଜି ମୋର ଜନ୍ମ ଦିବସରେ ଆପଣଙ୍କର ଆଶୀର୍ବାଦକୁ କାମନା କରି, ଆପଣଙ୍କର ଶୁଭ କାମନା ମନାସି  ଏକ କବିତା ଅର୍ପଣ କରୁଛି  । ପାଠ କରିବେ । ମତାମତ ଦେବା ପାଇଁ ଅନୁରୋଧ । ଏତଦ୍ ବ୍ୟତୀତ  ଆଜି ଚାରି ମାସର  ଲଢେଇ ପରେ ଏକ ରାସନ କାର୍ଡ ପରିପ୍ରେକ୍ଷୀରେ  ଏକ ସ୍ବାମୀ ପରିତ୍ୟକ୍ତାକୁ ନ୍ୟାୟ ମିଳିଛି, ଯାହା ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ  । ଶେଷରେ ପ୍ରଣାମ  ।
ଜୀବନେ ମରଣେ ତୁମେ,                      
ରହିଅଛ କୋଟି ପ୍ରାଣେ.
ଚାତକିନୀ ଚାହିଁଛି ତୁମକୁ;
ଦେଖା ଦିଅ ପ୍ରିୟତମ, ଚିନ୍ମୟ ଅନୁପମ.
ନ ହେଲେ ମୁଁ ଜନମିବି, ଆର ଜନମକୁ  । । 
ଲହୁ ଲୁହ ପିଇ ପିଇ,
କେମିତି ପାରିବି ଜୀଇଁ;
ଏ ଜୀବନ ଲାଗେ ଶୂନ୍ୟ ଶୂନ୍ୟ ;
 ସଂସାରର ଦାବାନଳ, ପ୍ରାଣ ହୁଅଇ ଅଧିର ।
ପ୍ରେମମୟ, ସିଂଚିଦିଅ ତବ ଦିବ୍ୟ ପ୍ରେମ । ।
ଅଜ୍ଞାନ  ଭବ ସାଗର,
ହରାଇଛି ଥଳ କୂଳ,
ତ୍ରିତାପ ଅନଳ; ଦହେ ୟେ ଭବକୁ;
ଅସତୋ ମା ସଦ୍ ଗମୟ, ଆହେ ତୁମେ କ୍ଷମାମୟ.
 ଦୁଃଖ,ଶୋକ କରି ନାଶ,ଦୂର କର ଭବ ଯାତନାକୁ  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମନରେଗା ଯୋଜନା ଦିଶାହୀନ,ଧାରଣା ହେତୁ ସାମାଜିକ କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ମନରେଗା ଯୋଜନା ଦିଶାହୀନ
ଧାରଣା ହେତୁ ସାମାଜିକ କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

(ବାଙ୍କୀ) ତା:୦୩/୦୬/୨୦ରିଖ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ  ଯୋଜନା ୨୦୦୫ରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି  । ଏପରି କି ଶ୍ରମିକମାନଙ୍କୁ  ବାର୍ଷିକ ଏକ ଶହ ଦିନ ଶ୍ରମ ଦିବସ ଥିବା ସମୟରେ, ମହାମାରୀ କରୋନା  ପରିପ୍ରେକ୍ଷୀରେ  ଏହାକୁ ଦୁଇ ଶହ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ମାତ୍ର ପରିତାପର ବିଷୟ, କେତେକ ସ୍ଥାନରେ ପ୍ରଶାସନର ଆନ୍ତରିକତା ଅଭାବ ହେତୁ, ଚଂଚକତା ପୂର୍ବକ ଶ୍ରମିକମାନଙ୍କୁ କାମ  ନ କରାଇ, ବେଆଇନ ଭାବରେ ମେସିନ ମାଧ୍ୟମରେ କାମ କରା ଯାଉଛି  । ନିୟମାନୁଯାୟୀ  ସରକାରୀ କାମ ପୂର୍ବରୁ ,ସେଠାରେ ସୂଚନା ଫଳକ  ପ୍ରଦର୍ଶନ ପୂର୍ବକ ଶ୍ରମିକମାନଙ୍କ ଦ୍ୱାରା କାମ କରାଇବା ପାଇଁ ନିର୍ଦ୍ଦେଶ ଅଛି  । ମାତ୍ର ଉକ୍ତ କାମରେ ଶ୍ରମିକମାନଙ୍କୁ ନିୟୋଜିତ ନ କରି , କେବଳ ଶ୍ରମିକମାନଙ୍କ ଫଟୋ ଉଠାଇ ମେସିନ ଦ୍ୱାରା କାମ କରା ଯାଉଛି  ଏବଂ   ସରକାରୀ ବାବୁ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଦ୍ୱାରା ଶ୍ରମିକମାନଙ୍କ ସ୍ବାର୍ଥକୁ ଜଳାଜଂଳି ଦିଆ ଯାଉଛି ବୋଲି ସାମାଜିକ କର୍ମୀ ସଂଜୟ ସାହୁ ପ୍ରକାଶ କରିଛନ୍ତି  । 
     ପ୍ରକାଶ୍ୟ  ଏହିକି,   ବାଙ୍କୀ ବ୍ଲକର ବିଭିନ୍ନ ଅଂଚଳରେ  ଶ୍ରମିକମାନଙ୍କୁ କାମରେ ନ ଲଗାଇ, ମେସିନ ଦ୍ୱାରା କାମ କରାଯାଉଥିବା ଏବଂ ବିଭିନ୍ନ ଅନିୟମିତତା ହେତୁ ଗତ ତା ୦୧/୦୬/୨୦୨୦ରିଖରେ ବାଙ୍କୀ ବ୍ଲକ ସମ୍ୁଖରେ ଶ୍ରୀଯୁକ୍ତ ସାହୁଙ୍କ ସମତେ ଯୋଗୀରାଜ ସାହୁ ଓ ଶରତ ବେହେରା ପ୍ରମୁଖ ଧାରଣା ପ୍ରଦର୍ଶନ କରିଥିଲେ । ଏହା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ମାଧ୍ୟମରେ  ସଚିବ, ପଂଚାୟତ ରାଜ ବିଭାଗକୁ  ଦାବୀ ପତ୍ର ପ୍ରଦାନ କରିଥିଲେ  । ମାତ୍ର ପରିତାପର ବିଷୟ, ଏହି ଧାରଣା ହେତୁ, ଗତ ତା;୦୨/୦୬/୨୦ରିଖ ଦିନ ସଂଧ୍ୟା  ୫ ଘଟିକା ୩୦ ମିନିଟ ସମୟରେ ଆକ୍ରୋଶ ମୂଳକ ଭାବରେ କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ ଶବର ସାହି ସରପଂଚଙ୍କ ସ୍ବାମୀ ଟୁକୁନା ଦେହୁରୀ,ସୁଦର୍ଶନ ଦେହୁରୀ,ନିରୁ ଦେହୁରୀ,ଭିକା ଦେହୁରୀ ଏବଂ କୋଡିଏ ଜଣ ସମେତ ସାମାଜିକକର୍ମୀ ଶ୍ରୀଯୁକ୍ତ ସାହୁଙ୍କ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଠେଲା ପେଲା କରିବା ସହିତ ହାତ ଉଠାଇ ମାଡ ମାରିଥିଲେ  । କାହିିଁକି ପ୍ରତିବାଦ କଲୁ ବୋଲି କହି,  ବମ୍ ପକାଇ ଉଡାଇ ଦେବାକୁ ଧମକ ଦେଇଥିଲେ । ଆଜି ନିଜର ଏବଂ ପରିବାରର ସୁରକ୍ଷା ଦାବୀ କରି, ବୈଦେଶ୍ୱର ଥାନାରେ ଏତଲା  ଦେବା ସମୟରେ ସାମାଜିକକର୍ମୀ ଶ୍ରୀଯୁକ୍ତ ସାହୁ ଉଲ୍ଲେଖ କରିଛନ୍ତି ।   ତେବେ  ଖବର ଲେଖା ହେବା ପର୍ଯ୍ୟନ୍ତ, ବୈଦେଶ୍ୱର ଥାନା ଆଇ.ପି.ସି. ୧୮୬୦ ଧାରା ଅନୁଯାୟୀ ୩୪୧,୨୯୪,୩୨୩,୩୫୪,୫୦୬ ଏବଂ ୩୪  ଦଫା ଦ୍ୱାରା ଏକ ମାମଲା ରୁଜୁ କରିଅଛି  । ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ  ।

IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା,କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା


କିରୋସିନ ବଂଟନ କ୍ଷେତ୍ରରେ ଚଂଚକତା,କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନଙ୍କ ଗଣ ଧାରଣା
                IYA NEWS(କଂଟାପଡା) ତା୦୨/୦୬/୨୦ରିଖ କେନ୍ଦ୍ର ସରକାର ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ  ମାସିକ ଦୁଇ ଲିଟର କିରୋସିନ ଯୋଗାଇ ଆସୁଛନ୍ତି  । ତେବେ କିରୋସିନ୍ ବଂଟନ କ୍ଷେତ୍ରରେ  ସରକାରୀ ଦର ଠାରୁ ଉଚ୍ଚ ଦରରେ ବିକ୍ରି କରା ଯାଇ  ଚଂଚକତା  ପୂର୍ବକ, ଜନ ସାଧାରଣଙ୍କୁ ଶୋଷଣ କରାଯାଉଛି  । ଏହି ପରିପ୍ରେକ୍ଷୀରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଆହ୍ୱାନ କ୍ରମେ, ରାଜ୍ୟର ବିଭିନ୍ନ ବ୍ଲକରେ ସାମାଜିକ ଦୂରତାକୁ ବଜାୟ ରଖି ଗଣ ଧାରଣା ପ୍ରଦର୍ଶନ କରାଯାଉଛି । ଏହି କିରୋସିନ ବଂଟନର ଅନିୟମିତତା   ହେତୁ, ଆଜି ଓସା,କଟକ ଜିଲ୍ଲା ତରଫରୁ କଂଟାପଡା ବ୍ଲକ ସମ୍ମୁଖରେ ସୂଚନାଧିକାରକର୍ମୀମାନେ ଗଣ ଧାରଣା ପ୍ରଦର୍ଶନ କରିଥିଲେ  । 
                ତେବେ ବର୍ତ୍ତମାନ କରୋନା ବିପତ୍ତି ଯୋଗୁଁ  ସରକାର ଅଗ୍ରୀମ ତିନି ମାସର ୬ଲିଟର କିରୋସିନ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଡିଲର ମାନଙ୍କୁ ଏହି କିରୋସିନ ହିତାଧିକାରୀଙ୍କ ନିକଟରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଡିଲରମାନେ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି ୬ଲିଟର ଜାଗାରେ ୫ ଲିଟର କିରୋସିନ ଦେବା ସହ ଲିଟର ପିଛା ସକରାରୀ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଅର୍ଥାତ ୪୦ରୁ ୫୦ ଟଙ୍କା ଲିଟର ପିଛା ନେଇ ହିତାଧିକାରୀଙ୍କୁ ଲୁଟ କରିବାରେ ଲାଗିପଡିଛନ୍ତି । ଏହି ଭଳି ଭାବେ ଡିଲର ଏବଂ  ମାର୍କେଟିଙ୍ଗ ଇନସିପେକ୍ଟରଙ୍କ  ମିଳିତ ମଧୁ ଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି ।ରାସନ ସାମଗ୍ରୀ ବଂଟନ ବେଳେ,ଏହାର କୌଣସି ରସିଦ୍ ଦେଉନାହାନ୍ତି  ଏବଂ ବଂଟନ କାଗଜାତପତ୍ରରେ ୫ଲିଟର କିରୋସିନ ଦେଇ ୬ ଲିଟର ଲେଖି ଦେଉଛନ୍ତି।ଏତ୍ଦ ବ୍ୟତୀତ ଡିଲରମାନେ ସେମାନଙ୍କର ବଂଟନ କେନ୍ଦ୍ରରେ ଜନ ସାଧାରଣଙ୍କ ପାଇଁ କୌଣସି ମୂଲ୍ୟ ସୂଚୀ ପ୍ରଦର୍ଶନ କରୁ ନାହାନ୍ତି ଏବଂ  ଗଚ୍ଛିତ ସାମଗ୍ରୀ ସଂପର୍କରେ ଉଲ୍ଳେଖ କରାଯାଉନାହିଁ, ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ ।  ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ  ସୂଚନାଧିକାରକର୍ମୀମାନେ ବିକ୍ଷୋଭକୁ ଆହୁରି ଜୋରଦାର କରାଯିବ ବୋଲି, ଆୟୋଜିତ ଗଣ ଧାରଣାରେ  କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି  । ପରିଶେଷରେ ଧାରଣା ସ୍ଥଳରେ ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ରୁବି ତପସ୍ବନୀ ଏବଂ ବ୍ଲକ୍ ଯାଗାଣ ଅଧିକାରୀ ନସିମା ବେଗମ୍  ସୂଚନାଧିକାରକର୍ମୀମାନଙ୍କ ସହିତ ଆଲୋଚନା ପୂର୍ବକ ଅସାଧୁ ଡିଲରମାନଙ୍କ ପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ  ବଂଟନ କେନ୍ଦ୍ରରେ ମୂଲ୍ୟ ତାଲିକା ପ୍ରଦର୍ଶନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ନୀରବ ପ୍ରତିବାଦରେ, କଂଟାପଡା ବ୍ଲକ ସଂଯୋଜକ  ତଥା ସୂଚନାଧିକାରକର୍ମୀ ମାଧବାନନ୍ଦ ଭୋଇଙ୍କ ନେତୃତ୍ୱରେ ସୂଚନାଧିକାରକର୍ମୀ ବସନ୍ତ ଜେନା, ଅଭିମନୁୂ ମଲ୍ଲିକ୍,ସନ୍ତୋଷ ପ୍ରଧାନ, ଶରତ ପରିଡା, ନିରଂଜନ ଭୋଇ,ଦିଲ୍ଲୀପ ରାଉତରାୟ,ସୁକାନ୍ତ ସ୍ବାଇଁ, ରାଜ କିଶୋର ଦାସ ଏବଂ ରଶ୍ମୀ ରଂଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...